ਗੁਰਮੁਖਿ ਵਿਚਹੁ ਹਉਮੈ ਜਾਇ ॥
ଗୁରୁମୁଖୀର ମନରୁ ଅହଂକାର ବାହରି ଯାଏ।
ਗੁਰਮੁਖਿ ਮੈਲੁ ਨ ਲਾਗੈ ਆਇ ॥
ଗୁରୁମୁଖୀର ମନକୁ ବିକାରର ମଇଳା ଲାଗେ ନାହିଁ,
ਗੁਰਮੁਖਿ ਨਾਮੁ ਵਸੈ ਮਨਿ ਆਇ ॥੨॥
ଗୁରୁମୁଖୀର ମନରେ ଭଗବାନଙ୍କ ନାମ ଆସି ବସିଥାଏ ॥2॥
ਗੁਰਮੁਖਿ ਕਰਮ ਧਰਮ ਸਚਿ ਹੋਈ ॥
ଗୁରୁମୁଖୀର ପ୍ରତ୍ୟେକ କର୍ମ-ଧର୍ମ ସତ୍ୟ ହିଁ ହୋଇଥାଏ।
ਗੁਰਮੁਖਿ ਅਹੰਕਾਰੁ ਜਲਾਏ ਦੋਈ ॥
ଗୁରୁମୁଖୀ ଅହଂକାର ଏବଂ ଦ୍ଵେଷକୁ ଜଳାଇ ଦିଏ,
ਗੁਰਮੁਖਿ ਨਾਮਿ ਰਤੇ ਸੁਖੁ ਹੋਈ ॥੩॥
ଗୁରୁମୁଖୀ ଭଗବାନଙ୍କ ନାମରେ ମଗ୍ନ ରହି ହିଁ ସୁଖୀ ହୋଇଥାଏ ॥3॥
ਆਪਣਾ ਮਨੁ ਪਰਬੋਧਹੁ ਬੂਝਹੁ ਸੋਈ ॥
ନିଜ ମନକୁ ଜାଗୃତ କର ଆଉ ପରମେଶ୍ଵରଙ୍କ ବୋଧ କର।
ਲੋਕ ਸਮਝਾਵਹੁ ਸੁਣੇ ਨ ਕੋਈ ॥
ଅନ୍ଯଥା ଯେତେ ଉପଦେଶ ଲୋକଙ୍କୁ ଦେଉ ଥାଉ, କେହି ମଧ୍ୟ ତୋର କଥା ଶୁଣିବେ ନାହିଁ।
ਗੁਰਮੁਖਿ ਸਮਝਹੁ ਸਦਾ ਸੁਖੁ ਹੋਈ ॥੪॥
ଗୁରୁଙ୍କ ମାଧ୍ୟମରୁ ଜୀବନ ମାର୍ଗକୁ ବୁଝ ଯାହା ଦ୍ଵାରା ତୋତେ ସର୍ବଦା ସୁଖ ପ୍ରାପ୍ତ ହେବ ॥4॥
ਮਨਮੁਖਿ ਡੰਫੁ ਬਹੁਤੁ ਚਤੁਰਾਈ ॥
ସ୍ଵେଚ୍ଛାଚାରୀ ଜୀବ ବଡ ଗର୍ବୀ ଆଉ ଚତୁର ହୋଇଥାଏ।
ਜੋ ਕਿਛੁ ਕਮਾਵੈ ਸੁ ਥਾਇ ਨ ਪਾਈ ॥
ସେ ଯାହା କିଛି କର୍ମ କରିଥାଏ, ତାହା ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୁଏନାହିଁ।
ਆਵੈ ਜਾਵੈ ਠਉਰ ਨ ਕਾਈ ॥੫॥
