ਇਹੁ ਮੋਹੁ ਮਾਇਆ ਤੇਰੈ ਸੰਗਿ ਨ ਚਾਲੈ ਝੂਠੀ ਪ੍ਰੀਤਿ ਲਗਾਈ ॥
ଯେଉଁ ମୋହ ମାୟା ସାଥିରେ ତୁମେ ମଗ୍ନ ରହିଛ, ଏହା ମିଥ୍ୟା ଅଟେ, ମୃତ୍ୟୁ ସମୟରେ ତାହା ତୁମ ସାଥି ଦେବ ନାହିଁ।
ਸਗਲੀ ਰੈਣਿ ਗੁਦਰੀ ਅੰਧਿਆਰੀ ਸੇਵਿ ਸਤਿਗੁਰੁ ਚਾਨਣੁ ਹੋਇ ॥
ତୋର ଜୀବନ ରୂପୀ ସମ୍ପୂର୍ଣ୍ଣ ରାତ୍ରି ଅଜ୍ଞାନତାର ଅନ୍ଧାରରେ ବିତି ଯାଇଛି, ବର୍ତ୍ତମାନ ମଧ୍ୟ ଯଦି ସଦଗୁରୁଙ୍କ ଶରଣ ନେଇ ତାହାଙ୍କ ସେବା କର, ତାହାହେଲେ ଅନ୍ତର୍ମନରେ ଜ୍ଞାନର ପ୍ରକାଶ ଉଦୟ ହୋଇଯିବ।
ਕਹੁ ਨਾਨਕ ਪ੍ਰਾਣੀ ਚਉਥੈ ਪਹਰੈ ਦਿਨੁ ਨੇੜੈ ਆਇਆ ਸੋਇ ॥੪॥
ହେ ନାନକ! ଜୀବନ ରୂପୀ ରାତ୍ରିର ଚତୁର୍ଥ ପ୍ରହରରେ ମୃତ୍ୟୁ କାଳ ନିକଟ ଆସୁଛି। ॥4॥
ਲਿਖਿਆ ਆਇਆ ਗੋਵਿੰਦ ਕਾ ਵਣਜਾਰਿਆ ਮਿਤ੍ਰਾ ਉਠਿ ਚਲੇ ਕਮਾਣਾ ਸਾਥਿ ॥
ହେ ମୋର ଅଜଣା ମିତ୍ର! ଯଦି ଭଗବାନଙ୍କ ସନ୍ଦେଶ ଆସିଯାଏ ତାହାହେଲେ ପ୍ରାଣୀ ଏହି ଦୁନିଆକୁ ଛାଡି ଚାଲିଯାଏ। ତାହାର କରିଥିବା କର୍ମ ସାଥିରେ ଯାଏ।
ਇਕ ਰਤੀ ਬਿਲਮ ਨ ਦੇਵਨੀ ਵਣਜਾਰਿਆ ਮਿਤ੍ਰਾ ਓਨੀ ਤਕੜੇ ਪਾਏ ਹਾਥ ॥
ହେ ମୋର ଅଜଣା ମିତ୍ର! ସେ ଡେରି କରିବାକୁ ଏକ କ୍ଷଣ ମଧ୍ୟ ଦିଅନ୍ତି ନାହିଁ। ଯମଦୂତ ନଶ୍ଵର ପ୍ରାଣୀକୁ ମଜବୁତ ହାତରେ ଧରି ନେଇଯାଏ।
ਲਿਖਿਆ ਆਇਆ ਪਕੜਿ ਚਲਾਇਆ ਮਨਮੁਖ ਸਦਾ ਦੁਹੇਲੇ ॥
ପ୍ରଭୁଙ୍କ ଲିଖିତ ଆଦେଶ ମିଳିବା ମାତ୍ରେ ଯମଦୂତ ସଂସାରରୁ ଅଲଗା କରିଦିଏ। ଏପରି ମନମୁଖୀ ପ୍ରାଣୀ ସଦା କଷ୍ଟ ସହ୍ୟ କରିଥାଏ।
ਜਿਨੀ ਪੂਰਾ ਸਤਿਗੁਰੁ ਸੇਵਿਆ ਸੇ ਦਰਗਹ ਸਦਾ ਸੁਹੇਲੇ ॥
ଯେଉଁ ପ୍ରାଣୀ ପୂର୍ଣ୍ଣ ସଦଗୁରୁଙ୍କ ଭରପୁର ସେବା କରିଥାଏ, ସେ ପରମାତ୍ମାଙ୍କ ଦରବାରରେ ସର୍ବଦା ସୁଖୀ ରହିଥାଏ।
