ਤੁਮਰੀ ਕ੍ਰਿਪਾ ਤੇ ਲਾਗੀ ਪ੍ਰੀਤਿ ॥
ତୋର କୃପାରୁ ହିଁ ତୋ’ ସହିତ ମୋର ପ୍ରୀତି ଲାଗି ରହିଛି।
ਦਇਆਲ ਭਏ ਤਾ ਆਏ ਚੀਤਿ ॥
ଯେତେବେଳେ ତୁ ଦୟାଳୁ ହୋଇଛୁ, ମୋର ସ୍ମରଣରେ ଆସିଛୁ।
ਦਇਆ ਧਾਰੀ ਤਿਨਿ ਧਾਰਣਹਾਰ ॥
ଦୟାଳୁ ପ୍ରଭୁ ଯେବେ କୃପା କରିଛନ୍ତି,
ਬੰਧਨ ਤੇ ਹੋਈ ਛੁਟਕਾਰ ॥੭॥
ମୋର ବନ୍ଧନରୁ ମୁକ୍ତି ହୋଇ ଯାଇଛି||7||
ਸਭਿ ਥਾਨ ਦੇਖੇ ਨੈਣ ਅਲੋਇ ॥
ମୁଁ ଆଖି ଖୋଲି ସବୁ ସ୍ଥାନ ଦେଖି ନେଇଛି,
ਤਿਸੁ ਬਿਨੁ ਦੂਜਾ ਅਵਰੁ ਨ ਕੋਇ ॥
ସେହି ପରମାତ୍ମାଙ୍କ ଅତିରିକ୍ତ ଆଉ କେହି ଦେଖାଯାନ୍ତି ନାହିଁ।
ਭ੍ਰਮ ਭੈ ਛੂਟੇ ਗੁਰ ਪਰਸਾਦ ॥
ଗୁରୁଙ୍କ କୃପାରୁ ସବୁ ଭୟ ଓ ଭ୍ରମ ଦୂର ହୋଇ ଯାଇଛି।
ਨਾਨਕ ਪੇਖਿਓ ਸਭੁ ਬਿਸਮਾਦ ॥੮॥੪॥
ହେ ନାନକ! ସେହି ପ୍ରଭୁଙ୍କ ଅଦ୍ଭୁତ ଲୀଳା ଯେ ସେ ସବୁ ଜାଗାରେ ଦେଖାଯାନ୍ତି ||8||4||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਜੀਅ ਜੰਤ ਸਭਿ ਪੇਖੀਅਹਿ ਪ੍ਰਭ ਸਗਲ ਤੁਮਾਰੀ ਧਾਰਨਾ ॥੧॥
ହେ ପ୍ରଭୁ! ସବୁ ଜୀବ-ଜନ୍ତୁଙ୍କୁ ତୁ ହିଁ ଧାରଣ କରିଛୁ॥1॥ ||1||
ਇਹੁ ਮਨੁ ਹਰਿ ਕੈ ਨਾਮਿ ਉਧਾਰਨਾ ॥੧॥ ਰਹਾਉ ॥
ଏହି ମନର ଉଦ୍ଧାର ହରିଙ୍କ ନାମ ଦ୍ଵାରା ହିଁ ହୋଇଥାଏ॥1॥ରୁହ॥
ਖਿਨ ਮਹਿ ਥਾਪਿ ਉਥਾਪੇ ਕੁਦਰਤਿ ਸਭਿ ਕਰਤੇ ਕੇ ਕਾਰਨਾ ॥੨॥
ସଂପୂର୍ଣ୍ଣ ପ୍ରକୃତି ଈଶ୍ବରଙ୍କ ରଚନା ହିଁ ଅଟେ, ସେ ଏକ କ୍ଷଣରେ ବନାଇବା ଓ ବିନାଶ କରାଇବା ବାଲା ଅଟନ୍ତି॥2॥ ||2||
ਕਾਮੁ ਕ੍ਰੋਧੁ ਲੋਭੁ ਝੂਠੁ ਨਿੰਦਾ ਸਾਧੂ ਸੰਗਿ ਬਿਦਾਰਨਾ ॥੩॥
ସାଧୁଙ୍କ ସଂଗତି ଦ୍ଵାରା କାମ, କ୍ରୋଧ, ଲୋଭ, ମୋହ, ମିଥ୍ୟା ଏବଂ ନିନ୍ଦାକୁ ନଷ୍ଟ କରାଯାଇ ପାରେ||3||
ਨਾਮੁ ਜਪਤ ਮਨੁ ਨਿਰਮਲ ਹੋਵੈ ਸੂਖੇ ਸੂਖਿ ਗੁਦਾਰਨਾ ॥੪॥
ପ୍ରଭୁଙ୍କ ନାମ ଜପିବା ଦ୍ଵାର ମନ ନିର୍ମଳ ହୋଇଯାଏ ଆଉ ସାରା ଜୀବନ ସୁଖରେ ବିତିଥାଏ||4||
ਭਗਤ ਸਰਣਿ ਜੋ ਆਵੈ ਪ੍ਰਾਣੀ ਤਿਸੁ ਈਹਾ ਊਹਾ ਨ ਹਾਰਨਾ ॥੫॥
