ਸਤਿਗੁਰ ਪੂਛਉ ਜਾਇ ਨਾਮੁ ਧਿਆਇਸਾ ਜੀਉ ॥
ମୁଁ ଯାଇ ନିଜ ଗୁରୁଙ୍କୁ ପଚାରିବି ଏବଂ ଭଗବାନଙ୍କ ନାମ ସ୍ମରଣ କରିବି।
ਸਚੁ ਨਾਮੁ ਧਿਆਈ ਸਾਚੁ ਚਵਾਈ ਗੁਰਮੁਖਿ ਸਾਚੁ ਪਛਾਣਾ ॥
ମୁଁ ନିଜ ମନରେ ସତ୍ୟ ନାମର ହିଁ ଧ୍ୟାନ ମନନ କରିଥାଏ, ନିଜ ମୁଖରେ ସତ୍ୟ ନାମକୁ ଜପିଥାଏ।
ਦੀਨਾ ਨਾਥੁ ਦਇਆਲੁ ਨਿਰੰਜਨੁ ਅਨਦਿਨੁ ਨਾਮੁ ਵਖਾਣਾ ॥
ବର୍ତ୍ତମାନ, ମୁଁ ରାତିଦିନ ଦୀନନାଥ, ଦୟାଳୁ ଏବଂ ପବିତ୍ର ପ୍ରଭୁଙ୍କ ନାମର ହିଁ ଜପ କରିଥାଏ।
ਕਰਣੀ ਕਾਰ ਧੁਰਹੁ ਫੁਰਮਾਈ ਆਪਿ ਮੁਆ ਮਨੁ ਮਾਰੀ ॥
ଏହି ନାମ ସ୍ମରଣ କରିବା କାର୍ଯ୍ୟ ମୋତେ ପରମାତ୍ମା ପ୍ରାରମ୍ଭରୁ ହିଁ କରିବାର ଆଜ୍ଞା ଦେଇଛନ୍ତି, ଏହିପରି ଅହଂକାର ଦୂର ହୋଇ ଯାଇଛି ଆଉ ମନ ନିୟନ୍ତ୍ରଣରେ ଆସି ଯାଇଛି।
ਨਾਨਕ ਨਾਮੁ ਮਹਾ ਰਸੁ ਮੀਠਾ ਤ੍ਰਿਸਨਾ ਨਾਮਿ ਨਿਵਾਰੀ ॥੫॥੨॥
ହେ ନାନକ! ନାମ ହିଁ ମିଠା ରସ ଅଟେ ଆଉ ନାମ ମୋର ମାୟାର ତୃଷ୍ଣା ଦୂର କରି ଦେଇଛି ||5||2||
ਧਨਾਸਰੀ ਛੰਤ ਮਹਲਾ ੧ ॥
ଧନାସରୀ ଛନ୍ତ ମହଲା 1 ॥
ਪਿਰ ਸੰਗਿ ਮੂਠੜੀਏ ਖਬਰਿ ਨ ਪਾਈਆ ਜੀਉ ॥
ହେ ମାୟା ଦ୍ଵାରା ଠକି ହୋଇଥିବା ଜୀବ-ସ୍ତ୍ରୀ! ତୋର ପ୍ରିୟତମ ପ୍ରଭୁ ତୋର ସାଥିରେ ହିଁ ଅଛନ୍ତି, ପରନ୍ତୁ ତୋତେ ଏ ପର୍ଯ୍ୟନ୍ତ ଏହି କଥାର ଖବର ନାହିଁ।
ਮਸਤਕਿ ਲਿਖਿਅੜਾ ਲੇਖੁ ਪੁਰਬਿ ਕਮਾਇਆ ਜੀਉ ॥
ଯାହା କିଛି ତୁ ନିଜ ପୂର୍ବ କର୍ମରେ କରିଛୁ, ତୋର ସେହି କର୍ମର ଲେଖା ତୋର ଭାଗ୍ୟରେ ଲେଖା ହୋଇଛି।
ਲੇਖੁ ਨ ਮਿਟਈ ਪੁਰਬਿ ਕਮਾਇਆ ਕਿਆ ਜਾਣਾ ਕਿਆ ਹੋਸੀ ॥
ପୂର୍ବ ଜନ୍ମରେ କରିଥିବା କର୍ମର ଲେଖା ଏବେ ଦୂର ହୋଇ ପାରିବ ନାହିଁ, ମୁଁ କଣ ଜାଣିଛି ପରେ କଣ ହେବ?
