ODIA PAGE 228

ਪ੍ਰਭ ਪਾਏ ਹਮ ਅਵਰੁ ਨ ਭਾਰਿਆ ॥੭॥
ଏକ ଈଶ୍ଵରଙ୍କୁ ମୁଁ ପାଇଯାଇଛି ଆଉ ଏବେ ଅନ୍ୟ କାହାକୁ ଖୋଜୁନାହିଁ ॥7॥

ਸਾਚ ਮਹਲਿ ਗੁਰਿ ਅਲਖੁ ਲਖਾਇਆ ॥
ଗୁରୁଜୀ ମୋତେ ଅଦୃଶ୍ୟ ପ୍ରଭୁଙ୍କ ସତ୍ୟ ମନ୍ଦିରରେ ଦର୍ଶନ କରାଇଛନ୍ତି।

ਨਿਹਚਲ ਮਹਲੁ ਨਹੀ ਛਾਇਆ ਮਾਇਆ ॥
ପ୍ରଭୁଙ୍କ ଏହି ମନ୍ଦିର ଅତଳ ଅଟେ, ଏହା ମୋହିନୀର ପ୍ରତିବିମ୍ବ ନାହିଁ,

ਸਾਚਿ ਸੰਤੋਖੇ ਭਰਮੁ ਚੁਕਾਇਆ ॥੮॥
ସତ୍ୟ ଦ୍ଵାରା ସନ୍ତୋଷ ଆସିଯାଏ ଆଉ ଦ୍ଵିଧା ଦୂର ହୋଇଯାଏ ॥8॥

ਜਿਨ ਕੈ ਮਨਿ ਵਸਿਆ ਸਚੁ ਸੋਈ ॥
ଯାହାର ହୃଦୟରେ ସତ୍ୟସ୍ଵରୂପ ପରମାତ୍ମା ନିବାସ କରିଥାନ୍ତି,

ਤਿਨ ਕੀ ਸੰਗਤਿ ਗੁਰਮੁਖਿ ਹੋਈ ॥

ਨਾਨਕ ਸਾਚਿ ਨਾਮਿ ਮਲੁ ਖੋਈ ॥੯॥੧੫॥
ହେ ନାନକ! ସତ୍ୟନାମ ବିକାରର ମଳିନତା ସ୍ବଚ୍ଛ କରିଦିଏ ॥9॥15॥

ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥

ਰਾਮਿ ਨਾਮਿ ਚਿਤੁ ਰਾਪੈ ਜਾ ਕਾ ॥
ଯେଉଁ ବ୍ଯକ୍ତିର ହୃଦୟ ରାମ ନାମରେ ମଗ୍ନ ରହିଥାଏ,

ਉਪਜੰਪਿ ਦਰਸਨੁ ਕੀਜੈ ਤਾ ਕਾ ॥੧॥
ତାହାର ଦର୍ଶନ ପ୍ରାତଃ କାଳରେ ଉଠିବା ମାତ୍ରେ କରିବା ଉଚିତ ॥1॥

ਰਾਮ ਨ ਜਪਹੁ ਅਭਾਗੁ ਤੁਮਾਰਾ ॥
ହେ ଭାଇ! ଯଦି ତୁମେ ରାମଙ୍କ ଭଜନ କରୁ ନାହଁ , ତାହାହେଲେ ଏହା ତୁମର ଦୁର୍ଭାଗ୍ୟ ଅଟେ।

ਜੁਗਿ ਜੁਗਿ ਦਾਤਾ ਪ੍ਰਭੁ ਰਾਮੁ ਹਮਾਰਾ ॥੧॥ ਰਹਾਉ ॥
ଯୁଗ ଯୁଗରେ ଆମକୁ ପ୍ରଭୁ ରାମ ହିଁ ଆଶୀର୍ବାଦ ଦେଇଥାନ୍ତି ॥1॥ରୁହ॥

ਗੁਰਮਤਿ ਰਾਮੁ ਜਪੈ ਜਨੁ ਪੂਰਾ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ମତି ଦ୍ଵାରା ରାମଙ୍କ ନାମ ଜପ କରିଥାଏ, ସେହି ବ୍ୟକ୍ତି ପୂର୍ଣ୍ଣ ବନିଯାଏ।

ਤਿਤੁ ਘਟ ਅਨਹਤ ਬਾਜੇ ਤੂਰਾ ॥੨॥
ଏପରି ପୂର୍ଣ୍ଣ ବ୍ୟକ୍ତିର ହୃଦୟରେ ଅନାହତ ମଧୁର ବାଜା ବାଜିଥାଏ ॥2॥

