ਕਹੈ ਨਾਨਕੁ ਪ੍ਰਭੁ ਆਪਿ ਮਿਲਿਆ ਕਰਣ ਕਾਰਣ ਜੋਗੋ ॥੩੪॥
ନାନକ କହନ୍ତି ଯେ ସବୁ କରିବା-କରାଇବାରେ ସମର୍ଥ ପ୍ରଭୁ ସ୍ଵୟଂ ହିଁ ଆସି ମିଲିଛନ୍ତି॥34॥
ਏ ਸਰੀਰਾ ਮੇਰਿਆ ਇਸੁ ਜਗ ਮਹਿ ਆਇ ਕੈ ਕਿਆ ਤੁਧੁ ਕਰਮ ਕਮਾਇਆ ॥
ହେ ମୋର ଶରୀର! ଏହି ଜଗତକୁ ତୁ କେଉଁ ଶୁଭ-କର୍ମ ପାଇଁ ଆସିଛୁ?
ਕਿ ਕਰਮ ਕਮਾਇਆ ਤੁਧੁ ਸਰੀਰਾ ਜਾ ਤੂ ਜਗ ਮਹਿ ਆਇਆ ॥
ହେ ଶରୀର! ଏହି ଜଗତକୁ ଆସି ତୁ କେଉଁ କର୍ମ କରିଛୁ?
ਜਿਨਿ ਹਰਿ ਤੇਰਾ ਰਚਨੁ ਰਚਿਆ ਸੋ ਹਰਿ ਮਨਿ ਨ ਵਸਾਇਆ ॥
ଯେଉଁ ପରମାତ୍ମା ତୋର ରଚନା କରିଛନ୍ତି, ତାହାଙ୍କୁ ମନରେ ସ୍ଥାପନ କରି ନାହୁଁ।
ਗੁਰ ਪਰਸਾਦੀ ਹਰਿ ਮੰਨਿ ਵਸਿਆ ਪੂਰਬਿ ਲਿਖਿਆ ਪਾਇਆ ॥
ଗୁରୁଙ୍କ କୃପାରୁ ଈଶ୍ଵର ତାହାର ମନରେ ବାସ କରିଥାନ୍ତି, ଯାହାକୁ ପୂର୍ବ କର୍ମ ଅନୁସାରେ ଏହି ଫଳ ପ୍ରାପ୍ତ ହୋଇଥାଏ।
ਕਹੈ ਨਾਨਕੁ ਏਹੁ ਸਰੀਰੁ ਪਰਵਾਣੁ ਹੋਆ ਜਿਨਿ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ॥੩੫॥
ନାନକ କହନ୍ତି ଯେ ଯିଏ ସଦଗୂରୁଙ୍କ ଠାରେ ଚିତ୍ତ ଲଗାଇଛି, ତାହାର ଏହି ଶରୀର ସଫଳ ହୋଇ ଯାଇଛି॥35॥
ਏ ਨੇਤ੍ਰਹੁ ਮੇਰਿਹੋ ਹਰਿ ਤੁਮ ਮਹਿ ਜੋਤਿ ਧਰੀ ਹਰਿ ਬਿਨੁ ਅਵਰੁ ਨ ਦੇਖਹੁ ਕੋਈ ॥
ହେ ମୋର ମିତ୍ର! ପରମାତ୍ମା ତୋ’ ଠାରେ ଜ୍ୟୋତି ସ୍ଥାପିତ କରିଛନ୍ତି, ଏଥିପାଇଁ ତାହାଙ୍କ ବିନା ଆଉ କାହାକୁ ଦେଖ ନାହିଁ।
ਹਰਿ ਬਿਨੁ ਅਵਰੁ ਨ ਦੇਖਹੁ ਕੋਈ ਨਦਰੀ ਹਰਿ ਨਿਹਾਲਿਆ ॥
ପ୍ରଭୁଙ୍କ ବିନା ଆଉ କାହାକୁ ଦେଖ ନାହିଁ, କାରଣ ତାହାଙ୍କ କୃପାରୁ ହିଁ ତୋତେ ଦୃଷ୍ଟି ମିଳିଥାଏ।
ਏਹੁ ਵਿਸੁ ਸੰਸਾਰੁ ਤੁਮ ਦੇਖਦੇ ਏਹੁ ਹਰਿ ਕਾ ਰੂਪੁ ਹੈ ਹਰਿ ਰੂਪੁ ਨਦਰੀ ਆਇਆ ॥
