Odia Page 670

ਜਪਿ ਮਨ ਸਤਿ ਨਾਮੁ ਸਦਾ ਸਤਿ ਨਾਮੁ ॥
ହେ ମୋର ମନ! ପରମାତ୍ମାଙ୍କ ନାମ ସର୍ବଦା ସତ୍ୟ ଅଟେ, ଏଥିପାଇଁ ସତ୍ୟନାମର ହିଁ ଜପ କର।        

ਹਲਤਿ ਪਲਤਿ ਮੁਖ ਊਜਲ ਹੋਈ ਹੈ ਨਿਤ ਧਿਆਈਐ ਹਰਿ ਪੁਰਖੁ ਨਿਰੰਜਨਾ ॥ ਰਹਾਉ ॥
ଯଦି ନିରଞ୍ଜନ ପରମପୁରୁଷ ପରମାତ୍ମାଙ୍କ ନିତ୍ୟ ଧ୍ୟାନ-ମନନ କରାଯାଏ, ତାହାହେଲେ ଇହଲୋକ ଓ ପରଲୋକରେ ମୁଖ ଉଜ୍ଜଳ ହୋଇଥାଏ, ଅର୍ଥାତ ପ୍ରଶଂସା ପ୍ରାପ୍ତ ହୋଇଥାଏ। ॥ରୁହ॥          

ਜਹ ਹਰਿ ਸਿਮਰਨੁ ਭਇਆ ਤਹ ਉਪਾਧਿ ਗਤੁ ਕੀਨੀ ਵਡਭਾਗੀ ਹਰਿ ਜਪਨਾ ॥
ଯେଉଁଠି ଭଗବାନଙ୍କ ସ୍ମରଣ ହୋଇଛି, ସେଠାରେ ସବୁ ଦୁଃଖ-କଷ୍ଟ ଦୂର ହୋଇ ଯାଇଛି, ଭଗବାନଙ୍କ ଭଜନ-ସ୍ମରଣ ଅହୋଭଗ୍ୟରୁ ହିଁ ହୋଇଥାଏ।

ਜਨ ਨਾਨਕ ਕਉ ਗੁਰਿ ਇਹ ਮਤਿ ਦੀਨੀ ਜਪਿ ਹਰਿ ਭਵਜਲੁ ਤਰਨਾ ॥੨॥੬॥੧੨॥
ଗୁରୁ ନାନକ ଏହି ମତି ଦେଇଛନ୍ତି ଯେ ପରମାତ୍ମାଙ୍କ ଜପ କରିବା ଦ୍ଵାରା ହିଁ ଭବସାଗରରୁ ପାର ହୋଇ ପାରିବା||2||6||12||       

ਧਨਾਸਰੀ ਮਹਲਾ ੪ ॥
ଧନାସରୀ ମହଲା 4 ॥

ਮੇਰੇ ਸਾਹਾ ਮੈ ਹਰਿ ਦਰਸਨ ਸੁਖੁ ਹੋਇ ॥
ହେ ମୋର ସ୍ଵାମୀ! ମୁଁ ତୋର ଦର୍ଶନ କରି ହିଁ ସୁଖୀ ହୋଇଥାଏ।      

ਹਮਰੀ ਬੇਦਨਿ ਤੂ ਜਾਨਤਾ ਸਾਹਾ ਅਵਰੁ ਕਿਆ ਜਾਨੈ ਕੋਇ ॥ ਰਹਾਉ ॥
ମୋର ବେଦନା ତୁ ହିଁ ଜାଣୁ, ଅନ୍ୟ କେହି ଜାଣି ପାରିବ ନାହିଁ॥ରୁହ॥      

ਸਾਚਾ ਸਾਹਿਬੁ ਸਚੁ ਤੂ ਮੇਰੇ ਸਾਹਾ ਤੇਰਾ ਕੀਆ ਸਚੁ ਸਭੁ ਹੋਇ ॥
ହେ ମୋର ସ୍ଵାମୀ! ତୁ ହିଁ ସଚ୍ଚା ମାଲିକ ଅଟୁ, ସର୍ବଦା ସତ୍ୟ ଅଟୁ ଆଉ ଯାହା କିଛି ତୁ କରୁ, ସବୁ ସତ୍ୟ ଅଟେ। 

