ਪਉੜੀ ॥
ପଉଡି॥
ਯਯਾ ਜਾਰਉ ਦੁਰਮਤਿ ਦੋਊ ॥
ୟ- ନିଜ ଦୁର୍ବୁଦ୍ଧି ଏବଂ ଦୈତ୍ୟବାଦକୁ ଜାଳାଇ ଦିଅ।
ਤਿਸਹਿ ਤਿਆਗਿ ਸੁਖ ਸਹਜੇ ਸੋਊ ॥
ଏହାକୁ ତ୍ୟାଗ କରି ସ୍ଵାଭାବିକ ଭାବରେ ନିଦ୍ରା କର।
ਯਯਾ ਜਾਇ ਪਰਹੁ ਸੰਤ ਸਰਨਾ ॥
ୟ- ସେହି ସନ୍ଥଙ୍କ ପାଖକୁ ଯାଇ ଶରଣ ନିଅ,
ਜਿਹ ਆਸਰ ਇਆ ਭਵਜਲੁ ਤਰਨਾ ॥
ଯାହାଙ୍କ ସହାୟତାରୁ ଭବାବସାଗରରୁ ପାର ହୋଇପାରିବ।
ਯਯਾ ਜਨਮਿ ਨ ਆਵੈ ਸੋਊ ॥
ୟ- ସେହି ବ୍ୟକ୍ତି ବାରମ୍ବାର ସଂସାରରେ ଜନ୍ମ ନିଏ ନାହିଁ
ਏਕ ਨਾਮ ਲੇ ਮਨਹਿ ਪਰੋਊ ॥
ଯିଏ ଏକ ଈଶ୍ବରଙ୍କ ନାମ ନିଜ ମନରେ ବସାଇଛନ୍ତି।
ਯਯਾ ਜਨਮੁ ਨ ਹਾਰੀਐ ਗੁਰ ਪੂਰੇ ਕੀ ਟੇਕ ॥
ୟ- ପୂର୍ଣ୍ଣଗୁରୁଙ୍କ ଆଶ୍ରୟ ନେଲେ ଅମୂଲ୍ୟ ଜୀବନ ବ୍ୟର୍ଥ ହୁଏନାହିଁ।
ਨਾਨਕ ਤਿਹ ਸੁਖੁ ਪਾਇਆ ਜਾ ਕੈ ਹੀਅਰੈ ਏਕ ॥੧੪॥
ହେ ନାନକ! ଯାହାର ହୃଦୟରେ ଏକ ପରମେଶ୍ଵର ହିଁ ବିଦ୍ୟମାନ ଅଟନ୍ତି, ସେ ଆଧ୍ୟାତ୍ମିକ ସୁଖ ପ୍ରାପ୍ତ କରିଥାଏ ॥14॥
ਸਲੋਕੁ ॥
ଶ୍ଳୋକ॥
ਅੰਤਰਿ ਮਨ ਤਨ ਬਸਿ ਰਹੇ ਈਤ ਊਤ ਕੇ ਮੀਤ ॥
ଯିଏ ଏହି ଲୋକ ଏବଂ ପରଲୋକରେ ଜୀବର ମିତ୍ର ଅଟେ, ସେ ତାହାଙ୍କ ମନ ତନରେ ରହିଥାନ୍ତି।
ਗੁਰਿ ਪੂਰੈ ਉਪਦੇਸਿਆ ਨਾਨਕ ਜਪੀਐ ਨੀਤ ॥੧॥
ହେ ନାନକ! ପୂର୍ଣ୍ଣ ଗୁରୁ ମୋତେ ସର୍ବଦା ପ୍ରଭୁଙ୍କ ଭଜନ କରିବା ଉପଦେଶ ପ୍ରଦାନ କରିଛନ୍ତି ॥1॥
ਪਉੜੀ ॥
ପଉଡି॥
ਅਨਦਿਨੁ ਸਿਮਰਹੁ ਤਾਸੁ ਕਉ ਜੋ ਅੰਤਿ ਸਹਾਈ ਹੋਇ ॥
ରାତି-ଦିନ ତାହାଙ୍କ ସ୍ମରଣ କର, ଯିଏ ଅନ୍ତିମ ସମୟରେ ଜୀବର ସହାୟକ ବନିଥାନ୍ତି।
ਇਹ ਬਿਖਿਆ ਦਿਨ ਚਾਰਿ ਛਿਅ ਛਾਡਿ ਚਲਿਓ ਸਭੁ ਕੋਇ ॥
ମୋହ ମାୟାର ଏହି ବିଷ କେବଳ ଚାରି ବା ଛଅ ଦିନ ପାଇଁ ଅଟେ, ସମସ୍ତେ ତାହାକୁ ଛାଡି ଚାଲି ଯାଆନ୍ତି।
ਕਾ ਕੋ ਮਾਤ ਪਿਤਾ ਸੁਤ ਧੀਆ ॥
