ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਨਾਨਕ ਮੇਰੁ ਸਰੀਰ ਕਾ ਇਕੁ ਰਥੁ ਇਕੁ ਰਥਵਾਹੁ ॥
ହେ ନାନକ! ଚଉରାଅଶି ଲକ୍ଷ ଯୋନିରେ ସୁମେରୁ ପର୍ବତ ସମାନ ମାନବ-ଶରୀର ସର୍ବୋଚ୍ଚ ଅଟେ, ଏହି ଶରୀରରେ ଏକ ରଥ ଓ ଏକ ସାରଥି ଥାଏ।
ਜੁਗੁ ਜੁਗੁ ਫੇਰਿ ਵਟਾਈਅਹਿ ਗਿਆਨੀ ਬੁਝਹਿ ਤਾਹਿ ॥
ଯୁଗ ଯୁଗ ପରେ ଏହା ବଦଳିଥାଏ ଆଉ ଜ୍ଞାନୀ ପୁରୁଷ ହିଁ ଏହି ଭେଦକୁ ବୁଝିଥାଏ।
ਸਤਜੁਗਿ ਰਥੁ ਸੰਤੋਖ ਕਾ ਧਰਮੁ ਅਗੈ ਰਥਵਾਹੁ ॥
ସତ୍ୟ ଯୁଗରେ ମାନବ-ଶରୀରର ରଥ ସନ୍ତୋଷ ଥିଲା ଆଉ ଧର୍ମ ସାରଥି ଥିଲା।
ਤ੍ਰੇਤੈ ਰਥੁ ਜਤੈ ਕਾ ਜੋਰੁ ਅਗੈ ਰਥਵਾਹੁ ॥
ତ୍ରେତୟା ଯୁଗରେ ମାନବ-ଶରୀରର ରଥ ସତୀତ୍ଵ ଥିଲା ଆଉ ବାହୁବଳ ସାରଥି ଥିଲା।
ਦੁਆਪੁਰਿ ਰਥੁ ਤਪੈ ਕਾ ਸਤੁ ਅਗੈ ਰਥਵਾਹੁ ॥
ଦ୍ଵାପର ଯୁଗରେ ମାନବ-ଶରୀରର ରଥ ତପସ୍ୟା ଥିଲା ଆଉ ସତ୍ୟ ସାରଥି ଥିଲା।
ਕਲਜੁਗਿ ਰਥੁ ਅਗਨਿ ਕਾ ਕੂੜੁ ਅਗੈ ਰਥਵਾਹੁ ॥੧॥
କଳିଯୁଗରେ ମାନବ-ଶରୀରର ରଥ ତୃଷ୍ଣା ରୂପୀ ଅଗ୍ନି ଅଛି ଆଉ ମିଥ୍ୟା ଏହାର ସାରଥି ଅଛି ॥1॥
ਮਃ ੧ ॥
ମହଲା 1 ॥
ਸਾਮ ਕਹੈ ਸੇਤੰਬਰੁ ਸੁਆਮੀ ਸਚ ਮਹਿ ਆਛੈ ਸਾਚਿ ਰਹੇ ॥ ਸਭੁ ਕੋ ਸਚਿ ਸਮਾਵੈ ॥
ସାମ ବେଦ କହେ ଯେ ଜଗତର ସ୍ଵାମୀ ପ୍ରଭୁ ଶ୍ଵେତ ବସ୍ତ୍ର ବାଲା ଅଟନ୍ତି, ସତ୍ୟଯୁଗରେ ପ୍ରତ୍ୟେକ ମନୁଷ୍ୟ ସତ୍ୟ ଚାହିଁ ଥିଲା, ସତ୍ୟ ବିଚାର କରିଥିଲା ଆଉ ସତ୍ୟରେ ହିଁ ରହୁଥିଲା।
ਰਿਗੁ ਕਹੈ ਰਹਿਆ ਭਰਪੂਰਿ ॥ ਰਾਮ ਨਾਮੁ ਦੇਵਾ ਮਹਿ ਸੂਰੁ ॥
