ਤੂ ਦਾਤਾ ਹਮ ਸੇਵਕ ਤੇਰੇ ॥
ତୁ ଆମର ଦାତା ଅଟୁ ଏବଂ ଆମେ ତୋର ସେବକ ଅଟୁ।
ਅੰਮ੍ਰਿਤ ਨਾਮੁ ਕ੍ਰਿਪਾ ਕਰਿ ਦੀਜੈ ਗੁਰਿ ਗਿਆਨ ਰਤਨੁ ਦੀਪਾਇਆ ॥੬॥
କୃପା କରି ନାମାମୃତ ପ୍ରଦାନ କର, ଗୁରୁଙ୍କ ଠାରୁଦ୍ୱାରା ଦୀପକ ଆଲୋକିତ କରିଛି||6||
ਪੰਚ ਤਤੁ ਮਿਲਿ ਇਹੁ ਤਨੁ ਕੀਆ ॥
ପଞ୍ଚ ତତ୍ତ୍ଵରୁ ଏହି ଶରୀର ସୃଷ୍ଟି ହୋଇଛି,
ਆਤਮ ਰਾਮ ਪਾਏ ਸੁਖੁ ਥੀਆ ॥
ସେଥିରେ ଆତ୍ମାର ନିବାସ ଦ୍ଵାରା ସୁଖ ଉତ୍ପନ୍ନ ହୋଇ ଯାଇଛି।
ਕਰਮ ਕਰਤੂਤਿ ਅੰਮ੍ਰਿਤ ਫਲੁ ਲਾਗਾ ਹਰਿ ਨਾਮ ਰਤਨੁ ਮਨਿ ਪਾਇਆ ॥੭॥
ଶୁଭ କର୍ମର ଫଳ ସ୍ୱରୂପ ସେଥିରେ ଅମୃତ ନାମ ରୂପୀ ଫଳ ଲାଗିଛି||7||
ਨਾ ਤਿਸੁ ਭੂਖ ਪਿਆਸ ਮਨੁ ਮਾਨਿਆ ॥
ଯାହାର ମନ ହରିଙ୍କ ଦ୍ଵାରା ସନ୍ତୁଷ୍ଟ ହୋଇ ଯାଇଛି, ତାହାକୁ କୌଣସି କ୍ଷୁଧା- ପ୍ରେମ ପ୍ରଭାବିତ କରେନାହିଁ ଏବଂ
ਸਰਬ ਨਿਰੰਜਨੁ ਘਟਿ ਘਟਿ ਜਾਨਿਆ ॥
ସେହି ପ୍ରତି ଜୀବ ଠାରେ ବ୍ୟାପ୍ତ ମାୟାତୀତ ଈଶ୍ଵରଙ୍କୁ ଜାଣି ନେଇଛି।
ਅੰਮ੍ਰਿਤ ਰਸਿ ਰਾਤਾ ਕੇਵਲ ਬੈਰਾਗੀ ਗੁਰਮਤਿ ਭਾਇ ਸੁਭਾਇਆ ॥੮॥
ସେ ବୈରାଗୀ ହୋଇ କେବଳ ଅମୃତ ରସରେ ହିଁ ଲୀନ ରହିଥାଏ ଏବଂ ଗୁରୁଙ୍କ ଉପଦେଶ ଶୋଭାର ପାତ୍ର ବନି ଯାଇଛି||8||
ਅਧਿਆਤਮ ਕਰਮ ਕਰੇ ਦਿਨੁ ਰਾਤੀ ॥
ଯିଏ ଦିନ-ରାତି ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତିର କର୍ମ କରିଥାଏ,
ਨਿਰਮਲ ਜੋਤਿ ਨਿਰੰਤਰਿ ਜਾਤੀ ॥
ସେ ନିର୍ମଳ ଜ୍ୟୋତିକୁ ଜାଣି ନେଇଛି।
ਸਬਦੁ ਰਸਾਲੁ ਰਸਨ ਰਸਿ ਰਸਨਾ ਬੇਣੁ ਰਸਾਲੁ ਵਜਾਇਆ ॥੯॥
ସେ ଆଧ୍ୟାତ୍ମିକ ରସରେ ଲୀନ ହୋଇ ଜିହ୍ଵାରେ ମଧୁର ଶବ୍ଦ ଦ୍ଵାରା ମଧୁର ଧ୍ୱନି ବାଲା ସଙ୍ଗୀତ ବଜାଇଛନ୍ତି||9||
