ਅੰਤਿ ਕਾਲਿ ਪਛੁਤਾਸੀ ਅੰਧੁਲੇ ਜਾ ਜਮਿ ਪਕੜਿ ਚਲਾਇਆ ॥
ଅଜ୍ଞାନ ପ୍ରାଣୀ, ଅନ୍ତକାଳରେ ପଶ୍ଚାତାପ କରିଥାଏ, ଯେତେବେଳେ ଯମଦୂତ ଆସି ତାହାକୁ ଧରିଥାଏ, ଅର୍ଥାତ କାଳ ଆସିଲେ ପ୍ରାଣୀ ପଶ୍ଚାତାପ କରିଥାଏ।
ਸਭੁ ਕਿਛੁ ਅਪੁਨਾ ਕਰਿ ਕਰਿ ਰਾਖਿਆ ਖਿਨ ਮਹਿ ਭਇਆ ਪਰਾਇਆ ॥
ସେ ସବୁକିଛି ବୋଲି ଯାହାକୁ ପ୍ରତିଦିନ ପ୍ରତିଦିନ କହୁଥିଲା, କ୍ଷଣ ମାତ୍ରକରେ ତାହାଠାରୁ ପର ହୋଇଯାଏ।
ਬੁਧਿ ਵਿਸਰਜੀ ਗਈ ਸਿਆਣਪ ਕਰਿ ਅਵਗਣ ਪਛੁਤਾਇ ॥
ଯମଦୂତର ବଶରେ ପଡିବା ମାତ୍ରେ ପ୍ରାଣୀର ଜ୍ଞାନ ଚାଲିଯାଏ। ଆଉ ନିଜ ଅବଗୁଣ ମନେ ପକାଇ ପକାଇ ସେ ପଶ୍ଚାତାପ କରିଥାଏ।
ਕਹੁ ਨਾਨਕ ਪ੍ਰਾਣੀ ਤੀਜੈ ਪਹਰੈ ਪ੍ਰਭੁ ਚੇਤਹੁ ਲਿਵ ਲਾਇ ॥੩॥
ନାନକ! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହରରେ ଚିତ୍ତ ଲଗାଇ ଭଗବାନଙ୍କ ଧ୍ୟାନ କର। ॥3॥
ਚਉਥੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਬਿਰਧਿ ਭਇਆ ਤਨੁ ਖੀਣੁ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ଶରୀର ବୃଦ୍ଧ ହୋଇ କ୍ଷୀଣ ହୋଇଯାଏ, ଦୁର୍ବଳତା ଆସିଯାଏ।
ਅਖੀ ਅੰਧੁ ਨ ਦੀਸਈ ਵਣਜਾਰਿਆ ਮਿਤ੍ਰਾ ਕੰਨੀ ਸੁਣੈ ਨ ਵੈਣ ॥
ହେ ମୋର ଅଜଣା ମିତ୍ର! ଆଖି, କାନ ଓ ଶକ୍ତି ମଧ୍ୟ ଚାଲିଯାଏ, ତାହାକୁ ଆଖିରେ ଦେଖାଯାଏ ନାହିଁ ଆଉ କାନରେ ଶୁଣିପାରେ ନାହିଁ।
ਅਖੀ ਅੰਧੁ ਜੀਭ ਰਸੁ ਨਾਹੀ ਰਹੇ ਪਰਾਕਉ ਤਾਣਾ ॥
ଦାନ୍ତର ଅସମର୍ଥତା କାରଣରୁ ଜିହ୍ଵାର ରସ ମଧ୍ୟ ଯାଇଥାଏ ଆଉ ସେ ପରର ସାହାରାରେ ଜୀବନ ଯାପନ କରିଥାଏ।
ਗੁਣ ਅੰਤਰਿ ਨਾਹੀ ਕਿਉ ਸੁਖੁ ਪਾਵੈ ਮਨਮੁਖ ਆਵਣ ਜਾਣਾ ॥
ସେହି ମନମୁଖର ଭିତରେ କୌଣସି ଆଧ୍ୟାତ୍ମିକ ଗୁଣ କେବେମଧ୍ୟ ପ୍ରକାଶ ପାଏ ନାହିଁ, ଏଥିପାଇଁ, ସୁଖ କିପରି ପ୍ରାପ୍ତ ହେବ, ବିଚରା ଏପରି ଜନ୍ମ ମୃତ୍ୟୁ ଚକ୍ରରେ ପଡିରହିଥାଏ।
ਖੜੁ ਪਕੀ ਕੁੜਿ ਭਜੈ ਬਿਨਸੈ ਆਇ ਚਲੈ ਕਿਆ ਮਾਣੁ ॥