ତୁମେ ଯେଉଁ ବିଶ୍ଵ-ସଂସାର ଦେଖୁଅଛ, ଏହା ପରମାତ୍ମାଙ୍କ ରୂପ ଅଟେ ଆଉ ପରମାତ୍ମାଙ୍କ ରୂପ ହିଁ ନଜର ଆସିଥାଏ।
ਗੁਰ ਪਰਸਾਦੀ ਬੁਝਿਆ ਜਾ ਵੇਖਾ ਹਰਿ ਇਕੁ ਹੈ ਹਰਿ ਬਿਨੁ ਅਵਰੁ ਨ ਕੋਈ ॥
ଗୁରୁଙ୍କ କୃପାରୁ ଏହି ରହସ୍ୟ ବୁଝି ଯାଇଛି, ଯେଉଁଠି ଦେଖିଥାଏ, ଏକ ଇଶ୍ଵର ହିଁ ଦେଖା ଦେଇଥାନ୍ତି ଆଉ ତାହାଙ୍କ ବିନା ଅନ୍ୟ କେହି ନାହାନ୍ତି।
ਕਹੈ ਨਾਨਕੁ ਏਹਿ ਨੇਤ੍ਰ ਅੰਧ ਸੇ ਸਤਿਗੁਰਿ ਮਿਲਿਐ ਦਿਬ ਦ੍ਰਿਸਟਿ ਹੋਈ ॥੩੬॥
ନାନକ କହନ୍ତି ଯେ ଏହି ନେତ୍ର ପ୍ରଥମରୁ ଅନ୍ଧ ଥିଲା, ପରନ୍ତୁ ସଦଗୁରୁଙ୍କୁ ମିଶି ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇ ଯାଇଛି॥36॥
ਏ ਸ੍ਰਵਣਹੁ ਮੇਰਿਹੋ ਸਾਚੈ ਸੁਨਣੈ ਨੋ ਪਠਾਏ ॥
ହେ ମୋର କାନ! ପରମାତ୍ମା ତୁମକୁ ସତ୍ୟ ଶୁଣିବା ପାଇଁ ଜଗତକୁ ପଠାଇଛନ୍ତି।
ਸਾਚੈ ਸੁਨਣੈ ਨੋ ਪਠਾਏ ਸਰੀਰਿ ਲਾਏ ਸੁਣਹੁ ਸਤਿ ਬਾਣੀ ॥
ସତ୍ୟ ଶୁଣିବା ପାଇଁ ପ୍ରଭୁ ଶରୀରର ସଙ୍ଗ ଲଗାଇ ଦୁନିଆକୁ ପଠାଇଛନ୍ତି, ଏଥିପାଇଁ ସତ୍ୟର ବାଣୀ ଶୁଣ,
ਜਿਤੁ ਸੁਣੀ ਮਨੁ ਤਨੁ ਹਰਿਆ ਹੋਆ ਰਸਨਾ ਰਸਿ ਸਮਾਣੀ ॥
ଯାହା ଶୁଣିବା ଦ୍ଵାରା ମନ-ପ୍ରଫୁଲ୍ଲିତ ହୋଇଯାଏ ଆଉ ଜିହ୍ଵା ହରିରସରେ ବିଲୀନ ହୋଇଯାଏ।
ਸਚੁ ਅਲਖ ਵਿਡਾਣੀ ਤਾ ਕੀ ਗਤਿ ਕਹੀ ਨ ਜਾਏ ॥
ସେହି ପରମ ସତ୍ୟ, ଅଲକ୍ଷ୍ୟ ଏବଂ ଅଦ୍ଭୁତ ପ୍ରଭୁଙ୍କ ବିଚିତ୍ର ଗତି ଅକଥନୀୟ ଅଟେ।
ਕਹੈ ਨਾਨਕੁ ਅੰਮ੍ਰਿਤ ਨਾਮੁ ਸੁਣਹੁ ਪਵਿਤ੍ਰ ਹੋਵਹੁ ਸਾਚੈ ਸੁਨਣੈ ਨੋ ਪਠਾਏ ॥੩੭॥
ନାନକ କହନ୍ତି ଯେ ନାମାମୃତ ଶୁଣ ଏବଂ ପବିତ୍ର ହୁଅ, ପରମେଶ୍ଵର ତୁମକୁ ସତ୍ୟ ଶୁଣିବ ପାଇଁ ଜଗତକୁ ପଠାଇଛନ୍ତି॥37॥
