Odia Page 551

ਆਪੇ ਜਲੁ ਆਪੇ ਦੇ ਛਿੰਗਾ ਆਪੇ ਚੁਲੀ ਭਰਾਵੈ ॥
ସେ ନିଜେ ହିଁ ଜଳ ଅଟନ୍ତି, ସେ ନିଜେ ହିଁ ପାଟି କୁଳି କରନ୍ତି ଓ ସେ ନିଜେ ହିଁ ସବୁ କରନ୍ତି। 

ਆਪੇ ਸੰਗਤਿ ਸਦਿ ਬਹਾਲੈ ਆਪੇ ਵਿਦਾ ਕਰਾਵੈ ॥
ସେ ନିଜେ ହିଁ  ମଣ୍ଡଳୀକୁ ଆମନ୍ତ୍ରଣ କରି ବିରାଜମାନ ହୁଅନ୍ତି ଆଉ ସେ ନିଜେ ହିଁ ତାହାକୁ ବିଦା କରନ୍ତି। 

ਜਿਸ ਨੋ ਕਿਰਪਾਲੁ ਹੋਵੈ ਹਰਿ ਆਪੇ ਤਿਸ ਨੋ ਹੁਕਮੁ ਮਨਾਵੈ ॥੬॥
ଯେଉଁ ଜୀବ ଉପରେ ପରମାତ୍ମା ନିଜେ କୃପାଳୁ ହୋଇଥାନ୍ତି, ତାହା ଦ୍ଵାରା ନିଜ ହୁକୁମ ମନାଇ ଥାଆନ୍ତି ||6|| 

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥   

ਕਰਮ ਧਰਮ ਸਭਿ ਬੰਧਨਾ ਪਾਪ ਪੁੰਨ ਸਨਬੰਧੁ ॥
ସବୁ କର୍ମ-ଧର୍ମ ବନ୍ଧନ ହିଁ ଅଟେ, କାରଣ ତାହାର ବନ୍ଧନ ପାପ-ପୂଣ୍ୟ ଦ୍ଵାରା ହୋଇଛି।        

ਮਮਤਾ ਮੋਹੁ ਸੁ ਬੰਧਨਾ ਪੁਤ੍ਰ ਕਲਤ੍ਰ ਸੁ ਧੰਧੁ ॥
ମମତା ଏବଂ ମୋହ ମଧ୍ୟ ବନ୍ଧନ ରୂପ ଅଟେ ତଥା ପୁତ୍ର ଓ ପତ୍ନୀର ସ୍ନେହରେ କରିଥିବା କାର୍ଯ୍ୟ ସଙ୍କଟରେ ପକାଇ ଥାଏ।        

ਜਹ ਦੇਖਾ ਤਹ ਜੇਵਰੀ ਮਾਇਆ ਕਾ ਸਨਬੰਧੁ ॥
ଯେଉଁଠି ଦେଖିଲେ ମଧ୍ୟ ସେଠାରେ ସାଂସାରିକ ମୋହର ବନ୍ଧନର ଫାଶୀ ଦେଖା ଯାଉଛି।       

ਨਾਨਕ ਸਚੇ ਨਾਮ ਬਿਨੁ ਵਰਤਣਿ ਵਰਤੈ ਅੰਧੁ ॥੧॥
ହେ ନାନକ! ଏକ ସଚ୍ଚା ନାମ ବିନା ଜ୍ଞାନହୀନ ଦୁନିଆ ମାୟାର ଅନ୍ଧ ବ୍ୟବହାରରେ ସକ୍ରିୟ ଅଟେ ||1||       

ਮਃ ੪ ॥
ମହଲା 4 ॥  

ਅੰਧੇ ਚਾਨਣੁ ਤਾ ਥੀਐ ਜਾ ਸਤਿਗੁਰੁ ਮਿਲੈ ਰਜਾਇ ॥
ଜ୍ଞାନରେ ଅନ୍ଧ ଜୀବକୁ ସେତେବେଳେ ଜ୍ଞାନ ପ୍ରାପ୍ତ ହୋଇଥାଏ, ଯଦି ପରମାତ୍ମାଙ୍କ ଇଚ୍ଛରେ ସଚ୍ଚା ଗୁରୁ ମିଳିଯାନ୍ତି।        

