ਬਿਆਪਤ ਹਰਖ ਸੋਗ ਬਿਸਥਾਰ ॥
ମାୟାର ସୁଖ-ଦୁଖ ପ୍ରସାର ହେଉଛି।
ਬਿਆਪਤ ਸੁਰਗ ਨਰਕ ਅਵਤਾਰ ॥
ସେ ସ୍ବର୍ଗରେ ଜନ୍ମ ନେଉଥିବା ଜୀବକୁ ସୁଖ ରୂପରେ ତଥା ନର୍କର ଜୀବକୁ ଦୁଃଖ ରୂପରେ ପ୍ରଭାବିତ କରିଥାଏ।
ਬਿਆਪਤ ਧਨ ਨਿਰਧਨ ਪੇਖਿ ਸੋਭਾ ॥
ସେ ଧନବାନ, କାଙ୍ଗଳ ଏବଂ ଶୋଭାବାନ ଉପରେ ପ୍ରଭାବ କରିବା ଦେଖାଯାଏ।
ਮੂਲੁ ਬਿਆਧੀ ਬਿਆਪਸਿ ਲੋਭਾ ॥੧॥
ସେ ଲୋଭ ରୂପରେ ଜୀବ ଠାରେ ଥିବା ଆଉ ସବୁ ରୋଗର ଜଡ ଅଟେ ॥1॥
ਮਾਇਆ ਬਿਆਪਤ ਬਹੁ ਪਰਕਾਰੀ ॥
ମାୟା ତାହାର ବିଧି ଦ୍ଵାରା ପ୍ରଭାବିତ କରିଥାଏ।
ਸੰਤ ਜੀਵਹਿ ਪ੍ਰਭ ਓਟ ਤੁਮਾਰੀ ॥੧॥ ਰਹਾਉ ॥
ହେ ପ୍ରଭୁ! ତୋର ଶରଣରେ ସାଧୁ-ସନ୍ଥ ତାହାର ପ୍ରଭାବ ବିନା ନିଜ ଜୀବନ ଅତିବାହିତ କରୁଛନ୍ତି ॥1॥ରୁହ॥
ਬਿਆਪਤ ਅਹੰਬੁਧਿ ਕਾ ਮਾਤਾ ॥
ମାୟା ତାହାଠାରେ ଲିପ୍ତ ରହିଥାଏ ଯିଏ ଅହଂ ବୁଦ୍ଧି ଦ୍ଵାରା ନିଶାସକ୍ତ ହୋଇଥାଏ।
ਬਿਆਪਤ ਪੁਤ੍ਰ ਕਲਤ੍ਰ ਸੰਗਿ ਰਾਤਾ ॥
ଯିଏ ନିଜ ପୁତ୍ର ଏବଂ ଭାର୍ଯ୍ୟାର ପ୍ରେମରେ ଅନୁରକ୍ତ ହୋଇଥାଏ, ମାୟା ତାହାଠାରେ ମଧ୍ୟ ଲିପ୍ତ ଥାଏ।
ਬਿਆਪਤ ਹਸਤਿ ਘੋੜੇ ਅਰੁ ਬਸਤਾ ॥
ମୋହିନୀ ତାହାଠାରେ ଲିପ୍ତ ଥାଏ, ଯିଏ ହାତୀ, ଘୋଡା ଏବଂ ସୁନ୍ଦର ବସ୍ତ୍ରରେ ଲୀନ ଥାଏ।
ਬਿਆਪਤ ਰੂਪ ਜੋਬਨ ਮਦ ਮਸਤਾ ॥੨॥
ଏହି ମୋହିନୀ ସେହି ପୁରୁଷ ସହିତ ଲିପ୍ତ ଥାଏ ଯିଏ ସୁନ୍ଦରତା ଏବଂ ଯୌବନ ନିଶାରେ ମସ୍ତ ହୋଇଥାଏ ॥2॥
ਬਿਆਪਤ ਭੂਮਿ ਰੰਕ ਅਰੁ ਰੰਗਾ ॥
ମାୟା ଧରିତ୍ରୀର ସ୍ଵାମୀ, ନିର୍ଦ୍ଧନ ଏବଂ ଭୋଗ-ବିଳାସରେ ଲିପ୍ତ ଥାଏ।
ਬਿਆਪਤ ਗੀਤ ਨਾਦ ਸੁਣਿ ਸੰਗਾ ॥
ଏହା ସଭାରେ ଗୀତ ଏବଂ ରାଗ ଶ୍ରବଣ କରୁଥିବା ଲୋକଙ୍କ ଠାରେ ଲିପ୍ତ ଥାଏ
ਬਿਆਪਤ ਸੇਜ ਮਹਲ ਸੀਗਾਰ ॥
