ਸੋ ਕਿਉ ਬਿਸਰੈ ਜਿਨਿ ਸਭੁ ਕਿਛੁ ਦੀਆ ॥
ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ଆମକୁ ସବୁ କିଛି ଦେଇଛନ୍ତି।
ਸੋ ਕਿਉ ਬਿਸਰੈ ਜਿ ਜੀਵਨ ਜੀਆ ॥
ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ଜୀବର ଜୀବନର ଆଧାର ଅଟନ୍ତି।
ਸੋ ਕਿਉ ਬਿਸਰੈ ਜਿ ਅਗਨਿ ਮਹਿ ਰਾਖੈ ॥
ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ଯିଏ ଗର୍ଭର ଅଗ୍ନିରୁ ଆମକୁ ରକ୍ଷା କରିଛନ୍ତି।
ਗੁਰ ਪ੍ਰਸਾਦਿ ਕੋ ਬਿਰਲਾ ਲਾਖੈ ॥
ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ତାହାଙ୍କୁ ଦେଖିଥାନ୍ତି।
ਸੋ ਕਿਉ ਬਿਸਰੈ ਜਿ ਬਿਖੁ ਤੇ ਕਾਢੈ ॥
ସେହି ଭଗବାନଙ୍କୁ କାହିଁକି ଭୁଲିଯାଇଛୁ, ଯିଏ ମନୁଷ୍ୟକୁ ପାପରୁ ବଞ୍ଚାଇ ଥାଆନ୍ତି,
ਜਨਮ ਜਨਮ ਕਾ ਟੂਟਾ ਗਾਢੈ ॥
ଆଉ ଜନ୍ମଜନ୍ମାନ୍ତରରୁ ବିଛେଦ ହୋଇଥିବା ଜୀବଙ୍କୁ ନିଜ ସାଥିରେ ମିଳାଇ ଦିଅନ୍ତି?
ਗੁਰਿ ਪੂਰੈ ਤਤੁ ਇਹੈ ਬੁਝਾਇਆ ॥
ପୂର୍ଣ୍ଣ ଗୁରୁ ମୋତେ ଏହି ବାସ୍ତବିକତା ବୁଝାଇଛନ୍ତି।
ਪ੍ਰਭੁ ਅਪਨਾ ਨਾਨਕ ਜਨ ਧਿਆਇਆ ॥੪॥
ହେ ନାନକ! ସେ ନିଜ ପ୍ରଭୁଙ୍କୁ ହିଁ ଧ୍ୟାନ କରିଥାନ୍ତି ॥4॥
ਸਾਜਨ ਸੰਤ ਕਰਹੁ ਇਹੁ ਕਾਮੁ ॥
ହେ ସଜ୍ଜନ, ସନ୍ଥଜନ ! ଏହି କାର୍ଯ୍ୟ କର।
ਆਨ ਤਿਆਗਿ ਜਪਹੁ ਹਰਿ ਨਾਮੁ ॥
ଅନ୍ୟ ସବୁ କିଛି ଛାଡି ଭଗବାନଙ୍କ ନାମ ଜପ କର।
ਸਿਮਰਿ ਸਿਮਰਿ ਸਿਮਰਿ ਸੁਖ ਪਾਵਹੁ ॥
ଭଗବାନଙ୍କ ନାମ ସ୍ମରଣ କରି ସୁଖ ପାଅ।
ਆਪਿ ਜਪਹੁ ਅਵਰਹ ਨਾਮੁ ਜਪਾਵਹੁ ॥
ଆପଣ ମଧ୍ୟ ନାମର ଜପ କରନ୍ତୁ ଆଉ ଅନ୍ୟ ଦ୍ଵାରା ମଧ୍ୟ ନାମର ଜପ କରାନ୍ତୁ।
ਭਗਤਿ ਭਾਇ ਤਰੀਐ ਸੰਸਾਰੁ ॥
ପ୍ରଭୁଙ୍କ ଭକ୍ତି ଦ୍ଵାରା ଏହି ସଂସାର ସାଗର ପାର କରାଯାଏ।
