ਅਸੰਖ ਭਗਤ ਗੁਣ ਗਿਆਨ ਵੀਚਾਰ ॥ਅਸੰਖ ਸਤੀ ਅਸੰਖ ਦਾਤਾਰ ॥
ପ୍ରଭୁଙ୍କ ପ୍ରକୃତିରେ ଅସଂଖ୍ୟ ଭକ୍ତ ଅଛନ୍ତି,ଯେଉଁମାନେ ପ୍ରଭୁଙ୍କ ଗୁଣ ଓ ଜ୍ଞାନର ବିଚାର କରନ୍ତି , ଅନେକ ଦାନୀ ଓ ଦାତା ଅଟନ୍ତି।
ਅਸੰਖ ਸੂਰ ਮੁਹ ਭਖ ਸਾਰ ॥ਅਸੰਖ ਮੋਨਿ ਲਿਵ ਲਾਇ ਤਾਰ ॥
(ପ୍ରଭୁଙ୍କ ରଚନାରେ) ଅସଂଖ୍ୟ ଯୋଦ୍ଧା ଅଛନ୍ତି ଯେଉଁମାନେ ନିଜର ମୁଖରେ ଶାସ୍ତ୍ରର ଭାର ସହନ କରନ୍ତି ।ଅନେକ ମୌନ ଅଛନ୍ତି ଯେଉଁମାନେ ନିରନ୍ତର ଭକ୍ତି ଯୋଡି ବସିଛନ୍ତି।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ਵਾਰਿਆ ਨ ਜਾਵਾ ਏਕ ਵਾਰ ॥
ମୋର କଣ ସାମର୍ଥ୍ୟ ଅଛି ଯେ ମୁଁ କର୍ତ୍ତାଙ୍କ ପ୍ରକୃତିର ବିଚାର କରିବି?ହେ ପ୍ରଭୁ!ମୁଁ ତ ଆପଣଙ୍କ ପାଇଁ ଥରୁଟିଏ ବି ନିଜକୁ ବଳି ଦେବାପାଇଁ ଯୋଗ୍ୟ ନୁହେଁ।( ମୁଁ ବହୁତ ତୁଚ୍ଛ ଅଟେ)
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੭॥
ହେ ନିରଙ୍କାର ! ତୁମେ ସଦା ଅଟଳ ରୁହ , ତୁମକୁ ଯାହା ଠିକ ଲାଗେ ସେହି କାମ ଉତ୍ତମ ଅଟେ( ଭାବ- ନିଜ ଇଛାରେ ରହିବା ହିଁ ଠିକ)॥17॥
ਅਸੰਖ ਮੂਰਖ ਅੰਧ ਘੋਰ ॥ਅਸੰਖ ਚੋਰ ਹਰਾਮਖੋਰ ॥
( ନିରଙ୍କାର ଦ୍ଵାରା ରଚନା ହୋଇଥିବା ସୃଷ୍ଟିରେ) ଅନେକ ମହାମୂର୍ଖ ଅଛନ୍ତି, ଅନେକ ଚୋର ଅଛନ୍ତି, ଯିଏ ପରର ଜିନିଷ ଚୋରାଇ ବ୍ୟବହାର କରନ୍ତି।
ਅਸੰਖ ਅਮਰ ਕਰਿ ਜਾਹਿ ਜੋਰ ॥
ଅନେକ ଏମିତି ମନୁଷ୍ୟ ଅଛନ୍ତି ଯିଏ ଅନ୍ୟଙ୍କୁ ଆଦେଶ ଦିଅନ୍ତି ଓ ଜୋର ଜବରଦସ୍ତ କରି ଚାଲନ୍ତି।
ਅਸੰਖ ਗਲਵਢ ਹਤਿਆ ਕਮਾਹਿ ॥ਅਸੰਖ ਪਾਪੀ ਪਾਪੁ ਕਰਿ ਜਾਹਿ ॥
ଅନେକ ଖୁନି ମନୁଷ୍ୟର ଗଳା କାଟନ୍ତି ଏବଂ ଅନେକ ପାପୀ ପାପ ଅର୍ଜନ କରି ଏହି ଦୁନିଆରୁ ଚାଲି ଯାଆନ୍ତି।
