Odia Page 1045

ਗਿਆਨੀ ਧਿਆਨੀ ਆਖਿ ਸੁਣਾਏ ॥
ଜ୍ଞାନୀ-ଧ୍ୟାନୀ ମଧ୍ୟ ଏହି କଥା ଶୁଣାଇ ଥାଆନ୍ତି।  

ਸਭਨਾ ਰਿਜਕੁ ਸਮਾਹੇ ਆਪੇ ਕੀਮਤਿ ਹੋਰ ਨ ਹੋਈ ਹੇ ॥੨॥
ସେ ସବୁ ଜୀବଙ୍କୁ ଭୋଜନ ଦେଇଥାନ୍ତି ଏବଂ ନିଜର ମହିମା ସ୍ଵୟଂ ଜାଣିଥାନ୍ତି, ଅନ୍ୟ କେହି ତାହାଙ୍କ କୀର୍ତ୍ତି ବତାଇ ପାରିବ ନାହିଁ||2||

ਮਾਇਆ ਮੋਹੁ ਅੰਧੁ ਅੰਧਾਰਾ ॥
ମୋହ-ମାୟା ଘୋର ଅନ୍ଧକାର ଅଟେ ଏବଂ                                        

ਹਉਮੈ ਮੇਰਾ ਪਸਰਿਆ ਪਾਸਾਰਾ ॥
ଅଭିମାନ ଓ ଅହଂ ସବୁ ସ୍ଥାନରେ ପ୍ରସାରିତ ହୋଇଛି।    

ਅਨਦਿਨੁ ਜਲਤ ਰਹੈ ਦਿਨੁ ਰਾਤੀ ਗੁਰ ਬਿਨੁ ਸਾਂਤਿ ਨ ਹੋਈ ਹੇ ॥੩॥
ମନୁଷ୍ୟ ଦିନରାତି ତୃଷ୍ଣାଗ୍ନିରେ ଜଳିଥାଏ ଏବଂ ଗୁରୁଙ୍କ ବିନା ତାହାକୁ ଶାନ୍ତି ପ୍ରାପ୍ତ ହୁଏନାହିଁ||3||      

ਆਪੇ ਜੋੜਿ ਵਿਛੋੜੇ ਆਪੇ ॥
ସଂଯୋଗ ଓ ବିଯୋଗ ବନାଇବା ବାଲା ସେ ହିଁ ଅଟନ୍ତି ଏବଂ 

ਆਪੇ ਥਾਪਿ ਉਥਾਪੇ ਆਪੇ ॥
ସ୍ଵୟଂ ହିଁ ଜାତ ଓ ନଷ୍ଟ କରିଥାନ୍ତି। 

ਸਚਾ ਹੁਕਮੁ ਸਚਾ ਪਾਸਾਰਾ ਹੋਰਨਿ ਹੁਕਮੁ ਨ ਹੋਈ ਹੇ ॥੪॥
ତାହାଙ୍କ ହୁକୁମ ଅଟଳ ଅଟେ ଏବଂ ତାହାଙ୍କ ଜଗତ-ପ୍ରସାର ମଧ୍ୟ ସତ୍ୟ ଅଟେ, ତାହାଙ୍କ ବିନା ଆଉ କେହି ହୁକୁମ କରି ପାରିବ ନାହିଁ||4||      

ਆਪੇ ਲਾਇ ਲਏ ਸੋ ਲਾਗੈ ॥
ଭକ୍ତିରେ ସେ ହିଁ ଲାଗିଥାଏ, ଯାହାକୁ ସେ ଲଗାଇ ନେଇଥାନ୍ତି।                     

ਗੁਰ ਪਰਸਾਦੀ ਜਮ ਕਾ ਭਉ ਭਾਗੈ ॥
ଗୁରୁଙ୍କ କୃପାରୁ ଯମର ଭୟ ଦୂର ହୋଇଯାଏ।                                                

ਅੰਤਰਿ ਸਬਦੁ ਸਦਾ ਸੁਖਦਾਤਾ ਗੁਰਮੁਖਿ ਬੂਝੈ ਕੋਈ ਹੇ ॥੫॥
ଅନ୍ତର୍ମନରେ ଶବ୍ଦ ବିଦ୍ୟମାନ ଥାଏ, ଯାହା ସଦା ସୁଖ ଦେବା ବାଲା ଅଟନ୍ତି, କେହି ଗୁରୁମୁଖୀ ହିଁ ଏହି ଭେଦକୁ ବୁଝିଥାଏ||5||   