ସେ ଜୀବନ ମୃତ୍ୟୁର ବନ୍ଧନରେ ପଡି ସଂସାରରେ ଜନ୍ମ ହୋଇ ପୁଣି ମରିଥାଏ ଆଉ ତାହା ଠାରେ ସୁଖର କୌଣସି ସ୍ଥାନ ମିଳିପାରିବ ନାହିଁ ॥5॥
ਮਨਮੁਖ ਕਰਮ ਕਰੇ ਬਹੁਤੁ ਅਭਿਮਾਨਾ ॥
ସ୍ଵେଚ୍ଛାଚାରୀ ନିଜର ପ୍ରତ୍ୟେକ କର୍ମ ବଡ ଅହଂକାରରେ କରିଥାଏ।
ਬਗ ਜਿਉ ਲਾਇ ਬਹੈ ਨਿਤ ਧਿਆਨਾ ॥
ବଗ ଭଳି ସର୍ବଦା ଧ୍ୟାନ ଲଗାଇଥାଏ।
ਜਮਿ ਪਕੜਿਆ ਤਬ ਹੀ ਪਛੁਤਾਨਾ ॥੬॥
ଯେତେବେଳେ ଯମଦୂତ ତାହାକୁ ଧରିଥାଏ, ସେତେବେଳେ ସେ ବଡ ପଶ୍ଚାତାପ କରିଥାଏ ॥6॥
ਬਿਨੁ ਸਤਿਗੁਰ ਸੇਵੇ ਮੁਕਤਿ ਨ ਹੋਈ ॥
ଏଥିପାଇଁ, (ସଂସାରରେ) ସଦଗୁରୁଙ୍କ ସେବା ବିନା ମୁକ୍ତି ମିଳେନାହିଁ।
ਗੁਰ ਪਰਸਾਦੀ ਮਿਲੈ ਹਰਿ ਸੋਈ ॥
ଗୁରୁଙ୍କ ଦୟାରୁ ସେ ପ୍ରଭୁଙ୍କ ଠାରେ ଲୀନ ହୁଏ।
ਗੁਰੁ ਦਾਤਾ ਜੁਗ ਚਾਰੇ ਹੋਈ ॥੭॥
ଚାରି ଯୁଗ (ସତ୍ୟ, ତ୍ରେତୟା, ଦ୍ଵାପର ଏବଂ କଳିଯୁଗ)ରେ ଗୁରୁ ନାମ ଦେବା ବାଲା ଦାତା ଅଛନ୍ତି ॥7॥
ਗੁਰਮੁਖਿ ਜਾਤਿ ਪਤਿ ਨਾਮੇ ਵਡਿਆਈ ॥
ଈଶ୍ବରଙ୍କ ନାମ ଗୁରୁମୁଖୀଙ୍କ ଜାତି, ସମ୍ମାନ ଏବଂ ଶୋଭା ଅଟେ।
ਸਾਇਰ ਕੀ ਪੁਤ੍ਰੀ ਬਿਦਾਰਿ ਗਵਾਈ ॥
ସମୁଦ୍ର କନ୍ୟା ମାୟାକୁ ସିଏ ପିଟି ପିଟି ମାରିଦେଇଛି।
ਨਾਨਕ ਬਿਨੁ ਨਾਵੈ ਝੂਠੀ ਚਤੁਰਾਈ ॥੮॥੨॥
ହେ ନାନକ! ନାମ ବିନା ସମସ୍ତ ଚତୁରତା ମିଥ୍ୟା ଅଟେ ॥8॥2॥
ਗਉੜੀ ਮਃ ੩ ॥
ଗୌଡୀୟ ମହଲା 3 ॥
ਇਸੁ ਜੁਗ ਕਾ ਧਰਮੁ ਪੜਹੁ ਤੁਮ ਭਾਈ ॥
ହେ ଭାଇ! ତୁମେ ଏହି ଯୁଗର ଧର୍ମ (ପରମେଶ୍ଵରଙ୍କ ନାମ) ଚିନ୍ତନ କର।
ਪੂਰੈ ਗੁਰਿ ਸਭ ਸੋਝੀ ਪਾਈ ॥
କାରଣ ପୂର୍ଣ୍ଣ ଗୁରୁ ମୋତେ ସବୁ ଜ୍ଞାନ ବତାଇ ଦେଇଛନ୍ତି।
