ਪਾਰਸ ਪਰਸੇ ਫਿਰਿ ਪਾਰਸੁ ਹੋਏ ਹਰਿ ਜੀਉ ਅਪਣੀ ਕਿਰਪਾ ਧਾਰੀ ॥੨॥
ପରମେଶ୍ଵର ନିଜ କୃପା କରିଛନ୍ତି, ଗୁରୁ ରୂପୀ ପାରସକୁ ଛୁଇଁ ଗୁଣବାନ ପାରସ ବନି ଯାଇଛି||2||
ਇਕਿ ਭੇਖ ਕਰਹਿ ਫਿਰਹਿ ਅਭਿਮਾਨੀ ਤਿਨ ਜੂਐ ਬਾਜੀ ਹਾਰੀ ॥੩॥
କିଛି ଲୋକ ବେଶ ଧାରଣ କରିଥାନ୍ତି ଆଉ ଜୀବନ ଜୁଆରେ ହାରି ଯାଇଥାନ୍ତି||3||
ਇਕਿ ਅਨਦਿਨੁ ਭਗਤਿ ਕਰਹਿ ਦਿਨੁ ਰਾਤੀ ਰਾਮ ਨਾਮੁ ਉਰਿ ਧਾਰੀ ॥੪॥
କେହି ରାମ-ନାମ ହୃଦୟରେ ସ୍ଥାପନ କରି ରାତିଦିନ ଭକ୍ତି କରିଥାଏ||4||
ਅਨਦਿਨੁ ਰਾਤੇ ਸਹਜੇ ਮਾਤੇ ਸਹਜੇ ਹਉਮੈ ਮਾਰੀ ॥੫॥
ସେ ଦିନରାତି ସ୍ଵାଭାବିକ ଅବସ୍ଥାରେ ମସ୍ତ ହୋଇ ନିଜ ଅହଂତ୍ଵକୁ ଦୂର କରି ଦେଇଥାଏ||5||
ਭੈ ਬਿਨੁ ਭਗਤਿ ਨ ਹੋਈ ਕਬ ਹੀ ਭੈ ਭਾਇ ਭਗਤਿ ਸਵਾਰੀ ॥੬॥
ଭଗବାନଙ୍କ ଶ୍ରଦ୍ଧା-ଭୟ ବିନା ଭକ୍ତି ହୁଏନାହିଁ, ଏଥିପାଇଁ ସେ ଭୟ ଏବଂ ଭକ୍ତି-ଭାବ ଦ୍ଵାରା ନିଜ ଜୀବନ ସଫଳ କରି ନେଇଥାଏ||6||
ਮਾਇਆ ਮੋਹੁ ਸਬਦਿ ਜਲਾਇਆ ਗਿਆਨਿ ਤਤਿ ਬੀਚਾਰੀ ॥੭॥
ଜ୍ଞାନ-ତତ୍ତ୍ଵର ବିଚାର କରି ସେ ଶବ୍ଦ ଦ୍ଵାରା ମୋହ-ମାୟାକୁ ଜଳାଇ ଦେଇଥାଏ ||7||
ਆਪੇ ਆਪਿ ਕਰਾਏ ਕਰਤਾ ਆਪੇ ਬਖਸਿ ਭੰਡਾਰੀ ॥੮॥
ପରମେଶ୍ଵର ସ୍ଵୟଂ ହି ସବୁ କରାଇ ଥାଆନ୍ତି ଆଉ ସ୍ଵୟଂ ହିନ କୃପାର ଭଣ୍ଡାର ଅଟନ୍ତି ||8||
ਤਿਸ ਕਿਆ ਗੁਣਾ ਕਾ ਅੰਤੁ ਨ ਪਾਇਆ ਹਉ ਗਾਵਾ ਸਬਦਿ ਵੀਚਾਰੀ ॥੯॥
ତାହାଙ୍କ ଗୁଣର ଅନ୍ତ ପ୍ରାପ୍ତ କରାଯାଇ ପାରେ ନାହିଁ, ମୁଁ ଶବ୍ଦ ଦ୍ଵାରା ବିଚାର କରି ତାହାଙ୍କ ସ୍ତୁତିଗାନ କରିଥାଏ||9||
ਹਰਿ ਜੀਉ ਜਪੀ ਹਰਿ ਜੀਉ ਸਾਲਾਹੀ ਵਿਚਹੁ ਆਪੁ ਨਿਵਾਰੀ ॥੧੦॥
