ਅੰਮ੍ਰਿਤੁ ਹਰਿ ਪੀਵਤੇ ਸਦਾ ਥਿਰੁ ਥੀਵਤੇ ਬਿਖੈ ਬਨੁ ਫੀਕਾ ਜਾਨਿਆ ॥
ସେ ବିଷ ରୂପ ସଂସାରର ରସକୁ ଫିକା ଭାବେ।
ਭਏ ਕਿਰਪਾਲ ਗੋਪਾਲ ਪ੍ਰਭ ਮੇਰੇ ਸਾਧਸੰਗਤਿ ਨਿਧਿ ਮਾਨਿਆ ॥
ଯେବେ ମୋର ଗୋପାଳ ପ୍ରଭୁ ମୋ’ ଉପରେ କୃପାଳୁ ହୋଇଯାଇଛନ୍ତି, ତାହାହେଲେ ମୋର ମନ ସତସଙ୍ଗତିକୁ ନାମର ନିଧି ସ୍ଵୀକାର କରିନେଇଛି।
ਸਰਬਸੋ ਸੂਖ ਆਨੰਦ ਘਨ ਪਿਆਰੇ ਹਰਿ ਰਤਨੁ ਮਨ ਅੰਤਰਿ ਸੀਵਤੇ ॥
ପ୍ରଭୁଙ୍କ ପ୍ରିୟ ଭକ୍ତ ସମସ୍ତ ସୁଖ ଏବଂ ବଡ ଆନନ୍ଦ ପ୍ରାପ୍ତ କରିଥାନ୍ତି।ସେ ହରିନାମ ରୂପୀ ରତ୍ନକୁ ନିଜ ହୃଦୟରେ ସାଇତି ରଖିଥାନ୍ତି।
ਇਕੁ ਤਿਲੁ ਨਹੀ ਵਿਸਰੈ ਪ੍ਰਾਨ ਆਧਾਰਾ ਜਪਿ ਜਪਿ ਨਾਨਕ ਜੀਵਤੇ ॥੩॥
ହେ ନାନକ! ପ୍ରାଣର ଆଧାର ପ୍ରଭୁ ତାହାକୁ ତିଳେ ମାତ୍ର ସମୟ ପାଇଁ ମଧ୍ୟ ବିସ୍ମୃତ ହୁଅନ୍ତି ନାହିଁ। ସେ ସବୁ ସମୟରେ ତାଙ୍କରି ନାମ ସ୍ମରଣ କରି ହିଁ ଜୀବିତ ରହିଥାନ୍ତି। ॥3॥
ਡਖਣਾ ॥
ଦଖଣ ॥
ਜੋ ਤਉ ਕੀਨੇ ਆਪਣੇ ਤਿਨਾ ਕੂੰ ਮਿਲਿਓਹਿ ॥
ହେ ପ୍ରଭୁ! ତୁମେ ତାହାକୁ ମିଳୁଅଛ ଯାହାକୁ ତୁମେ ନିଜର କରିଦେଇଛ।
ਆਪੇ ਹੀ ਆਪਿ ਮੋਹਿਓਹੁ ਜਸੁ ਨਾਨਕ ਆਪਿ ਸੁਣਿਓਹਿ ॥੧॥
ହେ ନାନକ! ପ୍ରଭୁ ଭକ୍ତଙ୍କ ଠାରୁ ନିଜର ମହିମା ଶୁଣି ସ୍ଵୟଂ ମୁଗ୍ଧ ହୋଇଯାନ୍ତି। ॥1॥
ਛੰਤੁ ॥
ଛନ୍ଦ ॥
ਪ੍ਰੇਮ ਠਗਉਰੀ ਪਾਇ ਰੀਝਾਇ ਗੋਬਿੰਦ ਮਨੁ ਮੋਹਿਆ ਜੀਉ ॥
ଭକ୍ତ ପ୍ରେମର ନିଶା ବଟିକା ଭଗବାନଙ୍କୁ ପ୍ରସନ୍ନ କରି ନିଜ ମୋହ ଜାଲରେ ଫସାଇ ରଖିଛି।
ਸੰਤਨ ਕੈ ਪਰਸਾਦਿ ਅਗਾਧਿ ਕੰਠੇ ਲਗਿ ਸੋਹਿਆ ਜੀਉ ॥
