Odia Page 788

ਜੁਗ ਚਾਰੇ ਸਭ ਭਵਿ ਥਕੀ ਕਿਨਿ ਕੀਮਤਿ ਹੋਈ ॥
ସାରା ଦୁନିଆ ଚାରିଯୁଗରେ ପଥଭ୍ରଷ୍ଟ ରହି ଥକି ଯାଇଛି, କିନ୍ତୁ କେହି ମଧ୍ୟ ତାହାଙ୍କ ମୂଲ୍ୟାଙ୍କନ ପାଇ ନାହାନ୍ତି।        

ਸਤਿਗੁਰਿ ਏਕੁ ਵਿਖਾਲਿਆ ਮਨਿ ਤਨਿ ਸੁਖੁ ਹੋਈ ॥
ସଦଗୁରୁ ମୋତେ ଏକ ପରମାତ୍ମା ଦେଖାଇ ଦେଇଛନ୍ତି, ଯାହାଦ୍ୱାରା ମନ-ତନ ସୁଖୀ ହୋଇ ଯାଇଛି।           

ਗੁਰਮੁਖਿ ਸਦਾ ਸਲਾਹੀਐ ਕਰਤਾ ਕਰੇ ਸੁ ਹੋਈ ॥੭॥
ଗୁରୁଙ୍କ ମାଧ୍ୟମରୁ ସର୍ବଦା ଭଗବାନଙ୍କ ସ୍ତୁତି କରିବା ଉଚିତ, ତାହା ହିଁ ହୋଇଥାଏ, ଯାହା ପରମାତ୍ମା କରିଥାନ୍ତି॥7॥           

ਸਲੋਕ ਮਹਲਾ ੨ ॥
ଶ୍ଳୋକ ମହଲା 2 ॥ 

ਜਿਨਾ ਭਉ ਤਿਨੑ ਨਾਹਿ ਭਉ ਮੁਚੁ ਭਉ ਨਿਭਵਿਆਹ ॥
ଯେଉଁ ଲୋକଙ୍କୁ ଭଗବାନଙ୍କ ଭୟ ହୋଇଥାଏ, ତାହାକୁ ଅନ୍ୟ କିଛି ଭୟ ପ୍ରଭାବିତ କରିନଥାଏ। ପରନ୍ତୁ ଯାହାକୁ ଭଗବାନଙ୍କ ଭୟ ନଥାଏ, ତାହାକୁ ବହୁତ ପ୍ରକାର ଭୟ ଲାଗି ରହିଥାଏ।    

ਨਾਨਕ ਏਹੁ ਪਟੰਤਰਾ ਤਿਤੁ ਦੀਬਾਣਿ ਗਇਆਹ ॥੧॥
ହେ ନାନକ! ଏହି ନିର୍ଣ୍ଣୟ ସେହି ମାଲିକଙ୍କ ଦରବାରକୁ ଯିବା ମାତ୍ରେ ହିଁ ହୋଇଥାଏ॥1॥   

ਮਃ ੨ ॥
ମହଲା 2 ॥       

ਤੁਰਦੇ ਕਉ ਤੁਰਦਾ ਮਿਲੈ ਉਡਤੇ ਕਉ ਉਡਤਾ ॥
ନଦୀକୁ ସାଗର ମିଳିଯାଏ, ବାଯୁକୁ ବାୟୁ ମିଳିଯାଏ, ପ୍ରଚଣ୍ଡ ଅଗ୍ନି ଅଗ୍ନିରେ ମିଶିଯାଏ।    

ਜੀਵਤੇ ਕਉ ਜੀਵਤਾ ਮਿਲੈ ਮੂਏ ਕਉ ਮੂਆ ॥
ମାଟିକୁ ଶରୀର ରୂପୀ ମାଟି  ମିଳିଯାଏ।     

ਨਾਨਕ ਸੋ ਸਾਲਾਹੀਐ ਜਿਨਿ ਕਾਰਣੁ ਕੀਆ ॥੨॥
ହେ ନାନକ! ସେହି ପରମାତ୍ମାଙ୍କ ପ୍ରଶଂସା କରିବା ଉଚିତ, ଯିଏ ଏହି ସାରା ପ୍ରକୃତି ବନାଇଛନ୍ତି॥2॥  

