ODIA PAGE 184

ਜਨ ਕੀ ਟੇਕ ਏਕ ਗੋਪਾਲ ॥
ସେହି ସେବକର ସାହାରା ଏକ ଗୋପାଳ ହିଁ ଅଟେ।

ਏਕਾ ਲਿਵ ਏਕੋ ਮਨਿ ਭਾਉ ॥
ସେହି ସେବକ ଏକ ପରମେଶ୍ଵରଙ୍କ ଠାରେ ହିଁ ନିଜର ସୁରତି ଲଗାଏ ଆଉ ତାହାର ମନରେ ଏକ ପ୍ରଭୁଙ୍କ ହିଁ ପ୍ରେମ ହୋଇଥାଏ।

ਸਰਬ ਨਿਧਾਨ ਜਨ ਕੈ ਹਰਿ ਨਾਉ ॥੩॥
ସେହି ସେବକ ପାଇଁ ହରିଙ୍କ ନାମ ହିଁ ସମସ୍ତ ଭଣ୍ଡାର ଅଟେ ॥3॥

ਪਾਰਬ੍ਰਹਮ ਸਿਉ ਲਾਗੀ ਪ੍ਰੀਤਿ ॥
ଯିଏ ପରଂବ୍ରହ୍ମଙ୍କୁ ପ୍ରେମ କରିଥାଏ,

ਨਿਰਮਲ ਕਰਣੀ ਸਾਚੀ ਰੀਤਿ ॥
ତାହାର କର୍ମ ପବିତ୍ର ଏବଂ ଜୀବନ ଆଚରଣ ସତ୍ୟ ଅଟେ।

ਗੁਰਿ ਪੂਰੈ ਮੇਟਿਆ ਅੰਧਿਆਰਾ ॥
ପୂର୍ଣ୍ଣ ଗୁରୁ ଅଜ୍ଞାନତାର ଅନ୍ଧକାର ଦୂର କରିଦେଇଛନ୍ତି।

ਨਾਨਕ ਕਾ ਪ੍ਰਭੁ ਅਪਰ ਅਪਾਰਾ ॥੪॥੨੪॥੯੩॥
ନାନକଙ୍କ ପ୍ରଭୁ ଅସୀମ ଏବଂ ଅନନ୍ତ ଅଟନ୍ତି ॥4॥24॥63॥

ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥

ਜਿਸੁ ਮਨਿ ਵਸੈ ਤਰੈ ਜਨੁ ਸੋਇ ॥
ଯେଉଁ ବ୍ୟକ୍ତିର ହୃଦୟରେ ଇଶ୍ଵର ନିବାସ କରିଥାନ୍ତି, ସେ ସଂସାର ସାଗରରୁ ପାର ହୋଇଯାଏ।

ਜਾ ਕੈ ਕਰਮਿ ਪਰਾਪਤਿ ਹੋਇ ॥
ଯାହାର ଭାଗ୍ୟରେ ଲେଖା ହୋଇଥାଏ, ସେ ଈଶ୍ଵରଙ୍କୁ ପ୍ରାପ୍ତ କରିଥାଏ।

ਦੂਖੁ ਰੋਗੁ ਕਛੁ ਭਉ ਨ ਬਿਆਪੈ ॥
ଦୁଃଖ, ରୋଗ ଏବଂ ଭୟ ତାହାକୁ ତିଳେ ମାତ୍ର ପ୍ରଭାବିତ କରିପାରେ ନାହିଁ,

ਅੰਮ੍ਰਿਤ ਨਾਮੁ ਰਿਦੈ ਹਰਿ ਜਾਪੈ ॥੧॥
ଯିଏ ନିଜ ହୃଦୟରେ ଈଶ୍ବରଙ୍କ ଅମୃତ ନାମର ସ୍ମରଣ କରିଥାଏ ॥1॥

ਪਾਰਬ੍ਰਹਮੁ ਪਰਮੇਸੁਰੁ ਧਿਆਈਐ ॥
ଆମେ ପରଂବ୍ରହ୍ମ ପରମେଶ୍ଵରଙ୍କୁ ହିଁ ଧ୍ୟାନ କରିବା ଉଚିତ।

ਗੁਰ ਪੂਰੇ ਤੇ ਇਹ ਮਤਿ ਪਾਈਐ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁଙ୍କ ଠାରୁ ଏହି ଜ୍ଞାନ ପ୍ରାପ୍ତ ହୋଇଛି ॥1॥ରୁହ॥

