Odia Page 1037

ਗੁਰਮੁਖਿ ਹੋਇ ਸੁ ਹੁਕਮੁ ਪਛਾਣੈ ਮਾਨੈ ਹੁਕਮੁ ਸਮਾਇਦਾ ॥੯॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ହିଁ ଈଶ୍ଵରଙ୍କ ହୁକୁମକୁ ଜାଣିଥାଏ ଏବଂ ତାହା ମାନି ତାହାଙ୍କ ହୁକୁମରେ ହିଁ ରହିଥାଏ||9||

ਹੁਕਮੇ ਆਇਆ ਹੁਕਮਿ ਸਮਾਇਆ ॥
ପ୍ରତ୍ୟେକ ଜୀବ ଈଶ୍ଵରଙ୍କ ହୁକୁମରୁ ହିଁ ଜାତ ହୋଇଥାଏ ଏବଂ ହୁକୁମରୁ ହିଁ ସେ ବିଲୀନ ହୋଇଯାଏ।    

ਹੁਕਮੇ ਦੀਸੈ ਜਗਤੁ ਉਪਾਇਆ ॥
ସଂପୂର୍ଣ୍ଣ ଦୃଷ୍ଟିମାନ ଜଗତ ତାହାଙ୍କ ହୁକୁମରୁ ହିଁ ଉତ୍ପନ୍ନ ହୋଇଛି।                            

ਹੁਕਮੇ ਸੁਰਗੁ ਮਛੁ ਪਇਆਲਾ ਹੁਕਮੇ ਕਲਾ ਰਹਾਇਦਾ ॥੧੦॥
ତାହାଙ୍କ ହୁକୁମରୁ ହିଁ  ସ୍ଵର୍ଗଲୋକ, ମୃତ୍ୟୁଲୋକ ଏବଂ ପାତାଳଲୋକର ରଚନା ହୋଇଛି ଆଉ ତାହାଙ୍କ ହୁକୁମରୁ ହିଁ ସେ ଏଥିରେ ଶକ୍ତି ସ୍ଥିତ କରିଛନ୍ତି||10||                                                           

ਹੁਕਮੇ ਧਰਤੀ ਧਉਲ ਸਿਰਿ ਭਾਰੰ ॥
ତାହାଙ୍କ ହୁକୁମରୁ ହିଁ ଧର୍ମ ରୂପୀ ଶଣ୍ଢର ମସ୍ତକ ଉପରେ ଧରିତ୍ରିର ଭାର ଉଠାଇଛନ୍ତି।      

ਹੁਕਮੇ ਪਉਣ ਪਾਣੀ ਗੈਣਾਰੰ ॥
ତାହାଙ୍କ ହୁକୁମରୁ ହିଁ ପବନ ଓ ପାଣି କାର୍ଯ୍ୟ କରିଥାଏ।                                                                                             

ਹੁਕਮੇ ਸਿਵ ਸਕਤੀ ਘਰਿ ਵਾਸਾ ਹੁਕਮੇ ਖੇਲ ਖੇਲਾਇਦਾ ॥੧੧॥
ତାହାଙ୍କ ହୁକୁମରୁ ହିଁ  ଶିବ (ଜୀବ) ଶକ୍ତି (ମାୟା)ର ଘରେ ବାସ କରିଛନ୍ତି ଏବଂ ତାହାଙ୍କ ହୁକୁମରୁ ହିଁ  ଜୀବନ ରୂପୀ ଖେଳ ହୋଇଥାଏ||11||     

ਹੁਕਮੇ ਆਡਾਣੇ ਆਗਾਸੀ ॥
ତାହାଙ୍କ ହୁକୁମରୁ ହିଁ ଆକାଶର ପ୍ରସାର ହୋଇଥାଏ,                                                

ਹੁਕਮੇ ਜਲ ਥਲ ਤ੍ਰਿਭਵਣ ਵਾਸੀ ॥
ତାହାଙ୍କ ହୁକୁମରୁ ହିଁ ତିନିଲୋକ ବାସୀ ଜୀବ ଜଳ ଓ ସ୍ଥଳରେ ରହିଥାଏ।                                                                          

