ਕਰਨ ਕਰਾਵਨ ਸਭੁ ਕਿਛੁ ਏਕੈ ॥
ଏକ ପରମେଶ୍ଵର ସବୁ କିଛି କରିଥାନ୍ତି ଆଉ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି।
ਆਪੇ ਬੁਧਿ ਬੀਚਾਰਿ ਬਿਬੇਕੈ ॥
ସେ ସ୍ଵୟଂ ହିଁ ବୁଦ୍ଧି, ବିଚାର ଏବଂ ବିବେକ ଅଟନ୍ତି।
ਦੂਰਿ ਨ ਨੇਰੈ ਸਭ ਕੈ ਸੰਗਾ ॥
ସେ ଦୂରରେ ନୁହନ୍ତି, ବରଂ, ସମସ୍ତଙ୍କ ପାଖରେ ଅଛନ୍ତି।
ਸਚੁ ਸਾਲਾਹਣੁ ਨਾਨਕ ਹਰਿ ਰੰਗਾ ॥੮॥੧॥
ହେ ନାନକ! ସତ୍ୟସ୍ଵରୂପ ପରମେଶ୍ଵରଙ୍କ ପ୍ରେମ ପୂର୍ବକ ପ୍ରଶଂସା କର ॥8॥1॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਗੁਰ ਸੇਵਾ ਤੇ ਨਾਮੇ ਲਾਗਾ ॥
ଗୁର୍ଙ୍କ ଶ୍ରଦ୍ଧାପୁର୍ବକ ସେବା କରିଲେ ହିଁ ମନୁଷ୍ୟ ନାମର ସାଥିରେ ଲାଗିଯାଏ।
ਤਿਸ ਕਉ ਮਿਲਿਆ ਜਿਸੁ ਮਸਤਕਿ ਭਾਗਾ ॥
ଯାହାର କପାଳରେ ଭାଗ୍ୟରେଖା ବିଦ୍ୟମାନ ଥାଏ, କେବଳ ସେହି ବ୍ୟକ୍ତି ନାମ ପ୍ରାପ୍ତ କରିଥାଏ।
ਤਿਸ ਕੈ ਹਿਰਦੈ ਰਵਿਆ ਸੋਇ ॥
ସେହି ପ୍ରଭୁ ତାହାଙ୍କ ହୃଦୟରେ ନିବାସ କରିଥାନ୍ତି।
ਮਨੁ ਤਨੁ ਸੀਤਲੁ ਨਿਹਚਲੁ ਹੋਇ ॥੧॥
(ପ୍ରଭୁଙ୍କ ନିବାସ ଦ୍ଵାରା) ମନୁଷ୍ୟର ମନ ଏବଂ ତନ ଶୀତଳ ତଥା ସ୍ଥିର ହୋଇଯାଏ
ਐਸਾ ਕੀਰਤਨੁ ਕਰਿ ਮਨ ਮੇਰੇ ॥
ହେ ମୋର ମନ! ଈଶ୍ଵରଙ୍କ ଏପରି ଭଜନ ଗାନ କର,
ਈਹਾ ਊਹਾ ਜੋ ਕਾਮਿ ਤੇਰੈ ॥੧॥ ਰਹਾਉ ॥
ଯାହା ଲୋକ ତଥା ପରଲୋକରେ ତୋହର କାମରେ ଆସିବ ॥1॥ରୁହ॥
ਜਾਸੁ ਜਪਤ ਭਉ ਅਪਦਾ ਜਾਇ ॥
ଯାହାର ମହିମା- ସ୍ତୁତି କରିଲେ ଭୟ ଏବଂ ବିପଦ ଦୂର ହୋଇଯାଏ
ਧਾਵਤ ਮਨੂਆ ਆਵੈ ਠਾਇ ॥
