ਗਾਵਨਿ ਤੁਧਨੋ ਜਤੀ ਸਤੀ ਸੰਤੋਖੀ ਗਾਵਨਿ ਤੁਧਨੋ ਵੀਰ ਕਰਾਰੇ ॥
ତୁମର ଗୁଣ ଗାନ ଯତୀ, ସତ୍ୟବାଦୀ ଓ ସନ୍ତୋଷ ବ୍ୟକ୍ତି ମଧ୍ୟ କରୁଛନ୍ତି ଆଉ ଶୂରବୀର ମଧ୍ୟ ତୁମର ଗୁଣର ପ୍ରଶଂସା କରୁଛନ୍ତି।
ਗਾਵਨਿ ਤੁਧਨੋ ਪੰਡਿਤ ਪੜਨਿ ਰਖੀਸੁਰ ਜੁਗੁ ਜੁਗੁ ਵੇਦਾ ਨਾਲੇ ॥
ଯୁଗ ଯୁଗ ପର୍ଯ୍ୟନ୍ତ ବେଦ ଅଧ୍ୟୟନ ଦ୍ଵାରା ବିଦ୍ଵାନ ଓ ଋଷି-ମୁନି ଆଦି ତୁମର କୀର୍ତି କହନ୍ତି।
ਗਾਵਨਿ ਤੁਧਨੋ ਮੋਹਣੀਆ ਮਨੁ ਮੋਹਨਿ ਸੁਰਗੁ ਮਛੁ ਪਇਆਲੇ ॥
ମନମୋହିନୀ ସ୍ତ୍ରୀ, ମୃତ୍ୟୁ ଓ ପାତାଳ ଲୋକରେ ତୁମର ଯଶୋଗାନ କରୁଛନ୍ତି।
ਗਾਵਨਿ ਤੁਧਨੋ ਰਤਨ ਉਪਾਏ ਤੇਰੇ ਅਠਸਠਿ ਤੀਰਥ ਨਾਲੇ ॥
ତୁମ ଦ୍ଵାରା ଉତ୍ପର୍ଣ୍ଣ ହୋଇଥିବା ଚଉଦ ରତ୍ନ ଓ ସଂସାରର ଅଠଷଠି ତୀର୍ଥ ମଧ୍ୟ ତୁମର ସ୍ତୁତି କରୁଅଛି।
ਗਾਵਨਿ ਤੁਧਨੋ ਜੋਧ ਮਹਾਬਲ ਸੂਰਾ ਗਾਵਨਿ ਤੁਧਨੋ ਖਾਣੀ ਚਾਰੇ ॥
ସବୁ ଯୋଦ୍ଧା , ମହାବଳୀ , ଶୂରବୀର ଅକାଳ ପୁରୁଷଙ୍କ ଯଶ ଗାଉଛନ୍ତି , ଉତ୍ପତ୍ତିର ଚାରୋଟି ସ୍ରୋତ (ଅଣ୍ଡଜ , ଜରାୟୁଜ , ସ୍ଵେଦଜ ବା ଉଦ୍ଭିଜ୍ଜ ) ମଧ୍ୟ ତାଙ୍କର ଗୁଣ ଗାଉଛନ୍ତି ।
ਗਾਵਨਿ ਤੁਧਨੋ ਖੰਡ ਮੰਡਲ ਬ੍ਰਹਮੰਡਾ ਕਰਿ ਕਰਿ ਰਖੇ ਤੇਰੇ ਧਾਰੇ ॥
ନବଖଣ୍ଡ , ମଣ୍ଡଳ ଓ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ,ଯାହା ସେହି ରଚୟିତା ରଚନା କରି ଧାରଣ କରି ରଖିଛନ୍ତି , ସେ ସମସ୍ତେ ତୋର ସ୍ତୁତି ଗାଉଛନ୍ତି।
ਸੇਈ ਤੁਧਨੋ ਗਾਵਨਿ ਜੋ ਤੁਧੁ ਭਾਵਨਿ ਰਤੇ ਤੇਰੇ ਭਗਤ ਰਸਾਲੇ ॥
ଯିଏ ତୋତେ ଭଲ ଲାଗେ ଓ ତୋର ପ୍ରେମରେ ରହିଥାଏ ସେ ଭକ୍ତ ହିଁ ତୁମର ଗୁଣ ଗାନ କରେ।
ਹੋਰਿ ਕੇਤੇ ਤੁਧਨੋ ਗਾਵਨਿ ਸੇ ਮੈ ਚਿਤਿ ਨ ਆਵਨਿ ਨਾਨਕੁ ਕਿਆ ਬੀਚਾਰੇ ॥
ଆଉ ମଧ୍ୟ ଅନେକ ଅନେକ ତୁମର ଗୁଣ ଗାନ କରୁଛନ୍ତି, ତାହା ମୋ’ ଚିନ୍ତନରେ ଆସୁ ନାହିଁ।