ଶରୀର ରୂପୀ ଖେତ ପାକଳ ହୋଇ ନଇଁ ଯାଏ।କେବେ ସ୍ଵତଃ ଅଙ୍ଗ ଅକାମୀ ହୋଇଯାଏ, ଶରୀର ନଷ୍ଟ ହୋଇଯାଏ। ଏହି ଲୋକରେ ପ୍ରାଣୀର ଜୀବନ ମରଣର କୌଣସି ପ୍ରତିଷ୍ଠା ରହେ ନାହିଁ।
ਕਹੁ ਨਾਨਕ ਪ੍ਰਾਣੀ ਚਉਥੈ ਪਹਰੈ ਗੁਰਮੁਖਿ ਸਬਦੁ ਪਛਾਣੁ ॥੪॥
ହେ ନାନକ! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ଗୁରୁଙ୍କ ମାଧ୍ୟମରେ ନାମର ପରିଚୟ ପାଇବା ଉଚିତ। ॥4॥
ਓੜਕੁ ਆਇਆ ਤਿਨ ਸਾਹਿਆ ਵਣਜਾਰਿਆ ਮਿਤ੍ਰਾ ਜਰੁ ਜਰਵਾਣਾ ਕੰਨਿ ॥
ହେ ମୋର ଅଜଣା ମିତ୍ର! ଯେତେବେଳେ ଜୀବକୁ ମିଳିଥିବା ଶ୍ଵାସର ଅନ୍ତିମ କାଳ ନିକଟ ହୋଇଯାଏ, ସେତେବେଳେ ନିଷ୍ଠୁର ବୁଢାପଣ ତାହାର କାନ୍ଧରେ ଆସି ବସେ।
ਇਕ ਰਤੀ ਗੁਣ ਨ ਸਮਾਣਿਆ ਵਣਜਾਰਿਆ ਮਿਤ੍ਰਾ ਅਵਗਣ ਖੜਸਨਿ ਬੰਨਿ ॥
ହେ ମୋର ଅଜଣା ମିତ୍ର! ଯେଉଁ ଜୀବ ନିଜ ହୃଦୟରେ କୌଣସି ଗୁଣ ସଞ୍ଚିତ କରିନାହିଁ, ତାହାର ଅବଗୁଣ ହିଁ ତାହାକୁ ବାନ୍ଧି ନେଇଯାଏ।
ਗੁਣ ਸੰਜਮਿ ਜਾਵੈ ਚੋਟ ਨ ਖਾਵੈ ਨਾ ਤਿਸੁ ਜੰਮਣੁ ਮਰਣਾ ॥
ଯେଉଁ ଜୀବ ସଂଯମ, ଧ୍ୟାନ ଏବଂ ସମାଧି ଦ୍ଵାରା ନିଜ ଭିତରେ ଗୁଣ ଜାତ କରି ଦୁନିଆରୁ ଯାଇଥାଏ, ଯମର ଦଣ୍ଡ ପାଏ ନାହିଁ, ଆଉ ତାହାର ଜନ୍ମ ମରଣ ବନ୍ଦ ହୋଇଯାଏ।
ਕਾਲੁ ਜਾਲੁ ਜਮੁ ਜੋਹਿ ਨ ਸਾਕੈ ਭਾਇ ਭਗਤਿ ਭੈ ਤਰਣਾ ॥
ସେ ଯମର ଜାଲରେ ଛନ୍ଦି ହୁଏ ନାହିଁ ଆଉ ଯମ ତା’ ଆଡକୁ ଦୃଷ୍ଟି ଦିଏ ନାହିଁ। ସେ ପ୍ରେମପୂର୍ବକ ଭଗବାନଙ୍କୁ ଭକ୍ତି କରି ଭବସାଗରରୁ ପାର ହୋଇଯାଏ।
ਪਤਿ ਸੇਤੀ ਜਾਵੈ ਸਹਜਿ ਸਮਾਵੈ ਸਗਲੇ ਦੂਖ ਮਿਟਾਵੈ ॥
ପୁଣି, ପ୍ରଭୁଙ୍କ ଦରବାରରେ ତାହାକୁ ବଡ ଶୋଭା ପ୍ରାପ୍ତ ହୋଇଥାଏ। ସେ ସ୍ଵାଭାବିକ ଭାବରେ ଭଗବାନଙ୍କ ଠାରେ ଲୀନ ହୋଇ ଯାଏ। ତାହାର ଦୁଃଖ ଦୂର ହୋଇଯାଏ।
ਕਹੁ ਨਾਨਕ ਪ੍ਰਾਣੀ ਗੁਰਮੁਖਿ ਛੂਟੈ ਸਾਚੇ ਤੇ ਪਤਿ ਪਾਵੈ ॥੫॥੨॥
