ਜਨ ਨਾਨਕ ਕਉ ਹਰਿ ਬਖਸਿਆ ਹਰਿ ਭਗਤਿ ਭੰਡਾਰਾ ॥੨॥
ହେ ହରି! ନାନକକୁ ମଧ୍ୟ ନିଜ ଭକ୍ତିର ଭଣ୍ଡାର ପ୍ରଦାନ କରିଛନ୍ତି॥2॥
ਹਮ ਕਿਆ ਗੁਣ ਤੇਰੇ ਵਿਥਰਹ ਸੁਆਮੀ ਤੂੰ ਅਪਰ ਅਪਾਰੋ ਰਾਮ ਰਾਜੇ ॥
ହେ ସ୍ଵାମୀ! ଆମେ ତୋର କେଉଁ ଗୁଣର ବର୍ଣ୍ଣନା କରି ପାରିବୁ? ହେ ରାଜନ ପ୍ରଭୁ! ତୁ ଅପାରମ୍ପାର ଅଟୁ।
ਹਰਿ ਨਾਮੁ ਸਾਲਾਹਹ ਦਿਨੁ ਰਾਤਿ ਏਹਾ ਆਸ ਆਧਾਰੋ ॥
ମୁଁ ରାତି ଦିନ ହରିନାମର ପ୍ରଶଂସା କରିଥାଏ, କେବଳ ଏହା ମୋର ଆଶା ଏବଂ ଆଧାର ଅଟେ।
ਹਮ ਮੂਰਖ ਕਿਛੂਅ ਨ ਜਾਣਹਾ ਕਿਵ ਪਾਵਹ ਪਾਰੋ ॥
ହେ ପ୍ରଭୁ! ଆମେ ମୂର୍ଖ ଅଟୁ ଆଉ କିଛି ମଧ୍ୟ ଜାଣି ନାହୁଁ, ଆମେ ତୁମର ଅନ୍ତ କିପରି ପାଇ ପାରିବୁ?
ਜਨੁ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਹਰਿ ਦਾਸ ਪਨਿਹਾਰੋ ॥੩॥
ନାନକ ହରିଙ୍କ ଦାସ ଅଟନ୍ତି, ବାସ୍ତବରେ ହରିଙ୍କ ଦାସର ଦାସ ଅଟନ୍ତି॥3॥
ਜਿਉ ਭਾਵੈ ਤਿਉ ਰਾਖਿ ਲੈ ਹਮ ਸਰਣਿ ਪ੍ਰਭ ਆਏ ਰਾਮ ਰਾਜੇ ॥
ହେ ପ୍ରଭୁ! ତୁମକୁ ଯେପରି ଭଲ ଲାଗିଥାଏ, ସେପରି ହିଁ ଆମକୁ ରକ୍ଷା କର, ଆମେ ଶରଣରେ ଆସିଛୁ।
ਹਮ ਭੂਲਿ ਵਿਗਾੜਹ ਦਿਨਸੁ ਰਾਤਿ ਹਰਿ ਲਾਜ ਰਖਾਏ ॥
ଆମେ ଦିନ ରାତି ଜୀବନ ପଥରୁ ଭ୍ରଷ୍ଟ ହୋଇ ନିଜ ଜୀବନକୁ ନଷ୍ଟ କରୁଛୁ, ହେ ହରି! ଆମର ମାନ ପ୍ରତିଷ୍ଠା ରଖ।
ਹਮ ਬਾਰਿਕ ਤੂੰ ਗੁਰੁ ਪਿਤਾ ਹੈ ਦੇ ਮਤਿ ਸਮਝਾਏ ॥
ଆମେ ତୋର ସନ୍ତାନ ଅଟୁ, ତୁମେ ଆମର ଗୁରୁ ଏବଂ ପିତା ଅଟ, ଆମକୁ ସୁମତି ଦେଇ ସନମାର୍ଗରେ ଲଗାଓ।
ਜਨੁ ਨਾਨਕੁ ਦਾਸੁ ਹਰਿ ਕਾਂਢਿਆ ਹਰਿ ਪੈਜ ਰਖਾਏ ॥੪॥੧੦॥੧੭॥
