ਸੁਣਿਐ ਸਤੁ ਸੰਤੋਖੁ ਗਿਆਨੁ ॥ਸੁਣਿਐ ਅਠਸਠਿ ਕਾ ਇਸਨਾਨੁ ॥
ପ୍ରଭୁଙ୍କ ନାମ ସହିତ ଯୋଡିଲେ ହୃଦୟରେ ଦାନ ( ଦେବାର ସ୍ଵଭାବ ) ସନ୍ତୋଷ ଓ ପ୍ରକାଶ ପ୍ରକଟ ହୁଏ।ଅଠଷଠି ତୀର୍ଥ ତୀର୍ଥରେ ସ୍ନାନ ହୋଇଯାଏ( ଅର୍ଥାତ, ନାମ ଜପିବା ବେଳେ ଅଠଷଠି ତୀର୍ଥର ସ୍ନାନ ନାମ ଆସେ)
ਸੁਣਿਐ ਪੜਿ ਪੜਿ ਪਾਵਹਿ ਮਾਨੁ ॥ਸੁਣਿਐ ਲਾਗੈ ਸਹਜਿ ਧਿਆਨੁ ॥
ଯେଉଁ ଆଦର ପଢି ( ବିଦ୍ୟା) ପ୍ରାପ୍ତ କରୁଛନ୍ତି, ତାହା ଭକ୍ତମାନେ ଅକାଳପୁରୁଷଙ୍କ ନାମ ସହିତ ଯୋଡି ହୋଇ ପ୍ରାପ୍ତ କରନ୍ତି। ନାମ ଶୁଣି ମନର ଧ୍ୟାନ ତାଙ୍କରି ଆଡକୁ ଚାଲିଯାଏ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੧੦॥
ହେ ନାନକ! ପ୍ରଭୁ ଭକ୍ତଙ୍କ ହୃଦୟରେ ସଦା ଆନନ୍ଦ ରହେ। କାରଣ ଅକାଳ ପୁରୁଷଙ୍କ ମହିମା ଶୁଣିବାରେ ମନୁଷ୍ୟର ଦୁଃଖ ଓ ପାପ ନାଶ ହୋଇଯାଏ।
ਸੁਣਿਐ ਸਰਾ ਗੁਣਾ ਕੇ ਗਾਹ ॥ਸੁਣਿਐ ਸੇਖ ਪੀਰ ਪਾਤਿਸਾਹ ॥
ଅକାଳ ପୁରୁଷଙ୍କ ନାମରେ ଧ୍ୟାନ ଯୋଡିବା ଯୋଗୁଁ ଅନ୍ତହୀନ ଗୁଣକୁ ବୁଝି ହୁଏ, ଧର୍ମଗୁରୁ ଓ ବାଦଶାହ ପଦବୀ ପ୍ରାପ୍ତ କରି ହୁଏ।
ਸੁਣਿਐ ਅੰਧੇ ਪਾਵਹਿ ਰਾਹੁ ॥ਸੁਣਿਐ ਹਾਥ ਹੋਵੈ ਅਸਗਾਹੁ ॥
ଏହି ନାମ ଶୁଣି ଏହି ଫାଇଦା ମିଳେ କି ଅନ୍ଧ ଓ ଅଜ୍ଞାନ ମନୁଷ୍ୟ ମଧ୍ୟ ରାସ୍ତା ( ପ୍ରଭୁଙ୍କୁ ମିଳନ) ଖୋଜି ପାଏ।ପ୍ରଭୁଙ୍କ ନାମ ସହିତ ଯୋଡି ହେବା ଯୋଗୁଁ ଏହି ସଂସାର ସମୁଦ୍ରର ବାସ୍ତବତା ବୁଝି ହୁଏ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੧੧॥
ହେ ନାନକ! ପ୍ରଭୁ ଭକ୍ତଙ୍କ ହୃଦୟରେ ସର୍ବଦା ପ୍ରସନ୍ନତା ଭାରି ରହିଥାଏ, କାରଣ ପ୍ରଭୁଙ୍କ ନାମ ଶୁଣି ମନୁଷ୍ୟର ଡୁହଖେବ୍ମ ପାପର ନାଶ ହୋଇଥାଏ।
