ਬਿਨੁ ਸਬਦੈ ਜਗੁ ਦੁਖੀਆ ਫਿਰੈ ਮਨਮੁਖਾ ਨੋ ਗਈ ਖਾਇ ॥
ନାମର ଅତିରିକ୍ତ ସାରା ସଂସାର ଦୁଃଖୀ ଅଟେ। ମାୟା ମନମୁଖୀ ପ୍ରାଣୀକୁ ଗ୍ରାସ କରିଦେଇଛି।
ਸਬਦੇ ਨਾਮੁ ਧਿਆਈਐ ਸਬਦੇ ਸਚਿ ਸਮਾਇ ॥੪॥
ଶବ୍ଦ ଦ୍ଵାରା ମନୁଷ୍ୟ ନାମ ସ୍ମରଣ କରିଥାଏ ଆଉ ଶବ୍ଦ ଦ୍ଵାରା ହିଁ ସେ ଭଗବାନଙ୍କ ଠାରେ ଲୀନ ହୋଇଯାଏ ॥4॥
ਮਾਇਆ ਭੂਲੇ ਸਿਧ ਫਿਰਹਿ ਸਮਾਧਿ ਨ ਲਗੈ ਸੁਭਾਇ ॥
ମାୟାରେ ଫସି ସିଦ୍ଧ ପୁରୁଷ ମଧ୍ୟ ପଥଭ୍ରଷ୍ଟ ହୋଇଥାଏ ଆଉ ଭଗବାନଙ୍କ ପ୍ରେମରେ ଲୀନ ହେବା ସମାଧିରେ ଲାଗନ୍ତି ନାହିଁ।
ਤੀਨੇ ਲੋਅ ਵਿਆਪਤ ਹੈ ਅਧਿਕ ਰਹੀ ਲਪਟਾਇ ॥
ମାୟା ଆକାଶ, ପାତାଳ, ଧରିତ୍ରୀ ତିନି ଲୋକରେ ଜୀବକୁ ନିଜ ମୋହରେ ଫସାଇ ରଖିଥାଏ। ସେ ସମସ୍ତ ଜୀବଙ୍କୁ ଅତ୍ୟଧିକ ଗ୍ରାସ କରିଛି।
ਬਿਨੁ ਗੁਰ ਮੁਕਤਿ ਨ ਪਾਈਐ ਨਾ ਦੁਬਿਧਾ ਮਾਇਆ ਜਾਇ ॥੫॥
ଗୁରୁ ବିନା ମାୟାରୁ ମୁକ୍ତି ପ୍ରାପ୍ତ ହୁଏ ନାହିଁ ଆଉ ନାହିଁ ଦ୍ଵିଧା ଓ ସାଂସାରିକ ମମତା ଦୂର ହୋଇଥାଏ ॥5॥
ਮਾਇਆ ਕਿਸ ਨੋ ਆਖੀਐ ਕਿਆ ਮਾਇਆ ਕਰਮ ਕਮਾਇ ॥
ମାୟା କାହାକୁ କହନ୍ତି? ମାୟା କେଉଁ କାର୍ଯ୍ୟ କରିଥାଏ?