ଯେଉଁ ପ୍ରାଣୀ ଭକ୍ତର ଶରଣରେ ଆସିଥାଏ, ସେ ଲୋକ-ପରଲୋକରେ ନିଜ ଜୀବନ ବାଜି ହାରେ ନାହିଁ||5||
ਸੂਖ ਦੂਖ ਇਸੁ ਮਨ ਕੀ ਬਿਰਥਾ ਤੁਮ ਹੀ ਆਗੈ ਸਾਰਨਾ ॥੬॥
ହେ ପରମେଶ୍ଵର! ଏହି ମନର ସୁଖ-ଦୁଖର ବ୍ୟଥା ତୋର ସମ୍ମୁଖରେ ଅଛି, କଲ୍ୟାଣ କର||6||
ਤੂ ਦਾਤਾ ਸਭਨਾ ਜੀਆ ਕਾ ਆਪਨ ਕੀਆ ਪਾਲਨਾ ॥੭॥
ତୁ ସବୁ ଜୀବଙ୍କ ଦାତା ଅଟୁ ଆଉ ସ୍ଵୟଂ ହିଁ ପାଳନ-ପୋଷଣ କରୁ||7||
ਅਨਿਕ ਬਾਰ ਕੋਟਿ ਜਨ ਊਪਰਿ ਨਾਨਕੁ ਵੰਞੈ ਵਾਰਨਾ ॥੮॥੫॥
ନାନକ ତୋର ଭକ୍ତଙ୍କ ପ୍ରତି କୋଟି କୋଟି ସମର୍ପିତ ଯାଆନ୍ତି||8||5||
ਰਾਮਕਲੀ ਮਹਲਾ ੫ ਅਸਟਪਦੀ
ରାମକଲୀ ମହଲା 5 ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਦਰਸਨੁ ਭੇਟਤ ਪਾਪ ਸਭਿ ਨਾਸਹਿ ਹਰਿ ਸਿਉ ਦੇਇ ਮਿਲਾਈ ॥੧॥
ଗୁରୁଙ୍କ ଦର୍ଶନ ଦ୍ଵାରା ସବୁ ପାପ ଦୂର ହୋଇଯାଏ ଆଉ ସେ ଈଶ୍ଵରଙ୍କ ସହିତ ମିଳାଇ ଦିଅନ୍ତି||1||
ਮੇਰਾ ਗੁਰੁ ਪਰਮੇਸਰੁ ਸੁਖਦਾਈ ॥
ମୋର ଗୁରୁ-ପରମେଶ୍ଵର ସୁଖ ଦେଇଥାନ୍ତି,
ਪਾਰਬ੍ਰਹਮ ਕਾ ਨਾਮੁ ਦ੍ਰਿੜਾਏ ਅੰਤੇ ਹੋਇ ਸਖਾਈ ॥੧॥ ਰਹਾਉ ॥
ସେ ପରଂବ୍ରହ୍ମଙ୍କ ନାମ-ସ୍ମରଣ କରାଇ ଥାଆନ୍ତି ଆଉ ଅନ୍ତରେ ସହାୟକ ବନିଥାନ୍ତି॥1॥ରୁହ॥
ਸਗਲ ਦੂਖ ਕਾ ਡੇਰਾ ਭੰਨਾ ਸੰਤ ਧੂਰਿ ਮੁਖਿ ਲਾਈ ॥੨॥
ଯିଏ ସନ୍ଥ-ଗୁରୁଙ୍କ ଚରଣ-ଧୂଳି ନିଜ ମୁଖରେ ଲଗାଇ ଥାଏ, ତାହାର ଦୁଃଖର ସବୁ ପାହାଡ ନଷ୍ଟ ହୋଇଯାଏ||2||
ਪਤਿਤ ਪੁਨੀਤ ਕੀਏ ਖਿਨ ਭੀਤਰਿ ਅਗਿਆਨੁ ਅੰਧੇਰੁ ਵੰਞਾਈ ॥੩॥
ସେ ଏକ କ୍ଷଣରେ ହିଁ ପତିତକୁ ପବିତ୍ର କରିଥାନ୍ତି ଆଉ ତାହାର ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ||3||
ਕਰਣ ਕਾਰਣ ਸਮਰਥੁ ਸੁਆਮੀ ਨਾਨਕ ਤਿਸੁ ਸਰਣਾਈ ॥੪॥
ହେ ନାନକ! ମୋର ସ୍ଵାମୀ କରିବା-କରାଇବାରେ ସମର୍ଥ ଅଟନ୍ତି, ଏଥିପାଇଁ ତାହାଙ୍କ ଶରଣ ନେଇଛି||4||
ਬੰਧਨ ਤੋੜਿ ਚਰਨ ਕਮਲ ਦ੍ਰਿੜਾਏ ਏਕ ਸਬਦਿ ਲਿਵ ਲਾਈ ॥੫॥
