Odia Page 591

ਜਿਨਾ ਗੁਰਸਿਖਾ ਕਉ ਹਰਿ ਸੰਤੁਸਟੁ ਹੈ ਤਿਨੀ ਸਤਿਗੁਰ ਕੀ ਗਲ ਮੰਨੀ ॥
ଯେଉଁ ଗୁରୁଙ୍କ ଶିଷ୍ୟ ଉପରେ ଭଗବାନ ପରମ ସନ୍ତୁଷ୍ଟ ଅଛନ୍ତି, ସେହି ସଦଗୁରୁଙ୍କ କଥା ମାନିଛି।   

ਜੋ ਗੁਰਮੁਖਿ ਨਾਮੁ ਧਿਆਇਦੇ ਤਿਨੀ ਚੜੀ ਚਵਗਣਿ ਵੰਨੀ ॥੧੨॥
ଯେଉଁ ଗୁରୁମୁଖୀ ହରିନାମର ଧ୍ୟାନ-ମନନ କରିଥାଏ, ସେ ତାହାଙ୍କ ପ୍ରେମ ରଙ୍ଗରେ ବହୁଗୁଣ ରଙ୍ଗୀନ ହୋଇଥାଏ॥12॥     

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਮਨਮੁਖੁ ਕਾਇਰੁ ਕਰੂਪੁ ਹੈ ਬਿਨੁ ਨਾਵੈ ਨਕੁ ਨਾਹਿ ॥
ସ୍ଵେଚ୍ଛାଚାରୀ ମନୁଷ୍ୟ ବଡ କାପୁରୁଷ ଏବଂ କୁତ୍ସିତ ଅଟେ ଆଉ ଭଗବାନଙ୍କ ନାମ ବିନା ତାହାର କିଛି ସମ୍ମାନ ନଥାଏ।            

ਅਨਦਿਨੁ ਧੰਧੈ ਵਿਆਪਿਆ ਸੁਪਨੈ ਭੀ ਸੁਖੁ ਨਾਹਿ ॥
ଏପରି ବ୍ୟକ୍ତି ଦିନ-ରାତି ଦୁନିଆର ଧନ୍ଦାରେ ବ୍ୟସ୍ତ ରହିଥାଏ ଆଉ ସ୍ଵପ୍ନରେ ମଧ୍ୟ ତାହାକୁ ସୁଖ ଉପଲବ୍ଧ ହୁଏନାହିଁ।          

ਨਾਨਕ ਗੁਰਮੁਖਿ ਹੋਵਹਿ ਤਾ ਉਬਰਹਿ ਨਾਹਿ ਤ ਬਧੇ ਦੁਖ ਸਹਾਹਿ ॥੧॥
ହେ ନାନକ! ଏପରି ବ୍ୟକ୍ତି ଯଦି ଗୁରୁମୁଖୀ ବନିଯାଏ, ତାହାହେଲେ ତାହାକୁ ମୁକ୍ତି ମିଳିପାରେ, ଅନ୍ୟଥା ବନ୍ଧନରେ ଫସି ଯାଇ ସେ ଦୁଃଖ ହି ଭୋଗ କରିଥାଏ॥1॥              

ਮਃ ੩ ॥
ମହଲା 3 ॥               

ਗੁਰਮੁਖਿ ਸਦਾ ਦਰਿ ਸੋਹਣੇ ਗੁਰ ਕਾ ਸਬਦੁ ਕਮਾਹਿ ॥
ଗୁରୁମୁଖୀ ବ୍ୟକ୍ତି ଭଗବାନଙ୍କ ଦରବାରରେ ସର୍ବଦା ସୁନ୍ଦର ଲାଗିଥାଏ ଆଉ ସେ ଗୁରୁଙ୍କ ଶବ୍ଦର ଅଭ୍ୟାସ କରିଥାଏ।    

ਅੰਤਰਿ ਸਾਂਤਿ ਸਦਾ ਸੁਖੁ ਦਰਿ ਸਚੈ ਸੋਭਾ ਪਾਹਿ ॥
ତାହାର ଅନ୍ତରରେ ସଦା ଶାନ୍ତି ଓ ସୁଖ ବନି ରହିଥାଏ ଆଉ ସେ ସଚ୍ଚା ପରମେଶ୍ଵରଙ୍କ ଦରବାରରେ ବଡ ଶୋଭା ପ୍ରାପ୍ତ କରିଥାଏ।    

