ODIA PAGE 186

ਪੀਊ ਦਾਦੇ ਕਾ ਖੋਲਿ ਡਿਠਾ ਖਜਾਨਾ ॥
ଯେତେବେଳେ ମୁଁ ନିଜ ପିତା ଆଉ ଦାଦାର ଭଣ୍ଡାର ଅର୍ଥାତ ଗୁରୁଙ୍କ ବାଣୀର ଭଣ୍ଡାର ଖୋଲି ଦେଖିଛି

ਤਾ ਮੇਰੈ ਮਨਿ ਭਇਆ ਨਿਧਾਨਾ ॥੧॥
ସେତେବେଳେ ମୋର ମନରେ ଆନନ୍ଦର ଭଣ୍ଡାର ଭରିଯାଇଛି ॥1॥

ਰਤਨ ਲਾਲ ਜਾ ਕਾ ਕਛੂ ਨ ਮੋਲੁ ॥
ଗୁଣସ୍ତୁତିର ଅମୂଲ୍ୟ ରତ୍ନ ଏବଂ ଅଳଙ୍କାରରେ

ਭਰੇ ਭੰਡਾਰ ਅਖੂਟ ਅਤੋਲ ॥੨॥
ଅକ୍ଷୟ ଏବଂ ଅତୁଲ୍ୟ ଭଣ୍ଡାର ଭରି ରହିଛି ॥2॥

ਖਾਵਹਿ ਖਰਚਹਿ ਰਲਿ ਮਿਲਿ ਭਾਈ ॥
ହେ ଭାଇ! ଆମେ ସବୁ ମିଶି ଏହି ଭଣ୍ଡାରକୁ ସେବନ ଆଉ ବ୍ୟବହାର କରିଥାନ୍ତି।

ਤੋਟਿ ਨ ਆਵੈ ਵਧਦੋ ਜਾਈ ॥੩॥
ଏହି ଭଣ୍ଡାରରେ କିଛି ଅଭାବ ହୁଏନାହିଁ ଆଉ ପ୍ରତିଦିନ ସେ ଅଧିକରୁ ଅଧିକ ବଢିଯାଏ ॥3॥

ਕਹੁ ਨਾਨਕ ਜਿਸੁ ਮਸਤਕਿ ਲੇਖੁ ਲਿਖਾਇ ॥
ହେ ନାନକ! ଯେଉଁ ବ୍ୟକ୍ତିର କପାଳରେ ବିଧାତା ଏପରି ଭାଗ୍ୟରେଖା ବିଦ୍ୟମାନ କରିଛନ୍ତି,

ਸੁ ਏਤੁ ਖਜਾਨੈ ਲਇਆ ਰਲਾਇ ॥੪॥੩੧॥੧੦੦॥
ସେ ଏହି (ଗୁଣସ୍ତୁତିର) ଭଣ୍ଡାରରେ ଭାଗୀଦାର ବନିଯାଏ ॥4॥31॥100॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਡਰਿ ਡਰਿ ਮਰਤੇ ਜਬ ਜਾਨੀਐ ਦੂਰਿ ॥
ଯେବେ ମୁଁ ପ୍ରଭୁଙ୍କୁ ଦୂର ଭାବୁଥିଲି ସେତେବେଳେ ମୁଁ ଡରି ଡରି ମରୁଥିଲି,

ਡਰੁ ਚੂਕਾ ਦੇਖਿਆ ਭਰਪੂਰਿ ॥੧॥
ସେହି ପ୍ରଭୁଙ୍କୁ ସର୍ବବ୍ୟାପକ ଦେଖି ମୋର ଭୟ ଦୂର ହୋଇଯାଇଛି ॥1॥

ਸਤਿਗੁਰ ਅਪਨੇ ਕਉ ਬਲਿਹਾਰੈ ॥
ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ।

ਛੋਡਿ ਨ ਜਾਈ ਸਰਪਰ ਤਾਰੈ ॥੧॥ ਰਹਾਉ ॥
ମୋତେ ଛାଡି ସେ କେଉଁଠି କୁ ଯାଆନ୍ତି ନାହିଁ ଆଉ ନିଶ୍ଚିତ ରୂପରେ ମୋତେ ଭବସାଗରରୁ ପାର କରାଇଦେବେ ॥1॥ରୁହ॥

