ਹਰਿ ਆਪੇ ਪੰਚ ਤਤੁ ਬਿਸਥਾਰਾ ਵਿਚਿ ਧਾਤੂ ਪੰਚ ਆਪਿ ਪਾਵੈ ॥
ସେହି ଭଗବାନ ନିଜେ ଏହି ପାଞ୍ଚଟି ଉପାଦାନ, ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀକୁ ବିସ୍ତାର କରିଛନ୍ତି ଏବଂ ସେ ନିଜେ ଏଥିରେ ପାଞ୍ଚଟି ମନ୍ଦତା ରଖିଛନ୍ତି ଯଥା କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର।
ਜਨ ਨਾਨਕ ਸਤਿਗੁਰੁ ਮੇਲੇ ਆਪੇ ਹਰਿ ਆਪੇ ਝਗਰੁ ਚੁਕਾਵੈ ॥੨॥੩॥
ହେ ନାନକ! ପରମାତ୍ମା ସ୍ଵୟଂ ହିଁ ନିଜ ଭକ୍ତକୁ ସଦଗୁରୁଙ୍କ ସହିତ ମିଳନ କରାଇଛନ୍ତି ଆଉ ସେ ସ୍ଵୟଂ ହିଁ ବିକାରର ଦ୍ଵନ୍ଦ ଦୂର କରିଛନ୍ତି॥2॥3॥
ਬੈਰਾੜੀ ਮਹਲਾ ੪ ॥
ବୈରାଡୀ ମହଲା 4॥
ਜਪਿ ਮਨ ਰਾਮ ਨਾਮੁ ਨਿਸਤਾਰਾ ॥
ହେ ମୋର ମନ! ରାମଙ୍କ ନାମ ଜପ, କାରଣ ଏହାଦ୍ବାରା ହିଁ ମୋକ୍ଷର ଉପଲବ୍ଧି ହୋଇଥାଏ।
ਕੋਟ ਕੋਟੰਤਰ ਕੇ ਪਾਪ ਸਭਿ ਖੋਵੈ ਹਰਿ ਭਵਜਲੁ ਪਾਰਿ ਉਤਾਰਾ ॥੧॥ ਰਹਾਉ ॥
ରାମଙ୍କ ନାମ କୋଟି କୋଟି ଜନ୍ମର ସମସ୍ତ ପାପ ନଷ୍ଟ କରି ଦେଇଥାଏ ଏବଂ ମନୁଷ୍ୟକୁ ଭବସାଗରରୁ ପାର କରାଇ ଦିଏ॥1॥ରୁହ॥
ਕਾਇਆ ਨਗਰਿ ਬਸਤ ਹਰਿ ਸੁਆਮੀ ਹਰਿ ਨਿਰਭਉ ਨਿਰਵੈਰੁ ਨਿਰੰਕਾਰਾ ॥
ଜଗତର ସ୍ଵାମୀ ପ୍ରଭୁ ମନୁଷ୍ୟର ଶରୀର ରୂପୀ ନଗରରେ ହିଁ ରହିଥାନ୍ତି ଏବଂ ସେ ନିର୍ଭୟ, ନିଃଶତ୍ରୁ ଓ ନିରାକାର ଅଟନ୍ତି।
ਹਰਿ ਨਿਕਟਿ ਬਸਤ ਕਛੁ ਨਦਰਿ ਨ ਆਵੈ ਹਰਿ ਲਾਧਾ ਗੁਰ ਵੀਚਾਰਾ ॥੧॥
ପରମାତ୍ମା ଆମ ସମୀପରେ ହିଁ ରହିଥାନ୍ତି, ପରନ୍ତୁ ଆମକୁ କିଛି ମଧ୍ୟ ଦେଖାଯାନ୍ତି ନାହିଁ, ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ପରମାତ୍ମା ପ୍ରାପ୍ତ ହୋଇଥାନ୍ତି॥1॥
ਹਰਿ ਆਪੇ ਸਾਹੁ ਸਰਾਫੁ ਰਤਨੁ ਹੀਰਾ ਹਰਿ ਆਪਿ ਕੀਆ ਪਾਸਾਰਾ ॥
ପରମାତ୍ମା ସ୍ଵୟଂ ହିଁ ସାହୁକାର, ସ୍ଵୟଂ ହିଁ ବେପାରୀ, ସ୍ଵୟଂ ହିଁ ରତ୍ନ ଏବଂ ସ୍ଵୟଂ ହିଁ ଅମୂଲ୍ୟ ହୀରା ଆଉ ସ୍ଵୟଂ ହିଁ ସୃଷ୍ଟିର ପ୍ରସାର କରିଛନ୍ତି।