ਗੁਣੀ ਅਚਾਰਿ ਨਹੀ ਰੰਗਿ ਰਾਤੀ ਅਵਗੁਣ ਬਹਿ ਬਹਿ ਰੋਸੀ ॥
ଗୁଣବାନ ଏବଂ ସଦାଚାରିଣୀ ବନି ତୁ ନିଜ ପ୍ରିୟତମ-ପ୍ରଭୁଙ୍କ ପ୍ରେମରେ ମଗ୍ନ ରହି ନାହୁଁ, ଏଥିପାଇଁ ନିଜ ଅବଗୁଣ କାରଣରୁ ତୁ ସର୍ବଦା ପରଲୋକରେ ଦୁଃଖୀ ରହିବୁ।
ਧਨੁ ਜੋਬਨੁ ਆਕ ਕੀ ਛਾਇਆ ਬਿਰਧਿ ਭਏ ਦਿਨ ਪੁੰਨਿਆ ॥
ଏହି ଧନ ଓ ଯୌବନ ଛୋଟ ଗଛର ଛାୟା ଭଳି ଅଟେ, ତୋର ଆୟୁଷ ଦିନେ ସମାପ୍ତ ହୋଇଯିବ।
ਨਾਨਕ ਨਾਮ ਬਿਨਾ ਦੋਹਾਗਣਿ ਛੂਟੀ ਝੂਠਿ ਵਿਛੁੰਨਿਆ ॥੧॥
ନାନକ କହନ୍ତି ଯେ ନାମ ବିନା ତୁ ଭାଗ୍ୟହୀନ ଓ ପରିତ୍ୟକ୍ତା ସ୍ତ୍ରୀ ବନି ଯାଇଛୁ ଆଉ ତୋର ମିଥ୍ୟା ତୋତେ ତୋର ପ୍ରିୟତମ-ପ୍ରଭୁଙ୍କ ଠାରୁ ବିଛେଦ କରି ଦେଇଛି॥1॥
ਬੂਡੀ ਘਰੁ ਘਾਲਿਓ ਗੁਰ ਕੈ ਭਾਇ ਚਲੋ ॥
ହେ ଜୀବ-ସ୍ତ୍ରୀ! ତୁ ଭବସାଗରରେ ବୁଡି ଯାଇଛୁ ଆଉ ତୁ ନିଜ ଘର ନଷ୍ଟ କରି ଦେଇଛୁ, ଏଣୁ, ବର୍ତ୍ତମାନ ଗୁରୁଙ୍କ ଇଚ୍ଛା ଅନୁସାରେ ଆଚରଣ କର।
ਸਾਚਾ ਨਾਮੁ ਧਿਆਇ ਪਾਵਹਿ ਸੁਖਿ ਮਹਲੋ ॥
ତୁ ସତ୍ୟ ନାମର ସ୍ମରଣ କର, ତୁ ନିଜ ପ୍ରିୟତମ ପ୍ରଭୁଙ୍କ ମହଲର ସୁଖ ପ୍ରାପ୍ତ କରିବ।
ਹਰਿ ਨਾਮੁ ਧਿਆਏ ਤਾ ਸੁਖੁ ਪਾਏ ਪੇਈਅੜੈ ਦਿਨ ਚਾਰੇ ॥
ଯଦି ତୁ ହରିନାମର ଧ୍ୟାନ କର, ତାହାହେଲେ ତୋତେ ସୁଖ ପ୍ରାପ୍ତ ହେବ, ଏହି ଜଗତରେ ତୋତେ କେବଳ ଚାରିଦିନ ହିଁ ରହିବାକୁ ହେବ।
ਨਿਜ ਘਰਿ ਜਾਇ ਬਹੈ ਸਚੁ ਪਾਏ ਅਨਦਿਨੁ ਨਾਲਿ ਪਿਆਰੇ ॥
ଯଦି ତୋତେ ସତ୍ୟ ପ୍ରଭୁ ପ୍ରାପ୍ତ ହୋଇଯାନ୍ତି, ତୁ ନିଜ ବାସ୍ତବିକ ଘର ପ୍ରଭୁ-ସ୍ଵରୁପରେ ଯାଇ ରହିବୁ ଏବଂ ସେଠାରେ ପ୍ରତିଦିନ ନିଜ ପ୍ରିୟତମଙ୍କ ସାଥିରେ ରମଣ କରିବୁ।
