ਚਾਰੇ ਅਗਨਿ ਨਿਵਾਰਿ ਮਰੁ ਗੁਰਮੁਖਿ ਹਰਿ ਜਲੁ ਪਾਇ ॥
ଗୁରୁମୁଖ ଜୀବ ହରି-ନାମ ରୂପୀ ଜଳ ଢାଳି ଚାରି-ଅଗ୍ନି (ହିଂସା, ମୋହ, କ୍ରୋଧ, ଲୋଭ) ଲିଭାଇଦିଏ।
ਅੰਤਰਿ ਕਮਲੁ ਪ੍ਰਗਾਸਿਆ ਅੰਮ੍ਰਿਤੁ ਭਰਿਆ ਅਘਾਇ ॥
ତାହାର ହୃଦୟ କମଳର ଶାନ୍ତିର ଖେଳି ଉଠେ, କାରଣ ତାହାର ହୃଦୟରେ ନାମ-ଅମୃତ ଭରି ରହିଛି।
ਨਾਨਕ ਸਤਗੁਰੁ ਮੀਤੁ ਕਰਿ ਸਚੁ ਪਾਵਹਿ ਦਰਗਹ ਜਾਇ ॥੪॥੨੦॥
ଗୁରୁଜୀ କହନ୍ତି ଯେ ହେ ଜୀବ! ତୁ ସଦଗୁରୁଙ୍କୁ ନିଜ ମିତ୍ର କର, ଯାହାଙ୍କ କୃପାରୁ ତୁମେ ପରଲୋକରେ ସୁଖ ପ୍ରାପ୍ତି କରିବ॥4॥20॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਹਰਿ ਹਰਿ ਜਪਹੁ ਪਿਆਰਿਆ ਗੁਰਮਤਿ ਲੇ ਹਰਿ ਬੋਲਿ ॥
ହେ ପ୍ରିୟ ଜୀବ! ହରି-ନାମ ଜପ କର ତଥା ଗୁରୁ ଉପଦେଶ ଦ୍ଵାରା ପ୍ରଭୁଙ୍କ ନାମ ସ୍ମରଣ କର।
ਮਨੁ ਸਚ ਕਸਵਟੀ ਲਾਈਐ ਤੁਲੀਐ ਪੂਰੈ ਤੋਲਿ ॥
ମନକୁ ସତ୍ୟର କଷଟିରେ କଷି ପରମାତ୍ମାଙ୍କ ନିକିତିରେ ତୁଳନା କରାଯାଏ।
ਕੀਮਤਿ ਕਿਨੈ ਨ ਪਾਈਐ ਰਿਦ ਮਾਣਕ ਮੋਲਿ ਅਮੋਲਿ ॥੧॥
ସେହି ମନର ମୂଲ୍ୟ କହି ହେବ ନାହିଁ, କାରଣ ତାହା ମାନିକଭୟ ଶୁଦ୍ଧ ଅଟେ ଆଉ ତାହା ଅମୂଲ୍ୟ ଅଟେ॥1॥
ਭਾਈ ਰੇ ਹਰਿ ਹੀਰਾ ਗੁਰ ਮਾਹਿ ॥
ହେ ଭାଇ! ହରି ରୂପୀ ହୀରା ଗୁରୁଙ୍କ ହୃଦୟରେ ହିଁ ଦେଖାଯାଇପାରେ।
ਸਤਸੰਗਤਿ ਸਤਗੁਰੁ ਪਾਈਐ ਅਹਿਨਿਸਿ ਸਬਦਿ ਸਲਾਹਿ ॥੧॥ ਰਹਾਉ ॥
ସେହି ହରିଙ୍କ ସତସଙ୍ଗତିରେ ତଥା ଦିନ ରାତି ପ୍ରଭୁଙ୍କ ଯଶୋଗାନ ପ୍ରାପ୍ତ କରାଯାଏ॥1॥ରୁହ॥