ਹਰਿ ਜੀਉ ਗੁਫਾ ਅੰਦਰਿ ਰਖਿ ਕੈ ਵਾਜਾ ਪਵਣੁ ਵਜਾਇਆ ॥
ପରମେଶ୍ଵର ଆତ୍ମାକୁ ଶରୀର ରୂପୀ ଗୁମ୍ଫାରେ ରଖି ପ୍ରାଣର ବାଜା ବଜାଇଛନ୍ତି।
ਵਜਾਇਆ ਵਾਜਾ ਪਉਣ ਨਉ ਦੁਆਰੇ ਪਰਗਟੁ ਕੀਏ ਦਸਵਾ ਗੁਪਤੁ ਰਖਾਇਆ ॥
ସେ ପ୍ରାଣର ବାଜା ବଜାଇଛନ୍ତି ଅର୍ଥାତ ଜୀବନ ଶ୍ଵାସର ସଂଚାର କରିଛନ୍ତି, ଶରୀର ରୂପୀ ଗୁମ୍ଫାର ନବଦ୍ଵାର ଆଖି, କାନ, ମୁହଁ, ନାକ ଇତ୍ୟାଦି ପ୍ରକଟ କରିଛନ୍ତି ଆଉ ଦଶମ ଦ୍ଵାରକୁ ଗୁପ୍ତ ରଖିଛନ୍ତି।
ਗੁਰਦੁਆਰੈ ਲਾਇ ਭਾਵਨੀ ਇਕਨਾ ਦਸਵਾ ਦੁਆਰੁ ਦਿਖਾਇਆ ॥
ସେ ଗୁରୁଙ୍କ ଠାରେ ଶ୍ରଦ୍ଧା ଲଗାଇ ଦଶମ ଦ୍ଵାର ଦେଖାଇ ଦେଇଛନ୍ତି।
ਤਹ ਅਨੇਕ ਰੂਪ ਨਾਉ ਨਵ ਨਿਧਿ ਤਿਸ ਦਾ ਅੰਤੁ ਨ ਜਾਈ ਪਾਇਆ ॥
ସେଠାରେ ଦଶମ ଦ୍ଵାରରେ ଅନେକ ରୂପ ଏବଂ ନବନିଧି ବାଲା ନାମର ନିବାସ ଅଛି, ଯାହାଙ୍କ ରହସ୍ୟ ପ୍ରାପ୍ତ କରା ଯାଇପାରେ ନାହିଁ।
ਕਹੈ ਨਾਨਕੁ ਹਰਿ ਪਿਆਰੈ ਜੀਉ ਗੁਫਾ ਅੰਦਰਿ ਰਖਿ ਕੈ ਵਾਜਾ ਪਵਣੁ ਵਜਾਇਆ ॥੩੮॥
ନାନକ କହନ୍ତି ଯେ ପ୍ରିୟ ପ୍ରଭୁ ଆତ୍ମାକୁ ଶରୀର ରୂପୀ ଗୁମ୍ଫାରେ ସ୍ଥାପନ କରି ପ୍ରାଣର ସଂଚାର କରିଛନ୍ତି॥38॥
ਏਹੁ ਸਾਚਾ ਸੋਹਿਲਾ ਸਾਚੈ ਘਰਿ ਗਾਵਹੁ ॥
ପରମାତ୍ମାଙ୍କ ଏହି ସଚ୍ଚା କୀର୍ତ୍ତନ ସଚ୍ଚା ଘର (ସତସଙ୍ଗତି)ରେ ବସି ଗାନ କର।
ਗਾਵਹੁ ਤ ਸੋਹਿਲਾ ਘਰਿ ਸਾਚੈ ਜਿਥੈ ਸਦਾ ਸਚੁ ਧਿਆਵਹੇ ॥
ସେହି ସଚ୍ଚା ଘର (ସତସଙ୍ଗତି)ରେ ବସି ସଚ୍ଚା କୀର୍ତ୍ତିଗାନ କର, ଯେଉଁଠି ସର୍ବଦା ସତ୍ୟର ଧ୍ୟାନ କରାଯାଏ।
ਸਚੋ ਧਿਆਵਹਿ ਜਾ ਤੁਧੁ ਭਾਵਹਿ ਗੁਰਮੁਖਿ ਜਿਨਾ ਬੁਝਾਵਹੇ ॥