ਨਾਨਕ ਗੁਰਮੁਖਿ ਹਰਿ ਨਾਮੁ ਪਾਇਆ ਸਹਜੇ ਸਚਿ ਸਮਾਹਿ ॥੨॥
ହେ ନାନକ! ଯେଉଁ ଗୁରୁମୁଖୀ ହରିନାମ ପାଇଛି, ସେ ସ୍ଵାଭାବିକ ଭାବରେ ହିଁ ସତ୍ୟରେ ରହିଥାଏ॥2॥      

ਪਉੜੀ ॥
ପଉଡି ॥ 

ਗੁਰਮੁਖਿ ਪ੍ਰਹਿਲਾਦਿ ਜਪਿ ਹਰਿ ਗਤਿ ਪਾਈ ॥
ୁରୁଙ୍କ ସାନ୍ନିଧ୍ୟରେ ରହି ଭକ୍ତ ପ୍ରହଲାଦ ହରିଙ୍କ ଜପ କରି ଗତି ପ୍ରାପ୍ତ କରିଛି।     

ਗੁਰਮੁਖਿ ਜਨਕਿ ਹਰਿ ਨਾਮਿ ਲਿਵ ਲਾਈ ॥
ଗୁରୁଙ୍କ ମାଧ୍ୟମରୁ ହିଁ ଜନକ ହରିଙ୍କ ନାମରେ ସୁରତି ଲଗାଇଛନ୍ତି।        

ਗੁਰਮੁਖਿ ਬਸਿਸਟਿ ਹਰਿ ਉਪਦੇਸੁ ਸੁਣਾਈ ॥
ଗୁରୁଙ୍କ ମାଧ୍ୟମରୁ ହିଁ ବଶିଷ୍ଟ ହରିଙ୍କ ଉପଦେଶ ଶୁଣାଇଛନ୍ତି।     

ਬਿਨੁ ਗੁਰ ਹਰਿ ਨਾਮੁ ਨ ਕਿਨੈ ਪਾਇਆ ਮੇਰੇ ਭਾਈ ॥
ହେ ମୋର ଭାଇ! ଗୁରୁଙ୍କ ବିନା କାହାକୁ ମଧ୍ୟ ହରିଙ୍କ ନାମ ପ୍ରାପ୍ତ ହୋଇନାହିଁ। 

ਗੁਰਮੁਖਿ ਹਰਿ ਭਗਤਿ ਹਰਿ ਆਪਿ ਲਹਾਈ ॥੧੩॥
ଗୁରୁମୁଖୀ ବ୍ୟକ୍ତିକୁ ହରି ସ୍ଵୟଂ ନିଜ ଭକ୍ତି ପ୍ରଦାନ କରିଛନ୍ତି॥13॥       

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਸਤਿਗੁਰ ਕੀ ਪਰਤੀਤਿ ਨ ਆਈਆ ਸਬਦਿ ਨ ਲਾਗੋ ਭਾਉ ॥
ସଦଗୁରୁଙ୍କ ପ୍ରତି ଯେଉଁ ବ୍ୟକ୍ତିର ଶ୍ରଦ୍ଧା ବା ନିଷ୍ଠା ନଥାଏ, ଆଉ ଯିଏ ଶବ୍ଦ ସହିତ ପ୍ରେମ କରେ ନାହିଁ,   

ਓਸ ਨੋ ਸੁਖੁ ਨ ਉਪਜੈ ਭਾਵੈ ਸਉ ਗੇੜਾ ਆਵਉ ਜਾਉ ॥
ତାହାକୁ ସୁଖ ଉପଲବ୍ଧି ହୁଏନାହିଁ, ନିସନ୍ଦେହରେ ସେ ବାରମ୍ବାର ଦୁନିଆକୁ ଆସି ଯାଇଥାଏ।       

ਨਾਨਕ ਗੁਰਮੁਖਿ ਸਹਜਿ ਮਿਲੈ ਸਚੇ ਸਿਉ ਲਿਵ ਲਾਉ ॥੧॥
ହେ ନାନକ! ଯଦି ଗୁରୁଙ୍କ ସାନ୍ନିଧ୍ୟରେ ସଚ୍ଚା ପରମେଶ୍ଵରଙ୍କ ଠାରେ ସୁରତି ଲଗାଯାଏ, ତାହାହେଲେ ସେ ସ୍ଵାଭାବିକ ଭାବରେ ହିଁ ପ୍ରାପ୍ତ ହୋଇଯାଏ॥1॥ 

