Odia Page 75

ਦੂਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਵਿਸਰਿ ਗਇਆ ਧਿਆਨੁ ॥
ହେ ମୋର ଅଜଣା ମିତ୍ର! ଜୀବନରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ମନୁଷ୍ୟ ପରମେଶ୍ଵରଙ୍କ ସ୍ମରଣକୁ ବିସ୍ମୃତ କରିଦିଏ। ଅର୍ଥାତ, ଯେତେବେଳେ ପ୍ରାଣୀ ଗର୍ଭରୁ ବାହାରକୁ ଆସେ ଆଉ ଜନ୍ମ ନିଏ , ସେତେବେଳ ଗର୍ଭରେ କରିଥିବା ପ୍ରାର୍ଥନକୁ ଭୁଲି ଯାଏ।

ਹਥੋ ਹਥਿ ਨਚਾਈਐ ਵਣਜਾਰਿਆ ਮਿਤ੍ਰਾ ਜਿਉ ਜਸੁਦਾ ਘਰਿ ਕਾਨੁ ॥
ତାହାର ପରିଜନ, ଭାଇ-ବନ୍ଧୁ ସବୁ ତାହାକୁ ଏପରି ନଚାନ୍ତି, ହର୍ଷିତ ହୁଅନ୍ତି, ଯେପରି ମାତା ଯଶୋଦା ଘରେ କୃଷ୍ଣକୁ ନଚା ଯାଉଥିଲା।

ਹਥੋ ਹਥਿ ਨਚਾਈਐ ਪ੍ਰਾਣੀ ਮਾਤ ਕਹੈ ਸੁਤੁ ਮੇਰਾ ॥
ହେ ମୋର ଅଜଣା ମିତ୍ର! ପରିବାରର ସମସ୍ତ ଲୋକ ନଶ୍ଵର ପ୍ରାଣୀ ସେହି ପିଲାକୁ ଖେଳାନ୍ତି ଆଉ ମାତା ମୋହ ବଶତଃ ତାହାକୁ ନିଜ ପୁତ୍ର କହି ବଡ ମାନ କରିଥାଏ।

ਚੇਤਿ ਅਚੇਤ ਮੂੜ ਮਨ ਮੇਰੇ ਅੰਤਿ ਨਹੀ ਕਛੁ ਤੇਰਾ ॥
ହେ ମୋର ଅଜ୍ଞାନ ଏବଂ ମୂର୍ଖ ମନ! ପରମାତ୍ମାଙ୍କୁ ସ୍ମରଣ କର। ଅନ୍ତକାଳରେ ତୋର ସାଥି କେହି ହେବେ ନାହିଁ।

ਜਿਨਿ ਰਚਿ ਰਚਿਆ ਤਿਸਹਿ ਨ ਜਾਣੈ ਮਨ ਭੀਤਰਿ ਧਰਿ ਗਿਆਨੁ ॥
ତୁ ତାହାକୁ ବୁଝିପାରୁ ନାହୁଁ ଯିଏ ରଚନା କରିଛି। ବର୍ତ୍ତମାନ, ତୁ ନିଜ ମନରେ ଜ୍ଞାନ ପ୍ରାପ୍ତ କର।

ਕਹੁ ਨਾਨਕ ਪ੍ਰਾਣੀ ਦੂਜੈ ਪਹਰੈ ਵਿਸਰਿ ਗਇਆ ਧਿਆਨੁ ॥੨॥
ଗୁରୁଜୀ କହନ୍ତି ଯେ ରାତ୍ରିର ଦ୍ଵିତୀୟ ପ୍ରହରରେ ମନୁଷ୍ୟ ପରମେଶ୍ଵରଙ୍କ ସ୍ମରଣକୁ ବିସ୍ମୃତ କରିଦିଏ ॥2॥

ਤੀਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਧਨ ਜੋਬਨ ਸਿਉ ਚਿਤੁ ॥
ହେ ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହହରରେ ପ୍ରାଣୀର ମନ, ଧାନ-ଯୌବନ(ସ୍ତ୍ରୀ-ଯୌବନ)ରେ ଲାଗିଯାଏ।

ਹਰਿ ਕਾ ਨਾਮੁ ਨ ਚੇਤਹੀ ਵਣਜਾਰਿਆ ਮਿਤ੍ਰਾ ਬਧਾ ਛੁਟਹਿ ਜਿਤੁ ॥
ସେ ହରିନାମର ଚିନ୍ତନ କରେ ନାହିଁ, ଯାହା ଦ୍ଵାରା ସେ ସଂସାର-ବନ୍ଧନରୁ ମୁକ୍ତି ପାଇପାରିବ।

