ਆਦੇਸੁ ਤਿਸੈ ਆਦੇਸੁ ॥ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੨੯॥
(ଶହେ ମିଥ୍ୟାର କାନ୍ଥ ଦୂର କରିବା ପାଇଁ) କେବଳ ତାଙ୍କୁ ( ପ୍ରଭୁଙ୍କୁ) ପ୍ରଣାମ କର, ଯିଏ ଆରମ୍ଭ ଅଟନ୍ତି, ଯିଏ ଶୁଦ୍ଧ ସ୍ୱରୂପ ଅଟନ୍ତି, ଯାହାର କିଛି ଅନ୍ତ ନାହିଁ, ଯିଏ ନାଶ ରହିତ ଅଟନ୍ତି ଏବଂ ଯିଏ ସର୍ବଦା ସ୍ଥିର ଅଟନ୍ତି। ॥29॥
ਏਕਾ ਮਾਈ ਜੁਗਤਿ ਵਿਆਈ ਤਿਨਿ ਚੇਲੇ ਪਰਵਾਣੁ ॥ਇਕੁ ਸੰਸਾਰੀ ਇਕੁ ਭੰਡਾਰੀ ਇਕੁ ਲਾਏ ਦੀਬਾਣੁ ॥
( ଲୋକଙ୍କ ମଧ୍ୟରେ ଏହି ଖିଆଲ ପ୍ରଚଳିତ ଅଛି ଯେ ) ଏକାକୀ ମାୟା ଯୁକ୍ତି ଠାରୁ ଗର୍ଭବତୀ ହେଲା ଏବଂ ପ୍ରତ୍ୟେକ୍ଷ ଭାବରେ ତାର ତିନୋଟି ପୁତ୍ର ଜନ୍ମ ହେଲା । ସେ ମଧ୍ୟରୁ ଏକ ( ବ୍ରହ୍ମା ) ଗୃହ କର୍ତ୍ତା ହେଲେ (ଭାବ- ଜୀବ ଜନ୍ତୁକୁ ଜନ୍ମ କଲେ), ଏକ ( ବିଷ୍ଣୁ) ଭଣ୍ଡାରର ମାଲିକ ହେଲେ ( ଭାବ- ଜୀବଙ୍କୁ ପଦାର୍ଥ ପ୍ରଦାନ କଲେ 0 ଏବଂ ଏକ ( ଶିବ) କଚେରୀ କଲେ ( ଭାବ- ଜୀବଙ୍କୁ ସଂହାର କଲେ )
ਜਿਵ ਤਿਸੁ ਭਾਵੈ ਤਿਵੈ ਚਲਾਵੈ ਜਿਵ ਹੋਵੈ ਫੁਰਮਾਣੁ ॥ਓਹੁ ਵੇਖੈ ਓਨਾ ਨਦਰਿ ਨ ਆਵੈ ਬਹੁਤਾ ਏਹੁ ਵਿਡਾਣੁ ॥
(କିନ୍ତୁ ଅସଲ କଥା ଏହା ଯେ ) ଯେପରି ପ୍ରଭୁଙ୍କୁ ଠିକ ଲାଗେ ଏବଂ ତାଙ୍କରି ଆଦେଶ ଯେପରି ହୁଏ , ସଂସାରକୁ ସେ ସେପରି ଚଲାନ୍ତି। ( ଏହି ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ହାତରେ କିଛି ନହିଁ)।ଏହା ବଡ ଆଶ୍ଚର୍ଯ୍ୟଜନକ ଓ ଚମତ୍କାର ଯେ ସେ ପ୍ରଭୁ ସବୁ ଜୀବନକୁ ଦେଖି ପାରନ୍ତି , କିନ୍ତୁ ଜୀବଙ୍କୁ ପ୍ରଭୁଙ୍କ ଦେଖା ମିଳେ ନାହିଁ।