ਦੂਖੁ ਰੋਗੁ ਸੋਗੁ ਬਿਸਰੈ ਜਬ ਨਾਮੁ ॥
ଯେବେ ପ୍ରାଣୀ ଈଶ୍ବରଙ୍କ ନାମକୁ ଭୁଲିଦେଇଥାଏ ସେତେବେଳେ ତାହାକୁ ଦୁଃଖ, ରୋଗ ଏବଂ ସନ୍ତାପ ଲାଗିଯାଏ।

ਸਦਾ ਅਨੰਦੁ ਜਾ ਹਰਿ ਗੁਣ ਗਾਮੁ ॥੨॥
କିନ୍ତୁ, ଯେତେବେଳେ ସେ ପ୍ରଭୁଙ୍କ ଯଶୋଗାନ କରିଥାଏ, ତାହାକୁ ସର୍ବଦା ସୁଖ ପ୍ରାପ୍ତି ହୋଇଥାଏ ॥3॥

ਬੁਰਾ ਭਲਾ ਕੋਈ ਨ ਕਹੀਜੈ ॥
ଆମେ କାହାକୁ ଭଲମନ୍ଦ କିଛି କହିବା ଉଚିତ ନାହିଁ

ਛੋਡਿ ਮਾਨੁ ਹਰਿ ਚਰਨ ਗਹੀਜੈ ॥੩॥
ଆଉ ନିଜ ଅହଂକାର ତ୍ୟାଗ କରି ଭଗବାନଙ୍କ ଚରଣ ଧରିବା ଉଚିତ ॥3॥

ਕਹੁ ਨਾਨਕ ਗੁਰ ਮੰਤ੍ਰੁ ਚਿਤਾਰਿ ॥
ନାନକ କହନ୍ତି ଯେ (ହେ ପ୍ରାଣୀ!) ଗୁରୁଙ୍କ ମନ୍ତ୍ର (ଉପଦେଶ)କୁ ସ୍ମରଣ କର।

ਸੁਖੁ ਪਾਵਹਿ ਸਾਚੈ ਦਰਬਾਰਿ ॥੪॥੩੨॥੧੦੧॥
ସତ୍ଯର ଦରବାରରେ ବଡ ସୁଖ ପ୍ରାପ୍ତ ହେବ ॥4॥32॥101॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਜਾ ਕਾ ਮੀਤੁ ਸਾਜਨੁ ਹੈ ਸਮੀਆ ॥
ହେ ଭାଇ!ଜେଆର ମିଟର ଏବ ସଜ୍ଜନ ସବବ୍ୟାପକ ପ୍ରଭୁ ଅଟନ୍ତି

ਤਿਸੁ ਜਨ ਕਉ ਕਹੁ ਕਾ ਕੀ ਕਮੀਆ ॥੧॥
କୁହ, ସେହି ପୁରୁଷକୁ କେଉଁ ପଦାର୍ଥ ଅଭାବ ରହିବ ॥1॥

ਜਾ ਕੀ ਪ੍ਰੀਤਿ ਗੋਬਿੰਦ ਸਿਉ ਲਾਗੀ ॥
ଯାହାର ପ୍ରେମ ଗୋବିନ୍ଦ ସହିତ ହୋଇଯାଏ,

ਦੂਖੁ ਦਰਦੁ ਭ੍ਰਮੁ ਤਾ ਕਾ ਭਾਗੀ ॥੧॥ ਰਹਾਉ ॥
ତାହାର ଦୁଃଖ, ଯନ୍ତ୍ରଣା ଏବଂ ଭ୍ରମ ଦୂର ହୋଇଯାଏ ॥1॥ରୁହ॥

ਜਾ ਕਉ ਰਸੁ ਹਰਿ ਰਸੁ ਹੈ ਆਇਓ ॥
ଯେଉଁ ବ୍ୟକ୍ତିକୁ ହରିରସର ଆନନ୍ଦ ପ୍ରାପ୍ତ ହୋଇଯାଏ,

ਸੋ ਅਨ ਰਸ ਨਾਹੀ ਲਪਟਾਇਓ ॥੨॥
ସେହି ହରିରସ ବିନା ଅନ୍ୟ ରସରେ ଲିପ୍ତ ହୁଏନାହିଁ ॥2॥

ਜਾ ਕਾ ਕਹਿਆ ਦਰਗਹ ਚਲੈ ॥
ଯାହା ଦ୍ଵାରା ବୋଲାଯାଇଥିବା ଶବ୍ଦ ପ୍ରଭୁଙ୍କ ଦରବାରରେ ଗୁରୁତ୍ଵ ଦିଆଯାଏ,