ਹੁਕਮੇ ਸਾਸ ਗਿਰਾਸ ਸਦਾ ਫੁਨਿ ਹੁਕਮੇ ਦੇਖਿ ਦਿਖਾਇਦਾ ॥੧੨॥
ତାହାଙ୍କ ହୁକୁମରୁ ହିଁ  ଜୀବ ପ୍ରତି ଶ୍ଵାସ ଓ ଗ୍ରାସ ନେଇଥାଏ ଆଉ ପୁନଃ ତାହାଙ୍କ ହୁକୁମରୁ ହିଁ ଦେଖିଥାନ୍ତି ଓ ଦେଖାଇ ଥାଆନ୍ତି||12||

ਹੁਕਮਿ ਉਪਾਏ ਦਸ ਅਉਤਾਰਾ ॥
ତାହାଙ୍କ ହୁକୁମରୁ ହିଁ ଦଶ ଅବତାର ହୋଇଛି ଏବଂ                                        

ਦੇਵ ਦਾਨਵ ਅਗਣਤ ਅਪਾਰਾ ॥
ତାହାଙ୍କ ହୁକୁମରୁ ହିଁ ଅସଂଖ୍ୟ ଦେବ-ଦାନବ ଉତ୍ପନ୍ନ କରା ଯାଇଛି।                                                                                          

ਮਾਨੈ ਹੁਕਮੁ ਸੁ ਦਰਗਹ ਪੈਝੈ ਸਾਚਿ ਮਿਲਾਇ ਸਮਾਇਦਾ ॥੧੩॥
ଯିଏ ତାହାଙ୍କ ହୁକୁମକୁ ମାନିଥାଏ, ସେ ହିଁ ତାହାଙ୍କ ଦରବାରରେ ଶୋଭାର ପାତ୍ର ବନିଥାଏ ଏବଂ ପରମ-ସତ୍ୟରେ ହିଁ ବିଲୀନ ହୋଇଯାଏ||13||   

ਹੁਕਮੇ ਜੁਗ ਛਤੀਹ ਗੁਦਾਰੇ ॥
ତାହାଙ୍କ ହୁକୁମରୁ ହିଁ ଈଶ୍ଵର ଛତିଶ ଯୁଗ ଶୂନ୍ୟ ସମାଧିରେ ଅତିବାହିତ କରିଛନ୍ତି। 

ਹੁਕਮੇ ਸਿਧ ਸਾਧਿਕ ਵੀਚਾਰੇ ॥
ଚିନ୍ତନଶୀଳ ସାଧୁ ସାଧକ ତାହାଙ୍କ ହୁକୁମରୁ ହିଁ ଜାତ ହୋଇଛନ୍ତି।           

ਆਪਿ ਨਾਥੁ ਨਥੀਂ ਸਭ ਜਾ ਕੀ ਬਖਸੇ ਮੁਕਤਿ ਕਰਾਇਦਾ ॥੧੪॥
ସେ ସୃଷ୍ଟିର ମାଲିକ ଅଟନ୍ତି ଏବଂ ସମସ୍ତେ ତାହାଙ୍କ ନିୟନ୍ତ୍ରଣରେ ଅଛନ୍ତି, ଯାହା ଉପରେ କୃପା କରିଥାନ୍ତି, ତାହାକୁ ମୁକ୍ତ କରି ଦେଇଥାନ୍ତି||14||   

ਕਾਇਆ ਕੋਟੁ ਗੜੈ ਮਹਿ ਰਾਜਾ ॥
ଶରୀର ରୂପୀ ଦୁର୍ଗରେ ମନ ରାଜା ଅଟେ।                                                                                                               

ਨੇਬ ਖਵਾਸ ਭਲਾ ਦਰਵਾਜਾ ॥
କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ ଏହାର ନାଏବ ଏବଂ ପ୍ରିୟ ସେବକ ଅଟେ ଏବଂ ମୁହଁ ତାହାର କବାଟ ଅଟେ।   