ਪਉੜੀ ॥
ପଉଡୀ॥ 

ਸਚੁ ਧਿਆਇਨਿ ਸੇ ਸਚੇ ਗੁਰ ਸਬਦਿ ਵੀਚਾਰੀ ॥
ବାସ୍ତବରେ ସେହି ମନୁଷ୍ୟ ସତ୍ୟବାଦୀ ଅଟେ, ଯିଏ ଶବ୍ଦ-ଗୁରୁଙ୍କ ଚିନ୍ତନ ଦ୍ଵାରା ସତ୍ୟର ଧ୍ୟାନ କରିଥାଏ।                 

ਹਉਮੈ ਮਾਰਿ ਮਨੁ ਨਿਰਮਲਾ ਹਰਿ ਨਾਮੁ ਉਰਿ ਧਾਰੀ ॥
ଅହଂକାର ସମାପ୍ତ କରି ତାହାର ମନ ନିର୍ମଳ ହୋଇଯାଏ ଆଉ ସେ ନିଜ ହୃଦୟରେ ହରିନାମକୁ ସ୍ଥାପନ କରିଥାଏ।            

ਕੋਠੇ ਮੰਡਪ ਮਾੜੀਆ ਲਗਿ ਪਏ ਗਾਵਾਰੀ ॥
ମୂର୍ଖ ମନୁଷ୍ୟ ନିଜର ସୁନ୍ଦର ଘର, ଭବ୍ୟ ମହଲ ଏବଂ ଭିନ୍ନ ଭିନ୍ନ ଉଦ୍ୟୋଗ ମୋହରେ ଲୀନ ଥାଏ।         

ਜਿਨੑਿ ਕੀਏ ਤਿਸਹਿ ਨ ਜਾਣਨੀ ਮਨਮੁਖਿ ਗੁਬਾਰੀ ॥
ମନମୁଖୀ ମନୁଷ୍ୟ ମୋହର ଘୋର ଅନ୍ଧକାରରେ ଫସି ପରମାତ୍ମାଙ୍କୁ ଜାଣେ ନାହିଁ, ଯିଏ ତାହାଙ୍କୁ ଜାତ କରିଛନ୍ତି। 

ਜਿਸੁ ਬੁਝਾਇਹਿ ਸੋ ਬੁਝਸੀ ਸਚਿਆ ਕਿਆ ਜੰਤ ਵਿਚਾਰੀ ॥੮॥
ସତ୍ୟ ଏହା ଯେ ଏହି ବିଚରା ଜୀବ କିଛି ମଧ୍ୟ ନୁହେଁ, ସେ ହିଁ ବୁଝିଥାଏ, ଯାହାକୁ ସେ ଜ୍ଞାନ ଦେଇଥାନ୍ତି॥8॥   

ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਕਾਮਣਿ ਤਉ ਸੀਗਾਰੁ ਕਰਿ ਜਾ ਪਹਿਲਾਂ ਕੰਤੁ ਮਨਾਇ ॥
ଜୀବ ରୂପୀ କାମିନୀକୁ ସେତେବେଳେ ଶୃଙ୍ଗାର କରିବା ଉଚିତ, ଯଦି ସେ ନିଜର ପତି-ପ୍ରଭୁଙ୍କୁ ପ୍ରସନ୍ନ କରିନିଏ।           

ਮਤੁ ਸੇਜੈ ਕੰਤੁ ਨ ਆਵਈ ਏਵੈ ਬਿਰਥਾ ਜਾਇ ॥
କାରଣ, ବୋଧହୁଏ, ପତି-ପ୍ରଭୁ ହୃଦୟ ରୂପୀ ଶେଜକୁ ନ ଆସିଲେ ପୁରା ଶୃଙ୍ଗାର ବ୍ୟର୍ଥରେ ଚାଲିଯାଏ।          

