ਗਿਆਨੁ ਨ ਗਲੀਈ ਢੂਢੀਐ ਕਥਨਾ ਕਰੜਾ ਸਾਰੁ ॥
ଜ୍ଞାନର ପ୍ରାପ୍ତି କେବଳ କଥାରେ ହୁଏନାହିଁ, ଏହାର କଥନ କରିବା ଲୁହା ଭଳି କଠିନ ଅଟେ।
ਕਰਮਿ ਮਿਲੈ ਤਾ ਪਾਈਐ ਹੋਰ ਹਿਕਮਤਿ ਹੁਕਮੁ ਖੁਆਰੁ ॥੨॥
ଯଦି ଭଗବାନଙ୍କ କୃପା ହୋଇଯାଏ, ତାହାହେଲେ ହିଁ ଜ୍ଞାନ ପ୍ରାପ୍ତ ହୋଇଥାଏ, ଅନ୍ୟ ଚତୁରତା ଏବଂ ଛଳ, କପଟ ନାଶ କରିଥାନ୍ତି॥2॥
ਪਉੜੀ ॥
ପଉଡି ॥
ਨਦਰਿ ਕਰਹਿ ਜੇ ਆਪਣੀ ਤਾ ਨਦਰੀ ਸਤਿਗੁਰੁ ਪਾਇਆ ॥
ଯଦି ଦୟାଳୁ ପ୍ରଭୁ କୃପା ଦୃଷ୍ଟି ଧାରଣ କରନ୍ତି, ତାହାହେଲେ ତାହାଙ୍କ କୃପା ଦ୍ଵାରା ସଚ୍ଚା ଗୁରୁଙ୍କ ଲବଧି ହୋଇଥାଏ।
ਏਹੁ ਜੀਉ ਬਹੁਤੇ ਜਨਮ ਭਰੰਮਿਆ ਤਾ ਸਤਿਗੁਰਿ ਸਬਦੁ ਸੁਣਾਇਆ ॥
ଏହି ଜୀବାତ୍ମା ଅନେକ ଜନ୍ମରେ ପଥଭ୍ରଷ୍ଟ ରହିଥାଏ, ପରନ୍ତୁ ସଦଗୁରୁଙ୍କ ଶରଣରେ ଆସିଲେ ତାହାକୁ ସେହି ସଦାଗରୁର ଶବ୍ଦର ଭେଦ ଶୁଣାଇଥାନ୍ତି।
ਸਤਿਗੁਰ ਜੇਵਡੁ ਦਾਤਾ ਕੋ ਨਹੀ ਸਭਿ ਸੁਣਿਅਹੁ ਲੋਕ ਸਬਾਇਆ ॥
ହେ ସଂସାରର ସବୁ ଲୋକ! ଧ୍ୟାନ ସହିତ ଶୁଣ, ସଦଗୁରୁଙ୍କ ଭଳି ବଡ କେହି ଦାତା ନାହାନ୍ତି।
ਸਤਿਗੁਰਿ ਮਿਲਿਐ ਸਚੁ ਪਾਇਆ ਜਿਨੑੀ ਵਿਚਹੁ ਆਪੁ ਗਵਾਇਆ ॥
ଯେଉଁ ମନୁଷ୍ୟ ନିଜ ମନରୁ ଅହଂ ଦୂର କରି ଦେଇଥାଏ, ତାହାକୁ ସଦଗୁରୁ ମିଳିଥାନ୍ତି ଆଉ ସଚ୍ଚା ଗୁରୁଙ୍କ ମାଧ୍ୟମରୁ ସତ୍ୟର ପ୍ରାପ୍ତି ହୋଇଥାଏ।
ਜਿਨਿ ਸਚੋ ਸਚੁ ਬੁਝਾਇਆ ॥੪॥
ସଚ୍ଚା ଗୁରୁ ହିଁ ସତ୍ୟର ରହସ୍ୟକୁ ବୁଝିଥାଏ॥4॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥
ਘੜੀਆ ਸਭੇ ਗੋਪੀਆ ਪਹਰ ਕੰਨੑ ਗੋਪਾਲ ॥
( ଯେପରି ରାସଧାରୀ ରାସ କରିଥାଏ, ସେପରି ହିଁ ପରମାତ୍ମାଙ୍କ ମଧ୍ୟ ରାସଲୀଳା ହୋଇଥାଏ) ଏହି ରାସଲୀଳାରେ ଅଳ୍ପ ସମୟ ନୃତ୍ୟ କରୁଥିବା ଗୋପୀ ଥାଆନ୍ତି ଆଉ ସାରା ପ୍ରହର କାହ୍ନା-ଗୋପାଳ ଥାଆନ୍ତି।
ਗਹਣੇ ਪਉਣੁ ਪਾਣੀ ਬੈਸੰਤਰੁ ਚੰਦੁ ਸੂਰਜੁ ਅਵਤਾਰ ॥
ପବନ, ପାଣି ଅଗ୍ନି ଏହି ରାସଲୀଳାର ପାତ୍ରର ଆଭୁଷଣ ଅଟେ ଆଉ ସୂର୍ଯ୍ୟ ଏବଂ ଚନ୍ଦ୍ର ଅବତାର ଧାରଣ କରୁଥିବା ନଟ ଅଟେ।
ਸਗਲੀ ਧਰਤੀ ਮਾਲੁ ਧਨੁ ਵਰਤਣਿ ਸਰਬ ਜੰਜਾਲ ॥
ସମସ୍ତ ଧରିତ୍ରୀ ନାଟକ କରିବା ବାଲାର ମାଲ, ଧନ ଅଟେ, ପରନ୍ତୁ ଏହା ସବୁ ଜଞ୍ଜାଳ ହିଁ ଅଟେ।
ਨਾਨਕ ਮੁਸੈ ਗਿਆਨ ਵਿਹੂਣੀ ਖਾਇ ਗਇਆ ਜਮਕਾਲੁ ॥੧॥
ହେ ନାନକ! ଜ୍ଞାନ ବିହୀନ ଦୁନିଆ ଏହି ନାଟକରେ ଲୁଟି ହୋଇଯାଏ ଆଉ ଯମଦୂତ ତାହାକୁ ନିଜର ଗ୍ରାସ ବନାଇଥାଏ॥1॥
ਮਃ ੧ ॥
ମହଲା 1 ॥
ਵਾਇਨਿ ਚੇਲੇ ਨਚਨਿ ਗੁਰ ॥
ସମାଜର ଅଦ୍ଭୁତ ବିଡମ୍ବନା ଯେ ଚେଲା ତାଳ ବଜାଏ ଆଉ ତାହାର ଗୁରୁ ନାଚିଥାଏ।
ਪੈਰ ਹਲਾਇਨਿ ਫੇਰਨੑਿ ਸਿਰ ॥
ସେ ଘୁଙ୍ଗୁର ବାନ୍ଧି ନିଜ ଗୋଡ ହଲାଇ ଥାଏ ଆଉ ମସ୍ତ ହୋଇ ନିଜ ମସ୍ତକ ଝୁଲାଇ ଥାଏ।
ਉਡਿ ਉਡਿ ਰਾਵਾ ਝਾਟੈ ਪਾਇ ॥
ତାହାର ମସ୍ତକ ଉପରେ ଧୂଳି ପଡିଥାଏ।
ਵੇਖੈ ਲੋਕੁ ਹਸੈ ਘਰਿ ਜਾਇ ॥
ଏହି ତମାସା ଦେଖି ଲୋକମାନେ ହସିଥାନ୍ତି ଆଉ ଘରକୁ ଚାଲି ଯାଆନ୍ତି।
ਰੋਟੀਆ ਕਾਰਣਿ ਪੂਰਹਿ ਤਾਲ ॥
ରୋଟି ପାଇଁ ସେ ତାଳ ମିଳାଇଥାଏ।
ਆਪੁ ਪਛਾੜਹਿ ਧਰਤੀ ਨਾਲਿ ॥
ସେ ନିଜେ ଧରିତ୍ରୀ ଉପରେ ନିଜକୁ ଫୋପାଡି ଥାଏ।
