ਹਰਿ ਨਾਮੁ ਹਿਰਦੈ ਪਵਿਤ੍ਰੁ ਪਾਵਨੁ ਇਹੁ ਸਰੀਰੁ ਤਉ ਸਰਣੀ ॥੭॥
ହେ ହରି! ମୋର ଏହି ଶରୀର ତୋର ଶରଣରେ ଅଛି ଆଉ ତୋର ପବିତ୍ର ପାବନ ନାମ ମୋର ହୃଦୟରେ ସ୍ଥାପିତ ହୋଇଛି ||7||
ਲਬ ਲੋਭ ਲਹਰਿ ਨਿਵਾਰਣੰ ਹਰਿ ਨਾਮ ਰਾਸਿ ਮਨੰ ॥
ହରିନାମର ପୁଞ୍ଜି ମନରେ ଆସିଲେ ଲୋଭ-ଲାଳସାର ଲହଡି ନାଶ ହୋଇଯାଏ।
ਮਨੁ ਮਾਰਿ ਤੁਹੀ ਨਿਰੰਜਨਾ ਕਹੁ ਨਾਨਕਾ ਸਰਨੰ ॥੮॥੧॥੫॥
ଗୁରୁ ନାନକଙ୍କ କଥନ ଯେ ହେ ନିରଞ୍ଜନ ପ୍ରଭୁ! ମୁଁ ତୋର ଶରଣରେ ଆସିଛି, ତୁ ହିଁ ମୋର ମନକୁ ବଶୀଭୂତ କରିଛୁ ||8||1||5||
ਗੂਜਰੀ ਮਹਲਾ ੩ ਘਰੁ ੧
ଗୁଜରୀ ମହଲା 3 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਨਿਰਤਿ ਕਰੀ ਇਹੁ ਮਨੁ ਨਚਾਈ ॥
ମୁଁ ନୃତ୍ୟ କରିଥାଏ, ପରନ୍ତୁ ନିଜର ଏହି ମନକୁ ନଚାଇ ଥାଏ।
ਗੁਰ ਪਰਸਾਦੀ ਆਪੁ ਗਵਾਈ ॥
ଗୁରୁଙ୍କ କୃପାରୁ ମୁଁ ନିଜ ଅହଂକାର ଦୂର କରିଦେଇଛି।
ਚਿਤੁ ਥਿਰੁ ਰਾਖੈ ਸੋ ਮੁਕਤਿ ਹੋਵੈ ਜੋ ਇਛੀ ਸੋਈ ਫਲੁ ਪਾਈ ॥੧॥
ଯିଏ ନିଜ ମନକୁ ହରି-ଚରଣରେ ସ୍ଥିର ରଖିଥାଏ, ତାହାର ମୁକ୍ତି ହୋଇଯାଏ ତଥା ଯେପରି ଇଚ୍ଛା କରିଥାଏ, ସେପରି ମନୋବାଞ୍ଛିତ ଫଳ ପ୍ରାପ୍ତ କରିଥାଏ||1||
ਨਾਚੁ ਰੇ ਮਨ ਗੁਰ ਕੈ ਆਗੈ ॥
ହେ ମନ! ନିଜ ଗୁରୁଙ୍କ ସମ୍ମୁଖରେ ଶ୍ରଦ୍ଧା ସହିତ ନୃତ୍ୟ କର।
ਗੁਰ ਕੈ ਭਾਣੈ ਨਾਚਹਿ ਤਾ ਸੁਖੁ ਪਾਵਹਿ ਅੰਤੇ ਜਮ ਭਉ ਭਾਗੈ ॥ ਰਹਾਉ ॥
ଯଦି ତୁମେ ଗୁରୁଙ୍କ ଇଚ୍ଛା ଅନୁସାରେ ନୃତ୍ୟ କର, ତାହାହେଲେ ତୋତେ ସୁଖ ପ୍ରାପ୍ତି ହେବ ଆଉ ଅନ୍ତିମ ସମୟରେ ମୃତ୍ୟୁର ଭୟ ମଧ୍ୟ ତୋ’ ଠାରୁ ଦୂରେଇଯିବ॥ରୁହ॥
ਆਪਿ ਨਚਾਏ ਸੋ ਭਗਤੁ ਕਹੀਐ ਆਪਣਾ ਪਿਆਰੁ ਆਪਿ ਲਾਏ ॥