ਆਦੇਸੁ ਤਿਸੈ ਆਦੇਸੁ ॥ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੩੦॥
(ବ୍ରହ୍ମା, ବିଷ୍ଣୁ, ଏବଂ ଶିବଙ୍କ ସ୍ଥାନରେ) କେବଳ ତାଙ୍କୁ ( ଅକାଳ-ପୁରୁଷ) ପ୍ରଣାମ କର, ଯିଏ ( ସବୁର) ଆରମ୍ଭ, ଯିଏ ଶୁଦ୍ଧ ସ୍ୱରୂପ ଅଟନ୍ତି, ଯାହାର କିଛି ଅନ୍ତ ନାହିଁ , ଯିଏ ନାଶ ରହିତ ଏବଂ ସର୍ବଦା ସ୍ଥିର ରହନ୍ତି( ପ୍ରଭୁଙ୍କ ଠାରୁ ଦୂରତା ଦୂର କରିବା ପାଇଁ ଏହା ହେଉଛି ଉପାୟ)॥30॥
ਆਸਣੁ ਲੋਇ ਲੋਇ ਭੰਡਾਰ ॥ਜੋ ਕਿਛੁ ਪਾਇਆ ਸੁ ਏਕਾ ਵਾਰ ॥
ଅକାଳ-ପୁରୁଷଙ୍କ ଭଣ୍ଡାରର ସ୍ଥାନ ସବୁ ଭବନରେ ଥାଏ ( ଭାବ- ସବୁ ଭବନରେ ପ୍ରଭୁଙ୍କ ଭଣ୍ଡାର ଚାଲେ)।ଯାହା କିଛି ରଖିଛନ୍ତି( ସେ ଭଣ୍ଡାରରେ) , ଗୋଟିଏ ଥର ହିଁ ରଖିଛନ୍ତି ( ଭାବ- ତାଙ୍କର ଭଣ୍ଡାର ସର୍ବଦା ଅତୁଟ ଅଟେ)।
ਕਰਿ ਕਰਿ ਵੇਖੈ ਸਿਰਜਣਹਾਰੁ ॥ਨਾਨਕ ਸਚੇ ਕੀ ਸਾਚੀ ਕਾਰ ॥
ସୃଷ୍ଟି ଗଢିବାବାଲା ଅକାଳ-ପୁରୁଷ (ଜୀବଙ୍କୁ) ଜନ୍ମ କରନ୍ତି ଓ ତାଙ୍କୁ ପାଳନ କରନ୍ତି। ହେ ନାନକ! ସର୍ବଦା ସ୍ଥିର ରହୁଥିବା(ଅକାଳ-ପୁରୁଷର) କାର ସଦା ଅଟଳ ଅଟେ।
ਆਦੇਸੁ ਤਿਸੈ ਆਦੇਸੁ ॥ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੩੧॥
କେବଳ ତାଙ୍କୁ ( ଅକାଳ-ପୁରୁଷ) ପ୍ରଣାମ କର, ଯିଏ ( ସବୁର) ଆରମ୍ଭ, ଯିଏ ଶୁଦ୍ଧ ସ୍ୱରୂପ ଅଟନ୍ତି, ଯାହାର କିଛି ଅନ୍ତ ନାହିଁ , ଯିଏ ନାଶ ରହିତ ଏବଂ ସର୍ବଦା ସ୍ଥିର ରହନ୍ତି( ପ୍ରଭୁଙ୍କ ଠାରୁ ଦୂରତା ଦୂର କରିବା ପାଇଁ ଏହା ହେଉଛି ଉପାୟ)। ॥31॥