ਬੰਧਨ ਤੋੜੈ ਸਚਿ ਵਸੈ ਅਗਿਆਨੁ ਅਧੇਰਾ ਜਾਇ ॥
ସେ ଗୁରୁଙ୍କ ସାନ୍ନିଧ୍ୟରେ ରହି ବନ୍ଧନକୁ କାଟି ଦେଇଥାଏ ଏବଂ ସତ୍ୟରେ ବାସ କରିଥାଏ, ଯାହା ଦ୍ଵାରା ତାହାର ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ।

ਸਭੁ ਕਿਛੁ ਦੇਖੈ ਤਿਸੈ ਕਾ ਜਿਨਿ ਕੀਆ ਤਨੁ ਸਾਜਿ ॥
ଯେଉଁ ପରମାତ୍ମା ଶରୀର ସୃଷ୍ଟି କରିଛନ୍ତି, ସେ ତାହାର ସବୁ କିଛି ଦେଖିଥାନ୍ତି।            

ਨਾਨਕ ਸਰਣਿ ਕਰਤਾਰ ਕੀ ਕਰਤਾ ਰਾਖੈ ਲਾਜ ॥੨॥
ନାନକ କହନ୍ତି ଯେ ସେ କର୍ତ୍ତାଙ୍କ ଶରଣରେ ହିଁ ଅଛନ୍ତି ଏବଂ କର୍ତ୍ତା-ପ୍ରଭୁ ହିଁ ତାହାର ମାନ-ପ୍ରତିଷ୍ଠା ରଖିଛନ୍ତି ||2||       

ਪਉੜੀ ॥
ପଉଡି ॥ 

ਜਦਹੁ ਆਪੇ ਥਾਟੁ ਕੀਆ ਬਹਿ ਕਰਤੈ ਤਦਹੁ ਪੁਛਿ ਨ ਸੇਵਕੁ ਬੀਆ ॥
ଯେବେ କର୍ତ୍ତା-ପ୍ରଭୁ ସ୍ଵୟଂ ବିରାଜମାନ ହୋଇ ସୃଷ୍ଟି ରଚନା କରିଛନ୍ତି, ସେତେବେଳେ ସେ ଆଉ କୌଣସି ସେବକ ସହିତ ଏହା ବିଷୟରେ ବିଚାର ବିମର୍ଷ କରିନଥିଲେ।   

ਤਦਹੁ ਕਿਆ ਕੋ ਲੇਵੈ ਕਿਆ ਕੋ ਦੇਵੈ ਜਾਂ ਅਵਰੁ ਨ ਦੂਜਾ ਕੀਆ ॥
ତାହାହେଲେ କିଏ କଣ ନେଇ ପାରିବ ଆଉ କିଏ କଣ ଦେଇ ପାରିବ, ଯେତେବେଳେ ସେ ନିଜ ଭଳି ଆଉ କାହାକୁ ବନାଇ ନାହାନ୍ତି।          

ਫਿਰਿ ਆਪੇ ਜਗਤੁ ਉਪਾਇਆ ਕਰਤੈ ਦਾਨੁ ਸਭਨਾ ਕਉ ਦੀਆ ॥
ପୁଣି ପରମେଶ୍ଵର ସ୍ଵୟଂ ହିଁ ଜଗତ ରଚନା କରି ସବୁ ଜୀବଙ୍କୁ ଦାନ କରିଥାନ୍ତି।       

ਆਪੇ ਸੇਵ ਬਣਾਈਅਨੁ ਗੁਰਮੁਖਿ ਆਪੇ ਅੰਮ੍ਰਿਤੁ ਪੀਆ ॥
ସେ ନିଜେ ହିଁ ଗୁରୁଙ୍କ ଦ୍ଵାରା ଆମକୁ ନିଜ ସେବା ଭକ୍ତିରେ ଲଗାଇ ଥାଆନ୍ତି ଆଉ ସେ ନିଜେ ହିଁ ନାମାମୃତ ପାନ କରିଛନ୍ତି।      