ਸੋਈ ਸੋਈ ਸਦਾ ਸਚੁ ਸਾਹਿਬੁ ਸਾਚਾ ਸਾਚੀ ਨਾਈ ॥
ଶ୍ରୀ ଗୁରୁ ନାନକ କହନ୍ତି ଯେ ତାଙ୍କରି କଣ ବିଚାର କରିବି।
ਹੈ ਭੀ ਹੋਸੀ ਜਾਇ ਨ ਜਾਸੀ ਰਚਨਾ ਜਿਨਿ ਰਚਾਈ ॥
ସତ୍ୟ ସ୍ୱରୂପ ନିରଙ୍କାର ଅତୀତରେ ଥିଲେ ଆଉ ସେ ସତ୍ୟ ସମ୍ମାନ ବାଲା ବର୍ତ୍ତମାନ ମଧ୍ୟ ଅଛନ୍ତି।
ਰੰਗੀ ਰੰਗੀ ਭਾਤੀ ਕਰਿ ਕਰਿ ਜਿਨਸੀ ਮਾਇਆ ਜਿਨਿ ਉਪਾਈ ॥
ପୁଣି ଭବିଷ୍ୟତରେ ମଧ୍ୟ ସତ୍ୟ ସ୍ୱରୂପ ହେବ, ଯିଏ ଏହି ସୃଷ୍ଟିକୁ ରଚନା କରିଛନ୍ତି, ସେ ନଷ୍ଟ ହୁଏ ନାହିଁ କିମ୍ବା ନଷ୍ଟ ହେବ ନାହିଁ।
ਕਰਿ ਕਰਿ ਦੇਖੈ ਕੀਤਾ ਆਪਣਾ ਜਿਉ ਤਿਸ ਦੀ ਵਡਿਆਈ ॥
ଅନେକ ପ୍ରକାରର ରଙ୍ଗ ଆଉ ବିଭିନ୍ନ ପ୍ରକାର ମାୟା ଦ୍ଵାରା ପଶୁ-ପକ୍ଷୀ ଆଦି ଜୀବଙ୍କୁ ଯିଏ ରଚନା କରିଛନ୍ତି, ସେହି ପରମାତ୍ମା ନିଜେ କରିଥିବା ପ୍ରପଞ୍ଚକୁ ନିଜ ଇଚ୍ଛା ଅନୁସାରେ ହିଁ ଦେଖନ୍ତି।
ਜੋ ਤਿਸੁ ਭਾਵੈ ਸੋਈ ਕਰਸੀ ਫਿਰਿ ਹੁਕਮੁ ਨ ਕਰਣਾ ਜਾਈ ॥
ତାଙ୍କୁ ଯାହା ଭଲ ଲାଗେ ତାହା କରନ୍ତି, ପୁଣି ତାଙ୍କ ଉପରେ ଆଦେଶ କରିବାକୁ କେହି ମଧ୍ୟ ନାହାନ୍ତି।
ਸੋ ਪਾਤਿਸਾਹੁ ਸਾਹਾ ਪਤਿਸਾਹਿਬੁ ਨਾਨਕ ਰਹਣੁ ਰਜਾਈ ॥੧॥
ହେ ନାନକ! ସେ ଶାହଙ୍କ ଶାହ ସାହାନଶାହ, ତାଙ୍କରି ଆଜ୍ଞାରେ ରହିବା ହିଁ ଉଚିତ॥1॥
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਸੁਣਿ ਵਡਾ ਆਖੈ ਸਭੁ ਕੋਇ ॥
ହେ ନିରଙ୍କାର ସ୍ୱରୂପ! (ଶାସ୍ତ୍ର ଓ ବିଦ୍ଵାନଙ୍କ ଠାରୁ) ଶୁଣି ଜାଣେ ତ ପ୍ରତ୍ୟେକ ତୋତେ ବଡ କହନ୍ତି।
ਕੇਵਡੁ ਵਡਾ ਡੀਠਾ ਹੋਇ ॥
କିନ୍ତୁ କେତେ ବଡ, ଏହା ସେତେବେଳେ କେହି କହିପାରିବ ଯଦି କିଏ ତୋତେ ଦେଖିଥିବ ଅଥବା ଦର୍ଶନ କରିଥିବ।
ਕੀਮਤਿ ਪਾਇ ਨ ਕਹਿਆ ਜਾਇ ||
ବାସ୍ତବରେ ସେହି ସଦଗୁଣ ସ୍ୱରୂପ ପରମାତ୍ମାଙ୍କ ଆକଳନ କେହି କରିପାରିବେ ନାହିଁ, କାରଣ ସେ ଅନନ୍ତ।