ମାତା, ପିତା ସନ୍ତାନ କେହି ମଧ୍ୟ କାହା ସାଙ୍ଗରେ ଯାଆନ୍ତି ନାହିଁ।
ਗ੍ਰਿਹ ਬਨਿਤਾ ਕਛੁ ਸੰਗਿ ਨ ਲੀਆ ॥
କେହି ମନୁଷ୍ୟ ମଧ୍ୟ କିଛି ସାଥିରେ ନେଇ ଯାଏ ନାହିଁ,
ਐਸੀ ਸੰਚਿ ਜੁ ਬਿਨਸਤ ਨਾਹੀ ॥
ଏଥିପାଇଁ, ଏପରି ନାମ ଧାନ ସଞ୍ଚୟ କର ଯାହା କେବେ ନାଶ ହୁଏନାହିଁ।
ਪਤਿ ਸੇਤੀ ਅਪੁਨੈ ਘਰਿ ਜਾਹੀ ॥
ଯିଏ ସମ୍ମାନର ସହିତ ଘର(ପରଲୋକ)କୁ ଯାଇପାରିବ।
ਸਾਧਸੰਗਿ ਕਲਿ ਕੀਰਤਨੁ ਗਾਇਆ ॥
ହେ ନାନକ! ଯେଉଁ ଲୋକ ନିଜ ଜୀବନରେ ସତସଙ୍ଗରେ ପ୍ରଭୁଙ୍କ ଭଜନ ଗାନ କରିଥାଏ,
ਨਾਨਕ ਤੇ ਤੇ ਬਹੁਰਿ ਨ ਆਇਆ ॥੧੫॥
ସେ ପୁନଃ ଜନ୍ମ ମରଣ ଚକ୍ରକୁ ଆସେ ନାହିଁ ॥14॥
ਸਲੋਕੁ ॥
ଶ୍ଳୋକ॥
ਅਤਿ ਸੁੰਦਰ ਕੁਲੀਨ ਚਤੁਰ ਮੁਖਿ ਙਿਆਨੀ ਧਨਵੰਤ ॥
ଯଦି କେହି ବ୍ୟକ୍ତି ଅତି ସୁନ୍ଦର, କୁଳୀନ, ଚତୁର ଏବଂ ଉଚ୍ଚକୋଟିର ଜ୍ଞାନୀ ଏବଂ ଧନବାନ ହୋଇଥାଏ, ତାହାହେଲେ ମଧ୍ୟ
ਮਿਰਤਕ ਕਹੀਅਹਿ ਨਾਨਕਾ ਜਿਹ ਪ੍ਰੀਤਿ ਨਹੀ ਭਗਵੰਤ ॥੧॥
ହେ ନାନକ! ଯାହାର ହୃଦୟରେ ଭଗବାନଙ୍କ ପ୍ରୀତି ନଥାଏ, ତାହାକୁ ମୃତକ ହିଁ କୁହାଯାଏ ॥1॥
ਪਉੜੀ ॥
ପଉଡି॥
ਙੰਙਾ ਖਟੁ ਸਾਸਤ੍ਰ ਹੋਇ ਙਿਆਤਾ ॥
ଙ- କେହି ବ୍ୟକ୍ତି ଶାସ୍ତ୍ରକୁ ଜାଣିଥାଉ,
ਪੂਰਕੁ ਕੁੰਭਕ ਰੇਚਕ ਕਰਮਾਤਾ ॥
ସେ (ଯୋଗୀଙ୍କ ଭଳି) ଶ୍ଵାସ ଭିତରକୁ ନେଇ ବାହାର କରିଥାଏ ଏବଂ ରଖିବା କର୍ମ କରିଥାଉ,
ਙਿਆਨ ਧਿਆਨ ਤੀਰਥ ਇਸਨਾਨੀ ॥
ସେ ଜ୍ଞାନ (ଧାର୍ମିକ) ଚର୍ଚ୍ଚା, ମନନ, ତୀର୍ଥ ଯାତ୍ରା ଏବଂ ସ୍ନାନ କରୁ,
ਸੋਮਪਾਕ ਅਪਰਸ ਉਦਿਆਨੀ ॥
ସେ ନିଜ ଭୋଜନ ସ୍ଵୟଂ କରିଥାଉ, କାହା ସହିତ ନ ରହୁ, ଜଙ୍ଗଲରେ ରହିଥାଉ,
ਰਾਮ ਨਾਮ ਸੰਗਿ ਮਨਿ ਨਹੀ ਹੇਤਾ ॥
ଯଦି ତାହାର ହୃଦୟରେ ପ୍ରଭୁ ନାମର ପ୍ରୀତି ନଥାଏ
ਜੋ ਕਛੁ ਕੀਨੋ ਸੋਊ ਅਨੇਤਾ ॥
ତାହାହେଲେ ସବୁକିଛି ସେ କରିଥାଏ, ସେ ନାଶବାନ ଅଟେ।