ਕਾਮਣਿ ਪਿਰ ਮਨੁ ਮਾਨਿਆ ਤਉ ਬਣਿਆ ਸੀਗਾਰੁ ॥
ଯେତେବେଳେ ଜୀବ ରୂପୀ କାମିନୀର ପତିର ମନ ପ୍ରସନ୍ନ ହୋଇଥାଏ, ତାହାକୁ ହିଁ ଶୃଙ୍ଗାର ଭଲ ଲାଗିଥାଏ। 

ਕੀਆ ਤਉ ਪਰਵਾਣੁ ਹੈ ਜਾ ਸਹੁ ਧਰੇ ਪਿਆਰੁ ॥
ତାହା ଦ୍ଵାରା ହୋଇଥିବା ଶୃଙ୍ଗାର ହିଁ ମଞ୍ଜୁର ହୋଇଥାଏ, ଯଦି ପ୍ରଭୁ ତହକୁ ପ୍ରେମ କରିଥାନ୍ତି।      

ਭਉ ਸੀਗਾਰੁ ਤਬੋਲ ਰਸੁ ਭੋਜਨੁ ਭਾਉ ਕਰੇਇ ॥
ସିଏ ନିଜ ପ୍ରଭୁଙ୍କ ଭୟକୁ ନିଜ ଶୃଙ୍ଗାର, ହରିରସକୁ ପାନ ଏବଂ ପ୍ରେମକୁ ନିଜ ଭୋଜନ ବନାଇ ଥାଏ।      

ਤਨੁ ਮਨੁ ਸਉਪੇ ਕੰਤ ਕਉ ਤਉ ਨਾਨਕ ਭੋਗੁ ਕਰੇਇ ॥੧॥
ହେ ନାନକ! ପତି-ପ୍ରଭୁ ତାହା ସହିତ ରମଣ କରିଥାନ୍ତି, ଯେତେବେଳେ ସେ ନିଜ ମନ, ତନ ଆଦି ସବୁକିଛି ପ୍ରଭୁଙ୍କୁ ସମର୍ପଣ କରିଥାଏ॥1॥      

ਮਃ ੩ ॥
ମହଲା 3 ॥ 

ਕਾਜਲ ਫੂਲ ਤੰਬੋਲ ਰਸੁ ਲੇ ਧਨ ਕੀਆ ਸੀਗਾਰੁ ॥
ଜୀବ-ସ୍ତ୍ରୀ ଆଖିରେ କାଜଲ, କେଶରେ ଫୁଲ ଓଠରେ ରସର ଶୃଙ୍ଗାର କରିଥାଏ।     

ਸੇਜੈ ਕੰਤੁ ਨ ਆਇਓ ਏਵੈ ਭਇਆ ਵਿਕਾਰੁ ॥੨॥
ପରନ୍ତୁ ପ୍ରଭୁ ତାହାର ହୃଦୟ-ଶେଜକୁ ଆସନ୍ତି ନାହିଁ ତାହାର ଶୃଙ୍ଗାର ବ୍ୟର୍ଥ ହୋଇଯାଏ॥2॥     

ਮਃ ੩ ॥
ମହଲା 3॥ 

ਧਨ ਪਿਰੁ ਏਹਿ ਨ ਆਖੀਅਨਿ ਬਹਨਿ ਇਕਠੇ ਹੋਇ ॥
ବାସ୍ତବରେ ତାହାକୁ ପତି-ପତ୍ନୀ କୁହାଯାଏ ନାହିଁ, ଯିଏ ପରସ୍ପର ମିଶି ବସିଥାନ୍ତି।      