ਵਿਣੁ ਭਗਤੀ ਘਰਿ ਵਾਸੁ ਨ ਹੋਵੀ ਸੁਣਿਅਹੁ ਲੋਕ ਸਬਾਏ ॥
ହେ ଜନ! ଧ୍ୟାନପୂର୍ବକ ଶୁଣ, ଭକ୍ତି ବିନା ଜୀବ-ସ୍ତ୍ରୀର ନିଜର ବାସ୍ତବିକ ଘର ପ୍ରଭୁ-ସ୍ଵରୁପରେ ନିବାସ ହୁଏନାହିଁ।
ਨਾਨਕ ਸਰਸੀ ਤਾ ਪਿਰੁ ਪਾਏ ਰਾਤੀ ਸਾਚੈ ਨਾਏ ॥੨॥
ହେ ନାନକ! ଯଦି ଜୀବ-ସ୍ତ୍ରୀ ସର୍ବଦା ସତ୍ୟ ନାମରେ ମଗ୍ନ ହୋଇଯାନ୍ତି, ତାହାହେଲେ ସେ ପ୍ରସନ୍ନ ହୋଇଥାନ୍ତି ଏବଂ ପ୍ରିୟତମ-ପ୍ରଭୁଙ୍କୁ ପ୍ରାପ୍ତ କରି ନିଏ॥2॥
ਪਿਰੁ ਧਨ ਭਾਵੈ ਤਾ ਪਿਰ ਭਾਵੈ ਨਾਰੀ ਜੀਉ ॥
ଯେବେ ଜୀବ-ସ୍ତ୍ରୀକୁ ନିଜ ପ୍ରିୟତମ-ପ୍ରଭୁ ଭଲ ଲାଗନ୍ତି, ତାହାହେଲେ ସେ ଜୀବ-ସ୍ତ୍ରୀ ମଧ୍ୟ ନିଜ ପ୍ରିୟତମ-ପ୍ରଭୁଙ୍କୁ ଭଲ ଲାଗିଥାଏ।
ਰੰਗਿ ਪ੍ਰੀਤਮ ਰਾਤੀ ਗੁਰ ਕੈ ਸਬਦਿ ਵੀਚਾਰੀ ਜੀਉ ॥
ଯେବେ ସେ ଗୁରୁଙ୍କ ବାଣୀ ଦ୍ଵାରା ସ୍ମରଣ କରିଥାଏ, ନିଜ ପ୍ରଭୁଙ୍କ ପ୍ରେମରେ ମଗ୍ନ ହୋଇଯାଏ।
ਗੁਰ ਸਬਦਿ ਵੀਚਾਰੀ ਨਾਹ ਪਿਆਰੀ ਨਿਵਿ ਨਿਵਿ ਭਗਤਿ ਕਰੇਈ ॥
ଯେବେ ସେ ଗୁରୁଙ୍କ ଶବ୍ଦ ଦ୍ଵାରା ଚିନ୍ତନ କରିଥାଏ, ସେ ନିଜ ପତି-ପରମେଶ୍ଵରଙ୍କ ପ୍ରିୟ ବନିଯାଏ, ସେ ତାହାଙ୍କ ଭକ୍ତି ନମ୍ରତା ପୂର୍ବକ କରିଥାଏ।
ਮਾਇਆ ਮੋਹੁ ਜਲਾਏ ਪ੍ਰੀਤਮੁ ਰਸ ਮਹਿ ਰੰਗੁ ਕਰੇਈ ॥
ଯେବେ ସେ ନିଜ ମାୟାର ମୋହ ଜଳାଇ ଦେଇଥାଏ, ତାହା ସହିତ ପ୍ରିୟତମ ପ୍ରଭୁ ବଡ ଆନନ୍ଦରେ ରମଣ କରିଥାନ୍ତି।
ਪ੍ਰਭ ਸਾਚੇ ਸੇਤੀ ਰੰਗਿ ਰੰਗੇਤੀ ਲਾਲ ਭਈ ਮਨੁ ਮਾਰੀ ॥
ଜୀବ-ସ୍ତ୍ରୀ ସତ୍ୟ ପ୍ରଭୁଙ୍କ ସହିତ ମିଶି ତାହାଙ୍କ ପ୍ରେମରେ ମଗ୍ନ ହୋଇଥାଏ, ସେ ନିଜ ମନ ଉପରେ ଅଙ୍କୁଶ ଲଗାଇ ଥାଏ ଆଉ ବହୁତ ସୁନ୍ଦର ବନିଯାଏ।