ਕਰਣ ਕਰਾਵਨਹਾਰ ਦਇਆਲ ॥
ଦୟାବାନ ପ୍ରେଭୂ ସ୍ଵୟଂ ହିଁ ସବୁ କିଛି କରିବା ବାଲା ଏବଂ ଜୀବଙ୍କ ଦ୍ଵାରା କରାଇଥାନ୍ତି।

ਜੀਅ ਜੰਤ ਸਗਲੇ ਪ੍ਰਤਿਪਾਲ ॥
ସେ ସୃଷ୍ଟିର ସମସ୍ତ ଜୀବଜନ୍ତୁଙ୍କ ପାଳନ କରିଥାନ୍ତି।

ਅਗਮ ਅਗੋਚਰ ਸਦਾ ਬੇਅੰਤਾ ॥
ପ୍ରଭୁ ସର୍ବଦା ହିଁ ଅଗମ୍ଯ, ଅଗୋଚର ଏବଂ ଅନନ୍ତ ଅଟନ୍ତି।

ਸਿਮਰਿ ਮਨਾ ਪੂਰੇ ਗੁਰ ਮੰਤਾ ॥੨॥
ହେ ମୋର ମନ! ପୂର୍ଣ୍ଣ ଗୁରୁଙ୍କ ଉପଦେଶ ଦ୍ଵାରା ପ୍ରଭୁଙ୍କ ସ୍ମରଣ କର ॥2॥

ਜਾ ਕੀ ਸੇਵਾ ਸਰਬ ਨਿਧਾਨੁ ॥
ପ୍ରଭୁଙ୍କ ସେବା କରିଲେ ସବୁ ଭଣ୍ଡାର ପ୍ରାପ୍ତ ହୋଇଯାଏ।

ਪ੍ਰਭ ਕੀ ਪੂਜਾ ਪਾਈਐ ਮਾਨੁ ॥
ପ୍ରଭୁଙ୍କ ପୂଜା କରିଲେ ମାନ-ସମ୍ମାନ ପ୍ରାପ୍ତ ହୋଇଥାଏ।

ਜਾ ਕੀ ਟਹਲ ਨ ਬਿਰਥੀ ਜਾਇ ॥
ପ୍ରଭୁଙ୍କ ସେବା ବ୍ୟର୍ଥ ହୁଏନାହିଁ,

ਸਦਾ ਸਦਾ ਹਰਿ ਕੇ ਗੁਣ ਗਾਇ ॥੩॥
ଏଣୁ, ନିତ୍ୟ ହୀନତାହାଙ୍କ ଗୁଣାନୁବାଦ କରୁଥାଅ ॥3॥

ਕਰਿ ਕਿਰਪਾ ਪ੍ਰਭ ਅੰਤਰਜਾਮੀ ॥
ଅନ୍ତର୍ଯାମୀ ପ୍ରଭୁ ମୋ’ ଉପରେ କୃପା କର,

ਸੁਖ ਨਿਧਾਨ ਹਰਿ ਅਲਖ ਸੁਆਮੀ ॥
ଜଗତର ସ୍ଵାମୀ, ଅଲକ୍ଷ୍ୟ ପରମେଶ୍ଵର ସୁଖର ଖଜଣା ଅଟନ୍ତି।

ਜੀਅ ਜੰਤ ਤੇਰੀ ਸਰਣਾਈ ॥
ସମସ୍ତ ଜୀବ ଜନ୍ତୁ ତୋର ଶରଣରେ ଅଛନ୍ତି।

ਨਾਨਕ ਨਾਮੁ ਮਿਲੈ ਵਡਿਆਈ ॥੪॥੨੫॥੯੪॥
ହେ ନାନକ! ମୋତେ ପ୍ରଭୁଙ୍କ ନାମ ମିଳୁ କାରଣ ତାହାଙ୍କ ନାମ ହିଁ ମୋ’ ପାଇଁ ବଡିମା ଅଟେ ॥4॥25॥94॥

ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥

ਜੀਅ ਜੁਗਤਿ ਜਾ ਕੈ ਹੈ ਹਾਥ ॥
ଯେଉଁ ଭଗବାନଙ୍କ ବଶରେ ଜୀବର ଜୀବନ ଥାଏ,

ਸੋ ਸਿਮਰਹੁ ਅਨਾਥ ਕੋ ਨਾਥੁ ॥
ତାହାଙ୍କ ହିଁ ସ୍ମରଣ କର, ସେ ଅନାଥର ନାଥ ଅଟନ୍ତି।

ਪ੍ਰਭ ਚਿਤਿ ਆਏ ਸਭੁ ਦੁਖੁ ਜਾਇ ॥
ଯଦି ମନୁଷ୍ୟ ଭଗବାନଙ୍କ ସ୍ମରଣ କରିଥାଏ ତାହାହେଲେ ତାହାର ସମସ୍ତ ଦୁଃଖ ନଷ୍ଟ ହୋଇଯାଏ।