ਮੰਨੇ ਕੀ ਗਤਿ ਕਹੀ ਨ ਜਾਇ ॥ਜੇ ਕੋ ਕਹੈ ਪਿਛੈ ਪਛੁਤਾਇ ॥
ଏହି ମନୁଷ୍ୟର ଉଚ୍ଚ ଆତ୍ମିକ ଅବସ୍ଥା ବର୍ଣ୍ଣନା କରାଯାଇପାରିବ ନାହିଁ , ଯିଏ ପ୍ରଭୁଙ୍କ ନାମ ମାନି ନେଇଛି, ( ଭାବ- ଯାହାର ମନ ନାମରେ ଲାଗିଯାଇଛି)।ଯଦି କୌଣସି ମନୁଷ୍ୟ ବର୍ଣ୍ଣନା କରେ ମଧ୍ୟ , ପଛରେ ପଶ୍ଚାତାପ କରେ
ਕਾਗਦਿ ਕਲਮ ਨ ਲਿਖਣਹਾਰੁ ॥ਮੰਨੇ ਕਾ ਬਹਿ ਕਰਨਿ ਵੀਚਾਰੁ ॥
ପ୍ରଭୁଙ୍କ ନାମରେ ପ୍ରକୃତ ବିଶ୍ଵାସ ଥିବା ଆତ୍ମିକ ସ୍ଥିତିର ଅନ୍ଦାଜ ମନୁଷ୍ୟ ଲଗାଏ, କିନ୍ତୁ କାଗଜ ଓ କଲମରେ କେହି ମନୁଷ୍ୟ ଲେଖିବାରେ ସମର୍ଥ ହୋଇ ନାହାନ୍ତି।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੨॥
ଅକାଳ ପୁରୁଷଏନକେ ନାମ ବହୁତ ( ଉଚ୍ଚ) ଅଟେ ଓ ମାୟାର ପ୍ରଭାବ ଉର୍ଦ୍ଦ୍ବରେ ( ଏଥିରେ ଯୋଡି ହେବା ବ୍ୟକ୍ତି ମଧ୍ୟ ଉଚ୍ଚ ଆତ୍ମିକ ଅବସ୍ଥାଧାରୀ ହୋଇଯାଏ, କିନ୍ତୁ ଏହି କଥା ସେତେବେଳେ ଜଣାଯାଏ ଯେତେବେଳେ ମନୁଷ୍ୟ ନିଜର ଅନ୍ତରକୁଲଗ୍ନ ଦେଇ ନଇଁ ଯାଏ।
ਮੰਨੈ ਸੁਰਤਿ ਹੋਵੈ ਮਨਿ ਬੁਧਿ ॥ਮੰਨੈ ਸਗਲ ਭਵਣ ਕੀ ਸੁਧਿ ॥
ଯଦି ମନୁଷ୍ୟର ମନରେ ପ୍ରଭୁଙ୍କ ନାମର ମନ ଲାଗିଯାଏ, ତାହାହେଲେ ତାହାର ବୁଦ୍ଧି ଉଚ୍ଚ ହୋଇଯାଏ, ତାହାର ମନରେ ଜାଗୃତି ଆସିଯାଏ ( ଭାବ- ମାୟାରେ ଶୋଇଥିବା ମନୁଷ୍ୟ ଜାଗି ଉଠେ) ତା ଠାରେ ସବୁ ଭୁବନ/ ଲୋକର ବୁଝିବା ଶକ୍ତି ଆସିଯାଏ ( ଏହା ଯେ ସବୁ ଜାଗାରେ ଇଶ୍ଵର ବ୍ୟାପକ ଅଛନ୍ତି)।
ਮੰਨੈ ਮੁਹਿ ਚੋਟਾ ਨਾ ਖਾਇ ॥ਮੰਨੈ ਜਮ ਕੈ ਸਾਥਿ ਨ ਜਾਇ ॥
