ਚਿਤਿ ਨ ਆਇਓ ਪਾਰਬ੍ਰਹਮੁ ਤਾ ਖੜਿ ਰਸਾਤਲਿ ਦੀਤ ॥੭॥
ତାହାହେଲେ ମଧ୍ୟ ଯଦି ତାହାର ମନ ପରଂବ୍ରହ୍ମଙ୍କ ନିର୍ମଳ ନାମ ରହିତ ଥାଏ, ତାହାହେଲେ ତାହାକୁ ନେଇ ନର୍କରେ ଫିଙ୍ଗି ଦିଆଯାଏ ॥7॥
ਕਾਇਆ ਰੋਗੁ ਨ ਛਿਦ੍ਰੁ ਕਿਛੁ ਨਾ ਕਿਛੁ ਕਾੜਾ ਸੋਗੁ ॥
ଯଦି କାୟା ମଧ୍ୟ ପୂର୍ଣ୍ଣତଃ ନିରୋଗ ଥାଏ ଆଉ କୌଣସି ରୋଗ ନଥାଏ, ଯଦି ତାହାର କୌଣସି ଶୋକ ସନ୍ତାପ ନଥାଏ;
ਮਿਰਤੁ ਨ ਆਵੀ ਚਿਤਿ ਤਿਸੁ ਅਹਿਨਿਸਿ ਭੋਗੈ ਭੋਗੁ ॥
ସେ ମୃତ୍ୟୁର ଖିଆଇ ମଧ୍ୟ କରିପାରେ ନାହିଁ ଆଉ ଦିନ ରାତି ଭୋଗ ବିଳାସରେ ଲିପ୍ତ ରହିଥାଏ,
ਸਭ ਕਿਛੁ ਕੀਤੋਨੁ ਆਪਣਾ ਜੀਇ ਨ ਸੰਕ ਧਰਿਆ ॥
ଯଦି ନିଜର ବହୁବଳରୁ ସବୁଙ୍କୁ ନିଜ ଅଧୀନ କରିନେଇଛି ଆଉ ମନରେ କୌଣସି ଭୟ ମଧ୍ୟ ନଥାଏ,
ਚਿਤਿ ਨ ਆਇਓ ਪਾਰਬ੍ਰਹਮੁ ਜਮਕੰਕਰ ਵਸਿ ਪਰਿਆ ॥੮॥
ଯଦି ସେହି ପରମାତ୍ମାଙ୍କୁ ସ୍ମରଣ କରେ ନାହିଁ ତାହାହେଲେ ସେ ଯମଦୂତର ବଶରେ ଆସିଯାଏ ॥8॥
ਕਿਰਪਾ ਕਰੇ ਜਿਸੁ ਪਾਰਬ੍ਰਹਮੁ ਹੋਵੈ ਸਾਧੂ ਸੰਗੁ ॥
ଯାହା ଉପରେ ଭଗବାନ ନିଜ କୃପା କରିଥାନ୍ତି, ତାହାକୁ ସାଧୁ ସଙ୍ଗତି ପ୍ରାପ୍ତ ହୋଇଥାଏ।
ਜਿਉ ਜਿਉ ਓਹੁ ਵਧਾਈਐ ਤਿਉ ਤਿਉ ਹਰਿ ਸਿਉ ਰੰਗੁ ॥
ସତସଙ୍ଗରେ ଯେତେ ଚିତ୍ତ ଲଗାଇଥାଏ, ପ୍ରଭୁଙ୍କ ସାଥିରେ ପ୍ରେମ ସେତେ ପ୍ରଗାଢ ହୋଇଥାଏ।
ਦੁਹਾ ਸਿਰਿਆ ਕਾ ਖਸਮੁ ਆਪਿ ਅਵਰੁ ਨ ਦੂਜਾ ਥਾਉ ॥
ପରମାତ୍ମା ହିଁ ଲୋକ-ପରଲୋକର ସ୍ଵାମୀ ହୋଇଥାନ୍ତି, ତାହାଙ୍କ ବିନା ପ୍ରାଣୀଙ୍କ ସୁଖର କୌଣସି ଆଧାର ନାହିଁ।
ਸਤਿਗੁਰ ਤੁਠੈ ਪਾਇਆ ਨਾਨਕ ਸਚਾ ਨਾਉ ॥੯॥੧॥੨੬॥
ପରନ୍ତୁ ସେହି ପରମେଶ୍ଵରଙ୍କ ପବିତ୍ର ନାମର ପ୍ରାପ୍ତି ସଦଗୁରୁଙ୍କ ପ୍ରସନ୍ନତାରୁ ହିଁ ହୋଇଥାଏ। ହେ ନାନକ! ଯଦି ସଦଗୁରୁ ପ୍ରସନ୍ନ ହୋଇଯାନ୍ତି ତାହାହେଲେ ମନୁଷ୍ୟକୁ ସତ୍ୟ ନାମର ଉପଲବ୍ଧି ହୋଇଯାଏ। ॥9॥1॥26॥
ਸਿਰੀਰਾਗੁ ਮਹਲਾ ੫ ਘਰੁ ੫ ॥
ସିରିରାଗ ମହଲା 5 ଘରୁ 5 ॥
ਜਾਨਉ ਨਹੀ ਭਾਵੈ ਕਵਨ ਬਾਤਾ ॥
ମୁଁ ଜାଣେ ନାହିଁ ଯେ ପ୍ରଭୁଙ୍କୁ କଣ ଭଲ ଲାଗେ?
