ਸਤਿਗੁਰਿ ਸੇਵਿਐ ਸਹਜ ਅਨੰਦਾ ॥
ସଦଗୁରୁଙ୍କ ସେବା କରିବା ଦ୍ଵାରା ସ୍ଵାଭାବିକ ଭାବରେ ଆନନ୍ଦ ମିଳିଥାଏ ଏବଂ
ਹਿਰਦੈ ਆਇ ਵੁਠਾ ਗੋਵਿੰਦਾ ॥
ହୃଦୟରେ ପ୍ରଭୁ ବାସ କରିଥାନ୍ତି।
ਸਹਜੇ ਭਗਤਿ ਕਰੇ ਦਿਨੁ ਰਾਤੀ ਆਪੇ ਭਗਤਿ ਕਰਾਇਦਾ ॥੪॥
ସେତେବେଳେ ଜୀବ ସ୍ଵାଭାବିକ ଭାବରେ ଦିନ-ରାତି ଭକ୍ତି କରିଥାଏ ଏବଂ ପ୍ରଭୁ ସ୍ଵୟଂ ହିଁ ଭକ୍ତି କରାଇ ଥାଆନ୍ତି||4||
ਸਤਿਗੁਰ ਤੇ ਵਿਛੁੜੇ ਤਿਨੀ ਦੁਖੁ ਪਾਇਆ ॥
ଯିଏ ସଦଗୁରୁଙ୍କ ଠାରେ ବିଚ୍ଛେଦ ହୋଇଥାଏ, ସେ ଦୁଃଖ ପ୍ରାପ୍ତ କରିଥାଏ।
ਅਨਦਿਨੁ ਮਾਰੀਅਹਿ ਦੁਖੁ ਸਬਾਇਆ ॥
ତାହାକୁ ପ୍ରତିଦିନ ମାଡ ପଡିଥାଏ ଏବଂ ସବୁ ଦୁଃଖ ତାହା ପାଖକୁ ଆସିଥାଏ।
ਮਥੇ ਕਾਲੇ ਮਹਲੁ ਨ ਪਾਵਹਿ ਦੁਖ ਹੀ ਵਿਚਿ ਦੁਖੁ ਪਾਇਦਾ ॥੫॥
ତାହାର ତିରସ୍କାର ହୋଇଥାଏ, ତାହାକୁ ସଚ୍ଚା ସ୍ଥାନ ମିଳେନାହିଁ ଏବଂ ଏପରି ବ୍ୟକ୍ତି ଦୁଃଖରେ ରହିଥାଏ||5||
ਸਤਿਗੁਰੁ ਸੇਵਹਿ ਸੇ ਵਡਭਾਗੀ ॥
ସଦଗୁରୁଙ୍କ ସେବାରେ ବିଲୀନ ରହିବା ବାଲା ଭାଗ୍ୟବାନ ହୋଇଥାଏ।
ਸਹਜ ਭਾਇ ਸਚੀ ਲਿਵ ਲਾਗੀ ॥
ସ୍ଵାଭାବିକ ଭାବରେ ପୂର୍ଣ୍ଣ ନିଷ୍ଠା ଦ୍ଵାରା ତାହାର ଲଗ୍ନ ପରମାତ୍ମାଙ୍କ ଠାରେ ଲାଗି ରହିଥାଏ।
ਸਚੋ ਸਚੁ ਕਮਾਵਹਿ ਸਦ ਹੀ ਸਚੈ ਮੇਲਿ ਮਿਲਾਇਦਾ ॥੬॥
ସେ ସଦା ସତ୍ୟର ଆଚରଣ ଆପଣାଇ ଥାଏ ଏବଂ ତାହାକୁ ପରମାତ୍ମାଙ୍କ ସହିତ ମିଳାଇ ଦେଇଥାନ୍ତି||6||
ਜਿਸ ਨੋ ਸਚਾ ਦੇਇ ਸੁ ਪਾਏ ॥
ସଚ୍ଚା ପ୍ରଭୁ ଯାହାକୁ ସଚ୍ଚା ନାମ ଦେଇଥାନ୍ତି, ସେ ହିଁ ତାହାକୁ ପ୍ରାପ୍ତ କରିଥାଏ।
ਅੰਤਰਿ ਸਾਚੁ ਭਰਮੁ ਚੁਕਾਏ ॥
ଯାହାର ମନରେ ସତ୍ୟ ବାସ କରିଥାଏ, ତାହାର ଭ୍ରମ ଦୂର ହୋଇଯାଏ।
ਸਚੁ ਸਚੈ ਕਾ ਆਪੇ ਦਾਤਾ ਜਿਸੁ ਦੇਵੈ ਸੋ ਸਚੁ ਪਾਇਦਾ ॥੭॥
