ਕੇਤੀਆ ਤੇਰੀਆ ਕੁਦਰਤੀ ਕੇਵਡ ਤੇਰੀ ਦਾਤਿ ॥
ହେ ନିରଙ୍କାର! ତୋର କେତେ ଶକ୍ତି ଅଛି ଆଉ ତୋର ଦାନ କେତେ ମହାନ (ଏହା ଅକଥନୀୟ ଅଟେ)।
ਕੇਤੇ ਤੇਰੇ ਜੀਅ ਜੰਤ ਸਿਫਤਿ ਕਰਹਿ ਦਿਨੁ ਰਾਤਿ ॥
କେତେ ଅସଂଖ୍ୟ ସୂକ୍ଷ୍ମ ଓ ସ୍ଥୂଳ ଜୀବ-ଜନ୍ତୁ ଅଛନ୍ତି ଯେଉଁମାନେ ଦିନରାତି ତୋର ସ୍ତୁତି ଗାନ କରୁଛନ୍ତି।
ਕੇਤੇ ਤੇਰੇ ਰੂਪ ਰੰਗ ਕੇਤੇ ਜਾਤਿ ਅਜਾਤਿ ॥੩॥
ତୋର କେତେ ରୂପରଙ୍ଗ, କେତେ ଜାତି, ଅଜାତି, ଉଚ୍ଚ ନୀଚ ରଚନା ହୋଇଛି॥3॥
ਸਚੁ ਮਿਲੈ ਸਚੁ ਊਪਜੈ ਸਚ ਮਹਿ ਸਾਚਿ ਸਮਾਇ ॥
ତେଣୁ ହେ ସଖୀ! ଯେତେବେଳେ ସଦପୁରୁଷଙ୍କ ସତସଙ୍ଗତି ପ୍ରାପ୍ତ ହୋଇଥାଏ ସେତେବେଳେ ହୃଦୟରେ ସୁଗୁଣ ଉତ୍ପତ୍ତି ହୋଇଥାଏ ଆଉ ସତ୍ୟ ନାମ ସ୍ମରଣରେ ଶ୍ରଦ୍ଧା କରି ଜୀବ ସତ୍ୟସ୍ଵରୂପ ଅକାଳ-ପୁରୁଷଙ୍କ ଠାରେ ଲୀନ ହୁଏ।
ਸੁਰਤਿ ਹੋਵੈ ਪਤਿ ਊਗਵੈ ਗੁਰਬਚਨੀ ਭਉ ਖਾਇ ॥
(ଏହାର ବିଚାର ସଦଗୁରୁ କହିଛନ୍ତି) ଯେତେବେଳେ ମାନବ-ମନ ପ୍ରଭୁ ଚରଣରେ ଲୀନ ହୁଏ ସେତେବେଳେ ପତି-ପରମେଶ୍ଵର ପ୍ରକଟ ହୋଇଥାନ୍ତି, କିନ୍ତୁ ଏହି ସବୁ ଗୁରୁ-ଉପଦେଶ ଦ୍ଵାରା ହୃଦୟରେ ପରମାତ୍ମାଙ୍କ ଭୟ ଧାରଣ କରିଲେ ସମ୍ଭବ ହୁଏ।
ਨਾਨਕ ਸਚਾ ਪਾਤਿਸਾਹੁ ਆਪੇ ਲਏ ਮਿਲਾਇ ॥੪॥੧੦॥
ସଦଗୁରୁଜୀ କହନ୍ତି ଯେ ସେହି ସତ୍ୟସ୍ଵରୂପ ନିରଙ୍କାର(ବାଦଶାହ) ଏପରି ଗୁଣବତୀ ଜ୍ଞାନ ରୂପୀ ସୁହାଗିନୀ ସଖୀକୁ ସ୍ଵୟଂ ହିଁ ନିଜ ସ୍ଵରୂପରେ ଲୀନ କରିଥାନ୍ତି॥4॥10॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਭਲੀ ਸਰੀ ਜਿ ਉਬਰੀ ਹਉਮੈ ਮੁਈ ਘਰਾਹੁ ॥