ਮਨ ਖੋਜਿ ਮਾਰਗੁ ॥੧॥ ਰਹਾਉ ॥
ହେ ମୋର ମନ! ପ୍ରଭୁଙ୍କୁ ପ୍ରସନ୍ନ କରିବା ମାର୍ଗ ଖୋଜ ॥1॥ରୁହ॥
ਧਿਆਨੀ ਧਿਆਨੁ ਲਾਵਹਿ ॥
ଧ୍ୟାନୀ ମନୁଷ୍ୟ ସମାଧି ହୋଇ ଭଗବାନଙ୍କ ଠାରେ ଧ୍ୟାନ ଲଗାଇଥାଏ।
ਗਿਆਨੀ ਗਿਆਨੁ ਕਮਾਵਹਿ ॥
ଜ୍ଞାନୀ ଜ୍ଞାନ ମାର୍ଗ ଦ୍ଵାରା ପ୍ରଭୁଙ୍କୁ ବୁଝିବା ପାଇଁ ଚେଷ୍ଟା କରିଥାଏ।
ਪ੍ਰਭੁ ਕਿਨ ਹੀ ਜਾਤਾ ॥੧॥
ପରନ୍ତୁ, କୌଣସି ବିରଳ ପୁରୁଷ ହିଁ ଭଗବାନଙ୍କୁ ଜାଣିଥାଏ ॥1॥
ਭਗਉਤੀ ਰਹਤ ਜੁਗਤਾ ॥
ଭକ୍ତ ନିଜ ଧାର୍ମିକ କ୍ରିୟାରେ ଲୀନ ରହିଥାଏ।
ਜੋਗੀ ਕਹਤ ਮੁਕਤਾ ॥
ଯୋଗୀ ଅଷ୍ଟାଙ୍ଗ-ଭାବ ଦ୍ଵାରା ମୁକ୍ତିର କଳ୍ପନା କରିଥାଏ।
ਤਪਸੀ ਤਪਹਿ ਰਾਤਾ ॥੨॥
ତପସ୍ଵୀମାନେ ତପସ୍ୟାରେ ହିଁ କଲ୍ୟାଣ ମାନିଥାନ୍ତି ॥2॥
ਮੋਨੀ ਮੋਨਿਧਾਰੀ ॥
ମୌନୀ ସାଧୁ ମୌନ ଧାରଣ କରି ହିଁ ଈଶ୍ଵରଙ୍କ ପ୍ରାପ୍ତି ସମ୍ଭବ ମାନିଥାଏ।
ਸਨਿਆਸੀ ਬ੍ਰਹਮਚਾਰੀ ॥
ସନ୍ନ୍ୟାସୀ ବ୍ରହ୍ମଚାରୀ ବନିଯାଇଛି।.
