Odia Page 15

ਨਾਨਕ ਕਾਗਦ ਲਖ ਮਣਾ ਪੜਿ ਪੜਿ ਕੀਚੈ ਭਾਉ ॥
ସଦଗୁରୁଜୀ କଥନ କରନ୍ତି ଯେ ଲକ୍ଷେ ମନ କାଗଜ ପଢି ପଢି, ଅର୍ଥାତ ଅନେକ ଅନେକ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥର ଅଧ୍ୟୟନ କରି ଈଶ୍ବରଙ୍କ ସହିତ ପ୍ରେମ କରାଯାଏ।

ਮਸੂ ਤੋਟਿ ਨ ਆਵਈ ਲੇਖਣਿ ਪਉਣੁ ਚਲਾਉ ॥
ତାଙ୍କରି ସ୍ତୁତି ଲେଖିବା ପାଇଁ ଶିରାର ମଧ୍ୟ ଅଭାବ ନ ହେଉ ଆଉ କଲମ ପବନ ବେଗରେ ଚାଲୁଥାଏ।

ਭੀ ਤੇਰੀ ਕੀਮਤਿ ਨਾ ਪਵੈ ਹਉ ਕੇਵਡੁ ਆਖਾ ਨਾਉ ॥੪॥੨॥
ତାହାହେଲେ ମଧ୍ୟ ତୋର ମୂଲ୍ୟାଙ୍କନ କରିପାରିବି ନାହିଁ, ତୋର ନାମକୁ ମୁଁ କେତେ ମହାନ କଥନ କରୁ, ଅର୍ଥାତ ତୋର ନାମର ମହିମା ବ୍ୟାଖ୍ୟା କରିବା କଠିନ ଅଟେ।॥4॥2॥

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥

ਲੇਖੈ ਬੋਲਣੁ ਬੋਲਣਾ ਲੇਖੈ ਖਾਣਾ ਖਾਉ ॥
ହେ ମାନବ! ଶବ୍ଦ ବୋଲିବା ସୀମିତ ଅଟେ, ଖାଇବା ପିଇବା ମଧ୍ୟ ସୀମିତ ଅଟେ।

ਲੇਖੈ ਵਾਟ ਚਲਾਈਆ ਲੇਖੈ ਸੁਣਿ ਵੇਖਾਉ ॥
ମାର୍ଗ ଉପରେ ଚାଲିବା ସୀମା ବନ୍ଧା ହୋଇଛି, ଦେଖିବା ଓ ଶ୍ରବଣ କରିବା ସୀମା ନିଶ୍ଚିତ ଅଟେ।

ਲੇਖੈ ਸਾਹ ਲਵਾਈਅਹਿ ਪੜੇ ਕਿ ਪੁਛਣ ਜਾਉ ॥੧॥
ଏ ପର୍ଯ୍ୟନ୍ତ ଯେ ସ୍ରଷ୍ଟା ତୁମକୁ ଯେଉଁ ଶ୍ଵାସ ପ୍ରଦାନ କରିଛନ୍ତି ତାହା ମଧ୍ୟ ସୀମିତ ଅଟେ, କୌଣସି ବିଦ୍ଵାନକୁ ପଚାରିବାର କଣ ଆବଶ୍ୟକତା ଅଛି॥1॥

ਬਾਬਾ ਮਾਇਆ ਰਚਨਾ ਧੋਹੁ ॥
ଏଥିପାଇଁ ହେ ଜୀବ! ଏହି ସାଂସାରିକ ମାୟା ସବୁ କିଛି କପଟ ଅଟେ।

ਅੰਧੈ ਨਾਮੁ ਵਿਸਾਰਿਆ ਨਾ ਤਿਸੁ ਏਹ ਨ ਓਹੁ ॥੧॥ ਰਹਾਉ ॥
ଯେଉଁ ଅଜ୍ଞାନ ପରମାତ୍ମାଙ୍କ ନାମ ନିଜ ହୃଦୟରୁ ବିସ୍ମୃତ କରିଦେଇଛି, ତାହାର ହାତକୁ ଏହି ମାୟା ଆସିନାହିଁ କିମ୍ବା ପରତମଙ୍କୁ ପ୍ରାପ୍ତି ହୋଇନାହିଁ॥1॥ରୁହ॥

