ਹਰਿ ਅੰਮ੍ਰਿਤਿ ਭਰੇ ਭੰਡਾਰ ਸਭੁ ਕਿਛੁ ਹੈ ਘਰਿ ਤਿਸ ਕੈ ਬਲਿ ਰਾਮ ਜੀਉ ॥
ହରିଙ୍କ ଭଣ୍ଡାର ନାମ ଅମୃତରେ ଭରି ରହିଛି ଆଉ ତାହାଙ୍କ ଘରେ ସବୁ କିଛି ଉପଲବ୍ଧ ଅଛି।
ਬਾਬੁਲੁ ਮੇਰਾ ਵਡ ਸਮਰਥਾ ਕਰਣ ਕਾਰਣ ਪ੍ਰਭੁ ਹਾਰਾ ॥
ମୋର ପିତା-ପ୍ରଭୁ ସର୍ବଶକ୍ତିମାନ ଅଟନ୍ତି, ସବୁଙ୍କ ରଚୟିତା ଅଟନ୍ତି।
ਜਿਸੁ ਸਿਮਰਤ ਦੁਖੁ ਕੋਈ ਨ ਲਾਗੈ ਭਉਜਲੁ ਪਾਰਿ ਉਤਾਰਾ ॥
ଯାହାଙ୍କ ନାମ ସ୍ମରଣ କରିବା ଦ୍ଵାରା କୌଣସି ଦୁଃଖ ଆସେ ନାହି ଏବଂ ଭବସାଗରରୁ ପାର କରି ହୁଏ।
ਆਦਿ ਜੁਗਾਦਿ ਭਗਤਨ ਕਾ ਰਾਖਾ ਉਸਤਤਿ ਕਰਿ ਕਰਿ ਜੀਵਾ ॥
ସୃଷ୍ଟିର ପ୍ରାରମ୍ଭ ଓ ଯୁଗ-ଯୁଗାନ୍ତରରୁ ହିଁ ସେ ନିଜ ଭକ୍ତର ରକ୍ଷା କରିଛନ୍ତି, ମୁଁ ତାହାଙ୍କ ସ୍ତୁତି କରି ହିଁ ଜୀବିତ ଅଛି।
ਨਾਨਕ ਨਾਮੁ ਮਹਾ ਰਸੁ ਮੀਠਾ ਅਨਦਿਨੁ ਮਨਿ ਤਨਿ ਪੀਵਾ ॥੧॥
ହେ ନାନକ! ତାହାଙ୍କ ନାମ ମହାରସ ମିଠା ଅଟେ ଆଉ ତନ ଓ ମନ ଦ୍ଵାରା ଦିନରାତି ତାହା ପାନ କରିଥାଏ॥1॥
ਹਰਿ ਆਪੇ ਲਏ ਮਿਲਾਇ ਕਿਉ ਵੇਛੋੜਾ ਥੀਵਈ ਬਲਿ ਰਾਮ ਜੀਉ ॥
ଯେଉଁ ବ୍ୟକ୍ତିକୁ ପରମାତ୍ମା ନିଜ ସାଥିରେ ମିଳନ କରାଇ ନିଅନ୍ତି, ତାହାଙ୍କ ଠାରୁ ତାହାର ବିଛେଦ କିପରି ହେବ?
