ODIA PAGE 136

ਕਾਮਿ ਕਰੋਧਿ ਨ ਮੋਹੀਐ ਬਿਨਸੈ ਲੋਭੁ ਸੁਆਨੁ ॥
ଏହିପରି କାମ-କ୍ରୋଧ ମୋହିତ କରିପାରେ ନାହିଁ ଆଉ ଲାଳସାର କୁକୁର ନାଶ ହୋଇଯାଏ।

ਸਚੈ ਮਾਰਗਿ ਚਲਦਿਆ ਉਸਤਤਿ ਕਰੇ ਜਹਾਨੁ ॥
ସଂସାର ତାହାର ମହିମା କରିଥାଏ ଯିଏ ସତମାର୍ଗରେ ଚାଲିଥାଏ।

ਅਠਸਠਿ ਤੀਰਥ ਸਗਲ ਪੁੰਨ ਜੀਅ ਦਇਆ ਪਰਵਾਨੁ ॥
ଅଠଷଠି ତୀର୍ଥ ସ୍ଥାନରେ ସ୍ନାନ କରିବା ଏବଂ ସମସ୍ତ ଦାନ-ପୂଣ୍ୟ କରିବା ଦ୍ଵାରା ପ୍ରାଣୀ ଉପରେ ଦୟା କରିବା ଅଧିକତର ସ୍ଵୀକାର୍ଯ୍ୟ ଅଟେ।

ਜਿਸ ਨੋ ਦੇਵੈ ਦਇਆ ਕਰਿ ਸੋਈ ਪੁਰਖੁ ਸੁਜਾਨੁ ॥
ଯାହା ଉପରେ ଦୟା କରି ଇଶ୍ଵର ଏହି ଗୁଣ ପ୍ରଦାନ କରିଥାନ୍ତି ସେ ବୁଦ୍ଧିମାନ ପୁରୁଷ ଅଟେ।

ਜਿਨਾ ਮਿਲਿਆ ਪ੍ਰਭੁ ਆਪਣਾ ਨਾਨਕ ਤਿਨ ਕੁਰਬਾਨੁ ॥
ନାନକ ତାହା ପାଖରେ ସମର୍ପିତ ଯିଏ ନିଜେ ଈଶ୍ବରଙ୍କ ସହିତ ମିଶି ଯାଇଛି।

ਮਾਘਿ ਸੁਚੇ ਸੇ ਕਾਂਢੀਅਹਿ ਜਿਨ ਪੂਰਾ ਗੁਰੁ ਮਿਹਰਵਾਨੁ ॥੧੨॥
ମାଘ ମାସରେ ତାହାକୁ ପବିତ୍ର କୁହାଯାଏ ଯାହା ଉପରେ ପୂର୍ଣ୍ଣ ଗୁରୁଦେବ ଦୟାଶୀଳ ଅଛନ୍ତି। ॥12॥

ਫਲਗੁਣਿ ਅਨੰਦ ਉਪਾਰਜਨਾ ਹਰਿ ਸਜਣ ਪ੍ਰਗਟੇ ਆਇ ॥
ଫାଲ୍ଗୁନ ମାସରେ କେବଳ ସେ ହିଁ ଆନନ୍ଦ ପ୍ରାପ୍ତ କରିଥାଏ, ଯାହାର ହୃଦୟରେ ହରି ପ୍ରଭୁ ପ୍ରକଟ ହୋଇଛନ୍ତି।

ਸੰਤ ਸਹਾਈ ਰਾਮ ਕੇ ਕਰਿ ਕਿਰਪਾ ਦੀਆ ਮਿਲਾਇ ॥
ସନ୍ଥମାନେ ରାମଙ୍କ ସହିତ ମିଳନ କରାଇବା ପାଇଁ ଜୀବଙ୍କୁ ସହାୟତା କରନ୍ତି। ପ୍ରଭୁ କୃପା କରି ସନ୍ଥଙ୍କ ସହିତ ମିଳନ କରାଇଛନ୍ତି।

ਸੇਜ ਸੁਹਾਵੀ ਸਰਬ ਸੁਖ ਹੁਣਿ ਦੁਖਾ ਨਾਹੀ ਜਾਇ ॥
ତାହାଙ୍କ ହୃଦୟ ରୂପୀ ଶଯ୍ୟା ବହୁତ ସୁନ୍ଦର ଅଟେ, ଏବେ ସର୍ବ ସୁଖ ପ୍ରାପ୍ତ ହୋଇଛି ଆଉ ଦୁଃଖ ପାଇଁ କିଛି ସ୍ଥାନ ନାହିଁ।