ਜੋ ਜਨ ਰਾਮ ਭਗਤਿ ਹਰਿ ਪਿਆਰਿ ॥
ଯେଉଁ ବ୍ୟକ୍ତି ରାମ ଏବଂ ରାମଙ୍କ ଭକ୍ତିରେ ପ୍ରେମ କରିଥାଏ,

ਸੇ ਪ੍ਰਭਿ ਰਾਖੇ ਕਿਰਪਾ ਧਾਰਿ ॥੩॥
ତାହାଙ୍କୁ ଇଶ୍ଵର କୃପାକରି ଭବସାଗରରୁ ବଞ୍ଚାଇ ଦିଅନ୍ତି ॥3॥

ਜਿਨ ਕੈ ਹਿਰਦੈ ਹਰਿ ਹਰਿ ਸੋਈ ॥
ଯେଉଁ ଲୋକର ହୃଦୟରେ ହରି-ପରମେଶ୍ଵର ବାସ କରିଥାନ୍ତି,

ਤਿਨ ਕਾ ਦਰਸੁ ਪਰਸਿ ਸੁਖੁ ਹੋਈ ॥੪॥
ତାହାର ଦର୍ଶନ କରିଲେ ଆତ୍ମିକ ସୁଖ ପ୍ରାପ୍ତ ହୋଇଥାଏ ॥4॥

ਸਰਬ ਜੀਆ ਮਹਿ ਏਕੋ ਰਵੈ ॥
ସମସ୍ତ ଜୀବର ଅନ୍ତରରେ ଏକ ଇଶ୍ଵର ଥାଆନ୍ତି,

ਮਨਮੁਖਿ ਅਹੰਕਾਰੀ ਫਿਰਿ ਜੂਨੀ ਭਵੈ ॥੫॥
ଅହଙ୍କାରୀ ପୁରୁଷ ଅନ୍ତତଃ ଯୋନିରେ ବୁଲୁଥାଏ ॥5॥

ਸੋ ਬੂਝੈ ਜੋ ਸਤਿਗੁਰੁ ਪਾਏ ॥
ଯାହାକୁ ସଦଗୁରୁ ମିଳିଯାନ୍ତି, ତାହାକୁ ଜ୍ଞାନ ହୋଇଯାଏ।

ਹਉਮੈ ਮਾਰੇ ਗੁਰ ਸਬਦੇ ਪਾਏ ॥੬॥
ଏପରି ପ୍ରାଣୀ ନିଜ ଅହଂତ୍ଵ ନିବୃତ୍ତ କରି ଗୁରୁଙ୍କ ଶବ୍ଦରେ ଲୀନ ହୋଇ ଈଶ୍ଵରଙ୍କୁ ପ୍ରାପ୍ତ କରିନିଏ ॥6॥

ਅਰਧ ਉਰਧ ਕੀ ਸੰਧਿ ਕਿਉ ਜਾਨੈ ॥
ପରମାତ୍ମାଙ୍କ ସହିତ ଆତ୍ମାର ମିଳନ ବିଷୟରେ ମନୁଷ୍ୟ କିପରି ଜାଣି ପାରିବ?

ਗੁਰਮੁਖਿ ਸੰਧਿ ਮਿਲੈ ਮਨੁ ਮਾਨੈ ॥੭॥
ଗୁରୁଙ୍କ ସଙ୍ଗତି ଏବଂ ମନର ସନ୍ତୋଷ ଦ୍ଵାରା ଜୀବାତ୍ମା ପ୍ରଭୁଙ୍କ ମିଳନରେ ଲୀନ ହୁଏ ॥7॥

ਹਮ ਪਾਪੀ ਨਿਰਗੁਣ ਕਉ ਗੁਣੁ ਕਰੀਐ ॥
ହେ ପ୍ରଭୁ! ଆମେ ଜୀବ ଗୁଣବିହୀନ ଏବଂ ପାପୀ ଅଟୁ, ଆଉ ଆମକୁ କୃପା କରି ଗୁଣାବାନ କରିଦିଅ।

ਪ੍ਰਭ ਹੋਇ ਦਇਆਲੁ ਨਾਨਕ ਜਨ ਤਰੀਐ ॥੮॥੧੬॥
ହେ ନାନକ! ଯେତେବେଳେ ପ୍ରଭୁ ଦୟାର ଘରକୁ ଆସନ୍ତି, ସେତେବେଳେ ଜୀବ ଭବସାଗରରୁ ପାର ହୋଇଯାଏ ॥8॥16॥