ਮਿਥਿਆ ਲੋਭੁ ਨਾਹੀ ਘਰਿ ਵਾਸਾ ਲਬਿ ਪਾਪਿ ਪਛੁਤਾਇਦਾ ॥੧੫॥
କିନ୍ତୁ ମିଥ୍ୟା ଲୋଭ କାରଣରୁ ଜୀବକୁ ସଚ୍ଚା ଘରେ ବାସ ମିଳେନାହିଁ ଏବଂ ଲାଳସା ଓ ପାପ କାରଣରୁ ପଶ୍ଚାତାପ କରିଥାଏ। 

ਸਤੁ ਸੰਤੋਖੁ ਨਗਰ ਮਹਿ ਕਾਰੀ ॥
ସତ୍ୟ ଓ ସନ୍ତୋଷ ମଧ୍ୟ ଶରୀର ରୂପୀ ନଗରରେ ଅଧିକାରୀ ଅଟନ୍ତି,  

ਜਤੁ ਸਤੁ ਸੰਜਮੁ ਸਰਣਿ ਮੁਰਾਰੀ ॥
ଯିଏ ସଦାଚାର ଓ ସଂଯମ ଦ୍ଵାରା ମନ ରୂପୀ ରାଜାଙ୍କୁ ଈଶ୍ଵରଙ୍କ ଶରଣରେ ଯିବା ପାଇଁ ପ୍ରେରିତ କରିଥାନ୍ତି। 

ਨਾਨਕ ਸਹਜਿ ਮਿਲੈ ਜਗਜੀਵਨੁ ਗੁਰ ਸਬਦੀ ਪਤਿ ਪਾਇਦਾ ॥੧੬॥੪॥੧੬॥
ହେ ନାନକ! ଈଶ୍ଵର ସ୍ଵାଭାବିକ ଭାବରେ ମିଳିଥାନ୍ତି ଏବଂ ଶବ୍ଦ-ଗୁରୁ ଦ୍ଵାରା ହିଁ ଜୀବକୁ ସମ୍ମାନ ପ୍ରାପ୍ତ ହୋଇଥାଏ||16||4||16||    

ਮਾਰੂ ਮਹਲਾ ੧ ॥
ମାରୁ ମହଲା 1॥ 

ਸੁੰਨ ਕਲਾ ਅਪਰੰਪਰਿ ਧਾਰੀ ॥
ଈଶ୍ଵର ସର୍ବ ପ୍ରଥମେ ଶୂନ୍ୟ ସମାଧି ଧାରଣ କରିଥିଲେ,

ਆਪਿ ਨਿਰਾਲਮੁ ਅਪਰ ਅਪਾਰੀ ॥
ସେହି ଅପରାମ୍ପର ସ୍ଵୟଂ ନିର୍ଲିପ୍ତ ଥିଲେ।                                                                                            

ਆਪੇ ਕੁਦਰਤਿ ਕਰਿ ਕਰਿ ਦੇਖੈ ਸੁੰਨਹੁ ਸੁੰਨੁ ਉਪਾਇਦਾ ॥੧॥
ସେ ସ୍ଵୟଂ ହିଁ ପ୍ରକୃତି ଉତ୍ପନ୍ନ କରି ଦେଖିଥାନ୍ତି ଆଉ ଶୂନ୍ୟ ସମାଧିରେ ଶୂନ୍ୟରୁ ସବୁ ଉତ୍ପନ୍ନ କରିଥାନ୍ତି||1||  

ਪਉਣੁ ਪਾਣੀ ਸੁੰਨੈ ਤੇ ਸਾਜੇ ॥
ଶୂନ୍ୟରୁ ସେ ପବନ-ପାଣି ସୃଷ୍ଟି କରିଛନ୍ତି,                                                         

ਸ੍ਰਿਸਟਿ ਉਪਾਇ ਕਾਇਆ ਗੜ ਰਾਜੇ ॥
ସୃଷ୍ଟି ଉତ୍ପନ୍ନ କରି ଶରୀର ରୂପୀ ଦୁର୍ଗରେ ମନ ରୂପୀ ରାଜାଙ୍କୁ ଜାତ କରିଛନ୍ତି।                                                                                  