ਇਛ ਪੁਨੀ ਵਡਭਾਗਣੀ ਵਰੁ ਪਾਇਆ ਹਰਿ ਰਾਇ ॥
ଭାଗ୍ୟଶାଳୀ ଜୀବ-ସ୍ତ୍ରୀର ଇଚ୍ଛା ପୁରା ହୋଇଯାଇଛି, ତାହାକୁ ହରି-ପ୍ରଭୁ ବର ରୂପରେ ମିଳିଛନ୍ତି।

ਮਿਲਿ ਸਹੀਆ ਮੰਗਲੁ ਗਾਵਹੀ ਗੀਤ ਗੋਵਿੰਦ ਅਲਾਇ ॥
ସେ ନିଜର ସତସଙ୍ଗୀ ସଖୀ ସହିତ ମଙ୍ଗଳ ଗୀତ ଗାନ କରୁଅଛି ଆଉ ସେ ଗୋବିନ୍ଦଙ୍କ ହିଁ ଭଜନ କରିଥାଏ।

ਹਰਿ ਜੇਹਾ ਅਵਰੁ ਨ ਦਿਸਈ ਕੋਈ ਦੂਜਾ ਲਵੈ ਨ ਲਾਇ ॥
ହରି-ପ୍ରଭୁ ସମାନ ତାହାକୁ ଆଉ କେହି ଦେଖାଯାଉ ନାହାନ୍ତି।

ਹਲਤੁ ਪਲਤੁ ਸਵਾਰਿਓਨੁ ਨਿਹਚਲ ਦਿਤੀਅਨੁ ਜਾਇ ॥
ପ୍ରଭୁ ତାଙ୍କରି ଲୋକ ପରଲୋକ ସମ୍ଭାଳୁ ଛନ୍ତି ଆଉ ତାହାଙ୍କୁ ଅଟଳ ସ୍ଥାନ ଦେଇଛନ୍ତି।

ਸੰਸਾਰ ਸਾਗਰ ਤੇ ਰਖਿਅਨੁ ਬਹੁੜਿ ਨ ਜਨਮੈ ਧਾਇ ॥
ପ୍ରଭୁ ତାହାଙ୍କୁ ଭବ ସାଗରରୁ ବଞ୍ଚାଇଛନ୍ତି ଆଉ ସେ ପୁନଃ ଜନ୍ମ ମରଣ ଚକ୍ରରେ ଆସେ ନାହିଁ।

ਜਿਹਵਾ ਏਕ ਅਨੇਕ ਗੁਣ ਤਰੇ ਨਾਨਕ ਚਰਣੀ ਪਾਇ ॥
ହେ ନାନକ! ମନୁଷ୍ୟର ଇଛା ଏକ ଅଟେ, କିନ୍ତୁ, ପ୍ରଭୁଙ୍କ ଗୁଣ ଅସୀମ ଅଟେ । ମନୁଷ୍ୟ ତାହାଙ୍କର ଚରଣରେ ଲାଗି ଭବ ସାଗରରୁ ପାର ହୋଇଯାଏ।

ਫਲਗੁਣਿ ਨਿਤ ਸਲਾਹੀਐ ਜਿਸ ਨੋ ਤਿਲੁ ਨ ਤਮਾਇ ॥੧੩॥
ହେ ମନୁଷ୍ୟ! ଫାଲ୍ଗୁନ ମାସରେ ଆମେ ସେହି ପ୍ରଭୁଙ୍କ ମହିମା ସର୍ବଦା ସ୍ତୁତି କରିବା ଉଚିତ, ଯାହାଙ୍କ ପାଖରେ ନିଜ ମହିମା କରାଇବା ପାଇଁ ତିଳେ ମାତ୍ର ଲାଳସା ନାହିଁ। ॥13॥

ਜਿਨਿ ਜਿਨਿ ਨਾਮੁ ਧਿਆਇਆ ਤਿਨ ਕੇ ਕਾਜ ਸਰੇ ॥
ଯେଉଁ ଯେଉଁ ପ୍ରାଣୀ ଭଗବାନଙ୍କ ନାମ ସ୍ମରଣ କରିଛନ୍ତି, ତାହାଙ୍କ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ਹਰਿ ਗੁਰੁ ਪੂਰਾ ਆਰਾਧਿਆ ਦਰਗਹ ਸਚਿ ਖਰੇ ॥
ଯିଏ ପରମେଶ୍ଵର ସ୍ୱରୂପ ପୂର୍ଣ୍ଣ ଗୁରୁଙ୍କ ଚିନ୍ତନ କରିଥାନ୍ତି, ସେ ହରିଙ୍କ ଦରବାରରେ ସଚ୍ଚା ଏବଂ ଶୁଦ୍ଧ ହୋଇଥାନ୍ତି।