ਇਕ ਦੂ ਜੀਭੌ ਲਖ ਹੋਹਿ ਲਖ ਹੋਵਹਿ ਲਖ ਵੀਸ ॥ਲਖੁ ਲਖੁ ਗੇੜਾ ਆਖੀਅਹਿ ਏਕੁ ਨਾਮੁ ਜਗਦੀਸ ॥
ଯଦି ଏକ ଜିଭରୁ ଲକ୍ଷେ ଜିଭ ହେବ, ଏବଂ ଲକ୍ଷେ ଜିଭରୁ କୋଡିଏ ଲକ୍ଷ ଜିଭ ହୋଇଯିବ ( ଏହି କୋଡି ଲକ୍ଷ ଜିଭରୁ) ପ୍ରଭୁଙ୍କ ଏକ ନାମରୁ ଏକ ଏକ ଲକ୍ଷ ଥର କୁହାଯାଏ ( ତାହାହେଲେ ମଧ୍ୟ ମିଥ୍ୟାବାଦୀ ମନୁଷ୍ୟର ମିଥ୍ୟା ହିଁ ପୀଡା ଅଟେ, ଅର୍ଥାତ, ଯିଏ ଏହା ଭାବେ ଯେ ମୁଁ ନିଜ ପରିଶ୍ରମର ବଳ ଯୋଗୁଁ ଏହିପରି ନାମ ସ୍ମରଣ କରି ପ୍ରଭୁଙ୍କୁ ପାଇପାରିବି , ଏହା ଏକ ମିଥ୍ୟା ଅହଂକାର)।
ਏਤੁ ਰਾਹਿ ਪਤਿ ਪਵੜੀਆ ਚੜੀਐ ਹੋਇ ਇਕੀਸ ॥ਸੁਣਿ ਗਲਾ ਆਕਾਸ ਕੀ ਕੀਟਾ ਆਈ ਰੀਸ ॥
ଏହି ରାସ୍ତାରେ (ପରମାତ୍ମା ଠାରୁ ଦୂରତା ଦୂର କରିବା ) ପ୍ରଭୁଙ୍କ ସହିତ ମିଳନ ପାଇଁ ଯେଉଁ ସିଡି ଅଛି, ସେଥିରେ ଅହଂକାର ବିନା ହିଁ ଚଢିପାରିବ । ( ଲକ୍ଷେ ଜିଭ ସହିତ ସ୍ମରଣ ଗଣିଲେ ମଧ୍ୟ କିଛି ହୁଏ ନାହିଁ । ଅହଂ ଭାବ ଦୂର କରିବା ବିନା କିଛି ହେବ ନାହିଁ) ଆକାଶର କଥା ଶୁଣି କୀଟ ପାଖରେ ମଧ୍ୟ ରୋଷ ଆସିଯାଏ ( ଯେ ଆମେ ଆକାଶରେ ପହଞ୍ଚିଯିବୁ)।
ਨਾਨਕ ਨਦਰੀ ਪਾਈਐ ਕੂੜੀ ਕੂੜੈ ਠੀਸ ॥੩੨॥
ହେ ନାନକ! ଯଦି ପ୍ରଭୁ କୃପାରେ ନଜର କରନ୍ତି, ତାହାହେଲେମଧ୍ୟ ତାଙ୍କ ସହିତ ମିଳନ ହୋଇପାରେ, ( ନଚେତ) ମିଥ୍ୟାବାଦୀ ମନୁଷ୍ୟର ନିଜକୁ କହୁଥିବା ମିଥ୍ୟା ହିଁ ବଡିମା ଅଟେ ( ଯେ ମୁଁ ସ୍ମରଣ କରୁଛି)।॥33॥
ਆਖਣਿ ਜੋਰੁ ਚੁਪੈ ਨਹ ਜੋਰੁ ॥ਜੋਰੁ ਨ ਮੰਗਣਿ ਦੇਣਿ ਨ ਜੋਰੁ ॥