ଆଉ ପଥଭ୍ରଷ୍ଟ ମନ ସ୍ଥିର ହୋଇଯାଏ।
ਜਾਸੁ ਜਪਤ ਫਿਰਿ ਦੂਖੁ ਨ ਲਾਗੈ ॥
ଯାହାର ମହିମା- ସ୍ତୁତି କରିଲେ ପୀଡା ପୁନର୍ବାର ଆସେ ନାହିଁ।
ਜਾਸੁ ਜਪਤ ਇਹ ਹਉਮੈ ਭਾਗੈ ॥੨॥
ଯାହାର ମହିମା- ସ୍ତୁତି କରିଲେ ଏହି ଅହଂକାର ଦୂର ହୋଇଯାଏ ॥2॥
ਜਾਸੁ ਜਪਤ ਵਸਿ ਆਵਹਿ ਪੰਚਾ ॥
ଯାହାର ମହିମା- ସ୍ତୁତି କରିଲେ ପାଞ୍ଚ ବିକାର ବଶରେ ଆସିଥାଏ।
ਜਾਸੁ ਜਪਤ ਰਿਦੈ ਅੰਮ੍ਰਿਤੁ ਸੰਚਾ ॥
ଯାହାର ମହିମା- ସ୍ତୁତି କରିଲେ ହରି ରସ ହୃଦୟରେ ସଞ୍ଚିତ ହୋଇଯାଏ।
ਜਾਸੁ ਜਪਤ ਇਹ ਤ੍ਰਿਸਨਾ ਬੁਝੈ ॥
ଯାହାର ମହିମା- ସ୍ତୁତି କରିଲେ ଏହି ତୃଷ୍ଣା ମେଣ୍ଟିଯାଏ।
ਜਾਸੁ ਜਪਤ ਹਰਿ ਦਰਗਹ ਸਿਝੈ ॥੩॥
ଯାହାର ମହିମା- ସ୍ତୁତି କରିଲେ ପ୍ରଭୁଙ୍କ ଦରବାରରେ ମନୁଷ୍ୟ ସ୍ଵୀକୃତ ହୋଇଥାଏ ॥3॥
ਜਾਸੁ ਜਪਤ ਕੋਟਿ ਮਿਟਹਿ ਅਪਰਾਧ ॥
ଯାହାର ମହିମା- ସ୍ତୁତି କରିଲେ କୋଟି କୋଟି ପାପ ନଷ୍ଟ ହୋଇଯାଏ।
ਜਾਸੁ ਜਪਤ ਹਰਿ ਹੋਵਹਿ ਸਾਧ ॥
ଯାହାର ମହିମା- ସ୍ତୁତି କରିଲେ ମନୁଷ୍ୟ ହରିଙ୍କ ସନ୍ଥ ବନିଯାଏ।
ਜਾਸੁ ਜਪਤ ਮਨੁ ਸੀਤਲੁ ਹੋਵੈ ॥
ଯାହାର ମହିମା- ସ୍ତୁତି କରିଲେ ମନ ଶୀତଳ ହୋଇଯାଏ।
ਜਾਸੁ ਜਪਤ ਮਲੁ ਸਗਲੀ ਖੋਵੈ ॥੪॥
ଯାହାର ମହିମା- ସ୍ତୁତି କରିଲେ ସବୁ (ମୋହ-ମାୟାର) ମଇଳା ସଫା ହୋଇଯାଏ ॥4॥
ਜਾਸੁ ਜਪਤ ਰਤਨੁ ਹਰਿ ਮਿਲੈ ॥
ଯାହାର ମହିମା- ସ୍ତୁତି କରିଲେ ହରି ରତ୍ନ ପ୍ରାପ୍ତ ହୋଇଯାଏ।
ਬਹੁਰਿ ਨ ਛੋਡੈ ਹਰਿ ਸੰਗਿ ਹਿਲੈ ॥
ମନୁଷ୍ୟ ପୁନର୍ବାର ପ୍ରଭୁଙ୍କୁ ଛାଡେ ନାହିଁ ଆଉ ତାହାଙ୍କ ସାଥିରେ ଲାଖି ରହିଯାଏ।