ਕਹਣੈ ਵਾਲੇ ਤੇਰੇ ਰਹੇ ਸਮਾਇ ॥੧॥
ଯିଏ ତୋର ଗାରୀମାର ଅନ୍ତ ପାଇଛି ଅର୍ଥାତ ତୋର ସଚ୍ଚିଦାନନ୍ଦ ସ୍ୱରୂପକୁ ଜାଣେ ସେ ତୋ ସହିତ ଅଭେଦ ହୋଇଯାଏ। ॥1॥
ਵਡੇ ਮੇਰੇ ਸਾਹਿਬਾ ਗਹਿਰ ਗੰਭੀਰਾ ਗੁਣੀ ਗਹੀਰਾ ॥
ହେ ମୋର ଅକାଳ-ପୁରୁଷ! ତୁମେ ସର୍ବୋଚ୍ଚ ଅଟ, ସ୍ବଭାବରେ ସ୍ଥିର ଓ ଗୁଣର ଖଜଣା ଅଟ।
ਕੋਇ ਨ ਜਾਣੈ ਤੇਰਾ ਕੇਤਾ ਕੇਵਡੁ ਚੀਰਾ ॥੧॥ ਰਹਾਉ ॥
ତୁମର କେତେ ବିସ୍ତାର ଅଛି, ଏହି ତଥ୍ୟର ଜ୍ଞାନ କାହାର ମଧ୍ୟ ନାହିଁ ॥1॥ ରୁହ॥
ਸਭਿ ਸੁਰਤੀ ਮਿਲਿ ਸੁਰਤਿ ਕਮਾਈ ॥
ସମସ୍ତ ଧ୍ୟାନ ମଗ୍ନ ହେଉଥିବା ବ୍ୟକ୍ତି ମିଶି ନିଜର ବୃତ୍ତି ଲଗାନ୍ତି।
ਸਭ ਕੀਮਤਿ ਮਿਲਿ ਕੀਮਤਿ ਪਾਈ ॥
ସମସ୍ତ ବିଦ୍ଵାନ ମିଶି ତୁମର ଅନ୍ତ ଜାଣିବା ପାଇଁ ପ୍ରୟାସ କରିଛନ୍ତି।
ਗਿਆਨੀ ਧਿਆਨੀ ਗੁਰ ਗੁਰਹਾਈ ॥
ଶାସ୍ତ୍ରଜ୍ଞ, ପ୍ରାଣାୟାମୀ, ଗୁରୁ ଓ ଗୁରୁମାନଙ୍କ ମଧ୍ୟ ଗୁରୁ
ਕਹਣੁ ਨ ਜਾਈ ਤੇਰੀ ਤਿਲੁ ਵਡਿਆਈ ॥੨॥
ତୋର ମହିମାର ତିଳେ ମାତ୍ର ବ୍ୟାଖ୍ୟା କରାଯାଇପାରିବ ନାହିଁ ॥2॥
ਸਭਿ ਸਤ ਸਭਿ ਤਪ ਸਭਿ ਚੰਗਿਆਈਆ ॥
ସବୁ ଶୁଭ ଗୁଣ, ସବୁ ତପ ଆଉ ସବୁ ଶୁଭ କର୍ମ:
ਸਿਧਾ ਪੁਰਖਾ ਕੀਆ ਵਡਿਆਈਆ ॥
ସିଦ୍ଧ-ପୁରୁଷଙ୍କ ସିଦ୍ଧି ସମାନ ମହାନତା
ਸਿਧੀ ਕਿਨੈ ਨ ਪਾਈਆ ॥
ତୁମ କୃପା ବିନା ପୂର୍ବୋକ୍ତ ଗୁଣର ସିଦ୍ଧି କେହି ମଧ୍ୟ ପ୍ରାପ୍ତ କରି ନାହିଁ।
ਕਰਮਿ ਮਿਲੈ ਨਾਹੀ ਠਾਕਿ ਰਹਾਈਆ ॥੩॥
ଯଦି ପରମେଶ୍ଵରଙ୍କ କୃପାରୁ ଏହି ଶୁଭ ଗୁଣ ପ୍ରାପ୍ତ ହୋଇଯାଏ ତାହାହେଲେ ପୁଣି କେହି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ। ॥3॥
ਆਖਣ ਵਾਲਾ ਕਿਆ ਵੇਚਾਰਾ ॥
ଯଦି କିଏ କହେ ଯେ ହେ ଅକାଳ-ପୁରୁଷ! ମୁଁ ତୁମର ମହିମା କଥନ କରିପାରିବି ତାହାହେଲେ ଏହି ବିଚରା କଣ କହିପାରିବ?
