Odia Page 716

ਟੋਡੀ ਮਹਲਾ ੫ ਘਰੁ ੫ ਦੁਪਦੇ
ଟୋଡୀ ମହଲା 5 ଘର 5 ଦୁପଦୀ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।         

ਐਸੋ ਗੁਨੁ ਮੇਰੋ ਪ੍ਰਭ ਜੀ ਕੀਨ ॥
ମୋର ପ୍ରଭୁ ମୋ’ ଉପରେ ଏପରି କୃପା କରିଛନ୍ତି ଯେ          

ਪੰਚ ਦੋਖ ਅਰੁ ਅਹੰ ਰੋਗ ਇਹ ਤਨ ਤੇ ਸਗਲ ਦੂਰਿ ਕੀਨ ॥ ਰਹਾਉ ॥
ମୋର ପାଞ୍ଚ ବିକାର- କାମ ,କ୍ରୋଧ, ଲୋଭ, ମୋହ ଏବଂ ଅହଂକାରର ରୋଗ ଏହି ଶରୀରରୁ ଦୂର କରି ଦେଇଛନ୍ତି॥ରୁହ॥         

ਬੰਧਨ ਤੋਰਿ ਛੋਰਿ ਬਿਖਿਆ ਤੇ ਗੁਰ ਕੋ ਸਬਦੁ ਮੇਰੈ ਹੀਅਰੈ ਦੀਨ ॥
ସେ ମୋର ବନ୍ଧନକୁ ଭାଙ୍ଗି, ବିକାରରୁ ସ୍ଵତନ୍ତ୍ର କରାଇ ମୋର ହୃଦୟରେ ଗୁରୁଙ୍କ ଶବ୍ଦକୁ ସ୍ଥାପିତ କରିଛନ୍ତି।

ਰੂਪੁ ਅਨਰੂਪੁ ਮੋਰੋ ਕਛੁ ਨ ਬੀਚਾਰਿਓ ਪ੍ਰੇਮ ਗਹਿਓ ਮੋਹਿ ਹਰਿ ਰੰਗ ਭੀਨ ॥੧॥
ସେ ମୋର ରୂପ ଓ କୁରୂପ ପ୍ରତି ଆଦୌ ବିଚାର କରି ନାହାନ୍ତି ଏବଂ ମୋତେ ପ୍ରେମ ସହିତ ଧରି ନିଜ ରଙ୍ଗରେ ଭିଜାଇଛନ୍ତି॥1॥ 

ਪੇਖਿਓ ਲਾਲਨੁ ਪਾਟ ਬੀਚ ਖੋਏ ਅਨਦ ਚਿਤਾ ਹਰਖੇ ਪਤੀਨ ॥
ବର୍ତ୍ତମାନ  ଭ୍ରମର ପରଦା ଦୂର ହେବା ଦ୍ଵାରା ପ୍ରିୟବରଙ୍କ ଦର୍ଶନ ହୋଇ ଯାଇଛି, ଯାହା ଦ୍ଵାରା ମୋର ଚିତ୍ତ ବହୁତ ଆନନ୍ଦିତ ଏବଂ ହର୍ଷ ଦ୍ଵାରା ତୃପ୍ତ ହୋଇ ଯାଇଛି।             

ਤਿਸ ਹੀ ਕੋ ਗ੍ਰਿਹੁ ਸੋਈ ਪ੍ਰਭੁ ਨਾਨਕ ਸੋ ਠਾਕੁਰੁ ਤਿਸ ਹੀ ਕੋ ਧੀਨ ॥੨॥੧॥੨੦॥
ହେ ନାନକ! ଏହି ଶରୀର ରୂପୀ ଘର ସେହି ପ୍ରଭୁଙ୍କ ହିଁ ଅଟେ, ସେ ହିଁ ଆମର ଠାକୁର ଅଟନ୍ତି ଆଉ ଆମେ ତାହାଙ୍କ ଅଧିନସ୍ଥ ଅଟୁ||2||1||20||          

ਟੋਡੀ ਮਹਲਾ ੫ ॥
ଟୋଡୀ ମହଲା 5 ॥ 

ਮਾਈ ਮੇਰੇ ਮਨ ਕੀ ਪ੍ਰੀਤਿ ॥
ହେ ମୋର ମା’! ମୋର ମନର ପ୍ରୀତି ପରମାତ୍ମାଙ୍କ ଠାରେ ଲାଗି ଯାଇଛି।  

ਏਹੀ ਕਰਮ ਧਰਮ ਜਪ ਏਹੀ ਰਾਮ ਨਾਮ ਨਿਰਮਲ ਹੈ ਰੀਤਿ ॥ ਰਹਾਉ ॥
ଏହି ପ୍ରୀତି ହିଁ ମୋର କର୍ମ, ଧର୍ମ ଏବଂ ପୂଜା ଅଟେ ଏବଂ ରାନ-ନାମର ଭଜନ ହିଁ ମୋର ନିର୍ମଳ ଆଚରଣ ଅଟେ॥ରୁହ॥     

