Odia Page 916

ਅਪਣੇ ਜੀਅ ਤੈ ਆਪਿ ਸਮ੍ਹਾਲੇ ਆਪਿ ਲੀਏ ਲੜਿ ਲਾਈ ॥੧੫॥
ପରମାତ୍ମା ନିଜ ଜୀବକୁ ସ୍ଵୟଂ ହିଁ ପାଳନ କରିଥାନ୍ତି ଆଉ ସ୍ଵୟଂ ହିଁ ନିଜ ସାଥିରେ ଲଗାଇ ଥାଆନ୍ତି||15||

ਸਾਚ ਧਰਮ ਕਾ ਬੇੜਾ ਬਾਂਧਿਆ ਭਵਜਲੁ ਪਾਰਿ ਪਵਾਈ ॥੧੬॥
ଗୁରୁ ସତ୍ୟ ଧର୍ମର ବେଡା ବାନ୍ଧି ନିଜ ସାଥୀକୁ ଭବସାଗରରୁ ପାର କରାଇ ଦିଅନ୍ତି||16||

ਬੇਸੁਮਾਰ ਬੇਅੰਤ ਸੁਆਮੀ ਨਾਨਕ ਬਲਿ ਬਲਿ ਜਾਈ ॥੧੭॥
ଜଗତର ସ୍ଵାମୀ ଅସୁମାରୀ ଏବଂ ଅନନ୍ତ ଅଟନ୍ତି ଏବଂ ନଅଙ୍କ ତାହାଙ୍କ ପ୍ରତି ସମର୍ପିତ ଯାଇଥାନ୍ତି||17||

ਅਕਾਲ ਮੂਰਤਿ ਅਜੂਨੀ ਸੰਭਉ ਕਲਿ ਅੰਧਕਾਰ ਦੀਪਾਈ ॥੧੮॥
ଅକାଳମୂର୍ତ୍ତି, ଅଯୋନି ଏବଂ ସ୍ଵୟଂଭୂ କଳିଯୁଗର ଅଜ୍ଞାନତା ରୁପୁ ଅନ୍ଧକାରରେ ଜ୍ଞାନ ରୂପୀ ଦୀପକ ପ୍ରଜ୍ଜ୍ଵଳିତ କରି ଦେଇଛନ୍ତି||18||

ਅੰਤਰਜਾਮੀ ਜੀਅਨ ਕਾ ਦਾਤਾ ਦੇਖਤ ਤ੍ਰਿਪਤਿ ਅਘਾਈ ॥੧੯॥
ସେହି ଅନ୍ତର୍ଯାମୀ ସବୁ ଜୀବର ଦାତା ଅଟନ୍ତି, ଯାହାଙ୍କ ଦର୍ଶନ କରିବା ଦ୍ଵାରା ପୂର୍ଣ୍ଣ ତୃପ୍ତି ପ୍ରାପ୍ତ ହୋଇଥାଏ||19||

ਏਕੰਕਾਰੁ ਨਿਰੰਜਨੁ ਨਿਰਭਉ ਸਭ ਜਲਿ ਥਲਿ ਰਹਿਆ ਸਮਾਈ ॥੨੦॥
ସେ ଓଁ-କାର, ମାୟାତୀତ, ନିର୍ଭୀକ ପ୍ରଭୁ ଜଳ ଏବଂ ସ୍ଥଳରେ ରହିଛନ୍ତି||20||

ਭਗਤਿ ਦਾਨੁ ਭਗਤਾ ਕਉ ਦੀਨਾ ਹਰਿ ਨਾਨਕੁ ਜਾਚੈ ਮਾਈ ॥੨੧॥੧॥੬॥
ହେ ନାନକ! ଭକ୍ତିର ଦାନ ଈଶ୍ଵର ଭକ୍ତକୁ ହିଁ ଦେଇଛନ୍ତି ଆଉ ସେ ମଧ୍ୟ ତାହାଙ୍କ ଠାରୁ ଯାଚନା କରିଥାଏ||21||1||6||

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥ 

ਸਲੋਕੁ ॥
ଶ୍ଳୋକ॥ 

ਸਿਖਹੁ ਸਬਦੁ ਪਿਆਰਿਹੋ ਜਨਮ ਮਰਨ ਕੀ ਟੇਕ ॥
ହେ ପ୍ରିୟ ଶିଷ୍ୟ! ଶବ୍ଦର ଚିନ୍ତନ କର; ଏହା ହିଁ ଜନ୍ମ-ମରଣର ଆଶ୍ରା ଅଟେ। 

