Odia Page 887

ਪੀਵਤ ਅਮਰ ਭਏ ਨਿਹਕਾਮ ॥
ଯାହାକୁ ପାନ କରିବା ଦ୍ଵାରା ଜୀବ ଅମର ଏବଂ ନିଷ୍କାମ ହୋଇଯାଏ।   

ਤਨੁ ਮਨੁ ਸੀਤਲੁ ਅਗਨਿ ਨਿਵਾਰੀ ॥
ଏହା ଦ୍ଵାରା ମନ-ତନ ଶୀତଳ ହୋଇଯାଏ ଆଉ ତୃଷ୍ଣାଗ୍ନି ମେଣ୍ଟି ଯାଏ।    

ਅਨਦ ਰੂਪ ਪ੍ਰਗਟੇ ਸੰਸਾਰੀ ॥੨॥
ସେହି ଆନନ୍ଦ ସ୍ଵରୁପରେ ସାରା ସଂସାରରେ ଲୋକ ପ୍ରିୟ ହୋଇଯାଏ॥2॥      

ਕਿਆ ਦੇਵਉ ਜਾ ਸਭੁ ਕਿਛੁ ਤੇਰਾ ॥
ହେ ପରମେଶ୍ଵର! ଯେତେବେଳେ ସବୁକିଛି ତୋ’ ଦ୍ଵାରା ଦିଆଯାଇଛି, ମୁଁ ତୋତେ କଣ ଭେଟି ଦେବି?     

ਸਦ ਬਲਿਹਾਰਿ ਜਾਉ ਲਖ ਬੇਰਾ ॥
ମୁଁ ତୋ’ ଉପରେ ଲକ୍ଷେ ଥର ସମର୍ପିତ ଅଟେ।        

ਤਨੁ ਮਨੁ ਜੀਉ ਪਿੰਡੁ ਦੇ ਸਾਜਿਆ ॥
ତନ-ମନ ପ୍ରାଣ ଦେଇ ତୁ ମୋତେ ବନାଇଛୁ।         

ਗੁਰ ਕਿਰਪਾ ਤੇ ਨੀਚੁ ਨਿਵਾਜਿਆ ॥੩॥
ଗୁରୁଙ୍କ କୃପା ଦ୍ଵାରା ମୋ’ ଭଳି ନୀଚର ଆଦର ସତ୍କାର କରିଛୁ॥3॥      

ਖੋਲਿ ਕਿਵਾਰਾ ਮਹਲਿ ਬੁਲਾਇਆ ॥
ତୁ କବାଟ ଖୋଲି ମୋତେ ନିଜ ଚରଣକୁ ବୋଲାଇଛୁ।      

ਜੈਸਾ ਸਾ ਤੈਸਾ ਦਿਖਲਾਇਆ ॥
ତୁ ଯେପରି ଅଟୁ, ନିଜ ରୂପ ସେପରି ଦେଖାଇଛୁ।      

ਕਹੁ ਨਾਨਕ ਸਭੁ ਪੜਦਾ ਤੂਟਾ ॥
ହେ ନାନକ! ମୋର ଭ୍ରମର ସାରା ପରଦା ହଟି ଯାଇଛି,  

ਹਉ ਤੇਰਾ ਤੂ ਮੈ ਮਨਿ ਵੂਠਾ ॥੪॥੩॥੧੪॥
ତୁ ମୋର ମନରେ ବାସ କରିଛୁ ଆଉ ମୁଁ ତୋର ହିଁ ହୋଇ ଯାଇଛି||4||3||14||       

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥

ਸੇਵਕੁ ਲਾਇਓ ਅਪੁਨੀ ਸੇਵ ॥ ਅੰਮ੍ਰਿਤੁ ਨਾਮੁ ਦੀਓ ਮੁਖਿ ਦੇਵ ॥
ସେବକକୁ ନିଜ ସେବାରେ ଲଗାଇ ଗୁରୁ ମୁଖରେ ନାମାମୃତ ଦେଇଛନ୍ତି।   