ਸਰਬ ਸੁਖਾ ਨਿਧਿ ਚਰਣ ਹਰਿ ਭਉਜਲੁ ਬਿਖਮੁ ਤਰੇ ॥
ଈଶ୍ବରଙ୍କ ଚରଣ ସର୍ବ ସୁଖର ଭଣ୍ଡାର ଅଟେ। ପ୍ରଭୁଙ୍କ ଦ୍ଵାରା ମନୁଷ୍ୟ ଭୟାନକ ଏବଂ ବିଷମ ସଂସାର ସାଗରରୁ ପାର ହୋଇଯାଏ।

ਪ੍ਰੇਮ ਭਗਤਿ ਤਿਨ ਪਾਈਆ ਬਿਖਿਆ ਨਾਹਿ ਜਰੇ ॥
ସେମାନଙ୍କୁ ପ୍ରେମ ଭକ୍ତି ପ୍ରାପ୍ତ ହୋଇଥାଏ ଆଉ ବିଷୟ-ବାସନାରେ ଜଳି ନଥାନ୍ତି।

ਕੂੜ ਗਏ ਦੁਬਿਧਾ ਨਸੀ ਪੂਰਨ ਸਚਿ ਭਰੇ ॥
ତାହାଙ୍କ ମିଥ୍ୟା ଲୁପ୍ତ ହୋଇଯାଇଛି ଆଉ ଦୈତ୍ୟ ଭାବ ଦୂର ହୋଇଯାଇଛି ଏବଂ ସେ ସତ୍ୟ ସହିତ ପୂର୍ଣ୍ଣ ଭାବରେ ରହିଅଛି।

ਪਾਰਬ੍ਰਹਮੁ ਪ੍ਰਭੁ ਸੇਵਦੇ ਮਨ ਅੰਦਰਿ ਏਕੁ ਧਰੇ ॥
ସେ ପରଂବ୍ରହ୍ମ ପ୍ରଭୁଙ୍କ ଭରପୁର ସେବା କରିଥାଏ ଆଉ ଅଦ୍ଵିତୀୟ ପ୍ରଭୁଙ୍କୁ ନିଜ ହୃଦୟରେ ଧାରଣ କରିଥାଏ।

ਮਾਹ ਦਿਵਸ ਮੂਰਤ ਭਲੇ ਜਿਸ ਕਉ ਨਦਰਿ ਕਰੇ ॥
ପ୍ରଭୁ ଯାହାଙ୍କ ଉପରେ ଦୟାର ଦୃଷ୍ଟି ଦେଇଥାନ୍ତି ତାହାର ସମ୍ପୂର୍ଣ ମାସ, ଦିନ ଓ ମୂହୁର୍ତ୍ତ ଭଲ ହୋଇଥାଏ।

ਨਾਨਕੁ ਮੰਗੈ ਦਰਸ ਦਾਨੁ ਕਿਰਪਾ ਕਰਹੁ ਹਰੇ ॥੧੪॥੧॥
ହେ ପରମାତ୍ମା! ନାନକ ତୋର ଦର୍ଶନର ଦାନ ଯାଚନା କରୁଅଛନ୍ତି। ହେ ପ୍ରଭୁ! ତୁମର ଦୟା ମୋ’ ଉପରେ ବର୍ଷା କର ॥14॥1॥

ਮਾਝ ਮਹਲਾ ੫ ਦਿਨ ਰੈਣਿ
ମାଝ ମହଲା 5 ଦିନ ରାତି

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।

ਸੇਵੀ ਸਤਿਗੁਰੁ ਆਪਣਾ ਹਰਿ ਸਿਮਰੀ ਦਿਨ ਸਭਿ ਰੈਣ ॥
ହେ ପ୍ରଭୁ! ମୁଁ ନିଜ ସଦଗୁରୁଙ୍କ ସେବା କରି ସବୁ ଦିନ ରାତି ତୋର ଆରାଧନା କରୁଅଛି।

ਆਪੁ ਤਿਆਗਿ ਸਰਣੀ ਪਵਾਂ ਮੁਖਿ ਬੋਲੀ ਮਿਠੜੇ ਵੈਣ ॥
ନିଜର ଅହଂକାର ତ୍ୟାଗ କରି ମୁଁ ଈଶ୍ବରଙ୍କ ଆଶ୍ରୟ ଗ୍ରହଣ କରିବି ଆଉ ନିଜ ମୁଖରେ ମଧୁର ବଚନ ଉଚ୍ଚାରଣ କରିବି।