ਜਾਸੁ ਜਪਤ ਕਈ ਬੈਕੁੰਠ ਵਾਸੁ ॥
ଯାହାର ମହିମା- ସ୍ତୁତି କରିଲେ ସ୍ଵର୍ଗରେ ନିବାସ ପାଇଥାଏ।
ਜਾਸੁ ਜਪਤ ਸੁਖ ਸਹਜਿ ਨਿਵਾਸੁ ॥੫॥
ଯାହାର ଭଜନ କରିଲେ ମନୁଷ୍ୟ ସ୍ଵାଭାବିକ ଭାବରେ ହିଁ ଆତ୍ମିକ ସୁଖରେ ନିବାସ କରିଥାଏ ॥5॥
ਜਾਸੁ ਜਪਤ ਇਹ ਅਗਨਿ ਨ ਪੋਹਤ ॥
ଯାହାର ମହିମା- ସ୍ତୁତି କରିଲେ ତାହାକୁ ଅଗ୍ନି ପ୍ରଭାବିତ କରେ ନାହିଁ।
ਜਾਸੁ ਜਪਤ ਇਹੁ ਕਾਲੁ ਨ ਜੋਹਤ ॥
ଯାହାର ମହିମା- ସ୍ତୁତି କରିଲେ ତାହାକୁ ମୃତ୍ୟୁ ଦୃଷ୍ଟି କରେ ନାହିଁ।
ਜਾਸੁ ਜਪਤ ਤੇਰਾ ਨਿਰਮਲ ਮਾਥਾ ॥
ଯାହାର ମହିମା- ସ୍ତୁତି କରିଲେ ତୋର ମସ୍ତକ ନିର୍ମଳ ହୋଇଯିବ।
ਜਾਸੁ ਜਪਤ ਸਗਲਾ ਦੁਖੁ ਲਾਥਾ ॥੬॥
ଯାହାର ମହିମା- ସ୍ତୁତି କରିଲେ ସବୁ ଦୁଃଖ- କ୍ଲେଶ ଦୂର ହୋଇଯାଏ ॥6॥
ਜਾਸੁ ਜਪਤ ਮੁਸਕਲੁ ਕਛੂ ਨ ਬਨੈ ॥
ଯାହାର ମହିମା- ସ୍ତୁତି କରିଲେ ମନୁଷ୍ୟ ଉପରେ କୌଣସି ବିପଦ ପଡେ ନାହିଁ।
ਜਾਸੁ ਜਪਤ ਸੁਣਿ ਅਨਹਤ ਧੁਨੈ ॥
ଯାହାର ମହିମା- ସ୍ତୁତି କରିଲେ ମନୁଷ୍ୟ ଅନାହତ ଧ୍ୱନି ଶ୍ରବଣ କରିଥାଏ।
ਜਾਸੁ ਜਪਤ ਇਹ ਨਿਰਮਲ ਸੋਇ ॥
ଯାହାର ମହିମା- ସ୍ତୁତି କରିଲେ ପ୍ରାଣୀର ଜୀବନ ପବିତ୍ର ହୋଇଯାଏ।
ਜਾਸੁ ਜਪਤ ਕਮਲੁ ਸੀਧਾ ਹੋਇ ॥੭॥
ଯାହାର ମହିମା- ସ୍ତୁତି କରିଲେ ହୃଦୟ କମଳ ସରଳ ହୋଇଯାଏ ॥7॥
ਗੁਰਿ ਸੁਭ ਦ੍ਰਿਸਟਿ ਸਭ ਊਪਰਿ ਕਰੀ ॥
ଗୁରୁଜୀ ନିଜ ଶୁଭଦୃଷ୍ଟି ସେହି ସମସ୍ତଙ୍କ ଉପରେ କରିଛନ୍ତି,”
ਜਿਸ ਕੈ ਹਿਰਦੈ ਮੰਤ੍ਰੁ ਦੇ ਹਰੀ ॥