ਸਚੁ ਵਖਰੁ ਧਨੁ ਰਾਸਿ ਲੈ ਪਾਈਐ ਗੁਰ ਪਰਗਾਸਿ ॥
ହେ ଜିଜ୍ଞାସୁ! ଶ୍ରଦ୍ଧା ରୂପୀ ପୁଞ୍ଜି ନେଇ ଗୁରୁଙ୍କ ଜ୍ଞାନ-ପ୍ରକାଶରେ ସତ୍ୟ ସୌଦା କର।
ਜਿਉ ਅਗਨਿ ਮਰੈ ਜਲਿ ਪਾਇਐ ਤਿਉ ਤ੍ਰਿਸਨਾ ਦਾਸਨਿ ਦਾਸਿ ॥
ଯେପରି ଜଳ ଢାଳିଲେ ଅଗ୍ନି ନିର୍ବାପିତ ହୁଏ, ସେପରି ଗୁରୁ ଭକ୍ତି ରୂପୀ ଜଳରେ ଢାଳି ଦାସଙ୍କର ଦାସ ବନି ହୁଏ।
ਜਮ ਜੰਦਾਰੁ ਨ ਲਗਈ ਇਉ ਭਉਜਲੁ ਤਰੈ ਤਰਾਸਿ ॥੨॥
ଏଥିରେ ଜୀବ ଯମର ଦଣ୍ଡରୁ ବଞ୍ଚିଯାଏ ଆଉ ସ୍ଵୟଂ ମଧ୍ୟ ଭାବସାଗରରୁ ପାର ହୋଇଯାଏ ତଥା ଅନ୍ୟକୁ ମଧ୍ୟ ପାର ହେବାରେ ସହାୟତା କରିଥାଏ॥2॥
ਗੁਰਮੁਖਿ ਕੂੜੁ ਨ ਭਾਵਈ ਸਚਿ ਰਤੇ ਸਚ ਭਾਇ ॥
ଗୁରୁଙ୍କ ଉନ୍ମୁଖ ଜୀବଙ୍କୁ ଅସତ୍ୟ ଭଲ ଲାଗେ ନାହିଁ, ସେ ପ୍ରାୟଃ ସତ୍ୟ ପରମାତ୍ମାଙ୍କ ଠାରେ ଲିପ୍ତ ରହିଥାଏ ଆଉ ସେମାନଙ୍କୁ ସତ୍ୟ ହିଁ ଭଲ ଲାଗେ।
ਸਾਕਤ ਸਚੁ ਨ ਭਾਵਈ ਕੂੜੈ ਕੂੜੀ ਪਾਂਇ ॥
ଶକ୍ତି ଉପାସକ (ଶାକ୍ତ) ଗୁରୁଙ୍କ ଠାରୁ ବିମୁଖ ଜୀବକୁ ସତ୍ୟ ଭଲ ଲାଗେ ନାହିଁ, ମୂଳଦୁଆ ଅସତ୍ୟ ହେଲେ ଅନ୍ୟ ସବୁ ଗଠନ ମଧ୍ୟ ଅସତ୍ୟ ହୋଇଥାଏ।
ਸਚਿ ਰਤੇ ਗੁਰਿ ਮੇਲਿਐ ਸਚੇ ਸਚਿ ਸਮਾਇ ॥੩॥
ପୂର୍ଣ୍ଣ ଗୁରୁଙ୍କ ସହିତ ମିଳନ କରି ଯିଏ ସତ୍ୟ ନାମରେ ରହେ, ସେ ଗୁରୁମୁଖ ସତ୍ୟ ହୋଇ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଠାରେ ଲୀନ ହୋଇଯାଏ॥3॥
ਮਨ ਮਹਿ ਮਾਣਕੁ ਲਾਲੁ ਨਾਮੁ ਰਤਨੁ ਪਦਾਰਥੁ ਹੀਰੁ ॥
