Odia Page 941

ਸੋ ਬੂਝੈ ਜਿਸੁ ਆਪਿ ਬੁਝਾਏ ਗੁਰ ਕੈ ਸਬਦਿ ਸੁ ਮੁਕਤੁ ਭਇਆ ॥
ଏହି ଭେଦକୁ ସେ ହିଁ ବୁଝେ,ଯାହାକୁ ପରମାତ୍ମା ସ୍ଵୟଂ ଜ୍ଞାନ ଦିଅନ୍ତି ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଜୀବ ମୁକ୍ତ ହୁଅନ୍ତି।

ਨਾਨਕ ਤਾਰੇ ਤਾਰਣਹਾਰਾ ਹਉਮੈ ਦੂਜਾ ਪਰਹਰਿਆ ॥੨੫॥
ନାନକ କହନ୍ତି ଯେ ଯିଏ ନିଜ ଅଭିମାନ ଏବଂ ଦୈତ୍ୟଭାବ ତ୍ୟାଗ କରି ଦେଇଛି, ରକ୍ଷାକାରୀ ପରମେଶ୍ୱର ସ୍ଵୟଂ ହିଁ ତାହାଙ୍କୁ ଉଦ୍ଧାର କରି ଦେଇଛନ୍ତି।। 25  ।।

ਮਨਮੁਖਿ ਭੂਲੈ ਜਮ ਕੀ ਕਾਣਿ ॥
ମନମୁଖୀ ଜୀବ ଭ୍ରମରେ ଯମର ପରିସୀମା ମଧ୍ୟକୁ ଚାଲି ଆସିଥାଏ।  

ਪਰ ਘਰੁ ਜੋਹੈ ਹਾਣੇ ਹਾਣਿ ॥
ସେ ପର ନାରୀ କୁ ଦେଖେ, ଯାହା କାରଣରୁ ତାହାକୁ କ୍ଷତି ହିଁ ହୋଇଥାଏ।

ਮਨਮੁਖਿ ਭਰਮਿ ਭਵੈ ਬੇਬਾਣਿ ॥
ସ୍ଵେଛାଚାରୀ ଜୀବ ଭ୍ରମରେ ପଥଭ୍ରଷ୍ଟ ହୋଇଥାଏ। 

ਵੇਮਾਰਗਿ ਮੂਸੈ ਮੰਤ੍ਰਿ ਮਸਾਣਿ ॥
ଏପରି ବାମ ମାର୍ଗ ଲୋକ ମାନେ ଭାଙ୍ଗି ଯାଆନ୍ତି ଏବଂ ଶ୍ମଶାନ ରେ ମନ୍ତ୍ର ପଢ଼ିକରି ଭୂତ ପ୍ରେତ ଙ୍କୁ ପୂଜା କରନ୍ତି।

ਸਬਦੁ ਨ ਚੀਨੈ ਲਵੈ ਕੁਬਾਣਿ ॥
ସେ ଶବ୍ଦ ର ପରିଚୟ କରନ୍ତି ନାହିଁ ଏବଂ  

ਨਾਨਕ ਸਾਚਿ ਰਤੇ ਸੁਖੁ ਜਾਣਿ ॥੨੬॥
ହେ ନାନକ! ଯେଉଁ ବ୍ୟକ୍ତି ସତ୍ୟ ରେ ଲୀନ ରହିଥାଏ, ତାଙ୍କୁ ହିଁ ସୁଖ ଉପଲବ୍ଧି ହୋଇଥାଏ।।  26 ।।

ਗੁਰਮੁਖਿ ਸਾਚੇ ਕਾ ਭਉ ਪਾਵੈ ॥
(ଗୁରୁ ନାନକ ଦେବ ସିଦ୍ଧ ମାନଙ୍କୁ ଗୁରୁମୂଖ ର ଗୁଣ ଏହା କହନ୍ତି ଯେ) ଗୁରୁମୁଖୀ ଜୀବ ନିଜ ମନରେ ସତ୍ୟ ପରମାତ୍ମାଙ୍କ ଭୟ ବଜାଇ ରଖିଥାଏ ଏବଂ 