ପରମାତ୍ମା ସ୍ଵୟଂ ହିଁ ସତ୍ୟ ନାମର ଦାତା ଅଟନ୍ତି, ଯାହାକୁ ସେ ଦେଇଥାନ୍ତି , ସେ ପ୍ରାପ୍ତ କରିଥାଏ।||7||
ਆਪੇ ਕਰਤਾ ਸਭਨਾ ਕਾ ਸੋਈ ॥
ସେହି କର୍ତ୍ତା-ପ୍ରଭୁ ସ୍ଵୟଂ ହିଁ ସବୁଙ୍କ (ସ୍ଵାମୀ) ଅଟନ୍ତି,
ਜਿਸ ਨੋ ਆਪਿ ਬੁਝਾਏ ਬੂਝੈ ਕੋਈ ॥
ଯାହାକୁ ସେ ସ୍ଵୟଂ ଜ୍ଞାନ ପ୍ରଦାନ କରିଥାନ୍ତି, ସେପରି ବିରଳ ପୁରୁଷ ହିଁ ତଥ୍ୟକୁ ବୁଝିଥାଏ।
ਆਪੇ ਬਖਸੇ ਦੇ ਵਡਿਆਈ ਆਪੇ ਮੇਲਿ ਮਿਲਾਇਦਾ ॥੮॥
ସେ ସ୍ଵୟଂ ହିଁ କୃପାକରି ବଡିମା ପ୍ରଦାନ କରିଥାନ୍ତି ଏବଂ ନିଜ ସାଥିରେ ମିଳାଇ ନିଅନ୍ତି||8||
ਹਉਮੈ ਕਰਦਿਆ ਜਨਮੁ ਗਵਾਇਆ ॥
ଜୀବ ଅଭିମାନ କରି ସଂପୂର୍ଣ୍ଣ ଜୀବନ ହରାଇ ଦେଇଛି ଏବଂ
ਆਗੈ ਮੋਹੁ ਨ ਚੂਕੈ ਮਾਇਆ ॥
ପରେ ମଧ୍ୟ ତାହାର ମାୟାର ମୋହ ଦୂର ହୁଏନାହିଁ।
ਅਗੈ ਜਮਕਾਲੁ ਲੇਖਾ ਲੇਵੈ ਜਿਉ ਤਿਲ ਘਾਣੀ ਪੀੜਾਇਦਾ ॥੯॥
ପରଲୋକରେ ଯେତେବେଳେ ଯମରାଜ କରିଥିବା କର୍ମର ହିସାବ ନିଆଯାଇ ଥାଏ, ଦଣ୍ଡ ରୂପରେ କେଲୁଆରେ ଏପରି ପେଷା ଯାଇଥାଏ, ଯେପରି ତେଲି ତେଲ ପେଷିଥାଏ||9||
ਪੂਰੈ ਭਾਗਿ ਗੁਰ ਸੇਵਾ ਹੋਈ ॥
ପୂର୍ଣ୍ଣ ଭାଗ୍ୟରୁ ହିଁ ଗୁରୁଙ୍କ ସେବା ହୋଇଥାଏ।
ਨਦਰਿ ਕਰੇ ਤਾ ਸੇਵੇ ਕੋਈ ॥
ଯେତେବେଳେ ପ୍ରଭୁ ନିଜ କୃପା କରିଥାନ୍ତି, ସେତେବେଳେ ହିଁ କେହି ସେବା କରିଥାଏ।
ਜਮਕਾਲੁ ਤਿਸੁ ਨੇੜਿ ਨ ਆਵੈ ਮਹਲਿ ਸਚੈ ਸੁਖੁ ਪਾਇਦਾ ॥੧੦॥
ଯମରାଜ ମଧ୍ୟ ତାହାର ନିକଟକୁ ଆସେ ନାହିଁ ଏବଂ ସେ ସଚ୍ଚା ଘରେ ସୁଖ ପ୍ରାପ୍ତ କରିଥାଏ||10||
ਤਿਨ ਸੁਖੁ ਪਾਇਆ ਜੋ ਤੁਧੁ ਭਾਏ ॥
ହେ ନିରଙ୍କାର! ସେ ହିଁ ସୁଖ ପ୍ରାପ୍ତ କରିଥାଏ, ଯିଏ ତୋତେ ପ୍ରିୟ ଲାଗିଥାଏ।
ਪੂਰੈ ਭਾਗਿ ਗੁਰ ਸੇਵਾ ਲਾਏ ॥
ପୂର୍ଣ୍ଣ ଭାଗ୍ୟରୁ ହିଁ ତୁ ଗୁରୁଙ୍କ ସେବାରେ ନିଜକୁ ଲଗାଇଛୁ।
ਤੇਰੈ ਹਥਿ ਹੈ ਸਭ ਵਡਿਆਈ ਜਿਸੁ ਦੇਵਹਿ ਸੋ ਪਾਇਦਾ ॥੧੧॥