ਦੁਖਿ ਸੁਖਿ ਏਹੁ ਜੀਉ ਬਧੁ ਹੈ ਹਉਮੈ ਕਰਮ ਕਮਾਇ ॥
ଦୁଃଖ ଓ ସୁଖ ଭିତରେ ମାୟା ଏହି ପ୍ରାଣୀକୁ ଜାବୁଡି ଧରିଥାଏ ଆଉ ଯାହା ଦ୍ଵାରା ପ୍ରାଣୀ ଅହଙ୍କାରର କର୍ମ କରିଥାଏ।
ਬਿਨੁ ਸਬਦੈ ਭਰਮੁ ਨ ਚੂਕਈ ਨਾ ਵਿਚਹੁ ਹਉਮੈ ਜਾਇ ॥੬॥
ଶବ୍ଦ ବିନା ଭ୍ରମ ଦୂର ହୁଏ ନାହିଁ ଆଉ ଅନ୍ତର୍ମନରୁ ଅହଂକାର ଦୂର ହୁଏ ନାହିଁ। ॥6॥
ਬਿਨੁ ਪ੍ਰੀਤੀ ਭਗਤਿ ਨ ਹੋਵਈ ਬਿਨੁ ਸਬਦੈ ਥਾਇ ਨ ਪਾਇ ॥
ପ୍ରେମ ବିନା ଭଗବାନଙ୍କୁ ଭକ୍ତି ହୋଇପାରେ ନାହିଁ ଆଉ ନାମ ଅତିରିକ୍ତ ମନୁଷ୍ୟକୁ ପ୍ରଭୁଙ୍କ ଦରବାରରେ ସ୍ଥାନ ମିଳେ ନାହିଁ।
ਸਬਦੇ ਹਉਮੈ ਮਾਰੀਐ ਮਾਇਆ ਕਾ ਭ੍ਰਮੁ ਜਾਇ ॥
ଯଦି ଅହଂତ୍ଵକୁ ନାମ ଦ୍ଵାରା ମାରିଦିଆଯାଏ , ମାୟା ଜାତ କରିଥିବା ଭ୍ରମ ଦୂର ହୋଇଯାଏ।
ਨਾਮੁ ਪਦਾਰਥੁ ਪਾਈਐ ਗੁਰਮੁਖਿ ਸਹਜਿ ਸੁਭਾਇ ॥੭॥
ଗୁରୁମୁଖ ସ୍ଵାଭାବିକ ଭାବରେ ହରିନାମର ଧନ ପ୍ରାପ୍ତ କରିନିଏ। ॥7॥
ਬਿਨੁ ਗੁਰ ਗੁਣ ਨ ਜਾਪਨੀ ਬਿਨੁ ਗੁਣ ਭਗਤਿ ਨ ਹੋਇ ॥
ଗୁରୁ ବିନା ଶୁଭ ଗୁଣ ଜଣା ପଡେ ନାହିଁ ତଥା ଶୁଭ ଗୁଣ ଗ୍ରହଣ ବିନା ଭଗବାନଙ୍କ ଭକ୍ତି ହୁଏ ନାହିଁ।
ਭਗਤਿ ਵਛਲੁ ਹਰਿ ਮਨਿ ਵਸਿਆ ਸਹਜਿ ਮਿਲਿਆ ਪ੍ਰਭੁ ਸੋਇ ॥
ଯେତେବେଳେ ଭକ୍ତବତ୍ସଳ ଶ୍ରୀ ହରି ଆସି ମନରେ ବାସ କରନ୍ତି , ସେତେବେଳେ ମନୁଷ୍ୟ ଭିତରେ ସ୍ଵାଭାବିକ ଅବସ୍ଥା ଉତ୍ପର୍ଣ୍ଣ ହୋଇଯାଏ। ପୁଣି ସେହି ପ୍ରଭୁ ସ୍ଵୟଂ ଆସି ମିଳନ କରନ୍ତି ।
ਨਾਨਕ ਸਬਦੇ ਹਰਿ ਸਾਲਾਹੀਐ ਕਰਮਿ ਪਰਾਪਤਿ ਹੋਇ ॥੮॥੪॥੨੧॥