ਗੁਰਮੁਖਿ ਬਾਣੀ ਅਘੜੁ ਘੜਾਵੈ ॥
ଗୁରୁ ଙ୍କ ବାଣୀ  ଦ୍ଵାରା ଅସାଧ୍ୟ ମନକୁ ବଶୀଭୂତ କରିନେଇ ଥାଏ 

ਗੁਰਮੁਖਿ ਨਿਰਮਲ ਹਰਿ ਗੁਣ ਗਾਵੈ ॥
ସେ ନିର୍ମଳ ଭାବନା ରେ ପରମାତ୍ମାଙ୍କ ଗୁଣ ଗାନ କରିଥାଏ ଏବଂ 

ਗੁਰਮੁਖਿ ਪਵਿਤ੍ਰੁ ਪਰਮ ਪਦੁ ਪਾਵੈ ॥
ପବିତ୍ର ପରମ ପଦ କୁ ପ୍ରାପ୍ତ କରିନିଏ।

ਗੁਰਮੁਖਿ ਰੋਮਿ ਰੋਮਿ ਹਰਿ ਧਿਆਵੈ ॥
ସେ ନିଜ ଅଙ୍ଗ ଅଙ୍ଗ ରେ ଇଶ୍ଵର ଙ୍କ ଧ୍ୟାନ କରିଥାଏ।

ਨਾਨਕ ਗੁਰਮੁਖਿ ਸਾਚਿ ਸਮਾਵੈ ॥੨੭॥
ହେ ନାନକ! ଏହି ପ୍ରକାର ଗୁରୁମୁଖୀ ପରମ ସତ୍ୟ ରେ ହିଁ ବିଲୀନ ହୋଇଯାଏ।। 27  ।।

ਗੁਰਮੁਖਿ ਪਰਚੈ ਬੇਦ ਬੀਚਾਰੀ ॥
ଗୁରୁମୁଖୀ ସତ୍ୟ ରେ ଲୀନ ରହିଥାଏ ଏବଂ ସେ ବେଦ ଜ୍ଞାନୀହୋଇଯାଏ।

ਗੁਰਮੁਖਿ ਪਰਚੈ ਤਰੀਐ ਤਾਰੀ ॥
ସେ ଇଶ୍ଵରଙ୍କ ଭିତରେ ଲୀନ ରହିକରି ଭବ ସାଗରରୁ ପାର ହୋଇଯାଏ ଏବଂ 

ਗੁਰਮੁਖਿ ਪਰਚੈ ਸੁ ਸਬਦਿ ਗਿਆਨੀ ॥
ସତ୍ୟ ରେ ଲୀନ ରହିକରି ଶବ୍ଦର ଜ୍ଞାନୀହୋଇଯାଏ।

ਗੁਰਮੁਖਿ ਪਰਚੈ ਅੰਤਰ ਬਿਧਿ ਜਾਨੀ ॥
ସେ ସତ୍ୟ ରେ ପ୍ରବୃତ ରହିକରି ମନର ବିଧିକୁ ଜାଣିନିଏ।

ਗੁਰਮੁਖਿ ਪਾਈਐ ਅਲਖ ਅਪਾਰੁ ॥
ସେ ଅଲେଖ ଅପାର ପରମାତ୍ମା ଙ୍କୁ ପ୍ରାପ୍ତ କରିନିଏ।

ਨਾਨਕ ਗੁਰਮੁਖਿ ਮੁਕਤਿ ਦੁਆਰੁ ॥੨੮॥
ହେ ନାନକ! ଗୁରୁମୂଖଙ୍କୁ ମୁକ୍ତି ର ଦ୍ଵାରା ପ୍ରାପ୍ତ ହୋଇଯାଏ।।   28।।

ਗੁਰਮੁਖਿ ਅਕਥੁ ਕਥੈ ਬੀਚਾਰਿ ॥
ଗୁରୁମୂଖ ବିଚାର କରି ସତ୍ୟ ର ହିଁ ଅକଥନୀୟ ସତ୍ୟ ର ହିଁ କଥନ କରିଥାଏ ଏବଂ 