ଦବୁ ବଡିମା ତୋର ହାତରେ ଅଛି, ଯାହାକୁ ତୁ ଦେଉ, ସେ ତାହା ପାଇଥାଏ||11||
ਅੰਦਰਿ ਪਰਗਾਸੁ ਗੁਰੂ ਤੇ ਪਾਏ ॥
ମନରେ ଜ୍ଞାନର ପ୍ରକାଶ ଗୁରୁଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ ଏବଂ
ਨਾਮੁ ਪਦਾਰਥੁ ਮੰਨਿ ਵਸਾਏ ॥
ସେ ମନରେ ନାମ ପଦାର୍ଥ ସ୍ଥାପନ କରାଇ ଥାଆନ୍ତି।
ਗਿਆਨ ਰਤਨੁ ਸਦਾ ਘਟਿ ਚਾਨਣੁ ਅਗਿਆਨ ਅੰਧੇਰੁ ਗਵਾਇਦਾ ॥੧੨॥
ଜ୍ଞାନ-ରତ୍ନ ଦ୍ଵାରା ହୃଦୟରେ ସଦା ପ୍ରକାଶ ହୋଇଥାଏ ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ||12||
ਅਗਿਆਨੀ ਅੰਧੇ ਦੂਜੈ ਲਾਗੇ ॥
ଅଜ୍ଞାନ ଅନ୍ଧ ଦୈତ୍ୟଭାବରେ ଲିପ୍ତ ରହିଥାଏ,
ਬਿਨੁ ਪਾਣੀ ਡੁਬਿ ਮੂਏ ਅਭਾਗੇ ॥
ଏପରି ଭାଗ୍ୟହୀନ ପାଣି ବିନା ହିଁ ବୁଡି ମରି ଯାଇଥାଏ।
ਚਲਦਿਆ ਘਰੁ ਦਰੁ ਨਦਰਿ ਨ ਆਵੈ ਜਮ ਦਰਿ ਬਾਧਾ ਦੁਖੁ ਪਾਇਦਾ ॥੧੩॥
ଜଗତରେ ଚାଲିବା ସମୟରେ ତାହାକୁ ନିଜ ସଚ୍ଚା ଘର-ଦ୍ଵାର ନଜରରେ ଆସେ ନାହିଁ ଏବଂ ସେ ଯମର ଦ୍ଵାରରେ ବନ୍ଧା ହୋଇ ଦୁଃଖ ଭୋଗ କରିଥାଏ||13||
ਬਿਨੁ ਸਤਿਗੁਰ ਸੇਵੇ ਮੁਕਤਿ ਨ ਹੋਈ ॥
ସଦଗୁରୁଙ୍କ ସେବା କରିବା ବିନା କାହାକୁ ମଧ୍ୟ ମୁକ୍ତି ପ୍ରାପ୍ତ ହୁଏନାହିଁ,
ਗਿਆਨੀ ਧਿਆਨੀ ਪੂਛਹੁ ਕੋਈ ॥
ଏହି ବିଷୟରେ କୌଣସି ଜ୍ଞାନୀ-ଧ୍ୟାନୀକୁ ପଚରା ଯାଇପାରେ।
ਸਤਿਗੁਰੁ ਸੇਵੇ ਤਿਸੁ ਮਿਲੈ ਵਡਿਆਈ ਦਰਿ ਸਚੈ ਸੋਭਾ ਪਾਇਦਾ ॥੧੪॥
ଯିଏ ସଦଗୁରୁଙ୍କ ସେବା କରିଥାଏ, ତାହାକୁ ହିଁ କୀର୍ତ୍ତି ପ୍ରାପ୍ତ ହୋଇଥାଏ ଏବଂ ସଚ୍ଚା ଦ୍ଵାରରେ ଶୋଭାର ପାତ୍ର ବନିଥାଏ||14||
ਸਤਿਗੁਰ ਨੋ ਸੇਵੇ ਤਿਸੁ ਆਪਿ ਮਿਲਾਏ ॥
ଯିଏ ସଦଗୁରୁଙ୍କ ସେବା କରିଥାଏ, ଇଶ୍ଵର ସ୍ଵୟଂ ହିଁ ତାହାକୁ ମିଳାଇ ନିଅନ୍ତି।
ਮਮਤਾ ਕਾਟਿ ਸਚਿ ਲਿਵ ਲਾਏ ॥