ਜੀਵਣ ਮਰਣਾ ਜਾਇ ਕੈ ਏਥੈ ਖਾਜੈ ਕਾਲਿ ॥
ଜନ୍ମରୁ ମୃତ୍ୟୁ ସମୟ ପର୍ଯ୍ୟନ୍ତ ମାନବ ଏହି ସଂସାରରେ ନିଜ ସମ୍ବନ୍ଧୀୟଙ୍କ ସହ ସାଂସାରିକ ପଦାର୍ଥର ଭୋଗ କରିଥାଏ।

ਜਿਥੈ ਬਹਿ ਸਮਝਾਈਐ ਤਿਥੈ ਕੋਇ ਨ ਚਲਿਓ ਨਾਲਿ ॥
କିନ୍ତୁ ଯେଉଁ ଧର୍ମରାଜଙ୍କ ସଭାରେ ବସି ଜୀବକୁ ତାହାର କର୍ମର ଲେଖା ବତାଯାଏ, ସେ ପର୍ଯ୍ୟନ୍ତ ଯିବା ପାଇଁ କିମ୍ବା ସେଠାରେ ତାହାର ସହାୟତା କରିବାକୁ କିଏ ସାଥିରେ ଯାଏ ନାହିଁ।

ਰੋਵਣ ਵਾਲੇ ਜੇਤੜੇ ਸਭਿ ਬੰਨਹਿ ਪੰਡ ਪਰਾਲਿ ॥੨॥
ମୃତ୍ୟୁ ପରେ ଯିଏ କାନ୍ଦେ ସବୁ ବ୍ୟର୍ଥର ଭାର ସିଏ ବାନ୍ଧେ; ଅର୍ଥାତ ସେ କାନ୍ଦିବାର ବ୍ୟର୍ଥ କାମ କରିଠେ॥2॥

ਸਭੁ ਕੋ ਆਖੈ ਬਹੁਤੁ ਬਹੁਤੁ ਘਟਿ ਨ ਆਖੈ ਕੋਇ ॥
ପରମାତ୍ମାଙ୍କୁ ପ୍ରତ୍ୟେକ ଅଧିକରୁ ଅଧିକ କହନ୍ତି, କେହି ଅଳ୍ପ କହେ ନାହିଁ।

ਕੀਮਤਿ ਕਿਨੈ ਨ ਪਾਈਆ ਕਹਣਿ ਨ ਵਡਾ ਹੋਇ ॥
କିନ୍ତୁ ତାଙ୍କରି ମୂଲ୍ୟାଙ୍କନ କେହି କରିପାରେ ନାହିଁ, କହିଲେ ସେ ବଡ କିମ୍ବା ମହାନ ହୋଇଯାନ୍ତି ନାହିଁ।

ਸਾਚਾ ਸਾਹਬੁ ਏਕੁ ਤੂ ਹੋਰਿ ਜੀਆ ਕੇਤੇ ਲੋਅ ॥੩॥
ସତ୍ୟସ୍ଵରୂପ ନିରଙ୍କାର ଊ କେବଳ ଏକ ହିଁ ଅଟୁ, ତଥା ଅନ୍ୟ ପ୍ରାଣୀଙ୍କ ହୃଦୟରେ ଜ୍ଞାନର ପ୍ରକାଶ କରିବାବାଲା ଅଟୁ॥3॥

ਨੀਚਾ ਅੰਦਰਿ ਨੀਚ ਜਾਤਿ ਨੀਚੀ ਹੂ ਅਤਿ ਨੀਚੁ ॥
ନିମ୍ନରୁ ନିମ୍ନ ଜାତିର ଲୋକ ଆଉ ତାହାଠାରୁ ମଧ୍ୟ ଯିଏ ନିମ୍ନ ପ୍ରଭୁ ଭକ୍ତ ଅଛି

ਨਾਨਕੁ ਤਿਨ ਕੈ ਸੰਗਿ ਸਾਥਿ ਵਡਿਆ ਸਿਉ ਕਿਆ ਰੀਸ ॥
ସଦଗୁରୁଜୀ କହନ୍ତି ହେ ନିରଙ୍କାର! ତାଙ୍କରି ସହିତ ମୋର ମିଲନ କର, ମାୟାଅ ଜ୍ଞାନାଭିମାନ କାରଣରୁ ଯିଏ ବଡ ଅଟେ ତାହା ସହିତ ମୋର ସମାନତା କଣ ଅଛି।

