ODIA PAGE 1010

ਧੰਧੈ ਧਾਵਤ ਜਗੁ ਬਾਧਿਆ ਨਾ ਬੂਝੈ ਵੀਚਾਰੁ ॥
ମାୟା ସଂସାର ଧନ୍ଦାରେ ବ୍ୟସ୍ତ ଜଗତକୁ ବନ୍ଧନରେ ବାନ୍ଧି ନେଇଛି, ପରନ୍ତୁ ଏହି ସତ୍ୟ ବୁଝା ପଡେ ନାହିଁ।   

ਜੰਮਣ ਮਰਣੁ ਵਿਸਾਰਿਆ ਮਨਮੁਖ ਮੁਗਧੁ ਗਵਾਰੁ ॥
ମନମୁଖୀ ଜୀବ ଜନ୍ମ-ମରଣକୁ ଭୁଲି ମୂର୍ଖ ଓ ବୋକା ବନିଥାଏ।     

ਗੁਰਿ ਰਾਖੇ ਸੇ ਉਬਰੇ ਸਚਾ ਸਬਦੁ ਵੀਚਾਰਿ ॥੭॥
ଯିଏ ସଚ୍ଚା ଶବ୍ଦର ଚିନ୍ତନ କରିଥାଏ, ଗୁରୁ ତାହାର ରକ୍ଷା କରିଥାନ୍ତି ଏବଂ ତାହାର ମୁକ୍ତି ହୋଇଥାଏ||7||                                                          

ਸੂਹਟੁ ਪਿੰਜਰਿ ਪ੍ਰੇਮ ਕੈ ਬੋਲੈ ਬੋਲਣਹਾਰੁ ॥
ଶରୀର ରୂପୀ ପଞ୍ଜୁରୀରେ ବସିଥିବା ଜୀବ ରୂପୀ ଶୁଆ ପ୍ରଭୁ-ପ୍ରେମର ସେହି କଥା କହିଥାଏ, ଯାହା ଗୁରୁ ବୋଲିଥାନ୍ତି।                               

ਸਚੁ ਚੁਗੈ ਅੰਮ੍ਰਿਤੁ ਪੀਐ ਉਡੈ ਤ ਏਕਾ ਵਾਰ ॥
ସେ ନାମ ରୂପୀ ସଚ୍ଚା ଖାଦ୍ୟ ଖାଇଥାଏ ଏବଂ ନାମାମୃତ ପାନ କରିଥାଏ । ସେ ଶରୀରୀ ରୂପୀ ପଞ୍ଜୁରୀରୁ ଏକବାର ହିଁ ଉଡିଥାଏ ଅର୍ଥାତ ଜନ୍ମ-ମରଣ ଚକ୍ରରୁ ମୁକ୍ତି ପାଇଥାଏ।                                                                                                                 

ਗੁਰਿ ਮਿਲਿਐ ਖਸਮੁ ਪਛਾਣੀਐ ਕਹੁ ਨਾਨਕ ਮੋਖ ਦੁਆਰੁ ॥੮॥੨॥
ହେ ନାନକ! ଯଦି ଗୁରୁ ମିଳିଯାନ୍ତି, ପରମାତ୍ମାଙ୍କ ପରିଚୟ ମିଳିଯାଏ ଏବଂ ମୋକ୍ଷ ଉପଲବ୍ଧ ହୋଇଯାଏ||8||2||                         

ਮਾਰੂ ਮਹਲਾ ੧ ॥
ମାରୁ ମହଲା 1॥ 

ਸਬਦਿ ਮਰੈ ਤਾ ਮਾਰਿ ਮਰੁ ਭਾਗੋ ਕਿਸੁ ਪਹਿ ਜਾਉ ॥
ଶବ୍ଦ ଦ୍ଵାରା ମୃତ୍ୟୁକୁ ମାରିଦିଅ; ମୃତ୍ୟୁ ଠାରୁ ଦୌଡି କେଉଁଠିକୁ ଯିବୁ?                                                                                                      