ਅਸੰਖ ਕੂੜਿਆਰ ਕੂੜੇ ਫਿਰਾਹਿ ॥ਅਸੰਖ ਮਲੇਛ ਮਲੁ ਭਖਿ ਖਾਹਿ ॥
ଅନେକ ମିଥ୍ୟା ସ୍ଵଭାବର ମନୁଷ୍ୟ ମିଥ୍ୟାରେ ହିଁ ଲିପ୍ତ ରହନ୍ତି ଏବଂ ଅନେକ ଦୁଷ୍ଟ ବୁଦ୍ଧି ଲୋକ ମନୁଷ୍ୟ ମଳ (ଅଭକ୍ଷ) ଖାଇ ଯାଆନ୍ତି।
ਅਸੰਖ ਨਿੰਦਕ ਸਿਰਿ ਕਰਹਿ ਭਾਰੁ ॥ਨਾਨਕੁ ਨੀਚੁ ਕਹੈ ਵੀਚਾਰੁ ॥
ଅନେକ ନିନ୍ଦୁକ ( ନିନ୍ଦା କରି)ନିଜ ଉପରେ ନିନ୍ଦାର ଭାର ଉଠାନ୍ତି। ( ହେ ନିରଙ୍କାର!) ଅନେକ ଜୀବ ଆହୁରି କିଛି କୁକର୍ମରେ ଫସି ରହିଛନ୍ତି , ମୋର କଣ ସାମର୍ଥ୍ୟ ଅଛି ମୁଁ ତୁମ ପ୍ରକୃତିର ବିଚାର କରିପାରିବି? ବିଚାରା ନାନକ ଏ ବିଚାର ରଖିଛନ୍ତି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥
(ହେ ପ୍ରଭୁ !) ମୁଁ ତ ଆପଣଙ୍କ ପାଇଁ ଥରୁଟିଏ ବି ନିଜକୁ ବଳି ଦେବା ପାଇଁ ଯୋଗ୍ୟ ନୁହେଁ ( ଭାବ- ମୁଁ ତୁମ ଅସୀମ ପ୍ରକୃତିର ବିଚାର କରିବା ଯୋଗ୍ୟ ନୁହେଁ)
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੮॥
ହେ ନିରଙ୍କାର! ତୁମେ ସଦା ଅଟଳ ରୁହ, ତୁମକୁ ଯାହା ଠିକ ଲାଗୁଛି ତୁମେ ତାହା କରିବା ଉତ୍ତମ ଅଟେ ॥18॥
ਅਸੰਖ ਨਾਵ ਅਸੰਖ ਥਾਵ ॥ਅਗੰਮ ਅਗੰਮ ਅਸੰਖ ਲੋਅ ॥
(ଅନେକ ଜୀବ ଓ ଅନ୍ୟ ଅସଂଖ୍ୟ ପଦାର୍ଥର)ଅସଂଖ୍ୟ ନାମ ଅଛି।ଅସଂଖ୍ୟ ସ୍ଥାନ ଠିକଣା ଅଛି। ପ୍ରକୃତିରେ ଅନେକ ଭୁବନ ଅଛି ଯାହା ପର୍ଯ୍ୟନ୍ତ ମନୁଷ୍ୟ ପହଞ୍ଚି ପାରେ ନାହିଁ।
ਅਸੰਖ ਕਹਹਿ ਸਿਰਿ ਭਾਰੁ ਹੋਇ ॥
( କିନ୍ତୁ, ଯଦି ମନୁଷ୍ୟ ପ୍ରକୃତିର ଲେଖା କରିବ) ଅସଂଖ୍ୟ କହିଲେ ଭାରି ଲାଗେ ( ଭାବ- ସେ ବି ଭୁଲ କରନ୍ତି ,’ ଅସଂଖ୍ୟ’ ଶବ୍ଦ ପର୍ଯ୍ୟାପ୍ତ ନାହିଁ।