ਜਿਥੈ ਨੀਚ ਸਮਾਲੀਅਨਿ ਤਿਥੈ ਨਦਰਿ ਤੇਰੀ ਬਖਸੀਸ ॥੪॥੩॥
ଯେଉଁ ସ୍ଥାନରେ ଏହି ନିମ୍ନ ବ୍ୟକ୍ତିକୁ ସମ୍ଭାଳନ୍ତି, ସେଠାରେ ହେ କୃପା ସାଗର! ମୋ’ ପ୍ରତି ତୋର କୃପା ହେବ।॥4॥3॥

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥

ਲਬੁ ਕੁਤਾ ਕੂੜੁ ਚੂਹੜਾ ਠਗਿ ਖਾਧਾ ਮੁਰਦਾਰੁ ॥
ଲୋଭ କରିବାବାଲା କୁକୁର ସମାନ ଅଟେ, ମିଥ୍ୟା ବୋଲୁଥିବା, ଛଳ କପଟରେ ଅନ୍ୟକୁ ଖାଇବାବାଲା ଶବ- ଭକ୍ଷକ ହୋଇଥାଏ।

ਪਰ ਨਿੰਦਾ ਪਰ ਮਲੁ ਮੁਖ ਸੁਧੀ ਅਗਨਿ ਕ੍ਰੋਧੁ ਚੰਡਾਲੁ ॥
ଅନ୍ୟର ନିନ୍ଦା କରିଲେ ମୁଖରେ ସର୍ବଦା ପରର ମଇଳା ପଡିଥାଏ, କ୍ରୋଧାଗ୍ନିରେ ମଣିଷ ଚାଣ୍ଡାଳ ରୂପ ଧାରଣ କରିଥାଏ।

ਰਸ ਕਸ ਆਪੁ ਸਲਾਹਣਾ ਏ ਕਰਮ ਮੇਰੇ ਕਰਤਾਰ ॥੧॥
ଆତ୍ମ-ପ୍ରଶଂସା ଖଟା-ମିଠା ରସର ପଦାର୍ଥ ଅଟେ, ହେ କର୍ତ୍ତା! ଏହା ତୁମ ଠାରୁ ବିମୁଖ କରିବାର ଆତ୍ମ-ପ୍ରବଞ୍ଚକ ଜୀବର କର୍ମ ଅଟେ॥1॥

ਬਾਬਾ ਬੋਲੀਐ ਪਤਿ ਹੋਇ ॥
ହେ ମାନବ! ଏପରି ବଚନ କର ଯାହା ଦ୍ଵାରା ପ୍ରତିଷ୍ଠିତ ହୋଇଯିବ।

ਊਤਮ ਸੇ ਦਰਿ ਊਤਮ ਕਹੀਅਹਿ ਨੀਚ ਕਰਮ ਬਹਿ ਰੋਇ ॥੧॥ ਰਹਾਉ ॥
କାରଣ ଯେଉଁ ଜୀବ ଏହି ଲୋକରେ ଶ୍ରେଷ୍ଠ ଅଟେ ସେ ପରମାତ୍ମାଙ୍କ ଦ୍ଵାରରେ ମଧ୍ୟ ଉତ୍ତମ କୁହାଯାଏ ଆଉ ମନ୍ଦ କର୍ମ ଜୀବଙ୍କୁ ନର୍କରେ କଷ୍ଟ ଭୋଗ କରି କାନ୍ଦିବାକୁ ପଡେ॥1॥ରୁହ॥

ਰਸੁ ਸੁਇਨਾ ਰਸੁ ਰੁਪਾ ਕਾਮਣਿ ਰਸੁ ਪਰਮਲ ਕੀ ਵਾਸੁ ॥
(ମାନବ ମନରେ) ସୁନାର ଆଭୁଷଣର ପ୍ରେମ ଅଛି, ରୂପାର ପ୍ରୀତି ସ୍ନେହ ଅଛି, ସୁନ୍ଦର ସ୍ତ୍ରୀକୁ ଭୋଗ କରିବା ରସ ଅଛି, ସୁଗନ୍ଧର ପ୍ରେମ ଅଛି, 