ହେ ପ୍ରଭୁ! ନାନକ ହରିଙ୍କ ଦାସ କହିଥାନ୍ତି, ଏଥିପାଇଁ ତାହାଙ୍କ ମାନ ପ୍ରତିଷ୍ଠା ରଖ॥4॥10॥17॥
ਆਸਾ ਮਹਲਾ ੪ ॥
ଆଶା ମହଲା 4 ॥
ਜਿਨ ਮਸਤਕਿ ਧੁਰਿ ਹਰਿ ਲਿਖਿਆ ਤਿਨਾ ਸਤਿਗੁਰੁ ਮਿਲਿਆ ਰਾਮ ਰਾਜੇ ॥
ଯେଉଁ ଲୋକର କପାଳରେ ପ୍ରାରମ୍ଭରୁ ହିଁ ହରି ଲେଖିଛନ୍ତି, ତାହାକୁ ସଚ୍ଚା ଗୁରୁ ମିଳିଯାଇଛନ୍ତି।
ਅਗਿਆਨੁ ਅੰਧੇਰਾ ਕਟਿਆ ਗੁਰ ਗਿਆਨੁ ਘਟਿ ਬਲਿਆ ॥
ଗୁରୁ ଅଜ୍ଞାନର ଅନ୍ଧକାର ଦୂର କରି ଦେଇଛନ୍ତି ଆଉ ତାହାର ଅନ୍ତର୍ମନରେ ଗୁରୁ, ଜ୍ଞାନର ଦୀପକ ପ୍ରଜ୍ଵଳିତ ହୋଇ ଯାଇଛି।
ਹਰਿ ਲਧਾ ਰਤਨੁ ਪਦਾਰਥੋ ਫਿਰਿ ਬਹੁੜਿ ਨ ਚਲਿਆ ॥
ସେ ହରିନାମ ରୂପୀ ରତ୍ନ ଖୋଜି ପାଇଛି ଆଉ ସେ ପୁନର୍ବାର ଜନ୍ମ ମରଣର ଚକ୍ରରେ ପଥଭ୍ରଷ୍ଟ ହୁଏନାହିଁ।
ਜਨ ਨਾਨਕ ਨਾਮੁ ਆਰਾਧਿਆ ਆਰਾਧਿ ਹਰਿ ਮਿਲਿਆ ॥੧॥
ନାନକ ନାମର ଆରାଧନା କରିଛନ୍ତି ଆଉ ଏହା ଦ୍ଵାରା ସେ ହରି-ପ୍ରଭୁଙ୍କ ସହିତ ମିଳନ କରିଛି॥1॥
ਜਿਨੀ ਐਸਾ ਹਰਿ ਨਾਮੁ ਨ ਚੇਤਿਓ ਸੇ ਕਾਹੇ ਜਗਿ ਆਏ ਰਾਮ ਰਾਜੇ ॥
ଯିଏ ଏପରି ହରିଙ୍କ ନାମକୁ ସ୍ମରଣ କରି ନାହିଁ, ସେ ଏହି ଜଗତକୁ କାହିଁକି ଆସିଛି?
ਇਹੁ ਮਾਣਸ ਜਨਮੁ ਦੁਲੰਭੁ ਹੈ ਨਾਮ ਬਿਨਾ ਬਿਰਥਾ ਸਭੁ ਜਾਏ ॥
ସେହି ମାନବ ଜନ୍ମ ବଡ ଦୁର୍ଲଭ ଅଟେ ଆଉ ପ୍ରଭୁ ନାମ ବିନା ଏହା ବ୍ୟର୍ଥରେ ଚାଲିଯାଏ।
ਹੁਣਿ ਵਤੈ ਹਰਿ ਨਾਮੁ ਨ ਬੀਜਿਓ ਅਗੈ ਭੁਖਾ ਕਿਆ ਖਾਏ ॥
ଏବେ ଜୀବନ ରୂପୀ ଯୋଗ୍ୟ ଋତୁରେ ମନୁଷ୍ୟ ହରିଙ୍କ ନାମ ବୁଣେ ନାହିଁ, ତା’ପରେ ପରଲୋକରେ କଣ ଖାଇବ?