ਗੁਰਮੁਖਿ ਨਿਬਹੈ ਸਪਰਵਾਰਿ ॥
ପରିବାର ରେ ରହିକରି ତାର ପରମାତ୍ମା ଙ୍କ ସହ ପ୍ରୀତି ଶେଷ ପର୍ଯ୍ୟନ୍ତ କଟିଯାଏ।

ਗੁਰਮੁਖਿ ਜਪੀਐ ਅੰਤਰਿ ਪਿਆਰਿ ॥
ସେ ନିଜ ମନରେ ଶ୍ରଦ୍ଧା ପ୍ରେମ ରେ ପ୍ରଭୁ ଙ୍କ ହିଁ ଜପ କରିଥାଏ ଏବଂ 

ਗੁਰਮੁਖਿ ਪਾਈਐ ਸਬਦਿ ਅਚਾਰਿ ॥
ଶବ୍ଦ ଦ୍ଵାରାଶୁଭ ଆଚରଣ ତିଆରି କରି ବ୍ରହ୍ମା ଙ୍କୁ ପ୍ରାପ୍ତ କରିନିଏ।

ਸਬਦਿ ਭੇਦਿ ਜਾਣੈ ਜਾਣਾਈ ॥
ଶବ୍ଦ ର ଭେଦକୁ ଜାଣିଥିବା ଗୁରୁମୂଖ ସତ୍ୟ କୁ ଜାଣିନିଏ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଏହାର ଜ୍ଞାନ ଦେଇଥାଏ।

ਨਾਨਕ ਹਉਮੈ ਜਾਲਿ ਸਮਾਈ ॥੨੯॥
ହେ ନାନକ! ସେ ନିଜର ଅହଂ କୁ ଜଳାଇ ସତ୍ୟ ରେ ହିଁ ବିଲୀନ ହୋଇଯାଏ।।   26 ।।

ਗੁਰਮੁਖਿ ਧਰਤੀ ਸਾਚੈ ਸਾਜੀ ॥
( ଗୁରୁଜୀ ସିଦ୍ଧ ମାନଙ୍କୁକହନ୍ତି ଯେ) ଗୁରୁମୂଖ ଙ୍କ ପାଇଁ  ପରମାତ୍ମା ଏହି ପୃଥିବୀ ତିଆରି କରିଛନ୍ତି।

ਤਿਸ ਮਹਿ ਓਪਤਿ ਖਪਤਿ ਸੁ ਬਾਜੀ ॥
ସେ ଏହି ପୃଥିବୀରେ ଜୀବଙ୍କ ଉତ୍ପତ୍ତି ଏବଂ ପ୍ରଳୟର ନିଜର ଗୋଟିଏ ଲୀଳା ରଚନା କରିଛନ୍ତି।

ਗੁਰ ਕੈ ਸਬਦਿ ਰਪੈ ਰੰਗੁ ਲਾਇ ॥
ଯେଉଁ ଜୀବ ଗୁରୁଙ୍କ ଶବ୍ଦରେ ଲୀନ ହୋଇକରି ପରମାତ୍ମାଙ୍କ ରଙ୍ଗ ଲଗାଇଦିଏ,

ਸਾਚਿ ਰਤਉ ਪਤਿ ਸਿਉ ਘਰਿ ਜਾਇ ॥
ସେ ସତ୍ୟ ରେ ଅଭ୍ୟସ୍ତ ହୋଇକରି ଶୋଭା ସହିତ ନିଜ ଘରେ ପହଞ୍ଚିଥାଏ।

ਸਾਚ ਸਬਦ ਬਿਨੁ ਪਤਿ ਨਹੀ ਪਾਵੈ ॥
ସତ୍ୟ ଶବ୍ଦ ବିନା କିଏ ମଧ୍ୟ ସତ୍ୟର ଦରବାରରେ ସମ୍ମାନର ପାତ୍ର ହୋଇପାରିନାହିଁ।