ਜਿਸ ਕੈ ਡਰਿ ਭੈ ਭਾਗੀਐ ਅੰਮ੍ਰਿਤੁ ਤਾ ਕੋ ਨਾਉ ॥
ଯାହାଙ୍କ ଭୟରୁ ସବୁ ଭୟ ଦୂର ହୋଇଯାଏ, ତାହାଙ୍କ ନାମ ଅମୃତ ଅଟେ।                                                                                           

ਮਾਰਹਿ ਰਾਖਹਿ ਏਕੁ ਤੂ ਬੀਜਉ ਨਾਹੀ ਥਾਉ ॥੧॥
ହେ ଇଶ୍ଵର! ମାରିବା- ବଞ୍ଚାଇବା ବାଲା କେବଳ ତୁ ହିଁ ଅଟୁ, ତୋ’ ବିନା ଆଉ କେହି ନାହାନ୍ତି||1||                                                                    

ਬਾਬਾ ਮੈ ਕੁਚੀਲੁ ਕਾਚਉ ਮਤਿਹੀਨ ॥
ହେ ବାବା! ମୁଁ ମଇଳା, ମିଥ୍ୟାବାଦୀ ଏବଂ ମତିହୀନ ଅଟେ,                  

ਨਾਮ ਬਿਨਾ ਕੋ ਕਛੁ ਨਹੀ ਗੁਰਿ ਪੂਰੈ ਪੂਰੀ ਮਤਿ ਕੀਨ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁ ଏହି ପୂର୍ଣ୍ଣ ଉପଦେଶ ଦେଇଛନ୍ତି ଯେ ନାମ ବିନା କିଛି ମଧ୍ୟ ନାହିଁ॥1॥ରୁହ॥                                                                                      

ਅਵਗਣਿ ਸੁਭਰ ਗੁਣ ਨਹੀ ਬਿਨੁ ਗੁਣ ਕਿਉ ਘਰਿ ਜਾਉ ॥
ମୁଁ ଅବଗୁଣରେ ଭରି ହୋଇ ରହିଛି, ମୋ’ ଠାରେ କୌଣସି ଶୁଭ ଗୁଣ ନାହିଁ, ଗୁଣ ବିନା ସଚ୍ଚା ଘରକୁ କିପରି ଯିବି?                               

ਸਹਜਿ ਸਬਦਿ ਸੁਖੁ ਊਪਜੈ ਬਿਨੁ ਭਾਗਾ ਧਨੁ ਨਾਹਿ ॥
ସ୍ଵାଭାବିକ ଅବସ୍ଥାରେ ଶବ୍ଦ ଦ୍ଵାରା ମନରେ ସୁଖ ଉତ୍ପନ୍ନ ହୋଇଥାଏ, ପରନ୍ତୁ ଭାଗ୍ୟ ବିନା ସଚ୍ଚା ଧନ ପ୍ରାପ୍ତ ହୁଏନାହିଁ।                                       

ਜਿਨ ਕੈ ਨਾਮੁ ਨ ਮਨਿ ਵਸੈ ਸੇ ਬਾਧੇ ਦੂਖ ਸਹਾਹਿ ॥੨॥
ଯାହାର ମନରେ ନାମ ସ୍ଥାପିତ ହୋଇନାହିଁ, ସେ ଯମ ଦ୍ଵାରରେ ବନ୍ଧା ହୋଇ କଷ୍ଟ ଭୋଗ କରିଥାଏ||2||                                          

ਜਿਨੀ ਨਾਮੁ ਵਿਸਾਰਿਆ ਸੇ ਕਿਤੁ ਆਏ ਸੰਸਾਰਿ ॥
ଯିଏ ପ୍ରଭୁନାମକୁ ବିସ୍ମୃତ କରି ଦେଇଥାଏ, ସେ ଦୁନିଆକୁ କାହିଁକି ଆସିଥାଏ?