ਕਰਮ ਧਰਤੀ ਸਰੀਰੁ ਜੁਗ ਅੰਤਰਿ ਜੋ ਬੋਵੈ ਸੋ ਖਾਤਿ ॥
ଏହି କଳିଯୁଗରେ ଶରୀର ଧରିତ୍ରୀ ରୂପ ଅଟେ। ଏହି ଶରୀର ରୂପୀ ଧରିତ୍ରୀରେ ମନୁଷ୍ୟ ଯେଉଁ କର୍ମ ରୂପୀ ବୀଜ ବୁଣିଥାଏ, ତାହାର ସେହି ଫଳ ପ୍ରାପ୍ତି ହୋଇଥାଏ।
ਕਹੁ ਨਾਨਕ ਭਗਤ ਸੋਹਹਿ ਦਰਵਾਰੇ ਮਨਮੁਖ ਸਦਾ ਭਵਾਤਿ ॥੫॥੧॥੪॥
ହେ ନାନକ! ଭଗବାନଙ୍କ ଭକ୍ତ ତାଙ୍କରି ଦରବାରରେ ସୁନ୍ଦର ଲାଗିଥାଏ ଆଉ ମନମୁଖ ସର୍ବଦା ହିଁ ଜନ୍ମ ମରଣ ଚକ୍ରରେ ପଡିଥାଏ। ॥5॥1॥4॥
ਸਿਰੀਰਾਗੁ ਮਹਲਾ ੪ ਘਰੁ ੨ ਛੰਤ
ସିରିରାଗ ମହଲା 4 ଘରୁ 2 ଛନ୍ତ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇପାରିବା।
ਮੁੰਧ ਇਆਣੀ ਪੇਈਅੜੈ ਕਿਉ ਕਰਿ ਹਰਿ ਦਰਸਨੁ ਪਿਖੈ ॥
ଯଦି ନବ ଯୌବନ ଜୀବ-ସ୍ତ୍ରୀ ନିଜ ବାପା ଘର (ଇହଲୋକ)ରେ ଜ୍ଞାନହୀନ ରହିଥାଏ ତାହାହେଲେ ସେ ନିଜ ପତି-ପ୍ରଭୁଙ୍କ ଦର୍ଶନ କିପରି କରିପାରିବ?
ਹਰਿ ਹਰਿ ਅਪਨੀ ਕਿਰਪਾ ਕਰੇ ਗੁਰਮੁਖਿ ਸਾਹੁਰੜੈ ਕੰਮ ਸਿਖੈ ॥
ଯେତେବେଳେ ଭଗବାନ ନିଜ କୃପା କରିଥାନ୍ତି, ସେ ଗୁରୁଙ୍କ ମାଧ୍ୟମରେ ଶ୍ଵଶୁର ଘର (ପରଲୋକ) କାର୍ଯ୍ୟ ଶିଖିନିଏ।
ਸਾਹੁਰੜੈ ਕੰਮ ਸਿਖੈ ਗੁਰਮੁਖਿ ਹਰਿ ਹਰਿ ਸਦਾ ਧਿਆਏ ॥
ଗୁରୁମୁଖ ପତ୍ନୀ ପତିଙ୍କ ଘର କାମ ଶିଖିଥାଏ ଆଉ ସର୍ବଦା ହିଁ ନିଜ ଈଶ୍ଵରଙ୍କ ଚିନ୍ତନ କରିଥାଏ।
ਸਹੀਆ ਵਿਚਿ ਫਿਰੈ ਸੁਹੇਲੀ ਹਰਿ ਦਰਗਹ ਬਾਹ ਲੁਡਾਏ ॥
ଏଠାରେ ସତସଙ୍ଗ ସଖୀ ସହିତ ରହି ସୁଖରେ ଜୀବନ ଅତିବାହିତ କରିଥାଏ ଆଉ ମରଣ ପରେ ସେ ଫେରିଯାଏ ଅର୍ଥାତ ନିଶ୍ଚିତ ହୋଇ ହରିଙ୍କ ଦରବାରକୁ ଯାଇଥାଏ।
ਲੇਖਾ ਧਰਮ ਰਾਇ ਕੀ ਬਾਕੀ ਜਪਿ ਹਰਿ ਹਰਿ ਨਾਮੁ ਕਿਰਖੈ ॥