ସେହି ମନୁଷ୍ୟ( ସଂସାରର ବିକାରର ) ଚୋଟ ମୁଖରେ ଖାଏ ନାହିଁ ( ଅର୍ଥାତ, ସାଂସାରିକ ବିକାର ତା ଉପରେ ପ୍ରଭାବ ପକାଇ ପାରେ ନାହିଁ) ଏବଂ ଜମ ସହିତ ଭେଟ ହୁଏ ନାହିଁ ( ଭାବ- ସେ ଜନ୍ମ-ମୃତ୍ୟୁ ଚକ୍ରରୁ ବଞ୍ଚିଯାଏ )।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੩॥
ଅକାଳ ପୁରୁଷଙ୍କ ନାମ ମାୟାର ପ୍ରଭାବରୁ ଏତେ ଉଚ୍ଚ ଯେ , ତାହା ସହିତ ଯୋଡି ହେବା ବ୍ୟକ୍ତିର ମଧ୍ୟ ଆତ୍ମିକ ଅବସ୍ଥା ଆସିଯାଏ, ପରନ୍ତୁ ଏହି କଥା ସେତେବେଳେ ଜଣାପଡେ ଯେତେବେଳେ ମନୁଷ୍ୟ ସ୍ଵୟଂ ମନରେ ପ୍ରଭୁ ନାମ ଜାତ କରାଏ।
ਮੰਨੈ ਮਾਰਗਿ ਠਾਕ ਨ ਪਾਇ ॥ਮੰਨੈ ਪਤਿ ਸਿਉ ਪਰਗਟੁ ਜਾਇ ॥
ଯେଉଁ ମନୁଷ୍ୟର ନାମରେ ଲାଗିଯାଏ ଓ ଜାଣିଯାଏ ଯେ ଜୀବନରେ ବିକାରର କିଛି ବାଧା ପଡେ ନାହିଁ, ସେ ସଂସାର ଠାରୁ ଶୋଭା କମାଇ ସମ୍ମାନର ସହିତ ଯାଏ।
ਮੰਨੈ ਮਗੁ ਨ ਚਲੈ ਪੰਥੁ ॥ਮੰਨੈ ਧਰਮ ਸੇਤੀ ਸਨਬੰਧੁ ॥
ସେହି ମନୁଷ୍ୟର ଧର୍ମ ସହିତ ସିଧା ବନ୍ଧନ ହୋଇଯାଏ, ସେ ପୁଣି ଦୁନିଆର ବିଭିନ୍ନ ଶୂନ୍ୟ ଧାର୍ମିକ ବିଧାନ ରାସ୍ତାରେ ଯାଏ ନାହିଁ( ଭାବ- ତାହାର ଅନ୍ତରରେ ଦ୍ଵନ୍ଦ ରହେ ନାହିଁ କେଉଁଟି ଭୁଲ ଓ କେଉଁଟି ଠିକ ରାସ୍ତା )
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੪॥
ଅକାଳ ପୁରୁଷଙ୍କ ନାମ ମାୟାର ପ୍ରଭାବରୁ ଏତେ ଉଚ୍ଚ ଯେ , ତାହା ସହିତ ଯୋଡି ହେବା ବ୍ୟକ୍ତିର ମଧ୍ୟ ଆତ୍ମିକ ଅବସ୍ଥା ଆସିଯାଏ, ପରନ୍ତୁ ଏହି କଥା ସେତେବେଳେ ଜଣାପଡେ ଯେତେବେଳେ ମନୁଷ୍ୟ ସ୍ଵୟଂ ମନରେ ପ୍ରଭୁ ନାମ ଜାତ କରାଏ।
ਮੰਨੈ ਪਾਵਹਿ ਮੋਖੁ ਦੁਆਰੁ ॥ਮੰਨੈ ਪਰਵਾਰੈ ਸਾਧਾਰੁ ॥