ਐਥੈ ਅਗੈ ਹਰਿ ਨਾਮੁ ਸਖਾਈ ॥੧॥
ଏହି ଲୋକ ଏବଂ ପରଲୋକରେ ଈଶ୍ବରଙ୍କ ନାମ ହିଁ ପ୍ରାଣିର ସାହାରା ଅଟେ ॥1॥
ਰਾਮ ਪੜਹੁ ਮਨਿ ਕਰਹੁ ਬੀਚਾਰੁ ॥
( ହେ ଭାଇ!) ରାମ ନାମର ଭଜନ କର ଆଉ ନିଜ ହୃଦୟରେ ତାହାଙ୍କ ଗୁଣ ବିଚାର କର।
ਗੁਰ ਪਰਸਾਦੀ ਮੈਲੁ ਉਤਾਰੁ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ନିଜ ବିକାରର ମଇଳା ସଫା କରିଦିଅ ॥1॥ରୁହ॥
ਵਾਦਿ ਵਿਰੋਧਿ ਨ ਪਾਇਆ ਜਾਇ ॥
ବାଦ-ବିବାଦ ଏବଂ ବିରୋଧରୁ ପ୍ରଭୁ ପ୍ରାପ୍ତ ହୁଅନ୍ତି ନାହିଁ।
ਮਨੁ ਤਨੁ ਫੀਕਾ ਦੂਜੈ ਭਾਇ ॥
ମୋହ-ମାୟାର ଲଗ୍ନରୁ ମନ-ତନ ଫିକା ହୋଇଯାଏ।
ਗੁਰ ਕੈ ਸਬਦਿ ਸਚਿ ਲਿਵ ਲਾਇ ॥੨॥
ଏଥିପାଇଁ, ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟ ପରମେଶ୍ଵରଙ୍କ ଠାରେ ବୃତ୍ତି ଲଗାଅ ॥2॥
ਹਉਮੈ ਮੈਲਾ ਇਹੁ ਸੰਸਾਰਾ ॥
ଅହଂକାର କାରଣରୁ ସାରା ଜଗତ ମଇଳା ହୋଇଯାଇଛି।
ਨਿਤ ਤੀਰਥਿ ਨਾਵੈ ਨ ਜਾਇ ਅਹੰਕਾਰਾ ॥
ପ୍ରତିଦିନ ତୀର୍ଥ ସ୍ନାନ କରିଲେ ଅହଂକାର ଦୂର ହୁଏନାହିଁ।
ਬਿਨੁ ਗੁਰ ਭੇਟੇ ਜਮੁ ਕਰੇ ਖੁਆਰਾ ॥੩॥
ଗୁରୁଙ୍କ ମିଳନ ବିନା କାଳ (ମୃତ୍ୟୁ) ମନୁଷ୍ୟକୁ ବଡ ବିବ୍ରତ କରାଏ ॥3॥
ਸੋ ਜਨੁ ਸਾਚਾ ਜਿ ਹਉਮੈ ਮਾਰੈ ॥
ସେହି ମନୁଷ୍ୟ ସତ୍ୟବାଦୀ ଅଟେ ଯିଏ ନିଜ ଅହଂକାରକୁ ଦୂର କରିଦେଇଥାଏ
ਗੁਰ ਕੈ ਸਬਦਿ ਪੰਚ ਸੰਘਾਰੈ ॥
ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ପାଞ୍ଚ ବିକାରର ସଂହାର କରିଥାଏ।