ଋକ ବେଦ କହେ ଯେ ପ୍ରଭୁ ସର୍ବବ୍ୟାପକ ଅଟନ୍ତି ଆଉ ସବୁ ଦେବତାଙ୍କ ଠାରେ ପରମାତ୍ମାଙ୍କ ରାମ ନାମ ସର୍ବଶ୍ରେଷ୍ଠ ଅଟେ।
ਨਾਇ ਲਇਐ ਪਰਾਛਤ ਜਾਹਿ ॥ ਨਾਨਕ ਤਉ ਮੋਖੰਤਰੁ ਪਾਹਿ ॥
ରାମ ନାମର ସ୍ମରଣ ଦ୍ଵାରା ପ୍ରାୟଶ୍ଚିତ ହୋଇଯାଏ, ଅର୍ଥାତ ପାପ ନିବୃତ୍ତ ହୋଇଯାଏ, ହେ ନାନକ ରାମ ନାମ ନେବା ଦ୍ଵାରା ହିଁ ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିନିଏ।
ਜੁਜ ਮਹਿ ਜੋਰਿ ਛਲੀ ਚੰਦ੍ਰਾਵਲਿ ਕਾਨੑ ਕ੍ਰਿਸਨੁ ਜਾਦਮੁ ਭਇਆ ॥
ଯଜୁଃ ବେଦର ସମୟ ଦ୍ଵାପରରେ ଯାଦବ ବଂଶର କୃଷ୍ଣ-କହ୍ନେୟା ହୋଇଥିଲେ, ଯିଏ ନିଜ ବାହୁବଳି ଦ୍ଵାରା ଚନ୍ଦ୍ରାବଳୀକୁ କପଟ କରିଥିଲେ।
ਪਾਰਜਾਤੁ ਗੋਪੀ ਲੈ ਆਇਆ ਬਿੰਦ੍ਰਾਬਨ ਮਹਿ ਰੰਗੁ ਕੀਆ ॥
ଶ୍ରୀକୃଷ୍ଣ ନିଜ ଗୋପୀଙ୍କ ପାଇଁ ଇନ୍ଦ୍ରଙ୍କ ଉଦ୍ୟାନରୁ ପାରିଜାତ ଆଣିଥିଲେ ଆଉ ବୃନ୍ଦାବନରେ କୌତୁକ ରଚିଥିଲେ ତଥା ଆନନ୍ଦ ପାଉଥିଲେ।
ਕਲਿ ਮਹਿ ਬੇਦੁ ਅਥਰਬਣੁ ਹੂਆ ਨਾਉ ਖੁਦਾਈ ਅਲਹੁ ਭਇਆ ॥
କଳିଯୁଗରେ ଅଥର୍ବବେଦ ପ୍ରସିଦ୍ଧ ହୋଇଛି ତଥା ତାହା ଅନୁସାରେ ପ୍ରଭୁଙ୍କ ନାମ ଆଲହା ଏବଂ ଖୁଦା ହୋଇଛି।
ਨੀਲ ਬਸਤ੍ਰ ਲੇ ਕਪੜੇ ਪਹਿਰੇ ਤੁਰਕ ਪਠਾਣੀ ਅਮਲੁ ਕੀਆ ॥
ଲୋକମାନେ ନୀଳ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି ତଥା ତୁର୍କୀ ଏବଂ ମୋଗଲ ଶାସନ ହୋଇଯାଇଛି।
ਚਾਰੇ ਵੇਦ ਹੋਏ ਸਚਿਆਰ ॥
ଏହିପରି ଚାରି ବେଦ ସାମବେଦ, ରୁଗବେଦ, ଯଜୁର୍ବେଦ, ଅଥର୍ବବେଦ ସତ୍ୟ କହିଛନ୍ତି।