ਬਿਨੁ ਭਗਤੀ ਤਨੁ ਹੋਸੀ ਛਾਰੁ ॥
ଭକ୍ତି ବିନା ଏହି ଶରୀର ଭସ୍ମ ହୋଇଯିବ।
ਸਰਬ ਕਲਿਆਣ ਸੂਖ ਨਿਧਿ ਨਾਮੁ ॥
ଭଗବାନଙ୍କ ନାମ ସର୍ବ କଲ୍ୟାଣ ଏବଂ ସୁଖର ଖଜଣା ଅଟେ,
ਬੂਡਤ ਜਾਤ ਪਾਏ ਬਿਸ੍ਰਾਮੁ ॥
ବୁଡୁଥିବା ଜୀବ ମଧ୍ୟ ଏହି ସଂସାରରେ ସୁଖ ପାଇଥାଏ।
ਸਗਲ ਦੂਖ ਕਾ ਹੋਵਤ ਨਾਸੁ ॥
ସମସ୍ତ ଦୁଃଖର ନାଶ ହୋଇଯାଏ।
ਨਾਨਕ ਨਾਮੁ ਜਪਹੁ ਗੁਨਤਾਸੁ ॥੫॥
ହେ ନାନକ! ଗୁଣର ଭଣ୍ଡାରର ନାମର ଜପ କର ॥5॥
ਉਪਜੀ ਪ੍ਰੀਤਿ ਪ੍ਰੇਮ ਰਸੁ ਚਾਉ ॥
ଭଗବାନଙ୍କ ପ୍ରୀତି ଏବଂ ପ୍ରେମ ରସର ଇଚ୍ଛା ଉତ୍ପନ୍ନ ହୋଇଛି।
ਮਨ ਤਨ ਅੰਤਰਿ ਇਹੀ ਸੁਆਉ ॥
ମନ-ତନ ଭିତରେ ଏହି ସ୍ଵାଦ ଭରିଯାଇଛି।
ਨੇਤ੍ਰਹੁ ਪੇਖਿ ਦਰਸੁ ਸੁਖੁ ਹੋਇ ॥
ନିଜ ନେତ୍ରରେ ପ୍ରଭୁଙ୍କ ଦର୍ଶନ କରି ସୁଖ ପାଇଛି।
ਮਨੁ ਬਿਗਸੈ ਸਾਧ ਚਰਨ ਧੋਇ ॥
ସନ୍ଥଙ୍କ ଚରଣ ଧୋଇ ମୋର ମନ ପ୍ରସନ୍ନ ହୋଇଛି।
ਭਗਤ ਜਨਾ ਕੈ ਮਨਿ ਤਨਿ ਰੰਗੁ ॥
ଭକ୍ତଙ୍କ ମନ ଆଉ ଶରୀରରେ (ପ୍ରଭୁଙ୍କ) ପ୍ରେମ ଲାଖି ରହିଥାଏ,
ਬਿਰਲਾ ਕੋਊ ਪਾਵੈ ਸੰਗੁ ॥
କୌଣସି ବିରଳ ଭାଗ୍ୟଶାଳୀକୁ ତାଙ୍କରି ସଂଗତି ଭାଗ୍ୟ ହୋଇଥାଏ।
ਏਕ ਬਸਤੁ ਦੀਜੈ ਕਰਿ ਮਇਆ ॥
(ହେ ପ୍ରଭୁ!) କୃପା କରି ଏକ ନାମ-ବସ୍ତୁ (ଆମକୁ) ଦିଅ, ( ଯାହା ଫଳରେ)
ਗੁਰ ਪ੍ਰਸਾਦਿ ਨਾਮੁ ਜਪਿ ਲਇਆ ॥
ଗୁରୁଙ୍କ କୃପାରୁ ତୁମ ନାମ ଜପିପାରିବି।
ਤਾ ਕੀ ਉਪਮਾ ਕਹੀ ਨ ਜਾਇ ॥
ତାଙ୍କରି ମହିମା ବର୍ଣ୍ଣନା କରାଯାଇପାରିବ ନାହିଁ।
ਨਾਨਕ ਰਹਿਆ ਸਰਬ ਸਮਾਇ ॥੬॥
ହେ ନାନକ! ସେହି ପ୍ରଭୁ ସବୁ ଜାଗାରେ ବିଦ୍ୟମାନ ॥6॥
ਪ੍ਰਭ ਬਖਸੰਦ ਦੀਨ ਦਇਆਲ ॥
ପରମାତ୍ମା କ୍ଷମାଶୀଳ ଓ ଦୟାଳୁ ପ୍ରଭୁ ଅଟନ୍ତି
ਭਗਤਿ ਵਛਲ ਸਦਾ ਕਿਰਪਾਲ ॥
ସେ ଭକ୍ତ ବତ୍ସଳ ଏବଂ ସର୍ବଦା କୃପାଳୁ ଅଟନ୍ତି।