ହେ ନାନକ! ଗୁରୁଙ୍କ ମାଧ୍ୟମରେ ହିଁ ପ୍ରାଣୀକୁ ଜୀବନ-ମୃତ୍ୟୁରୁ ମୁକ୍ତି ମିଳିଥାଏ ଆଉ ସେ ସତ୍ୟ ପ୍ରଭୁଙ୍କ ଠାରୁ ସମ୍ମାନ ପ୍ରାପ୍ତ କରିଥାଏ। ॥5॥2॥
ਸਿਰੀਰਾਗੁ ਮਹਲਾ ੪ ॥
ସିରିରାଗ ମହଲା 4 ॥
ਪਹਿਲੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਹਰਿ ਪਾਇਆ ਉਦਰ ਮੰਝਾਰਿ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ପ୍ରଥମ ପ୍ରହରରେ ଇଶ୍ଵର ପ୍ରାଣୀକୁ ମା’ର ଗର୍ଭରେ ରଖିଥାନ୍ତି।
ਹਰਿ ਧਿਆਵੈ ਹਰਿ ਉਚਰੈ ਵਣਜਾਰਿਆ ਮਿਤ੍ਰਾ ਹਰਿ ਹਰਿ ਨਾਮੁ ਸਮਾਰਿ ॥
ହେ ମୋର ଅଜଣା ମିତ୍ର! ମା’ର ଉଦରରେ ପଡିଥିବା ପ୍ରାଣୀ ଈଶ୍ବରଙ୍କ ଆରାଧନା କରିଥାଏ, ସେ ହରିଙ୍କ ନାମ ନିଜ ମୁଖରେ ଉଚ୍ଚାରଣ କରିଥାଏ, ସେ ତାହାର ମନରେ ହରିନାମର ସ୍ମରଣ କରିଥାଏ।
ਹਰਿ ਹਰਿ ਨਾਮੁ ਜਪੇ ਆਰਾਧੇ ਵਿਚਿ ਅਗਨੀ ਹਰਿ ਜਪਿ ਜੀਵਿਆ ॥
ପ୍ରାଣୀ ବାରମ୍ବାର ହରିନାମର ସ୍ତୁତି ଆଉ ଆରାଧନା କରିଥାଏ। ଗର୍ଭର ଅଗ୍ନିରେ ସେ ପରମାତ୍ମାଙ୍କ ନାମ କାରଣରୁ ଜୀବିତ ରହିପାରେ।
ਬਾਹਰਿ ਜਨਮੁ ਭਇਆ ਮੁਖਿ ਲਾਗਾ ਸਰਸੇ ਪਿਤਾ ਮਾਤ ਥੀਵਿਆ ॥
ଯେତେବେଳେ ସେ ଜନ୍ମ ନେଇ ମା’ର ଗର୍ଭରୁ ବାହାରକୁ ଆସେ, ସେତେବେଳେ ମାତାପିତା ତାହାର ମୁଖ ଦେଖି ପ୍ରସନ୍ନ ହୋଇଥାନ୍ତି।
ਜਿਸ ਕੀ ਵਸਤੁ ਤਿਸੁ ਚੇਤਹੁ ਪ੍ਰਾਣੀ ਕਰਿ ਹਿਰਦੈ ਗੁਰਮੁਖਿ ਬੀਚਾਰਿ ॥
ହେ ପ୍ରାଣୀ! ଏହି ସନ୍ତାନ ଯାହାର, ତାହାକୁ ସ୍ମରଣ କର। ଗୁରୁଙ୍କ ଦୟାରୁ ନିଜ ହୃଦୟରେ ହରିନାମର ସ୍ମରଣ କର।
ਕਹੁ ਨਾਨਕ ਪ੍ਰਾਣੀ ਪਹਿਲੈ ਪਹਰੈ ਹਰਿ ਜਪੀਐ ਕਿਰਪਾ ਧਾਰਿ ॥੧॥
ହେ ନାନକ! ଜୀବନ ରୂପୀ ରାତ୍ରିର ପ୍ରଥମ ପ୍ରହରରେ ସେତେବେଳେ ନାମ ସ୍ମରଣ କରାଯାଇପାରେ, ଯଦି ଭଗବାନ ନିଜେ କୃପା କରନ୍ତି। ॥1॥
ਦੂਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਮਨੁ ਲਾਗਾ ਦੂਜੈ ਭਾਇ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ପ୍ରାଣୀର ମନ ମାୟାର ଆକର୍ଷଣରେ ଲୀନ ହୋଇଯାଏ।