ମନରେ ମାଣିକ, ଲାଲ, ହୀରା, ରତ୍ନ ତୁଲ୍ୟ ହରି-ନାମ ପଦାର୍ଥ ବିଦ୍ୟମାନ।
ਸਚੁ ਵਖਰੁ ਧਨੁ ਨਾਮੁ ਹੈ ਘਟਿ ਘਟਿ ਗਹਿਰ ਗੰਭੀਰੁ ॥
ସେହି ଗହଣା-ଗମ୍ଭୀର ପ୍ରଭୁ ପ୍ରତ୍ୟେକ ହୃଦୟରେ ବାସ କରନ୍ତି, ତାଙ୍କରି ନାମ-ଧନ ହିଁ ସଚ୍ଚା ସଉଦା ଅଟେ।
ਨਾਨਕ ਗੁਰਮੁਖਿ ਪਾਈਐ ਦਇਆ ਕਰੇ ਹਰਿ ਹੀਰੁ ॥੪॥੨੧॥
ନାନକ ଜୀ କହନ୍ତି ଯେ ହୀରା ଭଳି ଅମୂଲ୍ୟ ହରି ଯଦି କୃପା କରନ୍ତି ତାହାହେଲେ ଗୁରୁ ଦ୍ଵାରା ହିଁ ନାମ ରୂପୀ ସଚ୍ଚା ସଉଦା ପ୍ରାପ୍ତ କରାଯାଇପାରେ॥4॥21॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਭਰਮੇ ਭਾਹਿ ਨ ਵਿਝਵੈ ਜੇ ਭਵੈ ਦਿਸੰਤਰ ਦੇਸੁ ॥
ଦେଶ-ଦେଶାନ୍ତର ଭ୍ରମଣ କରିଲେ ମଧ୍ୟ ଭ୍ରମାଗ୍ନି ଶାନ୍ତ ହୁଏ ନାହିଁ, କେହି କେତେ ଭ୍ରମଣ କାଲେ ମଧ୍ୟ।
ਅੰਤਰਿ ਮੈਲੁ ਨ ਉਤਰੈ ਧ੍ਰਿਗੁ ਜੀਵਣੁ ਧ੍ਰਿਗੁ ਵੇਸੁ ॥
ଅନ୍ତର୍ମନର ମଇଳା ଦୂର ହୁଏ ନାହିଁ, ଏପରି ଜୀବନକୁ ଧିକ୍କାର ଅଟେ, ଏପରି ବେଶକୁ ମଧ୍ୟ ଧିକ୍କାର ଅଟେ।
ਹੋਰੁ ਕਿਤੈ ਭਗਤਿ ਨ ਹੋਵਈ ਬਿਨੁ ਸਤਿਗੁਰ ਕੇ ਉਪਦੇਸ ॥੧॥
ସଦଗୁରୁଙ୍କ ଉପଦେଶ ବିନା ଆଉ କୌଣସି ପ୍ରକାରେ ପ୍ରଭୁଙ୍କ ଭକ୍ତି ହୋଇପାରେନାହିଁ॥1॥
ਮਨ ਰੇ ਗੁਰਮੁਖਿ ਅਗਨਿ ਨਿਵਾਰਿ ॥
ହେ ପ୍ରିୟ ମନ! ଗୁରୁଙ୍କ ମୁଖରୁ ବାହାରିବା ଉପଦେଶ ଦ୍ଵାରା ନାମ ଜଳ ନେଇ ତୃଷାଗ୍ନି ନିର୍ବାପିତ କର।
ਗੁਰ ਕਾ ਕਹਿਆ ਮਨਿ ਵਸੈ ਹਉਮੈ ਤ੍ਰਿਸਨਾ ਮਾਰਿ ॥੧॥ ਰਹਾਉ ॥