ਆਪਿ ਨਿਰੰਕਾਰ ਆਕਾਰੁ ਹੈ ਆਪੇ ਆਪੇ ਕਰੈ ਸੁ ਥੀਆ ॥੭॥
ନିରଙ୍କାର ପରମାତ୍ମା ନିଜେ ହିଁ  ଜଗତରେ ନିଜକୁ ପ୍ରକଟ କରିଛନ୍ତି, ଯାହା ସେ ସ୍ଵୟଂ କରନ୍ତି, ସୃଷ୍ଟିରେ ତାହା ହୋଇଥାଏ ||7||          

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥  

ਗੁਰਮੁਖਿ ਪ੍ਰਭੁ ਸੇਵਹਿ ਸਦ ਸਾਚਾ ਅਨਦਿਨੁ ਸਹਜਿ ਪਿਆਰਿ ॥
ଗୁରୁମୁଖୀ ସର୍ବଦା ସଚ୍ଚା ପରମାତ୍ମାଙ୍କ ଉପାସନା କରିଥାଏ ଆଉ ସ୍ଵାଭାବିକ ଭାବରେ ତାହାଙ୍କୁ ପ୍ରେମ କରିଥାଏ  

ਸਦਾ ਅਨੰਦਿ ਗਾਵਹਿ ਗੁਣ ਸਾਚੇ ਅਰਧਿ ਉਰਧਿ ਉਰਿ ਧਾਰਿ ॥
ସେ ସତ୍ୟସ୍ଵରୂପ ପରମାତ୍ମାଙ୍କ ଯଶୋଗାନ ସଦା କରିଥାଏ ଆଉ ପୃଥିବୀ-ଆକାଶରେ ସର୍ବ ବ୍ୟାପକ ପ୍ରଭୁଙ୍କୁ ନିଜ ହୃଦୟରେ ଧାରଣ କରିଥାଏ।    

ਅੰਤਰਿ ਪ੍ਰੀਤਮੁ ਵਸਿਆ ਧੁਰਿ ਕਰਮੁ ਲਿਖਿਆ ਕਰਤਾਰਿ ॥
କର୍ତ୍ତା ପ୍ରାରମ୍ଭରୁ ହିଁ ତାହାର ଭାଗ୍ୟରେ ଏପରି ଲେଖିଛନ୍ତି ଯେ ତାହାର ଅନ୍ତରାତ୍ମାରେ ପ୍ରିୟତମ ପ୍ରଭୁ ହିଁ ନିବାସ କରିଥାନ୍ତି।    

ਨਾਨਕ ਆਪਿ ਮਿਲਾਇਅਨੁ ਆਪੇ ਕਿਰਪਾ ਧਾਰਿ ॥੧॥
ହେ ନାନକ! ପରମାତ୍ମା ନିଜେ ହିଁ କୃପା ଧାରଣ କରି ତାହାକୁ ନିଜ ସାଥିରେ ମିଳନ କରାଇ ଥାଆନ୍ତି ||1||      

ਮਃ ੩ ॥
ମହଲା 3 ॥ 

ਕਹਿਐ ਕਥਿਐ ਨ ਪਾਈਐ ਅਨਦਿਨੁ ਰਹੈ ਸਦਾ ਗੁਣ ਗਾਇ ॥
କଥନ କରିବା ଏବଂ ବର୍ଣ୍ଣନା ଦ୍ଵାରା ପରମାତ୍ମାଙ୍କ ପ୍ରାପ୍ତି ହୁଏନାହିଁ, ତାହାଙ୍କ ପ୍ରାପ୍ତି ପାଇଁ ଆମେ ରାତି ଦିନ ତାହାଙ୍କ ଗୁଣଗାନ କରିବା ଉଚିତ।             