ਪ੍ਰਾਨ ਅਧਾਰ ਜੀਵਨ ਧਨ ਮੋਰੈ ਦੇਖਨ ਕਉ ਦਰਸਨ ਪ੍ਰਭ ਨੀਤਿ ॥
ସର୍ବଦା ସେହି ପ୍ରଭୁଙ୍କ ଦର୍ଶନ ପ୍ରାପ୍ତ କରିବା ମୋର ଜୀବନର ଅମୂଲ୍ୟ ଧନ ଏବଂ ପ୍ରାଣର ଆଧାର ଅଟେ। 

ਬਾਟ ਘਾਟ ਤੋਸਾ ਸੰਗਿ ਮੋਰੈ ਮਨ ਅਪੁਨੇ ਕਉ ਮੈ ਹਰਿ ਸਖਾ ਕੀਤ ॥੧॥
ଜୀବନର ମାର୍ଗରେ ପ୍ରଭୁଙ୍କ ପ୍ରେମର ଯାତ୍ରା-ବ୍ୟୟ ମୋର ସାଥିରେ ଅଛି, କାରଣ ନିଜ ମନକୁ ମୁଁ ଭଗବାନଙ୍କ ସାଥିରେ ରଖିଛି॥1॥          

ਸੰਤ ਪ੍ਰਸਾਦਿ ਭਏ ਮਨ ਨਿਰਮਲ ਕਰਿ ਕਿਰਪਾ ਅਪੁਨੇ ਕਰਿ ਲੀਤ ॥
ସନ୍ଥଙ୍କ ଆଶୀର୍ବାଦ ଦ୍ଵାରା ମୋର ମନ ଶୁଦ୍ଧ ହୋଇ ଯାଇଛି ତଥା ଭଗବାନ କୃପା କରି ମୋତେ ନିଜର ବନାଇଛନ୍ତି।     

ਸਿਮਰਿ ਸਿਮਰਿ ਨਾਨਕ ਸੁਖੁ ਪਾਇਆ ਆਦਿ ਜੁਗਾਦਿ ਭਗਤਨ ਕੇ ਮੀਤ ॥੨॥੨॥੨੧॥
ହେ ନାନକ! ଈଶ୍ବରଙ୍କ ଭଜନ-ସ୍ମରଣ କରିବା ଦ୍ଵାରା ହିଁ ସୁଖ ଉପଲବ୍ଧ ହୋଇଥାଏ, ସୃଷ୍ଟି ରଚନା ଏବଂ ଯୁଗର ଆରମ୍ଭରୁ ହିଁ ସେ ନିଜ ଭକ୍ତର ଘନିଷ୍ଠ ମିତ୍ର ଅଟନ୍ତି||2||2||21||     

ਟੋਡੀ ਮਹਲਾ ੫ ॥
ଟୋଡୀ ମହଲା 5 ॥ 

ਪ੍ਰਭ ਜੀ ਮਿਲੁ ਮੇਰੇ ਪ੍ਰਾਨ ॥
ହେ ପ୍ରଭୁ! ତୁମେ ହିଁ ପ୍ରାଣ ଅଟୁ, ଏଣୁ ମୋତେ ମିଳନ କର।        

ਬਿਸਰੁ ਨਹੀ ਨਿਮਖ ਹੀਅਰੇ ਤੇ ਅਪਨੇ ਭਗਤ ਕਉ ਪੂਰਨ ਦਾਨ ॥ ਰਹਾਉ ॥
ମୋର ହୃଦୟରୁ ଏକ କ୍ଷଣ ପାଇଁ ମଧ୍ୟ ବିସ୍ମୃତ ହୁଅ ନାହିଁ ଏବଂ ନିଜ ଭକ୍ତକୁ ପୂର୍ଣ୍ଣ ନାମ ଦିଅ॥ରୁହ॥           