ਏਕ ਜੋਤਿ ਦੁਇ ਮੂਰਤੀ ਧਨ ਪਿਰੁ ਕਹੀਐ ਸੋਇ ॥੩॥
ପତି-ପତ୍ନୀ ତାହାଙ୍କୁ କୁହାଯାଏ, ଯାହାଙ୍କ ଶରୀରରେ ଜ୍ୟୋତି ଏକ ହୋଇଥାଏ ଅର୍ଥାତ ଶରୀର ଦୁଇ କିନ୍ତୁ ଆତ୍ମା ଏକ ହୋଇଥାଏ॥3॥     

ਪਉੜੀ ॥
ପଉଡୀ॥ 

ਭੈ ਬਿਨੁ ਭਗਤਿ ਨ ਹੋਵਈ ਨਾਮਿ ਨ ਲਗੈ ਪਿਆਰੁ ॥
ଶ୍ରଦ୍ଧା-ଭୟ ବିନା ତାହାଙ୍କ ଭକ୍ତି ହୁଏନାହିଁ ଆଉ ନା ନାମ ସହିତ ପ୍ରେମ ଲାଗିଥାଏ।         

ਸਤਿਗੁਰਿ ਮਿਲਿਐ ਭਉ ਊਪਜੈ ਭੈ ਭਾਇ ਰੰਗੁ ਸਵਾਰਿ ॥
ସଦଗୁରୁଙ୍କ ସହିତ ମିଶି ହିଁ ଶ୍ରଦ୍ଧା ରୂପୀ ଭୟ ଉତ୍ପନ୍ନ ହୋଇଥାଏ ଆଉ ସେହି ଶ୍ରଦ୍ଧା ଦ୍ଵାରା ଭକ୍ତିର ସୁନ୍ଦର ରଙ୍ଗ ଚଢିଥାଏ।    

ਤਨੁ ਮਨੁ ਰਤਾ ਰੰਗ ਸਿਉ ਹਉਮੈ ਤ੍ਰਿਸਨਾ ਮਾਰਿ ॥
ଅହଂତ୍ଵ ଏବଂ ତୃଷ୍ଣାକୁ ସମାପ୍ତ କରି ତାହାଙ୍କ ମନ-ତନ ପ୍ରଭୁଙ୍କ ରଙ୍ଗରେ ଲୀନ ହୋଇଯାଏ।        

ਮਨੁ ਤਨੁ ਨਿਰਮਲੁ ਅਤਿ ਸੋਹਣਾ ਭੇਟਿਆ ਕ੍ਰਿਸਨ ਮੁਰਾਰਿ ॥
ଯାହାର ମନ-ତନ ନିର୍ମଳ ଏବଂ ଅତ୍ୟନ୍ତ ସୁନ୍ଦର ହୋଇଯାଏ, ତାହାକୁ ହିଁ ଇଶ୍ଵର ମିଳିଥାନ୍ତି।              

ਭਉ ਭਾਉ ਸਭੁ ਤਿਸ ਦਾ ਸੋ ਸਚੁ ਵਰਤੈ ਸੰਸਾਰਿ ॥੯॥
ସେହି ପରମ-ସତ୍ୟ ସଂପୂର୍ଣ୍ଣ ସଂସାରରେ ପ୍ରବୃତ୍ତ ଅଛନ୍ତି ଆଉ ଭୟ ଓ ପ୍ରେମ ସବୁ ତାହାଙ୍କ ଦ୍ଵାରା ହିଁ ଦିଆଯାଇଛି॥6॥          

ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥ 

ਵਾਹੁ ਖਸਮ ਤੂ ਵਾਹੁ ਜਿਨਿ ਰਚਿ ਰਚਨਾ ਹਮ ਕੀਏ ॥
ୱାହ ମାଲିକ! ତୁ ୱାହ ୱାହ ଅଟେ, ଯିଏ ଏହି ସୃଷ୍ଟି ରଚନା କରି ଆମକୁ ଜାତ କରିଛନ୍ତି। 