ਝੂਠਾ ਕਿਸ ਕਉ ਆਖੀਐ ਸਾਹਾ ਦੂਜਾ ਨਾਹੀ ਕੋਇ ॥੧॥
ହେ ମୋର ସ୍ଵାମୀ! ଯଦି ତୋ’ ବିନା ଅନ୍ୟ କେହି ନାହାନ୍ତି, ପୁଣି ମିଥ୍ୟା କିପରି କୁହାଯାଇ ପାରିବ?॥1॥     

ਸਭਨਾ ਵਿਚਿ ਤੂ ਵਰਤਦਾ ਸਾਹਾ ਸਭਿ ਤੁਝਹਿ ਧਿਆਵਹਿ ਦਿਨੁ ਰਾਤਿ ॥
ସବୁଙ୍କ ଠାରେ ତୁ ହିଁ ରହିଛୁ ଆଉ ସମସ୍ତେ ତୋତେ ଦିନ ରାତି ସ୍ମରଣ କରିଥାନ୍ତି।     

ਸਭਿ ਤੁਝ ਹੀ ਥਾਵਹੁ ਮੰਗਦੇ ਮੇਰੇ ਸਾਹਾ ਤੂ ਸਭਨਾ ਕਰਹਿ ਇਕ ਦਾਤਿ ॥੨॥
ହେ ମୋର ସ୍ଵାମୀ! ସମସ୍ତେ ତୋ’ ଠାରୁ ହିଁ ଦାନ ମାଗିଥାନ୍ତି ଆଉ ତୁ ହିଁ ସବୁଙ୍କୁ ଦେଉ॥2॥         

ਸਭੁ ਕੋ ਤੁਝ ਹੀ ਵਿਚਿ ਹੈ ਮੇਰੇ ਸਾਹਾ ਤੁਝ ਤੇ ਬਾਹਰਿ ਕੋਈ ਨਾਹਿ ॥
ହେ ମୋର ସ୍ଵାମୀ! ସବୁ ଜୀବ ତୋର ହୁକୁମରେ ହିଁ ଅଛନ୍ତି ଆଉ କେହି ମଧ୍ୟ ତୋର ହୁକୁମ ବାହାରେ ନାହାନ୍ତି।                      

ਸਭਿ ਜੀਅ ਤੇਰੇ ਤੂ ਸਭਸ ਦਾ ਮੇਰੇ ਸਾਹਾ ਸਭਿ ਤੁਝ ਹੀ ਮਾਹਿ ਸਮਾਹਿ ॥੩॥
ସବୁ ଜୀବ ତୋର ଅଟନ୍ତି, ତୁ ସବୁଙ୍କ ସ୍ଵାମୀ ଅଟୁ ଆଉ ସମସ୍ତେ ତୋ’ ଠାରେ ହିଁ ବିଲୀନ ହୋଇଯାନ୍ତି॥3॥             

ਸਭਨਾ ਕੀ ਤੂ ਆਸ ਹੈ ਮੇਰੇ ਪਿਆਰੇ ਸਭਿ ਤੁਝਹਿ ਧਿਆਵਹਿ ਮੇਰੇ ਸਾਹ ॥
ହେ ମୋର ସ୍ଵାମୀ! ତୁ ସବୁଙ୍କ ଆଶା ଅଟୁ ଆଉ ସମସ୍ତେ ତୋର ଧ୍ୟାନ-ମନନ କରିଥାନ୍ତି।           

ਜਿਉ ਭਾਵੈ ਤਿਉ ਰਖੁ ਤੂ ਮੇਰੇ ਪਿਆਰੇ ਸਚੁ ਨਾਨਕ ਕੇ ਪਾਤਿਸਾਹ ॥੪॥੭॥੧੩॥
ହେ ପ୍ରିୟ!ତୋତେ ଯେପରି ଭଲ ଲାଗିଥାଏ, ସେପରି ହିଁ ତୁ ମୋତେ ରଖିଛୁ, ହେ ନାନକଙ୍କ ବାଦଶାହ! ତୁ ସର୍ବଦା ସତ୍ୟ ଅଟୁ||4||7||13|| 