ਅਖਰੀ ਨਾਮੁ ਅਖਰੀ ਸਾਲਾਹ ॥ਅਖਰੀ ਗਿਆਨੁ ਗੀਤ ਗੁਣ ਗਾਹ ॥
( ପ୍ରଭୁଙ୍କ ପ୍ରକୃତିର ଲେଖା କରିବାକୁ “ଅସଂଖ୍ୟ’ ଶବ୍ଦ କୁହାଯାଇଛି, କିନ୍ତୁ କୌଣସି ଶବ୍ଦ ପର୍ଯ୍ୟାପ୍ତ ନାହିଁ)ପ୍ରଭୁଙ୍କ ନାମ ଅକ୍ଷର ଦ୍ଵାରା ନିଆଯାଏ, ତାଙ୍କରି ସ୍ମୃତି ମଧ୍ୟ ଅକ୍ଷର ଦ୍ଵାରା କରାଯାଇପାରେ।ପ୍ରଭୁଙ୍କ ଜ୍ଞାନ ହିଁ ଅକ୍ଷର ଦ୍ଵାରା ହିଁ ବିଚାର କରାଯାଇପାରେ।ଅକ୍ଷର ଦ୍ଵାରା ହିଁ ତାଙ୍କରି ସଙ୍ଗୀତ ଓ ଗୁଣ ପ୍ରଶଂସା କରାଯାଇପାରେ।
ਅਖਰੀ ਲਿਖਣੁ ਬੋਲਣੁ ਬਾਣਿ ॥ਅਖਰਾ ਸਿਰਿ ਸੰਜੋਗੁ ਵਖਾਣਿ ॥
କଥା ଲେଖିବା ଓ କହିବା ଅକ୍ଷର ଦ୍ଵାରା ହିଁ ସମ୍ଭବ।( ଏଥି ପାଇଁ ଯେଉଁ ପ୍ରଭୁ ଏହା ଲେଖିଛନ୍ତି ତାଙ୍କ ପାଇଁ ‘ଅସଂଖ୍ୟ’ ଶବ୍ଦ ବ୍ୟବହାର କରାଯାଇଛି)
ਜਿਨਿ ਏਹਿ ਲਿਖੇ ਤਿਸੁ ਸਿਰਿ ਨਾਹਿ ॥ਜਿਵ ਫੁਰਮਾਏ ਤਿਵ ਤਿਵ ਪਾਹਿ ॥
ତାଙ୍କ ନିଜର ମସ୍ତିକରେ କୌଣସି ଲେଖା ନାହିଁ।( ଭାବ- କୌଣସି ମନୁଷ୍ୟ ଏହି ପ୍ରଭୁଙ୍କ ଲେଖା କରିପାରିବ ନାହିଁ।ପ୍ରଭୁ ଯେପରି ଆଦେଶ ଦିଅନ୍ତି, ଜୀବ ତାହା ଭୋଗ କରେ।
ਜੇਤਾ ਕੀਤਾ ਤੇਤਾ ਨਾਉ ॥ਵਿਣੁ ਨਾਵੈ ਨਾਹੀ ਕੋ ਥਾਉ ॥
ସାରା ସଂସାର ପ୍ରଭୁଙ୍କ ସ୍ୱରୂପ ଅଟେ।କୌଣସି ଜାଗା ପ୍ରଭୁଙ୍କ ସ୍ୱରୂପ ଠାରୁ ଖାଲି ନାହିଁ।( ଭାବ- ଯାହାବି ଜାଗା ବା ପଦାର୍ଥ ଦେଖାଯାଏ, ପ୍ରଭୁଙ୍କ ସ୍ୱରୂପ ଦେଖାଯାଏ।)
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ਵਾਰਿਆ ਨ ਜਾਵਾ ਏਕ ਵਾਰ ॥
ମୋର କଣ ସାମର୍ଥ୍ୟ ଅଛି ଯେ ମୁଁ ପ୍ରକୃତିକୁ( ଈଶ୍ବରୀୟ ଶକ୍ତି) ବିଚାର କରିପାରିବି? ହେ ପ୍ରଭ! ମୁଁ ତୁମ ପାଇଁ ଗୋଟିଏ ଥର ମଧ୍ୟ ନିଜକୁ ବଳି ଦେବା ପାଇ ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੯॥