ସନ୍ଥଙ୍କ ଦୟାରୁ ଅଥଳ ପରମେଶ୍ଵରଙ୍କ ଗଳାରେ ଲାଗି ସେ ଶୋଭା ପ୍ରାପ୍ତ କରିଥାଏ।
ਹਰਿ ਕੰਠਿ ਲਗਿ ਸੋਹਿਆ ਦੋਖ ਸਭਿ ਜੋਹਿਆ ਭਗਤਿ ਲਖ੍ਯ੍ਯਣ ਕਰਿ ਵਸਿ ਭਏ ॥
ସେ ଭଗବାନଙ୍କ କଣ୍ଠରେ ଲାଗି ଶୋଭା ପ୍ରାପ୍ତ କରିଥାଏ ଆଉ ତାହାର ସବୁ ଦୁଃଖ ନଷ୍ଟ ହୋଇଯାଏ। ତାହାର ଭକ୍ତିର ଗୁଣ କାରଣରୁ ପ୍ରଭୁ ତାହାର ବଶରେ ରହିଯାଇଛନ୍ତି।
ਮਨਿ ਸਰਬ ਸੁਖ ਵੁਠੇ ਗੋਵਿਦ ਤੁਠੇ ਜਨਮ ਮਰਣਾ ਸਭਿ ਮਿਟਿ ਗਏ ॥
ଯଦି ଗୋବିନ୍ଦ ପ୍ରସନ୍ନ ହୁଅନ୍ତି ତାହାହେଲେ ସବୁ ସୁଖ ଆସି ମନରେ ବାସ କରେ ଆଉ ଜନ୍ମ-ମୃତ୍ୟୁ ଚକ୍ର ଭାଙ୍ଗିଯାଏ।
ਸਖੀ ਮੰਗਲੋ ਗਾਇਆ ਇਛ ਪੁਜਾਇਆ ਬਹੁੜਿ ਨ ਮਾਇਆ ਹੋਹਿਆ ॥
ଜୀବ ରୂପୀ ସ୍ତ୍ରୀ ନିଜର ସତସଙ୍ଗୀ ସଖୀ ସହିତ ମିଶି ମଙ୍ଗଳ ଗାନ କରିଛି। ତାହାର ମନୋକାମନା ପୁରା ହୋଇଯାଇଛି। ବର୍ତ୍ତମାନ, ସେ ମାୟାର ମୋହରେ ଫସିବ ନାହିଁ।
ਕਰੁ ਗਹਿ ਲੀਨੇ ਨਾਨਕ ਪ੍ਰਭ ਪਿਆਰੇ ਸੰਸਾਰੁ ਸਾਗਰੁ ਨਹੀ ਪੋਹਿਆ ॥੪॥
ହେ ନାନକ! ପ୍ରିୟ ପ୍ରଭୁ ଯାହାର ହାତ ଧରିଛନ୍ତି, ତାହାକୁ ଭବସାଗର ସ୍ପର୍ଶ କରି ନାହିଁ ॥4॥
ਡਖਣਾ ॥
ଦଖଣ ॥
ਸਾਈ ਨਾਮੁ ਅਮੋਲੁ ਕੀਮ ਨ ਕੋਈ ਜਾਣਦੋ ॥
ଇଶ୍ଵରଙ୍କ ନାମ ଅମୂଲ୍ୟ ଅଟେ। ତାହାର ମୂଲ୍ୟ କେହି ମଧ୍ୟ ଜାଣନ୍ତି ନାହିଁ।
ਜਿਨਾ ਭਾਗ ਮਥਾਹਿ ਸੇ ਨਾਨਕ ਹਰਿ ਰੰਗੁ ਮਾਣਦੋ ॥੧॥
ଯାହାର କପାଳରେ ଭାଗ୍ୟରେଖା ବିଦ୍ୟମାନ ଅଛି, ହେ ନାନକ! ସେ ଈଶ୍ବରଙ୍କ ପ୍ରୀତିର ଆନନ୍ଦ ପ୍ରାପ୍ତ କରିଥାଏ।
ਛੰਤੁ ॥
ଛନ୍ଦ ॥
ਕਹਤੇ ਪਵਿਤ੍ਰ ਸੁਣਤੇ ਸਭਿ ਧੰਨੁ ਲਿਖਤੀ ਕੁਲੁ ਤਾਰਿਆ ਜੀਉ ॥
