Odia Page 1044

ਆਪੇ ਮੇਲੇ ਦੇ ਵਡਿਆਈ ॥
ସେ ସ୍ଵୟଂ ହିଁ ଜୀବଙ୍କୁ ମିଳାଇ ବଡିମା ପ୍ରଦାନ କରିଥାନ୍ତି ଏବଂ                                                              

ਗੁਰ ਪਰਸਾਦੀ ਕੀਮਤਿ ਪਾਈ ॥
ଗୁରୁଙ୍କ ଅନୁକମ୍ପା ଦ୍ଵାରା ହିଁ ଉଚିତ ମୂଲ୍ୟ ଆଙ୍କି ହୁଏ।                                          

ਮਨਮੁਖਿ ਬਹੁਤੁ ਫਿਰੈ ਬਿਲਲਾਦੀ ਦੂਜੈ ਭਾਇ ਖੁਆਈ ਹੇ ॥੩॥
ମନମୁଖୀ ଜୀବ ବହୁତ ପଥଭ୍ରଷ୍ଟ ରହିଥାଏ, ରୋଦନ କରିଥାଏ ଏବଂ ଦୈତ୍ୟଭାବରେ କଷ୍ଟ ସ୍ଵୀକାର କରିଥାଏ||3||                                               

ਹਉਮੈ ਮਾਇਆ ਵਿਚੇ ਪਾਈ ॥
ଅହଂ ଓ ମାୟାରେ ଲିପ୍ତ ହୋଇ                        

ਮਨਮੁਖ ਭੂਲੇ ਪਤਿ ਗਵਾਈ ॥
ମନମୁଖୀ ଜୀବ ପଥଭ୍ରଷ୍ଟ ହୋଇଥାଏ ଏବଂ ନିଜର ପ୍ରତିଷ୍ଠା ହରାଇ ଥାଏ।    

ਗੁਰਮੁਖਿ ਹੋਵੈ ਸੋ ਨਾਇ ਰਾਚੈ ਸਾਚੈ ਰਹਿਆ ਸਮਾਈ ਹੇ ॥੪॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ନାମରେ ଲୀନ ରହିଥାଏ ଏବଂ ସତ୍ୟରେ ହିଁ ରହିଥାଏ||4||     

ਗੁਰ ਤੇ ਗਿਆਨੁ ਨਾਮ ਰਤਨੁ ਪਾਇਆ ॥
ଯିଏ ଗୁରୁଙ୍କ ଦ୍ଵାରା ଜ୍ଞାନ ଏବଂ ନାମ ରୂପୀ ରତ୍ନ ପାଇଥାଏ,   

ਮਨਸਾ ਮਾਰਿ ਮਨ ਮਾਹਿ ਸਮਾਇਆ ॥
ସେ ନିଜର ବାସନାକୁ ଦୂର କରି ମନରେ ହିଁ ସ୍ଥିର ରହିଥାଏ।                                          

ਆਪੇ ਖੇਲ ਕਰੇ ਸਭਿ ਕਰਤਾ ਆਪੇ ਦੇਇ ਬੁਝਾਈ ਹੇ ॥੫॥
ପରମାତ୍ମା ସ୍ଵୟଂ ହିଁ ସାରା ଲୀଳା କରିଥାନ୍ତି ଏବଂ ସ୍ଵୟଂ ହିଁ ଜ୍ଞାନ ପ୍ରଦାନ କରିଥାନ୍ତି||5||

ਸਤਿਗੁਰੁ ਸੇਵੇ ਆਪੁ ਗਵਾਏ ॥
ଯିଏ ଅହଂ ଦୂର କରି ସଦଗୁରୁଙ୍କ ସେବା କରିଥାଏ,                              

ਮਿਲਿ ਪ੍ਰੀਤਮ ਸਬਦਿ ਸੁਖੁ ਪਾਏ ॥
ସେ ପ୍ରିୟତମ ପ୍ରଭୁଙ୍କ ସହିତ ମିଶି ଶବ୍ଦ ଦ୍ଵାରା ସୁଖ ପ୍ରାପ୍ତ କରିଥାଏ।   

ਅੰਤਰਿ ਪਿਆਰੁ ਭਗਤੀ ਰਾਤਾ ਸਹਜਿ ਮਤੇ ਬਣਿ ਆਈ ਹੇ ॥੬॥
ମନରେ ପ୍ରେମ ଧାରଣ କରି ସେ ଭକ୍ତିରେ ଲୀନ ରହିଥାଏ ଏବଂ ସ୍ଵାଭାବିକ ଭାବରେ ତାହାର ପ୍ରୀତି ପ୍ରଭୁଙ୍କ ସହିତ ବନି ରହିଥାଏ||6|