ਗਾਵਨਿ ਗੋਪੀਆ ਗਾਵਨਿ ਕਾਨੑ ॥
ସଂସାରର ମଞ୍ଚ ଉପରେ ନାଟକ କରୁଥିବା ଜୀବ ଗୋପୀ ଏବଂ କାହ୍ନା ବନି ଗାନ କରିଥାଏ।
ਗਾਵਨਿ ਸੀਤਾ ਰਾਜੇ ਰਾਮ ॥
ସୀତା, ରାଜା ରାମ ବନି ଗାଇଥାନ୍ତି।
ਨਿਰਭਉ ਨਿਰੰਕਾਰੁ ਸਚੁ ਨਾਮੁ ॥
କିନ୍ତୁ ନିର୍ଭୀକ, ନିରଙ୍କାର ପ୍ରଭୁଙ୍କ ନାମ ସତ୍ୟ ଅଟେ,
ਜਾ ਕਾ ਕੀਆ ਸਗਲ ਜਹਾਨੁ ॥
ଯିଏ ସଂପୂର୍ଣ୍ଣ ସୃଷ୍ଟିର ରଚନା କରିଛନ୍ତି।
ਸੇਵਕ ਸੇਵਹਿ ਕਰਮਿ ਚੜਾਉ ॥
ଯେଉଁ ସେବକର ଭାଗ୍ୟ ଉଦୟ ହୋଇଥାଏ, ସେ ପ୍ରଭୁଙ୍କ ସେବା କରିଥାଏ।
ਭਿੰਨੀ ਰੈਣਿ ਜਿਨੑਾ ਮਨਿ ਚਾਉ ॥
ଯାହାର ମନରେ ପ୍ରଭୁପ୍ରେମର ଆଶା ଥାଏ, ତାହାର ରାତ୍ରି ସୁନ୍ଦର ହୋଇଯାଏ।
ਸਿਖੀ ਸਿਖਿਆ ਗੁਰ ਵੀਚਾਰਿ ॥
ଯିଏ ଗୁରୁ ବିଚାରଧାରା ଦ୍ଵାରା ଏହି ଶିକ୍ଷା ଶିଖିଥାଏ,
ਨਦਰੀ ਕਰਮਿ ਲਘਾਏ ਪਾਰਿ ॥
ଦୟାଳୁ ସ୍ଵାମୀ ନିଜ କୃପା ଦୃଷ୍ଟି ଦ୍ଵାରା ହିଁ ତାହାକୁ ମୁକ୍ତି ପ୍ରଦାନ କରିଥାନ୍ତି।
ਕੋਲੂ ਚਰਖਾ ਚਕੀ ਚਕੁ ॥
ଅନେକ ଘଣା, ଚରଖା, ଚକ୍କି ଅଛି;
ਥਲ ਵਾਰੋਲੇ ਬਹੁਤੁ ਅਨੰਤੁ ॥
ମରୁଭୂମିରେ ପବନ ଭଉଁରୀ ମଧ୍ୟ ଅନେକ ଅଛି।
ਲਾਟੂ ਮਾਧਾਣੀਆ ਅਨਗਾਹ ॥
ଅନେକ ନଟୁ, ଏବଂ ଅନ୍ନ କାଢିବା ଜନ୍ତ୍ର ଅଛି,
ਪੰਖੀ ਭਉਦੀਆ ਲੈਨਿ ਨ ਸਾਹ ॥
ପକ୍ଷୀ ଉଡିବା ସମୟରେ ବିଶ୍ରାମ ନିଏ ନାହିଁ,
ਸੂਐ ਚਾੜਿ ਭਵਾਈਅਹਿ ਜੰਤ ॥
କେତେ ଜନ୍ତ୍ର ଲୁହାର ଶୂଳିରେ ରଖି ବୁଲାଯାଏ।
ਨਾਨਕ ਭਉਦਿਆ ਗਣਤ ਨ ਅੰਤ ॥
ହେ ନାନକ! ବୁଲାଇବା ବାଲା ଏବଂ ଯନ୍ତ୍ରର କୌଣସି ଅନ୍ତ ନାହିଁ।