ਅਨਾਥ ਨਾਥ ਗੋਬਿੰਦ ਗੁਪਾਲ ॥
ସେ ଅନାଥର ନାଥ! ସେ ଗୋବିନ୍ଦ! ସେ ଗୋପାଳ ଅଟନ୍ତି।
ਸਰਬ ਘਟਾ ਕਰਤ ਪ੍ਰਤਿਪਾਲ ॥
ସେ ସମସ୍ତ ଜୀବଜନ୍ତୁକୁ ପୋଷଣ କରନ୍ତି।
ਆਦਿ ਪੁਰਖ ਕਾਰਣ ਕਰਤਾਰ ॥
ସେ ଆଦି ପୁରୁଷ ଏବଂ ସୃଷ୍ଟିର ରଚୟିତା ଅଟନ୍ତି।
ਭਗਤ ਜਨਾ ਕੇ ਪ੍ਰਾਨ ਅਧਾਰ ॥
ସେ ଭକ୍ତଜନର ପ୍ରାଣର ଆଧାର ଅଟନ୍ତି।
ਜੋ ਜੋ ਜਪੈ ਸੁ ਹੋਇ ਪੁਨੀਤ ॥
ଯେଉଁ ଯେଉଁ ମନୁଷ୍ୟ ଭକ୍ତିଭାବରେ ଆଉ ତୁମକୁ ଜପୁଛନ୍ତି, ସେ ପବିତ୍ର ହୋଇଯାଏ
ਭਗਤਿ ਭਾਇ ਲਾਵੈ ਮਨ ਹੀਤ ॥
ସେ ନିଜ ମନର ପ୍ରେମ ଈଶ୍ଵରଙ୍କ ଭକ୍ତିରେ କେନ୍ଦ୍ରିତ କରିଥାଏ।
ਹਮ ਨਿਰਗੁਨੀਆਰ ਨੀਚ ਅਜਾਨ ॥
ଆମେ ଗୁଣବିହୀନ, ନୀଚ ଓ ମୂର୍ଖ ଅଟୁ,”
ਨਾਨਕ ਤੁਮਰੀ ਸਰਨਿ ਪੁਰਖ ਭਗਵਾਨ ॥੭॥
ନାନକ କହନ୍ତି ଯେ ହେ ସର୍ବଶକ୍ତିମାନ ଭଗବାନ! ଆମେ ତୁମର ଶରଣକୁ ଆସିଛୁ ॥7॥
ਸਰਬ ਬੈਕੁੰਠ ਮੁਕਤਿ ਮੋਖ ਪਾਏ ॥
ସେ ସବୁ ସ୍ଵର୍ଗ ଆଉ ମୋକ୍ଷ ପ୍ରାପ୍ତ କରିନିଏ,”
ਏਕ ਨਿਮਖ ਹਰਿ ਕੇ ਗੁਨ ਗਾਏ ॥
ଯେଉଁ ଜୀବ ଏକ କ୍ଷଣ ପାଇଁ ମଧ୍ୟ ଭଗବାନଙ୍କ ମହିମା-ସ୍ତୁତି କରିଛି,
ਅਨਿਕ ਰਾਜ ਭੋਗ ਬਡਿਆਈ ॥
ସେ ଅନେକ ରାଜ୍ୟ, ଭୋଗ ପଦାର୍ଥ ଏବଂ ଉପଲବ୍ଧି ପ୍ରାପ୍ତ କରିଥାଏ।
ਹਰਿ ਕੇ ਨਾਮ ਕੀ ਕਥਾ ਮਨਿ ਭਾਈ ॥
ଯାହାର ମନକୁ ହରିଙ୍କ ନାମର କଥା ଭଲ ଲାଗିଥାଏ।
ਬਹੁ ਭੋਜਨ ਕਾਪਰ ਸੰਗੀਤ ॥
ତାହାକୁ ଅନେକ ପ୍ରକାରର ଖାଦ୍ୟ, କପଡା ଆଉ ରାଗ ରଙ୍ଗ ହାସଲ ହୋଇଯାଇଛି।
ਰਸਨਾ ਜਪਤੀ ਹਰਿ ਹਰਿ ਨੀਤ ॥
ଯେଉଁ ମନୁଷ୍ୟର ଜିଭ ସଦା ପ୍ରଭୁଙ୍କ ନାମ ଜପୁଥାଏ।
ਭਲੀ ਸੁ ਕਰਨੀ ਸੋਭਾ ਧਨਵੰਤ ॥
ତାହାଙ୍କ ହିଁ ଆଚରଣ ଭଲ ଅଟେ, ତାହାଙ୍କୁ ହିଁ ଶୋଭା ମିଳିଥାଏ, ସେ ହିଁ ଧନବାନ ଅଟେ।
ਹਿਰਦੈ ਬਸੇ ਪੂਰਨ ਗੁਰ ਮੰਤ ॥
