ਇਹੁ ਧਨੁ ਸੰਪੈ ਮਾਇਆ ਝੂਠੀ ਅੰਤਿ ਛੋਡਿ ਚਲਿਆ ਪਛੁਤਾਈ ॥
ଏହି ଧନ, ସମ୍ପତ୍ତି, ମୋହ, ମାୟା ସବୁ ମିଥ୍ୟା ଅଟେ। ଯାହାକୁ ଅନ୍ତକାଳରେ ତ୍ୟାଗ କରି ପଶ୍ଚାତାପ କରି ପ୍ରାଣୀ ଚାଲିଯାଏ।
ਜਿਸ ਨੋ ਕਿਰਪਾ ਕਰੇ ਗੁਰੁ ਮੇਲੇ ਸੋ ਹਰਿ ਹਰਿ ਨਾਮੁ ਸਮਾਲਿ ॥
ଯାହା ଉପରେ ଇଶ୍ଵରଙ୍କ କୃପା ହୋଇଥାଏ, ତାହାର ଗୁରୁଙ୍କ ସହିତ ମିଳନ ହୋଇଥାଏ ଆଉ ଈଶ୍ଵରଙ୍କ ଉପାସନାରେ ଲୀନ ହୋଇଯାଇଥାଏ।
ਕਹੁ ਨਾਨਕ ਤੀਜੈ ਪਹਰੈ ਪ੍ਰਾਣੀ ਸੇ ਜਾਇ ਮਿਲੇ ਹਰਿ ਨਾਲਿ ॥੩॥
ଗୁରୁଜୀ ଉଦବୋଧନ କରନ୍ତି, ହେ ନାନକ! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହରରେ ଯେଉଁ ପ୍ରାଣୀ ହଋ ଭଜନ କରିଥାଏ, ସେ ପ୍ରଭୁଙ୍କ ଠାରେ ହିଁ ବିଲୀନ ହୋଇଯାଏ ॥3॥
ਚਉਥੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਹਰਿ ਚਲਣ ਵੇਲਾ ਆਦੀ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ଇଶ୍ଵର ମୃତ୍ୟୁ କାଳ ନିକଟ କରିଦେଇଛନ୍ତି।
ਕਰਿ ਸੇਵਹੁ ਪੂਰਾ ਸਤਿਗੁਰੂ ਵਣਜਾਰਿਆ ਮਿਤ੍ਰਾ ਸਭ ਚਲੀ ਰੈਣਿ ਵਿਹਾਦੀ ॥
ଏଥିପାଇଁ ହେ ମିତ୍ର! ନିଜ ହାତରେ ପୂର୍ଣ୍ଣ ସଦଗୁରୁଙ୍କ ଶ୍ରଦ୍ଧାପୁର୍ବକ ସେବା କର, କାରଣ ଜୀବନ ରୂପୀ ସଂପୂର୍ଣ୍ଣ ରାତ୍ରି ବର୍ତ୍ତମାନ ଅତିବାହିତ ହୋଇଯାଉଛି।
ਹਰਿ ਸੇਵਹੁ ਖਿਨੁ ਖਿਨੁ ਢਿਲ ਮੂਲਿ ਨ ਕਰਿਹੁ ਜਿਤੁ ਅਸਥਿਰੁ ਜੁਗੁ ਜੁਗੁ ਹੋਵਹੁ ॥
ପ୍ରତିପକ୍ଷ ପରମେଶ୍ଵରଙ୍କ ସେବା କର, ଏଥିରେ ବିଳମ୍ବ ଉଚିତ ନାହିଁ, କାରଣ ଏହାଦ୍ୱାରା ତୁମେ ଯୁଗ ଯୁଗ ପାଇଁ ଅମର ହୋଇଯିବ।
ਹਰਿ ਸੇਤੀ ਸਦ ਮਾਣਹੁ ਰਲੀਆ ਜਨਮ ਮਰਣ ਦੁਖ ਖੋਵਹੁ ॥