ନିଜ ଅହଂତ୍ଵ ଦୂର କରି ପରମାତ୍ମାଙ୍କ ଜପ କରିଥାଏ ଆଉ ତାହାଙ୍କ ହିଁ ସ୍ତୁତି କରିଥାଏ||10||
ਨਾਮੁ ਪਦਾਰਥੁ ਗੁਰ ਤੇ ਪਾਇਆ ਅਖੁਟ ਸਚੇ ਭੰਡਾਰੀ ॥੧੧॥
ମୁଁ ନାମ ପଦାର୍ଥ ଗୁରୁଙ୍କ ଠାରୁ ପ୍ରାପ୍ତ କରିଛି, ସଚ୍ଚା ପ୍ରଭୁଙ୍କ ନାମର ଭଣ୍ଡାର ଅକ୍ଷୟ ଅଟେ||11||
ਅਪਣਿਆ ਭਗਤਾ ਨੋ ਆਪੇ ਤੁਠਾ ਅਪਣੀ ਕਿਰਪਾ ਕਰਿ ਕਲ ਧਾਰੀ ॥੧੨॥
ପରମାତ୍ମା ନିଜ ଭକ୍ତ ଉପରେ କୃପାଳି ହୋଇଛନ୍ତି, ସେ କୃପା କରି ନାମ ରୂପୀ କଳା ହୃଦୟରେ ରଖି ଦେଇଛନ୍ତି||12||
ਤਿਨ ਸਾਚੇ ਨਾਮ ਕੀ ਸਦਾ ਭੁਖ ਲਾਗੀ ਗਾਵਨਿ ਸਬਦਿ ਵੀਚਾਰੀ ॥੧੩॥
ତାହାକୁ ସର୍ବଦା ସତ୍ୟନାମର କ୍ଷୁଧା ଲାଗି ରହିଥାଏ ଆଉ ଶବ୍ଦର ଚିନ୍ତନ କରି ପ୍ରଭୁଙ୍କ ଗୁଣଗାନ କରିଥାଏ||13||
ਜੀਉ ਪਿੰਡੁ ਸਭੁ ਕਿਛੁ ਹੈ ਤਿਸ ਕਾ ਆਖਣੁ ਬਿਖਮੁ ਬੀਚਾਰੀ ॥੧੪॥
ଏହି ପ୍ରାଣ ଓ ଶରୀର ସବୁକିଛି ତାହାଙ୍କ ଦାନ ଅଟେ, ଏଥିପାଇଁ ତାହାଙ୍କ ଦାନର ବର୍ଣ୍ଣନା ଏବ ବିଚାର କରିବା ବହୁତ କଠିନ ଅଟେ||14||
ਸਬਦਿ ਲਗੇ ਸੇਈ ਜਨ ਨਿਸਤਰੇ ਭਉਜਲੁ ਪਾਰਿ ਉਤਾਰੀ ॥੧੫॥
ଯିଏ ଶବ୍ଦରେ ଲାଗିଥାଏ, ତାହାର ଉଦ୍ଧାର ହୋଇଯାଏ ଏବଂ ସେ ହିଁ ଭବସାଗରରୁ ପାର ହୋଇଯାଏ||15||
ਬਿਨੁ ਹਰਿ ਸਾਚੇ ਕੋ ਪਾਰਿ ਨ ਪਾਵੈ ਬੂਝੈ ਕੋ ਵੀਚਾਰੀ ॥੧੬॥
ସଚ୍ଚା ପରମାତ୍ମାଙ୍କ ବିନା କେହି ମଧ୍ୟ ପାର ହୋଇ ପାରନ୍ତି ନାହିଁ, ପରନ୍ତୁ କେହି ବିରଳ ହିଁ ଏହାକୁ ବୁଝିଥାଏ||16||
ਜੋ ਧੁਰਿ ਲਿਖਿਆ ਸੋਈ ਪਾਇਆ ਮਿਲਿ ਹਰਿ ਸਬਦਿ ਸਵਾਰੀ ॥੧੭॥
ପ୍ରାରମ୍ଭରୁ ହିଁ ଯାହା ଭାଗ୍ୟରେ ଲେଖା ହୋଇଥାଏ, ତାହା ପ୍ରାପ୍ତ ହୋଇଥାଏ, ପ୍ରଭୁଙ୍କ ସହିତ ମିଶି ଜୀବନ ସଫଳ କରି ନେଇଥାଏ||17||