ਬੇਣੁ ਰਸਾਲ ਵਜਾਵੈ ਸੋਈ ॥
ସେ ହିଁ ମଧୁର ସଙ୍ଗୀତ ବଜାଇ ଥାଏ
ਜਾ ਕੀ ਤ੍ਰਿਭਵਣ ਸੋਝੀ ਹੋਈ ॥
ଯାହାକୁ ତିନି ଲୋକର ଜ୍ଞାନ ହୋଇଯାଏ।
ਨਾਨਕ ਬੂਝਹੁ ਇਹ ਬਿਧਿ ਗੁਰਮਤਿ ਹਰਿ ਰਾਮ ਨਾਮਿ ਲਿਵ ਲਾਇਆ ॥੧੦॥
ହେ ନାନକ! ଗୁରୁ-ମତାନୁସାରେ ଏହି ବିଧିକୁ ବୁଝି ନିଅ, କାରଣ ଏହା ଦ୍ଵାରା ହିଁ ରାମନାମରେ ଧ୍ୟାନ ଲାଗିଥାଏ||10||
ਐਸੇ ਜਨ ਵਿਰਲੇ ਸੰਸਾਰੇ ॥
ସଂସାରରେ ଏପରି ବିରଳ ବ୍ୟକ୍ତି ଅଛନ୍ତି,
ਗੁਰ ਸਬਦੁ ਵੀਚਾਰਹਿ ਰਹਹਿ ਨਿਰਾਰੇ ॥
ଯିଏ ଶବ୍ଦ ଗୁରୁଙ୍କ ଚିନ୍ତନ କରି ନିର୍ଲିପ୍ତ ରହିଥାଏ।
ਆਪਿ ਤਰਹਿ ਸੰਗਤਿ ਕੁਲ ਤਾਰਹਿ ਤਿਨ ਸਫਲ ਜਨਮੁ ਜਗਿ ਆਇਆ ॥੧੧॥
ସେ ସ୍ଵୟଂ ପାର ହୋଇଥାଏ, ବଂଶାବଳୀକୁ ମଧ୍ୟ ଉଦ୍ଧାର କରିଥାଏ ଏବଂ ଜଗତରେ ତାହାର ଜନ୍ମ ସଫଳ ହୋଇଥାଏ||11||
ਘਰੁ ਦਰੁ ਮੰਦਰੁ ਜਾਣੈ ਸੋਈ ॥
ସେ ହିଁ ପ୍ରଭୁଙ୍କ ଶରୀର ରୂପୀ ଘର, ଦ୍ଵାର, ମନ୍ଦିର ରୂପୀ ଦଶମ ଦ୍ଵାରକୁ ଜାଣିନିଏ,
ਜਿਸੁ ਪੂਰੇ ਗੁਰ ਤੇ ਸੋਝੀ ਹੋਈ ॥
ଯାହାକୁ ପୂର୍ଣ୍ଣ ଗୁରୁଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇଯାଏ।
ਕਾਇਆ ਗੜ ਮਹਲ ਮਹਲੀ ਪ੍ਰਭੁ ਸਾਚਾ ਸਚੁ ਸਾਚਾ ਤਖਤੁ ਰਚਾਇਆ ॥੧੨॥
ମହଲର ମାଲିକ ଶରୀର ରୂପୀ ଗଡରେ ହିଁ ରହିଥାଏ ଏବଂ ପରମ-ସତ୍ୟ ହୃଦୟକୁ ସଚ୍ଚା କରିଥାଏ||12||
ਚਤੁਰ ਦਸ ਹਾਟ ਦੀਵੇ ਦੁਇ ਸਾਖੀ ॥
ଚଉଦ ଭୁବନ ଏବଂ ସୂର୍ଯ୍ୟ-ଚନ୍ଦ୍ର ସାକ୍ଷୀ ଯେ
ਸੇਵਕ ਪੰਚ ਨਾਹੀ ਬਿਖੁ ਚਾਖੀ ॥
ସେବକ-ପଞ୍ଚ ମାୟା ରୂପୀ ବିଷକୁ ଚାଖି ନାହିଁ।
ਅੰਤਰਿ ਵਸਤੁ ਅਨੂਪ ਨਿਰਮੋਲਕ ਗੁਰਿ ਮਿਲਿਐ ਹਰਿ ਧਨੁ ਪਾਇਆ ॥੧੩॥
ତାହାର ହୃଦୟରେ ଅନୁପମ ଅମୂଲ୍ୟ ନାମ-ବସ୍ତୁ ବିଦ୍ୟମାନ ଅଛି ଏବଂ ଗୁରୁଙ୍କ ସହିତ ମିଶି ସେ ହରିନାମ ରୂପୀ ଧନ ପାଇଛି||13||