ਜਿਸ ਨੋ ਤੇਰੀ ਟੇਕ ਸੋ ਸਦਾ ਸਦ ਜੀਵਈ ਬਲਿ ਰਾਮ ਜੀਉ ॥
ହେ ପ୍ରଭୁ! ଯାହାକୁ ତୋ’ର ସାହାରା ଅଛି, ସେ ସର୍ବଦା ଜୀବିତ ଥାଏ।
ਤੇਰੀ ਟੇਕ ਤੁਝੈ ਤੇ ਪਾਈ ਸਾਚੇ ਸਿਰਜਣਹਾਰਾ ॥
ହେ ସଚ୍ଚା ସୃଜନହାର! ମୁଁ ତୋ’ର ସାହାରା ତୋ’ ଠାରୁ ପାଇଛି।
ਜਿਸ ਤੇ ਖਾਲੀ ਕੋਈ ਨਾਹੀ ਐਸਾ ਪ੍ਰਭੂ ਹਮਾਰਾ ॥
ଆମର ପ୍ରଭୁ ଏପରି ଅଟନ୍ତି, ଯାହାର ଦ୍ଵାରରୁ ଖାଲି ହାତରେ କେହି ଯାଆନ୍ତି ନାହିଁ।
ਸੰਤ ਜਨਾ ਮਿਲਿ ਮੰਗਲੁ ਗਾਇਆ ਦਿਨੁ ਰੈਨਿ ਆਸ ਤੁਮ੍ਹ੍ਹਾਰੀ ॥
ହେ ସ୍ଵାମୀ! ସନ୍ଥଜନ ମିଶି ତୋର ଯଶୋଗାନ କରିଛନ୍ତି, ତାହାଙ୍କୁ ଦିନରାତି ତୋର ମିଳନର ଆଶା ରହିଥାଏ।
ਸਫਲੁ ਦਰਸੁ ਭੇਟਿਆ ਗੁਰੁ ਪੂਰਾ ਨਾਨਕ ਸਦ ਬਲਿਹਾਰੀ ॥੨॥
ହେ ନାନକ! ମୋତେ ପୂର୍ଣ୍ଣ ଗୁରୁ ମିଳିଛନ୍ତି, ଯାହାଙ୍କ ଦର୍ଶନ ଫଳଦାୟକ ଅଟେ, ମୁଁ ତାହାଙ୍କ ପ୍ରତି ସର୍ବଦା ସମର୍ପିତ ଅଟେ॥2॥
ਸੰਮ੍ਹ੍ਹਲਿਆ ਸਚੁ ਥਾਨੁ ਮਾਨੁ ਮਹਤੁ ਸਚੁ ਪਾਇਆ ਬਲਿ ਰਾਮ ਜੀਉ ॥
ପରମାତ୍ମାଙ୍କ ସଚ୍ଚା ସ୍ଥାନର ଧ୍ୟାନ କରିବା ଦ୍ଵାରା ମୋତେ ମାନ-ସମ୍ମାନ ଓ ସତ୍ୟର ପ୍ରାପ୍ତି ହୋଇଛି।
ਸਤਿਗੁਰੁ ਮਿਲਿਆ ਦਇਆਲੁ ਗੁਣ ਅਬਿਨਾਸੀ ਗਾਇਆ ਬਲਿ ਰਾਮ ਜੀਉ ॥
ଯେତେବେଳେ ମୋତେ ଦୟାଳୁ ସଦଗୁରୁ ମିଳି ଯାଇଛନ୍ତି, ମୁଁ ଅବିନାଶୀ ପରମାତ୍ମାଙ୍କ ଗୁଣ ହିଁ ଗାନ କରିଛି।
ਗੁਣ ਗੋਵਿੰਦ ਗਾਉ ਨਿਤ ਨਿਤ ਪ੍ਰਾਣ ਪ੍ਰੀਤਮ ਸੁਆਮੀਆ ॥
ମୁଁ ନିତ୍ୟ ଗୋବିନ୍ଦଙ୍କ ଗୁଣ ଗାନ କରିଥାଏ, ଯିଏ ମୋର ପ୍ରାଣ ଠାରୁ ମଧ୍ୟ ପ୍ରିୟ ଅଟନ୍ତି ଆଉ ମୋର ସ୍ଵାମୀ ଅଟନ୍ତି।
ਸੁਭ ਦਿਵਸ ਆਏ ਗਹਿ ਕੰਠਿ ਲਾਏ ਮਿਲੇ ਅੰਤਰਜਾਮੀਆ ॥
ବର୍ତ୍ତମାନ ମୋର ଶୁଭ ଦିବସ ଆସି ଯାଇଛି, କାରଣ ଅନ୍ତର୍ଯାମୀ ପ୍ରଭୁ ମୋତେ ମିଳି ଯାଇଛନ୍ତି, ସେ ମୋତେ ଧରି ଗଳାରେ ଲଗାଇଛନ୍ତି।