ହେ ନିରଙ୍କାର! ତୁମେ ସଦା ସ୍ଥିର ରୁହ, ତୁମକୁ ଯେଉଁ କାମ ଭଲ ଲାଗେ ତୁମେ ସେହି କାମ କରିବା ଉତ୍ତମ ଅଟେ।( ତୁମେ ନିଜ ଇଚ୍ଛାରେ ରହିବା ଜୀବ ପାଇଁ ଲାଭଦାୟକ)॥19॥
ਭਰੀਐ ਹਥੁ ਪੈਰੁ ਤਨੁ ਦੇਹ ॥ਪਾਣੀ ਧੋਤੈ ਉਤਰਸੁ ਖੇਹ ॥
ଯଦି ହାତ, ପାଦ କିମ୍ବା ଶରୀର ମଇଳା ହୋଇଯାଏ, ପାଣିରେ ଧୋଇଦେଲେ ସେ ମଇଳା ବାହାରି ଯାଏ।
ਮੂਤ ਪਲੀਤੀ ਕਪੜੁ ਹੋਇ ॥ਦੇ ਸਾਬੂਣੁ ਲਈਐ ਓਹੁ ਧੋਇ ॥
ଯଦି କିଛି କପଡା ମୁତ୍ର ଯୋଗୁଁ ଅପରିଷ୍କାର ହୋଇଯାଏ , ତାହାହେଲେ ସାବୁନ ଏହାକୁ ଧୋଇଡିଏ।
ਭਰੀਐ ਮਤਿ ਪਾਪਾ ਕੈ ਸੰਗਿ ॥ਓਹੁ ਧੋਪੈ ਨਾਵੈ ਕੈ ਰੰਗਿ ॥
ଯଦି ମନୁଷ୍ୟ ବୁଦ୍ଧି ପାପରେ ମଳିନ ହୋଇଯାଏ , ତାହାହେଲେ ସେ ପାପ ପ୍ରଭୁଙ୍କ ନାମରେ ପ୍ରେମ କରିବା ଦ୍ଵାରା ଧୋଇ ହୋଇଯାଏ।
ਪੁੰਨੀ ਪਾਪੀ ਆਖਣੁ ਨਾਹਿ ॥ਕਰਿ ਕਰਿ ਕਰਣਾ ਲਿਖਿ ਲੈ ਜਾਹੁ ॥
ପୂଣ୍ୟ କିମ୍ବା ପାପ କେବଳ ନାମ ନାହିଁ( ଭାବ- କେବଳ କହିବା କଥା ନାହିଁ, ବାସ୍ତବରେ ଅଟେ)।ଯେଉଁ ପ୍ରକାର କାମ ତୁମେ କରିବ ସେହିପରି ସଂସ୍କାର ନିଜର ଅନ୍ତରରେ ଅଙ୍କୁରିତ କରି ସାଥିରେ ନେଇ ଚାଲିବ।
ਆਪੇ ਬੀਜਿ ਆਪੇ ਹੀ ਖਾਹੁ ॥ਨਾਨਕ ਹੁਕਮੀ ਆਵਹੁ ਜਾਹੁ ॥੨੦॥
ହେ ନାନକ! ଯେଉଁ ବୀଜ ତୁମେ ନିଜେ ବୁଣିବ, ସେହି ଫଳ ତୁମେ ସ୍ଵୟଂ ଖାଇବ।ପ୍ରଭୁଙ୍କ ଆଦେଶରେ ଜନ୍ମ-ମରଣ ଚକ୍ରରେ ପଡି ରହିବ॥20॥
ਤੀਰਥੁ ਤਪੁ ਦਇਆ ਦਤੁ ਦਾਨੁ ॥ਜੇ ਕੋ ਪਾਵੈ ਤਿਲ ਕਾ ਮਾਨੁ ॥
ତୀର୍ଥ ଯାତ୍ରା, ତପ ସାଧନା, ଜୀବକୁ ଦୟା କରିବା ଆଦି ଦିଆଯାଇଥିବା ଜ୍ଞାନ ( ଏହି କର୍ମ ବଦଳରେ)- ଯଦି କୌଣସି ମନୁଷ୍ୟକୁ କିଛି ଆଦର-ସତ୍କାର ମିଳିଲେ ମଧ୍ୟ , ତାହା ନାମମାତ୍ର ଅଟେ।