ਉਦਾਸੀ ਉਦਾਸਿ ਰਾਤਾ ॥੩॥
ଉଦାସୀ ବୈରାଗ୍ୟରେ ମଗ୍ନ ହୋଇଥାଏ ॥3॥
ਭਗਤਿ ਨਵੈ ਪਰਕਾਰਾ ॥
କେହି କହେ ଯେ ସେ ନଅ ପ୍ରକାର ଭକ୍ତି କରିଥାଏ।
ਪੰਡਿਤੁ ਵੇਦੁ ਪੁਕਾਰਾ ॥
ପଣ୍ଡିତ ବେଦର ଉଚ୍ଚାରଣ କରିଥାଏ।
ਗਿਰਸਤੀ ਗਿਰਸਤਿ ਧਰਮਾਤਾ ॥੪॥
ଗୃହସ୍ଥ ଧର୍ମ ଶାସ୍ତ୍ରାନୁସାରେ ଯଜ୍ଞ ଦାନ ଆଦି ଧର୍ମର ପାଳନରେ ହିଁ କଲ୍ୟାଣ ବୋଲି ଭାବିଥାଏ। ॥4॥
ਇਕ ਸਬਦੀ ਬਹੁ ਰੂਪਿ ਅਵਧੂਤਾ ॥
କେହି ସାଧୁ ଏକ ନାମ ‘ଅଲେଖ’ ହିଁ ବୋଲୁଥାଏ, କେହି ସାଧୁ ବହୁରୂପୀ ହୋଇଯାଏ।
ਕਾਪੜੀ ਕਉਤੇ ਜਾਗੂਤਾ ॥
କପଡା ସାଧୁ ଛିଣ୍ଡା କପଡା ପିନ୍ଧେ, ଜାଗୃତି ସାଧୁ ରାତ୍ରି ଉଜାଗର ରହିଥାଏ।
ਇਕਿ ਤੀਰਥਿ ਨਾਤਾ ॥੫॥
କିଛି ଲୋକ ତୀର୍ଥ ଯାତ୍ରାରେ ସ୍ନାନ ଦ୍ଵାରା ମଧ୍ୟ ପ୍ରଭୁ ପ୍ରାପ୍ତିର ସମ୍ଭାବନା ସ୍ଵୀକାର କରନ୍ତି ॥5॥
ਨਿਰਹਾਰ ਵਰਤੀ ਆਪਰਸਾ ॥
ନିରାହାର ରହିବା ବାଲା ବ୍ରତକୁ ହିଁ ଇଶ୍ଵର ମିଳନର ସାଧନ ମାନିଥାନ୍ତି, ଉଚ୍ଚ ଜାତିର ଲୋକ ନିମ୍ନ ଜାତିକୁ ଅସ୍ପୃଶ୍ୟ କରିଥାନ୍ତି।
ਇਕਿ ਲੂਕਿ ਨ ਦੇਵਹਿ ਦਰਸਾ ॥
କିଛି ଲୋକ ଗୁମ୍ଫାରେ ଲୁଚି ରହିଥାନ୍ତି ଆଉ କାହାକୁ ନିଜର ଦର୍ଶନ ଦିଅନ୍ତି ନାହିଁ।
ਇਕਿ ਮਨ ਹੀ ਗਿਆਤਾ ॥੬॥
କିଛି ଲୋକ ନିଜ ଚିତ୍ତ ଭିତରେ ହିଁ ବୁଦ୍ଧିମାନ ଅଟନ୍ତି ॥6॥
ਘਾਟਿ ਨ ਕਿਨ ਹੀ ਕਹਾਇਆ ॥
କେହି ମଧ୍ୟ ନିଜକୁ କମ କହେ ନାହିଁ।
ਸਭ ਕਹਤੇ ਹੈ ਪਾਇਆ ॥
ସମସ୍ତେ କହନ୍ତି ଯେ ସେମାନେ ଭଗବାନଙ୍କୁ ପାଇଯାଇଛନ୍ତି।
ਜਿਸੁ ਮੇਲੇ ਸੋ ਭਗਤਾ ॥੭॥
କିନ୍ତୁ, ଭଗବାନଙ୍କ ଭକ୍ତ ସେ ହୋଇଥାଏ ଯାହାକୁ ଭଗବାନ ନିଜ ସାଥିରେ ମିଳନ କରାନ୍ତି ॥7॥
ਸਗਲ ਉਕਤਿ ਉਪਾਵਾ ॥
ମୁଁ ସବୁ ଯୁକ୍ତି ଏବଂ ଉପାୟ
ਤਿਆਗੀ ਸਰਨਿ ਪਾਵਾ ॥
ତ୍ୟାଗ କରି ଭଗବାନଙ୍କ ଶରଣକୁ ଆସିଛି।
ਨਾਨਕੁ ਗੁਰ ਚਰਣਿ ਪਰਾਤਾ ॥੮॥੨॥੨੭॥
ହେ ନାନକ! ଭଗବାନଙ୍କ ପ୍ରାପ୍ତି ପାଇଁ ଗୁରୁଙ୍କ ଚରଣରେ ପଡିବା ସର୍ବୋତ୍ତମ ଯୁକ୍ତି ଅଟେ ॥8॥2॥27॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇପାରିବା।
