ODIA PAGE 210

ਰਾਗੁ ਗਉੜੀ ਪੂਰਬੀ ਮਹਲਾ ੫
ରାଗ ଗଉଡି ପୁରବୀ ମହଲା 5

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।

ਹਰਿ ਹਰਿ ਕਬਹੂ ਨ ਮਨਹੁ ਬਿਸਾਰੇ ॥
ଆମେ ନିଜ ମନରୁ ପ୍ରଭୁ –ପରମେଶ୍ଵରଙ୍କୁ କେବେ ମଧ୍ୟ ବିସ୍ମୃତ କରିବା ଉଚିତ ନୁହେଁ।

ਈਹਾ ਊਹਾ ਸਰਬ ਸੁਖਦਾਤਾ ਸਗਲ ਘਟਾ ਪ੍ਰਤਿਪਾਰੇ ॥੧॥ ਰਹਾਉ ॥
କାରଣ, ସେହି ଇଶ୍ଵର ହିଁ ଲୋକ ଓ ପରଲୋକରେ ପ୍ରାଣୀଙ୍କ ସୁଖଦାତା ଅଟନ୍ତି ଆଉ ସବୁ ଶରୀରର ପାଳନ ପୋଷଣ କରିଥାନ୍ତି ॥1॥ରୁହ॥

ਮਹਾ ਕਸਟ ਕਾਟੈ ਖਿਨ ਭੀਤਰਿ ਰਸਨਾ ਨਾਮੁ ਚਿਤਾਰੇ ॥
ଯଦି ମନୁଷ୍ୟର ମନ ଭଗବାନଙ୍କ ନାମର ଜପ କରୁଥାଏ , ତାହାହେଲେ, ସେ ଏକ କ୍ଷଣରେ ହିଁ ମହାକଷ୍ଟ ନିବୃତ୍ତ କରିଦେଇଥାଏ।

ਸੀਤਲ ਸਾਂਤਿ ਸੂਖ ਹਰਿ ਸਰਣੀ ਜਲਤੀ ਅਗਨਿ ਨਿਵਾਰੇ ॥੧॥
ପ୍ରଭୁଙ୍କ ଶରଣରେ ଶୀତଳତା, ଶାନ୍ତି ଏବଂ ସୁଖ ବିଦ୍ୟମାନ ଅଟେ ଆଉ ସେ ଜଳୁଥିବା ଅଗ୍ନି ଲିଭାଇ ଦେଇଥାଏ ॥1॥

ਗਰਭ ਕੁੰਡ ਨਰਕ ਤੇ ਰਾਖੈ ਭਵਜਲੁ ਪਾਰਿ ਉਤਾਰੇ ॥
ମନୁଷ୍ୟଙ୍କୁ ଗର୍ଭର ନର୍କକୁଣ୍ଡରୁ ପ୍ରଭୁ ବଞ୍ଚାନ୍ତି ଆଉ ତାହାକୁ ଭବସାଗରରୁ ପାର କରାଇଦିଅନ୍ତି।

ਚਰਨ ਕਮਲ ਆਰਾਧਤ ਮਨ ਮਹਿ ਜਮ ਕੀ ਤ੍ਰਾਸ ਬਿਦਾਰੇ ॥੨॥
ମନରେ ପ୍ରଭୁଙ୍କ ସୁନ୍ଦର ଚରଣର ଆରାଧନା କରିଲେ ସେ ମୃତ୍ୟୁର ଭୟ ଦୂର କରିଦେଇଥାଏ ॥2॥

ਪੂਰਨ ਪਾਰਬ੍ਰਹਮ ਪਰਮੇਸੁਰ ਊਚਾ ਅਗਮ ਅਪਾਰੇ ॥
ପରଂବ୍ରହ୍ମ ପରମେଶ୍ଵର ସର୍ବବ୍ୟାପକ ଅଟନ୍ତି, ସେ ସର୍ବୋପରି, ଅଗମ୍ୟ ଏବଂ ଅନନ୍ତ ଅଟନ୍ତି।