ਸਤੁ ਸੰਤੋਖੁ ਵਜਹਿ ਵਾਜੇ ਅਨਹਦਾ ਝੁਣਕਾਰੇ ॥
ମନରେ ସତ୍ୟ ଓ ସନ୍ତୋଷର ମଧୁର ଧ୍ୱନି ଗୁଞ୍ଜନ କରୁଛି ଆଉ ଅନାହଦ ଶବ୍ଦର ଝଙ୍କାର ହେଉଛି।
ਸੁਣਿ ਭੈ ਬਿਨਾਸੇ ਸਗਲ ਨਾਨਕ ਪ੍ਰਭ ਪੁਰਖ ਕਰਣੈਹਾਰੇ ॥੩॥
ହେ ନାନକ! ସର୍ବକର୍ତ୍ତା ପରମପୁରୁଷ ପ୍ରଭୁଙ୍କ ଯଶ ଶୁଣି ମୋର ସାରା ଭୟ ନାଶ ହୋଇ ଯାଇଛି॥3॥
ਉਪਜਿਆ ਤਤੁ ਗਿਆਨੁ ਸਾਹੁਰੈ ਪੇਈਐ ਇਕੁ ਹਰਿ ਬਲਿ ਰਾਮ ਜੀਉ ॥
ଯେତେବେଳେ ମୋର ମନରେ ପରମ ତତ୍ତ୍ଵର ଜ୍ଞାନ ଜାତ ହୋଇ ଯାଇଛି, ମୋତେ ଜଣା ପଡିଛି ଯେ ଲୋକ-ପରଲୋକରେ ପରମାତ୍ମା ହିଁ ମହଜୁଦ ଅଛନ୍ତି।
ਬ੍ਰਹਮੈ ਬ੍ਰਹਮੁ ਮਿਲਿਆ ਕੋਇ ਨ ਸਾਕੈ ਭਿੰਨ ਕਰਿ ਬਲਿ ਰਾਮ ਜੀਉ ॥
ଆତ୍ମା ପରମତ୍ମାଙ୍କ ଠାରେ ମିଶି ଯାଇଛି ଆଉ ବର୍ତ୍ତମାନ କେହି ଏହାକୁ ଅଲଗା କରି ପାରିବ ନାହିଁ।
ਬਿਸਮੁ ਪੇਖੈ ਬਿਸਮੁ ਸੁਣੀਐ ਬਿਸਮਾਦੁ ਨਦਰੀ ਆਇਆ ॥
ବର୍ତ୍ତମାନ ମୋତେ ଅଦ୍ଭୁତ ରୂପ ବ୍ରହ୍ମ ହିଁ ଦେଖା ଯାଉଛନ୍ତି ଓ ସୁନା ଯାଉଛନ୍ତି।
ਜਲਿ ਥਲਿ ਮਹੀਅਲਿ ਪੂਰਨ ਸੁਆਮੀ ਘਟਿ ਘਟਿ ਰਹਿਆ ਸਮਾਇਆ ॥
ଜଗତର ସ୍ଵାମୀ ପ୍ରଭୁ ଜଳ, ସ୍ଥଳ ଏବଂ ଆକାଶରେ ଭରପୁର ଅଛନ୍ତି ଆଉ ପ୍ରତ୍ୟେକ ହୃଦୟରେ ଅଛନ୍ତି।
ਜਿਸ ਤੇ ਉਪਜਿਆ ਤਿਸੁ ਮਾਹਿ ਸਮਾਇਆ ਕੀਮਤਿ ਕਹਣੁ ਨ ਜਾਏ ॥
ଏହି ଦୁନିଆ ଯାହାଙ୍କ ଠାରୁ ଉତ୍ପନ୍ନ ହୋଇଛି, ସେଥିରେ ହିଁ ଲୀନ ହୋଇଯାଏ ଏବଂ ତାହାଙ୍କ ମୂଲ୍ୟାଙ୍କନ କେହି କରି ପାରିବେ ନାହିଁ।
ਜਿਸ ਕੇ ਚਲਤ ਨ ਜਾਹੀ ਲਖਣੇ ਨਾਨਕ ਤਿਸਹਿ ਧਿਆਏ ॥੪॥੨॥
ହେ ନାନକ! ଯେଉଁ ପରମେଶ୍ଵରଙ୍କ କୌତୁକ ଜଣା ପଡେ ନାହିଁ, ତାହାଙ୍କ ଭଜନ କର॥4॥2॥
ਰਾਗੁ ਸੂਹੀ ਛੰਤ ਮਹਲਾ ੫ ਘਰੁ ੨
ରାଗ ସୁହୀ ଛନ୍ତ ମହଲା 5 ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରେ ପ୍ରାପ୍ତ କରାଯାଇ ପାରେ।