ਸੋ ਕਿਸ ਕਉ ਨਦਰਿ ਲੈ ਆਵੈ ਤਲੈ ॥੩॥
ସେ କାହାର ଚିନ୍ତା କରିଥାଏ ( ଅର୍ଥାତ, ତାହାର କୌଣସି ଆବଶ୍ୟକତା ରହେ ନାହିଁ) ॥3॥

ਜਾ ਕਾ ਸਭੁ ਕਿਛੁ ਤਾ ਕਾ ਹੋਇ ॥
ଯେଉଁ ଇଶ୍ଵର ସୃଷ୍ଟିର ରଚନା କରିଛନ୍ତି, ଜୀବଜନ୍ତୁ ଅଥବା ସଂପୂର୍ଣ୍ଣ ଜଗତ ତାହାର ଅଟେ,

ਨਾਨਕ ਤਾ ਕਉ ਸਦਾ ਸੁਖੁ ਹੋਇ ॥੪॥੩੩॥੧੦੨॥
ହେ ନାନକ! ଯେଉଁ ମନୁଷ୍ୟ ସେହି ଈଶ୍ବରଙ୍କ ଭକ୍ତ ବନିଥାଏ, ତାହାକୁ ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ ॥4॥33॥102॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਜਾ ਕੈ ਦੁਖੁ ਸੁਖੁ ਸਮ ਕਰਿ ਜਾਪੈ ॥
ଯେଉଁ ବ୍ୟକ୍ତିକୁ ଦୁଖ ଏବଂ ସୁଖ ସମାନ ପ୍ରତୀତ ହୋଇଥାଏ,

ਤਾ ਕਉ ਕਾੜਾ ਕਹਾ ਬਿਆਪੈ ॥੧॥
ତାହାକୁ କୌଣସି ଚିନ୍ତା କେମିତି ଆସିବ? ॥1॥

ਸਹਜ ਅਨੰਦ ਹਰਿ ਸਾਧੂ ਮਾਹਿ ॥
ଯେଉଁ ଭଗବାନଙ୍କ ସାଧୁଙ୍କ ମନରେ ସ୍ଵାଭାବିକ ଭାବରେ ଆନନ୍ଦ ଉତ୍ପନ୍ନ ହୋଇଥାଏ,

ਆਗਿਆਕਾਰੀ ਹਰਿ ਹਰਿ ਰਾਇ ॥੧॥ ਰਹਾਉ ॥
ସେ ସର୍ବଦା ପ୍ରଭୁ-ପରମେଶ୍ଵରଙ୍କ ଆଜ୍ଞାକାରୀ ବନିରହିଥାଏ ॥1॥ରୁହ॥

ਜਾ ਕੈ ਅਚਿੰਤੁ ਵਸੈ ਮਨਿ ਆਇ ॥
ଯାହାର ହୃଦୟରେ ନିଶ୍ଚିନ୍ତ ପରମେଶ୍ଵର ନିବାସ କରିଥାନ୍ତି,

ਤਾ ਕਉ ਚਿੰਤਾ ਕਤਹੂੰ ਨਾਹਿ ॥੨॥
ତାହାଙ୍କୁ କଦାପି ଚିନ୍ତା ଲାଗେ ନାହିଁ ॥2॥

ਜਾ ਕੈ ਬਿਨਸਿਓ ਮਨ ਤੇ ਭਰਮਾ ॥
ଯାହାର ହୃଦୟରୁ ଭ୍ରମ ନିବୃତ୍ତ ହୋଇଯାଇଛି,

ਤਾ ਕੈ ਕਛੂ ਨਾਹੀ ਡਰੁ ਜਮਾ ॥੩॥
ତାହାର ମୃତ୍ୟୁର ଲେସ ମାତ୍ର ଭୟ ରହେ ନାହିଁ। ॥3॥

ਜਾ ਕੈ ਹਿਰਦੈ ਦੀਓ ਗੁਰਿ ਨਾਮਾ ॥
ଯାହାର ହୃଦୟରେ ଗୁରୁଦେବ ପ୍ରଭୁ-ନାମ ପ୍ରଦାନ କରିଛନ୍ତି,

ਕਹੁ ਨਾਨਕ ਤਾ ਕੈ ਸਗਲ ਨਿਧਾਨਾ ॥੪॥੩੪॥੧੦੩॥
ହେ ନାନକ! ସେ ସମସ୍ତ ନିଧିର ସ୍ଵାମୀ ବନିଯାଏ ॥4॥34॥103॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਅਗਮ ਰੂਪ ਕਾ ਮਨ ਮਹਿ ਥਾਨਾ ॥
ଅଗମ୍ୟ ସ୍ୱରୂପ ପରମେଶ୍ଵର ମନୁଷ୍ୟର ମନରେ ନିବାସ କରିଥାନ୍ତି।