ਸਗਲੀ ਚਿੰਤਾ ਆਪਿ ਨਿਵਾਰੀ ॥
ସେ ସାରା ଚିନ୍ତା ଦୂର କରି ଦେଇଛନ୍ତି,            

ਤਿਸੁ ਗੁਰ ਕਉ ਹਉ ਸਦ ਬਲਿਹਾਰੀ ॥੧॥
ଏଥିପାଇଁ ସେହି ଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ॥1॥         

ਕਾਜ ਹਮਾਰੇ ਪੂਰੇ ਸਤਗੁਰ ॥
ସଦଗୁରୁ ମୋର ସବୁ କାର୍ଯ୍ୟ ପୁରା କରିଛନ୍ତି ଏବଂ     

ਬਾਜੇ ਅਨਹਦ ਤੂਰੇ ਸਤਗੁਰ ॥੧॥ ਰਹਾਉ ॥
ତାହା ଫଳରେ ଅନାହଦ ଧ୍ୱନି ବାଜୁଅଛି॥1॥ରୁହ॥        

ਮਹਿਮਾ ਜਾ ਕੀ ਗਹਿਰ ਗੰਭੀਰ ॥
ଯେଉଁ ପରମାତ୍ମାଙ୍କ ମହିମା ଗହନ ଗମ୍ଭୀର ଅଟେ,     

ਹੋਇ ਨਿਹਾਲੁ ਦੇਇ ਜਿਸੁ ਧੀਰ ॥
ଯାହାକୁ ସେ ଧର୍ଯ୍ୟ ଦେଇଥାନ୍ତି, ସେ ଆନନ୍ଦିତ ହୋଇଯାଏ। 

ਜਾ ਕੇ ਬੰਧਨ ਕਾਟੇ ਰਾਇ ॥
ସେ ଯାହାର ବନ୍ଧନ କାଟି ଦେଇଥାନ୍ତି,          

ਸੋ ਨਰੁ ਬਹੁਰਿ ਨ ਜੋਨੀ ਪਾਇ ॥੨॥
ସେହି ନର ପୁନର୍ବାର ଯୋନିର ଚକ୍ରରେ ପଡେ ନାହିଁ॥2॥     

ਜਾ ਕੈ ਅੰਤਰਿ ਪ੍ਰਗਟਿਓ ਆਪ ॥
ଯାହାର ଅନ୍ତର୍ମନରେ ପ୍ରଭୁ ସ୍ଵୟଂ ପ୍ରକଟ ହୋଇଥାନ୍ତି, 

ਤਾ ਕਉ ਨਾਹੀ ਦੂਖ ਸੰਤਾਪ ॥
ତାହାକୁ କୌଣସି ଦୁଃଖ-ସଙ୍କଟ ଲାଗେ ନାହିଁ।   

ਲਾਲੁ ਰਤਨੁ ਤਿਸੁ ਪਾਲੈ ਪਰਿਆ ॥
ଯାହାର ଆଞ୍ଚଳରେ ଲାଲ-ରତ୍ନ ଭଳି ନାମ ପଡିଛି,    

ਸਗਲ ਕੁਟੰਬ ਓਹੁ ਜਨੁ ਲੈ ਤਰਿਆ ॥੩॥
ସେ ନିଜର ସଂପୂର୍ଣ୍ଣ ପରିବାର ସହିତ ଭବସାଗରରୁ ପାର ହୋଇ ଯାଇଛି॥3॥       

ਨਾ ਕਿਛੁ ਭਰਮੁ ਨ ਦੁਬਿਧਾ ਦੂਜਾ ॥
ତାହାର ଭ୍ରମ, ଦ୍ଵିଧା ଏବଂ ଦୈତ୍ୟଭାବ ଦୂର ହୋଇ ଯାଇଛି,             

ਏਕੋ ਏਕੁ ਨਿਰੰਜਨ ਪੂਜਾ ॥
ଯିଏ କେବଳ ପରମାତ୍ମାଙ୍କ ପୂଜା କରିଛି।      

ਜਤ ਕਤ ਦੇਖਉ ਆਪਿ ਦਇਆਲ ॥
ଯେଉଁଠି ଦେଖିଲେ ମଧ୍ୟ ଦୟାଳୁ ପ୍ରଭୁ ସ୍ଵୟଂ ଦେଖାଯାନ୍ତି।         

ਕਹੁ ਨਾਨਕ ਪ੍ਰਭ ਮਿਲੇ ਰਸਾਲ ॥੪॥੪॥੧੫॥
ହେ ନାନକ! ରସର ଭଣ୍ଡାର ପ୍ରଭୁ ମୋତେ ମିଳି ଯାଇଛନ୍ତି||4||4||15||