ਆਪਿ ਤਰੈ ਸਗਲੇ ਕੁਲ ਤਾਰੈ ॥੪॥
ଏପରି ମନୁଷ୍ୟ ସ୍ଵୟଂ ବଞ୍ଚିଯାଏ ଆଉ ନିଜର ସଂପୂର୍ଣ୍ଣ ବଂଶକୁ ମଧ୍ୟ ଉଦ୍ଧାର କରିଥାଏ ॥4॥
ਮਾਇਆ ਮੋਹਿ ਨਟਿ ਬਾਜੀ ਪਾਈ ॥
କଳାକାର(ପ୍ରଭୁ) ମାୟାର ମୋହରେ ଥିବା ପ୍ରାଣୀଙ୍କ ପାଇଁ ଏକ ଖେଳ ରଚିଛନ୍ତି।
ਮਨਮੁਖ ਅੰਧ ਰਹੇ ਲਪਟਾਈ ॥
ଜ୍ଞାନହିଁ ସ୍ଵେଚ୍ଛାଚାରୀ ଜୀବ ମୋହ-ମାୟାରେ ଲିପ୍ତ ରହିଥାଏ।
ਗੁਰਮੁਖਿ ਅਲਿਪਤ ਰਹੇ ਲਿਵ ਲਾਈ ॥੫॥
କିନ୍ତୁ, ଗୁରୁମୁଖୀ ଏଥିରେ ନିର୍ଲିପ୍ତ ରହି ଈଶ୍ବରଙ୍କ ଠାରେ ବୃତ୍ତି ଲଗାଇଥାଏ ॥5॥
ਬਹੁਤੇ ਭੇਖ ਕਰੈ ਭੇਖਧਾਰੀ ॥
କପଟୀ ମନୁଷ୍ୟ ଅନେକ ବିଷ ଧାରଣ କରିଥାଏ।
ਅੰਤਰਿ ਤਿਸਨਾ ਫਿਰੈ ਅਹੰਕਾਰੀ ॥
ତାହା ଭିତରେ ତୃଷ୍ଣା ଥାଏ ଆଉ ସେ ଅଭିମାନୀ ହୋଇ ବିଚରଣ କରିଥାଏ।
ਆਪੁ ਨ ਚੀਨੈ ਬਾਜੀ ਹਾਰੀ ॥੬॥
କପଟୀ ମନୁଷ୍ୟ ନିଜେ ନିଜକୁ ବୁଝେ ନାହିଁ ଆଉ ଜୀବନର ବାଜିରେ ହାରିଯାଏ ॥6॥
ਕਾਪੜ ਪਹਿਰਿ ਕਰੇ ਚਤੁਰਾਈ ॥
ଧାର୍ମିକ ବେଶ ଧାରଣ କରି କିଛି ଲୋକ ଚତୁରତା କରନ୍ତି।
ਮਾਇਆ ਮੋਹਿ ਅਤਿ ਭਰਮਿ ਭੁਲਾਈ ॥
ମାୟାର ମୋହ ଏବଂ ଦ୍ଵିଧା ତାହାକୁ ବହୁତ କୁମାର୍ଗଗାମୀ କରିଛି।
ਬਿਨੁ ਗੁਰ ਸੇਵੇ ਬਹੁਤੁ ਦੁਖੁ ਪਾਈ ॥੭॥
ଗୁରୁଙ୍କ ସେବା ଭକ୍ତି ବିନା ସେ ବହୁତ କଷ୍ଟ ସହ୍ୟ କରିଥାଏ ॥7॥
ਨਾਮਿ ਰਤੇ ਸਦਾ ਬੈਰਾਗੀ ॥
ଯେଉଁ ବ୍ୟକ୍ତି ଈଶ୍ବରଙ୍କ ନାମରେ ମଗ୍ନ ରହିଥାଏ, ସେ ସର୍ବଦା ହିଁ ମୋହ-ମାୟାରେ ନିର୍ଲିପ୍ତ ରହିଥାଏ।