ହେ ପ୍ରାଣୀ! ଈଶ୍ଵରଙ୍କ ରଙ୍ଗରେ ଆନନ୍ଦ ଉପଭୋଗ କର ଆଉ ଜନ୍ମ-ମରଣର ଦୁଃଖକୁ ସର୍ବଦା ପାଇଁ ଭୁଲି ଯାଅ।
ਗੁਰ ਸਤਿਗੁਰ ਸੁਆਮੀ ਭੇਦੁ ਨ ਜਾਣਹੁ ਜਿਤੁ ਮਿਲਿ ਹਰਿ ਭਗਤਿ ਸੁਖਾਂ ॥
ସଦଗୁରୁ ଏବଂ ଭଗବାନଙ୍କ ମଧ୍ୟରେ କୌଣସି ଅନ୍ତର ଭାବ ନାହିଁ। ସଦଗୁରୁଙ୍କୁ ସାକ୍ଷାତ କରି ଭଗବାନଙ୍କ ଭକ୍ତି ଭଲ ଲାଗିଥାଏ।
ਕਹੁ ਨਾਨਕ ਪ੍ਰਾਣੀ ਚਉਥੈ ਪਹਰੈ ਸਫਲਿਓੁ ਰੈਣਿ ਭਗਤਾ ਦੀ ॥੪॥੧॥
ହେ ନାନକ! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ଯେଉଁ ପ୍ରାଣୀ ଭଗବାନଙ୍କ ଭକ୍ତି କରିଥାଏ, ସେହି ଭଗବାନଙ୍କ ଜୀବନ ରାତ୍ରି ସଫଳ ହୋଇଯାଇଥାଏ। ॥4॥1॥3॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਪਹਿਲੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਧਰਿ ਪਾਇਤਾ ਉਦਰੈ ਮਾਹਿ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ପ୍ରଥମ ପ୍ରହରରେ ଇଶ୍ଵର ପ୍ରାଣୀର ମାତାର ଉଦରରେ ରଖିଦିଅନ୍ତି।
ਦਸੀ ਮਾਸੀ ਮਾਨਸੁ ਕੀਆ ਵਣਜਾਰਿਆ ਮਿਤ੍ਰਾ ਕਰਿ ਮੁਹਲਤਿ ਕਰਮ ਕਮਾਹਿ ॥
ମାତାର ଉଦରରେ ହିଁ ପ୍ରଭୁ ଦଶ ମାସରେ ତାହାକୁ ମନୁଷ୍ୟ ବନାଇଦିଅନ୍ତି। ପ୍ରଭୁ ସେହି ଜୀବନ ରୂପୀ ସମୟ ଦିଅନ୍ତି ଆଉ ଏହି ସମୟରେ ପ୍ରାଣୀ ଶୁଭ ଅଶୁଭ କର୍ମ କରିଥାଏ।
ਮੁਹਲਤਿ ਕਰਿ ਦੀਨੀ ਕਰਮ ਕਮਾਣੇ ਜੈਸਾ ਲਿਖਤੁ ਧੁਰਿ ਪਾਇਆ ॥
ପ୍ରଭୁ ଏହି ଜୀବନ ଅବଧି ନିର୍ଦ୍ଧାରିତ କରିଦିଅନ୍ତି। ଜୀବର ପୂର୍ବ ଜନ୍ମର କର୍ମ ଅନୁସାରେ ତାହାର କପାଳରେ ଏପରି ଭାଗ୍ୟ ଲେଖିଦେଇଛନ୍ତି, ଯେପରି ସେ କର୍ମ କରେ।
ਮਾਤ ਪਿਤਾ ਭਾਈ ਸੁਤ ਬਨਿਤਾ ਤਿਨ ਭੀਤਰਿ ਪ੍ਰਭੂ ਸੰਜੋਇਆ ॥