ਮਃ ੩ ॥
ମହଲା 3 ॥ 

ਏ ਮਨ ਐਸਾ ਸਤਿਗੁਰੁ ਖੋਜਿ ਲਹੁ ਜਿਤੁ ਸੇਵਿਐ ਜਨਮ ਮਰਣ ਦੁਖੁ ਜਾਇ ॥
ହେ ମନ! ଏପରି ସଦଗୁରୁଙ୍କ ସନ୍ଧାନ କର, ଯାହାର ସେବା କରିବା ଦ୍ଵାରା ଜନ୍ମ ମରଣର ଦୁଃଖ ଦୂର ହୋଇଯାଏ।        

ਸਹਸਾ ਮੂਲਿ ਨ ਹੋਵਈ ਹਉਮੈ ਸਬਦਿ ਜਲਾਇ ॥
ଗୁରୁଙ୍କୁ ପାଇଲେ ତୋତେ ଆଦୌ ଦ୍ଵିଧା ହେବ ନାହିଁ ଆଉ ତୋର ଅହଂକାର ଶବ୍ଦ ମାଧ୍ୟମରେ ଜଳି ଯିବ।    

ਕੂੜੈ ਕੀ ਪਾਲਿ ਵਿਚਹੁ ਨਿਕਲੈ ਸਚੁ ਵਸੈ ਮਨਿ ਆਇ ॥
ପୁଣି ତୋର ଅନ୍ତରରୁ ମିଥ୍ୟାର ପ୍ରାଚୀର ଦୂର ହେବ ଓ ମନରେ ସତ୍ୟ ନିବାସ କରିବ।     

ਅੰਤਰਿ ਸਾਂਤਿ ਮਨਿ ਸੁਖੁ ਹੋਇ ਸਚ ਸੰਜਮਿ ਕਾਰ ਕਮਾਇ ॥
ସତ୍ୟର ଯୁକ୍ତି ଅନୁସାରେ କର୍ମ କରିଲେ ତୋର ଅନ୍ତର୍ମନରେ ଶାନ୍ତି ଏବଂ ସୁଖ ବାସ କରିବ।           

ਨਾਨਕ ਪੂਰੈ ਕਰਮਿ ਸਤਿਗੁਰੁ ਮਿਲੈ ਹਰਿ ਜੀਉ ਕਿਰਪਾ ਕਰੇ ਰਜਾਇ ॥੨॥
ହେ ନାନକ! ପୂର୍ଣ୍ଣ ଭାଗ୍ୟରୁ ସଦଗୁରୁ ସେତେବେଳେ ମିଳିଥାନ୍ତି, ଯେତେବେଳେ ପରମାତ୍ମା ନିଜ ଇଚ୍ଛା ଦ୍ଵାରା କୃପା-ଦୃଷ୍ଟି ଦେଇଥାନ୍ତି॥2॥   

ਪਉੜੀ ॥
ପଉଡି ॥ 

ਜਿਸ ਕੈ ਘਰਿ ਦੀਬਾਨੁ ਹਰਿ ਹੋਵੈ ਤਿਸ ਕੀ ਮੁਠੀ ਵਿਚਿ ਜਗਤੁ ਸਭੁ ਆਇਆ ॥
ଯେଉଁ ବ୍ୟକ୍ତିର ହୃଦୟ ଘରେ ନ୍ୟାୟ ଦାତା ଶ୍ରୀହରି ରହିଥାନ୍ତି, ତାହାର ମୁଠାରେ ସାରା ଦୁନିଆ ଆସିଯାଏ।           

ਤਿਸ ਕਉ ਤਲਕੀ ਕਿਸੈ ਦੀ ਨਾਹੀ ਹਰਿ ਦੀਬਾਨਿ ਸਭਿ ਆਣਿ ਪੈਰੀ ਪਾਇਆ ॥
ସେହି ବ୍ୟକ୍ତିକୁ କାହା ଉପରେ ନିର୍ଭର କରିବାକୁ ପଡେ ନାହିଁ, କାରଣ ନ୍ୟାୟଦାତା ଶ୍ରୀହରି ସାରା ଦୁନିଆ ଆଣି ତାହାର ଚରଣରେ ରଖି ଦିଅନ୍ତି।         

ਮਾਣਸਾ ਕਿਅਹੁ ਦੀਬਾਣਹੁ ਕੋਈ ਨਸਿ ਭਜਿ ਨਿਕਲੈ ਹਰਿ ਦੀਬਾਣਹੁ ਕੋਈ ਕਿਥੈ ਜਾਇਆ ॥
ମନୁଷ୍ୟର ନ୍ୟାୟାଳୟରୁ କେହି ଚାଲିଯାଇ ପାରେ, କିନ୍ତୁ ଶ୍ରୀହରିଙ୍କ ନ୍ୟାୟାଳୟରୁ କିଏ କୁଆଡେ ଯାଇ ପାରିବ?   