ਹਰਿ ਕਾ ਨਾਮੁ ਨ ਚੇਤੈ ਪ੍ਰਾਣੀ ਬਿਕਲੁ ਭਇਆ ਸੰਗਿ ਮਾਇਆ ॥
ନଶ୍ଵର ପ୍ରାଣୀ ପ୍ରଭୁଙ୍କ ନାମର ସ୍ମରଣ କରେ ନାହିଁ ଆଉ ସାଂସାରିକ ପଦାର୍ଥ ସାଥିରେ ବ୍ୟାକୁଳ ରହିଥାଏ।

ਧਨ ਸਿਉ ਰਤਾ ਜੋਬਨਿ ਮਤਾ ਅਹਿਲਾ ਜਨਮੁ ਗਵਾਇਆ ॥
ସେ ଭାର୍ଯ୍ୟା ପ୍ରେମର ଆସକ୍ତି ଆଉ ଯୌବନର ମସ୍ତିରେ ଏପରି ଲୀନ ହୋଇଯାଏ ଯେ ଏହି ଅମୂଲ୍ୟ ଜୀବନକୁ ବ୍ୟର୍ଥ ଭାବରେ ହରାଇ ଦିଏ।

ਧਰਮ ਸੇਤੀ ਵਾਪਾਰੁ ਨ ਕੀਤੋ ਕਰਮੁ ਨ ਕੀਤੋ ਮਿਤੁ ॥
ସେ ନା ଧର୍ମ ଅନୁସାରେ ଆଚରଣ କରିଥାଏ ଆଉ ନା ଶୁଭ କର୍ମ ସାଥିରେ ମୈତ୍ରୀ ବନାଇଥାଏ।

ਕਹੁ ਨਾਨਕ ਤੀਜੈ ਪਹਰੈ ਪ੍ਰਾਣੀ ਧਨ ਜੋਬਨ ਸਿਉ ਚਿਤੁ ॥੩॥
ଗୁରୁଜୀ କହନ୍ତି ଯେ ହେ ନାନକ!ମନୁଷ୍ୟର ଜୀବନ ରୂପୀ ତୃତୀୟ ପ୍ରହର ମଧ୍ୟ ଧାନ-ଯୌବନ ତୃଷ୍ଣାରେ ନଷ୍ଟ ହୋଇଯାଏ ॥3॥

ਚਉਥੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਲਾਵੀ ਆਇਆ ਖੇਤੁ ॥
ହେ ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହର(ବୃଦ୍ଧାବସ୍ଥା)ରେ ଜୀବନ ରୂପୀ କୃଷି କାଟିବା ପାଇଁ ଯମଦୂତ ଉପସ୍ଥିତ ହୋଇଯାଏ, ଅର୍ଥାତ, ଦେହ କୃଷିକୁ କାଟିବାକୁ ପ୍ରସ୍ତୁତ ହୋଇଯାଏ।

ਜਾ ਜਮਿ ਪਕੜਿ ਚਲਾਇਆ ਵਣਜਾਰਿਆ ਮਿਤ੍ਰਾ ਕਿਸੈ ਨ ਮਿਲਿਆ ਭੇਤੁ ॥
ହେ ଅଜଣା ମିତ୍ର! ଯେତେବେଳେ ଯମଦୂତ ତାହାକୁ ଧରନ୍ତି ସେତେବେଳେ ପ୍ରାଣିକୁ ଅଲଗା ହେବା ରହସ୍ୟ କାହାକୁ ମଧ୍ୟ ଜଣା ପଡେ ନାହିଁ।

ਭੇਤੁ ਚੇਤੁ ਹਰਿ ਕਿਸੈ ਨ ਮਿਲਿਓ ਜਾ ਜਮਿ ਪਕੜਿ ਚਲਾਇਆ ॥
ଏହି ରହସ୍ୟ ବିଷୟରେ କେବେ ଯମଦୂତ ତାହାକୁ ଧରି ନେବ , କାହାକୁ ମଧ୍ୟ ଜଣା ନାହିଁ।

ਝੂਠਾ ਰੁਦਨੁ ਹੋਆ ਦੋੁਆਲੈ ਖਿਨ ਮਹਿ ਭਇਆ ਪਰਾਇਆ ॥
ହରିଙ୍କ ଚିନ୍ତନ କର, ହେ ମନୁଷ୍ୟ! ତାହା ଆଖପାଖରେ କାଁଡିବା ବୃଥା ଓ ମିଥ୍ୟା ଅଟେ। ଏକ କ୍ଷଣରେ ହିଁ ପ୍ରାଣୀ ପରଦେଶୀ ହୋଇଯାଏ।