ਭੈ ਸਭ ਬਿਨਸਹਿ ਹਰਿ ਕੈ ਨਾਇ ॥੧॥
ହରିଙ୍କ ନାମ ସ୍ମରଣ ଦ୍ଵାରା ସମସ୍ତ ଭୟ ନାଶ ହୋଇଯାଏ ॥1॥

ਬਿਨੁ ਹਰਿ ਭਉ ਕਾਹੇ ਕਾ ਮਾਨਹਿ ॥
ହେ ପ୍ରାଣୀ! ତୁ ଈଶ୍ବରଙ୍କ ବିନା ଅନ୍ୟ କାହାକୁ ଭୟ କରୁଅଛୁ?

ਹਰਿ ਬਿਸਰਤ ਕਾਹੇ ਸੁਖੁ ਜਾਨਹਿ ॥੧॥ ਰਹਾਉ ॥
ଯଦି ତୁ ପ୍ରଭୁଙ୍କୁ ବିସ୍ମୃତ କରି ଦେଉ, ତାହାହେଲେ ତୁ ନିଜକୁ ନିଜେ ସୁଖରେ କାହିଁକି ଭାବୁ? ॥1॥ରୁହ॥

ਜਿਨਿ ਧਾਰੇ ਬਹੁ ਧਰਣਿ ਅਗਾਸ ॥
ଯିଏ ଅନେକ ଧରିତ୍ରୀ-ଆକାଶ କାୟମ କରିଛନ୍ତି,

ਜਾ ਕੀ ਜੋਤਿ ਜੀਅ ਪਰਗਾਸ ॥
ଯାହାର ଜ୍ୟୋତି ସମସ୍ତ ଜୀବଙ୍କ ଠାରେ ପ୍ରକାଶ ଅଛି,

ਜਾ ਕੀ ਬਖਸ ਨ ਮੇਟੈ ਕੋਇ ॥
ଯାହାର ଦୟାକୁ କେହି ମଧ୍ୟ ଦୂର କରିପାରିବେ ନାହିଁ।

ਸਿਮਰਿ ਸਿਮਰਿ ਪ੍ਰਭੁ ਨਿਰਭਉ ਹੋਇ ॥੨॥
ସେହି ପ୍ରଭୁଙ୍କ ସ୍ମରଣ କରିଲେ ମନୁଷ୍ୟ ନିର୍ଭୀକ ହୋଇଯାଏ ॥2॥

ਆਠ ਪਹਰ ਸਿਮਰਹੁ ਪ੍ਰਭ ਨਾਮੁ
ଦିନର ଆଠ ପହର ପ୍ରଭୁଙ୍କ ନାମ ସ୍ମରଣ କରିଥାଏ।

ਅਨਿਕ ਤੀਰਥ ਮਜਨੁ ਇਸਨਾਨੁ ॥
କାରଣ ପ୍ରଭୁଙ୍କ ସ୍ମରଣ ହିଁ ଅନେକ ଅନେକ ତୀର୍ଥର ସ୍ନାନ ଅଟେ।

ਪਾਰਬ੍ਰਹਮ ਕੀ ਸਰਣੀ ਪਾਹਿ ॥
ପରଂବ୍ରହ୍ମଙ୍କ ଶରଣରେ ଆସିଲେ

ਕੋਟਿ ਕਲੰਕ ਖਿਨ ਮਹਿ ਮਿਟਿ ਜਾਹਿ ॥੩॥
ମନୁଷ୍ୟର କୋଟି କୋଟି କଳଙ୍କ ଏକ କ୍ଷଣରେ ଦୂର ହୋଇଯାଏ ॥3॥

ਬੇਮੁਹਤਾਜੁ ਪੂਰਾ ਪਾਤਿਸਾਹੁ ॥
ସେ ବାଦଶାହ ଅଟନ୍ତି।

ਪ੍ਰਭ ਸੇਵਕ ਸਾਚਾ ਵੇਸਾਹੁ ॥
ଈଶ୍ବରଙ୍କ ସେବକଙ୍କ ତାହାଙ୍କ ଉପରେ ସଚ୍ଚା ଆସ୍ଥା ଅଛି।

ਗੁਰਿ ਪੂਰੈ ਰਾਖੇ ਦੇ ਹਾਥ ॥
ନିଜ ହାତ ଦେଇ ପୂର୍ଣ୍ଣ ଗୁରୁଜୀ ତାହାଙ୍କ ରକ୍ଷା କରନ୍ତି।

ਨਾਨਕ ਪਾਰਬ੍ਰਹਮ ਸਮਰਾਥ ॥੪॥੨੬॥੯੫॥
ହେ ନାନକ! ପରଂବ୍ରହ୍ମ ପ୍ରଭୁ ସବୁ କିଛି କରିବା ପାଇଁ ସମର୍ଥ ଅଟନ୍ତି ॥4॥26॥95॥