ହରି-ପରମେଶ୍ଵରଙ୍କ ନାମ ଉଚ୍ଚାରଣ କରିବା ଦ୍ଵାରା ସେ ଧର୍ମରାଜର ହିସାବ କିତାବରୁ ବଞ୍ଚିଯାଏ।
ਮੁੰਧ ਇਆਣੀ ਪੇਈਅੜੈ ਗੁਰਮੁਖਿ ਹਰਿ ਦਰਸਨੁ ਦਿਖੈ ॥੧॥
ଏହିପରି ଇହଲୋକରେ ଜ୍ଞାନହୀନ ନବ ଯୌବନ ଜୀବ-ସ୍ତ୍ରୀ ନିଜ ପତି-ପରମେଶ୍ଵରଙ୍କୁ ସାକ୍ଷାତ ଦର୍ଶନ କରିଥାଏ। ॥1॥
ਵੀਆਹੁ ਹੋਆ ਮੇਰੇ ਬਾਬੁਲਾ ਗੁਰਮੁਖੇ ਹਰਿ ਪਾਇਆ ॥
ହେ ମୋର ବାପା! ବର୍ତ୍ତମାନ, ମୋର ବିବାହ ହୋଇଯାଇଛି, ଗୁରୁଙ୍କ ଉପଦେଶ ଦ୍ଵାରା ପତି-ପରମେଶ୍ଵରଙ୍କୁ ପାଇଯାଇଛି।
ਅਗਿਆਨੁ ਅੰਧੇਰਾ ਕਟਿਆ ਗੁਰ ਗਿਆਨੁ ਪ੍ਰਚੰਡੁ ਬਲਾਇਆ ॥
ଗୁରୁ ମୋର ଅନ୍ତଃ ମନରୁ ଅଜ୍ଞାନର ଅନ୍ଧକାର ଦୂର କରିଦେଇଛନ୍ତି। ଗୁରୁ ମୋର ଅନ୍ତଃ ମନରେ ଜ୍ଞାନର ପ୍ରଚଣ୍ଡ ଦୀପକ ପ୍ରଜ୍ଜ୍ଵଳିତ କରିଦେଇଛନ୍ତି।
ਬਲਿਆ ਗੁਰ ਗਿਆਨੁ ਅੰਧੇਰਾ ਬਿਨਸਿਆ ਹਰਿ ਰਤਨੁ ਪਦਾਰਥੁ ਲਾਧਾ ॥
ଗୁରୁଙ୍କ ପ୍ରଦତ୍ତ ଦାନ ପ୍ରକାଶ ହେବା ଯୋଗୁଁ ଅନ୍ଧାର ନଷ୍ଟ ହୋଇଯାଇଛି ଆଉ ସେହି ଆଲୋକରେ ହରିଙ୍କ ନାମର ଅମୂଲ୍ୟ ରତ୍ନ-ପଦାର୍ଥ ମିଳିଯାଇଛି।
ਹਉਮੈ ਰੋਗੁ ਗਇਆ ਦੁਖੁ ਲਾਥਾ ਆਪੁ ਆਪੈ ਗੁਰਮਤਿ ਖਾਧਾ ॥
ମୋର ଅହଙ୍କାରର ରୋଗ ଦୂର ହୋଇଯାଇଛି ଆଉ ମୋର ଦୁଃଖ ମେଣ୍ଟି ଯାଇଛି। ଗୁରୁଙ୍କ ଉପଦେଶ ଅଧୀନ ନିଜ ଅହଂକାରକୁ ମୁଁ ସ୍ଵୟଂ ହିଁ ଗ୍ରାସ କରିଦେଇଛି।
ਅਕਾਲ ਮੂਰਤਿ ਵਰੁ ਪਾਇਆ ਅਬਿਨਾਸੀ ਨਾ ਕਦੇ ਮਰੈ ਨ ਜਾਇਆ ॥
ମୁଁ ଅକାଳପୁରୁଷଙ୍କୁ ନିଜର ପତି ରୂପେ ବରଣ କରିନେଇଛି। ସେ ଅନଶ୍ଵର ଅଟନ୍ତି ଆଉ ଏଥିପାଇଁ, ସେ ଜନ୍ମ ମରଣରୁ ସଦା ଉର୍ଦ୍ଧ୍ଵରେ ଥାଆନ୍ତି।
ਵੀਆਹੁ ਹੋਆ ਮੇਰੇ ਬਾਬੋਲਾ ਗੁਰਮੁਖੇ ਹਰਿ ਪਾਇਆ ॥੨॥