ਆਪੇ ਮੇਲੇ ਮੇਲਿ ਮਿਲਾਏ ॥
ସେ ସ୍ଵୟଂ ହିଁ ଗୁରୁଙ୍କ ସହିତ ମିଶାଇ ନିଜ ସାଥିରେ ମିଳାଇ ନିଅନ୍ତି,                               

ਪੁਰਬਿ ਲਿਖਿਆ ਸੋ ਮੇਟਣਾ ਨ ਜਾਏ ॥
ପୂର୍ବରୁ ଲେଖା ଯାଇଥିବା କର୍ମ ରେଖା ଦୂର କରାଯାଇ ପାରିବ ନାହିଁ।                                                                            

ਅਨਦਿਨੁ ਭਗਤਿ ਕਰੇ ਦਿਨੁ ਰਾਤੀ ਗੁਰਮੁਖਿ ਸੇਵਾ ਹੋਈ ਹੇ ॥੬॥
ସେ ଦିନରାତି ଭକ୍ତି କରିଥାଏ ଏବଂ ଗୁରୁଙ୍କ ସାନ୍ନିଧ୍ୟରେ ହିଁ ସେବା ହୋଇଥାଏ||6||       

ਸਤਿਗੁਰੁ ਸੇਵਿ ਸਦਾ ਸੁਖੁ ਜਾਤਾ ॥
ସଦଗୁରୁଙ୍କ ସେବାରେ ସର୍ବଦା ସୁଖ ମାନାଯାଏ ଏବଂ                      

ਆਪੇ ਆਇ ਮਿਲਿਆ ਸਭਨਾ ਕਾ ਦਾਤਾ ॥
ସବୁଙ୍କ ଦାତା ସ୍ଵୟଂ ହିଁ ମିଳିଥାନ୍ତି।                              

ਹਉਮੈ ਮਾਰਿ ਤ੍ਰਿਸਨਾ ਅਗਨਿ ਨਿਵਾਰੀ ਸਬਦੁ ਚੀਨਿ ਸੁਖੁ ਹੋਈ ਹੇ ॥੭॥
ଅହଂକାର ଦୂର କରି ତୃଷ୍ଣାଗ୍ନିର ନିବାରଣ ହୋଇଥାଏ ଏବଂ ଶବ୍ଦର ରହସ୍ୟକୁ ଜାଣିପାରି ସୁଖ ପ୍ରାପ୍ତ ହୋଇଥାଏ||7||                            

ਕਾਇਆ ਕੁਟੰਬੁ ਮੋਹੁ ਨ ਬੂਝੈ ॥
ମନୁଷ୍ୟ ପରିବାରର ମୋହ କାରଣରୁ ସତ୍ୟ ବୁଝିପାରେ ନାହିଁ,   

ਗੁਰਮੁਖਿ ਹੋਵੈ ਤ ਆਖੀ ਸੂਝੈ ॥
ଯଦି ସେ ଗୁରୁମୁଖୀ ବନିଯାଏ, ତାହାକୁ ସୁଖ ମିଳିଥାଏ।                                                                                                

ਅਨਦਿਨੁ ਨਾਮੁ ਰਵੈ ਦਿਨੁ ਰਾਤੀ ਮਿਲਿ ਪ੍ਰੀਤਮ ਸੁਖੁ ਹੋਈ ਹੇ ॥੮॥
ଯେଉଁ ମନୁଷ୍ୟ ଦିନରାତି ନାମ-ସ୍ମରଣ କରିଥାଏ, ତାହାକୁ ପ୍ରିୟତମ ପ୍ରଭୁଙ୍କ ସହିତ ମିଳନ କରି ହିଁ ସୁଖ ପ୍ରାପ୍ତ ହୋଇଥାଏ||8||         

ਮਨਮੁਖ ਧਾਤੁ ਦੂਜੈ ਹੈ ਲਾਗਾ ॥
ମନମୁଖୀ ଦୈତ୍ୟଭାବରେ ଲୀନ ରହିଥାଏ,                                           

ਜਨਮਤ ਕੀ ਨ ਮੂਓ ਆਭਾਗਾ ॥
ସେହି ଭାଗ୍ୟହୀନ ଜନ୍ମ ହେବା କ୍ଷଣି କାହିଁକି ମରି ଯାଇ ନାହିଁ?                                                               

ਆਵਤ ਜਾਤ ਬਿਰਥਾ ਜਨਮੁ ਗਵਾਇਆ ਬਿਨੁ ਗੁਰ ਮੁਕਤਿ ਨ ਹੋਈ ਹੇ ॥੯॥
ଜନ୍ମ-ମରଣରେ ସେ ନିଜ ଜନ୍ମ ବ୍ୟର୍ଥରେ ହରାଇ ଦେଇଛି, ଗୁରୁଙ୍କ ବିନା ତାହାକୁ ମୁକ୍ତି ମିଳେନାହିଁ||9||                                