ਗੋਬਿੰਦ ਗੁਣ ਗਾਵਣ ਲਾਗੇ ॥
ହେ ଭାଇ! ମୁଁ ଗୋବିନ୍ଦଙ୍କ ଗୁଣଗାନ କରିବାରେ ଲାଗି ଯାଇଛି।
ਹਰਿ ਰੰਗਿ ਅਨਦਿਨੁ ਜਾਗੇ ॥
ମୁଁ ପ୍ରତି କ୍ଷଣରେ ହରିଙ୍କ ରଙ୍ଗରେ ଜାଗ୍ରତ ରହିଥାଏ।
ਹਰਿ ਰੰਗਿ ਜਾਗੇ ਪਾਪ ਭਾਗੇ ਮਿਲੇ ਸੰਤ ਪਿਆਰਿਆ ॥
ହରିଙ୍କ ରଙ୍ଗରେ ଜାଗ୍ରତ ରହିବା ଦ୍ଵାରା ସାରା ପାପ ଦୂର ହୋଇ ଯାଇଛି ଆଉ ମୋତେ ପ୍ରିୟ ସନ୍ଥ ମିଳିଛନ୍ତି।
ਗੁਰ ਚਰਣ ਲਾਗੇ ਭਰਮ ਭਾਗੇ ਕਾਜ ਸਗਲ ਸਵਾਰਿਆ ॥
ଗୁରୁଙ୍କ ଚରଣରେ ଲାଗିବା ଦ୍ଵାରା ମୋର ସାରା ଭ୍ରମ ଦୂର ହୋଇ ଯାଇଛି ଆଉ ସାରା କାର୍ଯ୍ୟ ସଫଳ ହୋଇ ଯାଇଛି।
ਸੁਣਿ ਸ੍ਰਵਣ ਬਾਣੀ ਸਹਜਿ ਜਾਣੀ ਹਰਿ ਨਾਮੁ ਜਪਿ ਵਡਭਾਗੈ ॥
ସୌଭାଗ୍ୟରୁ ହରିନାମ ଜପି ଆଉ ନିଜ କାନରେ ବାଣୀ ଶୁଣି ସ୍ଵାଭାବିକ ଅବସ୍ଥା ଜାଣିପାରିଛି।
ਬਿਨਵੰਤਿ ਨਾਨਕ ਸਰਣਿ ਸੁਆਮੀ ਜੀਉ ਪਿੰਡੁ ਪ੍ਰਭ ਆਗੈ ॥੧॥
ନାନକଙ୍କ ପ୍ରାର୍ଥନା ଯେ ହେ ସ୍ଵାମୀ! ମୁଁ ତୋର ଶରଣରେ ଆସିଛି, ମୋର ପ୍ରାଣ ଓ ଶରୀର ତୋତେ ଅର୍ପଣ କରୁଛି॥1॥
ਅਨਹਤ ਸਬਦੁ ਸੁਹਾਵਾ ॥
ହେ ଭାଇ! ମନରେ ଅନାହଦ ଶବ୍ଦ ଗୁଞ୍ଜନ କରୁଛି,
ਸਚੁ ਮੰਗਲੁ ਹਰਿ ਜਸੁ ਗਾਵਾ ॥
ଯେତେବେଳେ ମୁଁ ସଚ୍ଚା ମଙ୍ଗଳ ହରିଙ୍କ ଗୁଣଗାନ କରୁଛି।
ਗੁਣ ਗਾਇ ਹਰਿ ਹਰਿ ਦੂਖ ਨਾਸੇ ਰਹਸੁ ਉਪਜੈ ਮਨਿ ਘਣਾ ॥
ହରିଙ୍କ ଗୁଣଗାନ କରିବା ଦ୍ଵାରା ମୋର ସାରା ଦୁଃଖ ନାଶ ହୋଇ ଯାଇଛି ଆଉ ମନରେ ବଡ ଆନନ୍ଦ ଉତ୍ପନ୍ନ ହୋଇ ଯାଇଛି।
ਮਨੁ ਤੰਨੁ ਨਿਰਮਲੁ ਦੇਖਿ ਦਰਸਨੁ ਨਾਮੁ ਪ੍ਰਭ ਕਾ ਮੁਖਿ ਭਣਾ ॥
ପ୍ରଭୁଙ୍କ ଦର୍ଶନ କରି ମୋର ମନ ଓ ତନ ନିର୍ମଳ ହୋଇ ଯାଇଛି ଆଉ ବର୍ତ୍ତମାନ ନିଜ ମୁଖରେ ପ୍ରଭୁଙ୍କ ନାମ ହିଁ ଉଚ୍ଚାରଣ କରିଥାଏ।