ਸਿਫਤੀ ਭਰੇ ਤੇਰੇ ਭੰਡਾਰਾ ॥
କାରଣ ହେ ପରମେଶ୍ଵର! ତୋର ସ୍ତୁତିର ଭଣ୍ଡାର ତ ବେଦ, ଗ୍ରନ୍ଥ ଓ ତୋର ଭକ୍ତଙ୍କ ହୃଦୟରେ ଭରି ହୋଇ ରହିଛି।
ਜਿਸੁ ਤੂ ਦੇਹਿ ਤਿਸੈ ਕਿਆ ਚਾਰਾ ॥
ଯାହାକୁ ତୁମେ ନିଜର ସ୍ତୁତି କରିବାକୁ ବୁଦ୍ଧି ପ୍ରଦାନ କରିଅଛ, ତାଙ୍କରି ସାଥିରେ କେହି କଣ ଜୋର କରିପାରିବ।
ਨਾਨਕ ਸਚੁ ਸਵਾਰਣਹਾਰਾ ॥੪॥੨॥
ଗୁରୁ ନାନକ ଜୀ କହନ୍ତି ଯେ ସେହି ସତ୍ୟ ସ୍ୱରୂପ ପରମାତ୍ମା ହିଁ ସବୁଙ୍କୁ ଶୋଭାବାନ କରିଥାନ୍ତି॥4॥2॥
ਆਸਾ ਮਹਲਾ ੧ ॥
ଆଶା ମହଲା 1॥
ਆਖਾ ਜੀਵਾ ਵਿਸਰੈ ਮਰਿ ਜਾਉ ॥
ହେ ମାତାଜୀ! ଯେଉଁ ପର୍ଯ୍ୟନ୍ତ ମୁଁ ପରମେଶ୍ଵରଙ୍କ ନାମ ସ୍ମରଣ କରୁଛି ସେ ପର୍ଯ୍ୟନ୍ତ ମୁଁ ଜୀବିତ ରହିଛି, ଯେତେବେଳେ ମୋତେ ଏହି ନାମ ବିସ୍ମୃତ ହୋଇଯାଏ ସେତେବେଳେ ମୁଁ ସ୍ଵୟଂକୁ ମୃତ ଭାବେ; ଅର୍ଥାତ ପ୍ରଭୁଙ୍କ ନାମରେ ହିଁ ସୁଖ ଅନୁଭବ କରେ, ନଚେତ ଦୁଃଖୀ ହୋଇଯାଏ।
ਆਖਣਿ ਅਉਖਾ ਸਾਚਾ ਨਾਉ ॥
କିନ୍ତୁ ଏହି ସତ୍ୟ ନାମ କଥନ କରିବା ବହୁତ କଠିନ ଅଟେ।
ਸਾਚੇ ਨਾਮ ਕੀ ਲਾਗੈ ਭੂਖ ॥
ଯଦି ପ୍ରଭୁଙ୍କ ସତ୍ୟ ନାମର (କ୍ଷୁଧା) ଚାହଁ
ਉਤੁ ਭੂਖੈ ਖਾਇ ਚਲੀਅਹਿ ਦੂਖ ॥੧॥
ତାହାହେଲେ ସେ ଚାହିଁବା ହିଁ ସମସ୍ତ ଦୁଃଖକୁ ନଷ୍ଟ କରିଦିଏ॥1॥
ਸੋ ਕਿਉ ਵਿਸਰੈ ਮੇਰੀ ਮਾਇ ॥
ହେ ମାତାଜୀ! ଏପରି ନାମ ପୁଣି ମୋତେ ବିସ୍ମୃତ କରିଛି।
ਸਾਚਾ ਸਾਹਿਬੁ ਸਾਚੈ ਨਾਇ ॥੧॥ ਰਹਾਉ ॥