ਗੁਣ ਗਾਵਤ ਧਿਆਵਤ ਸੁਖ ਸਾਗਰ ਜੂਏ ਜਨਮੁ ਨ ਹਾਰੇ ॥੩॥
ସୁଖର ସାଗର ପ୍ରଭୁଙ୍କ ମହିମା-ସ୍ତୁତି ଏବଂ ଧ୍ୟାନ କରିଲେ ପ୍ରାଣୀ ନିଜ ଜନ୍ମ ବ୍ୟର୍ଥରେ ହରାଇ ଦିଏ ॥3॥

ਕਾਮਿ ਕ੍ਰੋਧਿ ਲੋਭਿ ਮੋਹਿ ਮਨੁ ਲੀਨੋ ਨਿਰਗੁਣ ਕੇ ਦਾਤਾਰੇ ॥
ହେ ନିର୍ଗୁଣର ଉଦାର ଚିତ୍ତ ଦାତା! ମୋର ମନ ଭୋଗ-ବିଳାସ, କ୍ରୋଧ, ଲୋଭ ଏବଂ ସାଂସାରିକ ମୋହରେ ଲୀନ ଥାଏ।

ਕਰਿ ਕਿਰਪਾ ਅਪੁਨੋ ਨਾਮੁ ਦੀਜੈ ਨਾਨਕ ਸਦ ਬਲਿਹਾਰੇ ॥੪॥੧॥੧੩੮॥
ହେ ପ୍ରଭୁ! କୃପା କରି ନିଜ ନାମର ଦାନ ଦିଅ, ନାନକ ତ ସର୍ବଦା ହିଁ ତୋ’ ଉପରେ ସମର୍ପିତ ଅଟନ୍ତି ॥4॥1॥138॥

ਰਾਗੁ ਗਉੜੀ ਚੇਤੀ ਮਹਲਾ ੫
ରାଗ ଗଉଡି ପୁରବୀ ମହଲା 5

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।

ਸੁਖੁ ਨਾਹੀ ਰੇ ਹਰਿ ਭਗਤਿ ਬਿਨਾ ॥
ଭଗବାନଙ୍କ ଭକ୍ତି ବିନା କୌଣସି ସୁଖ ଉପଲବ୍ଧି ହୁଏନାହିଁ।

ਜੀਤਿ ਜਨਮੁ ਇਹੁ ਰਤਨੁ ਅਮੋਲਕੁ ਸਾਧਸੰਗਤਿ ਜਪਿ ਇਕ ਖਿਨਾ ॥੧॥ ਰਹਾਉ ॥
ସାଧୁ ସଙ୍ଗତରେ ରହି ଏକ କ୍ଷଣ ପାଇଁ ପ୍ରଭୁଙ୍କ ଚିନ୍ତନ କରି ମନୁଷ୍ୟ ଜୀବନର ଏହି ଅମୂଲ୍ୟ ରତ୍ନ ଜିତ ॥1॥ରୁହ॥

ਸੁਤ ਸੰਪਤਿ ਬਨਿਤਾ ਬਿਨੋਦ ॥
ହେ ପ୍ରାଣୀ! ପୁତ୍ର, ସମ୍ପତ୍ତି, ପତ୍ନୀର ପ୍ରେମ, ଆଉ

ਛੋਡਿ ਗਏ ਬਹੁ ਲੋਗ ਭੋਗ ॥੧॥
ହର୍ଷ ଉଲ୍ଲାସ ଭରା ମନୋରଞ୍ଜନ ଏବଂ ଭୋଗର ତ୍ୟାଗ ବହୁତ ସାରା ଏପରି ଲୋକ ଯେଉଁମାନେ ଚାଲିଯାଇଛନ୍ତି ॥1॥