ਨਾਨਕ ਬਿਨੁ ਨਾਵੈ ਕਿਉ ਸਾਚਿ ਸਮਾਵੈ ॥੩੦॥
ହେ ନାନକ! ନାମ ବିନା ଜୀବ କେମିତି ସତ୍ୟ ରେ ବିଲୀନ ହୋଇପାରିବ।।  30 ।।

ਗੁਰਮੁਖਿ ਅਸਟ ਸਿਧੀ ਸਭਿ ਬੁਧੀ ॥
ଗୁରୁମୂଖଙ୍କୁ ସୁମତି ଏବଂ ଆଠଟି ସିଦ୍ଧି ର ପ୍ରାପ୍ତି ହୋଇଯାଏ।

ਗੁਰਮੁਖਿ ਭਵਜਲੁ ਤਰੀਐ ਸਚ ਸੁਧੀ ॥
ସେ ସତ୍ୟ ର ଜ୍ଞାନ ଥିବା କାରଣରୁ ଭବସାଗର କୁ ପାର କରି ନିଅନ୍ତି।

ਗੁਰਮੁਖਿ ਸਰ ਅਪਸਰ ਬਿਧਿ ਜਾਣੈ ॥
ସେ ଶୁଭ ଏବଂ ଅଶୁଭ କର୍ମ ର ବିଧି କୁ ଜାଣି ନିଏ ଏବଂ 

ਗੁਰਮੁਖਿ ਪਰਵਿਰਤਿ ਨਰਵਿਰਤਿ ਪਛਾਣੈ ॥
ଅନ୍ତର୍ମୁଖୀ ଜ୍ଞାନ ଏବଂ ବହିର୍ମୁଖୀ କର୍ମ ହୋଇଥିବା ମାର୍ଗ କୁ ଜାଣି ନିଏ।

ਗੁਰਮੁਖਿ ਤਾਰੇ ਪਾਰਿ ਉਤਾਰੇ ॥
ସେ ନିଜର ଅନୁସରଣ କାରୀ ମାନଙ୍କୁ ସଂସାର ସାଗର ରୁ ପାରି କରିଦିଅନ୍ତି।

ਨਾਨਕ ਗੁਰਮੁਖਿ ਸਬਦਿ ਨਿਸਤਾਰੇ ॥੩੧॥
ହେ ନାନକ! ଗୁରୁମୂଖ ଶବ୍ଦ ଦ୍ଵାରାହିଁ ତାଙ୍କର ଉଦ୍ଧାର ହୋଇଥାଏ।।  31  ।।

ਨਾਮੇ ਰਾਤੇ ਹਉਮੈ ਜਾਇ ॥
( ଗୁରୁଜୀ ଉପଦେଶ ଦିଅନ୍ତି ଯେ) ପରମାତ୍ମାଙ୍କ ନାମରେ ଲୀନ ହେବା ଦ୍ଵାରା ଆତ୍ମ ଅଭିମାନ ଦୂର ହୋଇଯାଏ।

ਨਾਮਿ ਰਤੇ ਸਚਿ ਰਹੇ ਸਮਾਇ ॥
ନାମ ରେ ପ୍ରବୃତ ରହୁଥିବା ଜୀବ ସତ୍ୟ ରେ ହିଁ ବୁଡି ରହିଥାଏ।

ਨਾਮਿ ਰਤੇ ਜੋਗ ਜੁਗਤਿ ਬੀਚਾਰੁ ॥
ହରି ନାମ ରେ ଅଭ୍ୟସ୍ତ ରହୁଥିବା ବ୍ୟକ୍ତି କୁ ଯୋଗ ଉକ୍ତି ର ଜ୍ଞାନ ହୋଇଯାଏ।

ਨਾਮਿ ਰਤੇ ਪਾਵਹਿ ਮੋਖ ਦੁਆਰੁ ॥
ପ୍ରଭୁ ନାମ ରେ ଲୀନ ରହୁଥିବା  ଜୀବ ମୋକ୍ଷ ଦ୍ଵାର ପ୍ରାପ୍ତ କରିଥାଏ ଏବଂ 