ହେ ନାନକ! ଭାଗ୍ୟରୁ ହିଁ ସଦଗୁରୁଙ୍କ ପ୍ରାପ୍ତି ହୋଇଥାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଭଗବାନଙ୍କ ମହିମା ସ୍ତୁତି କରିବା ଉଚିତ ॥8॥4॥21॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਮਾਇਆ ਮੋਹੁ ਮੇਰੈ ਪ੍ਰਭਿ ਕੀਨਾ ਆਪੇ ਭਰਮਿ ਭੁਲਾਏ ॥
ଭଗବାନ ସ୍ଵୟଂ ହିଁ ମାୟା ମୋହର ରଚନା କରିଛନ୍ତି। ସେ ସ୍ଵୟଂ ହିଁ ଜୀବକୁ ମାୟାର ମୋହରେ ଫସାଇ ଭୁଲାଇ ଦେଇଛନ୍ତି।
ਮਨਮੁਖਿ ਕਰਮ ਕਰਹਿ ਨਹੀ ਬੂਝਹਿ ਬਿਰਥਾ ਜਨਮੁ ਗਵਾਏ ॥
ମନମୁଖ କର୍ମ କରନ୍ତି, ପରନ୍ତୁ, ତାହାକୁ ଏହାର ଜ୍ଞାନ ହୋଇନଥାଏ। କିନ୍ତୁ ସେ ନିଜ ଜୀବନ ବ୍ୟର୍ଥରେ ହରାଇ ଦିଏ।
ਗੁਰਬਾਣੀ ਇਸੁ ਜਗ ਮਹਿ ਚਾਨਣੁ ਕਰਮਿ ਵਸੈ ਮਨਿ ਆਏ ॥੧॥
ଗୁରୁବାଣୀ ଏହି ସଂସାରରେ ଈଶ୍ଵରୀୟ ପ୍ରକାଶ ଅଟେ। ପ୍ରଭୁଙ୍କ ଦୟାରୁ ପ୍ରାଣୀର ମନରେ ଏହି ବାଣୀ ଆସି ବସିଥାଏ। ॥1॥
ਮਨ ਰੇ ਨਾਮੁ ਜਪਹੁ ਸੁਖੁ ਹੋਇ ॥
ହେ ମୋର ମନ! ଭଗବାନଙ୍କ ନାମ ଜପ, ଏଥିରେ ହିଁ ସୁଖର ଉପଲବ୍ଧି ହୋଇଥାଏ।
ਗੁਰੁ ਪੂਰਾ ਸਾਲਾਹੀਐ ਸਹਜਿ ਮਿਲੈ ਪ੍ਰਭੁ ਸੋਇ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁଙ୍କ ମହିମା କଲେ ପରମେଶ୍ଵର ସ୍ଵାଭାବିକ ଭାବରେ ପ୍ରାଣୀକୁ ମିଳିଯାନ୍ତି। ॥1॥ରୁହ॥
ਭਰਮੁ ਗਇਆ ਭਉ ਭਾਗਿਆ ਹਰਿ ਚਰਣੀ ਚਿਤੁ ਲਾਇ ॥
ଈଶ୍ଵରଙ୍କ ଚରଣରେ ଚିତ୍ତ ଲଗାଇଲେ ମନୁଷ୍ୟର ମାୟାର ଭୟ ଓ ମୃତ୍ୟୁର ଭୟ ନାଶ ହୋଇଯାଏ।
ਗੁਰਮੁਖਿ ਸਬਦੁ ਕਮਾਈਐ ਹਰਿ ਵਸੈ ਮਨਿ ਆਇ ॥
ଜିଜ୍ଞାସୁ ପ୍ରାଣୀ ଯେବେ ଗୁରୁ କୃପାରୁ ନାମର ଆରାଧନା କରିଥାଏ, ସେତେବେଳେ ଇଶ୍ଵର ସ୍ଵୟଂ ତାହାର ହୃଦୟରେ ନିବାସ କରିଥାନ୍ତି।