କହିବା ଓ ଚୁପ ରହିବାରେ ଆମର କିଛି ଚାରା ନାହିଁ । ମାଗିବାରେ ମଧ୍ୟ ଆମ ଅକ୍ତିଆରରେ ନାହିଁ, ଦେବା ପାଇଁ ମଧ୍ୟ ନୁହେଁ।
ਜੋਰੁ ਨ ਜੀਵਣਿ ਮਰਣਿ ਨਹ ਜੋਰੁ ॥ਜੋਰੁ ਨ ਰਾਜਿ ਮਾਲਿ ਮਨਿ ਸੋਰੁ ॥
ବଞ୍ଚିବା ଓ ମରିବାରେ ମଧ୍ୟ ଆମର କିଛି ସାମର୍ଥ୍ୟ କାମ କରେ ନାହିଁ। ଏହି ରାଜ୍ୟ ଓ ବୈଭବ ପ୍ରାପ୍ତିରେ ମଧ୍ୟ ଆମର କୌଣସି ଜୋର ଚାଲେ ନାହିଁ, ଯେଉଁ ପଦାର୍ଥ ଦ୍ଵାରା ମନରେ ଲୋଭ ଓ ଅହଂ ଭାବ ଆସେ।
ਜੋਰੁ ਨ ਸੁਰਤੀ ਗਿਆਨਿ ਵੀਚਾਰਿ ॥ਜੋਰੁ ਨ ਜੁਗਤੀ ਛੁਟੈ ਸੰਸਾਰੁ ॥
ଆତ୍ମିକ ଜାଗୃତି ଅବସ୍ଥାରେ , ଜ୍ଞାନରେ ଓ ବିଚାରରେ ରହିବା ମଧ୍ୟ ଆମର ସାମର୍ଥ୍ୟରେ ନାହିଁ। ଏହି ପ୍ରକାରରେ ରହିବା ଆମ ଅକ୍ତିଆରରେନାହିଁ ଯେ ଯାହା ଦ୍ଵାରା ଜନ୍ମ ଓ ମରଣର ଅନ୍ତ ହୋଇପାରିବ। ସେହି ଅକାଳ-ପୁରୁଷ ରଚନା କରି ସମ୍ଭାଳୁଛନ୍ତି , ଯାହା ହାତରେ ସାମର୍ଥ୍ୟ ଅଛି।
ਜਿਸੁ ਹਥਿ ਜੋਰੁ ਕਰਿ ਵੇਖੈ ਸੋਇ ॥ਨਾਨਕ ਉਤਮੁ ਨੀਚੁ ਨ ਕੋਇ ॥੩੩॥
ହେ ନାନକ ! କୌଣସି ମନୁଷ୍ୟ ନିଜେ ଉତ୍ତମ ଉତ୍ତମ କିମ୍ବା ନୀଚ ହୁଏ ନାହିଁ ( ଭାବ- ଜୀବକୁ ସଦାଚାରୀ କିମ୍ବା ଦୁରାଚାରୀ ସ୍ଵୟଂ ପ୍ରଭୁ ହିଁ କରନ୍ତି)। ॥33॥
ਰਾਤੀ ਰੁਤੀ ਥਿਤੀ ਵਾਰ ॥ਪਵਣ ਪਾਣੀ ਅਗਨੀ ਪਾਤਾਲ ॥
( ଅକାଳ-ପୁରୁଷ) ରାତି, ଋତୁ , ତିଥି ଏବଂ ବାର , ପବନ, ପାଣି , ଅଗ୍ନି ଓ ପାତାଳ
ਤਿਸੁ ਵਿਚਿ ਧਰਤੀ ਥਾਪਿ ਰਖੀ ਧਰਮ ਸਾਲ ॥
ଏହି ସବୁକୁ ଏକତ୍ର ଧରିତ୍ରୀରେ ଧର୍ମ ଅର୍ଜ୍ଜନ କରିବା ସ୍ଥାନ ଦେଇଛନ୍ତି।