ଯେଉଁ ମନୁଷ୍ୟର ହୃଦୟରେ ପୂର୍ଣ୍ଣ ଗୁରୁଙ୍କ ଉପଦେଶ ବାସ କରେ,
ਸਾਧਸੰਗਿ ਪ੍ਰਭ ਦੇਹੁ ਨਿਵਾਸ ॥
ହେ ପ୍ରଭୁ! ନିଜର ସନ୍ଥଙ୍କ ସଙ୍ଗତିରେ ଜାଗା ଦିଅ
ਸਰਬ ਸੂਖ ਨਾਨਕ ਪਰਗਾਸ ॥੮॥੨੦॥
ହେ ନାନକ! ( ସତସଙ୍ଗରେ ରହିବା ଦ୍ଵାରା) ସବୁ ସୁଖର ପ୍ରକାଶ ହୋଇଯାଏ।॥8॥20॥
ਸਲੋਕੁ ॥
ଶ୍ଳୋକ॥
ਸਰਗੁਨ ਨਿਰਗੁਨ ਨਿਰੰਕਾਰ ਸੁੰਨ ਸਮਾਧੀ ਆਪਿ ॥
ନିରଙ୍କାର ପ୍ରଭୁ ସ୍ଵୟଂ ହିଁ ସଗୁଣ ଏବଂ ନିର୍ଗୁଣ ଅଟନ୍ତି, ସେ ସ୍ଵୟଂ ହିଁ ଶୂନ୍ୟ ସମାଧିରେ ରହିଥାନ୍ତି।
ਆਪਨ ਕੀਆ ਨਾਨਕਾ ਆਪੇ ਹੀ ਫਿਰਿ ਜਾਪਿ ॥੧॥
ହେ ନାନକ! ନିରଙ୍କାର ପ୍ରଭୁ ସ୍ଵୟଂ ହିଁ ସୃଷ୍ଟି ରଚନା କରିଛନ୍ତି ଆଉ ସ୍ଵୟଂ ହିଁ ଜୀବ ଦ୍ଵାରା ଜପ କରାନ୍ତି ॥1॥
ਅਸਟਪਦੀ ॥
ଅଷ୍ଟପଦୀ॥
ਜਬ ਅਕਾਰੁ ਇਹੁ ਕਛੁ ਨ ਦ੍ਰਿਸਟੇਤਾ ॥
ଯେବେ ଏହି ସୃଷ୍ଟିର ପ୍ରସାର କିଛି ମଧ୍ୟ ଦେଖାଯାଉ ନଥିଲା,
ਪਾਪ ਪੁੰਨ ਤਬ ਕਹ ਤੇ ਹੋਤਾ ॥
ସେତେବେଳେ ପାପ ଅଥବା ପୂଣ୍ୟ କେଉଁ ପ୍ରାଣୀ ଦ୍ଵାରା ହୋଇପାରିଥାନ୍ତା?
ਜਬ ਧਾਰੀ ਆਪਨ ਸੁੰਨ ਸਮਾਧਿ ॥
ଯେତେବେଳେ ପରମାତ୍ମା ସ୍ଵୟଂ ଶୂନ୍ୟ ସମାଧିରେ ଥିଲେ,
ਤਬ ਬੈਰ ਬਿਰੋਧ ਕਿਸੁ ਸੰਗਿ ਕਮਾਤਿ ॥
ସେତେବେଳେ କିଏ କାହାର ଶତ୍ରୁ ବିରୋଧୀ କରିଥାନ୍ତା?
ਜਬ ਇਸ ਕਾ ਬਰਨੁ ਚਿਹਨੁ ਨ ਜਾਪਤ ॥
ଯେତେବେଳେ ଦୁନିଆର କୌଣସି ବର୍ଣ୍ଣ ଅଥବା ଚିହ୍ନ ଦେଖା ଦେଉନଥିଲା,
ਤਬ ਹਰਖ ਸੋਗ ਕਹੁ ਕਿਸਹਿ ਬਿਆਪਤ ॥
କୁହ, ସେତେବେଳେ ହର୍ଷ ଏବଂ ଶୋକ କାହାକୁ ସ୍ପର୍ଶ କରିପାରିଥାନ୍ତା।
ਜਬ ਆਪਨ ਆਪ ਆਪਿ ਪਾਰਬ੍ਰਹਮ ॥
ଯେବେ ପରଂବ୍ରହ୍ମ ସ୍ଵୟଂ ହିଁ ସବୁ କିଛି ଥିଲେ,
ਤਬ ਮੋਹ ਕਹਾ ਕਿਸੁ ਹੋਵਤ ਭਰਮ ॥
ସେତେବେଳେ ମୋହ କେଉଁଠି ଆଉ ଦ୍ଵିଧା କାହା ସହିତ ହୋଇଥାନ୍ତା?