Odia Page 802

ਅਗਨਤ ਗੁਣ ਠਾਕੁਰ ਪ੍ਰਭ ਤੇਰੇ ॥
ତୋର ଗୁଣ ଅସଂଖ୍ୟ ଅଟେ। 

ਮੋਹਿ ਅਨਾਥ ਤੁਮਰੀ ਸਰਣਾਈ ॥
ମୁଁ, ଅନାଥ, ତୋ’ ଶରଣରେ ଅଛି।                

ਕਰਿ ਕਿਰਪਾ ਹਰਿ ਚਰਨ ਧਿਆਈ ॥੧॥
ହେ ଶ୍ରୀହରି! ଏପରି କୃପା କର, ଯେପରି ତୋର ଚରଣରେ ଧ୍ୟାନ କରି ପାରିବି॥1॥                 

ਦਇਆ ਕਰਹੁ ਬਸਹੁ ਮਨਿ ਆਇ ॥
ଦୟା କର ଆଉ ମୋର ମନରେ ବାସ କର।             

ਮੋਹਿ ਨਿਰਗੁਨ ਲੀਜੈ ਲੜਿ ਲਾਇ ॥ ਰਹਾਉ ॥
ମୋ ଭକି ନିର୍ଗୁଣକୁ ନିଜ ପାଖରେ ରଖ॥ରୁହ॥       

ਪ੍ਰਭੁ ਚਿਤਿ ਆਵੈ ਤਾ ਕੈਸੀ ਭੀੜ ॥
ଯଦି ପ୍ରଭୁଙ୍କ ସ୍ମରଣ କର, ତାହାହେଲେ କୌଣସି ବିପତ୍ତି କିପରି ଆସି ପାରିବ?  

ਹਰਿ ਸੇਵਕ ਨਾਹੀ ਜਮ ਪੀੜ ॥
ହରିଙ୍କ ସେବକକୁ ଯମର ପୀଡା ସହ୍ୟ କରିବାକୁ ପଡେ ନାହିଁ।     

ਸਰਬ ਦੂਖ ਹਰਿ ਸਿਮਰਤ ਨਸੇ ॥
ହରିଙ୍କ ସ୍ମରଣ କରିବା ଦ୍ଵାରା ସର୍ବ ଦୁଃଖର ନାଶ ହୋଇଯାଏ ଆଉ        

ਜਾ ਕੈ ਸੰਗਿ ਸਦਾ ਪ੍ਰਭੁ ਬਸੈ ॥੨॥
ତାହା ସାଥିରେ ପ୍ରଭୁ ସଦା ବାସ କରିଥାନ୍ତି॥2॥           

ਪ੍ਰਭ ਕਾ ਨਾਮੁ ਮਨਿ ਤਨਿ ਆਧਾਰੁ ॥
ପ୍ରଭୁଙ୍କ ନାମ ମୋର ମନ ଏବଂ ତନର ଆଶ୍ରା ଅଟେ।             

ਬਿਸਰਤ ਨਾਮੁ ਹੋਵਤ ਤਨੁ ਛਾਰੁ ॥
ନାମ ବିସ୍ମୃତ ହେବା ଦ୍ଵାରା ଶରୀର ଧ୍ଵଂସ ହୋଇଯାଏ।                  

ਪ੍ਰਭ ਚਿਤਿ ਆਏ ਪੂਰਨ ਸਭ ਕਾਜ ॥
ପ୍ରଭୁଙ୍କ ସ୍ମରଣ ଆସିବା ଦ୍ଵାରା ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ।     

