ODIA PAGE 188

ਮਾਨੁ ਮਹਤੁ ਨਾਨਕ ਪ੍ਰਭੁ ਤੇਰੇ ॥੪॥੪੦॥੧੦੯॥
ନାନକ କହନ୍ତି ଯେ ହେ ଦୟାଳୁ ପରମାତ୍ମା ! ମୋତେ ପ୍ରତିଷ୍ଠା ଏବଂ ମାନ-ସମ୍ମାନ ତୋ’ ଦ୍ଵାରା ଦିଆ ହୋଇଛି ॥4॥40॥109॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਜਾ ਕਉ ਤੁਮ ਭਏ ਸਮਰਥ ਅੰਗਾ ॥
ହେ ସର୍ବଶକ୍ତିମାନ ସ୍ଵାମୀ! ତୁ ଯେଉଁ ବ୍ୟକ୍ତିକୁ ସହାୟତା କରୁ,”

ਤਾ ਕਉ ਕਛੁ ਨਾਹੀ ਕਾਲੰਗਾ ॥੧॥
ସେଥିରେ କିଛି ମଧ୍ୟ କଳଙ୍କ ଲାଗିପାରେ ନାହିଁ॥1॥

ਮਾਧਉ ਜਾ ਕਉ ਹੈ ਆਸ ਤੁਮਾਰੀ ॥
ହେ ମାଧବ! ତୋ ଉପରେ ଯାହାର ଆଶା ଅଛି,”

ਤਾ ਕਉ ਕਛੁ ਨਾਹੀ ਸੰਸਾਰੀ ॥੧॥ ਰਹਾਉ ॥
ତାହା ଠାରେ ସଂସାରର ତୃଷ୍ଣା ଲେସ ମାତ୍ର ରହେ ନାହିଁ ॥1॥ରୁହ॥

ਜਾ ਕੈ ਹਿਰਦੈ ਠਾਕੁਰੁ ਹੋਇ ॥
ଯାହାର ହୃଦୟରେ ଜଗତର ଠାକୁର ନିବାସ କରିଥାନ୍ତି,”

ਤਾ ਕਉ ਸਹਸਾ ਨਾਹੀ ਕੋਇ ॥੨॥
ତାହାକୁ କୌଣସି ଦୁଃଖ ଯନ୍ତ୍ରଣା ସ୍ପର୍ଶ କରିପାରେ ନାହିଁ ॥2॥

ਜਾ ਕਉ ਤੁਮ ਦੀਨੀ ਪ੍ਰਭ ਧੀਰ ॥
ହେ ସର୍ବେଶ୍ଵର ପ୍ରଭୁ! ଯାହାକୁ ତୁ ନିଜ ଧୈର୍ଯ୍ୟ ପ୍ରଦାନ କରିଅଛୁ,”

ਤਾ ਕੈ ਨਿਕਟਿ ਨ ਆਵੈ ਪੀਰ ॥੩॥
ତାହାର ନିକଟରେ କିଛି ମଧ୍ୟ ପୀଡା ନଥାଏ ॥3॥

ਕਹੁ ਨਾਨਕ ਮੈ ਸੋ ਗੁਰੁ ਪਾਇਆ ॥
ହେ ନାନକ! ମୋତେ ସେହି ଗୁରୁ ପ୍ରାପ୍ତ ହୋଇଛି,”

ਪਾਰਬ੍ਰਹਮ ਪੂਰਨ ਦੇਖਾਇਆ ॥੪॥੪੧॥੧੧੦॥
ଯିଏ ମୋତେ ପୂର୍ଣ୍ଣ ପରଂବ୍ରହ୍ମ ପ୍ରଭୁଙ୍କ ଦର୍ଶନ କରାଇଛନ୍ତି ॥4॥41॥110॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਦੁਲਭ ਦੇਹ ਪਾਈ ਵਡਭਾਗੀ ॥
ଏହି ଦୁର୍ଲଭ ମାନ ଦେହ ସୌଭାଗ୍ୟରୁ ପ୍ରାପ୍ତ ହୋଇଛି।

ਨਾਮੁ ਨ ਜਪਹਿ ਤੇ ਆਤਮ ਘਾਤੀ ॥੧॥
ଯିଏ ଈଶ୍ବରଙ୍କ ନାମ ସ୍ମରଣ କରେ ନାହିଁ, ସେ ଆତ୍ମଘାତି ଅଟେ ॥1॥

ਮਰਿ ਨ ਜਾਹੀ ਜਿਨਾ ਬਿਸਰਤ ਰਾਮ ॥
ଯେଉଁ ବ୍ୟକ୍ତି ରାମଙ୍କୁ ବିସ୍ମୃତ କରିଛି, ସେ ସିଏ କାହିଁକି ମୃତ୍ୟୁ ପ୍ରାପ୍ତ କରିବ ନାହିଁ?