ਪੜਹਿ ਗੁਣਹਿ ਤਿਨੑ ਚਾਰ ਵੀਚਾਰ ॥
ତାହା ପଢିବା ଏବଂ ଅଧ୍ୟୟନ କରିବା ଦ୍ଵାରା ମନୁଷ୍ୟ ସେଥିରୁ ଚାରି ସିଦ୍ଧାନ୍ତ ପ୍ରାପ୍ତ କରିଥାଏ।
ਭਾਉ ਭਗਤਿ ਕਰਿ ਨੀਚੁ ਸਦਾਏ ॥ ਤਉ ਨਾਨਕ ਮੋਖੰਤਰੁ ਪਾਏ ॥੨॥
ହେ ନାନକ! ଯଦି ମନୁଷ୍ୟ ପ୍ରଭୁଙ୍କ ଭକ୍ତି କରି ନିଜକୁ ନିଜେ ବିନୀତ କହୁଥାଏ, ତାହାହେଲେ ସେ ମୋକ୍ଷ ପ୍ରାପ୍ତ କରିଥାଏ॥2॥
ਪਉੜੀ ॥
ପଉଡି ॥
ਸਤਿਗੁਰ ਵਿਟਹੁ ਵਾਰਿਆ ਜਿਤੁ ਮਿਲਿਐ ਖਸਮੁ ਸਮਾਲਿਆ ॥
ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯାହାଙ୍କ ମିଳନ ଦ୍ଵାରା ଭଗବାନଙ୍କ ସ୍ମରଣ କରିଛି।
ਜਿਨਿ ਕਰਿ ਉਪਦੇਸੁ ਗਿਆਨ ਅੰਜਨੁ ਦੀਆ ਇਨੑੀ ਨੇਤ੍ਰੀ ਜਗਤੁ ਨਿਹਾਲਿਆ ॥
ଯିଏ ମୋତେ ଉପଦେଶ ଦେଇ ଜ୍ଞାନର ସୁରମା ପ୍ରଦାନ କରିଥାଏ ଆଉ ଏହି ନେତ୍ରରେ ମୁଁ ଜଗତର ସତ୍ୟକୁ ଦେଖିଛି।
ਖਸਮੁ ਛੋਡਿ ਦੂਜੈ ਲਗੇ ਡੁਬੇ ਸੇ ਵਣਜਾਰਿਆ ॥
ଯେଉଁ ପ୍ରାଣୀ ନିଜ ପତି-ପ୍ରଭୁଙ୍କୁ ତ୍ୟାଗ କରି ଦୈତ୍ୟବାଦରେ ଲୀନ ହୋଇଛି, ସେ ବୁଡି ଯାଇଛି।
ਸਤਿਗੁਰੂ ਹੈ ਬੋਹਿਥਾ ਵਿਰਲੈ ਕਿਨੈ ਵੀਚਾਰਿਆ ॥
ସଦଗୁରୁ ସଂସାର ସାଗରରୁ ପାର କରାଉଥିବା ଏକ ଜାହାଜ ଅଟନ୍ତି, କେହି ବିରଳ ବ୍ୟକ୍ତି ହିଁ ଏହା ଅନୁଭବ କରିଥାଏ।
ਕਰਿ ਕਿਰਪਾ ਪਾਰਿ ਉਤਾਰਿਆ ॥੧੩॥
ନିଜ କୃପା କରି ସେ ତାହାକୁ ସଂସାର ସାଗରରୁ ପାର କରାଇ ଥାଆନ୍ତି॥13॥
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਸਿੰਮਲ ਰੁਖੁ ਸਰਾਇਰਾ ਅਤਿ ਦੀਰਘ ਅਤਿ ਮੁਚੁ ॥