ਨਾਮਿ ਰਤੇ ਤ੍ਰਿਭਵਣ ਸੋਝੀ ਹੋਇ ॥
ନାମ ରେ ଲୀନ ରହିବା ଦ୍ଵାରା ତିନି ଲୋକର ଜ୍ଞାନ ହୋଇଯାଏ।

ਨਾਨਕ ਨਾਮਿ ਰਤੇ ਸਦਾ ਸੁਖੁ ਹੋਇ ॥੩੨॥
ହେ ନାନକ! ନାମରେ ଲୀନ ରହିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ।। 32  ।।

ਨਾਮਿ ਰਤੇ ਸਿਧ ਗੋਸਟਿ ਹੋਇ ॥
ଇଶ୍ଵରଙ୍କ ନାମ ରେ ଲୀନ ରହିବା ଦ୍ଵାରା ସିଦ୍ଧ ଗୋଷ୍ଠୀ ସଫଳ ହୋଇଯାଏ।

ਨਾਮਿ ਰਤੇ ਸਦਾ ਤਪੁ ਹੋਇ ॥
ନାମ ରେ ପ୍ରବୃତ୍ତ ରହିବା ଦ୍ୱାରା ହିଁ ତପସ୍ୟା ହୋଇଯାଏ।

ਨਾਮਿ ਰਤੇ ਸਚੁ ਕਰਣੀ ਸਾਰੁ ॥
ନାମ ରେ ଲୀନ ରହିବା ହିଁ ସତ କାର୍ଯ ଅଟେ ଏବଂ 

ਨਾਮਿ ਰਤੇ ਗੁਣ ਗਿਆਨ ਬੀਚਾਰੁ ॥
ନାମ ରେ ରତ ରହିବା ହିଁ ପରମାତ୍ମା ଙ୍କ ଗୁଣ ଏବଂ ଜ୍ଞାନର ବିଚାର ଅଟେ।

ਬਿਨੁ ਨਾਵੈ ਬੋਲੈ ਸਭੁ ਵੇਕਾਰੁ ॥
ନାମ ବିନା କହିବା ସବୁ ବେକାର ଅଟେ।

ਨਾਨਕ ਨਾਮਿ ਰਤੇ ਤਿਨ ਕਉ ਜੈਕਾਰੁ ॥੩੩॥
ହେ ନାନକ! ନାମରେ ଲୀନ ରହୁଥିବା ମହାପୁରୁଷଙ୍କୁ ମୋର ପ୍ରଣାମ।।  33  ।।

ਪੂਰੇ ਗੁਰ ਤੇ ਨਾਮੁ ਪਾਇਆ ਜਾਇ ॥
ପୂର୍ଣ୍ଣ ଗୁରୁଙ୍କ ଠାରୁ ହିଁ ନାମ ପ୍ରାପ୍ତ ହୋଇଥାଏ ଏବଂ 

ਜੋਗ ਜੁਗਤਿ ਸਚਿ ਰਹੈ ਸਮਾਇ ॥
ସତ୍ୟ ରେ ଲୀନ ରହିବ ହିଁ ଯୋଗ ର ସତ ଯୁକ୍ତି ଅଟେ।

ਬਾਰਹ ਮਹਿ ਜੋਗੀ ਭਰਮਾਏ ਸੰਨਿਆਸੀ ਛਿਅ ਚਾਰਿ ॥
ଯୋଗୀ ନିଜ ବାରଟି ସମ୍ପ୍ରଦାୟ ରେ ବୁଲି ଥାଆନ୍ତି ଏବଂ ସନ୍ୟାସୀ ନିଜ ଦଶଟି ସମ୍ପ୍ରଦାୟ ରେ ବୁଲି ଥାଆନ୍ତି।

ਗੁਰ ਕੈ ਸਬਦਿ ਜੋ ਮਰਿ ਜੀਵੈ ਸੋ ਪਾਏ ਮੋਖ ਦੁਆਰੁ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦ ଦ୍ଵାରା ଜୀବ ମୁକ୍ତ ହୋଇଯାଏ, ତାହାକୁ ମୋକ୍ଷ ଦ୍ଵାର ପ୍ରାପ୍ତ ହୋଇଯାଏ।

error: Content is protected !!