ਹੈਵਰ ਗੈਵਰ ਰਾਜ ਰੰਗ ॥
ନିଜର କୁଶଳ ଘୋଡା, ହାତୀ ଏବଂ ଶାସନର ଆନନ୍ଦ ତ୍ୟାଗ କର

ਤਿਆਗਿ ਚਲਿਓ ਹੈ ਮੂੜ ਨੰਗ ॥੨॥
ମୂର୍ଖ ମନୁଷ୍ୟ ନଗ୍ନ ହିଁ ଶେଷରେ ଦୁନିଆରୁ ଚାଲିଯାଏ ॥2॥

ਚੋਆ ਚੰਦਨ ਦੇਹ ਫੂਲਿਆ ॥
ଯେଉଁ ଶରୀର ଉପରେ ଅତର ତଥା ଚନ୍ଦନ ଲଗାଇ ମନୁଷ୍ୟ ଅଭିମାନ କରିଥାଏ,

ਸੋ ਤਨੁ ਧਰ ਸੰਗਿ ਰੂਲਿਆ ॥੩॥
ସେହି ଶରୀର (ଶେଷରେ) ପାର୍ଥିବ (ମାଟି) ହୋଇଯାଏ ॥3॥

ਮੋਹਿ ਮੋਹਿਆ ਜਾਨੈ ਦੂਰਿ ਹੈ ॥
ହେ ନାନକ! ଦୁନିଆର ମୋହରେ ମୁଗ୍ଧ ହୋଇଥିବା ମନୁଷ୍ୟ ଈଶ୍ଵରଙ୍କୁ ଦୂର ଭାବିଥାଏ।

ਕਹੁ ਨਾਨਕ ਸਦਾ ਹਦੂਰਿ ਹੈ ॥੪॥੧॥੧੩੯॥
ପରନ୍ତୁ, ଇଶ୍ଵର ସର୍ବଦା ହିଁ ପ୍ରାଣୀଙ୍କ ନିକଟରେ ଥାଆନ୍ତି॥4॥1॥139॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5॥

ਮਨ ਧਰ ਤਰਬੇ ਹਰਿ ਨਾਮ ਨੋ ॥
ହେ ପ୍ରାଣୀ! ତୁ ଇଶ୍ଵର ନାମର ଆଧାରରେ ସଂସାର ସାଗରରୁ ପାର ହୋଇଯିବ।

ਸਾਗਰ ਲਹਰਿ ਸੰਸਾ ਸੰਸਾਰੁ ਗੁਰੁ ਬੋਹਿਥੁ ਪਾਰ ਗਰਾਮਨੋ ॥੧॥ ਰਹਾਉ ॥
ସଂଶୟର ଲହରୀରେ ଭାରି ହୋଇଥିବା ଜଗତ ସାଗରରୁ ପାର ହେବା ପାଇଁ ଗୁରୁଜୀ ଜାହାଜ ଅଟନ୍ତି ॥1॥ରୁହ॥