ਬੰਧਨ ਬੰਧਿ ਭਵਾਏ ਸੋਇ ॥
ଯେଉଁ ପ୍ରାଣୀ ମାୟାର ବନ୍ଧନରେ ଫସିଯାଏ, ତାହାକୁ ଭଗବାନ ଏପରି କର୍ମ ଅନୁସାରେ ବୁଲାଇ ଥାଆନ୍ତି।
ਪਇਐ ਕਿਰਤਿ ਨਚੈ ਸਭੁ ਕੋਇ ॥
ନିଜେ କରିଥିବା କର୍ମ ଅନୁସାରେ ହିଁ ପ୍ରତ୍ୟେକ ଜୀବ ନୃତ୍ୟ କରିଥାଏ।
ਨਚਿ ਨਚਿ ਹਸਹਿ ਚਲਹਿ ਸੇ ਰੋਇ ॥
ଜଗତର ମୋହିନୀରେ ଫସି ଯିଏ ନାଚି ନାଚି ହସିଥାଏ, ପରନ୍ତୁ ସେ ମୃତ୍ୟୁର ସମୟରେ କ୍ରନ୍ଦନ କରିଥାଏ।
ਉਡਿ ਨ ਜਾਹੀ ਸਿਧ ਨ ਹੋਹਿ ॥
ସେ ଉଡି ଯାଇ ମଧ୍ୟ ବଞ୍ଚିପାରେ ନାହିଁ ଆଉ ନା ହିଁ କୌଣସି ସିଦ୍ଧି ହାସଲ କରିପାରେ।
ਨਚਣੁ ਕੁਦਣੁ ਮਨ ਕਾ ਚਾਉ ॥
ନାଚିବା ଏବଂ କୁଦିବା ମନର ଆଗ୍ରହ ଅଟେ।
ਨਾਨਕ ਜਿਨੑ ਮਨਿ ਭਉ ਤਿਨੑਾ ਮਨਿ ਭਾਉ ॥੨॥
ହେ ନାନକ! ଯାହାର ହୃଦୟରେ ପ୍ରଭୁଙ୍କ ଭୟ ବିଦ୍ୟମାନ ଥାଏ, ତାହାର ହୃଦୟରେ ହିଁ ତାହାର ପ୍ରେମ ଥାଏ॥2॥
ਪਉੜੀ ॥
ପଉଡି ॥
ਨਾਉ ਤੇਰਾ ਨਿਰੰਕਾਰੁ ਹੈ ਨਾਇ ਲਇਐ ਨਰਕਿ ਨ ਜਾਈਐ ॥
ହେ ପ୍ରଭୁ! ତୋର ନାମ ନିରଙ୍କାର ଅଟେ ଆଉ ତୋର ନାମ ସ୍ମରଣ କରିଲେ ମନୁଷ୍ୟ ନର୍କରେ ପଡେ ନାହିଁ।
ਜੀਉ ਪਿੰਡੁ ਸਭੁ ਤਿਸ ਦਾ ਦੇ ਖਾਜੈ ਆਖਿ ਗਵਾਈਐ ॥
ପ୍ରାଣ ଏବଂ ତନ ସେହି ପ୍ରଭୁଙ୍କ ପ୍ରଦତ୍ତ ଅଟେ, ଯାହା କିଛି ସେ ଦିଅନ୍ତି, ଜୀବ ତାହା ଖାଇଥାଏ, ଅନ୍ୟ କିଛି କହିବା ନିରର୍ଥକ ଅଟେ।
ਜੇ ਲੋੜਹਿ ਚੰਗਾ ਆਪਣਾ ਕਰਿ ਪੁੰਨਹੁ ਨੀਚੁ ਸਦਾਈਐ ॥
ହେ ପ୍ରାଣୀ! ଯଦି ତୁ ନିଜ ଭଲ ଚାହୁଁ, ତାହାହେଲେ ପୂଣ୍ୟ କର୍ମ କର ଆଉ ବିନୀତ ରୁହ।
ਜੇ ਜਰਵਾਣਾ ਪਰਹਰੈ ਜਰੁ ਵੇਸ ਕਰੇਦੀ ਆਈਐ ॥