ਦੂਖ ਨਿਵਾਰਣੁ ਗੁਰ ਤੇ ਜਾਤਾ ॥
ଦୁଃଖର ନିବାରଣ କରିବା ବାଲା ପରମେଶ୍ଵରଙ୍କୁ ଗୁରୁଙ୍କ ଦ୍ଵାରା ହିଁ ଜଣା ଯାଇଥାଏ,                            

ਆਪਿ ਮਿਲਿਆ ਜਗਜੀਵਨੁ ਦਾਤਾ ॥
ପୁଣି ଜୀବନ ଦାତା ପ୍ରଭୁ ସ୍ଵୟଂ ହିଁ ମିଳିଯାନ୍ତି।                                                                     

ਜਿਸ ਨੋ ਲਾਏ ਸੋਈ ਬੂਝੈ ਭਉ ਭਰਮੁ ਸਰੀਰਹੁ ਜਾਈ ਹੇ ॥੭॥
ଯାହାକୁ ସେ ଭକ୍ତିରେ ଲଗାଇ ଥାଆନ୍ତି, ସେ ହିଁ ଏହି ତଥ୍ୟକୁ ବୁଝିଥାଏ ଏବଂ ତାହା ପକ୍ଷରୁ ଭୟ ଓ ଭ୍ରମ ଦୂର ହୋଇଯାଏ||7||      

ਆਪੇ ਗੁਰਮੁਖਿ ਆਪੇ ਦੇਵੈ ॥
ସେ ସ୍ଵୟଂ ହିଁ ଗୁରୁଙ୍କ ସଙ୍ଗତିରେ ନାମ ପ୍ରଦାନ କରିଥାନ୍ତି ଏବଂ                            

ਸਚੈ ਸਬਦਿ ਸਤਿਗੁਰੁ ਸੇਵੈ ॥
ଜୀବ ସଚ୍ଚା ଶବ୍ଦ ଦ୍ଵାରା ସଦଗୁରୁଙ୍କ ସେବା କରିଥାଏ।         

ਜਰਾ ਜਮੁ ਤਿਸੁ ਜੋਹਿ ਨ ਸਾਕੈ ਸਾਚੇ ਸਿਉ ਬਣਿ ਆਈ ਹੇ ॥੮॥
ଯାହାର ପ୍ରୀତି ପ୍ରଭୁଙ୍କ ସହିତ ହୋଇଯାଏ, ତାହାକୁ ବାର୍ଦ୍ଧକ୍ୟ ଓ ମୃତ୍ୟୁ ସ୍ପର୍ଶ କରେ ନାହିଁ||8||    

ਤ੍ਰਿਸਨਾ ਅਗਨਿ ਜਲੈ ਸੰਸਾਰਾ ॥
ସଂସାର ତୃଷ୍ଣାର ଅଗ୍ନିରେ ଜଳୁଅଛି ଏବଂ                                                               

ਜਲਿ ਜਲਿ ਖਪੈ ਬਹੁਤੁ ਵਿਕਾਰਾ ॥
ଜଳି ଜଳି ଅନେକ ବିକାରରେ ଦୁଃଖୀ ହୋଇଥାଏ।                                                                                       

ਮਨਮੁਖੁ ਠਉਰ ਨ ਪਾਏ ਕਬਹੂ ਸਤਿਗੁਰ ਬੂਝ ਬੁਝਾਈ ਹੇ ॥੯॥
ସଦଗୁରୁ ଏହି ଜ୍ଞାନ ପ୍ରଦାନ କରିଛନ୍ତି ଯେ ସ୍ଵେଚ୍ଛାଚାରୀ ଜୀବକୁ କେବେ ସ୍ଥାନ ମିଳେନାହିଁ||9||                                