ਸਿਰੀਰਾਗੁ ਮਹਲਾ ੧ ਘਰੁ ੩ ॥
ସିରିରାଗ ମହଲା 1 ଘରୁ 3 ॥
ਜੋਗੀ ਅੰਦਰਿ ਜੋਗੀਆ ॥
ହେ ଇଶ୍ଵର! ତୁ ସୃଷ୍ଟିରେ ଅନେକ ରୂପରେ ବିଚରଣ କରୁଅଛୁ। ଯୋଗୀମାନଙ୍କ ମଧ୍ୟରେ ତୁମେ ଯୋଗୀରାଜ ଅଟ
ਤੂੰ ਭੋਗੀ ਅੰਦਰਿ ਭੋਗੀਆ ॥
ଏବଂ ଭୋଗୀମାନଙ୍କ ମଧ୍ୟରେ ତୁମେ ମହାଭୋଗୀ ଅଟ।
ਤੇਰਾ ਅੰਤੁ ਨ ਪਾਇਆ ਸੁਰਗਿ ਮਛਿ ਪਇਆਲਿ ਜੀਉ ॥੧॥
ସ୍ଵର୍ଗ ଲୋକର ଦେବତା, ମୃତ୍ୟୁଲୋକର ବାସୀ ତଥା ପାତାଳର ନାଗ ଆଦି ଜୀବ ତୁମର ଭେଦ ପାଇପାରି ନାହାନ୍ତି। ॥1॥
ਹਉ ਵਾਰੀ ਹਉ ਵਾਰਣੈ ਕੁਰਬਾਣੁ ਤੇਰੇ ਨਾਵ ਨੋ ॥੧॥ ਰਹਾਉ ॥
ମୁଁ ତୁମ ପାଖରେ ଉତ୍ସର୍ଗିତ ଅଟେ, ମୁଁ ତୋର ପବିତ୍ର ନାମ ପ୍ରତି ସମର୍ପିତ ଅଟେ। ॥1॥ରୁହ॥
ਤੁਧੁ ਸੰਸਾਰੁ ਉਪਾਇਆ ॥
ତୁମେ ସୃଷ୍ଟି କର୍ତ୍ତା ଅଟ, ତୁମେ ହିଁ ସଂସାରର ରଚନା କରି
ਸਿਰੇ ਸਿਰਿ ਧੰਧੇ ਲਾਇਆ ॥
ତାହାର ଭାଗ୍ୟ ନିର୍ଦ୍ଧାରଣ କରି ସାଂସାରିକ କାର୍ଯ୍ୟରେ ଲଗାଅ।
ਵੇਖਹਿ ਕੀਤਾ ਆਪਣਾ ਕਰਿ ਕੁਦਰਤਿ ਪਾਸਾ ਢਾਲਿ ਜੀਉ ॥੨॥
ନିଜ ରଚନାର ଧ୍ୟାନ ତୁମେ ସ୍ଵୟଂ ରଖିଥାଅ ଆଉ ନିଜର ମାୟା ଶକ୍ତି ଦ୍ଵାରା ଏହି ସଂସାରର ଚଉପାଠିରେ ନିରନ୍ତର ପଶା ଖେଳୁଥାଅ। ॥2॥
ਪਰਗਟਿ ਪਾਹਾਰੈ ਜਾਪਦਾ ॥
ସଂପୂର୍ଣ୍ଣ ବିଶ୍ଵକୁ ତୁମେ ପ୍ରତ୍ୟକ୍ଷ ଦେଖୁ ଥାଅ।
ਸਭੁ ਨਾਵੈ ਨੋ ਪਰਤਾਪਦਾ ॥
ପ୍ରତ୍ୟେକ ପ୍ରାଣୀ ତୋର ନାମର କାମନା କରିଥାନ୍ତି।
ਸਤਿਗੁਰ ਬਾਝੁ ਨ ਪਾਇਓ ਸਭ ਮੋਹੀ ਮਾਇਆ ਜਾਲਿ ਜੀਉ ॥੩॥
କିନ୍ତୁ, ସଦଗୁରୁଙ୍କ ବିନା ତୁମକୁ ଆଉ କେହି ପ୍ରାପ୍ତ କରାଇପାରିବ ନାହିଁ। ସମସ୍ତ ପ୍ରାଣୀ ମୋହ ମାୟା ଜାଲରେ ଲାଳସା ଗ୍ରସ୍ତ ହୋଇ ଫସିରହିଛନ୍ତି। ॥3॥
ਸਤਿਗੁਰ ਕਉ ਬਲਿ ਜਾਈਐ ॥
ମୁଁ ସଦଗୁରୁଙ୍କ ପାଖରେ ସମର୍ପିତ ଅଟେ,
ਜਿਤੁ ਮਿਲਿਐ ਪਰਮ ਗਤਿ ਪਾਈਐ ॥
ଯାହାର ମିଳନରୁ ପରମ ଗତି ପ୍ରାପ୍ତ ହୋଇଥାଏ।