ଭଲ ହୋଇଛି, ମୋର ବୁଦ୍ଧି ଅବଗୁଣରୁ ରିକ୍ତ ହୋଇଗଲି ଆଉ ମୋର ହୃଦୟ-ଘରରୁ ଅହଂତ୍ଵ ଓ ମମତ୍ଵ ବିକାରର ନାଶ ହୋଇଯାଇଛି।
ਦੂਤ ਲਗੇ ਫਿਰਿ ਚਾਕਰੀ ਸਤਿਗੁਰ ਕਾ ਵੇਸਾਹੁ ॥
(ଯେତେବେଳେ ଏହି ଅବଗୁଣରୁ ହୃଦୟ ଓ ବୁଦ୍ଧି ରିକ୍ତ ହୋଇଯାଇଛି) ସଦଗୁରୁଙ୍କ ଭରସା ପ୍ରାପ୍ତ ହୋଇଛି ଆଉ ବିକାରରେ ଲିପ୍ତ ରୂପୀ ଇନ୍ଦ୍ରିୟ ଦୂତ ମୋର ଦାସ ହୋଇଯାଇଛନ୍ତି।
ਕਲਪ ਤਿਆਗੀ ਬਾਦਿ ਹੈ ਸਚਾ ਵੇਪਰਵਾਹੁ ॥੧॥
ସେହି ନିଶ୍ଚିନ୍ତ ପରମାତ୍ମାଙ୍କ ଠାରେ ନିଶ୍ଚୟ କରିବା ପାଇଁ ବ୍ୟର୍ଥ କଳ୍ପନା ତ୍ୟାଗ କର॥1॥
ਮਨ ਰੇ ਸਚੁ ਮਿਲੈ ਭਉ ਜਾਇ ॥
ହେ ମାନବ ମନ! ସତ୍ୟ ନାମ ହୃଦୟରେ ଧାରଣ କରିଲେ ହିଁ ଯମର ଭୟ କ୍ଷୀଣ ହୁଏ।
ਭੈ ਬਿਨੁ ਨਿਰਭਉ ਕਿਉ ਥੀਐ ਗੁਰਮੁਖਿ ਸਬਦਿ ਸਮਾਇ ॥੧॥ ਰਹਾਉ ॥
ପରମେଶ୍ଵରଙ୍କ ଭୟ ନ ମାନି ନିର୍ଭୀକ କିପରି ହୋଇପାରିବା, ପରମେଶ୍ଵରଙ୍କ ଭୟ ପାଇବା ପାଇଁ ଗୁରୁଙ୍କ ମୁଖରୁ ହୋଇଥିବା ଉପଦେଶ ମନେ କରିବାକୁ ପଡିବ॥1॥ରୁହ॥
ਕੇਤਾ ਆਖਣੁ ਆਖੀਐ ਆਖਣਿ ਤੋਟਿ ਨ ਹੋਇ ॥
ପୁଣି ତାହାହେଲେ ହେ ଭାଇ! ସେହି ନିରଙ୍କାରଙ୍କ ଯଶ କେତେ କୁହାଯାଏ, କାରଣ ତାହାଙ୍କ ଯଶୋଗାନର ତ କୌଣସି ସୀମା ହିଁ ନାହିଁ।
ਮੰਗਣ ਵਾਲੇ ਕੇਤੜੇ ਦਾਤਾ ਏਕੋ ਸੋਇ ॥
ସେହି ଦାତା ଅକାଳ-ପୁରୁଷଙ୍କୁ ମାଗିବା ବାଲା ତ ଅନେକ ଅନେକ ଜୀବ ଅଛନ୍ତି ଆଉ ଦେବା ପାଇଁ ମାତ୍ର ଏକ ହିଁ ଅଛନ୍ତି।
ਜਿਸ ਕੇ ਜੀਅ ਪਰਾਣ ਹੈ ਮਨਿ ਵਸਿਐ ਸੁਖੁ ਹੋਇ ॥੨॥