ਤਿਸੁ ਵਿਚਿ ਜੀਅ ਜੁਗਤਿ ਕੇ ਰੰਗ ॥ਤਿਨ ਕੇ ਨਾਮ ਅਨੇਕ ਅਨੰਤ ॥
ଏହି ଧରିତ୍ରୀରେ କେତେ ପ୍ରକାରର ଓ ରଙ୍ଗର ଜୀବ ଯାହାର ଅନେକ ଆହୁରି ଅଗଣିତ ନାମ ଅଛି ।
ਕਰਮੀ ਕਰਮੀ ਹੋਇ ਵੀਚਾਰੁ ॥ਸਚਾ ਆਪਿ ਸਚਾ ਦਰਬਾਰੁ ॥
( ଏହି ଅନେକ ନାମ ଏବଂ ରଙ୍ଗର ଜୀବ ) ନିଜେ କରିଥିବା କର୍ମ ଅନୁସାରେ ( ଅକାଳ-ପୁରୁଷଙ୍କ କୃପାରୁ) ନିର୍ଣ୍ଣୟ ହୁଏ , ଅକାଳ-ପୁରୁଷ ନିଜେ ସଚ୍ଚା ଅଟନ୍ତି, ତାଙ୍କର ଦରବାର ମଧ୍ୟ ସଚ୍ଚା ଅଟନ୍ତି।
ਤਿਥੈ ਸੋਹਨਿ ਪੰਚ ਪਰਵਾਣੁ ॥ਨਦਰੀ ਕਰਮਿ ਪਵੈ ਨੀਸਾਣੁ ॥
ଏହି ଦରବାରରେ ସନ୍ଥମାନେ ପ୍ରତ୍ୟେକ୍ଷ ରୂପରେ ଶୋଭାବାନ ହୁଅନ୍ତି ଏବଂ ପ୍ରଭୁଙ୍କ କୃପାରେ, ଏହି ସନ୍ଥମାନଙ୍କ ମସ୍ତିସ୍କରେ , ବଡିମାର ପ୍ରତୀକ ସ୍ପଷ୍ଟ ଦେଖାଯାଏ।
ਕਚ ਪਕਾਈ ਓਥੈ ਪਾਇ ॥ਨਾਨਕ ਗਇਆ ਜਾਪੈ ਜਾਇ ॥੩੪॥
( ଏହି ସଂସାରରେ କାହାକୁ ବଡ ଛୋଟ କହିବା କିଛି ମାଧ୍ୟମ ନାହିଁ,) କଚ୍ଚା-ପକ୍କା ପରୀକ୍ଷା ପ୍ରଭୁଙ୍କ ଦ୍ଵାରରେ ହୁଏ। ହେ ନାନକ! ପ୍ରଭୁନ ଦ୍ଵାରରେ ପହଞ୍ଚି ଏହା ବୁଝାଯାଏ ଜେ ପ୍ରକୃତରେ ସଚ୍ଚା କିଏ ଓ ପକ୍କା କିଏ ।
ਧਰਮ ਖੰਡ ਕਾ ਏਹੋ ਧਰਮੁ ॥ਗਿਆਨ ਖੰਡ ਕਾ ਆਖਹੁ ਕਰਮੁ ॥
ଧର୍ମ ଖଣ୍ଡର ଏହିମାତ୍ର କର୍ତ୍ତବ୍ୟ ଅଟେ, ( ଯାହା ଉପରେ କୁହାଗଲା)।ବର୍ତ୍ତମାନ ଜ୍ଞାନ ଖଣ୍ଡର କର୍ତ୍ତବ୍ୟକୁ ବୁଝ ।
ਕੇਤੇ ਪਵਣ ਪਾਣੀ ਵੈਸੰਤਰ ਕੇਤੇ ਕਾਨ ਮਹੇਸ ॥ਕੇਤੇ ਬਰਮੇ ਘਾੜਤਿ ਘੜੀਅਹਿ ਰੂਪ ਰੰਗ ਕੇ ਵੇਸ ॥