ਮਨਮੁਖਾ ਨੋ ਫਿਰਿ ਜਨਮੁ ਹੈ ਨਾਨਕ ਹਰਿ ਭਾਏ ॥੨॥
ମନମୁଖୀ ମନୁଷ୍ୟ ବାରମ୍ବାର ଜନ୍ମ ନେଇଥାଏ, ହେ ନାନକ! ପରମାତ୍ମାଙ୍କୁ ଏହା ମଞ୍ଜୁର ଅଟେ॥2॥
ਤੂੰ ਹਰਿ ਤੇਰਾ ਸਭੁ ਕੋ ਸਭਿ ਤੁਧੁ ਉਪਾਏ ਰਾਮ ਰਾਜੇ ॥
ହେ ହରି! ତୁ ସମସ୍ତ ଜୀବର ସ୍ଵାମୀ ଅଟୁ ଆଉ ଏହି ସବୁ କିଛି ତୋର ଅଟେ, ତୁ ହିଁ ସବୁଙ୍କୁ ଜାତ କରିଛୁ।
ਕਿਛੁ ਹਾਥਿ ਕਿਸੈ ਦੈ ਕਿਛੁ ਨਾਹੀ ਸਭਿ ਚਲਹਿ ਚਲਾਏ ॥
ଜୀବଙ୍କ ବଶରେ କିଛି ମଧ୍ୟ ନଥାଏ, ତୁମେ ଯେପରି ଚଳାଇ ଥାଅ, ସେପରି ଜୀବନ-ଆଚରଣ କରିଥାଏ।
ਜਿਨੑ ਤੂੰ ਮੇਲਹਿ ਪਿਆਰੇ ਸੇ ਤੁਧੁ ਮਿਲਹਿ ਜੋ ਹਰਿ ਮਨਿ ਭਾਏ ॥
ହେ ମୋର ପ୍ରିୟ ପ୍ରଭୁ! ସେହି ଜୀବ ତୋ ସହିତ ମିଳନ କରିଥାଏ, ଯାହାକୁ ତୁମେ ସ୍ଵୟଂ ଚାହିଁ ଥାଅ।
ਜਨ ਨਾਨਕ ਸਤਿਗੁਰੁ ਭੇਟਿਆ ਹਰਿ ਨਾਮਿ ਤਰਾਏ ॥੩॥
ନାନକଙ୍କ ଭେଟ ସଦଗୁରୁଙ୍କ ସହିତ ହୋଇଯାଇଛି, ଯିଏ ହରିଙ୍କ ନାମ ଦ୍ଵାରା ତାହାକୁ ଭବସାଗରରୁ ପାର କରାଇଛନ୍ତି॥3॥
ਕੋਈ ਗਾਵੈ ਰਾਗੀ ਨਾਦੀ ਬੇਦੀ ਬਹੁ ਭਾਤਿ ਕਰਿ ਨਹੀ ਹਰਿ ਹਰਿ ਭੀਜੈ ਰਾਮ ਰਾਜੇ ॥
କିଛି ଲୋକ ଅନେକ ପ୍ରକାରର ରାଗ ଗାନ କରି, ଶଙ୍ଖ ବଜାଇ ଏବଂ ବେଦ ଅଧ୍ୟୟନ ଦ୍ଵାରା ଭଗବାନଙ୍କ ଗୁଣଗାନ କରିଥାନ୍ତି, କିନ୍ତୁ ଏହି ବିଧି ଦ୍ଵାରା ପରମାତ୍ମା ପ୍ରସନ୍ନ ହୁଅନ୍ତି ନାହିଁ।
ਜਿਨਾ ਅੰਤਰਿ ਕਪਟੁ ਵਿਕਾਰੁ ਹੈ ਤਿਨਾ ਰੋਇ ਕਿਆ ਕੀਜੈ ॥
ଯାହା ମନରେ ଛଳ, କପଟ ଏବଂ ବିକାର ଥାଏ, ତାହାର ବିଳାପ କରିବାର ଅଭିପ୍ରାୟ କଣ ଅଛି?
ਹਰਿ ਕਰਤਾ ਸਭੁ ਕਿਛੁ ਜਾਣਦਾ ਸਿਰਿ ਰੋਗ ਹਥੁ ਦੀਜੈ ॥
ବିଶ୍ଵର ରଚୟିତା ପରମାତ୍ମା ସବୁ କିଛି ଜାଣିଥାନ୍ତି, ମନୁଷ୍ୟ ନିଜ ପାପ ଲୁଚାଇବା ପାଇଁ କେତେ ପ୍ରୟାସ କଲେ ମଧ୍ୟ।
ਜਿਨਾ ਨਾਨਕ ਗੁਰਮੁਖਿ ਹਿਰਦਾ ਸੁਧੁ ਹੈ ਹਰਿ ਭਗਤਿ ਹਰਿ ਲੀਜੈ ॥੪॥੧੧॥੧੮॥