ଏପରି ବ୍ୟକ୍ତି ମମତାକୁ ନାଶ କରି ସତ୍ୟରେ ହିଁ ଲଗ୍ନ ଲଗାଇ ଥାଏ।
ਸਦਾ ਸਚੁ ਵਣਜਹਿ ਵਾਪਾਰੀ ਨਾਮੋ ਲਾਹਾ ਪਾਇਦਾ ॥੧੫॥
ସେହି ବ୍ୟାପାରୀ ସଦା ସତ୍ୟର ବ୍ୟାପାର କରିଥାଏ ଏବଂ ନାମ ରୂପୀ ଲାଭ ହାସଲ କରିଥାଏ||15||
ਆਪੇ ਕਰੇ ਕਰਾਏ ਕਰਤਾ ॥
କର୍ତ୍ତା-ପ୍ରଭୁ ସ୍ଵୟଂ ହିଁ କରିଥାନ୍ତି ଆଉ କରାଇ ଥାଆନ୍ତି।
ਸਬਦਿ ਮਰੈ ਸੋਈ ਜਨੁ ਮੁਕਤਾ ॥
ଯିଏ ଶବ୍ଦ ଦ୍ଵାରା ମୋହ ମାୟା ଠାରୁ ଦୂରେଇ ଯାଏ, ସେ ହିଁ ମୁକ୍ତ ହୋଇଥାଏ।
ਨਾਨਕ ਨਾਮੁ ਵਸੈ ਮਨ ਅੰਤਰਿ ਨਾਮੋ ਨਾਮੁ ਧਿਆਇਦਾ ॥੧੬॥੫॥੧੯॥
ହେ ନାନକ! ଯାହାର ମନରେ ପରମାତ୍ମାଙ୍କ ନାମ ବାସ କରିଥାଏ, ସେ ନାମ ଦ୍ଵାରା ନାମର ହିଁ ମନନ କରିଥାଏ||16||5||19||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3 ॥
ਜੋ ਤੁਧੁ ਕਰਣਾ ਸੋ ਕਰਿ ਪਾਇਆ ॥
ଯାହା ତୁ ଭାଗ୍ୟରେ ପାଇଛୁ, ତାହା ହି କରୁଅଛୁ।
ਭਾਣੇ ਵਿਚਿ ਕੋ ਵਿਰਲਾ ਆਇਆ ॥
ହେ ଈଶ୍ଵର! କେହି ବିରଳ ପୁରୁଷ ହିଁ ତୋର ଇଚ୍ଛାରେ ଚାଲିଥାଏ।
ਭਾਣਾ ਮੰਨੇ ਸੋ ਸੁਖੁ ਪਾਏ ਭਾਣੇ ਵਿਚਿ ਸੁਖੁ ਪਾਇਦਾ ॥੧॥
ଯିଏ ତୋର ଇଚ୍ଛାକୁ ମାନିଥାଏ, ସେ ହିଁ ସୁଖ ପାଇଥାଏ। ସତ୍ୟ ଏହା ଯେ ପ୍ରଭୁଙ୍କ ଇଚ୍ଛାରେ ହିଁ ସୁଖ ମିଳିଥାଏ||1||
ਗੁਰਮੁਖਿ ਤੇਰਾ ਭਾਣਾ ਭਾਵੈ ॥
ଗୁରୁମୁଖୀକୁ ତୋର ଇଚ୍ଛା ହିଁ ଭଲ ଲାଗିଥାଏ।
ਸਹਜੇ ਹੀ ਸੁਖੁ ਸਚੁ ਕਮਾਵੈ ॥
ସେ ସଚ୍ଚା ଆଚରଣ ଆପଣାଇ ସୁଖ ହିଁ ସୁଖ ପାଇଥାଏ।
ਭਾਣੇ ਨੋ ਲੋਚੈ ਬਹੁਤੇਰੀ ਆਪਣਾ ਭਾਣਾ ਆਪਿ ਮਨਾਇਦਾ ॥੨॥
ଅନେକ ଜିଜ୍ଞାସୁ ତୋର ଇଚ୍ଛାକୁ ମାନିବା ଉଚିତ, ପରନ୍ତୁ ତୁ ସ୍ଵୟଂ ହିଁ ନିଜ ଇଚ୍ଛା ଗ୍ରହଣ କରାଉ||2||
ਤੇਰਾ ਭਾਣਾ ਮੰਨੇ ਸੁ ਮਿਲੈ ਤੁਧੁ ਆਏ ॥
ଯିଏ ତୋର ଇଚ୍ଛାକୁ ସହର୍ଷ ମାନିଥାଏ, ସେ ହିଁ ତୋ’ ସହିତ ମିଶି ଯାଇଥାଏ।