ਨਾਨਕ ਜਿਸੁ ਕ੍ਰਿਪਾ ਕਰੇ ਸੁ ਹਰਿ ਨਾਮੁ ਵਿਹਾਝੇ ਸੋ ਸਾਹੁ ਸਚਾ ਵਣਜਾਰਾ ॥੨॥੪॥
ହେ ନାନକ! ଯାହା ଉପରେ ତୁ ନିଜ କୃପା କରୁ, ସେ ହରିନାମ କ୍ରୟ କରିଥାଏ ଏବଂ ସେ ହି ସଚ୍ଚା ସାହୁକାର ଓ ସଚ୍ଚା ବେପାରୀ ଅଟେ॥2॥4॥
ਬੈਰਾੜੀ ਮਹਲਾ ੪ ॥
ବୈରାଡୀ ମହଲା 4॥
ਜਪਿ ਮਨ ਹਰਿ ਨਿਰੰਜਨੁ ਨਿਰੰਕਾਰਾ ॥
ହେ ମନ! ନିରଞ୍ଜନ ଓ ନିରାକାର ପରମାତ୍ମାଙ୍କ ଜପ କର।
ਸਦਾ ਸਦਾ ਹਰਿ ਧਿਆਈਐ ਸੁਖਦਾਤਾ ਜਾ ਕਾ ਅੰਤੁ ਨ ਪਾਰਾਵਾਰਾ ॥੧॥ ਰਹਾਉ ॥
ସଦା-ସର୍ବଦା ସୁଖ ଦେଉଥିବା ପରମେଶ୍ଵରଙ୍କ ହିଁ ଧ୍ୟାନ-ମନନ କରିବା ଉଚିତ, ଯାହାଙ୍କର କୌଣସି ଅନ୍ତ ଏବଂ ସୀମା ନାହିଁ॥1॥ରୁହ॥
ਅਗਨਿ ਕੁੰਟ ਮਹਿ ਉਰਧ ਲਿਵ ਲਾਗਾ ਹਰਿ ਰਾਖੈ ਉਦਰ ਮੰਝਾਰਾ ॥
ମା’ର ଉଦରରେ ଇଶ୍ଵର ହିଁ ଜୀବର ରକ୍ଷା କରିଥାନ୍ତି, ଯେଉଁଠି ଗର୍ଭ ଅଗ୍ନିରେ ଓଲଟା ମୁହଁରେ ପଡି ସେଠାରେ ନିଜ ସୁରତି ଲଗାଇ ରଖିଥାଏ।
ਸੋ ਐਸਾ ਹਰਿ ਸੇਵਹੁ ਮੇਰੇ ਮਨ ਹਰਿ ਅੰਤਿ ਛਡਾਵਣਹਾਰਾ ॥੧॥
ହେ ମନ! ଏପରି ଈଶ୍ବରଙ୍କ ଉପାସନା କର, କାରଣ ଜୀବନର ଅନ୍ତିମ କ୍ଷଣରେ ଏକ ସେ ହିଁ ଜୀବକୁ ଯମ ଠାରୁ ସ୍ଵତନ୍ତ୍ର କରାଇବା ବାଲା ଅଟନ୍ତି॥1॥
ਜਾ ਕੈ ਹਿਰਦੈ ਬਸਿਆ ਮੇਰਾ ਹਰਿ ਹਰਿ ਤਿਸੁ ਜਨ ਕਉ ਕਰਹੁ ਨਮਸਕਾਰਾ ॥
ଯେଉଁ ମହାପୁଷଙ୍କ ହୃଦୟରେ ମୋର ପରମେଶ୍ଵର ନିବାସ କରିଛନ୍ତି, ତାହାଙ୍କୁ ସର୍ବଦା ମନନ କର।
ਹਰਿ ਕਿਰਪਾ ਤੇ ਪਾਈਐ ਹਰਿ ਜਪੁ ਨਾਨਕ ਨਾਮੁ ਅਧਾਰਾ ॥੨॥੫॥
ହେ ନାନକ! ପରମାତ୍ମାଙ୍କ ନାମ ହିଁ ଆମର ଜୀବନର ଆଧାର ଅଟେ, ପରନ୍ତୁ ପରମାତ୍ମାଙ୍କ ସ୍ମରଣ ତାହାଙ୍କ କୃପାରୁ ହିଁ ପ୍ରାପ୍ତ ହୋଇଥାଏ||2||5||
ਬੈਰਾੜੀ ਮਹਲਾ ੪ ॥
ବୈରାଡୀ ମହଲା 4॥
ਜਪਿ ਮਨ ਹਰਿ ਹਰਿ ਨਾਮੁ ਨਿਤ ਧਿਆਇ ॥
ହେ ମୋର ମନ! ଈଶ୍ବରଙ୍କ ଜପ କର ଆଉ ନିତ୍ୟ ତାହାଙ୍କ ନାମର ଧ୍ୟାନ କର।
ਜੋ ਇਛਹਿ ਸੋਈ ਫਲੁ ਪਾਵਹਿ ਫਿਰਿ ਦੂਖੁ ਨ ਲਾਗੈ ਆਇ ॥੧॥ ਰਹਾਉ ॥
ତାହାଙ୍କ ଧ୍ୟାନ କରିବା ଦ୍ଵାରା ଯାହା ବି କାମନା ହୋଇଥାଏ, ସେହି ଫଳ ପ୍ରାପ୍ତ ହୋଇଯାଏ ଆଉ କୌଣସି ଦୁଃଖ ଆସେ ନାହିଁ॥1॥ରୁହ॥