ଯାହାର ହୃଦୟରେ ଇଶ୍ଵର ନିଜ ନାମ (ମନ୍ତ୍ର) ପ୍ରଦାନ କରିଛନ୍ତି।
ਅਖੰਡ ਕੀਰਤਨੁ ਤਿਨਿ ਭੋਜਨੁ ਚੂਰਾ ॥
ସେ ପ୍ରଭୁଙ୍କ ଅଖଣ୍ଡ କୀର୍ତ୍ତନକୁ ନିଜ ଆହାର ଓ ସୁନ୍ଦର ଭୋଜନ ମାନିଥାଏ।
ਕਹੁ ਨਾਨਕ ਜਿਸੁ ਸਤਿਗੁਰੁ ਪੂਰਾ ॥੮॥੨॥
ହେ ନାନକ! ପୂର୍ଣ୍ଣ ସଦଗୁରୁ ଯାହାର ମାର୍ଗଦର୍ଶକ ଅଟନ୍ତି ॥8॥2॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਗੁਰ ਕਾ ਸਬਦੁ ਰਿਦ ਅੰਤਰਿ ਧਾਰੈ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦକୁ ନିଜ ହୃଦୟରେ ଧାରଣ କରିଥାଏ,
ਪੰਚ ਜਨਾ ਸਿਉ ਸੰਗੁ ਨਿਵਾਰੈ ॥
ସେ ପାଞ୍ଚ ବିକାର- କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ଠାରୁ ନିଜ ସମ୍ପର୍କ ଭାଙ୍ଗି ଥାଏ
ਦਸ ਇੰਦ੍ਰੀ ਕਰਿ ਰਾਖੈ ਵਾਸਿ ॥
ଆଉ ଦଶ ଇନ୍ଦ୍ରିୟ (ପାଞ୍ଚ ଜ୍ଞାନ ଓ ପାଞ୍ଚ କର୍ମ) କୁ ନିଜର ବଶରେ ରଖିଥାଏ।
ਤਾ ਕੈ ਆਤਮੈ ਹੋਇ ਪਰਗਾਸੁ ॥੧॥
ତାହାର ହୃଦୟରେ ଜ୍ଞାନର ପ୍ରକାଶ ହୋଇଥାଏ ॥1॥
ਐਸੀ ਦ੍ਰਿੜਤਾ ਤਾ ਕੈ ਹੋਇ ॥
କେବଳ ତାହାଙ୍କୁ ହିଁ ଆତ୍ମବଳ ପ୍ରାପ୍ତ ହୋଇଥାଏ,
ਜਾ ਕਉ ਦਇਆ ਮਇਆ ਪ੍ਰਭ ਸੋਇ ॥੧॥ ਰਹਾਉ ॥
ଯେଉଁ ମନୁଷ୍ୟ ଉପରେ ପ୍ରଭୁଙ୍କ ଦୟା ଏବଂ କୃପା ଥାଏ ॥1॥ରୁହ॥
ਸਾਜਨੁ ਦੁਸਟੁ ਜਾ ਕੈ ਏਕ ਸਮਾਨੈ ॥
ଏପରି ମନୁଷ୍ୟ ପାଇଁ ମିତ୍ର ଏବଂ ଶତ୍ରୁ ଏକା ଭଳି ଅଟନ୍ତି।
ਜੇਤਾ ਬੋਲਣੁ ਤੇਤਾ ਗਿਆਨੈ ॥
ଯାହା କିଛି ସେ ବୋଲନ୍ତି, ତାହାକୁ ହିଁ ଜ୍ଞାନ କୁହାଯାଏ।
ਜੇਤਾ ਸੁਨਣਾ ਤੇਤਾ ਨਾਮੁ ॥