ਤਖਤਿ ਬਹੈ ਤਖਤੈ ਕੀ ਲਾਇਕ ॥
ହୃଦୟ ରୂପୀ ସିଂହାସନ ଉପରେ ସେ ହିଁ ବସିବା ପାଇଁ ଯୋଗ୍ୟ ହୋଇଥାଏ।
ਪੰਚ ਸਮਾਏ ਗੁਰਮਤਿ ਪਾਇਕ ॥
ଗୁରୁ ଏହି ସେବକ ପଞ୍ଚ ସତ୍ୟରେ ହିଁ ଲୀନ ରହିଥାନ୍ତି।
ਆਦਿ ਜੁਗਾਦੀ ਹੈ ਭੀ ਹੋਸੀ ਸਹਸਾ ਭਰਮੁ ਚੁਕਾਇਆ ॥੧੪॥
ଆଦିରୁ ଏକ ଈଶ୍ଵର ହିଁ ଅଛନ୍ତି, ବର୍ତ୍ତମାନ ମଧ୍ୟ ଅଛନ୍ତି ଓ ଭବିଷ୍ୟତରେ ମଧ୍ୟ ତାହାଙ୍କ ଅସ୍ତିତ୍ଵ ରହିବ। ଯିଏ ଏହି ରହସ୍ୟକୁ ଜାଣିନିଏ, ତାହାର ଭ୍ରମ ଓ ସନ୍ଦେହ ଦୂର ହୋଇଯାଏ||14||
ਤਖਤਿ ਸਲਾਮੁ ਹੋਵੈ ਦਿਨੁ ਰਾਤੀ ॥
ହୃଦୟ ରୂପୀ ସିଂହାସନ ଉପରେ ବିରାଜମାନ ଜୀବକୁ ଦିନ-ରାତି ନମନ ହୋଇଥାଏ।
ਇਹੁ ਸਾਚੁ ਵਡਾਈ ਗੁਰਮਤਿ ਲਿਵ ਜਾਤੀ ॥
ଈଶ୍ଵରଙ୍କ ଏହା ବଡପଣ ଅଟେ, ଗୁରୁଙ୍କ ଶିକ୍ଷା ଦ୍ଵାରା ଧ୍ୟାନ ଲଗାଇବା ଦ୍ଵାରା ହିଁ ତାହାଙ୍କୁ ଜାଣି ହୁଏ।
ਨਾਨਕ ਰਾਮੁ ਜਪਹੁ ਤਰੁ ਤਾਰੀ ਹਰਿ ਅੰਤਿ ਸਖਾਈ ਪਾਇਆ ॥੧੫॥੧॥੧੮॥
ହେ ନାନକ! ରାମନାମ ଜପିବା ଦ୍ଵାରା ହିଁ ଭବସାଗରରୁ ପାର କରାଯାଇ ପାରେ ଏବଂ ଅନ୍ତରେ ସେ ହିଁ ସହାୟକ ହୋଇଥାନ୍ତି||15||1||18||
ਮਾਰੂ ਮਹਲਾ ੧ ॥
ମାରୁ ମହଲା 1॥
ਹਰਿ ਧਨੁ ਸੰਚਹੁ ਰੇ ਜਨ ਭਾਈ ॥ ਸਤਿਗੁਰ ਸੇਵਿ ਰਹਹੁ ਸਰਣਾਈ ॥
ହେ ମୋର ଭାଇ, ଭକ୍ତଜନ! ହରି-ନାମ ଧନ ସଞ୍ଚୟ କର; ଶାଗୁରୁଙ୍କ ସେବାରେ ଲୀନ ରୁହ ଏବଂ ତାହାଙ୍କ ଶରଣରେ ପଡି ରୁହ।
ਤਸਕਰੁ ਚੋਰੁ ਨ ਲਾਗੈ ਤਾ ਕਉ ਧੁਨਿ ਉਪਜੈ ਸਬਦਿ ਜਗਾਇਆ ॥੧॥
ଏହି ଧନକୁ କୌଣସି ତସ୍କର ଅଥବା ଚୋର ଚୋରାଇ ପାରିବ ନାହିଁ, କାରଣ ଶବ୍ଦ ଧ୍ୱନି ଦ୍ଵାରା ମନ ସାବଧାନ ରହିଥାଏ||1||
ਤੂ ਏਕੰਕਾਰੁ ਨਿਰਾਲਮੁ ਰਾਜਾ ॥