ଯାହାର ଆଶ୍ରାରେ ଜୀବ ଆଉ ପ୍ରାଣ ଅଛି ସେହି ନିରଙ୍କାରଙ୍କ ମନରେ ବାସ କରିବା ଆତ୍ମିକ ସୁଖର ପ୍ରାପ୍ତି ହୋଇପାରେ॥2॥
ਜਗੁ ਸੁਪਨਾ ਬਾਜੀ ਬਨੀ ਖਿਨ ਮਹਿ ਖੇਲੁ ਖੇਲਾਇ ॥
ଏହା ଅତିରିକ୍ତ ନ୍ୟ ଯେଉଁ ଜଗତର ରଚନା ହୋଇଛି ତାହା ଏକ ସ୍ଵପ୍ନ ଓ ତମାସା ହିଁ ଅଟେ, ମାତ୍ର କ୍ଷଣିକରେ ଏହି ଖେଳ ସମାପ୍ତି ହୋଇଯାଏ; ଅର୍ଥାତ ପରମାତ୍ମାଙ୍କ ବିନା ଏହି ସଂସାର ଓ ଅନ୍ୟ ପଦାର୍ଥ ସବୁ ନଶ୍ଵର ଅଟେ।
ਸੰਜੋਗੀ ਮਿਲਿ ਏਕਸੇ ਵਿਜੋਗੀ ਉਠਿ ਜਾਇ ॥
ସଂଯୋଗୀ କର୍ମ କାରଣରୁ ଜୀବ ସଂସାରରେ ଏକତ୍ର ହୁଅନ୍ତି ଆଉ ବିଯୋଗୀ କର୍ମରୁ ଏଠାରୁ ସେ ପ୍ରସ୍ଥାନ କରିଯାଏ।
ਜੋ ਤਿਸੁ ਭਾਣਾ ਸੋ ਥੀਐ ਅਵਰੁ ਨ ਕਰਣਾ ਜਾਇ ॥੩॥
ନିରଙ୍କାରଙ୍କୁ ଯାହା ଭଲ ଲାଗେ ତାହା ହୁଏ, ନିଜ ସାମର୍ଥ୍ୟରୁ ଅନ୍ୟ କେହି କିଛି ମଧ୍ୟ କରିପାରେ ନାହିଁ॥3॥
ਗੁਰਮੁਖਿ ਵਸਤੁ ਵੇਸਾਹੀਐ ਸਚੁ ਵਖਰੁ ਸਚੁ ਰਾਸਿ ॥
ଯାହା ପାଖରେ ଶ୍ରଦ୍ଧା ରୂପୀ ପୁଞ୍ଜି ଅଛି ସେହି ଗୁରୁଙ୍କ ନିକଟରୁ ହିଁ ବାହିଗୁରୁ-ନାମ ରୂପୀ ସଉଦା କ୍ରୟ କରାଯାଇପାରେ ଆଉ ସେ ନାମୀ ପୁରୁଷ ହିଁ ଆତ୍ମ-ବସ୍ତୁକୁ କ୍ରୟ କରେ।
ਜਿਨੀ ਸਚੁ ਵਣੰਜਿਆ ਗੁਰ ਪੂਰੇ ਸਾਬਾਸਿ ॥
ଯିଏ ଗୁରୁ ଦ୍ଵାରା ସତ୍ୟ ନାମ ରୂପୀ ସଉଦା କ୍ରୟ କରେ, ସେ ପରଲୋକରେ ମଧ୍ୟ ସମ୍ମାନିତ ହୁଏ।
ਨਾਨਕ ਵਸਤੁ ਪਛਾਣਸੀ ਸਚੁ ਸਉਦਾ ਜਿਸੁ ਪਾਸਿ ॥੪॥੧੧॥
ସଦଗୁରୁଜୀ କହନ୍ତି ଯେ ଯାହା ପାଖରେ ନାମ ରୂପୀ ସଚ୍ଚା ସଉଦା ଅଛି, ସେ ଏହି ଲୋକ-ପରଲୋକରେ ଆତ୍ମ-ବସ୍ତୁକୁ ଚିହ୍ନି ପାରିବ॥4॥11॥