ଯାହା କିଛି ସେ ଶୁଣିଥାନ୍ତି, ସେହି ପ୍ରଭୁଙ୍କ ନାମ ହିଁ ଶୁଣିଥାନ୍ତି।
ਜੇਤਾ ਪੇਖਨੁ ਤੇਤਾ ਧਿਆਨੁ ॥੨॥
ଯାହା କିଛି ସେ ଦୃଷ୍ଟିଗୋଚର କରିଥାନ୍ତି, ସେହି ସବୁରେ ଈଶ୍ଵରଙ୍କ ଅନୁଭୂତି ଥାଏ ॥2॥
ਸਹਜੇ ਜਾਗਣੁ ਸਹਜੇ ਸੋਇ ॥
ସେ ସୁଖରେ ଜାଗିଥାଏ ଆଉ ସୁଖରେ ହି ଶୋଇଥାଏ।
ਸਹਜੇ ਹੋਤਾ ਜਾਇ ਸੁ ਹੋਇ ॥
ଯାହା କିଛି ପ୍ରାକୃତିକ ଭାବରେ ହୋଇଥାଏ, ସେଥିରେ ସେ ପ୍ରସନ୍ନ ରହିଥାଏ।
ਸਹਜਿ ਬੈਰਾਗੁ ਸਹਜੇ ਹੀ ਹਸਨਾ ॥
ସ୍ଵାଭାବିକ ଭାବରେ ହିଁ ସେ ବୈରାଗ୍ୟବାନ ହୋଇଥାନ୍ତି ଆଉ ସ୍ଵାଭାବିକ ଭାବରେ ହିଁ ଖୁସି ହେଉଥାନ୍ତି।
ਸਹਜੇ ਚੂਪ ਸਹਜੇ ਹੀ ਜਪਨਾ ॥੩॥
ସୁଖରେ ସେ ନୀରବ ରହିଥାନ୍ତି ଆଉ ସୁଖରେ ହିଁ ପ୍ରଭୁଙ୍କ ନାମ ଜପ କରିଥାନ୍ତି ॥3॥
ਸਹਜੇ ਭੋਜਨੁ ਸਹਜੇ ਭਾਉ ॥
ସ୍ଵାଭାବିକ ଭାବରେ ହିଁ ସେ ଭୋଜନ କରିଥାନ୍ତି ଆଉ ସ୍ଵାଭାବିକ ଭାବରେ ହିଁ ସେ ପ୍ରଭୁଙ୍କ ସହିତ ପ୍ରେମ କରିଥାନ୍ତି।
ਸਹਜੇ ਮਿਟਿਓ ਸਗਲ ਦੁਰਾਉ ॥
ତାହାଙ୍କ ଅଜ୍ଞାନତାର ପରଦା ସ୍ଵାଭାବିକ ଭାବରେ ହିଁ ନିବୃତ୍ତ ହୋଇଯାଏ।
ਸਹਜੇ ਹੋਆ ਸਾਧੂ ਸੰਗੁ ॥
ସେ ସ୍ଵାଭାବିକ ଭାବରେ ହିଁ ସନ୍ଥଙ୍କ ସଙ୍ଗତିରେ ମିଶି ଯାଆନ୍ତି।
ਸਹਜਿ ਮਿਲਿਓ ਪਾਰਬ੍ਰਹਮੁ ਨਿਸੰਗੁ ॥੪॥
ସ୍ଵାଭାବିକ ଭାବରେ ହିଁ ତାହାଙ୍କୁ ପରଂବ୍ରହ୍ମ ପ୍ରଭୁ ପ୍ରତ୍ୟକ୍ଷ ରୂପରେ ମିଳିଯାନ୍ତି ॥4॥
ਸਹਜੇ ਗ੍ਰਿਹ ਮਹਿ ਸਹਜਿ ਉਦਾਸੀ ॥
ଆତ୍ମିକ ସ୍ଥିରତାରେ ସେ ଘରେ ରହିଥାନ୍ତି ଆଉ ଆତ୍ମିକ ସ୍ଥିରତାରେ ସେ ନିର୍ଲିପ୍ତ ରହିଥାନ୍ତି।