ਸਾਗਰ ਲਹਰਿ ਸਮੁੰਦ ਸਰ ਵੇਲਿ ਵਰਸ ਵਰਾਹੁ ॥
ତୁ ହିଁ ସାଗର, ସମୁଦ୍ରର ଲହଡି, ସରୋବର, ବନସ୍ପତିର ଶାଖା ଏବଂ ବର୍ଷା କରିବା ବାଲା ବାଦଲ ଜାତ କରିଛୁ।    

ਆਪਿ ਖੜੋਵਹਿ ਆਪਿ ਕਰਿ ਆਪੀਣੈ ਆਪਾਹੁ ॥
ତୁ ସ୍ଵୟଂ ହିଁ ସୃଷ୍ଟି ରଚନା କରି ସେଥିରେ ଆଧାର ବନି ସ୍ଵୟଂ ହିଁ ଦଣ୍ଡାୟମାନ ହୋଇଛୁ, ତୁ ସ୍ଵୟଂଭୂ ଅଟୁ, ସବୁକିଛି ଅଟୁ।    

ਗੁਰਮੁਖਿ ਸੇਵਾ ਥਾਇ ਪਵੈ ਉਨਮਨਿ ਤਤੁ ਕਮਾਹੁ ॥
ଯେଉଁ ବ୍ୟକ୍ତି ସ୍ଵାଭାବିକ ଭାବରେ ପରମ ତତ୍ତ୍ଵର ସେବା କରିଥାଏ, ସେହି ଗୁରୁମୁଖୀଙ୍କ ସେବା ହିଁ ପରମାତ୍ମାଙ୍କୁ ମଞ୍ଜୁର ହୋଇଥାଏ।         

ਮਸਕਤਿ ਲਹਹੁ ਮਜੂਰੀਆ ਮੰਗਿ ਮੰਗਿ ਖਸਮ ਦਰਾਹੁ ॥
ନିଜ ମାଲିକଙ୍କ ଦ୍ଵାରରେ ମାଗି ମାଗି ନିଜ ନାମର ଅର୍ଜନ କରିଥାଏ। 

ਨਾਨਕ ਪੁਰ ਦਰ ਵੇਪਰਵਾਹ ਤਉ ਦਰਿ ਊਣਾ ਨਾਹਿ ਕੋ ਸਚਾ ਵੇਪਰਵਾਹੁ ॥੧॥
ଗୁରୁ ନାନକ କହନ୍ତି ଯେ ହେ ନିଶ୍ଚିନ୍ତ ପ୍ରଭୁ! ତୋର ଘର ଖଜଣାରେ ଭରପୁର ଅଟେ, ତୋର ଘରେ କୌଣସି ବସ୍ତୁର ଅଭାବ ରହେ ନାହିଁ ॥1॥          

ਮਹਲਾ ੧ ॥
ମହଲା 1 ॥ 

ਉਜਲ ਮੋਤੀ ਸੋਹਣੇ ਰਤਨਾ ਨਾਲਿ ਜੁੜੰਨਿ ॥
ମନୁଷ୍ୟର ସୁନ୍ଦର ଶରୀରରେ ମୋତି ଭଳି ଧବଳ ଦାନ୍ତ ଏବଂ ରତ୍ନ ଭଳି ନେତ୍ର ଖଚିତ ହୋଇଥାଏ।              

ਤਿਨ ਜਰੁ ਵੈਰੀ ਨਾਨਕਾ ਜਿ ਬੁਢੇ ਥੀਇ ਮਰੰਨਿ ॥੨॥
ହେ ନାନକ! ଯିଏ ବୃଦ୍ଧ ହୋଇ ମରିଥାଏ, ବାର୍ଦ୍ଧକ୍ୟ ତାହାର ଶତ୍ରୁ ଅଟେ ଅର୍ଥାତ ବାର୍ଦ୍ଧକ୍ୟ ଶରୀରକୁ ନାଶ କରିଦିଏ॥2॥       

error: Content is protected !!