ਕਾਇਆ ਕੁਸੁਧ ਹਉਮੈ ਮਲੁ ਲਾਈ ॥
ମନରେ ଅହଂର ମଇଳା ଲାଗି ଯାଇଛି, ଯାହାଦ୍ୱାରା ଶରୀର ଅଶୁଦ୍ଧ ହୋଇ ଯାଇଛି।           

ਜੇ ਸਉ ਧੋਵਹਿ ਤਾ ਮੈਲੁ ਨ ਜਾਈ ॥
ଯଦି ଶରୀରକୁ ଶହେ ଥର ମଧ୍ୟ ଧୁଆ ଯାଇଥାଏ, ତଥାପି ମଇଳା ଦୂର ହୁଏନାହିଁ,        

ਸਬਦਿ ਧੋਪੈ ਤਾ ਹਛੀ ਹੋਵੈ ਫਿਰਿ ਮੈਲੀ ਮੂਲਿ ਨ ਹੋਈ ਹੇ ॥੧੦॥
ଶବ୍ଦ ଦ୍ଵାରା ଧୋଇବା ଦ୍ଵାରା ହିଁ ଶରୀର ଶୁଦ୍ଧ ହୋଇଥାଏ ଏବଂ ଏଥିରେ ଆଦୌ ମଇଳା ଲାଗେ ନାହିଁ||10||      

ਪੰਚ ਦੂਤ ਕਾਇਆ ਸੰਘਾਰਹਿ ॥
କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ରୂପୀ ପାଞ୍ଚ ଦୂତ ଶରୀରକୁ ନାଶ କରିଥାନ୍ତି। 

ਮਰਿ ਮਰਿ ਜੰਮਹਿ ਸਬਦੁ ਨ ਵੀਚਾਰਹਿ ॥
ଜୀବ ଶବ୍ଦର ଚିନ୍ତନ କରେନାହିଁ, ଏଣୁ ବାରମ୍ବାର ଜନ୍ମ ହୋଇ ମରିଥାଏ,         

ਅੰਤਰਿ ਮਾਇਆ ਮੋਹ ਗੁਬਾਰਾ ਜਿਉ ਸੁਪਨੈ ਸੁਧਿ ਨ ਹੋਈ ਹੇ ॥੧੧॥
ତାହାର ଅନ୍ତର୍ମନରେ ମୋହ-ମାୟାର ଅନ୍ଧକାର ଏପରି ହୋଇଥାଏ, ଯେପରି ସ୍ଵପ୍ନରେ ହୋସ ଆସେ ନାହିଁ||11||                                                 

ਇਕਿ ਪੰਚਾ ਮਾਰਿ ਸਬਦਿ ਹੈ ਲਾਗੇ ॥
କିଛି ବ୍ୟକ୍ତି ପାଞ୍ଚ ଶତ୍ରୁକୁ ମାରି ଶବ୍ଦରେ ଲୀନ ହୋଇଛନ୍ତି,

ਸਤਿਗੁਰੁ ਆਇ ਮਿਲਿਆ ਵਡਭਾਗੇ ॥
ସେହି ଭାଗ୍ୟଶାଳୀ ଜୀବକୁ ସଦଗୁରୁ ମିଳି ଯାଇଛନ୍ତି।                                                                                                                          

ਅੰਤਰਿ ਸਾਚੁ ਰਵਹਿ ਰੰਗਿ ਰਾਤੇ ਸਹਜਿ ਸਮਾਵੈ ਸੋਈ ਹੇ ॥੧੨॥
ଯାହାର ଅନ୍ତର୍ମନରେ ସତ୍ୟ ରମଣ କରିଥାଏ, ସେ ତାହାଙ୍କ ପ୍ରେମରେ ଲୀନ ରହିଥାଏ,||12||

ਗੁਰ ਕੀ ਚਾਲ ਗੁਰੂ ਤੇ ਜਾਪੈ ॥
ଗୁରୁଙ୍କ ଭକ୍ତି ବାଲା ଯୁକ୍ତିର ଜ୍ଞାନ ଗୁରୁଙ୍କ ଦ୍ଵାରା ହିଁ ହୋଇଥାଏ ଏବଂ                                                                         

ਪੂਰਾ ਸੇਵਕੁ ਸਬਦਿ ਸਿਞਾਪੈ ॥
ପୂର୍ଣ୍ଣ ସେବକକୁ ହିଁ ଶବ୍ଦର ପରିଚୟ ମିଳିଥାଏ।                         

ਸਦਾ ਸਬਦੁ ਰਵੈ ਘਟ ਅੰਤਰਿ ਰਸਨਾ ਰਸੁ ਚਾਖੈ ਸਚੁ ਸੋਈ ਹੇ ॥੧੩॥
ତାହାର ହୃଦୟରେ ସର୍ବଦା ଶବ୍ଦ ରମଣ କରିଥାଏ ଏବଂ ସେ ନିଜ ଜିହ୍ଵାରେ ହିଁ ସତ୍ୟର ସ୍ଵାଦ ଚାଖିଥାଏ||13||        