ସିମୁଳି ବୃକ୍ଷ ବଡ ସିଧା, ଅତି ଉଚ୍ଚ ଏବଂ ବହୁତ ମୋଟା ହୋଇଥାଏ।
ਓਇ ਜਿ ਆਵਹਿ ਆਸ ਕਰਿ ਜਾਹਿ ਨਿਰਾਸੇ ਕਿਤੁ ॥
କେତେ ପକ୍ଷୀ ତାହାର ଫଳ ଖାଇବା ଆଶା କରି ତାହା ପାଖକୁ ଆସନ୍ତି, ପରନ୍ତୁ ନିରାଶ ହୋଇ ଚାଲିଯାନ୍ତି।
ਫਲ ਫਿਕੇ ਫੁਲ ਬਕਬਕੇ ਕੰਮਿ ਨ ਆਵਹਿ ਪਤ ॥
କାରଣ, ଏହାର ଫଳ ବହୁତ ଫିକା, ଫୁଲ ବେକାର ଏବଂ ପତ୍ର କୌଣସି କାମକୁ ଆଏ ନାହିଁ।
ਮਿਠਤੁ ਨੀਵੀ ਨਾਨਕਾ ਗੁਣ ਚੰਗਿਆਈਆ ਤਤੁ ॥
ହେ ନାନକ! ନମ୍ରତା ବଡ ମିଠା ହୋଇଥାଏ ଆଉ ଏହା ସର୍ବୋତ୍ତମ ଅଟେ।
ਸਭੁ ਕੋ ਨਿਵੈ ਆਪ ਕਉ ਪਰ ਕਉ ਨਿਵੈ ਨ ਕੋਇ ॥
ପ୍ରତ୍ୟେକ ମନୁଷ୍ୟ ନିଜ ସ୍ଵାର୍ଥ ପାଇଁ ନଇଁ ଥାଆନ୍ତି, ପରନ୍ତୁ ଅନ୍ୟର ଭଲ ପାଇଁ କେହି ମଧ୍ୟ ନଇଁ ନଥାନ୍ତି।
ਧਰਿ ਤਾਰਾਜੂ ਤੋਲੀਐ ਨਿਵੈ ਸੁ ਗਉਰਾ ਹੋਇ ॥
ଯଦି କୌଣସି ବସ୍ତୁ ତରାଜୁରେ ରଖି ତଉଲାଯାଏ, ତରାଜୁର ଯେଉଁ ପଲା ନଇଁ ଥାଏ, ତାହା ଭାରି ହୋଇଥାଏ।
ਅਪਰਾਧੀ ਦੂਣਾ ਨਿਵੈ ਜੋ ਹੰਤਾ ਮਿਰਗਾਹਿ ॥
ମୃଗର ଶିକାରୀ ଭଳି ଅପରାଧୀ ଦୁଇଗୁଣ ନଇଁ ଥାଏ, ପରନ୍ତୁ
ਸੀਸਿ ਨਿਵਾਇਐ ਕਿਆ ਥੀਐ ਜਾ ਰਿਦੈ ਕੁਸੁਧੇ ਜਾਹਿ ॥੧॥
ମସ୍ତକ ନିମ୍ନ କଲେ କଣ ହୋଇପାରିବ, ଯେବେ ହୃଦୟରେ ହିଁ ମଇଳା ଥାଏ॥1॥
ਮਃ ੧ ॥
ମହଲା 1 ॥
ਪੜਿ ਪੁਸਤਕ ਸੰਧਿਆ ਬਾਦੰ ॥
ପଣ୍ଡିତ ବେଦ ଇତ୍ୟାଦି ଧାର୍ମିକ ପୁସ୍ତକ ପଢିଥାଏ, ସନ୍ଧ୍ୟା ବନ୍ଦନା ଏବଂ ବାଦ ବିବାଦ କରିଥାଏ।
ਸਿਲ ਪੂਜਸਿ ਬਗੁਲ ਸਮਾਧੰ ॥
ସେ ପଥରର ପୂଜା କରିଥାଏ ଆଉ ବଗ ଭଳି ସମାଧି ଲଗାଇ ଥାଏ।