ਘਰਿ ਮਹਲਿ ਸਚਿ ਸਮਾਈਐ ਜਮਕਾਲੁ ਨ ਸਕੈ ਖਾਇ ॥੨॥
ମନୁଷ୍ୟ ସତ୍ୟ ପ୍ରଭୁଙ୍କ ଆତ୍ମ ସ୍ୱରୂପ ରୂପୀ ମହଲର ଭିତରେ ଲୀନ ହୋଇଯାଇଥାଏ ଆଉ ଯମଦୂତ ତାହାକୁ କଦାପି ଗ୍ରାସ କରିପାରେ ନାହିଁ ॥2॥
ਨਾਮਾ ਛੀਬਾ ਕਬੀਰੁ ਜੋੁਲਾਹਾ ਪੂਰੇ ਗੁਰ ਤੇ ਗਤਿ ਪਾਈ ॥
ନିମ୍ନ ଜାତିର ନାମଦେବ ଆଉ କବୀର ପୂର୍ଣ୍ଣ ଗୁରୁଙ୍କ କୃପାରୁ ମୋକ୍ଷ ପ୍ରାପ୍ତ କରିଥିଲେ।
ਬ੍ਰਹਮ ਕੇ ਬੇਤੇ ਸਬਦੁ ਪਛਾਣਹਿ ਹਉਮੈ ਜਾਤਿ ਗਵਾਈ ॥
ସେ ଗୁରୁ ଶବ୍ଦର ଜ୍ଞାନ ପାଇ ବ୍ରହ୍ମଜ୍ଞାନୀ ହୋଇଥିଲେ ଆଉ ସେମାନେ ଜାତିଗତ ଗୌରବ ଅଥବା ଅହଂତ୍ଵକୁ ପୂର୍ଣ୍ଣ ତ୍ୟାଗ କରିଦେଇଥିଲେ
ਸੁਰਿ ਨਰ ਤਿਨ ਕੀ ਬਾਣੀ ਗਾਵਹਿ ਕੋਇ ਨ ਮੇਟੈ ਭਾਈ ॥੩॥
ଦେବତା ଏବଂ ମନୁଷ୍ୟ ତାଙ୍କରି ପବିତ୍ର ବାଣୀର ଗାନ କରିଥାନ୍ତି।ତାଙ୍କରି ଶୋଭା କେହି ମଧ୍ୟ ଦୂର କରିପାରିବ ନାହିଁ। ॥3॥
ਦੈਤ ਪੁਤੁ ਕਰਮ ਧਰਮ ਕਿਛੁ ਸੰਜਮ ਨ ਪੜੈ ਦੂਜਾ ਭਾਉ ਨ ਜਾਣੈ ॥
ଦୈତ ହିରଣ୍ୟକାଶପ୍ୟର ପୁତ୍ର ଭକ୍ତ ପ୍ରହଲାଦ କୌଣସି ଧର୍ମ-କର୍ମ କରୁ ନଥିଲା। ସେ ମନକୁ ସ୍ଥିର କରୁଥିବା ସଂଯମ, ଧ୍ୟାନ ଏବଂ ସମାଧି ରୂପ ବିଧି ବିଷୟରେ କିଛି ମଧ୍ୟ ଜାଣିନଥିଲା। ସେମାୟାର ମୋହକୁ ଜାଣି ନଥିଲା।
ਸਤਿਗੁਰੁ ਭੇਟਿਐ ਨਿਰਮਲੁ ਹੋਆ ਅਨਦਿਨੁ ਨਾਮੁ ਵਖਾਣੈ ॥
ସଦଗୁରୁଙ୍କ ସହିତ ମିଳନ କରି ସେ ନିର୍ମଳ ହୋଇଯାଇଥିଲା, ସେ ରାତିଦିନ ନାମର ଜପ କରୁଥିଲା।
ਏਕੋ ਪੜੈ ਏਕੋ ਨਾਉ ਬੂਝੈ ਦੂਜਾ ਅਵਰੁ ਨ ਜਾਣੈ ॥੪॥
ଆଉ କେବଳ ଗୋଟିଏ ନାମକୁ ହିଁ ଜାଣିଥିଲା ତଥା ଅନ୍ୟ କୌଣସି ଦ୍ଵିତୀୟକୁ ଜାଣିନଥିଲା। ॥4॥