ਹਰਿ ਬਿਸਰਤ ਸਭ ਕਾ ਮੁਹਤਾਜ ॥੩॥
ଭଗବାନଙ୍କୁ ଭୁଲିବା ଦ୍ଵାରା ଜୀବ ସବୁଙ୍କ ଦାସ ବନିଯାଏ॥3॥ 

ਚਰਨ ਕਮਲ ਸੰਗਿ ਲਾਗੀ ਪ੍ਰੀਤਿ ॥
ପ୍ରଭୁଙ୍କ ଚରଣ-କମଳରେ ମୋର ପ୍ରୀତି ଲାଗି ଯାଇଛି ଏବଂ          

ਬਿਸਰਿ ਗਈ ਸਭ ਦੁਰਮਤਿ ਰੀਤਿ ॥
ସାରା ଦୁର୍ମତିର ରୀତି ଭୁଲି ଯାଇଛି।       

ਮਨ ਤਨ ਅੰਤਰਿ ਹਰਿ ਹਰਿ ਮੰਤ ॥
ମୋର ମନ ଓ ତନ ହରି-ନାମ ରୂପୀ ମନ୍ତ୍ରର ଜପ କରିଥାଏ।       

ਨਾਨਕ ਭਗਤਨ ਕੈ ਘਰਿ ਸਦਾ ਅਨੰਦ ॥੪॥੩॥
ହେ ନାନକ! ଭକ୍ତର ଘରେ ସଦା ଆନନ୍ଦ ବଜାୟ ରହିଥାଏ॥4॥3॥           

ਰਾਗੁ ਬਿਲਾਵਲੁ ਮਹਲਾ ਘਰੁ ਯਾਨੜੀਏ ਕੈ ਘਰਿ ਗਾਵਣਾ
ରାଗ ବିଲାବଲୁ ମହଲା 5 ଘର 2 ୟାନଡିଏ ଘରି ଗାବଣା ॥ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।       

ਮੈ ਮਨਿ ਤੇਰੀ ਟੇਕ ਮੇਰੇ ਪਿਆਰੇ ਮੈ ਮਨਿ ਤੇਰੀ ਟੇਕ ॥
ହେ ମୋର ପ୍ରିୟ ପ୍ରଭୁ! ମୋର ମନରେ ଏକ ତୋର ହିଁ ସାହାରା ଅଛି।              

ਅਵਰ ਸਿਆਣਪਾ ਬਿਰਥੀਆ ਪਿਆਰੇ ਰਾਖਨ ਕਉ ਤੁਮ ਏਕ ॥੧॥ ਰਹਾਉ ॥
ମୋର ଅନ୍ୟ ସବୁ ଚତୁରତା ବ୍ୟର୍ଥ ହୋଇ ଯାଇଛି ଆଉ ଏକ ତୁ ହିଁ ମୋର ରଖୁଆଳ ଅଟୁ॥1॥ରୁହ॥                     

ਸਤਿਗੁਰੁ ਪੂਰਾ ਜੇ ਮਿਲੈ ਪਿਆਰੇ ਸੋ ਜਨੁ ਹੋਤ ਨਿਹਾਲਾ ॥
ହେ ପ୍ରିୟ! ଯାହାକୁ ପୂର୍ଣ୍ଣ ସଦଗୁରୁ ମିଳିଜନ୍ତି, ସେ ଆନନ୍ଦିତ ହୋଇଯାଏ।                       

ਗੁਰ ਕੀ ਸੇਵਾ ਸੋ ਕਰੇ ਪਿਆਰੇ ਜਿਸ ਨੋ ਹੋਇ ਦਇਆਲਾ ॥
ଗୁରୁଙ୍କ ସେବା ସେ ହିଁ କରିଥାଏ, ଯାହା ଉପରେ ତୁ ଦୟାଳୁ ହୋଇ ଯାଉ।          

ਸਫਲ ਮੂਰਤਿ ਗੁਰਦੇਉ ਸੁਆਮੀ ਸਰਬ ਕਲਾ ਭਰਪੂਰੇ ॥
ସ୍ଵାମୀ ଗୁରୁଦେବ ସଫଳ ମୂର୍ତ୍ତି ଅଟନ୍ତି ଆଉ ସେ ସର୍ବକଳା ସମ୍ପର୍ଣ୍ଣ ଅଟନ୍ତି।     