ਸੋਲਹ ਅਸਟਪਦੀਆ ਗੁਆਰੇਰੀ ਗਉੜੀ ਕੀਆ ॥
ଷୋହଳ ଅଷ୍ଟପଦୀ ଗୁଆରେରୀ ଗଉଡି ॥

ਗਉੜੀ ਬੈਰਾਗਣਿ ਮਹਲਾ ੧
ଗଉଡି ବୈରାଗିଣୀ ମହଲା 1 ॥

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।

ਜਿਉ ਗਾਈ ਕਉ ਗੋਇਲੀ ਰਾਖਹਿ ਕਰਿ ਸਾਰਾ ॥
ଯେପରି ଏକ ଗାଈଆଳ ନିଜ ଗାଈକୁ ଦେଖିଥାଏ,

ਅਹਿਨਿਸਿ ਪਾਲਹਿ ਰਾਖਿ ਲੇਹਿ ਆਤਮ ਸੁਖੁ ਧਾਰਾ ॥੧॥
ସେପରି ହିଁ ପ୍ରଭୁ ପ୍ରାଣୀକୁ ଦିନ ରାତି ପୋଷଣ ଏବଂ ରକ୍ଷା କରିଥାନ୍ତି ଆଉ ତାହାର ହୃଦୟରେ ଆତ୍ମିକ ସୁଖ ସ୍ଥାପିତ କରିଥାନ୍ତି ॥1॥

ਇਤ ਉਤ ਰਾਖਹੁ ਦੀਨ ਦਇਆਲਾ ॥
ହେ ଦିନଦୟାଳୁ ଇଶ୍ଵର! ଇହଲୋକ ଏବଂ ପରଲୋକରେ ମୋର ରକ୍ଷା କର।

ਤਉ ਸਰਣਾਗਤਿ ਨਦਰਿ ਨਿਹਾਲਾ ॥੧॥ ਰਹਾਉ ॥
ହେ ପ୍ରଭୁ ! ମୁଁ ତୋର ଶରଣରେ ଆସିଛି, ଏଥିପାଇଁ, ମୋ’ ଉପରେ କୃପା ଦୃଷ୍ଟି କର ॥1॥ରୁହ॥

ਜਹ ਦੇਖਉ ਤਹ ਰਵਿ ਰਹੇ ਰਖੁ ਰਾਖਨਹਾਰਾ ॥
ହେ ରକ୍ଷକ ପ୍ରଭୁ! ଯେଉଁଠିକି ମଧ୍ୟ ମୁଁ ଦେଖିଥାଏ, ସେଠାରେ ତୁମେ ସର୍ବବ୍ୟାପକ ଅଛ, ମୋର ରକ୍ଷା କର।

ਤੂੰ ਦਾਤਾ ਭੁਗਤਾ ਤੂੰਹੈ ਤੂੰ ਪ੍ਰਾਣ ਅਧਾਰਾ ॥੨॥
ହେ ଇଶ୍ଵର! ଦାନ ଦେବା ବାଲା ଦାତା ଅଟୁ, ତୁ ହିଁ ଭୋଗିବା ବାଲା ଆଉ ତୁ ହିଁ ମୋର ପ୍ରାଣର ଆଧାର ଅଟୁ ॥2॥

ਕਿਰਤੁ ਪਇਆ ਅਧ ਊਰਧੀ ਬਿਨੁ ਗਿਆਨ ਬੀਚਾਰਾ ॥
ଜ୍ଞାନକୁ ଭାବିବା ଚିନ୍ତିବା ବିନା ପ୍ରାଣୀ ନିଜ କର୍ମ ଅନୁସାରେ ନିମ୍ନକୁ ଆସିଥାଏ ଅଥବା ଉଚ୍ଚକୁ ଯାଇଥାଏ।

ਬਿਨੁ ਉਪਮਾ ਜਗਦੀਸ ਕੀ ਬਿਨਸੈ ਨ ਅੰਧਿਆਰਾ ॥੩॥
ସୃଷ୍ଟିର ସ୍ଵାମୀ ଜଗଦୀଶଙ୍କ ଉପମା ବିନା ମୋହ-ମାୟାର ଅନ୍ଧକାର ଦୂର ହୁଏନାହିଁ ॥3॥

ਜਗੁ ਬਿਨਸਤ ਹਮ ਦੇਖਿਆ ਲੋਭੇ ਅਹੰਕਾਰਾ ॥
ଲୋଭ ଏବଂ ଅଭିମାନରେ ଫସି ମୁଁ ଜଗତର ବିନାଶ ହେବା ଦେଖିଛି।