ਸੋ ਐਸਾ ਹਰਿ ਦੀਬਾਨੁ ਵਸਿਆ ਭਗਤਾ ਕੈ ਹਿਰਦੈ ਤਿਨਿ ਰਹਦੇ ਖੁਹਦੇ ਆਣਿ ਸਭਿ ਭਗਤਾ ਅਗੈ ਖਲਵਾਇਆ
ଏପରି ଶ୍ରୀହରି ନ୍ୟାୟଦାତା ଭକ୍ତଙ୍କ ହୃଦୟରେ ନିବାସ କରିଥାନ୍ତି, ଯିଏ ଆଉ ସବୁ ଲୋକଙ୍କୁ ଆଣି ଭକ୍ତର ସମ୍ମୁଖରେ ରଖିଥାନ୍ତି।      

ਹਰਿ ਨਾਵੈ ਕੀ ਵਡਿਆਈ ਕਰਮਿ ਪਰਾਪਤਿ ਹੋਵੈ ਗੁਰਮੁਖਿ ਵਿਰਲੈ ਕਿਨੈ ਧਿਆਇਆ ॥੧੪॥
ହରି-ନାମର କୀର୍ତ୍ତି ଭାଗ୍ୟରୁ ହିଁ ମିଳିଥାଏ ଆଉ କେହି ବିରଳ ଗୁରୁମୁଖୀ ହିଁ ତାହାଙ୍କ ଧ୍ୟାନ କରିଥାଏ॥14॥   

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਬਿਨੁ ਸਤਿਗੁਰ ਸੇਵੇ ਜਗਤੁ ਮੁਆ ਬਿਰਥਾ ਜਨਮੁ ਗਵਾਇ ॥
ସଦଗୁରୁଙ୍କ ସେବା ବିନା ଜଗତ ମୃତ ଭଳି ହୋଇଥାଏ ଆଉ ନିଜ ଅମୂଲ୍ୟ ଜନ୍ମ ବ୍ୟର୍ଥରେ ହରାଇ ଥାଏ।   

ਦੂਜੈ ਭਾਇ ਅਤਿ ਦੁਖੁ ਲਗਾ ਮਰਿ ਜੰਮੈ ਆਵੈ ਜਾਇ ॥
ମୋହ-ମାୟାରେ ଫସି ଜଗତ ଅତ୍ୟନ୍ତ ଦୁଃଖ ଭୋଗ କରିଥାଏ ଆଉ ଜନ୍ମ ହୋଇ ମରିଥାଏ। 

ਵਿਸਟਾ ਅੰਦਰਿ ਵਾਸੁ ਹੈ ਫਿਰਿ ਫਿਰਿ ਜੂਨੀ ਪਾਇ ॥
ସେ ବିଷ୍ଟାରେ ନିବାସ କରିଥାଏ ଏବଂ ବାରମ୍ବାର ଯୋନିରେ ବୁଲୁଥାଏ।              

ਨਾਨਕ ਬਿਨੁ ਨਾਵੈ ਜਮੁ ਮਾਰਸੀ ਅੰਤਿ ਗਇਆ ਪਛੁਤਾਇ ॥੧॥
ହେ ନାନକ! ଭଗବାନଙ୍କ ନାମବିହୀନ ଯମ ଅଧିକ ଦଣ୍ଡ ଦେଇଥାଏ ଆଉ ଅନ୍ତିମ କ୍ଷଣରେ ଲୋକ ପଶ୍ଚାତାପରେ ଜଳି ଚାଲିଯାଏ॥1॥           

ਮਃ ੩ ॥
ମହଲା 3 ॥ 

ਇਸੁ ਜਗ ਮਹਿ ਪੁਰਖੁ ਏਕੁ ਹੈ ਹੋਰ ਸਗਲੀ ਨਾਰਿ ਸਬਾਈ ॥
ଏହି ଜଗତରେ ଏକ ହିଁ ପରମ ପୁରୁଷ ଭଗବାନ ଅଛନ୍ତି, ଆଉ ସମସ୍ତେ ତାହାଙ୍କ ସ୍ତ୍ରୀ ଅଟନ୍ତି।      

error: Content is protected !!