ਨਾਮ ਬਿਹੂਨ ਜੀਵਨ ਕਉਨ ਕਾਮ ॥੧॥ ਰਹਾਉ ॥
ନାମ ବିନା ଏହି ଜୀବନ କେଉଁ କାମର ଅଟେ ॥1॥ରୁହ॥

ਖਾਤ ਪੀਤ ਖੇਲਤ ਹਸਤ ਬਿਸਥਾਰ ॥
ଖାଇବା, ପିଇବା, ଖେଳିବା, ହସିବା ଆଦି ସାଧନ ଆଡମ୍ବର ଅଟେ,

ਕਵਨ ਅਰਥ ਮਿਰਤਕ ਸੀਗਾਰ ॥੨॥
କାରଣ ଏହା ମୃତକକୁ ଆଭୁଷଣରେ ସଜ୍ଜିତ କରିବା ସମାନ ଆଟେ ॥2॥

ਜੋ ਨ ਸੁਨਹਿ ਜਸੁ ਪਰਮਾਨੰਦਾ ॥
ଯେଉଁ ବ୍ୟକ୍ତି ପରମାନନ୍ଦ ପ୍ରଭୁଙ୍କ ଯଶ ଶୁଣି ନଥାଏ,

ਪਸੁ ਪੰਖੀ ਤ੍ਰਿਗਦ ਜੋਨਿ ਤੇ ਮੰਦਾ ॥੩॥
ସେ ପଶୁ-ପକ୍ଷୀ ଏବଂ ସରୀସୃପର ଯୋନିରୁ ମଧ୍ୟ ମନ୍ଦ ଆଟେ ॥3॥

ਕਹੁ ਨਾਨਕ ਗੁਰਿ ਮੰਤ੍ਰੁ ਦ੍ਰਿੜਾਇਆ ॥
ହେ ନାନକ! ଗୁରୁ ମୋ’ ଭିତରେ ନାମ ମନ୍ତ୍ର ସୁଦୃଢ କରିଦେଇଛନ୍ତି।

ਕੇਵਲ ਨਾਮੁ ਰਿਦ ਮਾਹਿ ਸਮਾਇਆ ॥੪॥੪੨॥੧੧੧॥
କେବଳ ନାମ ହିଁ ମୋର ହୃଦୟରେ ଲୀନ ରହିଥାଏ ॥4॥42॥111॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਕਾ ਕੀ ਮਾਈ ਕਾ ਕੋ ਬਾਪ ॥
ନା କିଏ କାହାର ମାତା ଆଉ ନାକିଏ କାହାର ପିତା ଅଟନ୍ତି।

ਨਾਮ ਧਾਰੀਕ ਝੂਠੇ ਸਭਿ ਸਾਕ ॥੧॥
ଏହି ସବୁ ସମ୍ପର୍କ ନାମମାତ୍ର ଏବଂ ମିଥ୍ୟା ଅଟେ ॥1॥

ਕਾਹੇ ਕਉ ਮੂਰਖ ਭਖਲਾਇਆ ॥
ହେ ମୂର୍ଖ! ତୁ କାହା ପାଇଁ କହୁଅଛୁ?

ਮਿਲਿ ਸੰਜੋਗਿ ਹੁਕਮਿ ਤੂੰ ਆਇਆ ॥੧॥ ਰਹਾਉ ॥
ଭଗବାନଙ୍କ ହୁକୁମ ଏବଂ ସଂଯୋଗବଶତଃ ତୁ ଏହି ଦୁନିଆକୁ ଆସିଛୁ ॥1॥ରୁହ॥

ਏਕਾ ਮਾਟੀ ਏਕਾ ਜੋਤਿ ॥
ସମସ୍ତ ପ୍ରାଣୀଙ୍କ ଠାରେ ଏକ ହିଁ ମାଟି ଅଛି ଆଉ ଏକ ହିଁ ବ୍ରହ୍ମ-ଜ୍ୟୋତି ଅଛି।