ହରିନାମ ଏତେ ପବିତ୍ର ଅଟେ ଯେ ତାହାକୁ ମୁଖରେ ଉଚ୍ଚାରଣ କରୁଥିବା ବାଲା ପବିତ୍ର ହୋଇଯାଏ। ସେ ସବୁ ଧନ୍ୟ ଅଟେ, ଯିଏ ପ୍ରଭୁଙ୍କ ନାମ ଶୁଣି ଥାଏ ଆଉ ପ୍ରଭୁ ନାମ ମହିମାକୁ ଲେଖିବା ବାଲାର ସବୁ ବଂଶ ହିଁ ଭବସାଗରରୁ ପାର ହୋଇଯାନ୍ତି।
ਜਿਨ ਕਉ ਸਾਧੂ ਸੰਗੁ ਨਾਮ ਹਰਿ ਰੰਗੁ ਤਿਨੀ ਬ੍ਰਹਮੁ ਬੀਚਾਰਿਆ ਜੀਉ ॥
ଯାହାକୁ ସନ୍ଥଙ୍କ ସଙ୍ଗତି ମିଳିଯାଏ, ସେ ପରମାତ୍ମାଙ୍କ ନାମରେ ମଗ୍ନ ହୋଇଯାଏ ଆଉ ଈଶ୍ବରଙ୍କ ଚିନ୍ତନ କରିଥାଏ।
ਬ੍ਰਹਮੁ ਬੀਚਾਰਿਆ ਜਨਮੁ ਸਵਾਰਿਆ ਪੂਰਨ ਕਿਰਪਾ ਪ੍ਰਭਿ ਕਰੀ ॥
ଯିଏ ବ୍ରହ୍ମଙ୍କ ଚିନ୍ତନ କରିଥାଏ ସେ ନିଜ ଜୀବନ ସଫଳ କରିନିଏ ଆଉ ତାହା ଉପରେ ଠାକୁରଙ୍କ କୃପା ହୋଇଥାଏ।
ਕਰੁ ਗਹਿ ਲੀਨੇ ਹਰਿ ਜਸੋ ਦੀਨੇ ਜੋਨਿ ਨਾ ਧਾਵੈ ਨਹ ਮਰੀ ॥
ଈଶ୍ଵର ତାହାର ହାତ ଧରି ତାହାକୁ ଯଶ ପ୍ରଦାନ କରିଥାନ୍ତି ଆଉ ସେ ଜନ୍ମ ମରଣରୁ ମୁକ୍ତ ହୋଇଯାଏ।
ਸਤਿਗੁਰ ਦਇਆਲ ਕਿਰਪਾਲ ਭੇਟਤ ਹਰੇ ਕਾਮੁ ਕ੍ਰੋਧੁ ਲੋਭੁ ਮਾਰਿਆ ॥
ଦୟାଳୁ ଏବଂ କୃପାଳୁ ସଦଗୁରୁଙ୍କୁ ମିଶି କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ନଷ୍ଟ ହୋଇଯାଇଛି।
ਕਥਨੁ ਨ ਜਾਇ ਅਕਥੁ ਸੁਆਮੀ ਸਦਕੈ ਜਾਇ ਨਾਨਕੁ ਵਾਰਿਆ ॥੫॥੧॥੩॥
ଜଗତର ସ୍ଵାମୀ ଅବର୍ଣ୍ଣନନୀୟ ଅଟେ ଆଉ ତାଙ୍କରି ମହିମା କୁହାଯାଇ ପାରିବ ନାହିଁ। ନାନକ ତାଙ୍କ ପ୍ରତି ତନ ମନରେ ଉତ୍ସର୍ଗିତ ଅଟନ୍ତି। ଏଥିପାଇଁ, ସେ ତାଙ୍କ ଉପରେ ସମର୍ପିତ ଅଟନ୍ତି। ॥5॥1॥3॥
ਸਿਰੀਰਾਗੁ ਮਹਲਾ ੪ ਵਣਜਾਰਾ
ସିରିରାଗ ମହଲା 4 ବଞ୍ଜାରା ੴ ସତୀ
ੴ ਸਤਿ ਨਾਮੁ ਗੁਰ ਪ੍ਰਸਾਦਿ ॥