ଏହା ଶେଯ, ହାର-ଶୃଙ୍ଗାର, ମହଲରେ ବ୍ୟାପ୍ତ ହୋଇଥାଏ।
ਪੰਚ ਦੂਤ ਬਿਆਪਤ ਅੰਧਿਆਰ ॥੩॥
ଏହା ମୋହର ଅନ୍ଧାରରେ କାମ ଉଦ୍ଦୀପକ ପାଞ୍ଚଟି ଦୂତ ହୋଇ ପ୍ରଭାବ ପକାଇଥାନ୍ତି ॥3॥
ਬਿਆਪਤ ਕਰਮ ਕਰੈ ਹਉ ਫਾਸਾ ॥
ଏହି ମୋହିନୀ ତାହାର ଭିତରେ ବ୍ୟାପ୍ତ ହୋଇଥାଏ ଯିଏ ଅହଂକାରରେ ଫସି ନିଜ କର୍ମ କରିଥାଏ।
ਬਿਆਪਤਿ ਗਿਰਸਤ ਬਿਆਪਤ ਉਦਾਸਾ ॥
ଗୃହସ୍ଥରେ ମଧ୍ୟ ଏହା ଆମ ଉପରେ ପ୍ରଭାବ ପକାଇଥାଏ ଆଉ ତ୍ୟାଗରେ ମଧ୍ୟ ପ୍ରଭାବ ପକାଇ ଥାଏ।
ਆਚਾਰ ਬਿਉਹਾਰ ਬਿਆਪਤ ਇਹ ਜਾਤਿ ॥
ଆମର ଚରିତ୍ର, କାର୍ଯ୍ୟ କଳାପ,ଆଉ ଜାତି ଦ୍ଵାରା ମୋହିନୀ ଆମ ଉପରେ ଆକ୍ରମଣ କରିଥାଏ।
ਸਭ ਕਿਛੁ ਬਿਆਪਤ ਬਿਨੁ ਹਰਿ ਰੰਗ ਰਾਤ ॥੪॥
ପରମେଶ୍ଵରଙ୍କ ପ୍ରେମ ଅନୁରକ୍ତ ବିନା ପ୍ରତ୍ୟେକ ପଦାର୍ଥରେ ମାୟା ଲିପ୍ତ ଥାଏ ॥4॥
ਸੰਤਨ ਕੇ ਬੰਧਨ ਕਾਟੇ ਹਰਿ ਰਾਇ ॥
ସନ୍ଥଙ୍କ ବନ୍ଧନ ପ୍ରଭୁ କାଟି ଦେଇଛନ୍ତି।
ਤਾ ਕਉ ਕਹਾ ਬਿਆਪੈ ਮਾਇ ॥
ମୋହିନୀ ତାଙ୍କ ପାଖରେ କେମିତି ରହିବ?
ਕਹੁ ਨਾਨਕ ਜਿਨਿ ਧੂਰਿ ਸੰਤ ਪਾਈ ॥
ହେ ନାନକ! ଯାହାକୁ ସନ୍ଥଙ୍କ ଚରଣ ଧୁଳି ପ୍ରାପ୍ତ ହୋଇଛି
ਤਾ ਕੈ ਨਿਕਟਿ ਨ ਆਵੈ ਮਾਈ ॥੫॥੧੯॥੮੮॥
ମୋହିନୀ ତାହାର ନିକଟକୁ ଆସିପାରେ ନାହିଁ ॥5॥19॥88॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਨੈਨਹੁ ਨੀਦ ਪਰ ਦ੍ਰਿਸਟਿ ਵਿਕਾਰ ॥
ପର ନାରୀର ସୌନ୍ଦର୍ଯ୍ୟକୁ କାମ ବାସନା ରୂପୀ ବିକୃତ ଦୃଷ୍ଟିରେ ଦେଖିଲେ ନେତ୍ର ନିଦ୍ରାରେ ଶୋଇଥାଏ।
ਸ੍ਰਵਣ ਸੋਏ ਸੁਣਿ ਨਿੰਦ ਵੀਚਾਰ ॥
ପରନିନ୍ଦାର ବିଚାରକୁ ଶୁଣି କାନ ଶୋଇଥାଏ।
ਰਸਨਾ ਸੋਈ ਲੋਭਿ ਮੀਠੈ ਸਾਦਿ ॥
ମିଠା ପଦାର୍ଥର ସ୍ଵାଦର ତୃଷ୍ଣା-ଲାଳସାରେ ଜିହ୍ଵା ଶୋଇଥାଏ।
ਮਨੁ ਸੋਇਆ ਮਾਇਆ ਬਿਸਮਾਦਿ ॥੧॥