ଯାହାକୁ ପ୍ରଭୁ ସ୍ଵୟଂ ନଚାଇ ଥାଆନ୍ତି, ତାହାକୁ ଭକ୍ତ କୁହାଯାଏ, ନିଜ ପ୍ରେମ ଦ୍ଵାରା ପ୍ରଭୁ ଠାକୁ ସ୍ଵୟଂ ହିଁ ନିଜ ଚରଣରେ ଶରଣ ଦେଇଥାନ୍ତି।
ਆਪੇ ਗਾਵੈ ਆਪਿ ਸੁਣਾਵੈ ਇਸੁ ਮਨ ਅੰਧੇ ਕਉ ਮਾਰਗਿ ਪਾਏ ॥੨॥
ଇଶ୍ଵର ସ୍ଵୟଂ ହିଁ ଗାନ କରିଥାନ୍ତି ଆଉ ସ୍ଵୟଂ ହିଁ ଶୁଣାଇ ଥାଆନ୍ତି ତଥା ଅନ୍ଧ ଜ୍ଞାନହୀନ ମନକୁ ସତମାର୍ଗରେ ଲଗାଇ ଥାଆନ୍ତି ||2||
ਅਨਦਿਨੁ ਨਾਚੈ ਸਕਤਿ ਨਿਵਾਰੈ ਸਿਵ ਘਰਿ ਨੀਦ ਨ ਹੋਈ ॥
ଯିଏ ଦିନ ରାତି ନୃତ୍ୟ କରିଥାଏ ଆଉ ମାୟାର ଶକ୍ତି ଉପରେ ଅଙ୍କୁଶ ଲଗାଇ ଥାଏ, ସେ ପ୍ରଭୁଙ୍କ ମନ୍ଦିରରେ ପ୍ରବିଷ୍ଟ ହୋଇଯାଏ, ଯେଉଁଠି ମୋହ ମାୟାର ନିଦ୍ରା ହୁଏନାହିଁ।
ਸਕਤੀ ਘਰਿ ਜਗਤੁ ਸੂਤਾ ਨਾਚੈ ਟਾਪੈ ਅਵਰੋ ਗਾਵੈ ਮਨਮੁਖਿ ਭਗਤਿ ਨ ਹੋਈ ॥੩॥
ମାୟାର ଘରେ ଶୟନ କରି ଜଗତ ନାଚିଥାଏ ଏବଂ ଦୈତ୍ୟବାଦକୁ ଗାନ କରିଥାଏ, ସ୍ଵେଚ୍ଛାଚାରୀ ପୁରୁଷ ପ୍ରଭୁ-ଭକ୍ତି କରିପାରେ ନାହିଁ॥3॥
ਸੁਰਿ ਨਰ ਵਿਰਤਿ ਪਖਿ ਕਰਮੀ ਨਾਚੇ ਮੁਨਿ ਜਨ ਗਿਆਨ ਬੀਚਾਰੀ ॥
ଦେବତା, ମନୁଷ୍ୟ, ମୁନିଜନ, ଜ୍ଞାନୀ ତଥା ଚିନ୍ତକ ମଧ୍ୟ ଈଶ୍ଵରଙ୍କ କୃପାରୁ ନୃତ୍ୟ କରିଥାଏ।
ਸਿਧ ਸਾਧਿਕ ਲਿਵ ਲਾਗੀ ਨਾਚੇ ਜਿਨ ਗੁਰਮੁਖਿ ਬੁਧਿ ਵੀਚਾਰੀ ॥੪॥
ସିଦ୍ଧ, ସାଧକ ପୁରୁଷ ଗୁରୁଙ୍କ ଶରଣାଗତ ହୋଇ ଉତ୍ତମ ବୁଦ୍ଧି ପ୍ରାପ୍ତ କରି ବିଚାରବନ୍ତ ବନିଯାଏ ତଥା ପ୍ରଭୁଙ୍କ ଠାରେ ସୁରତି ଲଗାଇ ନୃତ୍ୟ କରିଥାଏ||4||
ਖੰਡ ਬ੍ਰਹਮੰਡ ਤ੍ਰੈ ਗੁਣ ਨਾਚੇ ਜਿਨ ਲਾਗੀ ਹਰਿ ਲਿਵ ਤੁਮਾਰੀ ॥
ହେ ପ୍ରଭୁ! ଖଣ୍ଡ, ବ୍ରହ୍ମାଣ୍ଡରେ ରହୁଥିବା ତ୍ରିଗୁଣାତ୍ମକ ଜୀବ ଯିଏ ତୋର ସାଥିରେ ଧ୍ୟାନ ଲଗାଇଛି, ସେ ତୋର ଇଚ୍ଛାରେ ନୃତ୍ୟ କରିଥାଏ।
ਜੀਅ ਜੰਤ ਸਭੇ ਹੀ ਨਾਚੇ ਨਾਚਹਿ ਖਾਣੀ ਚਾਰੀ ॥੫॥