ਏਕੋ ਪਵਨੁ ਕਹਾ ਕਉਨੁ ਰੋਤਿ ॥੨॥
ସବୁଙ୍କ ଠାରେ ଏକ ହିଁ ପ୍ରାଣ ଅଛି, ଯାହା ଦ୍ଵାରା ଜୀବ ଶ୍ଵାସ ନେଇଥାଏ ଏବଂ ଜୀବିତ ରହିଥାଏ। ଏଣୁ, ଦୁନିଆରୁ କିଏ ଚାଲିଗଲେ ଆମେ କାହିଁକି ବିଳାପ କରୁ? ॥2॥

ਮੇਰਾ ਮੇਰਾ ਕਰਿ ਬਿਲਲਾਹੀ ॥
ଲୋକେ ‘ମୋର, ମୋର’ କହି ବିଳାପ କରିଥାନ୍ତି।

ਮਰਣਹਾਰੁ ਇਹੁ ਜੀਅਰਾ ਨਾਹੀ ॥੩॥
ପରନ୍ତୁ, ଏହି ଆତ୍ମା ନାଶଶୀଳ ନୁହେଁ ॥3॥

ਕਹੁ ਨਾਨਕ ਗੁਰਿ ਖੋਲੇ ਕਪਾਟ ॥
ହେ ନାନକ! ଗୁରୁ ଯାହାର କବାଟ ଖୋଲିଦେଇଛନ୍ତି,

ਮੁਕਤੁ ਭਏ ਬਿਨਸੇ ਭ੍ਰਮ ਥਾਟ ॥੪॥੪੩॥੧੧੨॥
ସେ ମୁକ୍ତ ହୋଇଯାଇଛି ଆଉ ତାହାର ଭ୍ରମ ନାଶ ହୋଇଯାଇଛି। ॥4॥43॥112॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਵਡੇ ਵਡੇ ਜੋ ਦੀਸਹਿ ਲੋਗ ॥
ଯେତେ ବଡ ବଡ ଧନବାନ ଲୋକ ଦେଖାଯାଉଛନ୍ତି,

ਤਿਨ ਕਉ ਬਿਆਪੈ ਚਿੰਤਾ ਰੋਗ ॥੧॥
ତାହାଙ୍କ ଚିନ୍ତାର ରୋଗ ଲାଗିରହିଥାଏ ॥1॥

ਕਉਨ ਵਡਾ ਮਾਇਆ ਵਡਿਆਈ ॥
ମାୟାର ପ୍ରଶଂସା କାରଣରୁ କେହି ବି ମନୁଷ୍ୟ ବଡ ବନିପାରେ ନାହିଁ?

ਸੋ ਵਡਾ ਜਿਨਿ ਰਾਮ ਲਿਵ ਲਾਈ ॥੧॥ ਰਹਾਉ ॥
ସେ ମହାନ ଅଟେ ଯିଏ ରାମଙ୍କ ଠାରେ ବୃତ୍ତି ଲଗାଇଛି ॥1॥ରୁହ॥

ਭੂਮੀਆ ਭੂਮਿ ਊਪਰਿ ਨਿਤ ਲੁਝੈ ॥
ଭୂମିର ସ୍ଵାମୀ ମନୁଷ୍ୟ ଭୂମି ପାଇଁ ଅନ୍ୟ ସହିତ ଲଢାଇ କରିଥାଏ,

ਛੋਡਿ ਚਲੈ ਤ੍ਰਿਸਨਾ ਨਹੀ ਬੁਝੈ ॥੨॥
କିନ୍ତୁ, ଯାହା ପାଇଁ ସେ ଲଢାଇ କରିଥାଏ, ସେ ସାରା ଭୂମି ଏହିଠାରେ ଛାଡି ଚାଲିଯାଏ, ପରନ୍ତୁ, ତାହାର ତୃଷ୍ଣା ଦୂର ହୋଇନାହିଁ।

ਕਹੁ ਨਾਨਕ ਇਹੁ ਤਤੁ ਬੀਚਾਰਾ ॥
ହେ ନାନକ! ବିଚାର କରି ଦେଖିଛି ଏହା ବାସ୍ତବିକ କଥା,

ਬਿਨੁ ਹਰਿ ਭਜਨ ਨਾਹੀ ਛੁਟਕਾਰਾ ॥੩॥੪੪॥੧੧੩॥
ଯେ ଭଗବାନଙ୍କ ଭଜନ ବିନା କାହାକୁ ମଧ୍ୟ ମୁକ୍ତି ମିଳେ ନାହିଁ ॥3॥44॥113॥