ਉਆ ਤੇ ਊਤਮੁ ਗਨਉ ਚੰਡਾਲਾ ॥
ହେ ନାନକ! ତାହାଠାରୁ ଉତ୍ତମ ଏହି ଚଣ୍ଡାଳକୁ ବୁଝ,
ਨਾਨਕ ਜਿਹ ਮਨਿ ਬਸਹਿ ਗੁਪਾਲਾ ॥੧੬॥
ଯାହାର ମନରେ ଗୋପାଳ ନିବାସ କରିଥାନ୍ତି ॥13॥
ਸਲੋਕੁ ॥
ଶ୍ଳୋକ॥
ਕੁੰਟ ਚਾਰਿ ਦਹ ਦਿਸਿ ਭ੍ਰਮੇ ਕਰਮ ਕਿਰਤਿ ਕੀ ਰੇਖ ॥
ମନୁଷ୍ୟ ନିଜେ କରିଥିବା କର୍ମର ସଂସ୍କାର ଅନୁସାରେ ସଂସାରର ଚାରି କୋଣ ଏବଂ ଦଶ ଦିଗ ବୁଲୁଥାଏ।
ਸੂਖ ਦੂਖ ਮੁਕਤਿ ਜੋਨਿ ਨਾਨਕ ਲਿਖਿਓ ਲੇਖ ॥੧॥
ହେ ନାନକ! ସୁଖ-ଦୁଃଖ, ମୋକ୍ଷ ଏବଂ ଯୋନି (ଜନ୍ମ) ଲେଖା ହୋଇଥିବା ଭାଗ୍ୟ ଅନୁସାରେ ମିଳିଥାଏ ॥1॥
ਪਵੜੀ ॥
ପଉଡି॥
ਕਕਾ ਕਾਰਨ ਕਰਤਾ ਸੋਊ ॥
କ- ପରମାତ୍ମା ସ୍ଵୟଂ ହିଁ ସଂଯୋଗ ବନାଇଥାନ୍ତି।
ਲਿਖਿਓ ਲੇਖੁ ਨ ਮੇਟਤ ਕੋਊ ॥
କୌଣସି ପ୍ରାଣୀ ମଧ୍ୟ ବିଧାତାର ବିଧାନ ଦୂର କରିପାରିବ ନାହିଁ।
ਨਹੀ ਹੋਤ ਕਛੁ ਦੋਊ ਬਾਰਾ ॥
ଏପରି କୌଣସି କାର୍ଯ୍ୟ ନାହିଁ, ଯାହା ତାହାଙ୍କୁ ପୁଣି କରିବାକୁ ପଡିବ,
ਕਰਨੈਹਾਰੁ ਨ ਭੂਲਨਹਾਰਾ ॥
ପରମାତ୍ମା କେବେ ଭୁଲ କରନ୍ତି ନାହିଁ।
ਕਾਹੂ ਪੰਥੁ ਦਿਖਾਰੈ ਆਪੈ ॥
କିଛି ଜୀବଙ୍କୁ ସେ ସ୍ଵୟଂ ହିଁ ସତମାର୍ଗ ଦେଖାଇଥାନ୍ତି।
ਕਾਹੂ ਉਦਿਆਨ ਭ੍ਰਮਤ ਪਛੁਤਾਪੈ ॥
କିଛି ଜୀବକୁ ସେ ଭୟାନକ ଜଙ୍ଗଲରେ ବୁଲାଇଥାନ୍ତି।
ਆਪਨ ਖੇਲੁ ਆਪ ਹੀ ਕੀਨੋ ॥
ଏହି ସଂପୂର୍ଣ୍ଣ ଜଗତର ଖେଳ ଭଗବାନ ସ୍ଵୟଂ ହିଁ ରଚି ଥାନ୍ତି।
ਜੋ ਜੋ ਦੀਨੋ ਸੁ ਨਾਨਕ ਲੀਨੋ ॥੧੭॥
ହେ ନାନକ! ପ୍ରଭୁ ଯାହା କିଛି ପ୍ରାଣିକୁ ଦେଇଥାନ୍ତି, ତାହାକୁ ତାହା ମିଳିଥାଏ ॥17॥
ਸਲੋਕੁ ॥
ଶ୍ଳୋକ॥
ਖਾਤ ਖਰਚਤ ਬਿਲਛਤ ਰਹੇ ਟੂਟਿ ਨ ਜਾਹਿ ਭੰਡਾਰ ॥
“ (ପ୍ରଭୁଙ୍କ ଖଜଣାକୁ) ମନୁଷ୍ୟ ଖାଇଥାଏ, ଖର୍ଚ୍ଚ କରିଥାଏ ଆଉ ଭୋଗିଥାଏ, ପରନ୍ତୁ, କିନ୍ତୁ ଏହା କେବେ ଶେଷ ହୁଏନାହିଁ।