ଯଦି କୌଣସି ଜୋରାଜାର ମନୁଷ୍ୟ ବାର୍ଦ୍ଧକ୍ୟକୁ ଦୂରରେ ରଖିବାକୁ ଚାହେଁ, ତାହାହେଲେ ମଧ୍ୟ ବାର୍ଦ୍ଧକ୍ୟ ନିଜ ବେଶ ଧାରଣ କରି ଆସିଥାଏ।
ਕੋ ਰਹੈ ਨ ਭਰੀਐ ਪਾਈਐ ॥੫॥
ଯେବେ ମନୁଷ୍ୟ ଜୀବନର ସମୟ ପୁରା ହୋଇଯାଏ, ତାହାହେଲେ ଦୁନିଆରେ କେହି ରହି ପାରିବେ ନାହିଁ, ଅର୍ଥାତ ଆୟୁ ପୂର୍ଣ୍ଣ ହେଲେ ମୃତ୍ୟୁ ପ୍ରାପ୍ତ ହୋଇଥାଏ॥5॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥
ਮੁਸਲਮਾਨਾ ਸਿਫਤਿ ਸਰੀਅਤਿ ਪੜਿ ਪੜਿ ਕਰਹਿ ਬੀਚਾਰੁ ॥
ମୁସଲମାନଙ୍କୁ ଶାରିୟତର ପ୍ରଶଂସା ସବୁଠାରୁ ଭଲ ଲାଗିଥାଏ ଆଉ ସେ ତାହାକୁ ପଢି ବିଚାର କରିଥାଏ।
ਬੰਦੇ ਸੇ ਜਿ ਪਵਹਿ ਵਿਚਿ ਬੰਦੀ ਵੇਖਣ ਕਉ ਦੀਦਾਰੁ ॥
ମୁସଲମାନ ଏହା ମାନନ୍ତି ଯେ ଖୁଦାଙ୍କ ପ୍ରିୟ ବ୍ୟକ୍ତି ସେ ଅଟେ ଯିଏ ଆଲହାଙ୍କ ଦର୍ଶନ କରିବା ପାଇଁ ଶାରିୟତ ଗ୍ରହଣ କରିଥାଏ।
ਹਿੰਦੂ ਸਾਲਾਹੀ ਸਾਲਾਹਨਿ ਦਰਸਨਿ ਰੂਪਿ ਅਪਾਰੁ ॥
ହିନ୍ଦୁ ଶାସ୍ତ୍ର ଦ୍ଵାରା ପ୍ରଶଂସନୀୟ ଭଗବାନଙ୍କ ସ୍ତୁତି କରିଥାଏ, ଯାହାର ରୂପ ଅନନ୍ତ ସୁନ୍ଦର ଅଟେ।
ਤੀਰਥਿ ਨਾਵਹਿ ਅਰਚਾ ਪੂਜਾ ਅਗਰ ਵਾਸੁ ਬਹਕਾਰੁ ॥
ସେ ତୀର୍ଥ ସ୍ଥାନରେ ସ୍ନାନ କରିଥାଏ, ଦେବତାଙ୍କ ମୂର୍ତ୍ତିର ପୂଜା-ଅର୍ଚ୍ଚନା କରିଥାଏ ଆଉ ଚନ୍ଦନର ସୁଗନ୍ଧିର ପ୍ରୟୋଗ କରିଥାଏ।
ਜੋਗੀ ਸੁੰਨਿ ਧਿਆਵਨੑਿ ਜੇਤੇ ਅਲਖ ਨਾਮੁ ਕਰਤਾਰੁ ॥
ଯୋଗୀ ସମାଧି ଲଗାଇ ନିର୍ଗୁଣ ପ୍ରଭୁଙ୍କ ଧ୍ୟାନ କରିଥାଏ ଆଉ କର୍ତ୍ତାଙ୍କୁ ‘ଅଲକ୍ଷ୍ୟ’ ନାମରେ ଡାକିଥାଏ।