ମନ ମାୟାର ଆଶ୍ଚର୍ଯ୍ୟଜନକ ଲୀଳାକୁ ଦେଖି ଶୋଇଥାଏ ॥1॥
ਇਸੁ ਗ੍ਰਿਹ ਮਹਿ ਕੋਈ ਜਾਗਤੁ ਰਹੈ ॥
ଶରୀର ରୂପୀ ଘରେ କେହି ବିରଳ ପୁରୁଷ ହିଁ ଜାଗି ରହିଥାଏ।
ਸਾਬਤੁ ਵਸਤੁ ਓਹੁ ਅਪਨੀ ਲਹੈ ॥੧॥ ਰਹਾਉ ॥
ଆଉ ସେ ନିଜ ପୁଞ୍ଜି ସୁରକ୍ଷିତ ପାଇନିଏ ॥1॥ରୁହ॥
ਸਗਲ ਸਹੇਲੀ ਅਪਨੈ ਰਸ ਮਾਤੀ ॥
ମନର ସଖୀ ପାଞ୍ଚ ଜ୍ଞାନେନ୍ଦ୍ରିୟ ନିଜ ସ୍ଵାଦରେ ମସ୍ତ ଥାଆନ୍ତି।
ਗ੍ਰਿਹ ਅਪੁਨੇ ਕੀ ਖਬਰਿ ਨ ਜਾਤੀ ॥
ସେ ନିଜ ଘରର ରକ୍ଷା କରିବା ଜାଣେ ନାହିଁ।
ਮੁਸਨਹਾਰ ਪੰਚ ਬਟਵਾਰੇ ॥
ପାଞ୍ଚ ଦୁଷ୍ଟ ବିକାର ଅପହରଣ କର୍ତ୍ତା ଏବଂ ଲୁଟେରା ଅଟନ୍ତି।
ਸੂਨੇ ਨਗਰਿ ਪਰੇ ਠਗਹਾਰੇ ॥੨॥
ଲୁଟେରା ଶୁନଶାନ ନଗରରେ ଆସିଥାଏ ॥2॥
ਉਨ ਤੇ ਰਾਖੈ ਬਾਪੁ ਨ ਮਾਈ ॥
ତାହା ଠାରୁ ମାତା ପିତା ବଞ୍ଚିପାରିବେ ନାହିଁ।
ਉਨ ਤੇ ਰਾਖੈ ਮੀਤੁ ਨ ਭਾਈ ॥
ତ୍ର ଏବଂ ଭାଇ ମଧ୍ୟ ତାହା ଠାରୁ ବଞ୍ଚିପାରିବେ ନାହିଁ।
ਦਰਬਿ ਸਿਆਣਪ ਨਾ ਓਇ ਰਹਤੇ ॥
ଦୌଲତ ଏବଂ ଚତୁରତା ଦ୍ଵାରା ତାହା ବନ୍ଦ ହୁଏନାହିଁ।
ਸਾਧਸੰਗਿ ਓਇ ਦੁਸਟ ਵਸਿ ਹੋਤੇ ॥੩॥
କିନ୍ତୁ, ସତସଙ୍ଗରେ ସେ ଦୁଷ୍ଟ ବଶରେ ଆସିଯାଏ ॥3॥
ਕਰਿ ਕਿਰਪਾ ਮੋਹਿ ਸਾਰਿੰਗਪਾਣਿ ॥
ହେ ପ୍ରଭୁ! ମୋତେ କୃପା କର।
ਸੰਤਨ ਧੂਰਿ ਸਰਬ ਨਿਧਾਨ ॥
ମୋତେ ସନ୍ଥଙ୍କ ଚରଣ-ଧୁଳି ପ୍ରଦାନ କର କାରଣ ମୋ’ ପାଇ ଏହି ଚରଣ ଧୁଳି ହିଁ ସର୍ବନିଧି ଅଟେ।
ਸਾਬਤੁ ਪੂੰਜੀ ਸਤਿਗੁਰ ਸੰਗਿ ॥
ସଦଗୁରୁଙ୍କ ସଙ୍ଗତିରେ ନାମ ରୂପୀ ପୁଞ୍ଜି ସୁରକ୍ଷିତ ରହିଥାଏ।
ਨਾਨਕੁ ਜਾਗੈ ਪਾਰਬ੍ਰਹਮ ਕੈ ਰੰਗਿ ॥੪॥
ନାନକ ପରଂବ୍ରହ୍ମ ପ୍ରଭୁଙ୍କ ପ୍ରେମରେ ଜାଗ୍ରତ ହୁଅନ୍ତି ॥4॥
ਸੋ ਜਾਗੈ ਜਿਸੁ ਪ੍ਰਭੁ ਕਿਰਪਾਲੁ ॥
କେବଳ ସେ ହିଁ ଜାଗିଥାଏ ଯାହା ଉପରେ ପ୍ରଭୁ ଦୟାଳୁ ହୋଇଥାନ୍ତି।