ਨਾਨਕ ਸਾਚਿ ਵਸੀ ਸੋਹਾਗਣਿ ਪਿਰ ਸਿਉ ਪ੍ਰੀਤਿ ਪਿਆਰੀ ॥੩॥
ହେ ନାନକ! ସେହି ସୁହାଗିନୀ ଜୀବ-ସ୍ତ୍ରୀ ସଚ୍ଚା ପତି-ପ୍ରଭୁଙ୍କ ଘର ଅର୍ଥାତ ପରମାତ୍ମାଙ୍କ ସ୍ଵରୁପକୁ ଯାଇ ବାସ କରିଛି ଆଉ ନିଜ ପ୍ରିୟତମଙ୍କ ଠାରୁ ପ୍ରେମ ପ୍ରାପ୍ତ କରି ତାହାଙ୍କ ପ୍ରିୟତମା ବନିଯାଇଥାଏ।
ਪਿਰ ਘਰਿ ਸੋਹੈ ਨਾਰਿ ਜੇ ਪਿਰ ਭਾਵਏ ਜੀਉ ॥
ନିଜ ପ୍ରିୟତମ-ପ୍ରଭୁଙ୍କ ଘରେ ସେହି ଜୀବ-ସ୍ତ୍ରୀ ଶୋଭା ପ୍ରାପ୍ତ କରିଥାଏ, ଯିଏ ନିଜ ପତି-ପ୍ରଭୁଙ୍କୁ ଭଲ ଲାଗିଥାଏ।
ਝੂਠੇ ਵੈਣ ਚਵੇ ਕਾਮਿ ਨ ਆਵਏ ਜੀਉ ॥
ଯେଉଁ ଜୀବ-ସ୍ତ୍ରୀ ମିଥ୍ୟା ବଚନ ବୋଲିଥାଏ, ସେ ସେହି ମିଥ୍ୟା ବଚନ ତାହାର କୌଣସି କାମରେ ଆସେ ନାହିଁ।
ਝੂਠੁ ਅਲਾਵੈ ਕਾਮਿ ਨ ਆਵੈ ਨਾ ਪਿਰੁ ਦੇਖੈ ਨੈਣੀ ॥
ସେ ମିଥ୍ୟା ବୋଲିଥାଏ, ପରନ୍ତୁ ସେହି ମିଥ୍ୟା ବଚନ ତାହାର କୌଣସି କାମରେ ଆସେ ନାହିଁ, ତାହାକୁ ତାହାର ପ୍ରିୟତମ ପ୍ରଭୁ ନିଜ ଆଖିରେ ଦେଖନ୍ତି ନାହିଁ।
ਅਵਗੁਣਿਆਰੀ ਕੰਤਿ ਵਿਸਾਰੀ ਛੂਟੀ ਵਿਧਣ ਰੈਣੀ ॥
ତାହାଙ୍କ ପତି-ପ୍ରଭୁ ଅବଗୁଣରେ ଭରି ରହିଥିବା ସେହି ଜୀବ-ସ୍ତ୍ରୀକୁ ଭୁଲି ଦେଇଥାନ୍ତି, ସେ ପରିତ୍ୟକ୍ତା ସ୍ତ୍ରୀ ବନିଯାଏ ଆଉ ତାହାର ଜୀବନ ରୂପୀ ରାତ୍ରି ପ୍ରିୟତମଙ୍କ ବିନା ଦୁଃଖରେ ଅତିବାହିତ ହୋଇଥାଏ।
ਗੁਰ ਸਬਦੁ ਨ ਮਾਨੈ ਫਾਹੀ ਫਾਥੀ ਸਾ ਧਨ ਮਹਲੁ ਨ ਪਾਏ ॥
ଏପରି ଜୀବ-ସ୍ତ୍ରୀ ଗୁରୁଙ୍କ ଶବ୍ଦ ଉପରେ ଆସ୍ଥା ରଖେ ନାହିଁ, ସେ ମୃତ୍ୟୁ ଜାଲରେ ଫସିଯାଏ ଆଉ ନିଜ ପତି-ପ୍ରଭୁଙ୍କ ମହଲ ଅର୍ଥାତ ପ୍ରଭୁ ସ୍ଵରୁପକୁ ପ୍ରାପ୍ତ କରେ ନାହିଁ।