ਖੋਵਹੁ ਭਰਮੁ ਰਾਖੁ ਮੇਰੇ ਪ੍ਰੀਤਮ ਅੰਤਰਜਾਮੀ ਸੁਘੜ ਸੁਜਾਨ ॥
ହେ ମୋର ପ୍ରିୟତମ, ହେ ଅନ୍ତର୍ଯାମୀ! ତୁ ବହୁତ ଚତୁର ଏବଂ ବୁଦ୍ଧିମାନ ଅଟୁ, ଏଣୁ ମୋର ଭ୍ରମ ଦୂର କରି ମୋର ରକ୍ଷା କର।        

ਕੋਟਿ ਰਾਜ ਨਾਮ ਧਨੁ ਮੇਰੈ ਅੰਮ੍ਰਿਤ ਦ੍ਰਿਸਟਿ ਧਾਰਹੁ ਪ੍ਰਭ ਮਾਨ ॥੧॥
ହେ ମାନନୀୟ ପ୍ରଭୁ! ମୋ’ ଉପରେ ନିଜ ଅମୃତ-ଦୃଷ୍ଟି ଧାରଣ କର, କାରଣ ତୋର ନାମ ହିଁ ମୋ’ ପାଇଁ କୋଟି କୋଟି ସୁଖ ଓ ଧନ-ଦୌଲତ ସମାନ ॥1॥         

ਆਠ ਪਹਰ ਰਸਨਾ ਗੁਨ ਗਾਵੈ ਜਸੁ ਪੂਰਿ ਅਘਾਵਹਿ ਸਮਰਥ ਕਾਨ ॥
ହେ ସମର୍ଥ ପ୍ରଭୁ! ମୋର ଜିହ୍ଵା ଆଠ ପହର ତୋର ଗୁଣଗାନ କରିଥାଏ ଆଉ ତୋର ଯଶ ଶୁଣି ମୋର କାନ ସଂପୂର୍ଣ୍ଣ ଭାବରେ ତୃପ୍ତ ହୋଇଯାଏ।       

ਤੇਰੀ ਸਰਣਿ ਜੀਅਨ ਕੇ ਦਾਤੇ ਸਦਾ ਸਦਾ ਨਾਨਕ ਕੁਰਬਾਨ ॥੨॥੩॥੨੨॥
ହେ ଜୀବଙ୍କ ଦାତା! ମୁଁ ତୋର ଶରଣରେ ହିଁ ଆସିଛି ଏବଂ ନାନକ ତୋ’ ଉପରେ ସଦା ସମର୍ପିତ ଅଟନ୍ତି||2||3||22||         

ਟੋਡੀ ਮਹਲਾ ੫ ॥
ଟୋଡୀ ମହଲା 5 ॥ 

ਪ੍ਰਭ ਤੇਰੇ ਪਗ ਕੀ ਧੂਰਿ ॥
ହେ ପ୍ରଭୁ! ମୁଁ ତୋର ଚରଣର ଧୂଳି ଚାହିଁ ଥାଏ।    

ਦੀਨ ਦਇਆਲ ਪ੍ਰੀਤਮ ਮਨਮੋਹਨ ਕਰਿ ਕਿਰਪਾ ਮੇਰੀ ਲੋਚਾ ਪੂਰਿ ॥ ਰਹਾਉ ॥
ହେ ଦୀନଦୟାଳୁ! ହେ ପ୍ରିୟତମ! ହେ ମନମୋହନ! କୃପା କରି ମୋର ଅଭିଳାଷ ପୁରା କର॥ରୁହ॥ 

ਦਹ ਦਿਸ ਰਵਿ ਰਹਿਆ ਜਸੁ ਤੁਮਰਾ ਅੰਤਰਜਾਮੀ ਸਦਾ ਹਜੂਰਿ ॥
ହେ ଅନ୍ତର୍ଯାମୀ ପ୍ରଭୁ! ତୁ ସର୍ବଦା ମୋର ସାଥିରେ ରହିଅଛୁ ଏବଂ ତୋର ଯଶ ଦଶ ଦିଗରେ ପ୍ରସାର ଲାଭ କରିଛି। 

ਜੋ ਤੁਮਰਾ ਜਸੁ ਗਾਵਹਿ ਕਰਤੇ ਸੇ ਜਨ ਕਬਹੁ ਨ ਮਰਤੇ ਝੂਰਿ ॥੧॥
ହେ ସୃଷ୍ଟିକର୍ତ୍ତା! ଯେଉଁ ବ୍ୟକ୍ତି ତୋର ଯଶଗାନ କରିଥାଏ, ସେ କେବେ ମଧ୍ୟ ଦୁଃଖୀ ହୋଇ ମରି ନଥାଏ॥1॥   