ਖਟੁ ਦਰਸਨ ਜੋਗੀ ਸੰਨਿਆਸੀ ਬਿਨੁ ਗੁਰ ਭਰਮਿ ਭੁਲਾਏ ॥
ଛଅ ଶାସ୍ତ୍ରର ଉପଦେଶକୁ ମାନିବା ବାଲା ଯୋଗୀ, ସନ୍ନ୍ୟାସୀ ଇତ୍ୟାଦି ଗୁରୁଙ୍କ ବିନା ସନ୍ଦେହରେ ଭ୍ରମରେ ପଡିଛନ୍ତି।
ਸਤਿਗੁਰੁ ਸੇਵਹਿ ਤਾ ਗਤਿ ਮਿਤਿ ਪਾਵਹਿ ਹਰਿ ਜੀਉ ਮੰਨਿ ਵਸਾਏ ॥
ଯଦି ସେ ସଦଗୁରୁଙ୍କ ସେବାର ସୌଭାଗ୍ୟ ପ୍ରାପ୍ତ କରିଥାଏ, ସେ ମୋକ୍ଷ ଏବଂ ଈଶ୍ଵରଙ୍କୁ ଖୋଜିବା ପାଇଁ ସମର୍ଥ ହୋଇଥାଏ ଆଉ ପୂଜ୍ୟ ହରିଙ୍କୁ ନିଜ ଚିତ୍ତରେ ରଖିଥାଏ।
ਸਚੀ ਬਾਣੀ ਸਿਉ ਚਿਤੁ ਲਾਗੈ ਆਵਣੁ ਜਾਣੁ ਰਹਾਏ ॥੫॥
ସଚ୍ଚା ଗୁରୁବାଣୀ ଦ୍ଵାରା ତାହାର ମନ ଯୋଡି ହୋଇଯାଏ ଆଉ ତାହାର ଜନ୍ମ ମୃତ୍ୟୁ ଚକ୍ର ଦୂର ହୋଇଯାଏ ॥5॥
ਪੰਡਿਤ ਪੜਿ ਪੜਿ ਵਾਦੁ ਵਖਾਣਹਿ ਬਿਨੁ ਗੁਰ ਭਰਮਿ ਭੁਲਾਏ ॥
ଗୁରୁଙ୍କ ବିନା ଭ୍ରମରେ ପଡିଥିବା ପଣ୍ଡିତ ଶାସ୍ତ୍ର ଇତ୍ୟାଦିର ଅଧ୍ୟୟନ କରି ବାଦ-ବିବାଦ କରିଥାଏ, କିନ୍ତୁ, ଶବ୍ଦ ବିନା ତାହାକୁ ମୋକ୍ଷ ପ୍ରାପ୍ତି ହୋଇନଥାଏ।
ਲਖ ਚਉਰਾਸੀਹ ਫੇਰੁ ਪਇਆ ਬਿਨੁ ਸਬਦੈ ਮੁਕਤਿ ਨ ਪਾਏ ॥
ସେ ଚଉରାଅଶି ଲକ୍ଷ ଯୋନିରେ ବୁଲୁଥାଏ, ଯେତେବେଳେ ଈଶ୍ଵରଙ୍କ ଅନୁକମ୍ପା ହୁଏ ସଦଗୁରୁଙ୍କ ସହିତ ମିଳନ ହୋଇଥାଏ।
ਜਾ ਨਾਉ ਚੇਤੈ ਤਾ ਗਤਿ ਪਾਏ ਜਾ ਸਤਿਗੁਰੁ ਮੇਲਿ ਮਿਲਾਏ ॥੬॥
ଆଉ ଯେବେ ସଦଗୁରୁଙ୍କ ଉପଦେଶ ଅନୁସାରେ ନାମର ଆରାଧନା କରିଥାଏ, ସେତେବେଳେ ସେ ଗତି ପ୍ରାପ୍ତ କରିଥାଏ ॥6॥
ਸਤਸੰਗਤਿ ਮਹਿ ਨਾਮੁ ਹਰਿ ਉਪਜੈ ਜਾ ਸਤਿਗੁਰੁ ਮਿਲੈ ਸੁਭਾਏ ॥
ଯଦି ପ୍ରାଣୀଙ୍କ ଗୁରୁ ସହିତ ମିଲନ ହୋଇଯାଏ ତାହାହେଲେ ସତସଙ୍ଗ କାରଣରୁ ସେ ହରି ନାମ ସ୍ମରଣ କରିପାରେ।