ପରମାତ୍ମା ପ୍ରାଣୀଙ୍କ ମାତା-ପିତା, ଭାଇ, ପୁତ୍ର, ପତ୍ନୀ ଇତ୍ୟାଦି ସମ୍ବନ୍ଧରେ ବାନ୍ଧିଦିଅନ୍ତି।
ਕਰਮ ਸੁਕਰਮ ਕਰਾਏ ਆਪੇ ਇਸੁ ਜੰਤੈ ਵਸਿ ਕਿਛੁ ਨਾਹਿ ॥
ହରି ସ୍ଵୟଂ ଶୁଭ ଓ ଅଶୁଭ କର୍ମ ପ୍ରାଣୀଙ୍କ ଦ୍ଵାରା କରାନ୍ତି ତଥା ପ୍ରାଣୀର ନିଜ ବଶରେ କିଛି ନାହିଁ।
ਕਹੁ ਨਾਨਕ ਪ੍ਰਾਣੀ ਪਹਿਲੈ ਪਹਰੈ ਧਰਿ ਪਾਇਤਾ ਉਦਰੈ ਮਾਹਿ ॥੧॥
ହେ ନାନକ! ଜୀବନ ରୂପୀ ରାତ୍ରିର ପ୍ରଥମ ପ୍ରହରରେ ଭଗବାନ ପ୍ରାଣୀକୁ ମାତା ଉଦରରେ ରଖିଦିଅନ୍ତି। ॥1॥
ਦੂਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਭਰਿ ਜੁਆਨੀ ਲਹਰੀ ਦੇਇ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ପ୍ରାଣୀର ଭରା ଯୌବନର ନଦୀ ସମାନ କାମ, ମୋହ ଆଉ ତୃଷ୍ଣାର ତରଙ୍ଗ ବହିଥାଏ।
ਬੁਰਾ ਭਲਾ ਨ ਪਛਾਣਈ ਵਣਜਾਰਿਆ ਮਿਤ੍ਰਾ ਮਨੁ ਮਤਾ ਅਹੰਮੇਇ ॥
ହେ ମୋର ଅଜଣା ମିତ୍ର! ଅହଂକାରରେ ମସ୍ତ ହେବା କାରଣରୁ ପ୍ରାଣୀ ଭଲ ଖରାପ ଜାଣିବାରେ ଅସମର୍ଥ ହୋଇଥାଏ।
ਬੁਰਾ ਭਲਾ ਨ ਪਛਾਣੈ ਪ੍ਰਾਣੀ ਆਗੈ ਪੰਥੁ ਕਰਾਰਾ ॥
ପ୍ରାଣୀ ଭଲ ମନ୍ଦ ଜାଣିପାରେ ନାହିଁ ଆଉ ଆଗକୁ ବଢିବା ମାର୍ଗ ତାହା ପାଇଁ ଅଧିକ କଠୋର ଅଟେ।
ਪੂਰਾ ਸਤਿਗੁਰੁ ਕਬਹੂੰ ਨ ਸੇਵਿਆ ਸਿਰਿ ਠਾਢੇ ਜਮ ਜੰਦਾਰਾ ॥
ସେ ସଦଗୁରୁଙ୍କୁ ଚିହ୍ନି ତାହାଙ୍କର ସେବାରେ ଲୀନ ହୋଇନଥାଏ ଆଉ ନିର୍ଦ୍ଦୟୀ ଯମଦୂତ ତାହାର ମୁଣ୍ଡ ଉପରେ( ମୃତ୍ୟୁ ରୂପୀ) ଦଣ୍ଡ ଧାରଣ କରି ଦଣ୍ଡାୟମାନ ରହିଥାଏ।
ਧਰਮ ਰਾਇ ਜਬ ਪਕਰਸਿ ਬਵਰੇ ਤਬ ਕਿਆ ਜਬਾਬੁ ਕਰੇਇ ॥
ହେ ମୂର୍ଖ ମନୁଷ୍ୟ! ଯେତେବେଳେ ଧର୍ମରାଜ ତୋତେ ଧରି ପଚାରିବ, ତୁମେ ତାହାକୁ ନିଜ କର୍ମର କଣ ଉତ୍ତର ଦେବ?