ਸਿਰੀਰਾਗੁ ਮਹਲੁ ੧ ॥
ସିରିରାଗ ମହଲା 1॥
ਧਾਤੁ ਮਿਲੈ ਫੁਨਿ ਧਾਤੁ ਕਉ ਸਿਫਤੀ ਸਿਫਤਿ ਸਮਾਇ ॥
(ଏଠାରେ ସଦଗୁରୁ ମନମୁଖ ଆଉ ଗୁରୁମୁଖ ମଧ୍ୟରେ ଅନ୍ତର କହନ୍ତି) ଯିଏ ମାୟା ସହିତ ପ୍ରୀତି କରେ ସେ ପୁନଃ ମାୟାରେ ଲିପ୍ତ ହୋଇଥାଏ, ଅର୍ଥାତ ଜନ୍ମ-ମୃତ୍ୟୁର ଚକ୍ରରେ ଭ୍ରମଣ କରିଥାଏ, କିନ୍ତୁ ଗୁରୁଙ୍କ ସହିତ ମିଶି ଯିଏ ଅକାଳ-ପୁରୁଷଙ୍କ ସ୍ତୁତି ଗାନ କରିଥାଏ ସେ ସେହି ପରମେଶ୍ଵରଙ୍କ ଠାରେ ଲୀନ ହୋଇଥାଏ।
ਲਾਲੁ ਗੁਲਾਲੁ ਗਹਬਰਾ ਸਚਾ ਰੰਗੁ ਚੜਾਉ ॥
(ସ୍ତୁତି କରିବା ବାଲାକୁ) ସେ ଆନନ୍ଦା ଦାୟକ (ଲାଲ) ଅତି ଆନନ୍ଦ ଦାୟକ (ଗୋଲାପ) ଓ ଅତ୍ୟନ୍ତ ଆନନ୍ଦ ଦାୟକ (ଗାଢ) ସତ୍ୟ ରଙ୍ଗ ଚଢିଯାଏ।
ਸਚੁ ਮਿਲੈ ਸੰਤੋਖੀਆ ਹਰਿ ਜਪਿ ਏਕੈ ਭਾਇ ॥੧॥
ଏହି ସତ୍ୟ ରଙ୍ଗ ସନ୍ତୋଷୀ ପୁରୁଷଙ୍କୁ ମିଳେ ଯିଏ ଶ୍ରଦ୍ଧାପୁର୍ବକ ଏକାଗ୍ର ଚିତ୍ତ ହୋଇ ୱାହିଗୁରୁ-ନାମ ସ୍ମରଣ କରିଥାଏ॥1॥
ਭਾਈ ਰੇ ਸੰਤ ਜਨਾ ਕੀ ਰੇਣੁ ॥
ହେ ଭାଇ! ସନ୍ଥଙ୍କ ଚରଣ-ଧୁଳି ହୋଇ ରୁହ।
ਸੰਤ ਸਭਾ ਗੁਰੁ ਪਾਈਐ ਮੁਕਤਿ ਪਦਾਰਥੁ ਧੇਣੁ ॥੧॥ ਰਹਾਉ ॥
କାରଣ ଏହି ସନ୍ଥଙ୍କ ସଭା ରୁପି ସତସଙ୍ଗତି କାରଣରୁ ହିଁ ଗୁରୁ ପ୍ରାପ୍ତି ହୋଇଥାଏ ଆଉ ସେହି ଗୁରୁ ମୁକ୍ତି ଭଳି ଦୁର୍ଲଭ ପଦାର୍ଥ ଦେବା ପାଇଁ କାମଧେନୁ ଗାଈ ସମାନ ଅଟେ॥1॥ରୁହ॥
ਊਚਉ ਥਾਨੁ ਸੁਹਾਵਣਾ ਊਪਰਿ ਮਹਲੁ ਮੁਰਾਰਿ ॥