ਕਲਿ ਕਾਲਖ ਅੰਧਿਆਰੀਆ ॥
କଳିଯୁଗରେ ଗଭୀର ଅନ୍ଧକାର ଅଛି

ਗੁਰ ਗਿਆਨ ਦੀਪਕ ਉਜਿਆਰੀਆ ॥੧॥
ଗୁରୁ ଦେଇଥିବା ଜ୍ଞାନର ଦୀପକ ଉଜ୍ଜଳ କରିଦେଇଥାଏ ॥1॥

ਬਿਖੁ ਬਿਖਿਆ ਪਸਰੀ ਅਤਿ ਘਨੀ ॥
ମୋହ-ମାୟାର ବିଷ ଅଧିକ ମାତ୍ରାରେ ବିସ୍ତାର କରିଅଛି।

ਉਬਰੇ ਜਪਿ ਜਪਿ ਹਰਿ ਗੁਨੀ ॥੨॥
ଈଶ୍ଵରଙ୍କୁ ନିରନ୍ତର ଆରାଧନା କରିଲେ ମହାପୁରୁଷ ବଞ୍ଚିଯାଏ ॥2॥

ਮਤਵਾਰੋ ਮਾਇਆ ਸੋਇਆ ॥
ମାୟାରେ ମୁଗ୍ଧ ହୋଇଥିବା ମନୁଷ୍ୟ ଏହି ବିଷ ଦ୍ଵାରା ଶୋଇଥାଏ,

ਗੁਰ ਭੇਟਤ ਭ੍ਰਮੁ ਭਉ ਖੋਇਆ ॥੩॥
କିନ୍ତୁ, ଗୁରୁଙ୍କୁ ସାକ୍ଷାତ କଲେ ଦ୍ଵିଧା ଏବଂ ଭୟ ଦୂର ହୋଇଯାଏ ॥3॥

ਕਹੁ ਨਾਨਕ ਏਕੁ ਧਿਆਇਆ ॥
ହେ ନାନକ! ଯେଉଁ ବ୍ୟକ୍ତି ଏକ ଈଶ୍ବରଙ୍କ ଧ୍ୟାନ କରିଅଛି,

ਘਟਿ ਘਟਿ ਨਦਰੀ ਆਇਆ ॥੪॥੨॥੧੪੦॥
ସେହି ବ୍ୟକ୍ତିକୁ ହିଁ ଭଗବାନ କୋଣ କୋଣରେ ଦେଖା ଦିଅନ୍ତି ॥4॥2॥140॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਦੀਬਾਨੁ ਹਮਾਰੋ ਤੁਹੀ ਏਕ ॥
ହେ ଇଶ୍ଵର! ଏକ ତୁ ହିଁ ଆମର ସାହାରା ଅଟୁ।

ਸੇਵਾ ਥਾਰੀ ਗੁਰਹਿ ਟੇਕ ॥੧॥ ਰਹਾਉ ॥
ଗୁରୁଙ୍କ ଶରଣରେ ମୁଁ ତୋର ହିଁ ସେବା କରିଥାଏ ॥1॥ରୁହ॥

ਅਨਿਕ ਜੁਗਤਿ ਨਹੀ ਪਾਇਆ ॥
ହେ ପ୍ରଭୁ! ଅନେକ ଯୁକ୍ତି ଦ୍ଵାରା ମୁଁ ତୋତେ ପ୍ରାପ୍ତ କରିପାରି ନାହିଁ,

ਗੁਰਿ ਚਾਕਰ ਲੈ ਲਾਇਆ ॥੧॥
ଗୁରୁ କୃପା କରି ମୋତେ ତୋର ସେବା-ଭକ୍ତିରେ ଲଗାଇ ଦେଇଛନ୍ତି ॥1॥

ਮਾਰੇ ਪੰਚ ਬਿਖਾਦੀਆ ॥
ମୁଁ ପାଞ୍ଚ ଦୁଷ୍ଟ (କାମ ଉଦ୍ଦୀପକ ବିକାର)ର ନାଶ କରିଦେଇଛି ।

ਗੁਰ ਕਿਰਪਾ ਤੇ ਦਲੁ ਸਾਧਿਆ ॥੨॥
ଗୁରୁଙ୍କ କୃପାରୁ ମୁଁ ଅସତ୍ୟର ସେନାକୁ ପରାଜିତ କରିଅଛି ॥2॥

ਬਖਸੀਸ ਵਜਹੁ ਮਿਲਿ ਏਕੁ ਨਾਮ ॥
ପ୍ରଭୁଙ୍କ ଉପହାର ସ୍ଵରୂପ ମୋତେ ନାମ ପ୍ରାପ୍ତ ହୋଇଛି,

ਸੂਖ ਸਹਜ ਆਨੰਦ ਬਿਸ੍ਰਾਮ ॥੩॥
ଏବେ ମୋର ନିବାସ ସ୍ଵାଭାବିକ ଭାବରେ ସୁଖ ଓ ଆନନ୍ଦରେ ଅଛି ॥3॥

error: Content is protected !!