ਮੇਰਾ ਮੇਰਾ ਕਰਿ ਪਾਲੀਐ ਵਣਜਾਰਿਆ ਮਿਤ੍ਰਾ ਲੇ ਮਾਤ ਪਿਤਾ ਗਲਿ ਲਾਇ ॥
ମାତା ପିତା ତାହାକୁ ‘ମୋର ମୋର’ କହି ବଡ ପ୍ରେମରେ ପାଳନ ପୋଷଣ କରିଥାନ୍ତି ଆଉ ତାହାକୁ ନିଜ ଗଳାରେ ଲଗାଇଥାନ୍ତି।
ਲਾਵੈ ਮਾਤ ਪਿਤਾ ਸਦਾ ਗਲ ਸੇਤੀ ਮਨਿ ਜਾਣੈ ਖਟਿ ਖਵਾਏ ॥
ମାତା ପିତା (ସ୍ଵାର୍ଥ ବଶତଃ) ଗଳାରେ ଲଗାଇବା ସମୟରେ ଭାବନ୍ତି ଯେ ବଡ ହୋଇ ସେ ଅର୍ଜନ କରି ପୋଷିବ।
ਜੋ ਦੇਵੈ ਤਿਸੈ ਨ ਜਾਣੈ ਮੂੜਾ ਦਿਤੇ ਨੋ ਲਪਟਾਏ ॥
ପ୍ରାଣୀ କେତେ ମୂର୍ଖ ଯେ ଦାତାକୁ ଚିହ୍ନିବା ପ୍ରୟାସ କରେ ନାହିଁ ଆଉ ତାହାକୁ ଦିଆଯାଇଥିବା ନଶ୍ଵର ବସ୍ତୁକୁ ଜାବୁଡି ଧରିଥାଏ।।
ਕੋਈ ਗੁਰਮੁਖਿ ਹੋਵੈ ਸੁ ਕਰੈ ਵੀਚਾਰੁ ਹਰਿ ਧਿਆਵੈ ਮਨਿ ਲਿਵ ਲਾਇ ॥
କେହି ଗୁରୁମୁଖ ହିଁ ଭକ୍ତି କରିଥାଏ ଆଉ ସେ ନିଜ ମନ ଲଗାଇ ଭଗବାନଙ୍କ ଧ୍ୟାନ କରିଥାଏ।
ਕਹੁ ਨਾਨਕ ਦੂਜੈ ਪਹਰੈ ਪ੍ਰਾਣੀ ਤਿਸੁ ਕਾਲੁ ਨ ਕਬਹੂੰ ਖਾਇ ॥੨॥
ହେ ନାନକ! ଜୀବନ ରୂପୀ ରାତ୍ରିରଦ୍ଵିତୀୟ ପ୍ରହରରେ ଯେଉଁ ପ୍ରାଣୀ ଭଗବାନଙ୍କ ଧ୍ୟାନ କରିଥାଏ, ତାହାକୁ କାଳ କଦାପି ଗ୍ରାସ କରିପାରେ ନାହିଁ ॥2॥
ਤੀਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਮਨੁ ਲਗਾ ਆਲਿ ਜੰਜਾਲਿ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହରରେ ମନୁଷ୍ୟର ମନ ଦୁନିଆର ଧନ୍ଦାରେ ଆସକ୍ତ ହୋଇଯାଏ।
ਧਨੁ ਚਿਤਵੈ ਧਨੁ ਸੰਚਵੈ ਵਣਜਾਰਿਆ ਮਿਤ੍ਰਾ ਹਰਿ ਨਾਮਾ ਹਰਿ ਨ ਸਮਾਲਿ ॥
ସେ ଧନ ଦୌଲତର ହିଁ ଧ୍ୟାନ କରିଥାଏ ଆଉ ଧନ-ଦୌଲତ ହିଁ ସଂଗ୍ରହ କରିଥାଏ। ହେ ମୋର ଅଜଣା ମିତ୍ର! କିନ୍ତୁ, ହରିନାମ ଆଉ ହରିଙ୍କ ଚିନ୍ତନ କରୁ ନାହଁ।
ਹਰਿ ਨਾਮਾ ਹਰਿ ਹਰਿ ਕਦੇ ਨ ਸਮਾਲੈ ਜਿ ਹੋਵੈ ਅੰਤਿ ਸਖਾਈ ॥
ସେ କଦାପି ହରିନାମ ଆଉ ସ୍ଵାମୀ ହରିଙ୍କୁ ସ୍ମରଣ କରେ ନାହିଁ, ଯିଏ ଅନ୍ତକାଳରେ ତାହାର ସହାୟକ ହୋଇଥାଏ।