ਇਹ ਪੂੰਜੀ ਸਾਬਤੁ ਧਨੁ ਮਾਲੁ ॥੧॥ ਰਹਾਉ ਦੂਜਾ ॥੨੦॥੮੯॥
ଏହି ପୁଞ୍ଜି, ପଦାର୍ଥ ଆଉ ସମ୍ପତ୍ତି ପୁଣି ସୁରକ୍ଷିତ ଥାଏ ॥1॥ରୁହ ଦ୍ଵିତୀୟ ॥20॥89॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥
ਜਾ ਕੈ ਵਸਿ ਖਾਨ ਸੁਲਤਾਨ ॥
ହେ ପ୍ରାଣୀ! ଯେଉଁ ପ୍ରଭୁଙ୍କ ବଶରେ ସର୍ଦ୍ଦାର ଆଉ ସୁଲତାନ ଥାଆନ୍ତି,
ਜਾ ਕੈ ਵਸਿ ਹੈ ਸਗਲ ਜਹਾਨ ॥
ଯାହାର ଅଧୀନରେ ସାରା ସଂସାର ଅଛି,
ਜਾ ਕਾ ਕੀਆ ਸਭੁ ਕਿਛੁ ਹੋਇ ॥
ଯିଏ କରିଲେ ସବୁ କିଛି ହୋଇଥାଏ,
ਤਿਸ ਤੇ ਬਾਹਰਿ ਨਾਹੀ ਕੋਇ ॥੧॥
ତାହାଠାରୁ ବାହାରେ କିଛି ମଧ୍ୟ ନାହିଁ ॥1॥
ਕਹੁ ਬੇਨੰਤੀ ਅਪੁਨੇ ਸਤਿਗੁਰ ਪਾਹਿ ॥
ହେ ପ୍ରାଣୀ! ନିଜର ସଦଗୁରୁଙ୍କ ପାଖରେ ବିନତି କର।
ਕਾਜ ਤੁਮਾਰੇ ਦੇਇ ਨਿਬਾਹਿ ॥੧॥ ਰਹਾਉ ॥
ସେ ତୋର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିଦେବେ ॥1॥ରୁହ॥
ਸਭ ਤੇ ਊਚ ਜਾ ਕਾ ਦਰਬਾਰੁ ॥
ସେହି ପ୍ରଭୁଙ୍କ ଦରବାର ସବୁଠାରୁ ଉଚ୍ଚ ଅଟେ।
ਸਗਲ ਭਗਤ ਜਾ ਕਾ ਨਾਮੁ ਅਧਾਰੁ ॥
ତାହାଙ୍କ ନାମ ତାହାଙ୍କ ସମସ୍ତ ଭକ୍ତଙ୍କ ଆଧାର ଅଟେ।
ਸਰਬ ਬਿਆਪਿਤ ਪੂਰਨ ਧਨੀ ॥
ଜଗତର ସ୍ଵାମୀ ପ୍ରଭୁ ସବୁଠାରେ ବିଦ୍ୟମାନ ଅଛନ୍ତି।
ਜਾ ਕੀ ਸੋਭਾ ਘਟਿ ਘਟਿ ਬਨੀ ॥੨॥
ତାହାଙ୍କ ଶୋଭା ସମସ୍ତ ଜୀବଙ୍କ ହୃଦୟରେ ପ୍ରକଟ ହୋଇଥାଏ ॥2॥
ਜਿਸੁ ਸਿਮਰਤ ਦੁਖ ਡੇਰਾ ਢਹੈ ॥
ଯେଉଁ ପ୍ରଭୁଙ୍କ ସ୍ମରଣ କରିଲେ ଦୁଃଖର ପାହାଡ ନଷ୍ଟ ହୋଇଯାଏ
ਜਿਸੁ ਸਿਮਰਤ ਜਮੁ ਕਿਛੂ ਨ ਕਹੈ ॥
ଯାହାର ସ୍ମରଣ କରିଲେ ଯମଦୂତ ତୋତେ ଦୁଃଖ ଦିଏ ନାହିଁ।
ਜਿਸੁ ਸਿਮਰਤ ਹੋਤ ਸੂਕੇ ਹਰੇ ॥
ଯାହାର ଆରାଧନା କରିଲେ ନୀରସ ମନ ପ୍ରଫୁଲ୍ଲିତ ହୋଇଯାଏ