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥

ਤਨ ਤੇ ਛੁਟਕੀ ਅਪਨੀ ਧਾਰੀ ॥
ନିଜେ ଧାରଣ କରିଥିବା ଅହଂକୁ ତନରୁ ଦୂର କରି ଦେଇଛି,    

ਪ੍ਰਭ ਕੀ ਆਗਿਆ ਲਗੀ ਪਿਆਰੀ ॥
ପ୍ରଭୁଙ୍କ ଆଜ୍ଞା ଏତେ ପ୍ରିୟ ଲାଗିଥାଏ। 

ਜੋ ਕਿਛੁ ਕਰੈ ਸੁ ਮਨਿ ਮੇਰੈ ਮੀਠਾ ॥
ସେ ଯାହା କିଛି କରିଥାନ୍ତି, ମୋର ମନକୁ ମିଠା ଲାଗିଥାଏ।       

ਤਾ ਇਹੁ ਅਚਰਜੁ ਨੈਨਹੁ ਡੀਠਾ ॥੧॥
ସେହି ବିଚିତ୍ର ଖେଳ ମୁଁ ନିଜ ଆଖିରେ ଦେଖିଛି॥1.1। 

ਅਬ ਮੋਹਿ ਜਾਨੀ ਰੇ ਮੇਰੀ ਗਈ ਬਲਾਇ ॥
ବର୍ତ୍ତମାନ ମୁଁ ଜାଣିଛି ଯେ ମୋର ସବୁ ବଳା ଦୂର ହୋଇ ଯାଇଛି,       

ਬੁਝਿ ਗਈ ਤ੍ਰਿਸਨ ਨਿਵਾਰੀ ਮਮਤਾ ਗੁਰਿ ਪੂਰੈ ਲੀਓ ਸਮਝਾਇ ॥੧॥ ਰਹਾਉ ॥
ମୋର ତୃଷ୍ଣା ମେଣ୍ଟି ଯାଇଛି, ମନରୁ ମମତା ମଧ୍ୟ ଦୂର ହୋଇ ଯାଇଛି, କାରଣ ପୂର୍ଣ୍ଣ ଗୁରୁ ମୋତେ ବୁଝାଇ ଦେଇଛନ୍ତି॥1॥ରୁହ॥          