ਹਰਿ ਹਰਿ ਜਪਤ ਅਨੇਕ ਜਨ ਨਾਨਕ ਨਾਹਿ ਸੁਮਾਰ ॥੧॥
ହେ ନାନକ! ହରି-ପରମେଶ୍ଵରଙ୍କ ନାମକୁ ଅନେକ ମନୁଷ୍ୟ ଭଜନ କରିଥାନ୍ତି, ଯାହା ଗଣନାରୁ ଉର୍ଦ୍ଧ୍ବରେ ଥାଏ।॥1॥
ਪਉੜੀ ॥
ପଉଡି॥
ਖਖਾ ਖੂਨਾ ਕਛੁ ਨਹੀ ਤਿਸੁ ਸੰਮ੍ਰਥ ਕੈ ਪਾਹਿ ॥
ଖ- ପରମାତ୍ମା, ଯିଏ ସମସ୍ତ ଶକ୍ତିର ସ୍ଵାମୀ ଅଟନ୍ତି, ତାହାଙ୍କ ଘରେ କୌଣସି ବସ୍ତୁର ଅଭାବ ନଥାଏ।
ਜੋ ਦੇਨਾ ਸੋ ਦੇ ਰਹਿਓ ਭਾਵੈ ਤਹ ਤਹ ਜਾਹਿ ॥
ପ୍ରଭୁ ଯାହା କିଛି ଦେବାକୁ ହୋଇଥାଏ, ସେ ତାହା ଦେଉଛନ୍ତି, ମନୁଷ୍ୟ ଯେଉଁଠିକି ମନ କରୁଅଛି, ସେଠିକି ଚାଲୁଥାଏ।
ਖਰਚੁ ਖਜਾਨਾ ਨਾਮ ਧਨੁ ਇਆ ਭਗਤਨ ਕੀ ਰਾਸਿ ॥
ଭକ୍ତଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ନାମ ଧନ ଏକ ଭଣ୍ଡାର ଅଟେ, ଏହା ତାହାର ପୁଞ୍ଜି ରାଶି ଅଟେ।
ਖਿਮਾ ਗਰੀਬੀ ਅਨਦ ਸਹਜ ਜਪਤ ਰਹਹਿ ਗੁਣਤਾਸ ॥
ସହନଶୀଳତା, ନମ୍ରତା, ଆନନ୍ଦ ଏବଂ ସ୍ଵାଭାବିକତାରେ ସେହି ଗୁଣର ଭଣ୍ଡାର ପ୍ରଭୁଙ୍କ ଜପ କର।
ਖੇਲਹਿ ਬਿਗਸਹਿ ਅਨਦ ਸਿਉ ਜਾ ਕਉ ਹੋਤ ਕ੍ਰਿਪਾਲ ॥
ପରମେଶ୍ଵର ଯାହା ଉପରେ କୃପା କରିଥାନ୍ତି, ସେ ଆନନ୍ଦ ପୂର୍ବକ ଜୀବନର ଖେଳ ଖେଳିଥାଏ ଆଉ ସର୍ବଦା ପ୍ରସନ୍ନ ରହିଥାଏ।
ਸਦੀਵ ਗਨੀਵ ਸੁਹਾਵਨੇ ਰਾਮ ਨਾਮ ਗ੍ਰਿਹਿ ਮਾਲ ॥
ଯାହାଙ୍କ ହୃଦୟ ଘରେ ରାମଙ୍କ ନାମ ଅଛି, ସେ ସର୍ବଦା ଧନବାନ ଓ ସୁନ୍ଦର ଅଟେ।
ਖੇਦੁ ਨ ਦੂਖੁ ਨ ਡਾਨੁ ਤਿਹ ਜਾ ਕਉ ਨਦਰਿ ਕਰੀ ॥
ଇଶ୍ଵର ଯାହା ଉପରେ କୃପା କରିଥାନ୍ତି, ତାହାକୁ କୌଣସି କଷ୍ଟ ହୋଇନଥାଏ, ତାହାକୁ କୌଣସି ପୀଡା କିମ୍ବା ଦଣ୍ଡ ମିଳିନଥାଏ।
ਨਾਨਕ ਜੋ ਪ੍ਰਭ ਭਾਣਿਆ ਪੂਰੀ ਤਿਨਾ ਪਰੀ ॥੧੮॥
ହେ ନାନକ! ଯିଏ ପ୍ରଭୁଙ୍କୁ ଭଲ ଲାଗିଥାଏ, ସେ ପୂର୍ଣ୍ଣତଃ ସଫଳ ହୋଇଥାଏ। ॥18॥