ਗ੍ਰਿਹੀ ਅੰਤਰਿ ਸਾਚਿ ਲਿਵ ਲਾਗੀ ॥
ଯେଉଁ ବ୍ୟକ୍ତି ଈଶ୍ବରଙ୍କ ନାମରେ ମଗ୍ନ ରହିଥାଏ, ସେ ସର୍ବଦା ହିଁ ମୋହ-ମାୟାରେ ନିର୍ଲିପ୍ତ ରହିଥାଏ।
ਨਾਨਕ ਸਤਿਗੁਰੁ ਸੇਵਹਿ ਸੇ ਵਡਭਾਗੀ ॥੮॥੩॥
ହେ ନାନକ! ସେହି ବ୍ୟକ୍ତି ବଡ ଭାଗ୍ୟଶାଳୀ ଅଟେ, ଯିଏ ସଦଗୁରୁଙ୍କ ସେବା କରିଥାଏ ॥8॥3॥
ਗਉੜੀ ਮਹਲਾ ੩ ॥
ଗଉଡି ମହଲା 3 ॥
ਬ੍ਰਹਮਾ ਮੂਲੁ ਵੇਦ ਅਭਿਆਸਾ ॥
ବ୍ରହ୍ମା ବେଦ ଅଧ୍ୟୟନର ରଚୟିତା ଅଟନ୍ତି।
ਤਿਸ ਤੇ ਉਪਜੇ ਦੇਵ ਮੋਹ ਪਿਆਸਾ ॥
ସାଂସାରିକ ମୋହ ଏବଂ ତୃଷ୍ଣାରେ ଫସିଥିବା ଦେବତା ତାହାଙ୍କ ଠାରୁ ଉତ୍ପନ୍ନ ହୋଇଛନ୍ତି।
ਤ੍ਰੈ ਗੁਣ ਭਰਮੇ ਨਾਹੀ ਨਿਜ ਘਰਿ ਵਾਸਾ ॥੧॥
ସେ ତିନି ଗୁଣରେ ପଥଭ୍ରଷ୍ଟ ହୋଇଥାଏ ଆଉ ତାହାକୁ ଈଶ୍ବରଙ୍କ ଚରଣରେ ସ୍ଥାନ ମିଳେନାହିଁ॥1॥
ਹਮ ਹਰਿ ਰਾਖੇ ਸਤਿਗੁਰੂ ਮਿਲਾਇਆ ॥
ଆମକୁ ଇଶ୍ଵର ମୋହ-ମାୟାରୁ ବଞ୍ଚାଇଦେଇଛନ୍ତି ଆଉ ସଦଗୁରୁଙ୍କ ସହିତ ମିଳନ କରାଇଛନ୍ତି।
ਅਨਦਿਨੁ ਭਗਤਿ ਹਰਿ ਨਾਮੁ ਦ੍ਰਿੜਾਇਆ ॥੧॥ ਰਹਾਉ ॥
ରାତି ଦିନ ଭଗବାନଙ୍କ ଭକ୍ତି ଏବଂ ଈଶ୍ବରଙ୍କ ନାମ ଗୁରୁଜୀ ସୁଦୃଢ କରିଦେଇଛନ୍ତି ॥1॥ରୁହ॥
ਤ੍ਰੈ ਗੁਣ ਬਾਣੀ ਬ੍ਰਹਮ ਜੰਜਾਲਾ ॥
ବ୍ରହ୍ମାଙ୍କ ରଚିତ ବାଣୀ ଲୋକଙ୍କୁ ମାୟାର ତିନି ଗୁଣର ଜଞ୍ଜାଳରେ ଫସାଇ ଦେଇଛି।
ਪੜਿ ਵਾਦੁ ਵਖਾਣਹਿ ਸਿਰਿ ਮਾਰੇ ਜਮਕਾਲਾ ॥
ତାହାର ଅଧ୍ୟୟନ କରି ପଣ୍ଡିତ ବାଦ-ବିବାଦ କରିଥାଏ ଆଉ ଯମଦୂତ ତାହାର ମସ୍ତକରେ ପ୍ରହାର କରିଥାଏ।