ਕਰਿ ਕਿਰਪਾ ਰਾਖਿਓ ਗੁਰਿ ਸਰਨਾ ॥
ଗୁରୁ କୃପା କରି ମୋତେ ନିଜ ଶରଣରେ ରଖିଛନ୍ତି ଏବଂ     

ਗੁਰਿ ਪਕਰਾਏ ਹਰਿ ਕੇ ਚਰਨਾ ॥
ସେ ମୋତେ ହରିଙ୍କ ଚରଣ ଧରାଇଛନ୍ତି।              

ਬੀਸ ਬਿਸੁਏ ਜਾ ਮਨ ਠਹਰਾਨੇ ॥
ଯେତେବେଳେ ମନ ଶତ ପ୍ରତିଶତ ସ୍ଥିର ହୋଇ ଯାଇଛି, 

ਗੁਰ ਪਾਰਬ੍ਰਹਮ ਏਕੈ ਹੀ ਜਾਨੇ ॥੨॥
ଜାଣି ଦେଇଛି ଯେ ଗୁରୁ-ପରଂବ୍ରହ୍ମ ଏକ ହିଁ ଅଟନ୍ତି||2||  

ਜੋ ਜੋ ਕੀਨੋ ਹਮ ਤਿਸ ਕੇ ਦਾਸ ॥
ପ୍ରଭୁ ଯେଉଁ ଜୀବ ଜାତ କରିଛନ୍ତି, ମୁଁ ତାହାର ଦାସ ଅଟେ, କାରଣ           

ਪ੍ਰਭ ਮੇਰੇ ਕੋ ਸਗਲ ਨਿਵਾਸ ॥
ସବୁ ଜୀବଙ୍କ ଠାରେ ମୋର ପ୍ରଭୁଙ୍କ ନିବାସ ହିଁ ଅଛି,          

ਨਾ ਕੋ ਦੂਤੁ ਨਹੀ ਬੈਰਾਈ ॥
ଏଥିପାଇଁ ନା କେହି ମୋର ଶତ୍ରୁ ଅଟେ, ଆଉ ନା କେହି ମୋର ବାଧକ ଅଟେ।      

ਗਲਿ ਮਿਲਿ ਚਾਲੇ ਏਕੈ ਭਾਈ ॥੩॥
ବର୍ତ୍ତମାନ ମୁଁ ସବୁଙ୍କ ଗଳାରେ ମିଶି ଏପରି ଚାଲିଥାଏ, ଯେପରି ଏକ ଫିତାର ପୁତ୍ର ଅଟନ୍ତି||3||            

ਜਾ ਕਉ ਗੁਰਿ ਹਰਿ ਦੀਏ ਸੂਖਾ ॥
ଯାହାକୁ ହରି ଗୁରୁ ସୁଖ ଦେଇଛନ୍ତି,     

ਤਾ ਕਉ ਬਹੁਰਿ ਨ ਲਾਗਹਿ ਦੂਖਾ ॥
ତାହାକୁ ପୁନର୍ବାର କୌଣସି ଦୁଃଖ ଲାଗେ ନାହିଁ।         

ਆਪੇ ਆਪਿ ਸਰਬ ਪ੍ਰਤਿਪਾਲ ॥ ਨਾਨਕ ਰਾਤਉ ਰੰਗਿ ਗੋਪਾਲ ॥੪॥੫॥੧੬॥
ହେ ନାନକ! ସେହି ପରମେଶ୍ଵର ସ୍ଵୟଂ ହିଁ ସବୁଙ୍କ ପ୍ରତିପାଳକ ଅଟନ୍ତି ଆଉ ମୁଁ ତାହାଙ୍କ ରଙ୍ଗରେ ହିଁ ମଗ୍ନ ରହିଥାଏ||4||5||16||  

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥

ਮੁਖ ਤੇ ਪੜਤਾ ਟੀਕਾ ਸਹਿਤ ॥
ହେ ପଣ୍ଡିତ! ତୁ ନିଜ ମୁଖରେ ଅର୍ଥ ସହିତ ଗ୍ରନ୍ଥର ଅଧ୍ୟୟନ କରିଛୁ,    

ਹਿਰਦੈ ਰਾਮੁ ਨਹੀ ਪੂਰਨ ਰਹਤ ॥
ତଥାପି ତୋର ହୃଦୟରେ ରାମ ବାସ କରନ୍ତି ନାହିଁ।      

ਉਪਦੇਸੁ ਕਰੇ ਕਰਿ ਲੋਕ ਦ੍ਰਿੜਾਵੈ ॥
ତୁ ଉପଦେଶ ଦେଇ ଲୋକଙ୍କୁ ଦୃଢ କରାଇଛୁ, କିନ୍ତୁ            

ਅਪਨਾ ਕਹਿਆ ਆਪਿ ਨ ਕਮਾਵੈ ॥੧॥
ସ୍ଵୟଂ ତାହା ଅମଳ କରୁ ନାହୁଁ ||1||      

ਪੰਡਿਤ ਬੇਦੁ ਬੀਚਾਰਿ ਪੰਡਿਤ ॥
ହେ ପଣ୍ଡିତ! ବେଦର ଚିନ୍ତନ କର ଆଉ    

ਮਨ ਕਾ ਕ੍ਰੋਧੁ ਨਿਵਾਰਿ ਪੰਡਿਤ ॥੧॥ ਰਹਾਉ ॥
ନିଜ ମନର କ୍ରୋଧ ଦୂର କର॥1॥ରୁହ॥    

ਆਗੈ ਰਾਖਿਓ ਸਾਲ ਗਿਰਾਮੁ ॥
ତୁ ନିଜ ସମ୍ମୁଖରେ ଶାଳଗ୍ରାମ ରଖିଛୁ,   

error: Content is protected !!