ਗਉੜੀ ਗੁਆਰੇਰੀ ਮਹਲਾ ੫ ॥
ଗଉଡି ଗୁଆରେରୀ ମହଲା 5 ॥

ਗੁਰ ਪਰਸਾਦਿ ਨਾਮਿ ਮਨੁ ਲਾਗਾ ॥
ଗୁରୁଙ୍କ କୃପାରୁ ମୋର ମନ ପ୍ରଭୁଙ୍କ ନାମରେ ଲାଗିଯାଇଛି।

ਜਨਮ ਜਨਮ ਕਾ ਸੋਇਆ ਜਾਗਾ ॥
ଏହି ମନ ଜନ୍ମ-ଜନ୍ମାନ୍ତରରୁ ଅଜ୍ଞାନତାର ନିଦ୍ରାରେ ଶୋଇଥିଲା, କିନ୍ତୁ, ଏବେ ଏହା ଜାଗି ଉଠିଛି, ଅର୍ଥାତ, ଏହାର ଜ୍ଞାନ ହୋଇଯାଇଛି।

ਅੰਮ੍ਰਿਤ ਗੁਣ ਉਚਰੈ ਪ੍ਰਭ ਬਾਣੀ ॥
ସେହି ପ୍ରାଣୀ ପ୍ରଭୁଙ୍କ ବାଣୀ ଦ୍ଵାରା ତାହାଙ୍କ ଅମୃତମୟୀ ଗୁଣର ଉଚ୍ଚାରଣ କରିଥାଏ,

ਪੂਰੇ ਗੁਰ ਕੀ ਸੁਮਤਿ ਪਰਾਣੀ ॥੧॥
ଯାହାକୁ ପୂର୍ଣ୍ଣ ଗୁରୁଙ୍କ ସୁମତି ପ୍ରାପ୍ତ ହୋଇଯାଏ ॥1॥

ਪ੍ਰਭ ਸਿਮਰਤ ਕੁਸਲ ਸਭਿ ਪਾਏ ॥
ପ୍ରଭୁଙ୍କୁ ସ୍ମରଣ କରି ମୋତେ ସର୍ବସୁଖ ପ୍ରାପ୍ତ ହୋଇଛି।

ਘਰਿ ਬਾਹਰਿ ਸੁਖ ਸਹਜ ਸਬਾਏ ॥੧॥ ਰਹਾਉ ॥
ଘର ଭିତରେ ଏବଂ ବାହାରେ ମୋତେ ସ୍ଵାଭାବିକ ଭାବରେ ସର୍ବସୁଖ ପ୍ରାପ୍ତ ହୋଇଛି ॥1॥ରୁହ॥

ਸੋਈ ਪਛਾਤਾ ਜਿਨਹਿ ਉਪਾਇਆ ॥
ମୁଁ ସେହି ପ୍ରଭୁଙ୍କୁ ଜାଣିପାରିଛି, ଯିଏ ମୋତେ ଉତ୍ପନ୍ନ କରିଛନ୍ତି।

ਕਰਿ ਕਿਰਪਾ ਪ੍ਰਭਿ ਆਪਿ ਮਿਲਾਇਆ ॥
ପ୍ରଭୁ କୃପା କରି ମୋତେ ନିଜ ସାଥିରେ ମିଳନ କରିଛନ୍ତି।

ਬਾਹ ਪਕਰਿ ਲੀਨੋ ਕਰਿ ਅਪਨਾ ॥
ବାହୁରେ ଆଲିଙ୍ଗନ କରି ପ୍ରଭୁ ମୋତେ ନିଜର କରିଛନ୍ତି।

ਹਰਿ ਹਰਿ ਕਥਾ ਸਦਾ ਜਪੁ ਜਪਨਾ ॥੨॥
ହରିଙ୍କ ସୁନ୍ଦର ହରିକଥା ଏବଂ ନାମର ମୁଁ ସଦା ଜପ କରୁଅଛି। ॥2॥

ਮੰਤ੍ਰੁ ਤੰਤ੍ਰੁ ਅਉਖਧੁ ਪੁਨਹਚਾਰੁ ॥
ମନ୍ତ୍ର-ତନ୍ତ୍ର ,ଔଷଧୀୟ, ପ୍ରାୟଶ୍ଚିତ କର୍ମ ସମୂହ

error: Content is protected !!