ସେ ସବୁ ବନ୍ଧନ ଛିଣ୍ଡାଇ ପ୍ରଭୁଙ୍କ ଚରଣ-କମଳ ମନରେ ସ୍ଥାପନ କରାଇ ଥାଆନ୍ତି ଆଉ ଏକ ଶବ୍ଦରେ ଲଗ୍ନ ଲଗାଇ ଥାଆନ୍ତି||5||
ਅੰਧ ਕੂਪ ਬਿਖਿਆ ਤੇ ਕਾਢਿਓ ਸਾਚ ਸਬਦਿ ਬਣਿ ਆਈ ॥੬॥
ଗୁରୁ ମାୟାର ବିଷ ରୂପୀ ଅନ୍ଧକୂପରୁ ବାହାର କରି ଦେଇଛନ୍ତି ଆଉ ବର୍ତ୍ତମାନସଚ୍ଚା ଶବ୍ଦ ସହିତ ପ୍ରୀତି ଜାତ ହୋଇ ଯାଇଛି||6||
ਜਨਮ ਮਰਣ ਕਾ ਸਹਸਾ ਚੂਕਾ ਬਾਹੁੜਿ ਕਤਹੁ ਨ ਧਾਈ ॥੭॥
ମୋର ଜନ୍ମ-ମରଣର ସଂଶୟ ଦୂର ହୋଇ ଯାଇଛି ଆଉ ପଥଭ୍ରଷ୍ଟ ହେଉନାହିଁ||7||
ਨਾਮ ਰਸਾਇਣਿ ਇਹੁ ਮਨੁ ਰਾਤਾ ਅੰਮ੍ਰਿਤੁ ਪੀ ਤ੍ਰਿਪਤਾਈ ॥੮॥
ଏହି ମନ ନାମ-ରସରେ ହିଁ ଲୀନ ରହିଥାଏ ଆଉ ନାମାମୃତ ପାନ କରି ତୃପ୍ତ ହୋଇ ଯାଇଛି ||8||
ਸੰਤਸੰਗਿ ਮਿਲਿ ਕੀਰਤਨੁ ਗਾਇਆ ਨਿਹਚਲ ਵਸਿਆ ਜਾਈ ॥੯॥
ସନ୍ଥଙ୍କ ସହିତ ମିଶି ପରମାତ୍ମାଙ୍କ କୀର୍ତ୍ତିଗାନ କରିଛି ଆଉ ସ୍ଥିର ହୋଇ ଯାଇଛି ||9||
ਪੂਰੈ ਗੁਰਿ ਪੂਰੀ ਮਤਿ ਦੀਨੀ ਹਰਿ ਬਿਨੁ ਆਨ ਨ ਭਾਈ ॥੧੦॥
ପୂର୍ଣ୍ଣ ଗୁରୁ ପୂର୍ଣ୍ଣ ଉପଦେଶ ଦେଇଛନ୍ତି ଯେ ଭଗବାନଙ୍କ ବିନା ଆଉ କିଛି ଆଧାର ନାହିଁ||10||
ਨਾਮੁ ਨਿਧਾਨੁ ਪਾਇਆ ਵਡਭਾਗੀ ਨਾਨਕ ਨਰਕਿ ਨ ਜਾਈ ॥੧੧॥
ହେ ନାନକ! ଯେଉଁ ଭାଗ୍ୟଶାଳୀ ନାମ ରୂପୀ ଭଣ୍ଡାର ପ୍ରାପ୍ତ କରିଛି, ସେ ନର୍କକୁ ଯିବାକୁ ପଡେ ନାହିଁ||11||
ਘਾਲ ਸਿਆਣਪ ਉਕਤਿ ਨ ਮੇਰੀ ਪੂਰੈ ਗੁਰੂ ਕਮਾਈ ॥੧੨॥
ମୋର ପାଖରେ କୌଣସି ସାଧନା, ବୁଦ୍ଧିମାନ ଏବଂ ଚତୁରତା ନାହିଁ, କେବଳ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ଦିଆଯାଇ ଥିବା ନାମ ଅର୍ଜନ ଅଛି||12||
ਜਪ ਤਪ ਸੰਜਮ ਸੁਚਿ ਹੈ ਸੋਈ ਆਪੇ ਕਰੇ ਕਰਾਈ ॥੧੩॥
ଯାହା ପ୍ରଭୁ କରିଥାନ୍ତି ଏବଂ କରାଇ ଥାଆନ୍ତି, ମୋ’ ପାଇଁ ସେ ହିଁ ଜପ , ତପ, ସଂଯମ ଏବଂ ଶୁଭକର୍ମ ଅଟେ||13||
ਪੁਤ੍ਰ ਕਲਤ੍ਰ ਮਹਾ ਬਿਖਿਆ ਮਹਿ ਗੁਰਿ ਸਾਚੈ ਲਾਇ ਤਰਾਈ ॥੧੪॥
ପୁତ୍ର, ପତ୍ନୀ ଆଦି ମହାବିକାରରେ ମଧ୍ୟ ସଚ୍ଚା ଗୁରୁ ସଂସାର-ସାଗରରେ ପାର କରାଇ ଥାଆନ୍ତି||14||