ਸਾਈ ਵਸਤੁ ਪਰਾਪਤਿ ਹੋਈ ਜਿਸੁ ਸਿਉ ਲਾਇਆ ਹੇਤੁ ॥
ଆଗାମୀ ଲୋକରେ ପ୍ରାଣୀକୁ ତାହା ଉପଲବ୍ଧି ହୋଇଥାଏ, ଯାହାଠାରେ ସେ ଚିତ୍ତ ଏକାଗ୍ରତା କରେ।

ਕਹੁ ਨਾਨਕ ਪ੍ਰਾਣੀ ਚਉਥੈ ਪਹਰੈ ਲਾਵੀ ਲੁਣਿਆ ਖੇਤੁ ॥੪॥੧॥
ଗୁରୁ ନାନକ ଦେବଜୀ କହନ୍ତି ଯେ ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହର(ବୃଦ୍ଧାବସ୍ଥା)ରେ ଜୀବନ ରୂପୀ କୃଷି କାଟିବା ପାଇଁ ଯମଦୂତ ଉପସ୍ଥିତ ହୋଇଯାଏ, ଅର୍ଥାତ, ଦେହ କୃଷିକୁ କାଟିବାକୁ ପ୍ରସ୍ତୁତ ହୋଇଯାଏ ॥4॥1॥

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥

ਪਹਿਲੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਬਾਲਕ ਬੁਧਿ ਅਚੇਤੁ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ପ୍ରଥମ ପ୍ରହରରେ ଜୀବ ବାଳକ ବୁଦ୍ଧିବାଲା ଏବଂ ଜ୍ଞାନହୀନ ହୋଇଥାଏ।

ਖੀਰੁ ਪੀਐ ਖੇਲਾਈਐ ਵਣਜਾਰਿਆ ਮਿਤ੍ਰਾ ਮਾਤ ਪਿਤਾ ਸੁਤ ਹੇਤੁ ॥
ବାଳକ ମାତାର କ୍ଷୀର ପିଏ ଆଉ ତାହାକୁ ବଡ ପ୍ରେମ କରାଯାଏ। ହେ ଅଜଣା ମିତ୍ର! ମାତା ପିତା ନିଜ ବାଳକକୁ ବଡ ଅନୁରାଗ କରନ୍ତି।

ਮਾਤ ਪਿਤਾ ਸੁਤ ਨੇਹੁ ਘਨੇਰਾ ਮਾਇਆ ਮੋਹੁ ਸਬਾਈ ॥
ସଂସାରରେ ବ୍ୟାପ୍ତ ମୋହ ମାୟା କାରଣରୁ ,ମାତା-ପିତା ସ୍ନେହରେ ତାହାର ପୋଷଣରେ ଉଠାଇଥିବା କଷ୍ଟକୁ ମଧ୍ୟ ଉପେକ୍ଷା କରିଦେଇଥାଏ।

ਸੰਜੋਗੀ ਆਇਆ ਕਿਰਤੁ ਕਮਾਇਆ ਕਰਣੀ ਕਾਰ ਕਰਾਈ ॥
ସଂଯୋଗ ଆଉ ପୂର୍ବ ଜନ୍ମର କର୍ମ ନେଇ ପ୍ରାଣୀ ସଂସାରକୁ ଆସିଥାଏ ଆଉ ନିଜର ପରବର୍ତ୍ତୀ ଜୀବନ ମର୍ଯ୍ୟାଦା ପାଇଁ କର୍ମ କରନ୍ତି।

ਰਾਮ ਨਾਮ ਬਿਨੁ ਮੁਕਤਿ ਨ ਹੋਈ ਬੂਡੀ ਦੂਜੈ ਹੇਤਿ ॥
ରାମ ନାମ ବିନା ମୁକ୍ତି ହୋଇପାରେ ନାହିଁ ଆଉ ଦୈତ୍ୟ ଭାବରେ ଲୀନ ରହିବା କାରଣରୁ ସଂପୂର୍ଣ୍ଣ ସୃଷ୍ଟିର ବିନାଶ ହୋଇଯାଏ।

ਕਹੁ ਨਾਨਕ ਪ੍ਰਾਣੀ ਪਹਿਲੈ ਪਹਰੈ ਛੂਟਹਿਗਾ ਹਰਿ ਚੇਤਿ ॥੧॥
ହେ ନାନକ! ପ୍ରାଣୀ ଜୀବନ ରୂପୀ ରାତ୍ରିର ପ୍ରଥମ ପ୍ରହରରେ ଭଗବାନଙ୍କ ନାମ ସ୍ମରଣ କରି ହିଁ ଜନ୍ମ ମରଣ ଚକ୍ରରୁ ମୁକ୍ତ ହୋଇପାରେ। ॥1॥

ਦੂਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਭਰਿ ਜੋਬਨਿ ਮੈ ਮਤਿ ॥
ହେ ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ପ୍ରାଣୀ ଯୌବନର ଭରପୁର ମସ୍ତିରେ ମଜ୍ଜି ରହିଥାଏ।

ਅਹਿਨਿਸਿ ਕਾਮਿ ਵਿਆਪਿਆ ਵਣਜਾਰਿਆ ਮਿਤ੍ਰਾ ਅੰਧੁਲੇ ਨਾਮੁ ਨ ਚਿਤਿ ॥
ହେ ଅଜଣା ମିତ୍ର! ଦିନ ରାତି ସେହି ଭୋଗ-ବିଳାସରେ ଆସକ୍ତ ରହିଥାଏ ଆଉ ସେହି ଅଜ୍ଞାନକୁ ଭଗବାନଙ୍କ ନାମ ସ୍ମରଣ ଆସେ ନାହିଁ।

ਰਾਮ ਨਾਮੁ ਘਟ ਅੰਤਰਿ ਨਾਹੀ ਹੋਰਿ ਜਾਣੈ ਰਸ ਕਸ ਮੀਠੇ ॥
ରାମ ନାମ ତାହାର ହୃଦୟରେ ବାସ କରନ୍ତି ନାହିଁ, ସେ ଅନ୍ୟ ରସକୁ ହିଁ ମିଠା ଭାବେ।

ਗਿਆਨੁ ਧਿਆਨੁ ਗੁਣ ਸੰਜਮੁ ਨਾਹੀ ਜਨਮਿ ਮਰਹੁਗੇ ਝੂਠੇ ॥
ଯାହାକୁ ପ୍ରଭୁଙ୍କ ବିଷୟରେ କୌଣସି ଜ୍ଞାନ ନାହିଁ , ଧ୍ୟାନ ନାହିଁ, ଯିଏ ପ୍ରଭୁଙ୍କ ମହିମାକୁ ସ୍ମରଣ କରେ ନାହିଁ, ଯିଏ ସଂଯମ କରେ ନାହିଁ , ଏପରି ପ୍ରାଣୀ ଜନ୍ମ ମରଣ ଚକ୍ରରେ ରହିଥାଏ।

ਤੀਰਥ ਵਰਤ ਸੁਚਿ ਸੰਜਮੁ ਨਾਹੀ ਕਰਮੁ ਧਰਮੁ ਨਹੀ ਪੂਜਾ ॥
ଯାହାକୁ ପ୍ରଭୁଙ୍କ ବିଷୟରେ କୌଣସି ଜ୍ଞାନ ନାହିଁ , ଧ୍ୟାନ ନାହିଁ, ଯିଏ ପ୍ରଭୁଙ୍କ ମହିମାକୁ ସ୍ମରଣ କରେ ନାହିଁ, ଯିଏ ସଂଯମ କରେ ନାହିଁ , ଏପରି ପ୍ରାଣୀ ଜନ୍ମ ମରଣ ଚକ୍ରରେ ରହିଥାଏ।

ਨਾਨਕ ਭਾਇ ਭਗਤਿ ਨਿਸਤਾਰਾ ਦੁਬਿਧਾ ਵਿਆਪੈ ਦੂਜਾ ॥੨॥
ଏପରି ପ୍ରାଣୀ ଭଗବାନଙ୍କ ଭକ୍ତି ପ୍ରେମ ପୂର୍ବକ କରିବା ଦ୍ଵାରା ଉଦ୍ଧାର ହୋଇଯାଏ। ଦ୍ଵିଧାରେ ଫସିଥିବା ଜୀବକୁ ମାୟାର ମୋହ ଲାଗିରହିଥାଏ ॥2॥

ਤੀਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਸਰਿ ਹੰਸ ਉਲਥੜੇ ਆਇ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହରରେ ଶରୀର ସରୋବରରେ ହଂସ ଆସି ବସେ, ଅର୍ଥାତ, ପ୍ରାଣୀର ମସ୍ତକ ଉପରେ ଧବଳ ବାଳ ହେବାକୁ ଆରମ୍ଭ କରେ।

ਜੋਬਨੁ ਘਟੈ ਜਰੂਆ ਜਿਣੈ ਵਣਜਾਰਿਆ ਮਿਤ੍ਰਾ ਆਵ ਘਟੈ ਦਿਨੁ ਜਾਇ ॥
ହେ ଅଜଣା ମିତ୍ର! ଜୀବନ ବିତିବା ପରେ ଶରୀରରେ ଶକ୍ତି କ୍ଷୀଣ ହୋଇଯାଏ ଆଉ ଧୀରେ-ଧୀରେ ଶରୀର ଉପରେ ପ୍ରୌଢାବସ୍ଥା ମାଡିବସେ।

error: Content is protected !!