ਸੁਣਿਆ ਮੰਨਿਆ ਮਨਿ ਕੀਤਾ ਭਾਉ ॥ਅੰਤਰਗਤਿ ਤੀਰਥਿ ਮਲਿ ਨਾਉ ॥
ଯେଉଁ ମନୁଷ୍ୟ ପ୍ରଭୁଙ୍କ ନାମରେ ଯୋଡି ରହେ, ( ଯାହାର ମନ ନାମରେ) ଡୁବି ଯାଏ, ଏବଂ ଯିଏ ନିଜ ମନରେ ପ୍ରଭୁଙ୍କ ପ୍ରେମ ଜାଗ୍ରତ କରାଏ, ଏହି ମନୁଷ୍ୟ ନିଜ ଭିତରେ ଥିବା ତୀର୍ଥରେ ସ୍ନାନ କରିଛି( ଭାବ- ଏହି ମନୁଷ୍ୟ ନିଜ ଭିତରେ ଥିବା ମଇଳାକୁ ପ୍ରଭୁଙ୍କ ନାମରେ ଯୋଡି ରହି ସଫା କରେ)।
ਸਭਿ ਗੁਣ ਤੇਰੇ ਮੈ ਨਾਹੀ ਕੋਇ ॥ਵਿਣੁ ਗੁਣ ਕੀਤੇ ਭਗਤਿ ਨ ਹੋਇ ॥
ହେ ପ୍ରଭୁ! ଯଦି ତୁମେ ସ୍ଵୟଂ ମୋ ଠାରେ ଗୁଣ ଜାଗ୍ରତ ନ କରାଅ, ମୋ ଠାରେ ଭକ୍ତି ହୋଇପାରିବ ନାହିଁ।ମୋର କିଛି ନିଜର ନାହିଁ।( ମୁଁ ତୁମର ଗୁଣ ଗାଇପାରିବି)।ଏ ସବୁ ତୁମର ମହାନତା।( ହେ ନିରଙ୍କାର!) ତୁମର ସର୍ବଦା ଜୟ ହେଉ, ତୁମେ ସ୍ଵୟଂ ମାୟା ଅଟ ।
ਸੁਅਸਤਿ ਆਥਿ ਬਾਣੀ ਬਰਮਾਉ ॥ਸਤਿ ਸੁਹਾਣੁ ਸਦਾ ਮਨਿ ਚਾਉ ॥
ତୁମେ ସ୍ଵୟଂ ବାଣୀ ଅଟ, ତୁମେ ସ୍ଵୟଂ ବ୍ରହ୍ମା ଅଟ। ( ଏହି ସୃଷ୍ଟିକୁ ତିଆରି କରିଥିବା ମାୟା, ବାଣୀ, କିମ୍ବା ବ୍ରହ୍ମା ତୁମ ଠାରୁ ଅଲଗା ହୋଇପାରିବ ନାହିଁ। ତୁମେ ସର୍ବଦା ସ୍ଥିର , ସୁନ୍ଦର, ତୁମ ମନ ସର୍ବଦା ପ୍ରସନ୍ନତାରେ ଭରି ରହିଥାଏ ( ତୁମେ ହିଁ ସୃଷ୍ଟି କର୍ତ୍ତା, ତୁମକୁ ଜଣା ଅଛି ଏ ସବୁ ତୁମେ କେବେ ବନାଇଲ)।
ਕਵਣੁ ਸੁ ਵੇਲਾ ਵਖਤੁ ਕਵਣੁ ਕਵਣ ਥਿਤਿ ਕਵਣੁ ਵਾਰੁ ॥
ତାହା କେଉଁ ସମୟ ଥିଲା, କେଉଁ ତିଥି ଥିଲା, କେଉଁ ଦିନ ଥିଲା
ਕਵਣਿ ਸਿ ਰੁਤੀ ਮਾਹੁ ਕਵਣੁ ਜਿਤੁ ਹੋਆ ਆਕਾਰੁ ॥
କେଉଁ ଋତୁ ଥିଲା, ଏବଂ କେଉଁ ମାସ ଥିଲା ଯେବେ ଏହି ସଂସାର ସୃଷ୍ଟି ହୋଇଥିଲା?