ਗੁਰ ਪ੍ਰਸਾਦਿ ਕਿਨੈ ਵਿਰਲੈ ਜਾਨਾ ॥੧॥
ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ଏହି ସତ୍ୟକୁ ବୁଝିଥାଏ ॥1॥

ਸਹਜ ਕਥਾ ਕੇ ਅੰਮ੍ਰਿਤ ਕੁੰਟਾ ॥
ପ୍ରଭୁଙ୍କ ସ୍ଵାଭାବିକ କଥା ଅମୃତ-କୁଣ୍ଡ ଅଟେ।

ਜਿਸਹਿ ਪਰਾਪਤਿ ਤਿਸੁ ਲੈ ਭੁੰਚਾ ॥੧॥ ਰਹਾਉ ॥
ଯାହାକୁ ଏହା ପ୍ରାପ୍ତି ହୋଇଯାଏ, ସେ ଅମୃତ ପାନ କରିଥାଏ ॥1॥ରୁହ॥

ਅਨਹਤ ਬਾਣੀ ਥਾਨੁ ਨਿਰਾਲਾ ॥
ବୈକୁଣ୍ଠରେ ଏକ ଅଦ୍ଭୁତ ସ୍ଥାନ ଅଛି, ଯେଉଁଠି ଅନାହତ ବାଣୀର ମଧୁର ଧ୍ୱନି ଗୁଞ୍ଜନ ହୋଇଥାଏ।

ਤਾ ਕੀ ਧੁਨਿ ਮੋਹੇ ਗੋਪਾਲਾ ॥੨॥
ଏହି ମଧୁର ଧ୍ୱନି ଶୁଣି ଗୋପାଳ ମଧ୍ୟ ମୁଗ୍ଧ ହୋଇଯାଏ ॥2॥

ਤਹ ਸਹਜ ਅਖਾਰੇ ਅਨੇਕ ਅਨੰਤਾ ॥
ସେଠାରେ ବିଭିନ୍ନ ପ୍ରକାର ଆନନ୍ଦ ଦାୟକ ଏବଂ ଅନନ୍ତ ସୁଖ ନିବାସ ଥାଏ।

ਪਾਰਬ੍ਰਹਮ ਕੇ ਸੰਗੀ ਸੰਤਾ ॥੩॥
ସେଠାରେ ପରଂବ୍ରହ୍ମ ପ୍ରଭୁଙ୍କ ସାଥି, ସାଧୁ ନିବାସ କରିଥାନ୍ତି ॥3॥

ਹਰਖ ਅਨੰਤ ਸੋਗ ਨਹੀ ਬੀਆ ॥
ଶେଠାରେ ଅନନ୍ତ ହର୍ଷ ଥାଏ ଆଉ ଦୁଃଖ ଅଥବା ଦୈତ୍ୟ ଭାବ ନଥାଏ।

ਸੋ ਘਰੁ ਗੁਰਿ ਨਾਨਕ ਕਉ ਦੀਆ ॥੪॥੩੫॥੧੦੪॥
ସେହି ଘର ଗୁରୁ ନାନକଙ୍କୁ ପ୍ରଦାନ କରିଛନ୍ତି ॥4॥35॥104॥

ਗਉੜੀ ਮਃ ੫ ॥
ଗଉଡି ମହଲା 5 ॥

ਕਵਨ ਰੂਪੁ ਤੇਰਾ ਆਰਾਧਉ ॥
ହେ ପ୍ରଭୁ! ତୋର ରୂପ ଅନନ୍ତ ଅଟେ। ଏଥିପାଇଁ, ତୋର ସେହି କଣ ରୂପ ଅଟେ, ଯାହାର ଆରାଧନା ମୁଁ କରିବି।

ਕਵਨ ਜੋਗ ਕਾਇਆ ਲੇ ਸਾਧਉ ॥੧॥
ହେ ଇଶ୍ଵର! ଯୋଗର ଏହା କେଉଁ ସାଧନ ଅଟେ ଯାହା ଦ୍ଵାରା ମୁଁ ନିଜ ମନକୁ ବଶ କରିବି ॥1॥

error: Content is protected !!