ਨਾਨਕ ਆਪੇ ਆਪੁ ਪਛਾਣੈ ਗੁਰਮੁਖਿ ਸਹਜਿ ਸਮਾਏ ॥੪॥
ହେ ନାନକ! ଯେତେବେଳେ ଜୀବ-ସ୍ତ୍ରୀ ସ୍ଵୟଂ ହିଁ ଆତ୍ମ ସ୍ଵରୁପକୁ ଜାଣି ନିଏ, ସେ ଗୁରୁଙ୍କ ଦ୍ଵାରା ସ୍ଵାଭାବିକ ଅବସ୍ଥାରେ ଲୀନ ହୋଇଯାଏ॥4॥
ਧਨ ਸੋਹਾਗਣਿ ਨਾਰਿ ਜਿਨਿ ਪਿਰੁ ਜਾਣਿਆ ਜੀਉ ॥
ସେହି ସୁହାଗିନୀ ନାରୀ ଧନ୍ୟ ଅଟେ, ଯିଏ ନିଜ ପ୍ରିୟତମ-ପ୍ରଭୁଙ୍କୁ ଜାଣି ନେଇଛି।
ਨਾਮ ਬਿਨਾ ਕੂੜਿਆਰਿ ਕੂੜੁ ਕਮਾਣਿਆ ਜੀਉ ॥
ନାମ ବିହୀନ ମିଥ୍ୟା ଜୀବ-ସ୍ତ୍ରୀ ମିଥ୍ୟା କାର୍ଯ୍ୟ ହିଁ କରିଥାଏ।
ਹਰਿ ਭਗਤਿ ਸੁਹਾਵੀ ਸਾਚੇ ਭਾਵੀ ਭਾਇ ਭਗਤਿ ਪ੍ਰਭ ਰਾਤੀ ॥
ଭଗବାନଙ୍କ ଭକ୍ତି କରିଥିବା ଜୀବ-ସ୍ତ୍ରୀ ଅତି ସୁନ୍ଦର ହୋଇଥାଏ ଆଉ ସେ ସଚ୍ଚା ପ୍ରଭୁଙ୍କ ପ୍ରେମ-ଭକ୍ତିରେ ଲୀନ ରହିଥାଏ।
ਪਿਰੁ ਰਲੀਆਲਾ ਜੋਬਨਿ ਬਾਲਾ ਤਿਸੁ ਰਾਵੇ ਰੰਗਿ ਰਾਤੀ ॥
ପ୍ରିୟତମ ପତି-ପ୍ରଭୁ ବଡ ରଙ୍ଗିଲା, ଯୌବନ ସମ୍ପର୍ଣ୍ଣ ଅଟନ୍ତି, ତାହାଙ୍କ ପ୍ରେମ ରଙ୍ଗରେ ମଗ୍ନ ହୋଇ ଜୀବ-ସ୍ତ୍ରୀ ତାହାଙ୍କ ସାଥିରେ ରମଣ କରିଥାଏ।
ਗੁਰ ਸਬਦਿ ਵਿਗਾਸੀ ਸਹੁ ਰਾਵਾਸੀ ਫਲੁ ਪਾਇਆ ਗੁਣਕਾਰੀ ॥
ସେ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଫୁଲ୍ଲିତ ହୋଇଥାଏ, ନିଜ ପ୍ରିୟତମଙ୍କ ସାଥିରେ ଆନନ୍ଦ ଅନୁଭବ କରିଥାଏ ଆଉ ନିଜେ କରିଥିବା ଭକ୍ତିର ଫଳ ପ୍ରାପ୍ତ କରିଥାଏ।
ਨਾਨਕ ਸਾਚੁ ਮਿਲੈ ਵਡਿਆਈ ਪਿਰ ਘਰਿ ਸੋਹੈ ਨਾਰੀ ॥੫॥੩॥
ହେ ନାନକ! ସେହି ଜୀବ-ସ୍ତ୍ରୀକୁ ସତ୍ୟ ପ୍ରଭୁ ମିଳିଯାନ୍ତି, ପ୍ରଭୁଙ୍କ ଘରେ ତାହାର ବଡିମା ପ୍ରାପ୍ତ ହୋଇଥାଏ ଆଉ ନିଜ ପ୍ରିୟତମଙ୍କ ଘରେ ବଡ ସୁନ୍ଦର ଲାଗିଥାଏ ||5||3||