ଯଦି ଗୁରୁ-ଉପଦେଶ ମନରେ ବସା ବାନ୍ଧେ ତାହାହେଲେ ଅହଂକାର ଓ ତୃଷାଗ୍ନି ଭଳି ସବୁ ବିକାର ନଷ୍ଟ ହୋଇଯାଏ॥1॥ରୁହ॥
ਮਨੁ ਮਾਣਕੁ ਨਿਰਮੋਲੁ ਹੈ ਰਾਮ ਨਾਮਿ ਪਤਿ ਪਾਇ ॥
ପରମାତ୍ମାଙ୍କ ନାମରେ ଲୀନ ହୋଇ ଏହି ମନ ଅମୂଲ୍ୟ ମାଣିକ ବନିଯାଏ, ଆଉ ପ୍ରତିଷ୍ଠିତ ହୋଇଥାଏ।
ਮਿਲਿ ਸਤਸੰਗਤਿ ਹਰਿ ਪਾਈਐ ਗੁਰਮੁਖਿ ਹਰਿ ਲਿਵ ਲਾਇ ॥
କିନ୍ତୁ ପରମାତ୍ମାଙ୍କ ନାମ ସତସଙ୍ଗତି କରିଲେ ହିଁ ପ୍ରାପ୍ତ ହୋଇଥାଏ, ଗୁରୁଙ୍କ ଶରଣ ପଡିଲେ ହିଁ ପରମାତ୍ମାଙ୍କ ଚରଣରେ ମନ ଲାଗିଥାଏ।
ਆਪੁ ਗਇਆ ਸੁਖੁ ਪਾਇਆ ਮਿਲਿ ਸਲਲੈ ਸਲਲ ਸਮਾਇ ॥੨॥
ଅହଂକାର ଦୂର ହେଲେ ସୁଖ ପ୍ରାପ୍ତି ହୋଇଥାଏ। ସେତେବେଳେ ଜୀବାତ୍ମା ପରମାତ୍ମାଙ୍କ ଠାରେ ଏହି ପ୍ରକାର ବିଲୀନ ହୋଇଯାଏ, ଯେପରି ଜଳରେ ଜଳ ମିଶିଯାଏ॥2॥
ਜਿਨਿ ਹਰਿ ਹਰਿ ਨਾਮੁ ਨ ਚੇਤਿਓ ਸੁ ਅਉਗੁਣਿ ਆਵੈ ਜਾਇ ॥
ଯିଏ ହରି ନାମ ସ୍ମରଣ କରେନାହିଁ, ସେ ନିଜ ଅବଗୁଣର ଫଳସ୍ଵରୂପ ଜନ୍ମ-ମୃତ୍ୟୁ ଚକ୍ରରେ ପଡିରହିଥାଏ।
ਜਿਸੁ ਸਤਗੁਰੁ ਪੁਰਖੁ ਨ ਭੇਟਿਓ ਸੁ ਭਉਜਲਿ ਪਚੈ ਪਚਾਇ ॥
ଯାହାର ସଦଗୁରୁ ମହାପୁରୁଷଙ୍କ ସହିତ ଭେଟ ହୋଇନାହିଁ, ସେ ଭାବସାଗରରେ ସ୍ଵୟଂ ମଧ୍ୟ ଦୁଖରେ ଥାଏ ଆଉ ଅନ୍ୟ ଜୀବଙ୍କୁ ମଧ୍ୟ ଦୁଃଖୀ କରାଏ।
ਇਹੁ ਮਾਣਕੁ ਜੀਉ ਨਿਰਮੋਲੁ ਹੈ ਇਉ ਕਉਡੀ ਬਦਲੈ ਜਾਇ ॥੩॥
ଏହି ଅମୂଲ୍ୟ ରତ୍ନ ସମାନ ମାନବ ଜନ୍ମ କଉଡି ବଦଳରେ ବ୍ୟର୍ଥ ହୋଇଯାଏ॥3॥
ਜਿੰਨਾ ਸਤਗੁਰੁ ਰਸਿ ਮਿਲੈ ਸੇ ਪੂਰੇ ਪੁਰਖ ਸੁਜਾਣ ॥