ਧਨਾਸਰੀ ਮਹਲਾ ੫ ਘਰੁ ੧ ਚਉਪਦੇ
ଧନାସରୀ ମହଲା 4 ଘର 1 ଚଉପଦୀ ॥

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।    

ਭਵ ਖੰਡਨ ਦੁਖ ਭੰਜਨ ਸ੍ਵਾਮੀ ਭਗਤਿ ਵਛਲ ਨਿਰੰਕਾਰੇ ॥
ହେ ନିରାକାର ପରମାତ୍ମା! ତୁ ଜୀବର ଜନ୍ମ ମରଣ ଚକ୍ର ଦୂର କରୁ, ସବୁ ଦୁଃଖ ନାଶ କରୁ, ସବୁଙ୍କ ମାଲିକ ଓ ଭକ୍ତ ବତ୍ସଳ ଅଟୁ।       

ਕੋਟਿ ਪਰਾਧ ਮਿਟੇ ਖਿਨ ਭੀਤਰਿ ਜਾਂ ਗੁਰਮੁਖਿ ਨਾਮੁ ਸਮਾਰੇ ॥੧॥
ଯଦି କେହି ଗୁରୁଙ୍କ ସାନ୍ନିଧ୍ୟରେ ରହି ତୋର ନାମ ସ୍ମରଣ କରନ୍ତି, ତାହାହେଲେ ଏକ କ୍ଷଣରେ ତାହାର କୋଟି କୋଟି ଅପରାଧ ଦୂର ହୋଇଯାଏ॥1॥ 

ਮੇਰਾ ਮਨੁ ਲਾਗਾ ਹੈ ਰਾਮ ਪਿਆਰੇ ॥
ମୋର ମନ ପ୍ରିୟ ରାମଙ୍କ ଠାରେ ଲାଗିଅଛି। 

ਦੀਨ ਦਇਆਲਿ ਕਰੀ ਪ੍ਰਭਿ ਕਿਰਪਾ ਵਸਿ ਕੀਨੇ ਪੰਚ ਦੂਤਾਰੇ ॥੧॥ ਰਹਾਉ ॥
ଦୀନଦୟାଳୁ ପ୍ରଭୁ ମୋ’ ଉପରେ ନିଜ କୃପା କରିଛନ୍ତି, ଯାହାଦ୍ୱାରା ବିକାର କାମ, କ୍ରୋଧ, ଲୋଭ, ମୋହ ତଥା ଅହଂକାର ମୋର ବଶରେ ରଖିଛନ୍ତି॥1॥ରୁହ॥

ਤੇਰਾ ਥਾਨੁ ਸੁਹਾਵਾ ਰੂਪੁ ਸੁਹਾਵਾ ਤੇਰੇ ਭਗਤ ਸੋਹਹਿ ਦਰਬਾਰੇ ॥
ହେ ପରମାତ୍ମା! ତୋର ନିବାସ ସ୍ଥାନ ଅତି ସୁନ୍ଦର ଅଟେ, ତୋର ରୂପ ମଧ୍ୟ ବଡ ସୁନ୍ଦର ଅଟେ ଆଉ ତୋର ଭକ୍ତ ତୋର ଦରବାରରେ ବହୁତ ସୁନ୍ଦର ଲାଗିଥାଏ।

ਸਰਬ ਜੀਆ ਕੇ ਦਾਤੇ ਸੁਆਮੀ ਕਰਿ ਕਿਰਪਾ ਲੇਹੁ ਉਬਾਰੇ ॥੨॥
ହେ ସବୁ ଜୀବଙ୍କ ଦାତା-ସ୍ଵାମୀ! ନିଜେ କୃପା କରି ମୋତେ ରକ୍ଷା କର॥2॥ 

ਤੇਰਾ ਵਰਨੁ ਨ ਜਾਪੈ ਰੂਪੁ ਨ ਲਖੀਐ ਤੇਰੀ ਕੁਦਰਤਿ ਕਉਨੁ ਬੀਚਾਰੇ ॥
ହେ ପରମେଶ୍ଵର! ତୋର କୌଣସି ରଙ୍ଗ ଦେଖାଯାଏ ନାହିଁ, ତୋର କୌଣସି ରୂପ ବୁଝା ପଡୁ ନାହିଁ, ତୋର ପ୍ରକୃତି କିଏ ବର୍ଣ୍ଣନା କରି ପାରିବ?    