ਧੰਧ ਬੰਧ ਬਿਨਸੇ ਮਾਇਆ ਕੇ ਸਾਧੂ ਸੰਗਤਿ ਮਿਟੇ ਬਿਸੂਰ ॥
ସନ୍ଥଙ୍କ ସଂଗତି କରିବା ଦ୍ଵାରା ତାହାଙ୍କ ମାୟାର ବନ୍ଧନ ଓ ସମସ୍ତ ଚିନ୍ତା ଦୂର ହୋଇଯାଏ। 

ਸੁਖ ਸੰਪਤਿ ਭੋਗ ਇਸੁ ਜੀਅ ਕੇ ਬਿਨੁ ਹਰਿ ਨਾਨਕ ਜਾਨੇ ਕੂਰ ॥੨॥੪॥੨੩॥
ହେ ନାନକ! ଏହି ମନର ଯେତେ ମଧ୍ୟ ସୁଖ-ସମ୍ପତ୍ତି ଏବଂ ଭୋଗ ଇତ୍ୟାଦି ଥାଏ, ସେ ସବୁ ଭଗବାନଙ୍କ ନାମର ବିନା କ୍ଷଣଭଙ୍ଗୁର ହିଁ ଭାବ||2||4||23||      

ਟੋਡੀ ਮਃ ੫ ॥
ଟୋଡୀ ମହଲା 5 ॥ 

ਮਾਈ ਮੇਰੇ ਮਨ ਕੀ ਪਿਆਸ ॥
ହେ ମୋର ଭାଇ! ମୋର ମନର ତୃଷ୍ଣା ଦୂର ହେଉନାହିଁ ଅର୍ଥାତ ପ୍ରଭୁ-ଦର୍ଶନର ତୃଷ୍ଣା ବନି ରହିଛି। 

ਇਕੁ ਖਿਨੁ ਰਹਿ ਨ ਸਕਉ ਬਿਨੁ ਪ੍ਰੀਤਮ ਦਰਸਨ ਦੇਖਨ ਕਉ ਧਾਰੀ ਮਨਿ ਆਸ ॥ ਰਹਾਉ ॥
ମୁଁ ନିଜ ପ୍ରିୟତମ-ପ୍ରଭୁଙ୍କ ବିନା ଏକ କ୍ଷଣ ପାଇଁ ମଧ୍ୟ ରହି ପାରିବି ନାହିଁ ଏବଂ ମୋର ମନରେ ତାହାଙ୍କ ଦର୍ଶନ କରିବାର ଆଶା ହିଁ ବନି ରହିଛି ॥ରୁହ॥    

ਸਿਮਰਉ ਨਾਮੁ ਨਿਰੰਜਨ ਕਰਤੇ ਮਨ ਤਨ ਤੇ ਸਭਿ ਕਿਲਵਿਖ ਨਾਸ ॥
ମୁଁ ସେହି ନିରଞ୍ଜନ ସୃଷ୍ଟିକର୍ତ୍ତାଙ୍କ ନାମ ହିଁ ନାମ ସ୍ମରଣ କରିଥାଏ, ଯାହା ଦ୍ଵାରା ମୋର ମନ ଏବଂ ତନର ସବୁ ପାପ ନାଶ ହୋଇଯାଏ। 

ਪੂਰਨ ਪਾਰਬ੍ਰਹਮ ਸੁਖਦਾਤੇ ਅਬਿਨਾਸੀ ਬਿਮਲ ਜਾ ਕੋ ਜਾਸ ॥੧॥
ସେହି ପୂର୍ଣ୍ଣ ପରଂବ୍ରହ୍ମ ସଦା ସୁଖ ଦେବା ବାଲା ଆଉ ଅନଶ୍ଵର ଅଟନ୍ତି, ଯାହାଙ୍କ ଯଶ ବଡ ପବିତ୍ର ଅଟେ॥1॥             

ਸੰਤ ਪ੍ਰਸਾਦਿ ਮੇਰੇ ਪੂਰ ਮਨੋਰਥ ਕਰਿ ਕਿਰਪਾ ਭੇਟੇ ਗੁਣਤਾਸ ॥
ସନ୍ଥଙ୍କ ଅପାର କୃପାରୁ ମୋର ସବୁ ମନୋରଥ ପୁରା ହୋଇ ଯାଇଛି ଏବଂ ଗୁଣର ଭଣ୍ଡାର ପରମାତ୍ମା ନିଜ କୃପା କରି ମୋତେ ମିଳି ଯାଇଛନ୍ତି।       

error: Content is protected !!