ਮੁਖੁ ਊਜਲੁ ਸਦਾ ਸੁਖੀ ਨਾਨਕ ਸਿਮਰਤ ਏਕ ॥੧॥
ହେ ନାନକ! ପ୍ରଭୁଙ୍କ ସ୍ମରଣ କରିବା ଦ୍ଵାରା ମୁଖ ଉଜ୍ଜଳ ହୋଇଯାଏ ଆଉ ଜୀବ ସଦା ସୁଖୀ ରହିଥାଏ||1||

ਮਨੁ ਤਨੁ ਰਾਤਾ ਰਾਮ ਪਿਆਰੇ ਹਰਿ ਪ੍ਰੇਮ ਭਗਤਿ ਬਣਿ ਆਈ ਸੰਤਹੁ ॥੧॥
ହେ ସନ୍ଥଜନ! ଏହି ତନ-ମନ ରାମଙ୍କ ପ୍ରେମରେ ହିଁ ଲୀନ ରହିଥାଏ ଏବଂ ତାହାଙ୍କ ପ୍ରେମ-ଭକ୍ତି ହିଁ ଭଲ ଲାଗିଥାଏ||1||

ਸਤਿਗੁਰਿ ਖੇਪ ਨਿਬਾਹੀ ਸੰਤਹੁ ॥
ସଦଗୁରୁ ନାମ ରୂପୀ ସଉଦାର ବ୍ୟାପାର କରିବା ପାଇଁ ନିଜ ପ୍ରୀତି ଦେଇଥାନ୍ତି। 

ਹਰਿ ਨਾਮੁ ਲਾਹਾ ਦਾਸ ਕਉ ਦੀਆ ਸਗਲੀ ਤ੍ਰਿਸਨ ਉਲਾਹੀ ਸੰਤਹੁ ॥੧॥ ਰਹਾਉ ॥
ହେ ସନ୍ଥଜନ! ସେ ହରିନାମ ରୂପୀ ଲାଭ ନିଜ ଦାସକୁ ଦେଇଛନ୍ତି ଆଉ ମନର ସାରା ତୃଷ୍ଣା ଦୂର କରି ଦେଇଛନ୍ତି॥1॥ରୁହ॥ 

ਖੋਜਤ ਖੋਜਤ ਲਾਲੁ ਇਕੁ ਪਾਇਆ ਹਰਿ ਕੀਮਤਿ ਕਹਣੁ ਨ ਜਾਈ ਸੰਤਹੁ ॥੨॥
ଖୋଜି ଖୋଜି ଏକ ବହୁମୂଲ୍ୟ ରତ୍ନ ପ୍ରାପ୍ତ ହୋଇଛି। ହେ ସନ୍ଥଜନ! ସେହି ହରିନାମ ରୂପୀ ରତ୍ନର ଉଚିତ ମୂଲ୍ୟ କଳନା କରାଯାଇ ପାରେ ନାହିଁ||2||

ਚਰਨ ਕਮਲ ਸਿਉ ਲਾਗੋ ਧਿਆਨਾ ਸਾਚੈ ਦਰਸਿ ਸਮਾਈ ਸੰਤਹੁ ॥੩॥
ହେ ସନ୍ଥଜନ! ପରମାତ୍ମାଙ୍କ ଚରଣ-କମଳରେ ଧ୍ୟାନ ଲାଗି ଯାଇଛି ଆଉ ସେହି ସଚ୍ଚାଙ୍କ ଦର୍ଶନରେ ହିଁ ବିଲୀନ ହୋଇ ଯାଇଛି||3||

ਗੁਣ ਗਾਵਤ ਗਾਵਤ ਭਏ ਨਿਹਾਲਾ ਹਰਿ ਸਿਮਰਤ ਤ੍ਰਿਪਤਿ ਅਘਾਈ ਸੰਤਹੁ ॥੪॥
ଭଗବାନଙ୍କ ଗୁଣଗାନ କରି ଆନନ୍ଦିତ ହୋଇ ଯାଇଛି, ହେ ସନ୍ଥଜନ! ତାହାଙ୍କ ସ୍ମରଣ କରିବା ଦ୍ଵାରା ମନ ତୃପ୍ତ ହୋଇ ଯାଇଛି ||4||