ହେ ପରମାତ୍ମା! ତୁ ଏକାକାର ଅଟୁ, ମୋହ-ମାୟାରୁ ନିର୍ଲିପ୍ତ ଅଟୁ, ସଂପୂର୍ଣ୍ଣ ବିଶ୍ଵର ବାଦଶାହ ଅଟୁ।
ਤੂ ਆਪਿ ਸਵਾਰਹਿ ਜਨ ਕੇ ਕਾਜਾ ॥
ତୁ ସ୍ଵୟଂ ହିଁ ନିଜ ଭକ୍ତର କାର୍ଯ୍ୟ ସଫଳ କରିଅଛୁ।
ਅਮਰੁ ਅਡੋਲੁ ਅਪਾਰੁ ਅਮੋਲਕੁ ਹਰਿ ਅਸਥਿਰ ਥਾਨਿ ਸੁਹਾਇਆ ॥੨॥
ଅମର, ଅଚଳ, ଅପରାମ୍ପର, ଅମୂଲ୍ୟ ଈଶ୍ଵରଙ୍କ ଅଟଳ ସ୍ଥାନ ମଧ୍ୟ ବହୁତ ସୁନ୍ଦର ଅଟେ।||2||
ਦੇਹੀ ਨਗਰੀ ਊਤਮ ਥਾਨਾ ॥
ଶରୀର ରୂପୀ ନଗର ଉତ୍ତମ ସ୍ଥାନ ଅଟେ,
ਪੰਚ ਲੋਕ ਵਸਹਿ ਪਰਧਾਨਾ ॥
ଯେଉଁଠି ସତ୍ୟ, ସନ୍ତୋଷ, ନମ୍ରତା ଇତ୍ୟାଦି ପାଞ୍ଚ ଜନ ରହିଥାନ୍ତି।
ਊਪਰਿ ਏਕੰਕਾਰੁ ਨਿਰਾਲਮੁ ਸੁੰਨ ਸਮਾਧਿ ਲਗਾਇਆ ॥੩॥
ଏହି ସବୁଙ୍କ ଉପରେ ଓଁ-କାର ନିର୍ଲିପ୍ତ ହୋଇ ଶୂନ୍ୟ ସମାଧିରେ ବସିଥାଏ||3||
ਦੇਹੀ ਨਗਰੀ ਨਉ ਦਰਵਾਜੇ ॥
ଶରୀର ରୂପୀ ନଗରରେ ନଅଟି ଦ୍ଵାର ଅଛି,
ਸਿਰਿ ਸਿਰਿ ਕਰਣੈਹਾਰੈ ਸਾਜੇ ॥
ସବୁଙ୍କ ରଚନା ସେହି ରଚୟିତା କରିଛନ୍ତି।
ਦਸਵੈ ਪੁਰਖੁ ਅਤੀਤੁ ਨਿਰਾਲਾ ਆਪੇ ਅਲਖੁ ਲਖਾਇਆ ॥੪॥
ସବୁଙ୍କ ଠାରୁ ନିରଳ ଏବଂ ମାୟାତୀତ ପ୍ରଭୁ ଦଶମ ଦ୍ଵାରରେ ରହିଥାନ୍ତି ଏବଂ ସେହି ପରମପୁରୁଷ ସ୍ଵୟଂ ହିଁ ନିଜର ଅଦୃଷ୍ଟ ରୂପକୁ ଦେଖାଇଛନ୍ତି||4||
ਪੁਰਖੁ ਅਲੇਖੁ ਸਚੇ ਦੀਵਾਨਾ ॥
କର୍ମ ରହିତ ସେହି ପରମ ପୁରୁଷଙ୍କ ନ୍ୟାୟାଳୟ ଶାଶ୍ଵତ ଅଟେ,
ਹੁਕਮਿ ਚਲਾਏ ਸਚੁ ਨੀਸਾਨਾ ॥
ସେ ସବୁଙ୍କ ଉପରେ ନିଜର ହୁକୁମ ଚଲାଇ ଥାଆନ୍ତି ଏବଂ ତାହାଙ୍କ ନାମ ରୂପୀ ପରୱାନା ଅଟଳ ଅଟେ।
ਨਾਨਕ ਖੋਜਿ ਲਹਹੁ ਘਰੁ ਅਪਨਾ ਹਰਿ ਆਤਮ ਰਾਮ ਨਾਮੁ ਪਾਇਆ ॥੫॥
ହେ ନାନକ! ହୃଦୟ ଘରେ ପରମାତ୍ମାଙ୍କୁ ଖୋଜି ନିଅ, କାରଣ ଆତ୍ମାରେ ହିଁ ରାମନାମ ପ୍ରାପ୍ତ କରାଯାଇ ପାରେ||5||