ਅਗਨਿ ਪਾਣੀ ਜੀਉ ਜੋਤਿ ਤੁਮਾਰੀ ਸੁੰਨੇ ਕਲਾ ਰਹਾਇਦਾ ॥੨॥
ହେ ଈଶ୍ଵର! ଅଗ୍ନି, ପାଣି ଏବଂ ଜୀବ ତୁମର ହିଁ ଜ୍ୟୋତି ଅଟେ ଆଉ ସଂପୂର୍ଣ୍ଣ ଶକ୍ତି ଶୂନ୍ୟରେ ହିଁ ସ୍ଥିର କରା ଯାଇଛି||2||  

ਸੁੰਨਹੁ ਬ੍ਰਹਮਾ ਬਿਸਨੁ ਮਹੇਸੁ ਉਪਾਏ ॥
ଶୂନ୍ୟରୁ ହିଁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଉତ୍ପନ୍ନ କରା ଯାଇଛି,                                   

ਸੁੰਨੇ ਵਰਤੇ ਜੁਗ ਸਬਾਏ ॥
ସବୁ ଯୁଗ ଶୂନ୍ୟରେ ହିଁ ବିତି ଯାଇଛି।                                                                   

ਇਸੁ ਪਦ ਵੀਚਾਰੇ ਸੋ ਜਨੁ ਪੂਰਾ ਤਿਸੁ ਮਿਲੀਐ ਭਰਮੁ ਚੁਕਾਇਦਾ ॥੩॥
ଏହି ପଦାକୁ ଯେଉଁ ବ୍ୟକ୍ତି ବିଚାରି ନିଏ, ସେ ହିଁ ପୂର୍ଣ୍ଣ ଜ୍ଞାନୀ ଅଟେ ଆଉ ତାହାଙ୍କ ସହିତ ମିଶିଲେ ଭ୍ରମ ଦୂର ହୋଇଯାଏ||3||            

ਸੁੰਨਹੁ ਸਪਤ ਸਰੋਵਰ ਥਾਪੇ ॥
ଶୂନ୍ୟରେ ହିଁ ପରମେଶ୍ଵର ସାତ ସରୋବର (ପାଞ୍ଚ ଜ୍ଞାନେନ୍ଦ୍ରିୟ, ମନ ଓ ବୁଦ୍ଧି) ବନାଇଛନ୍ତି,  

ਜਿਨਿ ਸਾਜੇ ਵੀਚਾਰੇ ਆਪੇ ॥
ଯିଏ ଏହା ବନାଇଛନ୍ତି, ସେ ସ୍ଵୟଂ ହିଁ ଏହାର ବିଚାର କରିଥାନ୍ତି।                                          

ਤਿਤੁ ਸਤ ਸਰਿ ਮਨੂਆ ਗੁਰਮੁਖਿ ਨਾਵੈ ਫਿਰਿ ਬਾਹੁੜਿ ਜੋਨਿ ਨ ਪਾਇਦਾ ॥੪॥
ଯେଉଁ ଗୁରୁମୁଖୀର ମନ ଏହି ସାତ ସରୋବରରେ ସ୍ନାନ କରିଥାଏ, ସେ ପୁନଃ ଯୋନି ଚକ୍ରରେ ପଡେ ନାହିଁ||4||  

ਸੁੰਨਹੁ ਚੰਦੁ ਸੂਰਜੁ ਗੈਣਾਰੇ ॥
ଶୂନ୍ୟରୁ ହିଁ ସେ ଚନ୍ଦ୍ର, ସୂର୍ଯ୍ୟ ଓ ଗଗନ ବନାଇଛନ୍ତି ଏବଂ                                                                                                                   

ਤਿਸ ਕੀ ਜੋਤਿ ਤ੍ਰਿਭਵਣ ਸਾਰੇ ॥
ତାହାଙ୍କ ଜ୍ୟୋତି ତିନି ଲୋକରେ ପ୍ରସାରିତ ହୋଇଛି।                                                                       

ਸੁੰਨੇ ਅਲਖ ਅਪਾਰ ਨਿਰਾਲਮੁ ਸੁੰਨੇ ਤਾੜੀ ਲਾਇਦਾ ॥੫॥
ଅଲକ୍ଷ, ଅପାର ନିର୍ଲିପ୍ତ ପରମାତ୍ମା ସ୍ଵୟଂ ହିଁ ଶୂନ୍ୟରେ ହିଁ ରହିଥାନ୍ତି ଏବଂ ଶୂନ୍ୟରେ ହିଁ ସମାଧି ଲଗାଇ ଥାଆନ୍ତି||5||  