ਆਤਮ ਰਾਮੁ ਰਵਿਆ ਸਭ ਅੰਤਰਿ ਕਤ ਆਵੈ ਕਤ ਜਾਈ ਸੰਤਹੁ ॥੫॥
ହେ ସନ୍ଥ ପୁରୁଷ! ସବୁଙ୍କ ଠାରେ ଈଶ୍ଵର ହିଁ ବ୍ୟାପ୍ତ ଅଛନ୍ତି, ଏଣେତେଣେ ଯିବାର ଆବଶ୍ୟକତା ନାହିଁ||5||

ਆਦਿ ਜੁਗਾਦੀ ਹੈ ਭੀ ਹੋਸੀ ਸਭ ਜੀਆ ਕਾ ਸੁਖਦਾਈ ਸੰਤਹੁ ॥੬॥
ସବୁଙ୍କୁ ସୁଖ ଦେବା ବାଲା ପରମାତ୍ମା ଯୁଗ-ଯୁଗାନ୍ତରରେ ବିଦ୍ୟମାନ ଅଛନ୍ତି, ସେ ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ରହିବେ||6||

ਆਪਿ ਬੇਅੰਤੁ ਅੰਤੁ ਨਹੀ ਪਾਈਐ ਪੂਰਿ ਰਹਿਆ ਸਭ ਠਾਈ ਸੰਤਹੁ ॥੭॥
ସେ ଅନନ୍ତ ଅଟନ୍ତି, ତାହାଙ୍କ ଅନ୍ତ ପାଇ ହୁଏନାହିଁ, ଆଉ ସେ ସବୁଠାରେ ପୂର୍ଣ୍ଣ ଭାବରେ ବ୍ୟାପ୍ତ ଅଛନ୍ତି||7||

ਮੀਤ ਸਾਜਨ ਮਾਲੁ ਜੋਬਨੁ ਸੁਤ ਹਰਿ ਨਾਨਕ ਬਾਪੁ ਮੇਰੀ ਮਾਈ ਸੰਤਹੁ ॥੮॥੨॥੭॥
ନାନକ କହନ୍ତି ଯେ ହେ ସନ୍ଥଜନ! ପରମେଶ୍ଵର ହିଁ ମୋର ମିତ୍ର, ବନ୍ଧୁ, ଧନ-ଦୌଲତ, ଯୌବନ ଏବଂ ପୁତ୍ର ଏବଂ ସେ ହିଁ ମୋର ମାତା-ପିତା ଅଟନ୍ତି||8||2||7||

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥ 

ਮਨ ਬਚ ਕ੍ਰਮਿ ਰਾਮ ਨਾਮੁ ਚਿਤਾਰੀ ॥
ମୁଁ ମନ, ବଚନ ଏବଂ କର୍ମ ଦ୍ଵାରା ରାମନାମ ହିଁ ସ୍ମରଣ କରିଥାଏ। 

ਘੂਮਨ ਘੇਰਿ ਮਹਾ ਅਤਿ ਬਿਖੜੀ ਗੁਰਮੁਖਿ ਨਾਨਕ ਪਾਰਿ ਉਤਾਰੀ ॥੧॥ ਰਹਾਉ ॥
ହେ ନାନକ! ଏହି ଜଗତ ଭଉଁରୀ ଭଳି ବଡ କଠିନ ଅଟେ, କିନ୍ତୁ ଗୁରୁ ମୋର ଜୀବନ-ନୌକା ପାରା କରାଇଛନ୍ତି॥1॥ରୁହ॥ 

ਅੰਤਰਿ ਸੂਖਾ ਬਾਹਰਿ ਸੂਖਾ ਹਰਿ ਜਪਿ ਮਲਨ ਭਏ ਦੁਸਟਾਰੀ ॥੧॥
ମୋର ଭିତର ବାହାର ସୁଖ ହିଁ ସୁଖ ହୋଇ ଯାଇଛି , ଈଶ୍ଵରଙ୍କ ଜପ କରିବା ଦ୍ଵାରା ଦୁଷ୍ଟର ନାଶ ହୋଇ ଯାଇଛି ||1||