ଜୀବ-ଜନ୍ତୁ ଏବଂ ଜୀବନର ଚାରି ସ୍ରୋତ ପ୍ରଭୁଙ୍କ ଇଚ୍ଛାରେ ନୃତ୍ୟ କରିଥାନ୍ତି||5||
ਜੋ ਤੁਧੁ ਭਾਵਹਿ ਸੇਈ ਨਾਚਹਿ ਜਿਨ ਗੁਰਮੁਖਿ ਸਬਦਿ ਲਿਵ ਲਾਏ ॥
ହେ ପ୍ରଭୁ! ତୋତେ ଯିଏ ଭଲ ଲାଗିଥାଏ, କେବଳ ସିଏ ହିଁ ନାଚିଥାଏ ତଥା ଯେଉଁ ଗୁରୁମୁଖୀ ଶବ୍ଦରେ ଧ୍ୟାନ ଲଗାଇ ଥାଏ, ସେ ମଧ୍ୟ କ୍ରିୟାଶୀଳ ଅଟେ।
ਸੇ ਭਗਤ ਸੇ ਤਤੁ ਗਿਆਨੀ ਜਿਨ ਕਉ ਹੁਕਮੁ ਮਨਾਏ ॥੬॥
ଯାହା ଦ୍ଵାରା ପ୍ରଭୁ ନିଜ ହୁକୁମ ପାଳନ କରାଇ ଥାଆନ୍ତି, ସେହି ଭକ୍ତ ଏବଂ ତତ୍ତ୍ଵ ଜ୍ଞାନୀ ଅଟେ||6||
ਏਹਾ ਭਗਤਿ ਸਚੇ ਸਿਉ ਲਿਵ ਲਾਗੈ ਬਿਨੁ ਸੇਵਾ ਭਗਤਿ ਨ ਹੋਈ ॥
ଏହା ଭକ୍ତି ଯେ ମନୁଷ୍ୟ ପ୍ରଭୁଙ୍କ ଠାରେ ଧ୍ୟାନ ଲଗାଉ, ସେବା ବିନା ଭକ୍ତି ହୋଇ ପାରେ ନାହିଁ।
ਜੀਵਤੁ ਮਰੈ ਤਾ ਸਬਦੁ ਬੀਚਾਰੈ ਤਾ ਸਚੁ ਪਾਵੈ ਕੋਈ ॥੭॥
ଯେବେ ମନୁଷ୍ୟ ସାଂସାରିକ କାର୍ଯ୍ୟ କରି ମାୟାର ମୋହ ଦ୍ଵାରା ମରିଯାଏ, ସେତେବେଳେ ସେ ଗୁରୁ ଶବ୍ଦର ଚିନ୍ତନ କରିଥାଏ ତଥା ସତ୍ୟକୁ ପ୍ରାପ୍ତ କରିପାରେ||7||
ਮਾਇਆ ਕੈ ਅਰਥਿ ਬਹੁਤੁ ਲੋਕ ਨਾਚੇ ਕੋ ਵਿਰਲਾ ਤਤੁ ਬੀਚਾਰੀ ॥
ଧନ-ଦୌଲତ ପ୍ରାପ୍ତି ପାଇଁ ଅନେକ ଲୋକ ନାଚିଥାନ୍ତି, କିନ୍ତୁ କେହି ବିରଳ ବ୍ୟକ୍ତି ହିଁ ତତ୍ତ୍ଵ ଜ୍ଞାନକୁ ବୋଧ କରିଥାଏ।
ਗੁਰ ਪਰਸਾਦੀ ਸੋਈ ਜਨੁ ਪਾਏ ਜਿਨ ਕਉ ਕ੍ਰਿਪਾ ਤੁਮਾਰੀ ॥੮॥
ହେ ସ୍ଵାମୀ! ଯେଉଁ ମନୁଷ୍ୟ ଉପରେ ତୁମେ କୃପା-ଦୃଷ୍ଟି କରିଛ, ସେ ଗୁରୁଙ୍କ ଦୟାରୁ ତୋତେ ପାଇଥାଏ||8||
ਇਕੁ ਦਮੁ ਸਾਚਾ ਵੀਸਰੈ ਸਾ ਵੇਲਾ ਬਿਰਥਾ ਜਾਇ ॥
ଯଦି ମୁଁ ଏକ କ୍ଷଣ ପାଇଁ ମଧ୍ୟ ସତ୍ୟ(ପରମାତ୍ମା)ଙ୍କୁ ବିସ୍ମୃତ କରେ, ତାହାହେଲେ ସେହି ସମୟ ବ୍ୟର୍ଥରେ ବିତିଯାଏ।
ਸਾਹਿ ਸਾਹਿ ਸਦਾ ਸਮਾਲੀਐ ਆਪੇ ਬਖਸੇ ਕਰੇ ਰਜਾਇ ॥੯॥