ਸੋ ਜਪੁ ਸੋ ਤਪੁ ਸਾ ਬ੍ਰਤ ਪੂਜਾ ਜਿਤੁ ਹਰਿ ਸਿਉ ਪ੍ਰੀਤਿ ਲਗਾਇ ॥
ଯାହା ଦ୍ଵାରା ଈଶ୍ଵରଙ୍କ ପ୍ରୀତି ଲାଗିଯାଏ, ତାହା ହିଁ ଜପ, ତପ, ତପସ୍ୟା, ବ୍ରତ ଏବଂ ପୂଜା ଅଟେ।
ਬਿਨੁ ਹਰਿ ਪ੍ਰੀਤਿ ਹੋਰ ਪ੍ਰੀਤਿ ਸਭ ਝੂਠੀ ਇਕ ਖਿਨ ਮਹਿ ਬਿਸਰਿ ਸਭ ਜਾਇ ॥੧॥
ଈଶ୍ଵରଙ୍କ ସହିତ ପ୍ରୀତି ବିନା ଅନ୍ୟ ସବୁ ପ୍ରୀତି ମିଥ୍ୟା ଅଟେ, ଯାହା ଏକ କ୍ଷଣରେ ହିଁ ଭୁଲି ହୋଇଯାଏ॥1॥
ਤੂ ਬੇਅੰਤੁ ਸਰਬ ਕਲ ਪੂਰਾ ਕਿਛੁ ਕੀਮਤਿ ਕਹੀ ਨ ਜਾਇ ॥
ହେ ଇଶ୍ଵର! ତୁ ଅନନ୍ତ ଓ ସର୍ବକଳା ସମ୍ପର୍ଣ୍ଣ ଅଟୁ ଆଉ ତୋର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।
ਨਾਨਕ ਸਰਣਿ ਤੁਮ੍ਹ੍ਹਾਰੀ ਹਰਿ ਜੀਉ ਭਾਵੈ ਤਿਵੈ ਛਡਾਇ ॥੨॥੬॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପରମେଶ୍ଵର! ମୁଁ ତୋର ଶରଣରେ ଆସିଛି, ତୋତେ ଯେପରି ଉପଯୁକ୍ତ ଲାଗିଥାଏ, ମୋତେ ସେପରି ହିଁ ବନ୍ଧନରୁ ମୁକ୍ତ କର||2||6||
ਰਾਗੁ ਬੈਰਾੜੀ ਮਹਲਾ ੫ ਘਰੁ ੧
ବୈରାଡୀ ମହଲା 4 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸੰਤ ਜਨਾ ਮਿਲਿ ਹਰਿ ਜਸੁ ਗਾਇਓ ॥
ସନଥଙ୍କ ସାଥିରେ ମିଶି ମୁଁ ଭଗବାନଙ୍କ ହିଁ ଯଶଗାନ କରିଛି ଏବଂ
ਕੋਟਿ ਜਨਮ ਕੇ ਦੂਖ ਗਵਾਇਓ ॥੧॥ ਰਹਾਉ ॥
ନିଜର କୋଟି କୋଟି ଜନ୍ମର ଦୁଃଖ ଦୂର କରି ନେଇଛି॥1॥ରୁହ॥
ਜੋ ਚਾਹਤ ਸੋਈ ਮਨਿ ਪਾਇਓ ॥
ମନରେ ଯାହା ମଧ୍ୟ ଅଭିଳାଷ ଥିଲା, ତାହା କିଛି ପ୍ରାପ୍ତ କରି ନେଇଛି।
ਕਰਿ ਕਿਰਪਾ ਹਰਿ ਨਾਮੁ ਦਿਵਾਇਓ ॥੧॥
ଭଗବାନଙ୍କ କୃପାରୁ ସନ୍ଥଙ୍କ ଦ୍ଵାରା ମୋତେ ନିଜର ନାମ ଦେଇଛନ୍ତି॥1॥
ਸਰਬ ਸੂਖ ਹਰਿ ਨਾਮਿ ਵਡਾਈ ॥
ହରିନାମର ସ୍ମରଣ କରିବା ଦ୍ଵାରା ଲୋକ ଓ ପରଲୋକରେ ବହୁତ ଶୋଭା ଏବଂ ସର୍ବ ସୁଖ ପ୍ରାପ୍ତ ହୋଇଥାଏ।
ਗੁਰ ਪ੍ਰਸਾਦਿ ਨਾਨਕ ਮਤਿ ਪਾਈ ॥੨॥੧॥੭॥
ହେ ନାନକ! ଗୁରୁଙ୍କ କୃପାରୁ ହିଁ ମୋତେ ସୁମତି ପ୍ରାପ୍ତ ହୋଇଛି॥2॥1॥7॥