ੴ ସତିନାମୁ ଗୁର ପ୍ରସାଦି ॥
ਹਰਿ ਹਰਿ ਉਤਮੁ ਨਾਮੁ ਹੈ ਜਿਨਿ ਸਿਰਿਆ ਸਭੁ ਕੋਇ ਜੀਉ ॥
ଯେଉଁ ପରମାତ୍ମା ଏହି ସୃଷ୍ଟି ରଚନା କରିଛନ୍ତି, ତାହାଙ୍କ ‘ହରି-ହରି’ ନାମ ସବୁଠାରୁ ଉତ୍ତମ ଅଟେ।
ਹਰਿ ਜੀਅ ਸਭੇ ਪ੍ਰਤਿਪਾਲਦਾ ਘਟਿ ਘਟਿ ਰਮਈਆ ਸੋਇ ॥
ସେ ହରି-ପରମେଶ୍ଵର ସମସ୍ତ ଜୀବଙ୍କୁ ପାଳନ ପୋଷଣ କରନ୍ତି ଆଉ ସେ ରାମ ସର୍ବ ବ୍ୟାପକ ଅଟନ୍ତି।
ਸੋ ਹਰਿ ਸਦਾ ਧਿਆਈਐ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥
ଏଥିପାଇଁ ସର୍ବଦା ସେହି ପରମାତ୍ମାଙ୍କ ଧ୍ୟାନ କରିବା ଉଚିତ। କାରଣ,ତାହାଙ୍କ ଅତିରିକ୍ତ ଜୀବକୁ ଅନ୍ୟ କୌଣସି ସାହାରା ନାହିଁ।
ਜੋ ਮੋਹਿ ਮਾਇਆ ਚਿਤੁ ਲਾਇਦੇ ਸੇ ਛੋਡਿ ਚਲੇ ਦੁਖੁ ਰੋਇ ॥
ଯେଉଁ ବ୍ୟକ୍ତି ନିଜ ଚିତ୍ତ ମାୟାର ମୋହରେ ଲଗାଇ ରଖିଥାଏ, ସେ ମୃତ୍ୟୁ ସମୟରେ ଦୁଃଖୀ ହୋଇ ବିଳାପ କରି ଦୁନିଆରୁ ସବୁ କିଛି ଛାଡି ଚାଲିଯାଏ।
ਜਨ ਨਾਨਕ ਨਾਮੁ ਧਿਆਇਆ ਹਰਿ ਅੰਤਿ ਸਖਾਈ ਹੋਇ ॥੧॥
ହେ ନାନକ! ଯେଉଁ ବ୍ୟକ୍ତି ଭଗବାନଙ୍କ ନାମ ସ୍ମରଣ କରିଥାନ୍ତି, ଅନ୍ତିମ ସମୟରେ ଭଗବାନଙ୍କ ନାମ ହିଁ ତାହାର ସାଥି ହୋଇଥାଏ। ॥1॥
ਮੈ ਹਰਿ ਬਿਨੁ ਅਵਰੁ ਨ ਕੋਇ ॥
ମୋର ଭଗବାନଙ୍କ ବ୍ୟତୀତ ମୋର ଅନ୍ୟ କୌଣସି ସାହାରା ନାହିଁ।
ਹਰਿ ਗੁਰ ਸਰਣਾਈ ਪਾਈਐ ਵਣਜਾਰਿਆ ਮਿਤ੍ਰਾ ਵਡਭਾਗਿ ਪਰਾਪਤਿ ਹੋਇ ॥੧॥ ਰਹਾਉ ॥
ହେ ମୋର ଅଜଣା ମିତ୍ର! ଭଗବାନ ତ ଗୁରୁଙ୍କ ଶରଣ ଗ୍ରହଣ କରିଲେ ମିଳିଥାନ୍ତି। ଯଦି ମନୁଷ୍ୟର ଭାଗ୍ୟ ଭଲ ଥାଏ ତାହାହେଲେ ଭଗବାନ ମିଳିଥାନ୍ତି ॥1॥ରୁହ॥