ਜਨਮ ਜਨਮ ਕਾ ਵਿਛੁੜਿਆ ਹਰਿ ਮੇਲਹੁ ਸਜਣੁ ਸੈਣ ॥
ହେ ମୋର ମିତ୍ର ଏବଂ ସମ୍ବନ୍ଧୀୟ ପ୍ରଭୁ! ଅନେକ ଜନ୍ମରୁ ମୁଁ ତୋ’ ଠାରୁ ବିଛେଦ ହୋଇଛି, ମୋତେ ନିଜ ସାଥିରେ ମିଳନ କରାଅ ।

ਜੋ ਜੀਅ ਹਰਿ ਤੇ ਵਿਛੁੜੇ ਸੇ ਸੁਖਿ ਨ ਵਸਨਿ ਭੈਣ ॥
ହେ ମୋର ଭଉଣୀ! ଯେଉଁ ପ୍ରାଣୀ ଈଶ୍ବରଙ୍କ ଠାରୁ ବିଛେଦ ହୋଇଛନ୍ତି, ସେମାନେ ସୁଖରେ ନଥାନ୍ତି।

ਹਰਿ ਪਿਰ ਬਿਨੁ ਚੈਨੁ ਨ ਪਾਈਐ ਖੋਜਿ ਡਿਠੇ ਸਭਿ ਗੈਣ ॥
ମୁଁ ସମସ୍ତ ମଣ୍ଡଳ ଖୋଜି ଦେଖିଛି, ଈଶ୍ବର ପତିଙ୍କ ବ୍ଯତୀତ ସୁଖ ପ୍ରାପ୍ତ ହୋଇନଥାଏ।

ਆਪ ਕਮਾਣੈ ਵਿਛੁੜੀ ਦੋਸੁ ਨ ਕਾਹੂ ਦੇਣ ॥
କାରଣ ନିଜର ମନ୍ଦ କର୍ମ ହିଁ ମୋତେ ଈଶ୍ବରଙ୍କ ଠାରୁ ବିଛେଦ କରିଅଛି। ପୁଣି ମୁଁ କାହା ଉପରେ ଦୋଷ ଲଦିବି?

ਕਰਿ ਕਿਰਪਾ ਪ੍ਰਭ ਰਾਖਿ ਲੇਹੁ ਹੋਰੁ ਨਾਹੀ ਕਰਣ ਕਰੇਣ ॥
ହେ ନାଥ! କୃପା କରି ମୋର ରକ୍ଷା କର। ତୋ’ ବ୍ଯତୀତ ଅନ୍ୟ କେହି କିଛି କରିବା କିମ୍ବା କରାଇବା ସମର୍ଥ ନୁହନ୍ତି।

ਹਰਿ ਤੁਧੁ ਵਿਣੁ ਖਾਕੂ ਰੂਲਣਾ ਕਹੀਐ ਕਿਥੈ ਵੈਣ ॥
ହେ ହରି ! ତୋ’ ବ୍ଯତୀତ ଧୂଳିରେ ମିଶି ଯିବି । ଦୁଃଖର ବଚନ କାହା ପାଖରେ ବ୍ୟକ୍ତ କରିବି?

ਨਾਨਕ ਕੀ ਬੇਨੰਤੀਆ ਹਰਿ ਸੁਰਜਨੁ ਦੇਖਾ ਨੈਣ ॥੧॥
ନାନକ ଏହା ପ୍ରାର୍ଥନା କରନ୍ତି ଯେ ନିଜ ନେତ୍ରରେ ସେ ନିଜ ପରମାତ୍ମାଙ୍କୁ ହିଁ ଦର୍ଶନ କରିବେ। ॥1॥

ਜੀਅ ਕੀ ਬਿਰਥਾ ਸੋ ਸੁਣੇ ਹਰਿ ਸੰਮ੍ਰਿਥ ਪੁਰਖੁ ਅਪਾਰੁ ॥
ଯେଉଁ ହରି ସର୍ବଶକ୍ତିମାନ ଓ ଅନନ୍ତ ଅଟନ୍ତି, ସେ ପ୍ରାଣୀଙ୍କ ପୀଡା ଶୁଣିଥାନ୍ତି।

ਮਰਣਿ ਜੀਵਣਿ ਆਰਾਧਣਾ ਸਭਨਾ ਕਾ ਆਧਾਰੁ ॥
ମୃତ୍ୟୁ ଏବଂ ଜୀବନରେ ତାହାର ହିଁ ଆରାଧନା କରିବା ଉଚିତ, ଯିଏ ସବୁଙ୍କ ଆଧାର ଅଟନ୍ତି।

error: Content is protected !!