ਨਾਨਕ ਗੁਰੁ ਪਾਰਬ੍ਰਹਮੁ ਪਰਮੇਸਰੁ ਸਦਾ ਸਦਾ ਹਜੂਰੇ ॥੧॥
ହେ ନାନକ! ଗୁରୁ ହିଁ ପରଂବ୍ରହ୍ମ, ପରମେଶ୍ଵର ଅଟନ୍ତି ଯିଏ ସଦା ସବୁ ସ୍ଥାନରେ ବିଦ୍ୟମାନ ଅଛନ୍ତି॥1॥              

ਸੁਣਿ ਸੁਣਿ ਜੀਵਾ ਸੋਇ ਤਿਨਾ ਕੀ ਜਿਨੑ ਅਪੁਨਾ ਪ੍ਰਭੁ ਜਾਤਾ ॥
ଯିଏ ନିଜ ପ୍ରଭୁଙ୍କୁ ଜାଣି ଦିଏ, ମୁଁ ତାହାଙ୍କ ଶୋଭା ଶୁଣି ଶୁଣି ବଞ୍ଚିଥାଏ। 

ਹਰਿ ਨਾਮੁ ਅਰਾਧਹਿ ਨਾਮੁ ਵਖਾਣਹਿ ਹਰਿ ਨਾਮੇ ਹੀ ਮਨੁ ਰਾਤਾ ॥
ସେ ହରିନାମର ଆରାଧନା କରିଥାଏ, ନାମର ବର୍ଣ୍ଣନା କରିଥାଏ ଆଉ ତାହାର ମନ ହରିନାମରେ ଲୀନ ରହିଥାଏ।     

ਸੇਵਕੁ ਜਨ ਕੀ ਸੇਵਾ ਮਾਗੈ ਪੂਰੈ ਕਰਮਿ ਕਮਾਵਾ ॥
ହେ ପ୍ରଭୁ! ତୋର ସେବକ ତୋର ଭକ୍ତର ସେବାର ଦାନ ମାଗିଥାଏ, କିନ୍ତୁ ତୋର ପୂର୍ଣ୍ଣ କୃପାରୁ ହିଁ ଏହା ହୋଇ ପାରିବ।        

ਨਾਨਕ ਕੀ ਬੇਨੰਤੀ ਸੁਆਮੀ ਤੇਰੇ ਜਨ ਦੇਖਣੁ ਪਾਵਾ ॥੨॥
ହେ ମୋର ସ୍ଵାମୀ! ନାନକ ତୋ’ ଠାରେ ଏହି ପ୍ରାର୍ଥନା କରନ୍ତି ଯେ ତୋର ଭକ୍ତଙ୍କ ଦର୍ଶନ କରିବେ॥2॥          

ਵਡਭਾਗੀ ਸੇ ਕਾਢੀਅਹਿ ਪਿਆਰੇ ਸੰਤਸੰਗਤਿ ਜਿਨਾ ਵਾਸੋ ॥
ହେ ପ୍ରିୟ! ସେହି ବ୍ୟକ୍ତି ଭାଗ୍ୟଶାଳୀ ଅଟେ, ଯାହାର ନିବାସ ସନ୍ଥଙ୍କ ସଙ୍ଗତିରେ ଥାଏ।   

ਅੰਮ੍ਰਿਤ ਨਾਮੁ ਅਰਾਧੀਐ ਨਿਰਮਲੁ ਮਨੈ ਹੋਵੈ ਪਰਗਾਸੋ ॥
ଅମୃତ ନାମର ଆରାଧନା କରିବା ଦ୍ଵାରା ନିର୍ମଳ ମନରେ ପ୍ରକାଶ ହୋଇଯାଏ।                

ਜਨਮ ਮਰਣ ਦੁਖੁ ਕਾਟੀਐ ਪਿਆਰੇ ਚੂਕੈ ਜਮ ਕੀ ਕਾਣੇ ॥
ହେ ମୋର ପ୍ରିୟ! ତାହାର ଜନ୍ମ-ମରଣ ଦୁଃଖ ନାଶ ହୋଇଯାଏ ଆଉ ଯମର ଭୟ ସମାପ୍ତ ହୋଇଯାଏ।       