ਗੁਰ ਸੇਵਾ ਪ੍ਰਭੁ ਪਾਇਆ ਸਚੁ ਮੁਕਤਿ ਦੁਆਰਾ ॥੪॥
ଗୁରୁଙ୍କ ସେବା ଦ୍ଵାରା ପରମେଶ୍ଵର ଏବଂ ମୋକ୍ଷର ସଚ୍ଚା ଦ୍ଵାର ପ୍ରାପ୍ତ ହୋଇଥାଏ ॥4॥

ਨਿਜ ਘਰਿ ਮਹਲੁ ਅਪਾਰ ਕੋ ਅਪਰੰਪਰੁ ਸੋਈ ॥
ଅନନ୍ତ ପରମେଶ୍ଵରଙ୍କ ଆତ୍ମସ୍ଵରୂପ ପ୍ରାଣିର ନିଜ ହୃଦୟ ଗୃହରେ ବିଦ୍ୟମାନ ଅଛି ଆଉ ସେହି ପରମେଶ୍ଵର ଅପାର ଅଟନ୍ତି।

ਬਿਨੁ ਸਬਦੈ ਥਿਰੁ ਕੋ ਨਹੀ ਬੂਝੈ ਸੁਖੁ ਹੋਈ ॥੫॥
ପ୍ରଭୁ ନାମ ବିନା କିଛି ମଧ୍ୟ ସ୍ଥିର ନାହିଁ, ଈଶ୍ବରଙ୍କ ବୋଧ ଦ୍ଵାରା ଆତ୍ମିକ ସୁଖ ପ୍ରାପ୍ତ ହୋଇଥାଏ ॥5॥

ਕਿਆ ਲੈ ਆਇਆ ਲੇ ਜਾਇ ਕਿਆ ਫਾਸਹਿ ਜਮ ਜਾਲਾ ॥
ହେ ଭାଇ! ଏହି ଜଗତରେ ତୁମେ କଣ ନେଇ ଆସିଛ ଆଉ ମୃତ୍ୟୁ ଫନ୍ଦା ଲଗାଇବ ତ କଣ ନେଇ ଯିବ?

ਡੋਲੁ ਬਧਾ ਕਸਿ ਜੇਵਰੀ ਆਕਾਸਿ ਪਤਾਲਾ ॥੬॥
ରସିରେ ବନ୍ଧା ହୋଇଥିବା କୂଅର ବାଲଟି ଭଳି କେବେ ତୁମେ ଆକାଶରେ ଥାଅ, ଆଉ କେବେ ପାତାଳରେ ଥାଅ ॥6॥

ਗੁਰਮਤਿ ਨਾਮੁ ਨ ਵੀਸਰੈ ਸਹਜੇ ਪਤਿ ਪਾਈਐ ॥
ଯଦି ଗୁରୁଙ୍କ ଉପଦେଶ ଦ୍ଵାରା ପ୍ରାଣୀ ପ୍ରଭୁ ନାମକୁ ବିସ୍ମୃତ ନ କରେ , ତାହାହେଲେ ସେ ସ୍ଵାଭାବିକ ଭାବରେ ହିଁ ଶୋଭା ପାଇ ଥାଏ।

ਅੰਤਰਿ ਸਬਦੁ ਨਿਧਾਨੁ ਹੈ ਮਿਲਿ ਆਪੁ ਗਵਾਈਐ ॥੭॥
ମନୁଷ୍ୟର ଅନ୍ତଃ ମନରେ ହିଁ ପ୍ରଭୁ ନାମର ଖଜଣା ଅଟେ, ପରନ୍ତୁ ଏହା (ଖଜଣା) ନିଜ ଅହଂକାରକୁ ଦୂର କରିଲେ ହିଁ ମିଳନ ହୋଇଥାଏ ॥7॥

ਨਦਰਿ ਕਰੇ ਪ੍ਰਭੁ ਆਪਣੀ ਗੁਣ ਅੰਕਿ ਸਮਾਵੈ ॥
ଯଦି ଈଶ୍ବର ନିଜ କୃପା ଦୃଷ୍ଟି କରନ୍ତି ତାହାହେଲେ ପ୍ରାଣୀ ଗୁଣାବାନ ବନି ପରମାତ୍ମାଙ୍କ କୋଳରେ କୋଳରେ ଯାଇ ଲୀନ ହୋଇଥାଏ।

ਨਾਨਕ ਮੇਲੁ ਨ ਚੂਕਈ ਲਾਹਾ ਸਚੁ ਪਾਵੈ ॥੮॥੧॥੧੭॥
ହେ ନାନକ! ଏହି ମିଳନ ଭାଙ୍ଗେ ନାହିଁ ଆଉ ସଚ୍ଚା ଲାଭ ପ୍ରାପ୍ତ କରିନିଏ ॥8॥1॥17॥

error: Content is protected !!