ਸਤਿਗੁਰੁ ਸੇਵਨਿ ਸੇ ਵਡਭਾਗੀ ॥
ସଦଗୁରୁଙ୍କ ସେବାରେ ଲୀନ ରହିବା ବାଲା ଭାଗ୍ୟଶାଳୀ ଅଟେ ଏବଂ                                                 

ਸਾਚੈ ਨਾਮਿ ਸਦਾ ਲਿਵ ਲਾਗੀ ॥
ତାହାର ଲଗ୍ନ ସର୍ବଦା ସତ୍ୟ-ନାମରେ ଲାଗି ରହିଥାଏ।                                             

ਅੰਤਰਿ ਨਾਮੁ ਰਵਿਆ ਨਿਹਕੇਵਲੁ ਤ੍ਰਿਸਨਾ ਸਬਦਿ ਬੁਝਾਈ ਹੇ ॥੧੦॥
ତାହାର ଅନ୍ତର୍ମନରେ ବାସନା-ରହିତ ନାମ ହିଁ ରହିଥାଏ ଏବଂ ଶବ୍ଦ ତାହାର ତୃଷ୍ଣା ବୁଝାଇ ଦେଇଥାଏ||10||    

ਸਚਾ ਸਬਦੁ ਸਚੀ ਹੈ ਬਾਣੀ ॥
ଶବ୍ଦ ସତ୍ୟ ଅଟେ ଆଉ ବାଣୀ ମଧ୍ୟ ସତ୍ୟ ଅଟେ, 

ਗੁਰਮੁਖਿ ਵਿਰਲੈ ਕਿਨੈ ਪਛਾਣੀ ॥
କେହି ବିରଳ ଗୁରୁମୁଖୀ ଏହି ତଥ୍ୟର ଜ୍ଞାନ ପାଇଥାଏ।                                                                                       

ਸਚੈ ਸਬਦਿ ਰਤੇ ਬੈਰਾਗੀ ਆਵਣੁ ਜਾਣੁ ਰਹਾਈ ਹੇ ॥੧੧॥
ଯିଏ ଯେଉଁ ବୈରାଗୀ ବ୍ରହ୍ମ-ଶବ୍ଦରେ ଲୀନ ରହିଥାଏ, ତାହାର ଜନ୍ମ-ମରଣ ଦୂର ହୋଇଯାଏ||11||                           

ਸਬਦੁ ਬੁਝੈ ਸੋ ਮੈਲੁ ਚੁਕਾਏ ॥
ଯିଏ ଶବ୍ଦର ଭେଦକୁ ବୁଝି ନେଇଥାଏ, ତାହାର ମନର ମଇଳା ଦୂର ହୋଇଯାଏ ଏବଂ 

ਨਿਰਮਲ ਨਾਮੁ ਵਸੈ ਮਨਿ ਆਏ ॥
ତାହାର ମନରେ ନିର୍ମଳ ନାମର ବାସ ହୋଇଯାଏ।                                                                        

ਸਤਿਗੁਰੁ ਅਪਣਾ ਸਦ ਹੀ ਸੇਵਹਿ ਹਉਮੈ ਵਿਚਹੁ ਜਾਈ ਹੇ ॥੧੨॥
ଯିଏ ସର୍ବଦା ନିଜର ସଦଗୁରୁଙ୍କ ସେବା କରିଥାଏ, ତାହାର ମନରୁ ଅଭିମାନ ଦୂର ହୋଇଯାଏ||12||        

ਗੁਰ ਤੇ ਬੂਝੈ ਤਾ ਦਰੁ ਸੂਝੈ ॥
ଯେତେବେଳେ ଜୀବ ଗୁରୁଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିଥାଏ, ତାହାକୁ ସତ୍ୟର ଜ୍ଞାନ ହୋଇଥାଏ, କିନ୍ତୁ                                                                      

ਨਾਮ ਵਿਹੂਣਾ ਕਥਿ ਕਥਿ ਲੂਝੈ ॥
ନାମବିହୀନ ବ୍ୟର୍ଥ କଥା କରି ଖୁସି ରହିଥାଏ।                       

ਸਤਿਗੁਰ ਸੇਵੇ ਕੀ ਵਡਿਆਈ ਤ੍ਰਿਸਨਾ ਭੂਖ ਗਵਾਈ ਹੇ ॥੧੩॥
ସଦଗୁରୁଙ୍କ ସେବା କରିବାର ଏହା ବଡିମା ଯେ ସେ ତୃଷ୍ଣା ଓ କ୍ଷୁଧା ଦୂର କରିଥାନ୍ତି||13||                                                                     