ਤਿਨਾ ਪਰਾਪਤਿ ਦਰਸਨੁ ਨਾਨਕ ਜੋ ਪ੍ਰਭ ਅਪਣੇ ਭਾਣੇ ॥੩॥
ହେ ନାନକ! ଯେଉଁ ଜୀବ ନିଜ ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାକୁ ହିଁ ତାହାଙ୍କ ଦର୍ଶନ ପ୍ରାପ୍ତ ହୋଇଥାଏ॥3॥        

ਊਚ ਅਪਾਰ ਬੇਅੰਤ ਸੁਆਮੀ ਕਉਣੁ ਜਾਣੈ ਗੁਣ ਤੇਰੇ ॥
ହେ ମୋର ସ୍ଵାମୀ1 ତୁ ଉଚ୍ଚ, ଅପାର ଏବଂ ଅନନ୍ତ ଅଟୁ, ତୋର ଗୁଣକୁ କିଏ ଜାଣି ପାରିବ?           

ਗਾਵਤੇ ਉਧਰਹਿ ਸੁਣਤੇ ਉਧਰਹਿ ਬਿਨਸਹਿ ਪਾਪ ਘਨੇਰੇ ॥
ତୋର ଯଶୋଗାନ କରିବା ଏବଂ ଶୁଣିବା ବାଲାର ଉଦ୍ଧାର ହୋଇଯାଏ ତଥା ତାହାର ପାପ ନଷ୍ଟ ହୋଇଯାଏ।         

ਪਸੂ ਪਰੇਤ ਮੁਗਧ ਕਉ ਤਾਰੇ ਪਾਹਨ ਪਾਰਿ ਉਤਾਰੈ ॥
ତୁ ପଶୁ, ପ୍ରେତ ଓ ମୂର୍ଖର ମଧ୍ୟ କଲ୍ୟାଣ କରୁ ଆଉ ପଥରକୁ ମଧ୍ୟ ପାର କରାଇ ଦେଉ।        

ਨਾਨਕ ਦਾਸ ਤੇਰੀ ਸਰਣਾਈ ਸਦਾ ਸਦਾ ਬਲਿਹਾਰੈ ॥੪॥੧॥੪॥
ଦାସ ନାନକ ତୋର ଶରଣରେ ଆସିଛନ୍ତି ଆଉ ସଦା ତୋ’ ପ୍ରତି ସମର୍ପିତ ଅଟନ୍ତି॥4॥1॥4॥                

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5 ॥

ਬਿਖੈ ਬਨੁ ਫੀਕਾ ਤਿਆਗਿ ਰੀ ਸਖੀਏ ਨਾਮੁ ਮਹਾ ਰਸੁ ਪੀਓ ॥
ହେ ସଖୀ! ବିକାରର ଫିକା ରସ ତ୍ୟାଗ କର ଏବଂ ହରିରସ ହିଁ ପାନ କର।     

ਬਿਨੁ ਰਸ ਚਾਖੇ ਬੁਡਿ ਗਈ ਸਗਲੀ ਸੁਖੀ ਨ ਹੋਵਤ ਜੀਓ ॥
ଏହି ନାମ-ରସକୁ ଆସ୍ଵାଦନ କରିବା ବିନା ସାରା ଦୁନିଆ ବିକାରର ଜଳରେ ବୁଡିଯାଇଛି ଆଉ ଏଠାରେ ମନ କେବେ ସୁଖୀ ହୁଏନାହିଁ। 

ਮਾਨੁ ਮਹਤੁ ਨ ਸਕਤਿ ਹੀ ਕਾਈ ਸਾਧਾ ਦਾਸੀ ਥੀਓ ॥
କୌଣସି ମାନ, ମହତ୍ତ୍ଵ ଏବଂ ଭକ୍ତି ସୁଖୀ ହେବାର ସାଧନ ନୁହେଁ, ଏଥିପାଇଁ ସାଧୁଙ୍କ ଦାସୀ ବନି ଯାଅ। 

error: Content is protected !!