ਰਸੁ ਘੋੜੇ ਰਸੁ ਸੇਜਾ ਮੰਦਰ ਰਸੁ ਮੀਠਾ ਰਸੁ ਮਾਸੁ ॥
ଘୋଡାସବାରର ପ୍ରୀତି ଅଛି, ଆକର୍ଷକ ଶେଯରେ ଶୋଇବା ଓ ଭବ୍ୟ ମହଲରେ ରହିବାର ଇଚ୍ଛା ଅଛି, ମିଠା ପଦାର୍ଥ ତଥା ମାଂସ ଭକ୍ଷଣ ଲଗ୍ନ ଅଛି।

ਏਤੇ ਰਸ ਸਰੀਰ ਕੇ ਕੈ ਘਟਿ ਨਾਮ ਨਿਵਾਸੁ ॥੨॥
ଏହା ଯିଏ କଥନ କରିଛନ୍ତି, ସେ ସବୁ ରସାନନ୍ଦ ଶରୀରରେ ବିଦ୍ୟମାନ ଅଟେ, ତାହାହେଲେ ପରମାତ୍ମାଙ୍କ ନାମ-ରସ ଅନ୍ତଃକରଣର କେଉଁ ସ୍ଥାନରେ ନିବାସ କରେ॥2॥

ਜਿਤੁ ਬੋਲਿਐ ਪਤਿ ਪਾਈਐ ਸੋ ਬੋਲਿਆ ਪਰਵਾਣੁ ॥
ଯିଏ ବଚନ କହିଲେ ପ୍ରତିଷ୍ଠା ପ୍ରାପ୍ତ ହୁଅନ୍ତି ସେହି ମ୍କାଠନ ପରମାତ୍ମାଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।

ਫਿਕਾ ਬੋਲਿ ਵਿਗੁਚਣਾ ਸੁਣਿ ਮੂਰਖ ਮਨ ਅਜਾਣ ॥
ହେ ଅଜ୍ଞାନ ମନ! ଶୁଣ, ନୀରସ ବଚନ ବୋଳିବାବାଲା ବ୍ୟକ୍ତି ଦୁଃଖୀ ହୋଇଥାଏ।

ਜੋ ਤਿਸੁ ਭਾਵਹਿ ਸੇ ਭਲੇ ਹੋਰਿ ਕਿ ਕਹਣ ਵਖਾਣ ॥੩॥
ଯାହା ପରମେଶ୍ଵରଙ୍କୁ ଭଲ ଲାଗେ ସେହି ବଚନ ଶ୍ରେଷ୍ଠ ଅଟେ, ଆଉ କଣ ବର୍ଣ୍ଣନା କରାଯିବ॥3॥ 

ਤਿਨ ਮਤਿ ਤਿਨ ਪਤਿ ਤਿਨ ਧਨੁ ਪਲੈ ਜਿਨ ਹਿਰਦੈ ਰਹਿਆ ਸਮਾਇ ॥
ସେହି ବ୍ୟକ୍ତିଙ୍କ ବୁଦ୍ଧି, ପ୍ରତିଷ୍ଠା ଓ ଦୈବି ସମ୍ପଦ-ରୂପୀ ଧାନ ଶ୍ରେଷ୍ଠ ଅଟେ, ଯାହାଙ୍କ ହୃଦୟରେ ପରମେଶ୍ଵରଙ୍କ ସମାବେଶ ଥାଏ।

ਤਿਨ ਕਾ ਕਿਆ ਸਾਲਾਹਣਾ ਅਵਰ ਸੁਆਲਿਉ ਕਾਇ ॥
ତାଙ୍କରି ପ୍ରଶଂସା କଣ କରାଯିବ, ଅନ୍ୟ କିଏ ପ୍ରଶଂସନୀୟ ହୋଇପାରେ?