ସେହି ସ୍ଵାମୀ ସତ୍ୟ ଅଟେ ଆଉ ତାଙ୍କରି ନାମ ମଧ୍ୟ ସତ୍ୟ ଅଟେ।।1॥ରୁହ॥
ਸਾਚੇ ਨਾਮ ਕੀ ਤਿਲੁ ਵਡਿਆਈ ॥
ପରମାତ୍ମାଙ୍କ ସତ୍ୟ ନାମର ତିଳେ ମାତ୍ର ମହିମା:
ਆਖਿ ਥਕੇ ਕੀਮਤਿ ਨਹੀ ਪਾਈ ॥
(ବ୍ୟାସ ଆଦି ମୁନି)କହି କହି ଥକି ଯାଇଛନ୍ତି, କିନ୍ତୁ ସେ ତାଙ୍କରି ମହତ୍ଵକୁ ଜାଣିପାରି ନାହାନ୍ତି।
ਜੇ ਸਭਿ ਮਿਲਿ ਕੈ ਆਖਣ ਪਾਹਿ ॥
ଯଦି ସୃଷ୍ଟିର ସମସ୍ତ ଜୀବ ମିଶି ପରମେଶ୍ଵରଙ୍କ ସ୍ତୁତି କରିବାରେ ଲାଗନ୍ତି
ਵਡਾ ਨ ਹੋਵੈ ਘਾਟਿ ਨ ਜਾਇ ॥੨॥
ତାହାହେଲେ ସେ ସ୍ତୁତି କରିଲେ ବଡ ହୁଅନ୍ତି ନାହିଁ କିମ୍ବା ନିନ୍ଦା କଲେ ଛୋଟ ହୁଅନ୍ତି ନାହିଁ। ॥2॥
ਨਾ ਓਹੁ ਮਰੈ ਨ ਹੋਵੈ ਸੋਗੁ ॥
ସେହି ନିରଙ୍କାର ନା କେବେ ମରନ୍ତି ଆଉ ନା ହିଁ ତାଙ୍କୁ କେବେ ଶୋକ ହୋଇଥାଏ।
ਦੇਦਾ ਰਹੈ ਨ ਚੂਕੈ ਭੋਗੁ ॥
ସେ ସଂସାରର ଜୀବଙ୍କୁ ପୋଷଣ ଦେଉଛନ୍ତି ଯାହା କି ତାଙ୍କରି ଭଣ୍ଡାରରେ କେବେ ମଧ୍ୟ ସମାପ୍ତ ହୁଏ ନାହିଁ।
ਗੁਣੁ ਏਹੋ ਹੋਰੁ ਨਾਹੀ ਕੋਇ ॥
ଦାନେଶ୍ଵର ପରମାତ୍ମାଙ୍କ ଯେପରି ଗୁଣ ଅଛି ସେପରି ଗୁଣ ଅନ୍ୟ କାହା ଠାରେ ନାହିଁ।
ਨਾ ਕੋ ਹੋਆ ਨਾ ਕੋ ਹੋਇ ॥੩॥
ଏପରି ପରମେଶ୍ଵରଙ୍କ ପରି ପୂର୍ବରୁ କେବେ ହୋଇନଥିଲା ନା ଭବିଷ୍ୟତରେ ହେବ।॥3॥
ਜੇਵਡੁ ਆਪਿ ਤੇਵਡ ਤੇਰੀ ਦਾਤਿ ॥
ପରମାତ୍ମା ସ୍ଵୟଂ ଯେତେ ମହାନ ଅଟନ୍ତି ସେତେ ହିଁ ମହାନ ତାଙ୍କରି ଆଶୀର୍ବାଦ ଅଟେ।