ਆਗੈ ਪਾਛੈ ਸੁਖੁ ਨਹੀ ਗਾਡੇ ਲਾਦੇ ਛਾਰੁ ॥
ତାହାକୁ ଲୋକ-ପରଲୋକ କେଉଁଠି ମଧ୍ୟ ସୁଖ ଉପଲବ୍ଧ ହୁଏନାହିଁ, ତାହା ପାଖରେ କେବଳ ପାଉଁଶ ଲଦା ହୋଇଥିବା ଶଗଡ ଥାଏ।      

ਵਿਛੁੜਿਆ ਮੇਲਾ ਨਹੀ ਦੂਖੁ ਘਣੋ ਜਮ ਦੁਆਰਿ ॥੩॥
ସତ୍ୟରୁ ଯାହାର ବିୟୋଗ ହୋଇଯାଏ, ତାହାର ପୁନଃ ମିଳନ ହୁଏନାହିଁ ଏବଂ ସେ ଯମର ଦ୍ଵାରରେ ବହୁତ ଦୁଃଖ ଭୋଗ କରିଥାଏ||3||       

ਅਗੈ ਕਿਆ ਜਾਣਾ ਨਾਹਿ ਮੈ ਭੂਲੇ ਤੂ ਸਮਝਾਇ ॥
ହେ ଈଶ୍ଵର! ମୁଁ ଜାଣେ ନାହିଁ ଯେ ପରେ ମୋ’ ସାଥିରେ କଣ ହେବ? ମୁଁ ଭୁଲିଥିବା ଜ୍ଞାନ ତୁ ପ୍ରଦାନ କର।                                                              

ਭੂਲੇ ਮਾਰਗੁ ਜੋ ਦਸੇ ਤਿਸ ਕੈ ਲਾਗਉ ਪਾਇ ॥
ମୋତେ ସଦମାର୍ଗ ଦେଖାଅ, ମୁଁ ତାହାର ଚରଣରେ ଲାଗିଯିବି।                                                                                                                

ਗੁਰ ਬਿਨੁ ਦਾਤਾ ਕੋ ਨਹੀ ਕੀਮਤਿ ਕਹਣੁ ਨ ਜਾਇ ॥੪॥
ଗୁରୁଙ୍କ ବିନା ଆଉ କେହି ଦାତା ନାହାନ୍ତି ଏବଂ ତାହାଙ୍କ ମୂଲ୍ୟ କଳନା କରାଯାଇ ପାରିବ ନାହିଁ||4||   

ਸਾਜਨੁ ਦੇਖਾ ਤਾ ਗਲਿ ਮਿਲਾ ਸਾਚੁ ਪਠਾਇਓ ਲੇਖੁ ॥
ଯଦି ମୁଁ ନିଜ ବନ୍ଧୁଙ୍କୁ ଦର୍ଶନ କରି ନେବି, ତାହାକୁ ଆଲିଙ୍ଗନ କରି ମିଲିବି, ସେହି ସଚ୍ଚା ଭାଗ୍ୟ ଲେଖା ହୋଇଛି।                                                         

ਮੁਖਿ ਧਿਮਾਣੈ ਧਨ ਖੜੀ ਗੁਰਮੁਖਿ ਆਖੀ ਦੇਖੁ ॥
ହେ ଜୀବ-ସ୍ତ୍ରୀ! ତୁ କାହିଁକି ଦଣ୍ଡାୟମାନ ହୋଇଛୁ? ଗୁରୁଙ୍କ ମାଧ୍ୟମରୁ ପତି-ପ୍ରଭୁଙ୍କୁ ନିଜ ଆଖିରେ ଦେଖ।                                                 

ਤੁਧੁ ਭਾਵੈ ਤੂ ਮਨਿ ਵਸਹਿ ਨਦਰੀ ਕਰਮਿ ਵਿਸੇਖੁ ॥੫॥
ହେ ପ୍ରଭୁ! ଯଦି ତୋତେ ଉପଯୁକ୍ତ ଲାଗିଥାଏ ମନରେ ବାସ କରିଥାନ୍ତି ଏବଂ ତୋର କୃପା-ଦୃଷ୍ଟି ହୋଇଯାଏ||5||                                         