ਨਾਨਕ ਨਦਰੀ ਬਾਹਰੇ ਰਾਚਹਿ ਦਾਨਿ ਨ ਨਾਇ ॥੪॥੪॥
ସଦଗୁରୁଜୀ କହନ୍ତି ଯେ ଯେଉଁ ଲୋକ ନିରଙ୍କାରଙ୍କ କୃପା ଦୃଷ୍ଟିର ଉର୍ଦ୍ଧ୍ଵରେ ଅଛି, ସେ ପରମାତ୍ମା ଦ୍ଵାରା ପ୍ରଦତ୍ତ ବିଭୂତିରେ ଖଚିତ ହୋଇଥାଏ, ନାମରେ ନାହିଁ। 

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1॥

ਅਮਲੁ ਗਲੋਲਾ ਕੂੜ ਕਾ ਦਿਤਾ ਦੇਵਣਹਾਰਿ ॥
ଦାତା ନିରଙ୍କାର ଜୀବକୁ ଯେଉଁ ନଶ୍ଵର ଶରୀର ରୂପୀ ନିଶା ବଟିକା ଦେଇଛନ୍ତି, ଅର୍ଥାତ ମାନବକୁ ଯେଉଁ ପରମାତ୍ମା ଦେହ ପ୍ରଦାନ କରିଛନ୍ତି, ତାଙ୍କରି ଅଭିମାନ ରୂପୀ ନିଶାରେ ଜୀବ ଅଚେତ ହୋଇଯାଉଛି।

ਮਤੀ ਮਰਣੁ ਵਿਸਾਰਿਆ ਖੁਸੀ ਕੀਤੀ ਦਿਨ ਚਾਰਿ ॥
ତାଙ୍କରି ଅଭିମାନରେ ମସ୍ତ ବୁଢୀ ମୃତ୍ୟୁକୁ ଭୁଲିଦେଇଛି ଆଉ କ୍ଷଣସ୍ଥାୟୀ ଖୁସିରେ ପରମେଶ୍ଵରଙ୍କ ଠାରୁ ବିମୁଖ ହୋଇଛି।

ਸਚੁ ਮਿਲਿਆ ਤਿਨ ਸੋਫੀਆ ਰਾਖਣ ਕਉ ਦਰਵਾਰੁ ॥੧॥
ଯାହାକୁ ଏହି ନିଶା ହୋଇନାହିଁ ତାହାଙ୍କୁ ସତ୍ୟସ୍ଵରୂପ ଅକାଳ-ପୁରୁଷ ପ୍ରାପ୍ତ ହୋଇଛି ଯାହା ଫଳରେ ତାଙ୍କୁ ବୈକୁଣ୍ଠରେ ସ୍ଥାନ ମିଳେ॥1॥ 

ਨਾਨਕ ਸਾਚੇ ਕਉ ਸਚੁ ਜਾਣੁ ॥
ଏଥିପାଇଁ ନାନକ କହନ୍ତି ଯେ ହେ ମାନବ! ସତ୍ୟସ୍ଵରୂପ ଅକାଳ-ପୁରୁଷଙ୍କ ସତ୍ୟ ଜାଣ।

ਜਿਤੁ ਸੇਵਿਐ ਸੁਖੁ ਪਾਈਐ ਤੇਰੀ ਦਰਗਹ ਚਲੈ ਮਾਣੁ ॥੧॥ ਰਹਾਉ ॥
ଯାହାଙ୍କ ସ୍ମରଣ କଲେ ଆତ୍ମିକ ସୁଖ ପ୍ରାପ୍ତି ହୋଇଥାଏ ଆଉ ନିରଙ୍କାରଙ୍କ ଦରବାରରେ ସମ୍ମାନ ପ୍ରାପ୍ତ ହୋଇଥାଏ॥1॥ରୁହ॥

ਸਚੁ ਸਰਾ ਗੁੜ ਬਾਹਰਾ ਜਿਸੁ ਵਿਚਿ ਸਚਾ ਨਾਉ ॥
ବାସ୍ତବରେ ଗୁଡ ବିନା ମଦ ହୋଇପାରେ ନାହିଁ, ଏଥିପାଇଁ ନିରଙ୍କାରଙ୍କ ନାମର ସତ୍ୟତା ରୂପୀ ମଦରେ ଜ୍ଞାନ ରୂପୀ ଗୁଡର ମିଶ୍ରଣ ଆବଶ୍ୟକ, ଯେଉଁଥିରେ ପ୍ରଭୁ ନାମ ମିଶ୍ରଣ ଅଛି।

error: Content is protected !!