ଯଦି ମନରେ ପ୍ରଭୁଙ୍କ ନାମ ଲାଗିଯାଏ, ତାହାହେଲେ ମନୁଷ୍ୟ ‘ମିଥ୍ୟା’ ଠାରୁ ଦୂରରେ ରହିବା ରାସ୍ତା ଖୋଜି ନିଏ।ଏପରି ମନୁଷ୍ୟ ନିଜର ପରିବାରକୁ ମଧ୍ୟ ପ୍ରଭୁଙ୍କ ଧ୍ୟାନ ଆଡକୁ ନିଏ।
ਮੰਨੈ ਤਰੈ ਤਾਰੇ ਗੁਰੁ ਸਿਖ ॥ਮੰਨੈ ਨਾਨਕ ਭਵਹਿ ਨ ਭਿਖ ॥
ନାମରେ ମନ ଲଗାଇଥିବା ଭକ୍ତ କେବଳ ସ୍ଵୟଂକୁ ନୁହେଁ , ଗୁରଙ୍କୁ ଅତିକ୍ରମ କରେ ଏବଂ ଶିଖମାନଙ୍କୁ ପାରି କରିଦିଏ। ନାମରେ ମନ ଯୋଡି ହେଲେ, ହେ ନାନକ! ମନୁଷ୍ୟ ଅନ୍ୟମାନଙ୍କଠାରୁ ଭିକ୍ଷା ଆଶା କରେ ନାହିଁ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੫॥
ଅକାଳ ପୁରୁଷଙ୍କ ନାମ ମାୟାର ପ୍ରଭାବରୁ ଏତେ ଉଚ୍ଚ ଯେ , ତାହା ସହିତ ଯୋଡି ହେବା ବ୍ୟକ୍ତିର ମଧ୍ୟ ଆତ୍ମିକ ଅବସ୍ଥା ଆସିଯାଏ, ପରନ୍ତୁ ଏହି କଥା ସେତେବେଳେ ଜଣାପଡେ ଯେତେବେଳେ ମନୁଷ୍ୟ ସ୍ଵୟଂ ମନରେ ପ୍ରଭୁ ନାମ ଜାତ କରାଏ।
ਪੰਚ ਪਰਵਾਣ ਪੰਚ ਪਰਧਾਨੁ ॥ਪੰਚੇ ਪਾਵਹਿ ਦਰਗਹਿ ਮਾਨੁ ॥
ଯେଉଁ ଲୋକମାନେ ନାମ ସହିତ ଯୋଡି ରହନ୍ତି ଏବଂ ଯାହାର ଅନ୍ତରରେ ପ୍ରଭୁଙ୍କୁ ମନ ଲଗାନ୍ତି, ସେହି ମନୁଷ୍ୟ ( ଏହି ଜଗତରେ) ସମ୍ମାନିତ ହୁଏ ଓ ସମସ୍ତଙ୍କ ନାୟକ ହୋଇଯାଏ।
ਪੰਚੇ ਸੋਹਹਿ ਦਰਿ ਰਾਜਾਨੁ ॥ਪੰਚਾ ਕਾ ਗੁਰੁ ਏਕੁ ਧਿਆਨੁ ॥
ଅକାଳ-ପୁରୁଷଙ୍କ ଦରବାରରେ ମଧ୍ୟ ସେହି ପଞ୍ଚ ଲୋକ ମାନ ସମ୍ମାନ ପାଆନ୍ତି। ରାଜ-ଦରବାରରେ ମଧ୍ୟ ଏହି ପାଞ୍ଚ ଲୋକ ଶୋଭନୀୟ ଅଟନ୍ତି, ଏମାନଙ୍କ ଏକାଗ୍ରତା କେବଳ ଗୁରୁଙ୍କ ନିକଟରେ ରହେ( ଭାବ-ଏମାନେ ଗୁରୁ ଶବ୍ଦରେ ହିଁ ଏକାଗ୍ରତା ରଖନ୍ତି)
ਜੇ ਕੋ ਕਹੈ ਕਰੈ ਵੀਚਾਰੁ ॥ਕਰਤੇ ਕੈ ਕਰਣੈ ਨਾਹੀ ਸੁਮਾਰੁ ॥