ਕਾਇਆ ਕੰਚਨੁ ਸਬਦੇ ਰਾਤੀ ਸਾਚੈ ਨਾਇ ਪਿਆਰੀ ॥੧੮॥
ଶବ୍ଦରେ ଲୀନ ଥିବା କାୟା ସୁନା ଭଳି ହୋଇ ଯାଇଛି ଆଉ ସଚ୍ଚା ନାମର ପ୍ରେମରେ ଲୀନ ହୋଇ ଯାଇଛି||18||
ਕਾਇਆ ਅੰਮ੍ਰਿਤਿ ਰਹੀ ਭਰਪੂਰੇ ਪਾਈਐ ਸਬਦਿ ਵੀਚਾਰੀ ॥੧੯॥
ଏହି କାୟା ନାମାମୃତରେ ଭରପୁର ରହିଥାଏ, କିନ୍ତୁ କାୟା ଶବ୍ଦର ଚିନ୍ତନ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ||19||
ਜੋ ਪ੍ਰਭੁ ਖੋਜਹਿ ਸੇਈ ਪਾਵਹਿ ਹੋਰਿ ਫੂਟਿ ਮੂਏ ਅਹੰਕਾਰੀ ॥੨੦॥
ଯେଉଁ ବ୍ୟକ୍ତି ପ୍ରଭୁଙ୍କ ସନ୍ଧାନ କରିଥାଏ, ତାହାଙ୍କୁ ପ୍ରାପ୍ତ କରିନିଏ, ପରନ୍ତୁ ଅନ୍ୟ ଅହଙ୍କାରୀ ଜୀବ ନିଜ ଅହଂକାରରେ ହିଁ ବୁଡି ମରିଯାଏ||20||
ਬਾਦੀ ਬਿਨਸਹਿ ਸੇਵਕ ਸੇਵਹਿ ਗੁਰ ਕੈ ਹੇਤਿ ਪਿਆਰੀ ॥੨੧॥
ବାଦ-ବିବାଦ କରିବା ବାଲା ଜୀବ ନାଶ ହୋଇଯାଏ, କିନ୍ତୁ ଗୁରୁଙ୍କ ସହିତ ପ୍ରେମ କରିବା ବାଲା ସେବକ ତାହାଙ୍କ ହିଁ ସେବା କରିଥାଏ|21||
ਸੋ ਜੋਗੀ ਤਤੁ ਗਿਆਨੁ ਬੀਚਾਰੇ ਹਉਮੈ ਤ੍ਰਿਸਨਾ ਮਾਰੀ ॥੨੨॥
ସଚ୍ଚା ଯୋଗୀ ସେ ଅଟେ, ଯିଏ ଅହଂ ଓ ତୃଷ୍ଣାକୁ ଦୂର କରି ଜ୍ଞାନ-ତତ୍ତ୍ଵର ଚିନ୍ତନ କରିଥାଏ||22||
ਸਤਿਗੁਰੁ ਦਾਤਾ ਤਿਨੈ ਪਛਾਤਾ ਜਿਸ ਨੋ ਕ੍ਰਿਪਾ ਤੁਮਾਰੀ ॥੨੩॥
ହେ ପରମେଶ୍ଵର! ଯାହା ଉପରେ ତୁମର କୃପା ହୋଇଥାଏ, ସେ ଦାତା ସଦଗୁରୁଙ୍କୁ ଚିହ୍ନି ନିଏ||23||
ਸਤਿਗੁਰੁ ਨ ਸੇਵਹਿ ਮਾਇਆ ਲਾਗੇ ਡੂਬਿ ਮੂਏ ਅਹੰਕਾਰੀ ॥੨੪॥
ମାୟାରେ ଲାଗିଥିବା ଜୀବ ସଦଗୁରୁଙ୍କ ସେବା କରେ ନାହିଁ ଆଉ ଏପରି ଅହଙ୍କାରୀ ବୁଡି ମରିଯାଇଥାଏ||24||
ਜਿਚਰੁ ਅੰਦਰਿ ਸਾਸੁ ਤਿਚਰੁ ਸੇਵਾ ਕੀਚੈ ਜਾਇ ਮਿਲੀਐ ਰਾਮ ਮੁਰਾਰੀ ॥੨੫॥