ସର୍ବୋଚ୍ଚ ଓ ଶୋଭନୀୟ ସ୍ଥାନ ମାନବ ଜନ୍ମ ଅଟେ, ତାହାକୁ ସର୍ବ ଶ୍ରେଷ୍ଠ ମାନି ହିଁ ନିରଙ୍କାର ନିଜ ନିବାସ ସ୍ଥାନ ବନାଇଛନ୍ତି।
ਸਚੁ ਕਰਣੀ ਦੇ ਪਾਈਐ ਦਰੁ ਘਰੁ ਮਹਲੁ ਪਿਆਰਿ ॥
ନାମ ସ୍ମରଣ ଓ ଜପ-ତପ ଆଦି ସତକର୍ମ କଲେ ହିଁ ମନ ଦେହରେ ଯେଉଁ ନିରଙ୍କାରଙ୍କ ସ୍ୱରୂପ ଅଛି ତାହା ସାଥିରେ ପ୍ରେମ ପ୍ରାପ୍ତ ହୋଇଥାଏ।
ਗੁਰਮੁਖਿ ਮਨੁ ਸਮਝਾਈਐ ਆਤਮ ਰਾਮੁ ਬੀਚਾਰਿ ॥੨॥
ଗୁରୁଙ୍କ ମୁଖ ଉପଦେଶ ଦ୍ଵାରା ମନକୁ ବୁଝାଇଲେ ହିଁ ଜୀବାତ୍ମା ଆଉ ପରମେଶ୍ଵର ଦୁହିଙ୍କ ଅଭେଦତା ବିଚାର ପ୍ରକଟ ହୁଏ॥2॥
ਤ੍ਰਿਬਿਧਿ ਕਰਮ ਕਮਾਈਅਹਿ ਆਸ ਅੰਦੇਸਾ ਹੋਇ ॥
(ନିତ୍ୟ, ନୈମିତିକ ଓ କାମ୍ୟ ଅଥବା ସାତ୍ତ୍ଵିକ, ରାଜସିକ ଓ ତାମସିକ) ତ୍ରିବିଧ କର୍ମ କରିଲେ ପ୍ରଥମେ ସ୍ଵର୍ଗ ପ୍ରାପ୍ତିର ଆଶା ହୋଇଥାଏ, ପୁଣି ଏହାଠାରୁ ଦୂରେଇବାକୁ ଇଚ୍ଛା ହୋଇଥାଏ।
ਕਿਉ ਗੁਰ ਬਿਨੁ ਤ੍ਰਿਕੁਟੀ ਛੁਟਸੀ ਸਹਜਿ ਮਿਲਿਐ ਸੁਖੁ ਹੋਇ ॥
ଗୁରୁଙ୍କ ବିନା ଏହି ତିନି ଗୁଣର ସମସ୍ୟା କିପରି ଦୂର ହେବ, ଯାହାଠାରୁ ଜ୍ଞାନ ପ୍ରାପ୍ତି ହୋଇ ଆତ୍ମିକ ସୁଖ ଉପଲବ୍ଧ ହୁଏ।
ਨਿਜ ਘਰਿ ਮਹਲੁ ਪਛਾਣੀਐ ਨਦਰਿ ਕਰੇ ਮਲੁ ਧੋਇ ॥੩॥
ଯେତେବେଳେ ନିରଙ୍କାର କୃପାଳୁ ହୋଇ ପାପର ମଇଳାକୁ ଧୋଇଦିଅନ୍ତି ସେତେବେଳେ ଏହି ମାନବ ଶରୀରରେ ବିଦ୍ୟମାନ ଅକାଳ-ପୁରୁଷଙ୍କ ସ୍ୱରୂପ ଚିହ୍ନା ଯାଇପାରିବ॥3॥
ਬਿਨੁ ਗੁਰ ਮੈਲੁ ਨ ਉਤਰੈ ਬਿਨੁ ਹਰਿ ਕਿਉ ਘਰ ਵਾਸੁ ॥
ଏଥିପାଇଁ ଏହା ନିଶ୍ଚୟ କର ଯେ ଗୁରୁଙ୍କ ବିନା ପାପର ଏହି ମଇଳା ହୃଦୟରୁ ବାହାରିପାରେ ନାହିଁ ତଥା ଆତ୍ମ ସ୍ଵରୂପରେ ନିବାସ ଅସମ୍ଭବ ଅଟେ॥3॥