ਵਿਣੁ ਕਰਮੈ ਕਿਨੈ ਨ ਪਾਇਓ ਭਉਕਿ ਮੁਏ ਬਿਲਲਾਇ ॥
ଭାଗ୍ୟ ବିନା ସେ କାହାକୁ ମଧ୍ୟ ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ପ୍ରଭୁଙ୍କ ଠାରୁ ବଞ୍ଚିତ ପ୍ରାଣୀ ବିଳାପ କରି ମରିଥାଏ। 

ਗੁਰ ਕੈ ਸਬਦਿ ਮਨੁ ਤਨੁ ਭਿਜੈ ਆਪਿ ਵਸੈ ਮਨਿ ਆਇ ॥
ଯେବେ ଗୁରୁଙ୍କ ଶବ୍ଦ ଦ୍ଵାରା ତନ-ମନ ଆର୍ଦ୍ର ହୋଇଯାଏ, ସେତେବେଳେ ସେ ନିଜେ ହିଁ ଆଗମନ କରି ମନରେ ନିବାସ କରି ନିଅନ୍ତି।                

ਨਾਨਕ ਨਦਰੀ ਪਾਈਐ ਆਪੇ ਲਏ ਮਿਲਾਇ ॥੨॥
ହେ ନାନକ! ଯଦି ପରମାତ୍ମାଙ୍କ ଦୟା-ଦ୍ରୁଷ୍ଟି ଥାଏ, ତାହାହେଲେ ସେ ଜୀବଙ୍କ ସହିତ ମିଳନ କରିଥାନ୍ତି ଆଉ ସେ ନିଜେ ହିଁ ତାହାକୁ ନିଜ ସାଥିରେ ମିଳନ କରିଥାନ୍ତି ||2||     

ਪਉੜੀ ॥
ପଉଡି ॥ 

ਆਪੇ ਵੇਦ ਪੁਰਾਣ ਸਭਿ ਸਾਸਤ ਆਪਿ ਕਥੈ ਆਪਿ ਭੀਜੈ ॥
ପରମାତ୍ମା ସ୍ଵୟଂ ହିଁ ବେଦ, ପୁରାଣ ତଥା ସବୁ ଶାସ୍ତ୍ରର ରଚୟିତା ଅଟନ୍ତି, ସେ ନିଜେ ହିଁ ତାହାର କଥନ କରନ୍ତି ଆଉ ସେ ନିଜେ ହିଁ ଶୁଣି ପ୍ରସନ୍ନ ହୁଅନ୍ତି।    

ਆਪੇ ਹੀ ਬਹਿ ਪੂਜੇ ਕਰਤਾ ਆਪਿ ਪਰਪੰਚੁ ਕਰੀਜੈ ॥
ସେ ସ୍ଵୟଂ ହିଁ ବସି ଉପାସନା କରିଥାନ୍ତି ଆଉ ସେ ସ୍ଵୟଂ ହିଁ ସଂସାର୍ଡ଼ ରଚନା କରି ତାହାର ପ୍ରସାର କରିଥାନ୍ତି।     

ਆਪਿ ਪਰਵਿਰਤਿ ਆਪਿ ਨਿਰਵਿਰਤੀ ਆਪੇ ਅਕਥੁ ਕਥੀਜੈ ॥
ସେ ସ୍ଵୟଂ ହିଁ ଜଗତର କାର୍ଯ୍ୟରେ ସକ୍ରିୟ ଅଛନ୍ତି ଏବଂ ସେ ସ୍ଵୟଂ ହିଁ ସେଥିରୁ ନିର୍ଲିପ୍ତ ମଧ୍ୟ ରହିଥାଏ, ସେ ସ୍ଵୟଂ ହିଁ ଅବର୍ଣ୍ଣନୀୟକୁ ବର୍ଣ୍ଣନା କରନ୍ତି।    