(ପ୍ରଭୁଙ୍କ ରଚନାରେ) କେତେ ପ୍ରକାର ପବନ, ପାଣି, ଓ ଅଗ୍ନି ଅଚଚି, କେତେ କୃଷ୍ଣ ଓ କେତେ ଶିବ ଅଛନ୍ତି ।କେତେ ବ୍ରହ୍ମା ସୃଷ୍ଟି କରାଯାଇଛି , ଯାହାର କେତେ ରୂପ , କେତେ ରଙ୍ଗ ଓ କେତେ ବେସ ଅଛି।
ਕੇਤੀਆ ਕਰਮ ਭੂਮੀ ਮੇਰ ਕੇਤੇ ਕੇਤੇ ਧੂ ਉਪਦੇਸ ॥
(ପ୍ରଭୁଙ୍କ ପ୍ରକୃତିରେ) ଅସଂଖ୍ୟ ଧରିତ୍ରୀ , ଅସଂଖ୍ୟ ମେରୁ ପର୍ବତ, ଅସଂଖ୍ୟ ଧ୍ରୁବ ଭକ୍ତ ଏବଂ ଅନେକ ଉପଦେଶ ଅଛି।
ਕੇਤੇ ਇੰਦ ਚੰਦ ਸੂਰ ਕੇਤੇ ਕੇਤੇ ਮੰਡਲ ਦੇਸ ॥
ଅସଂଖ୍ୟ ଇନ୍ଦ୍ର ଦେବତା , ଚନ୍ଦ୍ରମା , ସୂର୍ଯ୍ୟ ଏବଂ ଅନେକ ଭୁବନ ଅଛି ।
ਕੇਤੇ ਸਿਧ ਬੁਧ ਨਾਥ ਕੇਤੇ ਕੇਤੇ ਦੇਵੀ ਵੇਸ ॥
ଅସଂଖ୍ୟ ସାଧୁ , ଅସଂଖ୍ୟ ବୁଦ୍ଧ ଅବତାର , ଅସଂଖ୍ୟ ନାଥ ଏବଂ ଅସଂଖ୍ୟ ଦେବୀ ଅଛନ୍ତି।
ਕੇਤੇ ਦੇਵ ਦਾਨਵ ਮੁਨਿ ਕੇਤੇ ਕੇਤੇ ਰਤਨ ਸਮੁੰਦ ॥
( ପ୍ରଭୁଙ୍କ ରଚନାରେ) ଅନେକ ଦେବତା ଓ ଦୈତ, ଅନେକ ମୁନି , ଅନେକ ପ୍ରକାରର ରତ୍ନ ତଥା ସମୁଦ୍ର ଅଛି।
ਕੇਤੀਆ ਖਾਣੀ ਕੇਤੀਆ ਬਾਣੀ ਕੇਤੇ ਪਾਤ ਨਰਿੰਦ ॥
ଜୀବ ରଚନାର ଅସଂଖ୍ୟ ଉତ୍ସ, , ଜୀବଙ୍କର ଅସଂଖ୍ୟ ବାଣୀ ( ଚାରି ନାହିଁ )।
ਕੇਤੀਆ ਸੁਰਤੀ ਸੇਵਕ ਕੇਤੇ ਨਾਨਕ ਅੰਤੁ ਨ ਅੰਤੁ ॥੩੫॥
ଅସଂଖ୍ୟ ବାଦଶାହ ଓ ରାଜା , ଅସଂଖ୍ୟ ପ୍ରକାରର ଧ୍ୟାନ ( ଯାହା ଜୀବ ମନରେ ଲଗାଏ), ଅସଂଖ୍ୟ ସେବକ । ହେ ନାନକ! କୌଣସି ଅନ୍ତ ମିଳି ପାରୁନାହିଁ।
ਗਿਆਨ ਖੰਡ ਮਹਿ ਗਿਆਨੁ ਪਰਚੰਡੁ ॥ਤਿਥੈ ਨਾਦ ਬਿਨੋਦ ਕੋਡ ਅਨੰਦੁ ॥
ଜ୍ଞାନ ଖଣ୍ଡରେ ( ଭାବ- ମନୁଷ୍ୟର ଜ୍ଞାନ ଅବସ୍ଥାରେ) ଜ୍ଞାନ ହିଁ ବଳବାନ ହୋଇଥାଏ। ଏହି ଅବସ୍ଥାରେ ସବୁ ରାଗ, ତମାସା ଓ ଚମତ୍କାରିତାର ଆନନ୍ଦ ଆସେ।