ଯେ ପର୍ଯ୍ୟନ୍ତ ଶ୍ଵାସ ଅଛି, ସେବା କରିବା ଉଚିତ, ଏହି ଭାବରେ ରାମ ମିଳିଯାନ୍ତି||25||
ਅਨਦਿਨੁ ਜਾਗਤ ਰਹੈ ਦਿਨੁ ਰਾਤੀ ਅਪਨੇ ਪ੍ਰਿਅ ਪ੍ਰੀਤਿ ਪਿਆਰੀ ॥੨੬॥
ଯାହାଠାରେ ନିଜ ପ୍ରିୟ ପ୍ରଭୁଙ୍କ ପ୍ରୀତି ଲାଗିଥାଏ, ସେ ଦିନରାତି ଜାଗ୍ରତ ରହିଥାଏ||26||
ਤਨੁ ਮਨੁ ਵਾਰੀ ਵਾਰਿ ਘੁਮਾਈ ਅਪਨੇ ਗੁਰ ਵਿਟਹੁ ਬਲਿਹਾਰੀ ॥੨੭॥
ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ ଆଉ ତନ-ମନ ସବୁକିଛି ଉତ୍ସର୍ଗ କରିଥାଏ||27||
ਮਾਇਆ ਮੋਹੁ ਬਿਨਸਿ ਜਾਇਗਾ ਉਬਰੇ ਸਬਦਿ ਵੀਚਾਰੀ ॥੨੮॥
ଏହି ମୋହ-ମାୟା ନଶ୍ଵର ଅଟେ, ଶବ୍ଦର ଚିନ୍ତନ କରିବା ଦ୍ଵାରା ଉଦ୍ଧାର ହୋଇପାରେ||28||
ਆਪਿ ਜਗਾਏ ਸੇਈ ਜਾਗੇ ਗੁਰ ਕੈ ਸਬਦਿ ਵੀਚਾਰੀ ॥੨੯॥
ଗୁରୁଙ୍କ ଶବ୍ଦର ବିଚାର କରି ସେ ଅଜ୍ଞାନତାରୁ ଜାଗ୍ରତ ହୋଇଛି, ଯାହାକୁ ପ୍ରଭୁ ସ୍ଵୟଂ ସଚେଟ କରାଇଛନ୍ତି||29||
ਨਾਨਕ ਸੇਈ ਮੂਏ ਜਿ ਨਾਮੁ ਨ ਚੇਤਹਿ ਭਗਤ ਜੀਵੇ ਵੀਚਾਰੀ ॥੩੦॥੪॥੧੩॥
ହେ ନାନକ! ଯିଏ ନାମ-ସ୍ମରଣ କରେ ନାହିଁ, ସେହି ଜୀବ ମୃତ ଅଟେ ଆଉ ଭକ୍ତ ଶବ୍ଦର ବିଚାର କରି ହିଁ ଜୀବିତ ରହିଥାଏ ||30||4||13||
ਰਾਮਕਲੀ ਮਹਲਾ ੩ ॥
ରାମକଲୀ ମହଲା 3 ॥
ਨਾਮੁ ਖਜਾਨਾ ਗੁਰ ਤੇ ਪਾਇਆ ਤ੍ਰਿਪਤਿ ਰਹੇ ਆਘਾਈ ॥੧॥
ନାମର ଖଜଣା ଗୁରୁଙ୍କ ଠାରୁ ପ୍ରାପ୍ତ କରାଯାଇ ଥାଏ, ଯାହାଦ୍ୱାରା ବର୍ତ୍ତମାନ ମୁଁ ତୃପ୍ତ ଓ ସନ୍ତୁଷ୍ଟ ରହିଛି||1||
ਸੰਤਹੁ ਗੁਰਮੁਖਿ ਮੁਕਤਿ ਗਤਿ ਪਾਈ ॥
ହେ ସନ୍ଥଜନ! ଗୁରୁଙ୍କ ସାନ୍ନିଧ୍ୟରେ ମୁକ୍ତି ଓ ପରମଗତି ପ୍ରାପ୍ତ ହୋଇଛି।