ਵੇਲ ਨ ਪਾਈਆ ਪੰਡਤੀ ਜਿ ਹੋਵੈ ਲੇਖੁ ਪੁਰਾਣੁ ॥
( କେବେ ଏ ସଂସାର ହୋଇଥିଲା?) ସେହି ସମୟ ପଣ୍ଡିତଙ୍କୁ ମଧ୍ୟ ଜଣା ନାହିଁ, ନହେଲେ ଏ ବିଷୟରେ ଏକ ପୁରାଣ ଲେଖା ହୋଇଥାନ୍ତା।
ਵਖਤੁ ਨ ਪਾਇਓ ਕਾਦੀਆ ਜਿ ਲਿਖਨਿ ਲੇਖੁ ਕੁਰਾਣੁ ॥
ଏହି ସମୟ କ୍ଵାଜି ମାନଙ୍କୁ ମଧ୍ୟ ଖବର ନାହିଁ, ନହେଲେ ସେମାନେ ଲେଖି ଦେଇଥାନ୍ତେ , ଯେମିତି କୋରାନ ଲେଖିଲେ।
ਥਿਤਿ ਵਾਰੁ ਨਾ ਜੋਗੀ ਜਾਣੈ ਰੁਤਿ ਮਾਹੁ ਨਾ ਕੋਈ ॥
(ଯେବେ ଜଗତ ସୃଷ୍ଟି ହେଲା) କେଉଁ ତିଥି ଥିଲା, କେଉଁ ଦିନ, ବାର ଥିଲା , ଏହି କଥା କୌଣସି ଯୋଗୀ ମଧ୍ୟ ଜାଣି ନାହାନ୍ତି। କୌଣସି ମନୁଷ୍ୟ କହି ପାରିବ ନାହିଁ ସେତେବେଳେ କେଉଁ ଋତୁ ଥିଲା
ਜਾ ਕਰਤਾ ਸਿਰਠੀ ਕਉ ਸਾਜੇ ਆਪੇ ਜਾਣੈ ਸੋਈ ॥
ଯେଉଁ ନିର୍ମାତା ଏହି ଜଗତକୁ ତିଆରି କରିଛି, ସେ ନିଜେ ଜାଣିଛି ( ଜଗତ କେବେ ହେଲା)।
ਕਿਵ ਕਰਿ ਆਖਾ ਕਿਵ ਸਾਲਾਹੀ ਕਿਉ ਵਰਨੀ ਕਿਵ ਜਾਣਾ ॥
ମୁଁ କିପରି କହିବି, କିପରି ପ୍ରଭୁଙ୍କ ମହିମା କରିବି, କିପରି ବର୍ଣ୍ଣନା କରିବି ଏବଂ କିପରି ତାଙ୍କୁ ବୁଝିବି?