( ଗୁରୁ ଶବ୍ଦରେ ଯୋଡି ରହିଲେ ଫଳାଫଳ ଏହା ନୁହେଁ ଯେ ମନୁଷ୍ୟ ପ୍ରଭୁଙ୍କ ସୃଷ୍ଟିର ସୀମା ପାଇପାରିବ) ଅକାଳ-ପୁରୁଷଙ୍କ ପ୍ରକୃତିର କୌଣସି ଲେଖା ନାହିଁ ( ଭାବ- ସୀମା ପାଇପାରିବାନି) , ଯିଏ ଯେଉଁଠି ଦେଖିଲେ କିମ୍ବା ବିଚାର କଲେମଧ୍ୟ ( ପରମାତ୍ମାଙ୍କ ପ୍ରକୃତିର ସୀମା ଖୋଜିବା ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହୋଇପାରିବ ନାହିଁ।)
ਧੌਲੁ ਧਰਮੁ ਦਇਆ ਕਾ ਪੂਤੁ ॥ਸੰਤੋਖੁ ਥਾਪਿ ਰਖਿਆ ਜਿਨਿ ਸੂਤਿ ॥
ଅକାଳ-ପୁରୁଷଙ୍କ ଧର୍ମ ରୂପୀ ଅଟଳ ନିୟମ ହିଁ କାଳ୍ପନିକ ଶଣ୍ଢ /ସାମ୍ୟ ଅଟେ ( ଯିଏ ସୃଷ୍ଟିକୁ କାୟମ ରଖେ )।ଧର୍ମ ଦୟାର ପୁତ୍ର ଅଟେ ( ଭାବ- ଅକାଳ-ପୁରୁଷ ନିଜର କୃପା କରି ସୃଷ୍ଟି କାୟମ ରଖିବାକୁ ଧର୍ମ ରୂପୀ ନିୟମ କରିଛନ୍ତି)।ଏହି ଧର୍ମ ନିଜର ମର୍ଯ୍ୟାଦା ଅନୁସାରେ ସନ୍ତୋଷକୁ ଜନ୍ମ ଦେଇଛି।
ਜੇ ਕੋ ਬੁਝੈ ਹੋਵੈ ਸਚਿਆਰੁ ॥ਧਵਲੈ ਉਪਰਿ ਕੇਤਾ ਭਾਰੁ ॥
ଯଦି କେହି ମନୁଷ୍ୟ ( ଉପରେ ଦିଆହୋଇଥିବା ବିଚାରକୁ) ବୁଝିଯାଏ, ତାହାହେଲେ, ସେ ଏହା ଯୋଗ୍ୟ ହୋଇଯାଏ କି ତାର ଅନ୍ତରରେ ଅକାଳ-ପୁରୁଷଙ୍କ ପ୍ରକାଶ ହୁଏ। ନଚେତ, ଭାବିକିଦେଖ କାଳ୍ପନିକ ଶଣ୍ଢ /ସାମ୍ୟରେ ଧରିତ୍ରୀର କେତେ ଅନ୍ତହୀନ ଭାର ।
ਧਰਤੀ ਹੋਰੁ ਪਰੈ ਹੋਰੁ ਹੋਰੁ ॥ਤਿਸ ਤੇ ਭਾਰੁ ਤਲੈ ਕਵਣੁ ਜੋਰੁ ॥
(ଦ୍ଵିତୀୟ କଥା ଏହା ବି ଯଦି ଧରିତ୍ରୀର ନିମ୍ନରେ କାଳ୍ପନିକ ଶଣ୍ଢ / ସାମ୍ୟ ଅଛି , ସେହି ବଳକୁ ସାହାରା ଦେବା ପାଇଁ ନିମ୍ନରେ ଆଉ ଏକ ଧରିତ୍ରୀ ଥିବ ) ଧରିତ୍ରୀ ଓ କାଳ୍ପନିକ ଶଣ୍ଢ, ତାହାରି ନିମ୍ନରେ ଆଉ ଏକକାଳ୍ପନିକ ଶଣ୍ଢ , ତା ନିମ୍ନରେ ଆଉ ଏକ କାଳ୍ପନିକ ଶଣ୍ଢ। ଶେଷରେ ସନ୍ଧାର ସାହାରା ପାଇଁ ଆଉ କେଉଁ ପ୍ରଭାବ ହେବ?