ਮੁਖਿ ਝੂਠ ਬਿਭੂਖਣ ਸਾਰੰ ॥
ସେ ନିଜ ମୁଖରେ ମିଥ୍ୟା ବୋଲିଥାଏ ଆଉ ସୁନ୍ଦର ଆଭୁଷଣ ଭଳି ଦେଖାଇ ଥାଏ।
ਤ੍ਰੈਪਾਲ ਤਿਹਾਲ ਬਿਚਾਰੰ ॥
ସେ ଦିନରେ ତିନି ଥର ଗାୟତ୍ରୀ ମନ୍ତ୍ର ପାଠ କରିଥାଏ,
ਗਲਿ ਮਾਲਾ ਤਿਲਕੁ ਲਿਲਾਟੰ ॥
ଗଳାରେ ମାଳା ଆଉ କପାଳରେ ତିଳକ ଧାରଣ କରିଥାଏ।
ਦੁਇ ਧੋਤੀ ਬਸਤ੍ਰ ਕਪਾਟੰ ॥
ଯୋଡା ଧୋତି ପିନ୍ଧିଥାଏ ଆଉ ମସ୍ତକ ଉପରେ ମଧ୍ୟ ବସ୍ତ୍ର ରଖିଥାଏ।
ਜੇ ਜਾਣਸਿ ਬ੍ਰਹਮੰ ਕਰਮੰ ॥
ପରନ୍ତୁ, ଯଦି ଏହି ପଣ୍ଡିତ ବ୍ରହ୍ମାଙ୍କ କର୍ମ ଜାଣିଥାଏ, ତାହାହେଲେ
ਸਭਿ ਫੋਕਟ ਨਿਸਚਉ ਕਰਮੰ ॥
ସେଥିରୁ ଜଣାଯିବ ଯେ ଏହି ସବୁ କର୍ମ ବ୍ୟର୍ଥର ଆଡମ୍ବର ଅଟେ।
ਕਹੁ ਨਾਨਕ ਨਿਹਚਉ ਧਿਆਵੈ ॥
ହେ ନାନକ! ଶ୍ରଦ୍ଧା ଧାରଣ କରି ଭଗବାନଙ୍କ ଧ୍ୟାନ କରିବା ଉଚିତ
ਵਿਣੁ ਸਤਿਗੁਰ ਵਾਟ ਨ ਪਾਵੈ ॥੨॥
ସଦଗୁରୁଙ୍କ ମାର୍ଗ ଦର୍ଶନ ବିନା ନାମ ସ୍ମରଣର ମାର୍ଗ ମିଳେନାହିଁ ॥2॥
ਪਉੜੀ ॥
ପଉଡି ॥
ਕਪੜੁ ਰੂਪੁ ਸੁਹਾਵਣਾ ਛਡਿ ਦੁਨੀਆ ਅੰਦਰਿ ਜਾਵਣਾ ॥
ଏହି ଶରୀର ରୂପୀ ସୁନ୍ଦର ବସ୍ତ୍ର ଏବଂ ସୌନ୍ଦର୍ଯ୍ୟକୁ ଏହି ଦୁନିଆରେ ହିଁ ଛାଡି ଜୀବକୁ ଯିବାକୁ ହୁଏ।
ਮੰਦਾ ਚੰਗਾ ਆਪਣਾ ਆਪੇ ਹੀ ਕੀਤਾ ਪਾਵਣਾ ॥
ଜୀବ ସ୍ଵୟଂ ନିଜ ଭଲ ମନ୍ଦ କର୍ମର ଫଳ ଭୋଗିବାକୁ ହୁଏ।
ਹੁਕਮ ਕੀਏ ਮਨਿ ਭਾਵਦੇ ਰਾਹਿ ਭੀੜੈ ਅਗੈ ਜਾਵਣਾ ॥
ମନୁଷ୍ୟ ଈହଲୋକରେ ମନ ଇଚ୍ଛା ହୁକୁମକରିଥାଏ, ପରନ୍ତୁ ପରଲୋକରେ ତାହାକୁ କଠିନ ମାର୍ଗରେ ଯିବାକୁ ହୁଏ।