ହେ ନାନକ! ଯେଉଁ ଗୁରୁମୁଖୀର ହୃଦ୍ୟ ଶୁଦ୍ଧ ଅଛି, ସେ ହରି-ଭକ୍ତି କରି ହରିଙ୍କୁ ପାଇନିଏ॥4॥11॥18॥
ਆਸਾ ਮਹਲਾ ੪ ॥
ଆଶା ମହଲା 4 ॥
ਜਿਨ ਅੰਤਰਿ ਹਰਿ ਹਰਿ ਪ੍ਰੀਤਿ ਹੈ ਤੇ ਜਨ ਸੁਘੜ ਸਿਆਣੇ ਰਾਮ ਰਾਜੇ ॥
ଯାହାର ମନରେ ଭଗବାନଙ୍କ ପ୍ରେମ ଥାଏ, ସେହି ଲୋକ ବୁଦ୍ଧିମାନ ଅଟେ।
ਜੇ ਬਾਹਰਹੁ ਭੁਲਿ ਚੁਕਿ ਬੋਲਦੇ ਭੀ ਖਰੇ ਹਰਿ ਭਾਣੇ ॥
ଯଦି ସେ ବାହାରୁ ବୋଲିବାରେ ଭୁଲ କରିଥାଏ, ତାହାହେଲେ ମଧ୍ୟ ଭଗବାନଙ୍କୁ ବହୁତ ଭଲ ଲାଗିଥାଏ।
ਹਰਿ ਸੰਤਾ ਨੋ ਹੋਰੁ ਥਾਉ ਨਾਹੀ ਹਰਿ ਮਾਣੁ ਨਿਮਾਣੇ ॥
ଭଗବାନଙ୍କ ସନ୍ଥଜନଙ୍କୁ ତାହାଙ୍କ ବିନା ଆଉ କୌଣସି ସ୍ଥାନ ନାହିଁ, ପ୍ରଭୁ ହିଁ ମାନ ବିହୀନ ଲୋକଙ୍କ ସମ୍ମାନ ଅଟନ୍ତି।
ਜਨ ਨਾਨਕ ਨਾਮੁ ਦੀਬਾਣੁ ਹੈ ਹਰਿ ਤਾਣੁ ਸਤਾਣੇ ॥੧॥
ହେ ନାନକ! ହରିଙ୍କ ନାମ ହିଁ ସନ୍ଥଙ୍କ ସାହାରା ଅଟେ ଆଉ ତାହାଙ୍କ ବଳ ହିଁ ସେମାନଙ୍କୁ ବଳବାନ ବନାଇ ଥାଏ॥1॥
ਜਿਥੈ ਜਾਇ ਬਹੈ ਮੇਰਾ ਸਤਿਗੁਰੂ ਸੋ ਥਾਨੁ ਸੁਹਾਵਾ ਰਾਮ ਰਾਜੇ ॥
ମୋର ସଚ୍ଚା ଗୁରୁ ଯେଉଁଠି ମଧ୍ୟ ଯାଇ ବିରାଜମାନ ହୋଇଥାନ୍ତି, ସେହି ସ୍ଥାନ ଅତି ସୁନ୍ଦର ହୋଇଯାଏ।
ਗੁਰਸਿਖੀਂ ਸੋ ਥਾਨੁ ਭਾਲਿਆ ਲੈ ਧੂਰਿ ਮੁਖਿ ਲਾਵਾ ॥
ଗୁରୁ-ଶିଷ୍ୟ ସେହି ସ୍ଥାନକୁ ଖୋଜି ନିଅନ୍ତି ଆଉ ତାହାଙ୍କ ଧୂଳି ନେଇ ନିଜ କପାଳରେ ଲଗାନ୍ତି।
ਗੁਰਸਿਖਾ ਕੀ ਘਾਲ ਥਾਇ ਪਈ ਜਿਨ ਹਰਿ ਨਾਮੁ ਧਿਆਵਾ ॥
ଯେଉଁ ଗୁରୁ-ଶିଖ ହରିନାମ ଧ୍ୟାନ କରିଥାଏ, ତାହାର ସେବା ସଫଳ ହୋଇଯାଏ।
ਜਿਨੑ ਨਾਨਕੁ ਸਤਿਗੁਰੁ ਪੂਜਿਆ ਤਿਨ ਹਰਿ ਪੂਜ ਕਰਾਵਾ ॥੨॥
ହେ ନାନକ! ଯିଏ ସଦଗୁରୁଙ୍କ ପୂଜା କରିଥାଏ, ପ୍ରଭୁ ତାହାର ପୂଜା ଦୁନିଆରେ କରାଇ ଥାଆନ୍ତି॥2॥
ਗੁਰਸਿਖਾ ਮਨਿ ਹਰਿ ਪ੍ਰੀਤਿ ਹੈ ਹਰਿ ਨਾਮ ਹਰਿ ਤੇਰੀ ਰਾਮ ਰਾਜੇ ॥
ଗୁରୁ-ଶିଖଙ୍କ ମନରେ ପରମାତ୍ମାଙ୍କ ନାମରେ ହିଁ ପ୍ରେମ ଥାଏ, ହେ ପ୍ରଭୁ! ସେ ତୁମକୁ ପ୍ରେମ କରିଥାଏ।