ਜੀਅ ਜਾਤਿ ਰੰਗਾ ਕੇ ਨਾਵ ॥ਸਭਨਾ ਲਿਖਿਆ ਵੁੜੀ ਕਲਾਮ ॥
( ସୃଷ୍ଟିରେ) କେତେ ଜାତିର, କେତେ କିସମର, ଓ କେତେ ନାମର ଜୀବ ଅଛି। ଏସବୁର ଲେଖା ଏକ ହିଁ କଲାମରେ ଲେଖାଯାଇଛି।
ਏਹੁ ਲੇਖਾ ਲਿਖਿ ਜਾਣੈ ਕੋਇ ॥ਲੇਖਾ ਲਿਖਿਆ ਕੇਤਾ ਹੋਇ ॥
କେହି ବିରଳ ମନୁଷ୍ୟ ଏହି ଲେଖା ଲେଖିବା ଜାଣିଥିବ। ( ଭାବ- ପରମାତ୍ମାଙ୍କ ପ୍ରକୃତିର ସୀମା କେହି ବି ଜୀବ ଜାଣି ପାରିବ ନାହିଁ।ଯଦି ଲେଖା ଲେଖାଯିବ, ଅନୁମାନ କରାଯାଇପାରିବ ନାହିଁ ଏହାକେତେ ବଡ ହୋଇଯିବ।
ਕੇਤਾ ਤਾਣੁ ਸੁਆਲਿਹੁ ਰੂਪੁ ॥ਕੇਤੀ ਦਾਤਿ ਜਾਣੈ ਕੌਣੁ ਕੂਤੁ ॥
ଅକାଳ-ପୁରୁଷଙ୍କ ସୀମାହୀନ ବଳ ଅଛି , ଅସୀମ ସୁନ୍ଦର ରୂପ ଅଛି ତାଙ୍କର ଦାନ ଅସୀମ ଅଟେ, ଏହାର ଅନୁମାନ କିଏ କରିପାରିବ ?
ਕੀਤਾ ਪਸਾਉ ਏਕੋ ਕਵਾਉ ॥ਤਿਸ ਤੇ ਹੋਏ ਲਖ ਦਰੀਆਉ ॥
ନିଜର ଆଦେଶ ଅନୁସାରେ ହିଁ ପ୍ରଭୁ ସାରା ସଂସାର କରିଛନ୍ତି, ତାଙ୍କରି ଆଦେଶ ଅନୁସାରେ ଅନେକ ଦରିଆ ବନାଇଛନ୍ତି।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ਵਾਰਿਆ ਨ ਜਾਵਾ ਏਕ ਵਾਰ ॥
ମୋର କଣ ଶକ୍ତି ଅଛି କି ପ୍ରକୃତିର ବିଚାର କରିପାରିବି ? ହେ ପ୍ରଭ! ମୁଁ ତ ଆପଣଙ୍କ ପାଇଁ ଥରୁଟିଏ ବି ନିଜକୁ ବଳି ଦେବା ପାଇଁ ଯୋଗ୍ୟ ନାହିଁ।( ଅର୍ଥାତ, ମୁଁ ବହୁତ ତୁଚ୍ଛ ଅଟେ)
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੬॥
ହେ ନିରଙ୍କାର ! ତୁମେ ସଦା ଅଟଳ ରୁହ ଯାହା ଆପଣଙ୍କୁ ଭଲ ଲାଗେ , ସେହି କାମ ଭଲ ଅଟେ ( ଭାବ- ତୁମ ଇଚରେ ରହିବା ଠିକ)
ਅਸੰਖ ਜਪ ਅਸੰਖ ਭਾਉ ॥ਅਸੰਖ ਪੂਜਾ ਅਸੰਖ ਤਪ ਤਾਉ ॥
ଅସଂଖ୍ୟ ଜୀବ ତପ କରୁଛନ୍ତି , ଅସୀମ ଜୀବ ( ଅନ୍ୟମାନଙ୍କ ସାଥିରେ ) ପ୍ରେମ କରୁଛନ୍ତି ।କେହି କେହି ପୂଜା କରନ୍ତି ।ଏବଂ ଅସଂଖ୍ୟ ଜୀବ ତପ ସାଧନା କରୁଛନ୍ତି।
ਅਸੰਖ ਗਰੰਥ ਮੁਖਿ ਵੇਦ ਪਾਠ ॥ਅਸੰਖ ਜੋਗ ਮਨਿ ਰਹਹਿ ਉਦਾਸ ॥
ଅସଂଖ୍ୟ ଜୀବ ବେଦ ଏବଂ ଧାର୍ମିକ ପୁସ୍ତକ ପାଠ ମୁଖରେ କରନ୍ତି।ଯୋଗ ସାଧନା କରୁଥିବା ଅସଂଖ୍ୟ ମନୁଷ୍ୟ ନିଜର ମନରେ ମାୟା ଠାରୁ ଦୂରରେ ରହନ୍ତି।