ਭੂਖ ਪਿਆਸੋ ਜੇ ਭਵੈ ਕਿਆ ਤਿਸੁ ਮਾਗਉ ਦੇਇ ॥
ଯିଏ ସ୍ଵୟଂ କ୍ଷୁଧା-ତୃଷ୍ଣାରେ ପଥଭ୍ରଷ୍ଟ ରହିଥାଏ, ତାହାଙ୍କ ଠାରୁ କଣ ମଗା ଯାଇ ପାରିବ?                                                                        

ਬੀਜਉ ਸੂਝੈ ਕੋ ਨਹੀ ਮਨਿ ਤਨਿ ਪੂਰਨੁ ਦੇਇ ॥
ମନ-ତନରେ ବାସ କରିବା ବାଲା ପୂର୍ଣ୍ଣ ପରମେଶ୍ଵରଙ୍କ ବିନା ଅନ୍ୟ କେହି ନାହାନ୍ତି।                                                              

ਜਿਨਿ ਕੀਆ ਤਿਨਿ ਦੇਖਿਆ ਆਪਿ ਵਡਾਈ ਦੇਇ ॥੬॥
ଯିଏ ବନାଇଛନ୍ତି, ସେ ହିଁ ପୋଷଣ କରିଥାନ୍ତି, ସେ ସ୍ଵୟଂ ହିଁ ବଡିମା ଦେଇଥାନ୍ତି||6||   

ਨਗਰੀ ਨਾਇਕੁ ਨਵਤਨੋ ਬਾਲਕੁ ਲੀਲ ਅਨੂਪੁ ॥
କାୟା ରୂପୀ ନଗରୀର ସ୍ଵାମୀ ନବ ନୂତନ ଅଟନ୍ତି ଆଉ ତାହାଙ୍କ ଜଗତ ରୂପୀ ଆଧୁତ ଲୀଳା ବାଲ-ଲୀଳା ସମାନ ଅଟେ।                          

ਨਾਰਿ ਨ ਪੁਰਖੁ ਨ ਪੰਖਣੂ ਸਾਚਉ ਚਤੁਰੁ ਸਰੂਪੁ ॥
ସେହି ସଚ୍ଚା ପରମାତ୍ମା ବଡ ଚତୁର ଏବଂ ଅତି ସୁନ୍ଦର ଅଟନ୍ତି, ସେ ନା ନାରୀ, ନା ପୁରୁଷ ଆଉ ନା କୌଣସି ପକ୍ଷୀ ଅଟନ୍ତି।                               

ਜੋ ਤਿਸੁ ਭਾਵੈ ਸੋ ਥੀਐ ਤੂ ਦੀਪਕੁ ਤੂ ਧੂਪੁ ॥੭॥
ଯାହା ତାହାଙ୍କୁ ମଞ୍ଜୁର ହୋଇଥାଏ, ହେ ପରମେଶ୍ଵର! ତୁ ହିଁ ସୂର୍ଯ୍ୟ ରୂପୀ ଦୀପକ ଅଟୁ ଆଉ ତୁ ହିଁ ଚନ୍ଦନ ରୂପୀ ସୁଗନ୍ଧି ଅଟୁ||7||

ਗੀਤ ਸਾਦ ਚਾਖੇ ਸੁਣੇ ਬਾਦ ਸਾਦ ਤਨਿ ਰੋਗੁ ॥
ଯିଏ ବେକାର ଗୀତ ଶୁଣିଥାଏ, ପଦାର୍ଥର ସ୍ଵାଦ ଚାଖିଥାଏ, ଏହା ମନରେ ଅନେକ ପ୍ରକାର ରୋଗ ଜାତ କରିଥାଏ। 

ਸਚੁ ਭਾਵੈ ਸਾਚਉ ਚਵੈ ਛੂਟੈ ਸੋਗ ਵਿਜੋਗੁ ॥
ଯିଏ ସତ୍ୟ ସହିତ ପ୍ରେମ କରିଥାଏ, ସଦା ସତ୍ୟ ବୋଲିଥାଏ, ତାହାର ସବୁ ଶୋକ-ବିୟୋଗ ଦୂର ହୋଇଯାଏ।                                    