ਜਲਿ ਥਲਿ ਮਹੀਅਲਿ ਰਵਿਆ ਸ੍ਰਬ ਠਾਈ ਅਗਮ ਰੂਪ ਗਿਰਧਾਰੇ ॥੩॥
ହେ ଅଗମ୍ୟ ରୂପ ଗିରିଧାରୀ! ତୁ ଜଳ, ସ୍ଥଳ ଏବଂ ଆକାଶରେ ସର୍ବବ୍ୟାପୀ ଅଟୁ। 

ਕੀਰਤਿ ਕਰਹਿ ਸਗਲ ਜਨ ਤੇਰੀ ਤੂ ਅਬਿਨਾਸੀ ਪੁਰਖੁ ਮੁਰਾਰੇ ॥
ତୋର ସବୁ ଭକ୍ତ ତୋର ସ୍ତୁତି କରିଥାନ୍ତି, ହେ ମୁରାରୀ! ତୁ ଅବିନାଶୀ ପରମପୁରୁଷ ଅଟୁ।       

ਜਿਉ ਭਾਵੈ ਤਿਉ ਰਾਖਹੁ ਸੁਆਮੀ ਜਨ ਨਾਨਕ ਸਰਨਿ ਦੁਆਰੇ ॥੪॥੧॥
ହେ ମୋର ସ୍ଵାମୀ! ତୋତେ ଯେପରି ଉପଯୁକ୍ତ ଲାଗିଥାଏ, ସେପରି ହିଁ ମୋର ରକ୍ଷା କର, କାରଣ ନାନକ ତୋ’ ଦ୍ଵାରର ହିଁ ଶରଣ ନେଇଛନ୍ତି॥4॥1॥         

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 4 ॥

ਬਿਨੁ ਜਲ ਪ੍ਰਾਨ ਤਜੇ ਹੈ ਮੀਨਾ ਜਿਨਿ ਜਲ ਸਿਉ ਹੇਤੁ ਬਢਾਇਓ ॥
ଜଳ ବିନା ମାଛ ନିଜ ପ୍ରାଣ ତ୍ୟାଗ କରିଥାଏ, କାରଣ ସେ ଜଳ ସହିତ ଅତ୍ୟଧିକ ମୋହ ଲଗାଇ ଥାଏ।  

ਕਮਲ ਹੇਤਿ ਬਿਨਸਿਓ ਹੈ ਭਵਰਾ ਉਨਿ ਮਾਰਗੁ ਨਿਕਸਿ ਨ ਪਾਇਓ ॥੧॥
ପଦ୍ମ ଫୁଲ  ମୋହରେ ଭଅଁର ନାଶ ହୋଇ ଯାଇଛି, କାରଣ ତାହାକୁ ଫୁଲରୁ ବାହାରକୁ ଆସିବା ମାର୍ଗ ମିଳେନାହିଁ॥1॥ 

ਅਬ ਮਨ ਏਕਸ ਸਿਉ ਮੋਹੁ ਕੀਨਾ ॥
ଏବେ ମୋର ମନ ଏକ ପରମେଶ୍ଵରଙ୍କ ସହିତ ହିଁ ନିଜର ପ୍ରେମ ଲଗାଇଛି,    

ਮਰੈ ਨ ਜਾਵੈ ਸਦ ਹੀ ਸੰਗੇ ਸਤਿਗੁਰ ਸਬਦੀ ਚੀਨਾ ॥੧॥ ਰਹਾਉ ॥
ସେ ନା କେବେ ମରିଥାନ୍ତି, ନା ଜନ୍ମ ନେଇଥାନ୍ତି, ସେ ସର୍ବଦା ମୋ’ ସାଥିରେ ହିଁ ରହିଥାନ୍ତି, ସଦଗୁରୁଙ୍କ ଶବ୍ଦ ଦ୍ଵାରା ମୁଁ ତାହାଙ୍କୁ ବୁଝି ପାରିଛି॥1॥ରୁହ॥    

error: Content is protected !!