ਕਹੁ ਨਾਨਕ ਦੂਜੈ ਪਹਰੈ ਪ੍ਰਾਣੀ ਭਰਿ ਜੋਬਨੁ ਲਹਰੀ ਦੇਇ ॥੨॥
ହେ ନାନକ! ଜୀବନ ରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ପ୍ରାଣୀର ଭରା ଯୌବନର ନଦୀ ସମାନ କାମ, ମୋହ ଆଉ ତୃଷ୍ଣାର ତରଙ୍ଗ ବହିଥାଏ। ॥2॥
ਤੀਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਬਿਖੁ ਸੰਚੈ ਅੰਧੁ ਅਗਿਆਨੁ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହରରେ ଜ୍ଞାନହୀନ, ମୂର୍ଖ ପ୍ରାଣୀ ବାସନାର ବିଷ ସଂଗ୍ରହ କରିଥାଏ।
ਪੁਤ੍ਰਿ ਕਲਤ੍ਰਿ ਮੋਹਿ ਲਪਟਿਆ ਵਣਜਾਰਿਆ ਮਿਤ੍ਰਾ ਅੰਤਰਿ ਲਹਰਿ ਲੋਭਾਨੁ ॥
ସେ ନିଜ ପୁତ୍ର ଓ ପତ୍ନୀର ମୋହରେ ଛନ୍ଦି ହୋଇଛି ଆଉ ତାହାର ମନରେ ଲୋଭର ଲହଡି ଉଠିଥାଏ।
ਅੰਤਰਿ ਲਹਰਿ ਲੋਭਾਨੁ ਪਰਾਨੀ ਸੋ ਪ੍ਰਭੁ ਚਿਤਿ ਨ ਆਵੈ ॥
ମନରେ ଆକର୍ଷକ ପଦାର୍ଥର ଲୋଭର ଲହଡି ବିଦ୍ୟମାନ ଅଟେ। ସେ ଈଶ୍ଵରଙ୍କ ଆଡକୁ ଚିତ୍ତ ଲଗାଏ ନାହିଁ ଆଉ ଇଶ୍ଵର ଉପାସନା କରେ ନାହିଁ।
ਸਾਧਸੰਗਤਿ ਸਿਉ ਸੰਗੁ ਨ ਕੀਆ ਬਹੁ ਜੋਨੀ ਦੁਖੁ ਪਾਵੈ ॥
ସେ ସତସଙ୍ଗତି ସହିତ ରହେ ନାହିଁ ଆଉ ବିଭିନ୍ନ ଯୋନିରେ କଷ୍ଟ ସହିଥାଏ।
ਸਿਰਜਨਹਾਰੁ ਵਿਸਾਰਿਆ ਸੁਆਮੀ ਇਕ ਨਿਮਖ ਨ ਲਗੋ ਧਿਆਨੁ ॥
ଜଗତର କର୍ତ୍ତା ସ୍ବାମୀଙ୍କୁ ସେ ବିସ୍ମୃତ କରିଦେଇଛି ଆଉ ସେ ଏକ କ୍ଷଣ ମାତ୍ର ନିଜ ବୃତ୍ତି ପ୍ରଭୁଙ୍କ ଆଡେ ଲଗାଏ ନାହିଁ।
ਕਹੁ ਨਾਨਕ ਪ੍ਰਾਣੀ ਤੀਜੈ ਪਹਰੈ ਬਿਖੁ ਸੰਚੇ ਅੰਧੁ ਅਗਿਆਨੁ ॥੩॥
ହେ ନାନକ! ଜୀବନ ରୂପୀ ରାତ୍ରିର ତୃତୀୟ ପ୍ରହରରେ ପ୍ରାଣୀ ଜ୍ଞାନହୀନ, ମୂର୍ଖ ପ୍ରାଣୀ ବାସନାର ବିଷ ସଂଗ୍ରହ କରିଥାଏ। ॥3॥
ਚਉਥੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਦਿਨੁ ਨੇੜੈ ਆਇਆ ਸੋਇ ॥
ହେ ମୋର ଅଜଣା ମିତ୍ର! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ମୃତ୍ୟୁର ଦିନ ନିକଟ ଆସୁଅଛି।
ਗੁਰਮੁਖਿ ਨਾਮੁ ਸਮਾਲਿ ਤੂੰ ਵਣਜਾਰਿਆ ਮਿਤ੍ਰਾ ਤੇਰਾ ਦਰਗਹ ਬੇਲੀ ਹੋਇ ॥
ହେ ମୋର ଅଜଣା ମିତ୍ର! ତୁ ସଦଗୁରୁଙ୍କ ଶରଣ ନେଇ ଈଶ୍ଵରଙ୍କ ନାମ ସ୍ମରଣ କର,ସେ ପରଲୋକରେ ତୋର ଏକମାତ୍ର ସାହାରା ଅଟନ୍ତି।
ਗੁਰਮੁਖਿ ਨਾਮੁ ਸਮਾਲਿ ਪਰਾਣੀ ਅੰਤੇ ਹੋਇ ਸਖਾਈ ॥
ହେ ପ୍ରାଣୀ! ଗୁରୁ ଉପଦେଶ ଅନୁସାରେ ନାମକୁ ସ୍ମରଣ କର ଆଉ ଅନ୍ତକାଳରେ ଏହା ହିଁ ତୋର ସଖା ହେବ।