ਗਉੜੀ ਮਹਲਾ ੫ ॥
ଗୌଡୀୟ ମହଲା 5 ॥

ਪੂਰਾ ਮਾਰਗੁ ਪੂਰਾ ਇਸਨਾਨੁ ॥
ପ୍ରଭୂ ଲବଧି ପାଇଁ ନାମ-ମାର୍ଗ ପୂର୍ଣ୍ଣ ଅଟେ ଆଉ ନାମ-ସ୍ମରଣ ହିଁ ପୂର୍ଣ୍ଣ ତୀର୍ଥ –ସ୍ନାନ ଅଟେ

ਸਭੁ ਕਿਛੁ ਪੂਰਾ ਹਿਰਦੈ ਨਾਮੁ ॥੧॥
ଯେଉଁ ବ୍ୟକ୍ତିର ହୃଦୟରେ ନାମର ନିବାସ ହୋଇଯାଏ, ତାହାର ସବୁ କିଛି ପୂର୍ଣ୍ଣ ହୋଇଯାଏ ॥1॥

ਪੂਰੀ ਰਹੀ ਜਾ ਪੂਰੈ ਰਾਖੀ ॥
ସେହି ପୂର୍ଣ୍ଣ ବ୍ରହ୍ମ ତାହାଙ୍କ ପୂର୍ଣ୍ଣ ପ୍ରତିଷ୍ଠା ରଖିଛନ୍ତି:

ਪਾਰਬ੍ਰਹਮ ਕੀ ਸਰਣਿ ਜਨ ਤਾਕੀ ॥੧॥ ਰਹਾਉ ॥
ଯେବେ ସେବକ ନିଜ ସ୍ଵାମୀ ପରଂବ୍ରହ୍ମଙ୍କ ଶରଣ ନେଇଛନ୍ତି ॥1॥

ਪੂਰਾ ਸੁਖੁ ਪੂਰਾ ਸੰਤੋਖੁ ॥
ସେବକକୁ ପୂର୍ଣ୍ଣ ସୁଖ ଏବଂ ପୂର୍ଣ୍ଣ ସନ୍ତୋଷ ପ୍ରାପ୍ତ ହୋଇଯାଇଛି।

ਪੂਰਾ ਤਪੁ ਪੂਰਨ ਰਾਜੁ ਜੋਗੁ ॥੨॥
ନାମ-ତପସ୍ୟା ହିଁ ପୂର୍ଣ୍ଣ ତପସ୍ୟା ଆଉ ପୂର୍ଣ୍ଣ ରାଜଯୋଗ ଅଟେ ॥2॥

ਹਰਿ ਕੈ ਮਾਰਗਿ ਪਤਿਤ ਪੁਨੀਤ ॥
ଭଗବାନଙ୍କ ମାର୍ଗରେ ଚାଲୁଥିବା ପାପୀ ମଧ୍ୟ ପବିତ୍ର ହୋଇଯାଏ

ਪੂਰੀ ਸੋਭਾ ਪੂਰਾ ਲੋਕੀਕ ॥੩॥
ଆଉ ସେହି ଲୋକ-ପରଲୋକରେ ପୂର୍ଣ୍ଣ ଶୋଭା ପ୍ରାପ୍ତ କରିଥାଏ ତଥା ଲୋକଙ୍କ ଠାରେ ତାହାର ବ୍ୟବହାର ଭଲ ହୋଇଯାଏ ॥3॥

ਕਰਣਹਾਰੁ ਸਦ ਵਸੈ ਹਦੂਰਾ ॥
ରଚୟିତା ପ୍ରଭୁ ସର୍ବଦା ତାହାଙ୍କ ନିକଟରେ ବାସ କରିଥାନ୍ତି।

ਕਹੁ ਨਾਨਕ ਮੇਰਾ ਸਤਿਗੁਰੁ ਪੂਰਾ ॥੪॥੪੫॥੧੧੪॥
ହେ ନାନକ! ମୋର ସଦଗୁରୁ ପୂର୍ଣ୍ଣ ଅଟନ୍ତି ॥4॥45॥114॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਸੰਤ ਕੀ ਧੂਰਿ ਮਿਟੇ ਅਘ ਕੋਟ ॥
ସନ୍ଥଙ୍କ ଚରଣ ଧୂଳି ଦ୍ଵାରା କୋଟି କୋଟି ପାପ ଦୂର ହୋଇଯାଏ।

error: Content is protected !!