ਆਪੇ ਆਪਿ ਮਿਲੈ ਤਾ ਬੂਝੈ ॥
ଯେତେବେଳେ ଈଶ୍ଵର ସ୍ଵୟଂ ମିଳିଥାନ୍ତି, ଜ୍ଞାନ ହୋଇଥାଏ।                                                                                                               

ਗਿਆਨ ਵਿਹੂਣਾ ਕਿਛੂ ਨ ਸੂਝੈ ॥
କିନ୍ତୁ ଜ୍ଞାନବିହୀନକୁ କୌଣସି ଜ୍ଞାନ ହୁଏନାହିଁ।     

ਗੁਰ ਕੀ ਦਾਤਿ ਸਦਾ ਮਨ ਅੰਤਰਿ ਬਾਣੀ ਸਬਦਿ ਵਜਾਈ ਹੇ ॥੧੪॥
ଯାହାର ମନରେ ଗୁରୁଙ୍କ ଆଶୀର୍ବାଦ ଥାଏ, ସେ ବାଣୀ ଦ୍ଵାରା ଶବ୍ଦ ଜପିଥାଏ||14||     

ਜੋ ਧੁਰਿ ਲਿਖਿਆ ਸੁ ਕਰਮ ਕਮਾਇਆ ॥
ଯାହା ପ୍ରାରମ୍ଭରୁ ଲେଖା ହୋଇଥାଏ, ଜୀବ ସେହି କର୍ମ କରିଥାଏ।                                                                                

ਕੋਇ ਨ ਮੇਟੈ ਧੁਰਿ ਫੁਰਮਾਇਆ ॥
ଭାଗ୍ୟ ଲେଖାକୁ କେହି ଟାଳି ପାରିବେ ନାହିଁ।                                                                                        

ਸਤਸੰਗਤਿ ਮਹਿ ਤਿਨ ਹੀ ਵਾਸਾ ਜਿਨ ਕਉ ਧੁਰਿ ਲਿਖਿ ਪਾਈ ਹੇ ॥੧੫॥
ଯାହାର ଭାଗ୍ୟରେ ଲେଖା ହୋଇଥାଏ, ସତସଙ୍ଗତିରେ ତାହାର ହିଁ ନିବାସ ହୋଇଥାଏ||15||   

ਅਪਣੀ ਨਦਰਿ ਕਰੇ ਸੋ ਪਾਏ ॥
ଯାହା ଉପରେ ନିଜ କୃପା-ଦୃଷ୍ଟି କରିଥାନ୍ତି, ସେ ହିଁ ତାହାଙ୍କୁ ପ୍ରାପ୍ତ କରିଥାଏ ଏବଂ                                                                        

ਸਚੈ ਸਬਦਿ ਤਾੜੀ ਚਿਤੁ ਲਾਏ ॥
ସେ ହି ସମାଧିସ୍ଥ ସଚ୍ଚା ଶବ୍ଦରେ ହିଁ ଚିତ୍ତ ଲଗାଇ ଥାଏ।     

ਨਾਨਕ ਦਾਸੁ ਕਹੈ ਬੇਨੰਤੀ ਭੀਖਿਆ ਨਾਮੁ ਦਰਿ ਪਾਈ ਹੇ ॥੧੬॥੧॥
ଦାସ ନାନକ ବିନତି କରିଥାନ୍ତି ଯେ ନାମ ରୂପୀ ଭିକ୍ଷା ପ୍ରଭୁଙ୍କ ଦ୍ଵାରରୁ ପ୍ରାପ୍ତ ହୋଇଥାଏ||16||1||

ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥ 

ਏਕੋ ਏਕੁ ਵਰਤੈ ਸਭੁ ਸੋਈ ॥
ଏକ ଅନନ୍ତ ଶକ୍ତି (ପରମେଶ୍ଵର) ସର୍ବବ୍ୟାପକ ଅଟନ୍ତି,                                                                      

ਗੁਰਮੁਖਿ ਵਿਰਲਾ ਬੂਝੈ ਕੋਈ ॥
ଏହି ରହସ୍ୟକୁ କେହି ବିରଳ ଗୁରୁମୁଖୀ ହିଁ ବୁଝିଥାଏ।                                                               

ਏਕੋ ਰਵਿ ਰਹਿਆ ਸਭ ਅੰਤਰਿ ਤਿਸੁ ਬਿਨੁ ਅਵਰੁ ਨ ਕੋਈ ਹੇ ॥੧॥
ଏକ ସେ ହିଁ ସବୁ ଜୀବଙ୍କ ଠାରେ ରହିଛନ୍ତି, ତାହାଙ୍କ ଅତିରିକ୍ତ ଆଉ କେହି ନାହାନ୍ତି||1||                                                     

ਲਖ ਚਉਰਾਸੀਹ ਜੀਅ ਉਪਾਏ ॥
ସେ ଚଉରାଅଶି ଲକ୍ଷ ଜୀବ ଜାତ କରିଛନ୍ତି,                                                           

error: Content is protected !!