ਸੁੰਨਹੁ ਧਰਤਿ ਅਕਾਸੁ ਉਪਾਏ ॥
ଶୂନ୍ୟରୁ ହିଁ ଧରିତ୍ରୀ ଓ ଆକାଶ ଉତ୍ପନ୍ନ କରା ଯାଇଛି ଏବଂ                                                    

ਬਿਨੁ ਥੰਮਾ ਰਾਖੇ ਸਚੁ ਕਲ ਪਾਏ ॥
ବିନା ସ୍ତମ୍ଭରେ ନିଜ ସତ୍ୟର ଶକ୍ତି ଦ୍ଵାରା ସ୍ଥିତ କରା ଯାଇଛି।                                                                                                       

ਤ੍ਰਿਭਵਣ ਸਾਜਿ ਮੇਖੁਲੀ ਮਾਇਆ ਆਪਿ ਉਪਾਇ ਖਪਾਇਦਾ ॥੬॥
ସେ ତିନି ଲୋକର ରଚନା କରି ତାହାକୁ ମାୟା ରୂପୀ ରସିରେ ବାନ୍ଧି ରଖିଛନ୍ତି ଏବଂ ସେ ସ୍ଵୟଂ ହିଁ ଜାତ କରି ନଷ୍ଟ ମଧ୍ୟ କରି ଦେଇଥାନ୍ତି||6||   

ਸੁੰਨਹੁ ਖਾਣੀ ਸੁੰਨਹੁ ਬਾਣੀ ॥
ଶୂନ୍ୟରୁ ହିଁ ଜୀବର ଉତ୍ପତ୍ତିର ଚାରି ସ୍ରୋତ ଅସ୍ତିତ୍ବରେ ଆସିଛି ଏବଂ ଶୂନ୍ୟରୁ ଚାରି ବାଣୀ ଆସିଛି।     

ਸੁੰਨਹੁ ਉਪਜੀ ਸੁੰਨਿ ਸਮਾਣੀ ॥
ଏହା ସବୁ ଶୂନ୍ୟରୁ ହିଁ ଉତ୍ପନ୍ନ ହୋଇ ଶୂନ୍ୟରେ ହିଁ ବିଲୀନ ହୋଇ ଯାଇଛି।

ਉਤਭੁਜੁ ਚਲਤੁ ਕੀਆ ਸਿਰਿ ਕਰਤੈ ਬਿਸਮਾਦੁ ਸਬਦਿ ਦੇਖਾਇਦਾ ॥੭॥
କର୍ତ୍ତା ନିଜ ଶବ୍ଦ ଦ୍ଵାରା ବନସ୍ପତିର ରଚନା କରି ଏକ ବଡ ଅଦ୍ଭୁତ ଲୀଳା କରି ଦେଖାଇଛନ୍ତି||7||                                                                 

ਸੁੰਨਹੁ ਰਾਤਿ ਦਿਨਸੁ ਦੁਇ ਕੀਏ ॥
ଦିନ ଓ ରାତି ଶୂନ୍ୟରୁ ହିଁ ଉତ୍ପନ୍ନ କରା ଯାଇଛି ଏବଂ                                                               

ਓਪਤਿ ਖਪਤਿ ਸੁਖਾ ਦੁਖ ਦੀਏ ॥
ଏହା ଠାରୁ ହିଁ ଜୀବକୁ ଜନ୍ମ-ମରଣ, ଦୁଃଖ-ସୁଖ ଦିଆଯାଇଛି। 

ਸੁਖ ਦੁਖ ਹੀ ਤੇ ਅਮਰੁ ਅਤੀਤਾ ਗੁਰਮੁਖਿ ਨਿਜ ਘਰੁ ਪਾਇਦਾ ॥੮॥
ଗୁରୁମୁଖୀ ସୁଖ-ଦୁଃଖ ରହିତ ହୋଇ ଅମର ହୋଇ ଯାଇଛି ଏବଂ ସେ ନିଜର ସଚ୍ଚା ଘରେ ସ୍ଥାନ ପାଇଛି||8||

error: Content is protected !!