ହେ ମୋର ବାପା! ଏବେ ମୋର ବିବାହ ହୋଇଯାଇଛି, ଗୁରୁଙ୍କ ଉପଦେଶ ଦ୍ଵାରା ପତି-ପରମେଶ୍ଵରଙ୍କୁ ପାଇଯାଇଛି। ॥2॥
ਹਰਿ ਸਤਿ ਸਤੇ ਮੇਰੇ ਬਾਬੁਲਾ ਹਰਿ ਜਨ ਮਿਲਿ ਜੰਞ ਸੁਹੰਦੀ ॥
ହେ ମୋର ବାପା! ମୋର ହରି-ପରମେଶ୍ଵର ସତ୍ୟ ସ୍ୱରୂପ ଅଟନ୍ତି; ଭଗବାନଙ୍କ ଭକ୍ତ ମିଳିତ ହୋଇ ଭଗବାନଙ୍କ ବରଯାତ୍ରୀରେ ଆସିଛନ୍ତି। ତାଙ୍କରି ଆଗମନରୁ ବରଯାତ୍ରୀ ବହୁତ ସୁନ୍ଦର ଲାଗୁଛି।
ਪੇਵਕੜੈ ਹਰਿ ਜਪਿ ਸੁਹੇਲੀ ਵਿਚਿ ਸਾਹੁਰੜੈ ਖਰੀ ਸੋਹੰਦੀ ॥
ମୁଁ ଈହଲୋକରେ ଭଗବାନଙ୍କ ନାମ ଜପ କରି ସୁଖରେ ରହିଛି। ଏବେ, ମୁଁ ନିଜ ଶ୍ଵଶୁର ଘରେ (ପରଲୋକରେ) ଶୋଭା ପ୍ରାପ୍ତ କରୁଛି।
ਸਾਹੁਰੜੈ ਵਿਚਿ ਖਰੀ ਸੋਹੰਦੀ ਜਿਨਿ ਪੇਵਕੜੈ ਨਾਮੁ ਸਮਾਲਿਆ ॥
ଯିଏ ଇହଲୋକରେ ନାମ ସ୍ମରଣ କରିଛନ୍ତି, ତାହାର ଶ୍ଵଶୁର (ପରଲୋକ)ରେ ବଡ ଶୋଭା ହୋଇଥାଏ।
ਸਭੁ ਸਫਲਿਓ ਜਨਮੁ ਤਿਨਾ ਦਾ ਗੁਰਮੁਖਿ ਜਿਨਾ ਮਨੁ ਜਿਣਿ ਪਾਸਾ ਢਾਲਿਆ ॥
ତାହାର ସଂପୂର୍ଣ୍ଣ ଜୀବନ ସଫଳ ହୋଇଥାଏ, ଯିଏ ଗୁରୁଙ୍କ ଉପଦେଶ ଅନୁସାରେ ମନର ତୃଷ୍ଣା ଉପରେ ବିଜୟ ପ୍ରାପ୍ତ କରିଛି।
ਹਰਿ ਸੰਤ ਜਨਾ ਮਿਲਿ ਕਾਰਜੁ ਸੋਹਿਆ ਵਰੁ ਪਾਇਆ ਪੁਰਖੁ ਅਨੰਦੀ ॥
ଈଶ୍ଵରଙ୍କ ସନ୍ଥଙ୍କ ସହିତ ଭେଟ କରି ମୋର ବିବାହ କାର୍ଯ୍ୟ ସଫଳ ହୋଇଯାଇଛି ଆଉ ଆନନ୍ଦ ସ୍ୱରୂପ ପ୍ରଭୁଙ୍କୁ ମୁଁ ପତି ଭାବରେ ପାଇଯାଇଛି।
ਹਰਿ ਸਤਿ ਸਤਿ ਮੇਰੇ ਬਾਬੋਲਾ ਹਰਿ ਜਨ ਮਿਲਿ ਜੰਞ ਸੋੁਹੰਦੀ ॥੩॥
ହେ ମୋର ବାପା! ଭଗବାନ ସତ୍ୟ ସ୍ୱରୂପ ଅଟନ୍ତି; ଭଗବାନଙ୍କ ଭକ୍ତ ମିଳିତ ହୋଇ ଭଗବାନଙ୍କ ବରଯାତ୍ରୀରେ ଆସିଛନ୍ତି। ତାଙ୍କରି ଆଗମନରୁ ବରଯାତ୍ରୀ ବହୁତ ସୁନ୍ଦର ଲାଗୁଛି। ॥3॥