ਹਉਮੈ ਮਾਰੇ ਸਬਦਿ ਨਿਵਾਰੇ ॥
ସେ ବ୍ରହ୍ମ ଶବ୍ଦ ଦ୍ଵାରା ଅହଂ ଦୂର କରି ମନରୁ ମଧ୍ୟ ଦୂର କରି ଦେଇଥାନ୍ତି ଏବଂ          

ਹਰਿ ਕਾ ਨਾਮੁ ਰਖੈ ਉਰਿ ਧਾਰੇ ॥
ପରମାତ୍ମାଙ୍କ ନାମ ହୃଦୟରେ ଧାରଣ କରି ରଖିଥାନ୍ତି।      

ਏਕਸੁ ਬਿਨੁ ਹਉ ਹੋਰੁ ਨ ਜਾਣਾ ਸਹਜੇ ਹੋਇ ਸੁ ਹੋਈ ਹੇ ॥੧੪॥
ଏକ ପରମାତ୍ମାଙ୍କ ବିନା କାହାକୁ ଜାଣିନାହିଁ ଏବଂ ଯାହା କିଛି ସ୍ଵାଭାବିକ ଥାଏ, ତାହା ହିଁ ଠିକ ହୋଇଥାଏ||14|| 

ਬਿਨੁ ਸਤਿਗੁਰ ਸਹਜੁ ਕਿਨੈ ਨਹੀ ਪਾਇਆ ॥
ସଦଗୁରୁଙ୍କ ବିନା କାହାକୁ ମଧ୍ୟ ସ୍ଵାଭାବିକ ଅବସ୍ଥା ପ୍ରାପ୍ତ ହୁଏନାହିଁ।     

ਗੁਰਮੁਖਿ ਬੂਝੈ ਸਚਿ ਸਮਾਇਆ ॥
ଯିଏ ଗୁରୁଙ୍କ ସାନ୍ନିଧ୍ୟରୁ ଏହି ତଥ୍ୟକୁ ବୁଝିଥାଏ, ସେ ସତ୍ୟରେ ହିଁ ରହିଥାଏ।   

ਸਚਾ ਸੇਵਿ ਸਬਦਿ ਸਚ ਰਾਤੇ ਹਉਮੈ ਸਬਦੇ ਖੋਈ ਹੇ ॥੧੫॥
ସତ୍ୟର ଉପାସନା କରି ସେ ଶବ୍ଦ ଦ୍ଵାରା ସତ୍ୟରେ ଲୀନ ରହିଥାଏ, ଶବ୍ଦ ଦ୍ଵାରା ନିଜର ଅହଂକୁ ଦୂର କରି ଦେଇଥାଏ||15||

ਆਪੇ ਗੁਣਦਾਤਾ ਬੀਚਾਰੀ ॥
ଗୁଣଦାତା ପ୍ରଭୁ ସ୍ଵୟଂ ହିଁ ବିଚାର କରିଥାନ୍ତି,                                                                                       

ਗੁਰਮੁਖਿ ਦੇਵਹਿ ਪਕੀ ਸਾਰੀ ॥
ଗୁରୁମୁଖୀଙ୍କୁ ସଚ୍ଚା ଜୀବନ ବିତାଇବାର ଜ୍ଞାନ ଦେଇଥାନ୍ତି।                                                                                                                

ਨਾਨਕ ਨਾਮਿ ਸਮਾਵਹਿ ਸਾਚੈ ਸਾਚੇ ਤੇ ਪਤਿ ਹੋਈ ਹੇ ॥੧੬॥੨॥
ହେ ନାନକ! ସେ ସଚ୍ଚା ପ୍ରଭୁ-ନାମରେ ଲୀନ ରହିଥାଏ ଏବଂ ସତ୍ୟ ନାମ ଦ୍ଵାରା ହିଁ ତାହାକୁ ଶୋଭା ପ୍ରାପ୍ତ ହୋଇଥାଏ||16||2||        

ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥

ਜਗਜੀਵਨੁ ਸਾਚਾ ਏਕੋ ਦਾਤਾ ॥
ଜଗତକୁ ଜୀବନ ଦେବା ବାଲା ଶାଶ୍ଵତ ସ୍ୱରୂପ ଏକ ପରମେଶ୍ଵର ହିଁ ଦାତା ଅଟନ୍ତି।          

ਗੁਰ ਸੇਵਾ ਤੇ ਸਬਦਿ ਪਛਾਤਾ ॥
ଗୁରୁଙ୍କ ସେବା ଓ ଶବ୍ଦ ଦ୍ଵାରା ହିଁ ପରିଚୟ ହୋଇଥାଏ।                                   

error: Content is protected !!