ହେ ଈଶ୍ଵର! ଯାହା ତୋତେ ଭଲ ଲାଗିଥାଏ ଆଉ ଯେଉଁ ଗୁରୁମୁଖୀର ଜ୍ଞାନ ହୋଇଯାଏ, ସେ ହିଁ ପରମ-ସତ୍ୟର ଧ୍ୟାନ କରିଥାଏ।
ਇਹੁ ਸਚੁ ਸਭਨਾ ਕਾ ਖਸਮੁ ਹੈ ਜਿਸੁ ਬਖਸੇ ਸੋ ਜਨੁ ਪਾਵਹੇ ॥
ସେହି ପରମ ସତ୍ୟ ସବୁଙ୍କ ମାଲିକ ଅଟନ୍ତି, ସତ୍ୟ ତାହାକୁ ହିଁ ପ୍ରାପ୍ତ ହୋଇଥାଏ, ଯାହାକୁ ସେ ସ୍ଵୟଂ ପ୍ରଦାନ କରିଥାନ୍ତି।
ਕਹੈ ਨਾਨਕੁ ਸਚੁ ਸੋਹਿਲਾ ਸਚੈ ਘਰਿ ਗਾਵਹੇ ॥੩੯॥
ନାନକ କହନ୍ତି ଯେ ସେହି ସଚ୍ଚା ଘର (ସତସଙ୍ଗତି)ରେ ବସି ସଚ୍ଚା କୀର୍ତ୍ତିଗାନ କର॥36॥
ਅਨਦੁ ਸੁਣਹੁ ਵਡਭਾਗੀਹੋ ਸਗਲ ਮਨੋਰਥ ਪੂਰੇ ॥
ହେ ଭାଗ୍ୟଶାଳୀ! ତୁମେ ଶ୍ରଦ୍ଧା ସହିତ ଆନନ୍ଦର ବାଣୀ ଶୁଣ, ଏହାକୁ ଶୁଣିବା ଦ୍ଵାରା ସବୁ ମନୋରଥ ପୁରା ହୋଇଯାଏ।
ਪਾਰਬ੍ਰਹਮੁ ਪ੍ਰਭੁ ਪਾਇਆ ਉਤਰੇ ਸਗਲ ਵਿਸੂਰੇ ॥
ଯିଏ ପରଂବ୍ରହ୍ମ ପ୍ରଭୁଙ୍କୁ ପ୍ରାପ୍ତ କରିଛି, ତାହାର ସବୁ ଦୁଃଖ-ଯନ୍ତ୍ରଣା ଦୂର ହୋଇ ଯାଇଛି।
ਦੂਖ ਰੋਗ ਸੰਤਾਪ ਉਤਰੇ ਸੁਣੀ ਸਚੀ ਬਾਣੀ ॥
ଯିଏ ସଚ୍ଚା ବାଣୀ ଶୁଣିଥାଏ, ତାହାର ସବୁ ଦୁଃଖ ରୋଗ ଦୂର ହୋଇ ଯାଇଛି।
ਸੰਤ ਸਾਜਨ ਭਏ ਸਰਸੇ ਪੂਰੇ ਗੁਰ ਤੇ ਜਾਣੀ ॥
ଯିଏ ପୂର୍ଣ୍ଣ ଗୁରୁଙ୍କ ଠାରୁ ଏହି ବାଣୀର ଜ୍ଞାନ ନେଇଥାଏ, ସେହି ସଜ୍ଜନ ସନ୍ଥ ପ୍ରସନ୍ନ ହୋଇଥାଏ।
ਸੁਣਤੇ ਪੁਨੀਤ ਕਹਤੇ ਪਵਿਤੁ ਸਤਿਗੁਰੁ ਰਹਿਆ ਭਰਪੂਰੇ ॥
ଏହି ବାଣୀକୁ ଶୁଣିବା ବାଲା ପବିତ୍ର ହୋଇଯାଏ ଆଉ ଏହାକୁ ଜପିବା ବାଲା ମଧ୍ୟ ପବିତ୍ର ହୋଇଯାଏ। ସଦଗୁରୁ ନିଜ ବାଣୀରେ ବ୍ୟାପକ ଅଟନ୍ତି।
ਬਿਨਵੰਤਿ ਨਾਨਕੁ ਗੁਰ ਚਰਣ ਲਾਗੇ ਵਾਜੇ ਅਨਹਦ ਤੂਰੇ ॥੪੦॥੧॥
ନାନକ ବିନତି କରନ୍ତି ଯେ ଗୁରୁଙ୍କ ଚରଣରେ ଲାଗିବା ଦ୍ଵାରା ମନରେ ଅନାହତ ଧ୍ୱନି ଜାତ ହୋଇଥାଏ॥40॥1॥