ਏਕੋ ਸਬਦੁ ਵੀਚਾਰੀਐ ਅਵਰ ਤਿਆਗੈ ਆਸ ॥
ଏଥିପାଇଁ ସମସ୍ତ ଆଶା ତ୍ୟାଗ କରି ଜିଜ୍ଞାସୁକୁ ଏକ ହିଁ ଗୁରୁଙ୍କ ଉପଦେଶ ଚିନ୍ତନ କରିବା ଉଚିତ।
ਨਾਨਕ ਦੇਖਿ ਦਿਖਾਈਐ ਹਉ ਸਦ ਬਲਿਹਾਰੈ ਜਾਸੁ ॥੪॥੧੨॥
ସଦଗୁରୁଜୀ କହନ୍ତି ଯେ ଯେଉଁ ସଦପୁରୁଷ (ନଶ୍ଵର ପଦାର୍ଥ ତ୍ୟାଗ କରି) ସ୍ଵୟଂ ନିରଙ୍କାରଙ୍କୁ ଦେଖନ୍ତି ପୁଣି ଅନ୍ୟ ଜିଜ୍ଞାସୁକୁ ଦେଖାନ୍ତି, ତାହାଙ୍କ ପାଖରେ ମୁଁ ସର୍ବଦା ସମର୍ପିତ ଅଟେ॥4॥12॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1॥
ਧ੍ਰਿਗੁ ਜੀਵਣੁ ਦੋਹਾਗਣੀ ਮੁਠੀ ਦੂਜੈ ਭਾਇ ॥
ଯେଉଁ ଭାଗ୍ୟହୀନ ଜୀବ-ସ୍ତ୍ରୀ ଦୈତ-ଭାବ କାରଣରୁ ଥକି ଯାଇଛନ୍ତି ତାହାଙ୍କ ଜୀବନକୁ ଧିକ୍କାର ଅଟେ।
ਕਲਰ ਕੇਰੀ ਕੰਧ ਜਿਉ ਅਹਿਨਿਸਿ ਕਿਰਿ ਢਹਿ ਪਾਇ ॥
ଏକ ଅତିରିକ୍ତ ଅନ୍ୟ କୌଣସି ସହିତ ଅନୁରକ୍ତ ହେବା କାରଣରୁ ଭାଗ୍ୟହୀନ ଜୀବ ନିମ୍ନକୁ ଖସେ ଅର୍ଥାତ ମନମୁଖ ଜୀବ ଜନ୍ମ-ମୃତ୍ୟୁ ଚକ୍ରରେ ଛନ୍ଦି ରହିଥାଏ।
ਬਿਨੁ ਸਬਦੈ ਸੁਖੁ ਨਾ ਥੀਐ ਪਿਰ ਬਿਨੁ ਦੂਖੁ ਨ ਜਾਇ ॥੧॥
ଗୁରୁ ଉପଦେଶ ବିନା ଜୀବ-ସ୍ତ୍ରୀର ପତି-ପରମେଶ୍ଵରଙ୍କ ସହ ମିଳନରଆତ୍ମିକ ଆନନ୍ଦ ପ୍ରାପ୍ତି ହୁଏ ନାହିଁ ତଥା ଆତ୍ମା ଆନନ୍ଦ ବିନା ଦୈହିକ ଓ ଦୈବିକ କଷ୍ଟ ଦୂର ହୁଏ ନାହିଁ॥1॥
ਮੁੰਧੇ ਪਿਰ ਬਿਨੁ ਕਿਆ ਸੀਗਾਰੁ ॥
ଅର୍ଥାତ ନିରଙ୍କାରଙ୍କ ଠାରେ ଶ୍ରଦ୍ଧା-ଭାବ ବିନା ଜପ-ତପ ଆଦି ଶୃଙ୍ଗାର କଣ ସୁଖ ଦେବ?