ਨਾਨਕ ਨਾਮੁ ਨ ਵੀਸਰੈ ਜੋ ਤਿਸੁ ਭਾਵੈ ਸੁ ਹੋਗੁ ॥੮॥੩॥
ହେ ନାନକ! ପରମାତ୍ମାଙ୍କ ନାମ କେବେ ବିସ୍ମୃତ ନ ହେଉ; ଯାହା ତାହାଙ୍କୁ ମଞ୍ଜୁର, ତାହା ହିଁ ହେବ||8||3||                                    

ਮਾਰੂ ਮਹਲਾ ੧ ॥
ମାରୁ ମହଲା 1॥ 

ਸਾਚੀ ਕਾਰ ਕਮਾਵਣੀ ਹੋਰਿ ਲਾਲਚ ਬਾਦਿ ॥
ସଚ୍ଚା କାର୍ଯ୍ୟ କରିବା ଉଚିତ, କାରଣ ଅନ୍ୟ ସବୁ ଲାଳସା ବେକାର ଅଟେ।                                                                      

ਇਹੁ ਮਨੁ ਸਾਚੈ ਮੋਹਿਆ ਜਿਹਵਾ ਸਚਿ ਸਾਦਿ ॥
ଏହି ମନକୁ ସତ୍ୟ ମୋହି ନେଇଛି ଏବଂ ଆମେ ସତ୍ୟର ସ୍ଵାଦରେ ଲୀନ ରହିଛୁ।                                                                     

ਬਿਨੁ ਨਾਵੈ ਕੋ ਰਸੁ ਨਹੀ ਹੋਰਿ ਚਲਹਿ ਬਿਖੁ ਲਾਦਿ ॥੧॥
ପ୍ରଭୁ-ନାମ ବିନା କୌଣସି ଆନନ୍ଦ ନାହିଁ, ଜ୍ଞାନହୀନ ଲୋକ ବିକାର ରୂପୀ ବିଷ ଲଦି ଜଗତରୁ ଚାଲିଯାଏ||1||                                         

ਐਸਾ ਲਾਲਾ ਮੇਰੇ ਲਾਲ ਕੋ ਸੁਣਿ ਖਸਮ ਹਮਾਰੇ ॥
ହେ ମୋର ମାଲିକ! ମୋର ବିନତି ଶୁଣ; ମୁଁ ତୋର ଏପରି ଆଜ୍ଞାକାରୀ ଗୋଲାମ ଅଟେ,                                                           

ਜਿਉ ਫੁਰਮਾਵਹਿ ਤਿਉ ਚਲਾ ਸਚੁ ਲਾਲ ਪਿਆਰੇ ॥੧॥ ਰਹਾਉ ॥
ତୁ ଯେପରି ହୁକୁମ କରୁ, ସେପରି ହିଁ ପାଳନ କରିଥାଏ॥1॥ରୁହ॥                                  

ਅਨਦਿਨੁ ਲਾਲੇ ਚਾਕਰੀ ਗੋਲੇ ਸਿਰਿ ਮੀਰਾ ॥
ତୋର ହିଁ ଆଦେଶ ଅଟେ ଆଉ ଏହି ଗୋଲାମଗିରି ତୋ’ ପାଇଁ ହିଁ ଅଟେ।                                                                                                

ਗੁਰ ਬਚਨੀ ਮਨੁ ਵੇਚਿਆ ਸਬਦਿ ਮਨੁ ਧੀਰਾ ॥
ମୁଁ ଗୁରୁଙ୍କ ବଚନ ଦ୍ଵାରା ନିଜ ମନ ତାହାଙ୍କୁ ବିକ୍ରି କରି ଦେଇଛି, ଶବ୍ଦ ଗୁରୁ ଦ୍ଵାରା ମନରେ ଧୈର୍ଯ୍ୟ ଆସି ଯାଇଛି।

error: Content is protected !!