ਜਿਸ ਤੇ ਲਾਗੇ ਤਿਨਹਿ ਨਿਵਾਰੇ ਪ੍ਰਭ ਜੀਉ ਅਪਣੀ ਕਿਰਪਾ ਧਾਰੀ ॥੨॥
ଯାହାଙ୍କ ହୁକୁମ ଦ୍ଵାରା ଏହି ଦୁଷ୍ଟ ବିକାର ଲାଗିଥିଲା, ସେ ହିଁ ତାହାକୁ ଦୂର କରି ଦେଇଛନ୍ତି,  ପ୍ରଭୁ ସ୍ଵୟଂ ହିଁ ନିଜ କୃପା କରିଛନ୍ତି ||2||

ਉਧਰੇ ਸੰਤ ਪਰੇ ਹਰਿ ਸਰਨੀ ਪਚਿ ਬਿਨਸੇ ਮਹਾ ਅਹੰਕਾਰੀ ॥੩॥
ଯେଉଁ ସନ୍ଥଜନ ଭଗବାନଙ୍କ ଶରଣରେ ଆସିଛନ୍ତି, ତାହାଙ୍କ ଉଦ୍ଧାର ହୋଇ ଯାଇଛି , କିନ୍ତୁ ମହା ଅହଙ୍କାରୀ ବିକାରୀ ଜୀବର ନାଶ ହୋଇ ଯାଇଛି ||3||

ਸਾਧੂ ਸੰਗਤਿ ਇਹੁ ਫਲੁ ਪਾਇਆ ਇਕੁ ਕੇਵਲ ਨਾਮੁ ਅਧਾਰੀ ॥੪॥
ସାଧୁଙ୍କ ସଙ୍ଗତିରେ ଏହି ଫଳ ପ୍ରାପ୍ତ ହୋଇଛି ଯେ କେବଳ ଏକ ପ୍ରଭୁଙ୍କ ନାମ ହିଁ ମୋର ଜୀବନ ଆଧାର ବନିଯାଇଛି||4||

ਨ ਕੋਈ ਸੂਰੁ ਨ ਕੋਈ ਹੀਣਾ ਸਭ ਪ੍ਰਗਟੀ ਜੋਤਿ ਤੁਮ੍ਹ੍ਹਾਰੀ ॥੫॥
ହେ ପରମାତ୍ମା! ନା କେହି ସୁରବୀର ଆଉ ନା କେହି ଦୁର୍ବଳ ଅଟନ୍ତି, କାରଣ ସବୁଙ୍କ ଠାରେ ତୋର ହିଁ ଜ୍ୟୋତି ପ୍ରକଟ ହୋଇଛି||5||

ਤੁਮ੍ਹ੍ਹ ਸਮਰਥ ਅਕਥ ਅਗੋਚਰ ਰਵਿਆ ਏਕੁ ਮੁਰਾਰੀ ॥੬॥
ହେ ଈଶ୍ଵର! ତୁ ସର୍ବ କଳା ସମର୍ଥ, ଅକଥନୀୟ ଏବଂ ମନ-ବାଣୀରୁ ଉର୍ଦ୍ଧ୍ଵରେ ଓ ସର୍ବବ୍ୟାପୀ ଅଟୁ ||6||

ਕੀਮਤਿ ਕਉਣੁ ਕਰੇ ਤੇਰੀ ਕਰਤੇ ਪ੍ਰਭ ਅੰਤੁ ਨ ਪਾਰਾਵਾਰੀ ॥੭॥
ହେ କର୍ତ୍ତା ପ୍ରଭୁ! ତୋର ମୂଲ୍ୟ କିଏ କଳନା କରି ପାରିବ? ତୁ ଅନନ୍ତ ଏବଂ ଅପରାମ୍ପର ଅଟୁ||7||

ਨਾਮ ਦਾਨੁ ਨਾਨਕ ਵਡਿਆਈ ਤੇਰਿਆ ਸੰਤ ਜਨਾ ਰੇਣਾਰੀ ॥੮॥੩॥੮॥੨੨॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ଈଶ୍ଵର! ତୋର ନାମ ଦାନ ହିଁ ବଡ ଯଶ ଅଟେ ଆଉ ତୋର ସନ୍ଥଙ୍କ ଚରଣ-ଧୂଳି ହିଁ ଚାହିଁ ଥାଏ||8||3||8||22||

error: Content is protected !!