ଯାହା ପ୍ରତି ସଦଗୁରୁ ପ୍ରସନ୍ନ ହୋଇ ମିଳି ଯାନ୍ତି, ସେ ପୁରୁଷ ପୂର୍ଣ୍ଣ ଜ୍ଞାନୀ ଅଟେ।
ਗੁਰ ਮਿਲਿ ਭਉਜਲੁ ਲੰਘੀਐ ਦਰਗਹ ਪਤਿ ਪਰਵਾਣੁ ॥
ଗୁରୁଙ୍କ ସହିତ ସାକ୍ଷାତ କରି ଭାବସାଗର ପାର କରାଯାଇପାରେ ତଥା ପରଲୋକରେ ସମ୍ମାନ ପ୍ରାପ୍ତ ହୋଇଥାଏ।
ਨਾਨਕ ਤੇ ਮੁਖ ਉਜਲੇ ਧੁਨਿ ਉਪਜੈ ਸਬਦੁ ਨੀਸਾਣੁ ॥੪॥੨੨॥
ନାନକ କହନ୍ତି ଯେ ଯାହାର ମୁଖରୁ ନାମ-ଧ୍ୱନି ଉତ୍ପର୍ଣ୍ଣ ହୁଏ ତାହାର ମୁଖ ଉଜ୍ଜଳ ହୋଇଥାଏ ଆଉ ଏହା ଗୁରୁଙ୍କ ଉପଦେଶର ପ୍ରତୀକ ଅଟେ॥4॥22॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਵਣਜੁ ਕਰਹੁ ਵਣਜਾਰਿਹੋ ਵਖਰੁ ਲੇਹੁ ਸਮਾਲਿ ॥
ହେ ଜୀବ ରୂପୀ ବ୍ୟାପାରୀ! ନାମ ରୂପୀ ବ୍ୟାପାର କର ଆଉ ସଉଦା ସମ୍ଭାଳି ରଖ।
ਤੈਸੀ ਵਸਤੁ ਵਿਸਾਹੀਐ ਜੈਸੀ ਨਿਬਹੈ ਨਾਲਿ ॥
ଗୁରୁ-ଉପଦେଶ ଅନୁସାରେ ଏପରି ବସ୍ତୁକୁ କ୍ରୟ କର ଯେଉଁ ସଉଦା ତୁମର ସହିତ ରହିବ।
ਅਗੈ ਸਾਹੁ ਸੁਜਾਣੁ ਹੈ ਲੈਸੀ ਵਸਤੁ ਸਮਾਲਿ ॥੧॥
ପରଲୋକରେ ପରମାତ୍ମା ରୂପୀ ସୌଦାଗର ବସିଅଛି, ସେ ତୁମର ବସ୍ତୁକୁ ସମ୍ଭାଳି ନେବ। ଅର୍ଥାତ ତୁମର ସଉଦାକୁ ସେ ପରୀକ୍ଷା କରି ନେବ॥1॥
ਭਾਈ ਰੇ ਰਾਮੁ ਕਹਹੁ ਚਿਤੁ ਲਾਇ ॥
ହେ ଭାଇ! ଏକାଗ୍ରଚିତ୍ତ ହୋଇ ରାମ-ନାମ ଜପ।
ਹਰਿ ਜਸੁ ਵਖਰੁ ਲੈ ਚਲਹੁ ਸਹੁ ਦੇਖੈ ਪਤੀਆਇ ॥੧॥ ਰਹਾਉ ॥
ଏହି ସଂସାରରେ ଯିଏ ଶ୍ଵାସ ରୂପୀ ପୁଞ୍ଜି ନେଇ ଆସିଛି, ତାହାଠାରୁ ହରି ଯଶର ସଉଦା କ୍ରୟ କରି ଚାଲ, ଯାହାକୁ ଦେଖି ପତି-ପରମାତ୍ମା ପ୍ରସନ୍ନ ହେବେ॥1॥ରୁହ॥