ਆਪੇ ਪੁੰਨੁ ਸਭੁ ਆਪਿ ਕਰਾਏ ਆਪਿ ਅਲਿਪਤੁ ਵਰਤੀਜੈ ॥
ସେ ସ୍ଵୟଂ ହିଁ ପୂଣ୍ୟ ଅଟନ୍ତି ଆଉ ସବୁ ପୂଣ୍ୟ କର୍ମ ନିଜେ ହିଁ କରାଇ ଥାଆନ୍ତି, ସେ ସ୍ଵୟଂ ହିଁ ନିର୍ଲିପ୍ତ ରହି ବିଚରଣ କରିଥାନ୍ତି।     

ਆਪੇ ਸੁਖੁ ਦੁਖੁ ਦੇਵੈ ਕਰਤਾ ਆਪੇ ਬਖਸ ਕਰੀਜੈ ॥੮॥
ସେ ସ୍ଵୟଂ ହିଁ  ଦୁନିଆକୁ ଦୁଃଖ ତଥା ସୁଖ ପ୍ରଦାନ କରିଥାନ୍ତି ଆଉ ସେ ସ୍ଵୟଂ ହିଁ  ସବୁଙ୍କ ଉପରେ କୃପା କରିଥାନ୍ତି ||8|| 

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਸੇਖਾ ਅੰਦਰਹੁ ਜੋਰੁ ਛਡਿ ਤੂ ਭਉ ਕਰਿ ਝਲੁ ਗਵਾਇ ॥
ହେ ଶେଖ! ତୁ ନିଜ ଅନ୍ତର୍ମନରୁ ଜିଦି ତ୍ୟାଗ କର ତଥା ନିଜ ଉନ୍ମାଦତା ଦୂର କରି ଗୁରୁ-ଭୟରେ ନିବାସ କର।      

ਗੁਰ ਕੈ ਭੈ ਕੇਤੇ ਨਿਸਤਰੇ ਭੈ ਵਿਚਿ ਨਿਰਭਉ ਪਾਇ ॥
ଅନେକ ମନୁଷ୍ୟ ଗୁରୁଙ୍କ ଭୟରେ ଜଗତ ସାଗରରୁ ମୁକ୍ତ ହୋଇଛନ୍ତି ତଥା ଗୁରୁ ଭୟରେ ହିଁ ନିର୍ଭୟ ପ୍ରଭୁଙ୍କୁ ପ୍ରାପ୍ତ କରିଛନ୍ତି।       

ਮਨੁ ਕਠੋਰੁ ਸਬਦਿ ਭੇਦਿ ਤੂੰ ਸਾਂਤਿ ਵਸੈ ਮਨਿ ਆਇ ॥
ତୁ ନିଜ କଠୋର ମନକୁ ଗୁଡ଼ ଶବ୍ଦ ଦ୍ଵାରା ଭେଦ କର, ଏହିପରି ଭାବରେ ତୋର ମନରେ ଶାନ୍ତି ନିବାସ କରିବ।       

ਸਾਂਤੀ ਵਿਚਿ ਕਾਰ ਕਮਾਵਣੀ ਸਾ ਖਸਮੁ ਪਾਏ ਥਾਇ ॥
ଶାନ୍ତିରେ କରାଯାଇଥିବା ସାଂସାରିକ କାର୍ଯ୍ୟକୁ ମାଲିକ ସ୍ଵୀକାର କରିନିଏ।     

ਨਾਨਕ ਕਾਮਿ ਕ੍ਰੋਧਿ ਕਿਨੈ ਨ ਪਾਇਓ ਪੁਛਹੁ ਗਿਆਨੀ ਜਾਇ ॥੧॥
ହେ ନାନକ! କାମବାସନା ଓ କ୍ରୋଧ ଦ୍ଵାରା କୌଣସି ଜୀବକୁ ପରମେଶ୍ଵର ପ୍ରାପ୍ତି ହୁଅନ୍ତି ନାହିଁ, ଏହି ବିଷୟରେ କୌଣସି ଜ୍ଞାନୀ ପୁରୁଷକୁ ପଚରା ଯାଇପାରେ ||1||     

ਮਃ ੩ ॥
ମହଲା 3 ॥

error: Content is protected !!