ହେ ଭାଇ! ପ୍ରତି ଶ୍ଵାସରେ ତୁ ସଦା ପ୍ରଭୁଙ୍କୁ ହୃଦୟରେ ଧାରଣ କର, ସେ ନିଜ ଇଚ୍ଛା ଅନୁସାରେ ତୋତେ ସ୍ଵୟଂ କ୍ଷମା କରିଦେବେ ||9||
ਸੇਈ ਨਾਚਹਿ ਜੋ ਤੁਧੁ ਭਾਵਹਿ ਜਿ ਗੁਰਮੁਖਿ ਸਬਦੁ ਵੀਚਾਰੀ ॥
ହେ ପ୍ରଭୁ! କେବଳ ସେ ନାଚିଥାଏ, ଯିଏ ତୋତେ ଭଲ ଲାଗିଥାଏ ଆଉ ଯିଏ ଗୁରୁମୁଖୀ ବନି ଶବ୍ଦର ଚିନ୍ତନ କରିଥାଏ।
ਕਹੁ ਨਾਨਕ ਸੇ ਸਹਜ ਸੁਖੁ ਪਾਵਹਿ ਜਿਨ ਕਉ ਨਦਰਿ ਤੁਮਾਰੀ ॥੧੦॥੧॥੬॥
ନାନକ କହନ୍ତି ଯେ ହେ ପ୍ରଭୁ! ଯାହା ଉପରେ ତୁମର ଦୟା ଦୃଷ୍ଟି ଅଛି, ବାସ୍ତବରେ ସେ ଆତ୍ମିକ ସୁଖ ଅନୁଭୂତି କରିଥାଏ||10||1||6||
ਗੂਜਰੀ ਮਹਲਾ ੪ ਘਰੁ ੨
ଗୁଜରୀ ମହଲା 4 ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ
ਹਰਿ ਬਿਨੁ ਜੀਅਰਾ ਰਹਿ ਨ ਸਕੈ ਜਿਉ ਬਾਲਕੁ ਖੀਰ ਅਧਾਰੀ ॥
ଭଗବାନଙ୍କ ବିନା ମୋର ଏହି ମନ (ଜୀବିତ) ରହିପାରେ ନାହିଁ, ଯେପରି ଦୁଧର ଆଧାରରେ ରହୁଥିବା ବାଳକ ଦୁଧ ବିନା ରହିପାରେ ନାହିଁ।
ਅਗਮ ਅਗੋਚਰ ਪ੍ਰਭੁ ਗੁਰਮੁਖਿ ਪਾਈਐ ਅਪੁਨੇ ਸਤਿਗੁਰ ਕੈ ਬਲਿਹਾਰੀ ॥੧॥
ଅଗମ୍ୟ, ଅଗୋଚର ପ୍ରଭୁ ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରାପ୍ତ କରାଯାଇ ପାରେ, ଏଥିପାଇଁ, ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ||1||
ਮਨ ਰੇ ਹਰਿ ਕੀਰਤਿ ਤਰੁ ਤਾਰੀ ॥
ହେ ମନ! ହରିଙ୍କ ଯଶ-କୀର୍ତ୍ତି ସଂସାର ସାଗରରୁ ପାର ହେବ ପାଇଁ ଏକ ଜାହାଜ ଅଟେ।
ਗੁਰਮੁਖਿ ਨਾਮੁ ਅੰਮ੍ਰਿਤ ਜਲੁ ਪਾਈਐ ਜਿਨ ਕਉ ਕ੍ਰਿਪਾ ਤੁਮਾਰੀ ॥ ਰਹਾਉ ॥
ହେ ପ୍ରଭୁ! ଯାହା ଉପରେ ତୁମର କୃପା-ଦୃଷ୍ଟି ହୋଇଥାଏ, ସେ ଗୁରୁଙ୍କ ଶରଣରେ ନାମ ରୂପୀ ଅମୃତ ଜଳକୁ ପ୍ରାପ୍ତ କରି ନିଏ॥ରୁହ॥